shree mandira parikrama project - The Sakala

ବଡ଼ ଛତା ମଠ, ବୈଷ୍ଣବାଗ୍ନି ସଂରକ୍ଷଣ ଓ ପଦ୍ମବେଶ
ରାଜଗୁରୁଙ୍କ ପ୍ରସ୍ତାବ ଅନୁସାରେ ବୈଷ୍ଣବାଗ୍ନି ସଂରକ୍ଷକ ନିଯୁକ୍ତି ପାଇଁ ରାଜାଙ୍କ ତରଫରୁ ଘୋଷଣାନାମା ପ୍ରକାଶ ପାଇଲା। କିନ୍ତୁ ସେଥିରେ ଏକ କଠିନ ସର୍ତ୍ତ ରଖା ଯାଇଥିଲା- ଯେଉଁ ନୈଷ୍ଟିକ ବ୍ରାହ୍ମଣ ବା ସନ୍ନ୍ୟାସୀ ତିନି ଦିନ ଓ ତିନି ରାତି ପର୍ଯ୍ୟନ୍ତ ନିଜ ହାତ ପାପୁଲିରେ ବୈଷ୍ଣବାଗ୍ନି ଜ୍ୱଳନ୍ତ ଅବସ୍ଥାରେ ରଖିପାରିବେ, ତାଙ୍କୁ ସଂରକ୍ଷକ ରୂପେ ନିଯୁକ୍ତ କରାଯିବ।

ମହାରାଜା ତୃତୀୟ ଅନଙ୍ଗଭୀମ ଦେବ ଶ୍ରୀମନ୍ଦିରର ପୂଜା ବିଧି ଓ ପରିଚାଳନାରେ ଅନେକ ସଂସ୍କାର ଆଣିଥିଲେ। ମହାପ୍ରଭୁଙ୍କୁ ଲାଗି ହେଉଥିବା ପ୍ରସାଦର ପରିମାଣ ଓ ପ୍ରକାର ଭେଦର ବୃଦ୍ଧି ତା’ ଭିତରୁ ଗୋଟିଏ ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ ଥିଲା। ସେ ବିଷୟରେ ବିସ୍ତୃତ ଆଲୋଚନା କରିବାପାଇଁ ସମ୍ପୃକ୍ତ ସେବକମାନଙ୍କର ଏକ ବୈଠକ ଡକାଗଲା। ଅନେକ ବିଶିଷ୍ଟ ଭକ୍ତ ଓ ବିଦ୍ୱାନ ବ୍ରାହ୍ମଣ ପଣ୍ଡିତମାନେ ସେ ସଭାରେ ନିମନ୍ତ୍ରିତ ହୋଇ ଯୋଗ ଦେଇଥିଲେ।

ଆଲୋଚନା ସମୟରେ ଜଣେ ସୁଆର ସେବକ ରୋଷ ଘରର ଏକ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ପାଇଁ ମହାରାଜାଙ୍କୁ ଅନୁରୋଧ କଲେ – ‘ମଣିମା, ମହାପ୍ରଭୁଙ୍କର ପ୍ରସାଦ ବୈଷ୍ଣବାଗ୍ନିରେ ପାକ ହେବା ବିଧି। କିନ୍ତୁ ସବୁଦିନ ରୋଷ ପାଇଁ ବୈଷ୍ଣବାଗ୍ନି ସୃଷ୍ଟି କରିବା ସମୟ ଓ ଶ୍ରମସାପେକ୍ଷ। ଦିନେଦିନେ ତା’ ପାଇଁ ଏତେ ସମୟ ଦେବାକୁ ପଡୁଛି ଯେ ପରବର୍ତ୍ତୀ କାର୍ଯ୍ୟକ୍ରମ ଅଯଥା ବିଳମ୍ୱିତ ହେଉଛି। ତେଣୁ ବୈଷ୍ଣବାଗ୍ନିକୁ କୌଣସି ଉପାୟରେ ସଂରକ୍ଷଣ କରି ରଖିଲେ, ଏ ସମସ୍ୟା ରହନ୍ତା ନାହିଁ।’ ଏହା ଶୁଣି ଅନ୍ୟ ସୁଆରମାନେ ଠିଆ ହୋଇ ଏ ପ୍ରସ୍ତାବର ଦୃଢ଼ ସମର୍ଥନ କଲେ ଏବଂ ତା’ର ତୁରନ୍ତ କାର୍ଯ୍ୟକାରିତା ପାଇଁ ଅନୁରୋଧ କଲେ।

ପଣ୍ଡିତମାନଙ୍କ ସହ ବିଚାରବିମର୍ଶ ପରେ ବୈଷ୍ଣବାଗ୍ନି ସଂରକ୍ଷଣ କରି ରଖାଯିବ ବୋଲି ନିଷ୍ପତ୍ତି ହେଲା। କିନ୍ତୁ ସଂରକ୍ଷଣ ଦାୟିତ୍ୱରେ କିଏ ରହିବ ବୋଲି ଆଲୋଚନା ଚାଲିଥିବା ବେଳେ କେହି ଜଣେ ରୋଷ ପାଇକ ଭିତରୁ ଜଣକୁ ଏ ଦାୟିତ୍ୱ ଦେବା ପାଇଁ କହିବାରୁ ରାଜଗୁରୁ କହିଲେ- ‘ବୈଷ୍ଣବାଗ୍ନି ସଂରକ୍ଷଣ ଦାୟିତ୍ୱରେ ରହିବା ବ୍ୟକ୍ତି ଅଗ୍ନିଦେବଙ୍କର ନିୟମିତ ଦୈନିକ ପୂଜା କରିବାର ଆବଶ୍ୟକତା ଅଛି। ତେଣୁ ଜଣେ ନୈଷ୍ଟିକ ବ୍ରାହ୍ମଣ ବା ସନ୍ନ୍ୟାସୀଙ୍କୁ ଏ ଦାୟିତ୍ୱ ଦେବା ଠିକ ହେବ।

ରାଜଗୁରୁଙ୍କ ପ୍ରସ୍ତାବ ଅନୁସାରେ ବୈଷ୍ଣବାଗ୍ନି ସଂରକ୍ଷକ ନିଯୁକ୍ତି ପାଇଁ ରାଜାଙ୍କ ତରଫରୁ ଘୋଷଣାନାମା ପ୍ରକାଶ ପାଇଲା। କିନ୍ତୁ ସେଥିରେ ଏକ କଠିନ ସର୍ତ୍ତ ରଖା ଯାଇଥିଲା- ଯେଉଁ ନୈଷ୍ଟିକ ବ୍ରାହ୍ମଣ ବା ସନ୍ନ୍ୟାସୀ ତିନି ଦିନ ଓ ତିନି ରାତି ପର୍ଯ୍ୟନ୍ତ ନିଜ ହାତ ପାପୁଲିରେ ବୈଷ୍ଣବାଗ୍ନି ଜ୍ୱଳନ୍ତ ଅବସ୍ଥାରେ ରଖିପାରିବେ, ତାଙ୍କୁ ସଂରକ୍ଷକ ରୂପେ ନିଯୁକ୍ତ କରାଯିବ। ଏହି ପ୍ରକାରର ସର୍ତ୍ତ ପୂରଣ କରିବାର କ୍ଷମତା କ୍ଷେତ୍ରବାସୀ ବ୍ରାହ୍ମଣ ସନ୍ୟାସୀମାନଙ୍କ ପାଖରେ ନ ଥିଲା। ଅଳ୍ପ କେତେଜଣ ଦୁଃସାହସ କରି ପରୀକ୍ଷାର ସମ୍ମୁୁଖୀନ ହେବାକୁ ଆସିଥିଲେ ମଧ୍ୟ ସମସ୍ତେ ଅଳ୍ପ ସମୟପରେ ପୋଡ଼ା ହାତ ନେଇ ବିଦା ହୋଇଗଲେ।

ଏହି ଘଟଣାର କିଛିଦିନ ପୂର୍ବରୁ ରଘୁବର ଦାସ ନାମକ ଜଣେ ପରମ ବୈଷ୍ଣବ ସନ୍ନ୍ୟାସୀ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଥିଲେ। ସେ ଥିଲେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ। ସେ ସାରା ଭାରତରେ ବିଭିନ୍ନ ତୀର୍ଥକ୍ଷେତ୍ର ଭ୍ରମଣ କରୁଥିବା ବେଳେ ଶୁଣିବାକୁ ପାଇଥିଲେ ଯେ ଅବତାରୀ ପରଂବ୍ରହ୍ମ ଜଗନ୍ନାଥ ପୁରୁଷୋତ୍ତମ କ୍ଷେତ୍ରରେ ଦାରୁ ସ୍ୱରୂପରେ ବିରାଜମାନ କରୁଛନ୍ତି। ତାହା ଶୁଣି ସେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସି ତାଙ୍କ ପ୍ରେମରେ ଏପରି ପଡ଼ିଗଲେ ଯେ କ୍ଷେତ୍ରବାସୀ ହୋଇ ରହିଗଲେ। ସିଂହଦ୍ୱାର ସମ୍ମୁଖରେ ତାଳପତ୍ରର ଏକ ବଡ଼ ଛତା ପୋତି ତା’ ତଳେ ରହିବାକୁ ଲାଗିଲେ ଓ ନିଜର ପୂରା ସମୟ ମହାପ୍ରଭୁଙ୍କ ଦର୍ଶନ, ଧ୍ୟାନ, ଧାରଣା ଓ କୀର୍ତ୍ତନରେ ବିତାଇ ଦେଲେ। ସେ ଯେତେବେଳେ ମହାପ୍ରଭୁଙ୍କ ବୈଷ୍ଣବାଗ୍ନି ସଂରକ୍ଷଣ ପାଇଁ ରାଜାଙ୍କ ଘୋଷଣା ଶୁଣିଲେ, ଜଗନ୍ନାଥଙ୍କର ସେ ପବିତ୍ର ସେବା କରିବା ପାଇଁ ତାଙ୍କ ମନରେ ଅଭିଳାଷ ଜାଗିଲା। ସେ ମହାପ୍ରଭୁଙ୍କୁୁ ନିଉଛାଳି ହୋଇ ତାଙ୍କୁ ଏ ସେବା ପାଇବାରେ ସହାୟକ ହେବା ପାଇଁ ପ୍ରାର୍ଥନା କଲେ। ତା’ ପରେ ପରୀକ୍ଷା ଦେବା ପାଇଁ ରାଜାଙ୍କ ସମ୍ମୁଖରେ ହାଜର ହୋଇଗଲେ। ପାରିଷଦମାନଙ୍କ ଉପସ୍ଥିତିରେ ଜଣେ ଅଙ୍ଗାରୁଆ ନାୟକ ଗୋଟିଏ କୁଡୁଆରେ ଜଳୁଥିବା ବୈଷ୍ଣବାଗ୍ନି ଆଣି ରଘୁବର ଦାସଙ୍କ ଦୁଇ ହାତ ଆଞ୍ଜୁଳାରେ ଢାଳିଦେଲେ। ରଘୁବର ତିନିଦିନ ତିନିରାତି ସେ ଅଗ୍ନିକୁ ଧରି ରଖିଲେ ମଧ୍ୟ ତାଙ୍କର କିଛି କ୍ଷତି ହେଲା ନାହିଁ। ରାଜାଙ୍କ ସହ ସେଠାରେ ଉପସ୍ଥିତ ସମସ୍ତେ ସନ୍ନ୍ୟାସୀଙ୍କର ଜୟଜୟକାର କଲେ।

