Samalei Project - The Sakala
ସମଲେଇ ପ୍ରକଳ୍ପ ଲୋକାର୍ପିତ: ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି #JaiMaaSamlei
ଭୁବନେଶ୍ବର: ଆଜି ଲୋକାର୍ପିତ ହୋଇଛି ସମଲେଇ ପ୍ରକଳ୍ପ । ରୂପାନ୍ତରଣ ସ୍ପର୍ଶରେ ଝଲସୁଛି ମାଆ ସମଲେଇଙ୍କ ପୀଠ। ୪୦ ଏକର ଜମିରେ ହୋଇଛି ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁରରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ‘ସମଲେଇ ପ୍ରକଳ୍ପ’ର ଶୁଭ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସମଲେଇ ମନ୍ଦିର ପ୍ରକଳ୍ପ ଲୋକାର୍ପଣ ହେବା ପରେ ପ୍ରକଳ୍ପ ବୁଲି ଦେଖିଥିଲେ ନବୀନ ପଟ୍ଟନାୟକ। ସମଲେଇ ପ୍ରକଳ୍ପ ଉତ୍ସବକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଉତ୍ସାହ। ଏହି ଉତ୍ସାହ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି ‘JaiMaaSamlei’ । ସମସ୍ତେ ପ୍ରକଳ୍ପର ପରିକଳ୍ପନାରୁ ବାସ୍ତବତା ଯାଏ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କୁ ପ୍ରଶଂସା କରୁଛନ୍ତି।
ଜାଣନ୍ତୁ ଏହି‌ ପ୍ରକଳ୍ପରେ ହୋଇଛି କ’ଣ?
୧. ମାଆଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ
ମାଆଙ୍କ ମନ୍ଦିର ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯାଇଛି।  ମନ୍ଦିରର ଚାରି ଦିଗରେ ୪ଟି ସୁଦୃଶ୍ୟ ଐତିହ୍ୟ ଦ୍ବାର ନିର୍ମାଣ ହୋଇଛି । ଭକ୍ତମାନେ ପୂର୍ବ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ବାହାରକୁ ବାହାରିବେ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର୍ଯ୍ୟାଳୟ ଏବଂ ଜନସାଧାରଣଙ୍କ ପାଇଁ ଜରୁରୀ ସୁବିଧାର ବିକାଶ କରାଯାଇଛି । ମନ୍ଦିର ନିକଟରେ ଅବସ୍ଥିତ ଗୋପାଳଜୀ ମଠର ସଂରକ୍ଷଣ କରାଯାଇଛି ।
୨.  ୪ ଏକରରୁ ୩୮ ଏକର
ସମଲେଇ ପ୍ରକଳ୍ପର ପ୍ରାଥମିକ ଦିଗ ମଧ୍ୟରୁ ପ୍ରଥମଟି ହେଉଛି, ମନ୍ଦିର ପରିସରର ଭବ୍ୟ ରୂପାନ୍ତରଣ।  କେବଳ ୪ ଏକର ପରିସରରେ ରହିଥିଲା ମା’ଙ୍କ ମୂଳମନ୍ଦିର । 5T ରୂପାନ୍ତରଣ ପରେ ଆଜି ପ୍ରାୟ ୩୮ଏକରର ପରିବ୍ୟାପ୍ତ ଅଞ୍ଚଳରେ ଝଲସୁଛି ମାତା ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର । ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ ହୋଇଛି। ଏହା ମନ୍ଦିର ପରିସରକୁ ପ୍ରାକୃତିକ ଭାବରେ ସୁନ୍ଦର କରିପାରିଛି। ପ୍ରତ୍ୟେକଟି ନୂତନ ନିର୍ମାଣ ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ ହୋଇଛି। ଏହି ପଥର ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ପ୍ରତୀକ ଭାବେ ବିଭିନ୍ନ କାରୁକାର୍ଯ୍ୟରେ ଶୋଭା ପାଉଛି। ପଶ୍ଚିମ ଓଡ଼ିଶାର ସମ୍ୱଲପୁରୀ କଳାକୃତିକୁ ମନ୍ଦିର ପରିସରରେ ବିଶେଷ ରୂପେ ଧ୍ୟାନ ଦିଆଯାଇଛି। ଏହି ପରିସରରେ ହୋଇଥିବା ପ୍ରତିଟି ନିର୍ମାଣରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଭବ୍ୟ ରୂପାନ୍ତରଣରେ ନିର୍ମିତ ହୋଇଥିବା ପ୍ରବେଶ ଦ୍ୱାର, ମନ୍ଦିର କାର୍ଯ୍ୟାଳୟ, ପୂଜକ ବିଶ୍ରାମାଳୟ, ଭେଣ୍ଡିଂ ଜୋନ୍‌, ଜୋତା ଷ୍ଟାଣ୍ଡ ଆଦିକୁ ମନ୍ଦିର ନିର୍ମାଣ ଶୈଳୀ ସହ ସମାନ୍ତରାଳ ଭାବେ ଐତିହ୍ୟପୂର୍ଣ୍ଣ ଢଙ୍ଗରେ ନିର୍ମାଣ କରାଯାଇଛି।
୩. ପରିକ୍ରମା
ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯାଇଛି । ସ୍ଥାନୀୟ ଜଳବାୟୁ ଓ ସଂସ୍କୃତିକୁ ଦୃଷ୍ଟିରେ ରଖି ପରିକ୍ରମା  ପଥରେ ଛାୟାପ୍ରଦ ବୃକ୍ଷ ରୋପଣ କରାଯାଇଛି।
୪. ଶ୍ରଦ୍ଧାଳୁଙ୍କୁ ସର୍ବୋତ୍ତମ ସୁବିଧା
ପର୍ଯ୍ୟଟକଙ୍କ ପାର୍କିଂ ଜାଗା, ସ୍ବତନ୍ତ୍ର ଭେଣ୍ଡିଙ୍ଗ ଜୋନ୍‌, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା କରାଯାଇଛି  । ତା ସହିତ ମନ୍ଦିର ପାଖରେ ଯାତ୍ରୀନିବାସର ମଧ୍ୟ ସୁବିଧା ଉପଲବ୍‌ଧ ହୋଇଛି ।
୫. ସେବାୟତ ପରିବାର ପାଇଁ ବାସଗୃହ
ମନ୍ଦିର ନିକଟରେ ରହୁଥିବା ସେବାୟତ ମାନଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯାଇଛି  ଏବଂ ଏଥିରେ ସମସ୍ତ ପ୍ରକାର ମୌଳିକ ସୁବିଧାର ବିକାଶ କରାଯାଇଛି ।
୬.ମନ୍ଦିର ଓ ମହାନଦୀ ସଂଯୋଗ ରାସ୍ତା
ମାଆଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ  ଯାଇପାରିବେ, ସେଥିପାଇଁ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତାର ମଧ୍ୟ ବିକାଶ କରାଯାଇଛି ।
୭. ମହାନଦୀ ଆଳତୀ
ମହାନଦୀ ଘାଟକପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେସ୍କ ନିର୍ମାଣ କରାଯିବ, ଯେଉଁଠାରୁ କି ଉଭୟ ମହାନଦୀ ଓ ମାଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯାଉଛି । ସେଠାରେ ପ୍ରତିଦିନ ମହାନଦୀ ଆଳତୀ ଭକ୍ତମାନଙ୍କୁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି ଦେଉଛି ।
୮. ରିଙ୍ଗ ରୋଡ ବିକାଶ
ବର୍ତ୍ତମାନର ରିଙ୍ଗ ରୋଡକୁ ଚଉଡା କରାଯାଉଛି ଏବଂ ସେଥିରେ ସ୍ବତନ୍ତ୍ର ଭାବରେ ନଦୀ କୂଳେ କୂଳେ ଚଲାପଥ  ଓ ଅବସର ସୁବିଧା କରାଯାଇଛି।
୯. ନଦୀ କୂଳର ବିକାଶ
ମହାନଦୀ କୂଳର ଯୋଜନାବଦ୍ଧ ଭାବରେ ବିକାଶ କରାଯାଉଛି ଏବଂ ଲୋକମାନେ ଯେପରି ସୁବିଧାରେ ସେମାନଙ୍କର  ପରମ୍ପରା ଓ ରୀତିନୀତି ପାଳନ କରିପାରିବେ, ସେଥିପାଇଁ ପ୍ଲାଟଫର୍ମର ବ୍ୟବସ୍ଥା କରାଯାଇଛି।ତାସହିତ ପର୍ଯ୍ୟଟକ ମାନଙ୍କୁ ମହାନଦୀର ଦୃଶ୍ୟ ଅବଲୋକନ ପାଇଁ ପ୍ୟାଭିଲିୟନ, ପ୍ଲାଜା ଓ ଡେକ୍‌ ଆଦି ନିର୍ମାଣ କରାଯାଉଛି । ପୁରୁଣା ଦିନ ଭଳି ମହାନଦୀରୁ ମନ୍ଦିର ସ୍ପଷ୍ଟ ଦେଖାଯାଉଛି ।
୧୦. ଦିବ୍ୟ ଅନୁଭବ ପ୍ରାପ୍ତିକୁ ଗୁରୁତ୍ବ
ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଆସିଲେ ଯେଉଁଭଳି ଭାବେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଦିବ୍ୟ ଅନୁଭବ ପ୍ରାପ୍ତ କରିପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଯେଉଁଭଳି ଭାବେ ଭକ୍ତମାନଙ୍କର କୌଣସି ଅସୁବିଧା ନହୁଏ, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଧାଡ଼ିରେ ଛିଡ଼ା ହେବା ପାଇଁ ଉପଯୁକ୍ତ ଛାୟାଯୁକ୍ତ ସ୍ଥାନ, ଧାଡ଼ି ପାଇଁ ଉପଯୁକ୍ତ ରେଲିଂ, ଜୋତା ଷ୍ଟାଣ୍ଡ, ପାନୀୟ ଜଳ, ଶୌଚାଳୟ, ପାର୍କିଂ ସ୍ଥଳ ଆଦିର ନିର୍ମାଣ ହୋଇଛି। ମନ୍ଦିର ନିକଟରେ ରହିଥିବା ପୋଖରୀର ଜୀର୍ଣ୍ଣୋଧାର କରାଯାଇ ମା’ଙ୍କ ଭକ୍ତିର ଛାପ ଦିଆଯାଇଛି। ନିର୍ମିତ ହୋଇଥିବା ୱାଚ୍‌ ଟାୱାର୍‌ରୁ ଭକ୍ତ ଶ୍ରଦ୍ଧାଳୁମାନେ ଏହି ସମସ୍ତ ଅଭିନବ ଦୃଶ୍ୟକୁ ଉପଭୋଗ କରିପାରିବେ। ମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ପାର୍କିଂ ସ୍ଥଳରୁ ମା’ଙ୍କ ଦର୍ଶନ ପାଇଁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଟେରୀ ଚାଳିତ ଯାନର ବ୍ୟବସ୍ଥା କରାଯାଇଛି। ମା’ଙ୍କର ନବରାତ୍ର ପୂଜା, ଅଖଣ୍ଡ ଦୀପ ସମ୍ପାଦନ ଓ ସ୍ୱତନ୍ତ୍ର ଶ୍ରେଣୀୟ ପର୍ବ ପାଇଁ ଧ୍ୟାନ ଦିଆଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ମହାନଦୀ ଆରତି ମାଧ୍ୟମରେ ପ୍ରକୃତି ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟର ନିର୍ଦ୍ଦେଶ ପାଇଁ ସ୍ୱତନ୍ତ୍ର ମହାନଦୀ ଆରତି ଘାଟ ନିର୍ମାଣ କରାଯାଇଛି।
୧୧. ପର୍ଯ୍ୟଟନ ଓ ଅର୍ଥନୀତି ବଢ଼ିବ
ସମଲେଇ ପ୍ରକଳ୍ପ ମାଧ୍ୟମରେ ସମ୍ୱଲପୁର ତଥା ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଠାରେ ନିର୍ମାଣ ହୋଇଥିବା ଭେଣ୍ଡିଙ୍ଗ ଜୋନ୍‌ରେ ମୋଟ ୮୨ଟି ଦୋକାନ ଗୃହର ନିର୍ମାଣ ହୋଇଛି। ତନ୍ମଧ୍ୟରୁ ୧୪ଟି ଦୋକାନ ଗୃହ ମନ୍ଦିରର ପୂଜକମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।
୧୨. ପାଣ୍ଡିଆନଙ୍କ ସମର୍ପଣ ଭାବ
ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସରର ଭବ୍ୟ ଓ ବିଶାଳ ରୂପାନ୍ତରଣ ଫାଇଭ-ଟି ମନ୍ତ୍ରର ସଫଳତା ଉଦାହରଣ। 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ମା’ ସମଲେଇଙ୍କ ପ୍ରତି ଭକ୍ତି , ସମର୍ପଣ ଓ ଶ୍ରଦ୍ଧା ରହି ଆସିଛି । ସେ ଲଗାତାର ଭାବେ ସମଲେଇ ପ୍ରକଳ୍ପର ମନିଟରିଂ କରି ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱପ୍ନର ପ୍ରକଳ୍ପକୁ ବାସ୍ତବିକତାର ରୂପ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମା’ ସମଲେଇଙ୍କ ପ୍ରତି ଥିବା ଅଗାଢ଼ ଭକ୍ତି ଓ ପଶ୍ଚିମ ଓଡ଼ିଶା ପ୍ରତି ଥିବା ଅଶେଷ ସ୍ନେହ ଓ ଶ୍ରଦ୍ଧା ଏବଂ ସମୃଦ୍ଧିର ସେନାପତି କାର୍ତ୍ତିକ ପାଣ୍ଡିଆନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ହିଁ ଏହି ପ୍ରକଳ୍ପ ସମ୍ଭବ ହୋଇପାରିଛି
ଚିରସ୍ରୋତସ୍ୱିନୀ ମହାନଦୀ ତଟରେ ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ସମ୍ବଲପୁର ସହର। ଶତାଧିକ ମନ୍ଦିରର ଅବସ୍ଥିତି ପାଇଁ ଏହି ସହରଟି ମନ୍ଦିରମାଳିନୀ ଏବଂ ହୀରା ବ୍ୟବସାୟୀ ପାଇଁ ପୂର୍ବଖ୍ୟାତ ହୀରକନଗରୀ ରୂୂପେ ମଧ୍ୟ ପରିଚିତ। ବିଶେଷକରି ସୁବିସ୍ତୃତ ନଦୀକୂଳରେ ବହୁ ଦେବାଦେବୀ ମନ୍ଦିର, ରାଜପ୍ରାସାଦ, ଗମ୍ବୁଜ ଏବଂ ପୂର୍ବତନ ଗଡ଼ଜାତ ରାଜା ଜମିଦାରଙ୍କ କୋଠା ଦୃଷ୍ଟିଗୋଚର ହୁଏ, ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ଆସ୍ଥାନ ସମ୍ବଲପୁର ସହରରେ।
ଶ୍ରୀମନ୍ଦିର ପରିସରରେ ମା’ ସମଲେଶ୍ୱରୀ ପୂଜିତା
ଚିରସ୍ରୋତସ୍ୱିନୀ ମହାନଦୀ ତଟରେ ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ସମ୍ବଲପୁର ସହର। ଶତାଧିକ ମନ୍ଦିରର ଅବସ୍ଥିତି ପାଇଁ ଏହି ସହରଟି ମନ୍ଦିରମାଳିନୀ ଏବଂ ହୀରା ବ୍ୟବସାୟୀ ପାଇଁ ପୂର୍ବଖ୍ୟାତ ହୀରକନଗରୀ ରୂୂପେ ମଧ୍ୟ ପରିଚିତ। ବିଶେଷକରି ସୁବିସ୍ତୃତ ନଦୀକୂଳରେ ବହୁ ଦେବାଦେବୀ ମନ୍ଦିର, ରାଜପ୍ରାସାଦ, ଗମ୍ବୁଜ ଏବଂ ପୂର୍ବତନ ଗଡ଼ଜାତ ରାଜା ଜମିଦାରଙ୍କ କୋଠା ଦୃଷ୍ଟିଗୋଚର ହୁଏ, ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ଆସ୍ଥାନ ସମ୍ବଲପୁର ସହରରେ। କିମ୍ବଦନ୍ତୀ କହେ, ପାଟଣାର ରାଜା ନରସିଂହ ଦେବଙ୍କ ସାନଭାଇ ବଳରାମ ଦେବଙ୍କୁ ଦେବୀ ନିଜେ ସ୍ୱପ୍ନାଦେଶ କରିଥିଲେ। ଦେବୀଙ୍କ ନିର୍ଦ୍ଦେଶ ଅନୁସାରେ, ମହାନଦୀର ପୂର୍ବତଟରେ ଥିବା ଶିମୁଳି ବୃକ୍ଷ ମୂଳରେ ମାଆଙ୍କୁ ପ୍ରତିଷ୍ଠା କରିଥିଲେ ରାଜା ବଳରାମ ଦେବ। ଶିମୁଳିକୁ ସମ୍ବଲପୁର ଅଳଞ୍ଚରେ ସେମେଲ କୁହାଯାଉଥିବା ହେତୁ ଦେବୀଙ୍କୁ ‘ସମଲେଇ’ ବା ‘ସମଲାଇ’ କୁହାଯାଉଥିବା ଅନୁମାନ କରାଯାଉଛି। ପରବର୍ତ୍ତୀ ସମୟରେ ଦେବୀ ସମଲେଶ୍ୱରୀ ଭାବେ ସମଗ୍ର ରାଜ୍ୟରେ ଖ୍ୟାତ। ତେବେ ଦେବୀଙ୍କୁ କେହି କେହି ସିଂହବାହିନୀ, ସୋମଲାଇ, ସୋମଲେଶ୍ୱରୀ ଆଦି ନାଁରେ ପୂଜା କରିଥାନ୍ତି। ଚୌହାଣ ରାଜମାନେ ଦେବୀ ସମଲେଶ୍ୱରୀଙ୍କୁ ତାଙ୍କ ଇଷ୍ଟଦେବୀ ଭାବେ ପୂଜା କରୁଥିବା ଜଣାଯାଏ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କୁ କ୍ଷତ୍ରିୟ ପୂଜକମାନେ ଭୁବନେଶ୍ୱରୀ ମନ୍ତ୍ରରେ ପୂଜାର୍ଚ୍ଚନା କରିଥାନ୍ତି। ମାଆଙ୍କ ଗମ୍ଭୀରା ମଧ୍ୟରେ ଚଣ୍ଡୀ, ଚାମୁଣ୍ଡା, ଭୁବନେଶ୍ୱରୀ, ଛତ୍ର ବାଉତି, ବେଢ଼ା କାନ୍ଥରେ ଦଶ ମହାବିଦ୍ୟା -ଉଗ୍ରତାରା, ଦୁର୍ଗା, ମଙ୍ଗଳା, ଜ୍ୱାଳାମୁଖୀ, ବନଦୁର୍ଗା, ବରାହୀ, ଛିନ୍ନମସ୍ତା, ମାତଙ୍ଗୀ, ରାମଚଣ୍ଡୀ ଓ ମାଆ କାଳୀ ପ୍ରମୁଖ ପୂଜିତ। ପୃଷ୍ଠ ଭାଗରେ ମନ୍ଦିର ପରିକ୍ରମାରେ ଦୁଇ କୋଣରେ ହନୁମାନ ଓ ଘାସିନୀ ଏବଂ ସମ୍ମୁଖ କୋଣରେ ବଞ୍ଜାରି ପୂଜା ପାଉଛନ୍ତି। ମାଆ ସମଲାଇଙ୍କ ମୁଖ୍ୟ ପାର୍ବଣ ମଧ୍ୟରେ ନୂଆଁଖାଇ, ମହାଳୟା ଓ ଶାରଦୀୟ ଦୁର୍ଗା ପୂଜା ମୁଖ୍ୟ। ତେବେ ଦୁର୍ଗାପୂଜାର ବିଶେଷତ୍ୱ ଟିକିଏ ଅଲଗା। ମହାଳୟା ଦିନ ଦେବୀଙ୍କ ଧବଳମୁଖୀ ବା ଗଙ୍ଗାଦର୍ଶନ ବେଶ ହୋଇଥାଏ। କେବଳ ଆଶ୍ୱିନ ମାସରେ ସମଲେଶ୍ୱରୀଙ୍କୁ ୧୧ଟି ବେଶ କରାଯାଇଥାଏ। ବାସନ୍ତୀକ ଦଶହରା ଅବସରରେ ନବରାତ୍ର ପୂଜା ବେଳେ ସମଲେଶ୍ୱରୀ ବଡ଼ସିଂହାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ପୁରୀ ଶ୍ରୀମନ୍ଦିର ପରିସରରେ ନବଗ୍ରହ ମନ୍ଦିର ପାର୍ଶ୍ବରେ ମାଆ ସମଲେଶ୍ୱରୀ ପୂଜିତା ।
ମହାନଦୀରେ ନିର୍ମାଣ ହେବ ରିଭର ଭିୟୁ ପଏଣ୍ଟ
ସମ୍ବଲପୁରର ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ପାଖ ମହାନଦୀରେ ରିଭର୍‌ ଭିୟୁ ପଏଣ୍ଟ ନିର୍ମାଣ ପ୍ରସ୍ତାବକୁ ଜଳସମ୍ପଦ ବିଭାଗ ମଞ୍ଜୁର କରିଛି। ଏହା ମନ୍ଦିର ପାରିପାର୍ଶ୍ୱିକ ବିକାଶ ପାଇଁ ପରିକଳ୍ପିତ ସମଲେଶ୍ୱରୀ ଟେମ୍ପୁଲ ଏରିଆ ମ୍ୟାନେଜମେଣ୍ଟ ଓ ଲୋକାଲ ଇକୋନୋମିକ୍‌ ଇନିସିଏଟିଭ୍‌ ସମଲେଇ ଯୋଜନାର ଅଂଶ ଭାବେ ନିର୍ମାଣ କରାଯାଇଛି। ରାଜ୍ୟ ସରକାର ସମଲେଇ ଯୋଜନା ପାଇଁ ଦୁଇଟି ପର୍ଯ୍ୟାୟରେ ୪ଶହ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ପୁରାତନ ଶକ୍ତିପୀଠର ଦର୍ଶନ ପାଇଁ ପ୍ରତିବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି। ପ୍ରସ୍ତାବିତ ରିଭର ଭିୟୁ ପଏଣ୍ଟ ଡେଭଲପ୍‌ମେଣ୍ଟ ପ୍ରକଳ୍ପ ୨୨ ଏକର ଜମିରେ କାର୍ଯ୍ୟକାରୀ ହୋଇଛି। ଏଥିରେ ଆର୍ଦ୍ର ଭୂମି ଉନ୍ନୟନ, ବର୍ଜ୍ୟ ଜଳ ପ୍ରକ୍ରିୟାକରଣ, ସୌନ୍ଦର୍ଯ୍ୟକରଣ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ସୁବିଧା ବିକଶିତ କରାଯାଇଛି। ଏହା ସହିତ ଏକ ଫୁଟ୍‌ ପାର୍କ, ପ୍ରତ୍ନତତ୍ତ୍ବପାର୍କ, ମୁକ୍ତାକାଶ ରଙ୍ଗମଞ୍ଚ, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହିତ ବିକ୍ରୟ ସୁବିଧା କରାଯାଇଛି। ପ୍ରକଳ୍ପକୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ କାର୍ଯ୍ୟକାରୀ କରିଛି। ମହାନଦୀ ଜଳସ୍ରୋତକୁ ପ୍ରଭାବିତ ନ କରି ରିଭର ଭିୟୁ ପଏଣ୍ଟ ଡେଭ୍‌ଲପମେଣ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସେହିଭଳି ସମଲେଇ ଯୋଜନାରେ ମନ୍ଦିର ପାରିପାର୍ଶ୍ୱିକ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୧୨ ଏକର ଜମି ଉପଯୋଗ କରାଯାଇଛି। ନଦୀକୂଳରେ ହେରିଟେଜ୍‌ କରିଡର ସହିତ ସାନ୍ଧ୍ୟ ଆଳତି ପାଇଁ ପ୍ଲାଟଫର୍ମ ରହିଛି। ମନ୍ଦିରରୁ ମହାନଦୀ ପର୍ଯ୍ୟନ୍ତ ଏବଂ ରେଲୱେ ଷ୍ଟେସନ୍‌ ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ନିର୍ମାଣ କରାଯାଇଛି।
୪୪ ଏକରର ଭବ୍ୟ ମନ୍ଦିର ପରିସର
ସମଲେଇ ପ୍ରକଳ୍ପର ପ୍ରାଥମିକ ଦିଗ ମଧ୍ୟରୁ ପ୍ରଥମଟି ହେଉଛି, ମନ୍ଦିର ପରିସରର ଭବ୍ୟ ରୂପାନ୍ତରଣ। ଏକ ସମୟରେ କେବଳ ୪ ଏକର ପରିସରରେ ରହିଥିଲା ମା’ଙ୍କ ମନ୍ଦିର। ‘୫-ଟି’ ରୂପାନ୍ତରଣ ପରେ ଆଜି ପ୍ରାୟ ୪୪ଏକରର ପରିବ୍ୟାପ୍ତ ଅଞ୍ଚଳରେ ଝଲସୁଛି ମାତା ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର। ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ ହୋଇଛି। ଏହା ମନ୍ଦିର ପରିସରକୁ ପ୍ରାକୃତିକ ଭାବରେ ସୁନ୍ଦର କରିପାରିଛି। ପ୍ରତ୍ୟେକଟି ନୂତନ ନିର୍ମାଣ ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ ହୋଇଛି। ଏହି ପଥର ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ପ୍ରତୀକ ଭାବେ ବିଭିନ୍ନ କାରୁକାର୍ଯ୍ୟରେ ଶୋଭା ପାଉଛି। ପଶ୍ଚିମ ଓଡ଼ିଶାର ସମ୍ୱଲପୁରୀ କଳାକୃତିକୁ ମନ୍ଦିର ପରିସରରେ ବିଶେଷ ରୂପେ ଧ୍ୟାନ ଦିଆଯାଇଛି। ଏହି ପରିସରରେ ହୋଇଥିବା ପ୍ରତିଟି ନିର୍ମାଣରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଭବ୍ୟ ରୂପାନ୍ତରଣରେ ନିର୍ମିତ ହୋଇଥିବା ପ୍ରବେଶ ଦ୍ୱାର, ମନ୍ଦିର କାର୍ଯ୍ୟାଳୟ, ପୂଜକ ବିଶ୍ରାମାଳୟ, ଭେଣ୍ଡିଂ ଜୋନ୍‌, ଜୋତା ଷ୍ଟାଣ୍ଡ ଆଦିକୁ ମନ୍ଦିର ନିର୍ମାଣ ଶୈଳୀ ସହ ସମାନ୍ତରାଳ ଭାବେ ଐତିହ୍ୟପୂର୍ଣ୍ଣ ଢଙ୍ଗରେ ନିର୍ମାଣ କରାଯାଇଛି।
ପର୍ଯ୍ୟଟନ ଓ ଅର୍ଥନୀତି ବଢ଼ିବ
ସମଲେଇ ପ୍ରକଳ୍ପ ମାଧ୍ୟମରେ ସମ୍ୱଲପୁର ତଥା ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଠାରେ ନିର୍ମାଣ ହୋଇଥିବା ଭେଣ୍ଡିଙ୍ଗ ଜୋନ୍‌ରେ ମୋଟ ୮୨ଟି ଦୋକାନ ଗୃହର ନିର୍ମାଣ ହୋଇଛି। ତନ୍ମଧ୍ୟରୁ ୧୪ଟି ଦୋକାନ ଗୃହ ମନ୍ଦିରର ପୂଜକମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।
ସମ୍ୱଲପୁରୀ ବାନ୍ଧକଳାର ଲାଇଭ୍‌ ଡେମୋନ୍‌ଷ୍ଟ୍ରେସନ୍‌
କ୍ୟାଫେଟେରିଆ ପରିଚାଳନା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ନାରୀ ସଶକ୍ତିକରଣର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରାଯାଇଛି। ସମ୍ୱଲପୁରୀ ବାନ୍ଧକଳାକୁ ଏଠାରେ ଅଗ୍ରାଧିକାର ଦିଆଯାଇଛି। ଦେଶବିଦେଶରୁ ଆସୁଥିବା ମା’ଙ୍କ ଭକ୍ତମାନେ ସମ୍ୱଲପୁରୀ ବାନ୍ଧକଳାର ସ୍ୱତନ୍ତ୍ର ସଂସ୍କରଣର ସାମଗ୍ରୀ ପାଇପାରିବେ। ଏହାଦ୍ୱାରା ସାରା ବିଶ୍ୱରେ ସମ୍ୱଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ। ଏଠାରେ ମଧ୍ୟ ସମ୍ୱଲପୁରୀ ବାନ୍ଧକଳାର ଲାଇଭ ଡେମୋନଷ୍ଟ୍ରେସନ୍‌ର ବ୍ୟବସ୍ଥା କରାଯାଇଛି।