ରଘୁବର ଛତା ପୋତି ରହୁଥିବା ଯାଗାରେ ରାଜା ଏକ ମଠ ନିର୍ମାଣ କରାଇ ତାଙ୍କୁ ସେ ମଠର ପ୍ରଥମ ମହନ୍ତରୂପେ ନିଯୁକ୍ତ କଲେ। ମହନ୍ତ ମହାରାଜ ସେହି ମଠରେ ବୈଷ୍ଣବାଗ୍ନିଙ୍କୁ ସଂରକ୍ଷଣ କରି ରଖିଲେ। ଆଜି ପର୍ଯ୍ୟନ୍ତ ପରମ୍ପରାକ୍ରମେ ସେ ଅଗ୍ନିକୁ ମଠର ମହନ୍ତମାନେ ପ୍ରଜ୍ୱଳିତ କରି ରଖିଛନ୍ତି।

ରଘୁବର ଦାସ ମହାପ୍ରଭୁଙ୍କର ପରମଭକ୍ତ ଥିଲେ। କିନ୍ତୁ ମହାପ୍ରଭୁଙ୍କର ରୋଷ ପାଇଁ ବୈଷ୍ଣବାଗ୍ନିର ସଂରକ୍ଷଣ ସେବା ପାଇବା ପରେ ପ୍ରଭୁଙ୍କ ପ୍ରତି ତାଙ୍କର ସମର୍ପଣ ଭାବ ବହୁଗୁଣରେ ବଢ଼଼ିଗଲା। ମହାପ୍ରଭୁ କେଉଁ ନୂଆ ବେଶ ହେଲେ ଅଧିକ ସୁନ୍ଦର ଦିଶିବେ, କେଉଁ ପ୍ରସାଦ ସମର୍ପଣ କଲେ ପ୍ରଭୁ ଅଧିକ ତୃପ୍ତ ହେବେ – ଏହିପରି ଚିନ୍ତା ତାଙ୍କୁୁ ଦିନରାତି ଘାରୁଥିଲା।

ଥରେ ରଘୁବର ସୋଲ ଓ ଶୁଖିଲା କଦଳୀ ପତ୍ରରେ ତିନୋଟି ମୁଖପଦ୍ମ ତିଆରି କଲେ। ସେଗୁଡ଼ିକୁ ରଙ୍ଗ କରି ଦେବା ପରେ ସେଗୁଡ଼ିକ ସଜଫୁଟା ପଦ୍ମଫୁଲ ପରି ଦେଖାଗଲେ। ତା’ ପରେ ବୈଷ୍ଣବାଗ୍ନିରେ ନିଜେ ଯତ୍ନର ସହ କ୍ଷୀରିପ୍ରସାଦ ପ୍ରସ୍ତୁତ କଲେ। ସନ୍ଧ୍ୟା ସମୟରେ ସେ ସବୁକୁ ଧରି ଶ୍ରୀମନ୍ଦିରରେ ପହଞ୍ଚିଲେ ଓ ମହାପ୍ରଭଙ୍କୁୁ ଲାଗି କରିବା ପାଇଁ ସେବକମାନଙ୍କୁ ଅନୁରୋଧ କଲେ। କିନ୍ତୁ ସେବକମାନେ ସୋଲ ଓ କଦଳୀ ପଟୁକାର ପଦ୍ମ ଓ ବାହାରେ ପ୍ରସ୍ତୁତ ହୋଇଥିବା ପ୍ରସାଦ ମହାପ୍ରଭୁଙ୍କୁ ସମର୍ପଣ ହେବାର ପରମ୍ପରା ନାହିଁ ବୋଲି କହି ସେ ସବୁକୁ ଫେରେଇ ଦେଲେ। ଏହା ଦେଖି ରଘୁବର ଦୁଃଖରେ ଭାଙ୍ଗିପଡ଼ିଲେ। ମୁଖପଦ୍ମ ଓ କ୍ଷୀରି ପ୍ରସାଦ ନେଇ ମଠକୁ ଚାଲିଗଲେ ଓ ଅଶ୍ରୁଳ ନୟନରେ ମହାପ୍ରଭୁଙ୍କୁ ଧ୍ୟାନ କରି ବସିଲେ। ସେ ପଟେ ସେ ଦିନ ମହାପ୍ରଭୁଙ୍କର ବଡ଼ସିଂହାର ବେଶ ହୋଇ ପାରିଲା ନାହିଁ। ଟୋପର ଉପରେ ଶିରୀ କପଡ଼ା ପକାଇବା ମାତ୍ରେ ଟୋପର ଖସି ପଡ଼ିଲା। ଯେତେଥର ସେବକମାନେ ବେଶ କରାଇବା ପାଇଁ ଚେଷ୍ଟା କଲେ, ସେତେଥର ବିଫଳ ହେଲେ। ବଡ଼ସିଂହାର ବେଶ ହୋଇ ନ ପାରିବାରୁ ବଡ଼ସିଂହାର ଧୂପ ହୋଇ ପାରିଲା ନାହିଁ। ଯେଉଁମାନେ ବଡ଼ସିଂହାର ଧୂପ ପାଇଁ ଅପେକ୍ଷା କରିଥିଲେ, ସେମାନେ ନିରାଶ ହେଲେ। ପୁରୁଖା ସେବକମାନେ କହିଲେ ଯେ ନୀତିରେ ତ୍ରୁଟି ଦେଖାଦେଲେ ମହାପ୍ରଭୁ ଏପ୍ରକାର ସଙ୍କେତ ଦିଅନ୍ତି।

ଏତେସବୁ ବ୍ୟତିକ୍ରମ ପରେ ସେବକମାନେ ମହାପ୍ରଭୁଙ୍କ ପାଖରେ ଅଧିଆ ପଡ଼ିଲେ। ଠାକୁର ତଳୁଛ ମହାପାତ୍ରଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ – ‘ମହାପାତ୍ରେ, ମୁଁ ଭକ୍ତବତ୍ସଳ। ମୋ ଭକ୍ତର ଅପମାନକୁ ମୁଁ ମୋର ଅପମାନ ମନେ କରେ। ମୋର ଭକ୍ତ ରଘୁବର ଦାସକୁ ସୋଲପଦ୍ମ ଓ ବାହାରର କ୍ଷୀରି ପ୍ରସାଦ ଲାଗି ହେବ ନାହିଁ କହି ଅପମାନିତ କରାଯାଇଛି। ତା’ର ମୁଖପଦ୍ମ ଧାରଣ କରିବା ଓ କ୍ଷୀରି ପ୍ରସାଦ ପାଇବା ପାଇଁ ମୁଁ ଏକାନ୍ତ ଆଗ୍ରହୀ। ରଘୁବରକୁ କ୍ଷମାପ୍ରାର୍ଥନା କରି ସେସବୁ ଆଣି ମୋତେ ଲାଗି କରାଇଲେ, ମୁଁ ବଡ଼ସିଂହାର ବେଶ ହେବି। ତଳୁଛ ମହାପାତ୍ର ଅନ୍ୟ ସେବକମାନଙ୍କୁୁ ଡାକି ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ। ସବୁ ସେବାୟତ ଦଳବଦ୍ଧ ହୋଇ ରଘୁବରଙ୍କୁୁ କ୍ଷମା ପ୍ରାର୍ଥନା କଲେ। ତାଙ୍କଠାରୁ ମୁଖପଦ୍ମ ନେଇ ମହାପ୍ରଭୁଙ୍କୁ ପଦ୍ମବେଶ କଲେ ଓ କ୍ଷୀରି ପ୍ରସାଦ ଅର୍ପଣ କଲେ। ପଦ୍ମମୁଖ ଥାଇ ମହାପ୍ରଭୁ ବଡ଼ସିଂହାର ବେଶ ହେଲେ। ସେହି ଦିନଠାରୁ ପ୍ରତିବର୍ଷ ମାଘ ଅମାବାସ୍ୟା ପରେ ବୁଧବାର ବା ଶନିବାର ମହାପ୍ରଭୁଙ୍କର ପଦ୍ମବେଶ କରା ଯାଉଛି। ଏହି ବେଶ ଥାଇ ତା’ ଉପରେ ବଡ଼ସିଂହାର ବେଶ କରା ଯାଉଛି।