ସ୍ଥାନୀୟ ଅଧିବାସୀଙ୍କ ପାଇଁ ଆର୍ଥିକ ବିକାଶର ସୁଯୋଗ
ସମଲେଇ ପ୍ରକଳ୍ପର ଅନ୍ୟତମ ଗୁରୁତ୍ୱପୂର୍ଣ ଦିଗ ହେଉଛି ମନ୍ଦିର ଚତୁଃପାର୍ଶ୍ୱରେ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ ଓ ସ୍ଥାନୀୟ ଅଧିବାସୀଙ୍କ ଆର୍ଥିକ ବିକାଶ ଲାଗି ସୁଯୋଗ ସୃଷ୍ଟି କରିବା। ଏହି ସମଲେଇ ପ୍ରକଳ୍ପର ଲୋକାର୍ପଣ ପରେ ଦେଶର କୋଣଅନୁକୋଣରୁ ମା’ଙ୍କ ଭକ୍ତଙ୍କ ସମାଗମ ହେବ। ଏଥିରୁ ସମ୍ୱଲପୁରର ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବେ ଲାଭାନ୍ୱିତ ହୋଇପାରିବ। ସ୍ଥାନୀୟ ଅଧିବାସୀଙ୍କ ପାଇଁ ଆର୍ଥିକ ବିକାଶର ବହୁତ ସୁଯୋଗ ସୃଷ୍ଟି ହେବ। ଏହା ସମଗ୍ର ଅଞ୍ଚଳର ବିକାଶ ଲାଗି ବାଟ ଫିଟାଇବ।
‘୫-ଟି’ ମନ୍ତ୍ରର ଅନନ୍ୟ ଉଦାହରଣ
ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସରର ଭବ୍ୟ ଓ ବିଶାଳ ରୂପାନ୍ତରଣ ‘୫-ଟି’ ମନ୍ତ୍ରର ସଫଳତାର ଅନନ୍ୟ ଉଦାହରଣ। ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ମା’ ସମଲେଇଙ୍କ ପ୍ରତି ଭକ୍ତି , ସମର୍ପଣ ଓ ଶ୍ରଦ୍ଧା ରହି ଆସିଛି। ସେ ଲଗାତାର ଭାବେ ଏହି ସମଲେଇ ପ୍ରକଳ୍ପର ମନିଟରିଂ କରି ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱପ୍ନର ପ୍ରକଳ୍ପକୁ ବାସ୍ତବିକତାର ରୂପ ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମା’ ସମଲେଇଙ୍କ ପ୍ରତି ଥିବା ଅଗାଢ଼ ଭକ୍ତି ଓ ପଶ୍ଚିମ ଓଡ଼ିଶା ପ୍ରତି ଥିବା ଅଶେଷ ସ୍ନେହ ଓ ଶ୍ରଦ୍ଧା ଏବଂ ସମୃଦ୍ଧିର ସେନାପତି କାର୍ତ୍ତିକ ପାଣ୍ଡିଆନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ହିଁ ଏହି ପ୍ରକଳ୍ପ ସମ୍ଭବ ହୋଇପାରିଛି ବୋଲି ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍ତି।
ଦିବ୍ୟ ଅନୁଭବ ପ୍ରାପ୍ତିକୁ ଗୁରୁତ୍ବ
ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଆସିଲେ ଯେଉଁଭଳି ଭାବେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଦିବ୍ୟ ଅନୁଭବ ପ୍ରାପ୍ତ କରିପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଯେଉଁଭଳି ଭାବେ ଭକ୍ତମାନଙ୍କର କୌଣସି ଅସୁବିଧା ନହୁଏ, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଧାଡ଼ିରେ ଛିଡ଼ା ହେବା ପାଇଁ ଉପଯୁକ୍ତ ଛାୟାଯୁକ୍ତ ସ୍ଥାନ, ଧାଡ଼ି ପାଇଁ ଉପଯୁକ୍ତ ରେଲିଂ, ଜୋତା ଷ୍ଟାଣ୍ଡ, ପାନୀୟ ଜଳ, ଶୌଚାଳୟ, ପାର୍କିଂ ସ୍ଥଳ ଆଦିର ନିର୍ମାଣ ହୋଇଛି। ମନ୍ଦିର ନିକଟରେ ରହିଥିବା ପୋଖରୀର ଜୀର୍ଣ୍ଣୋଧାର କରାଯାଇ ମା’ଙ୍କ ଭକ୍ତିର ଛାପ ଦିଆଯାଇଛି। ନିର୍ମିତ ହୋଇଥିବା ୱାଚ୍‌ ଟାୱାର୍‌ରୁ ଭକ୍ତ ଶ୍ରଦ୍ଧାଳୁମାନେ ଏହି ସମସ୍ତ ଅଭିନବ ଦୃଶ୍ୟକୁ ଉପଭୋଗ କରିପାରିବେ। ମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ପାର୍କିଂ ସ୍ଥଳରୁ ମା’ଙ୍କ ଦର୍ଶନ ପାଇଁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଟେରୀ ଚାଳିତ ଯାନର ବ୍ୟବସ୍ଥା କରାଯାଇଛି। ମା’ଙ୍କର ନବରାତ୍ର ପୂଜା, ଅଖଣ୍ଡ ଦୀପ ସମ୍ପାଦନ ଓ ସ୍ୱତନ୍ତ୍ର ଶ୍ରେଣୀୟ ପର୍ବ ପାଇଁ ଧ୍ୟାନ ଦିଆଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ମହାନଦୀ ଆରତି ମାଧ୍ୟମରେ ପ୍ରକୃତି ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟର ନିର୍ଦ୍ଦେଶ ପାଇଁ ସ୍ୱତନ୍ତ୍ର ମହାନଦୀ ଆରତି ଘାଟ ନିର୍ମାଣ କରାଯାଇଛି।