ସ୍ୱପ୍ନେଶ୍ୱର ଗୋଚ୍ଛି

ପୁରୀ, ୯୯୦୦୦୮୩୪୩୩

ସାଧନାରେ ଜଗନ୍ନାଥ
ଅବିନାଶୀ ଅନନ୍ତ ଶ୍ରୀଜଗନ୍ନାଥ କୌଣସି କର୍ମଫଳ ନୁହନ୍ତି। କେବଳ ଅଭିଳାଷର ଫଳସ୍ୱରୂପ ସେ ମିଳିଥା’ନ୍ତି। କିନ୍ତୁ ତାଙ୍କ ସହିତ ଭେଟିବାକୁ ତ ଆମର ଅଭିଳାଷ ହିଁ ନାହିଁ। ପୁଣି ସେ କାହିଁକି ମିଳିବେ? ତେଣୁ ମୋ ମହାମନା ଜଗନ୍ନାଥ କହନ୍ତି- ମୋ ବିନା ଯଦି ତୁମର କାମ ଚଳୁଛି, ତେବେ ତୁମ ବିନା ମଧ୍ୟ ମୋର କାମ ଚଳୁଛି। ମୋ ବିନା ଯଦି ତୁମର କାମ ଅଟକି ଯାଉଛି, ତେବେ ତୁମ ବିନା ମଧ୍ୟ ମୋ କାମ ନିଶ୍ଚୟ ଅଟକି ଯାଉଛି। ତୁମେ ମୋ ବିନା ରହିପାରିଲେ, ମୁଁ ମଧ୍ୟ ତୁମ ବିନା ରହିପାରିବି; କିନ୍ତୁ ତୀବ୍ର ଇଚ୍ଛା ବିନା ପରମାତ୍ମା ପ୍ରାପ୍ତି ଶୀଘ୍ର ହେବ ନାହିଁ। ତୀବ୍ର ଇଚ୍ଛା ଦ୍ୱାରା ମଣିମାଙ୍କୁ ଆସିବାକୁ ପଡ଼ିବ। ସେ ତ ସର୍ବଦା ମିଳିବା ପାଇଁ ପ୍ରସ୍ତୁତ ଅଛନ୍ତି। ତେଣୁ ହୃଦୟର ସହ ତୀବ୍ର ଭାବରେ କହିବା ମଣିମା ମଣିମା ମଣିମା!

ପ୍ରତ୍ୟେକ ଭକ୍ତଙ୍କ ଜୀବନୀ ପାଠ କଲେ ମନ ମଧ୍ୟରେ ଧୈର୍ଯ୍ୟ ଓ ସାହସ ବସା ବାନ୍ଧେ। କେବେ ଭକ୍ତ କବି ଦୀନକୃଷ୍ଣ ଦାସଙ୍କ କଥା ଭାବିଛନ୍ତି? କୁଷ୍ଠ ରୋଗରେ ଆକ୍ରାନ୍ତ କେତେ କଷ୍ଟ, ରହିବା ପାଇଁ ନା ବସା, ନା ଖାଇବା ପାଇଁ କଂସା, ନା ଶୋଇବାକୁ ବିଛଣା। ଏକଘରିଆ ହୋଇ ଶ୍ରୀକ୍ଷେତ୍ର ମଉଡ଼ମଣିଙ୍କ ସେବାରେ ନିଜକୁ ହଜାଇ ଦେଇ ରୋଗମୁକ୍ତ ହେବା ପରେ ଅଲୌକିକ ‘ଆର୍ତ୍ତତ୍ରାଣ ଚଉତିସା’ ଆଦି ରଚନା କରି ସେ ଜଗନ୍ନାଥଙ୍କର ପ୍ରିୟଭାଜନ ହୋଇପାରିଛନ୍ତି। ତତ୍‌‌କାଳୀନ ରାଜା ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ତାଙ୍କ ନାମରେ କାବ୍ୟ ରଚନା କରିବା ପାଇଁ ବହୁ ଅର୍ଥ ସମ୍ପତ୍ତିର ପ୍ରଲୋଭନ ଦେଖାଇବା ପରେ ଭକ୍ତ ଦୀନକୃଷ୍ଣ କହିଥିଲେ –

ବଇଲେ ଶୁଣ ନୃପନାଥ… କେବଳ ଦେବ ଜଗନ୍ନାଥ / ଏ ପିଣ୍ଡ ବିକି ଅଛି ତା’ର… ଗୀତ ମୁଁ ନ ବୋଲେ ଅନ୍ୟରେ

ଢେଙ୍କାନାଳ ଜିଲ୍ଳା ବ୍ରାହ୍ମଣୀ ନଦୀ କୂଳରେ ବଟବୃକ୍ଷ ମୂଳେ ନିବାସ କଲେ। ତାଳବରଡ଼ା ଲେଖନୀକୁ ପାଥେୟ କରି ସେଠାରେ ବାକି ଜୀବନ କଟାଇଲେ। ସେ ଜାଗାର ନାମ ଏବେ ବି ଏକଘରିଆ। ସେଠାକାର ପ୍ରତ୍ୟକ୍ଷ ମହାଦେବ ଅନକେଶ୍ୱରଙ୍କ ପ୍ରାଙ୍ଗଣରେ ଲକ୍ଷ୍ମୀପତି ଶ୍ରୀଜଗନ୍ନାଥ କୃପା ବର୍ଷା କଲେ।

ଏସବୁ ସାଧନାର କଥା। ଭକ୍ତ ସାଲବେଗ। ମା’ ତାଙ୍କର ଶିକ୍ଷା ଓ ଦୀକ୍ଷା ଗୁରୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅସହ୍ୟ ରୋଗ ଯନ୍ତ୍ରଣାରେ ପଡ଼ି ମୃତ୍ୟୁକୁ ଆହ୍ୱାନ କଲା ବେଳେ ମା’ କହିଲେ- ‘ରାଧାରମଣ ଶ୍ରୀକୃଷ୍ଣଙ୍କୁ ତୁ ମନେ ମନେ ମନନ କର। ଶରୀର ଆରୋଗ୍ୟ ହୋଇ ଯିବ।’ ମାତ୍ର ଦ୍ୱାଦଶ ଦିନରେ ଜଗନ୍ନାଥ, ବଡ଼ ଦେଉଳ ତ୍ୟାଗ କରି ଭକ୍ତ ସାଲବେଗଙ୍କ ପାଇଁ କୃଷ୍ଣ ରୂପରେ ଦର୍ଶନ ଦେଲେ। ମୁଠାଏ ବିଭୂତି ସାଲବେଗଙ୍କ ହାତକୁ ବଢ଼଼ାଇ କହିଲେ- ‘ପୁଅରେ ଶରୀରରେ ବୋଳି ଦେ। ତୋ ଶରୀରରେ ସମସ୍ତ କ୍ଷତ ଭଲ ହୋଇଯିବ।’ ତା’ ମଧ୍ୟ ହେଲା। ସାଲବେଗ କହିଲେ- ‘ମା’ ମୋତେ ଯଦି ନୀଳାଦ୍ରିବିହାରୀ ଜଗନ୍ନାଥ ଆରୋଗ୍ୟ କଲେ, ପୂର୍ଣ୍ଣ ଜୀବନ ଦେଲେ, ତେବେ ମୁଁ ତାଙ୍କ ପାଖକୁ ଯାଉଛି।’ ସନ୍ନ୍ୟାସୀ ବେଶରେ ଶ୍ରୀଜଗନ୍ନାଥଙ୍କୁ ଭଜନ ଜଣାଣ ଦ୍ୱାରା ଏପରି କିଣି ନେଲେ ଯେ ତାଙ୍କ ପାଇଁ ନନ୍ଦିଘୋଷ ରଥ ଅଟକି ରହିଲା। ଭକ୍ତ ଦାସିଆ ବାଉରୀଙ୍କ ହାତରୁ ନଡ଼ିଆ, ଆମ୍ବ ସହିତ ନୀଳଚକ୍ର ଉପରେ ଦର୍ଶନ ଦେବା ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ପାଇଁ ଦଶଅବତାର ଗାଡ଼ିଆ ମଧ୍ୟରେ ଦର୍ଶନ କରାଇବା ସହିତ ଚୈତନ୍ୟ ମହାପ୍ରଭୁ ପ୍ରଦତ୍ତ ନୀଳଚକ୍ର ଅଦ୍ୟାବଧି ବାଲିସାହି ଦାସିଆ ପୀଠରେ ସୁରକ୍ଷିତ।