ରୂପାନ୍ତରଣର ଶ୍ରେଷ୍ଠ ପ୍ରତୀକ: ସମଲେଇ ପ୍ରକଳ୍ପ
ଜଗଜ୍ଜନନୀ ଶ୍ରଦ୍ଧାସ୍ୱରୂପିଣୀ ପରମ ଆରାଧ୍ୟା ମା’ ସମଲେଶ୍ୱରୀ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଦେବୀ ଆରାଧନାର ସାଂସ୍କୃତିକ ଓ ଆଧ୍ୟତ୍ମିକ ଚେତନାର କେନ୍ଦ୍ରବିନ୍ଦୁ। ସମ୍ୱଲପୁରସ୍ଥିତ ମାତା ସମଲେଶ୍ୱରୀଙ୍କ ଐତିହାସିକ ମନ୍ଦିରର ରୂପାନ୍ତରଣ ସେହି ଚେତନାର ଏକ ପ୍ରତିଫଳନ। ପଶ୍ଚିମ ଓଡ଼ିଶାବାସୀଙ୍କ ସେହି ଭାବନାକୁ ସାଦର ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେହି ଐତିହାସିକ ନିଷ୍ପତ୍ତି କ୍ରମେ ୨୦୨୧ରୁ ଆରମ୍ଭ ହୋଇଥିବା ସମଲେଇ ପ୍ରକଳ୍ପ ଯାହା ଏବେ ଲୋକାର୍ପଣ ଅପେକ୍ଷାରେ। ମା’ଙ୍କ ପ୍ରତି ଭକ୍ତି ଓ ତାଙ୍କ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ୫-ଟି ରୂପାନ୍ତରଣ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିବା ସମଲେଇ ପ୍ରକଳ୍ପରେ ଭକ୍ତମାନଙ୍କର ଅବଶ୍ୟକତା ପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପ୍ରକଳ୍ପ ଆରମ୍ଭରୁ ହିଁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଲଗାତାର ଭାବେ ଏଠାକୁ ଗସ୍ତ କରି ରୂପାନ୍ତରଣ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରାଇ ଆସିଛନ୍ତି।
୨୭ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ, ପ୍ରଣବ ଓ ମାନସଙ୍କ କ୍ଷେତ୍ର ଅନୁଧ୍ୟାନ
ସମ୍ବଲପୁର: ସମ୍ବଲପୁର ସମଲେଇ ମନ୍ଦିର ରୁପାନ୍ତରଣ ପ୍ରକଳ୍ପ ଜାନୁଆରୀ ୨୭ ତାରିଖରେ ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ମନ୍ଦିର ଆସି ପୂଜାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରମୁଖ ପ୍ରାରମ୍ଭିକ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି। ଏହି ଆଲୋଚନାରେ ବିଧାୟକ ସୁଶାନ୍ତ ସିଂହ, ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ ବାବୁ ଓ ବିଜେଡି ରେଙ୍ଗାଳି ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ ଉପସ୍ଥିତ ଥିଲେ। ସମଲେଇ ଲୋକାର୍ପଣ ପ୍ରକଳ୍ପରେ ଶ୍ରଦ୍ଧାଳୁମାନେ କିପରି ଆସିବେ, ସେମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ଆଦି ବିଭିନ୍ନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି।
ଅନ୍ୟପଟେ ସର୍କିଟ ହାଉସରେ ପ୍ରଣବପ୍ରକାଶ ଓ ମାନସ ଦଳର ବିଭିନ୍ନ ନେତା ଓ କର୍ମୀଙ୍କ ସହ ମଧ୍ୟ ଅନ୍ୟ ଏକ ବୈଠକରେ ସାଙ୍ଗଠନିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଜିଲ୍ଳାର ରେଙ୍ଗାଲି, କୁଚିଣ୍ଡା, ରେଢାଖୋଲ ଓ ସମ୍ବଲପୁର ୪ ବିଧାନସଭାର ନେତାମାନଙ୍କ ସହ ପୃଥକ୍‌ ପୃଥକ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ସେମାନଙ୍କ ସମସ୍ୟା ଦୂର କରିବାକୁ ପରାମର୍ଶ ଦେଇଛନ୍ତି ।
ମହାପ୍ରଭୁ ଲିଙ୍ଗରାଜ ଓ ମୁଖ୍ୟମନ୍ତ୍ରୀଙ୍କୁ ମା’ ସମଲେଶ୍ବରୀଙ୍କ ନିମନ୍ତ୍ରଣ
ଭୁବନେଶ୍ବର: ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପରେ ମାସ ଶେଷ ବେଳକୁ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଏଥିପାଇଁ ଏକାମ୍ର କ୍ଷେତ୍ରରେ ପହଞ୍ଚିଛି ମା’ ସମଲେଶ୍ବରୀଙ୍କ ନିମନ୍ତ୍ରଣ ପତ୍ର । ମହାପ୍ରଭୁ ଲିଙ୍ଗରାଜ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମା’ ସମଲେଶ୍ବରୀଙ୍କ ପ୍ରତିନିଧି ଦେଇଛନ୍ତି ନିମନ୍ତ୍ରଣ ପତ୍ର।
ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କ ନେତୃତ୍ବରେ ମନ୍ଦିରର ପୂଜକ, ସମ୍ବଲପୁର ଏଡିଏମ୍, ସମ୍ବଲପୁର ମ୍ୟୁନିସିପାଲଟି କମିଶନଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ ଭୁବନେଶ୍ବର ପହଞ୍ଚି ଲିଙ୍ଗରାଜ ମନ୍ଦିରରେ ନିମନ୍ତ୍ରଣ ପତ୍ର ଦେଇଛନ୍ତି। ପ୍ରଭୁ ଲିଙ୍ଗରାଜଙ୍କୁ ନିଉତା ଦେବା ପରେ ଟିମ୍ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି।
ସୂଚନାଯୋଗ୍ୟ ସମଲେଇ ଲୋକର୍ପଣ ଉତ୍ସବରେ ଯୋଗ ଦେବାକୁ ଲିଙ୍ଗରାଜଙ୍କୁ ଦେବ ନିମନ୍ତ୍ରଣ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବାକୁ ଭୁବନେଶ୍ବର ଆସିଛନ୍ତି ଏକ ପ୍ରତିନିଧି ଦଳ। ପ୍ରତିନିଧି ମଣ୍ଡଳୀ ମା’ ସମଲେଶ୍ବରୀ ମନ୍ଦିରରୁ ବାହାରି ସମ୍ବଲପୁରର ମା’ ପାଟଣେଶ୍ବରୀ, ମା’ ଦଶମତି, ମା’ ବାଟମଙ୍ଗଳା, ବାବା ସୋମନାଥ, ପୁରୀ ଶ୍ରୀମନ୍ଦିର ଯାଇ ପ୍ରଥମେ ନିମନ୍ତ୍ରଣ କରିଛନ୍ତି । ସମ୍ବଲପୁରର ବିଭିନ୍ନ ମନ୍ଦିରରେ ନିମନ୍ତ୍ରଣ ଦେଇ ସାରିବା ପରେ ଭୁବନେଶ୍ବର ଆସି ଲିଙ୍ଗରାଜ ଓ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ନିମନ୍ତ୍ରଣ ପତ୍ର।
ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆଜିଠୁ ଦେବ ନିମନ୍ତ୍ରଣ ଆରମ୍ଭ
ସମ୍ବଲପୁର: ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆଜିଠୁ ଦେବ ନିମନ୍ତ୍ରଣ ଆରମ୍ଭ ହୋଇଛି । ମା’ ସମଲେଶ୍ବରୀଙ୍କ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଚଳିତ ମାସ ଶେଷ ବେଳକୁ ଥିବାବେଳେ ନିମନ୍ତ୍ରଣ ପତ୍ର ବଣ୍ଟାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୬ଟାରେ ମା’ଙ୍କ ପାଖରେ ପୂଜାର୍ଚ୍ଚନା ପରେ ଲୋକାପଣ ଉତ୍ସବ ପାଇଁ ଦେବ ନିମନ୍ତ୍ରଣ ପର୍ବ ଆରମ୍ଭ ହୋଇଛି । ପ୍ରଥମେ ମା ପଟନେଶ୍ୱରୀ, ମା ଦଶମତି, ମା ବାଟ ମଙ୍ଗଳା ଓ ବାବା ସୋମନାଥଙ୍କୁ ନିମନ୍ତ୍ରଣ କରାଯିବ । ପରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବାପାଇଁ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀ ମା’ ସମଲେଶ୍ବରି ମନ୍ଦିରରୁ ବାହାରିଥିବାବେଳେ ସମ୍ବଲପୁରର ମା ପାଟଣେଶ୍ବରୀ, ମା’ ଦଶମତି, ମା’ ବାଟମଙ୍ଗଳା ଓ ବାବା ସୋମନାଥ, ପୁରୀ ଶ୍ରୀ ମନ୍ଦିର ଯାଇ ପ୍ରଥମେ ନିମନ୍ତ୍ରଣ ଦେବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରର ବିଭିନ୍ନ ମନ୍ଦିରରେ ନିମନ୍ତ୍ରଣ ଦେଇ ସାରିଲା ଉକ୍ତ ଉକ୍ତ ମଣ୍ଡଳି ଭୁବନେଶ୍ବର ଯାଇ ମୂଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବାର କାର୍ଯ୍ୟକ୍ରମ ରହିଛି । ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁଙ୍କ ନେତୃତ୍ବରେ ମନ୍ଦିରର ପୂଜକ, ସମ୍ବଲପୁର ଏ.ଡି.ଏମ୍ ପ୍ରଦୀପ ସାହୁ, ସମ୍ବଲପୁର ମ୍ଯନିସିପାଲଟି କମିଶନଙ୍କ ସହ ଆନେକ ପ୍ରଶାସନିକ ଅଧିକାରୀ ଆଜି ଦେବ ନିମନ୍ତ୍ରଣରେ ବାହାରିଛନ୍ତି ।