ଚିତ୍ତରଞ୍ଜନ ତ୍ରିପାଠୀ

ଯାଜପୁର, ମୋ: ୯୪୩୮୨୮୦୩୨୮

ଶ୍ରୀଜଗନ୍ନାଥ ତତ୍ତ୍ୱରେ ବୈଜ୍ଞାନିକ ସଂଦର୍ଶନ
ଯେଉଁଠି ସବୁ ଦର୍ଶନ, ଜ୍ଞାନ, ବିଜ୍ଞାନ ସମାହିତ; ସବୁ ତତ୍ତ୍ୱର ମୂଳ ସମାହିତ; ସୃଷ୍ଟିର ଗୂଢ଼ ରସହ୍ୟ ନିଭୃତ ସେ ହେଉଛନ୍ତି ଜଗତର ନାଥ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ। ଶ୍ରୀଜଗନ୍ନାଥ ଚେତନା କେବଳ ଅଧ୍ୟାତ୍ମ ସମର୍ପିତ ନୁହେଁ, ବରଂ ମୌଳିକ ବୈଜ୍ଞାନିକ ତତ୍ତ୍ୱ ଆଧାରିତ।

ମଲ୍ଟିଭର୍ସ ତତ୍ତ୍ୱ: ଆଧୁନିକ ବିଜ୍ଞାନର ଏକ ଚର୍ଚ୍ଚିତ ବିଷୟ ହେଉଛି ମଲ୍ଟିଭର୍ସ ବା ଅନେକ ବ୍ରହ୍ମାଣ୍ଡ। ଏହି ତତ୍ତ୍ୱ ଅନୁସାରେ ଆମେ ଦେଖୁଥିବା ବିଶ୍ୱ ଭଳି ସାରା ସୃଷ୍ଟିରେ ଅନେକ ବ୍ରହ୍ମାଣ୍ଡ ରହିଛି। ପୁଣି ପ୍ରତ୍ୟେକ ବ୍ରହ୍ମାଣ୍ଡରେ ସମୟର ଗତି ଭିନ୍ନ। ମହାକାଶ ବିଜ୍ଞାନର ଏହି ତତ୍ତ୍ୱକୁ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଲେଖିଯାଇଛନ୍ତି – ‘ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତୋ ଲୋମ କୂପେ ବିରାଜଇ’। ଶ୍ରୀଜଗନ୍ନାଥଙ୍କ ପିଣ୍ଡରେ ଅନେକ ବ୍ରହ୍ମାଣ୍ଡ ବିଦ୍ୟମାନ। ଶୂନ୍ୟ ସଂହିତା ଓ କ୍ୱାଣ୍ଟମ ଜିରୋ ପଏଣ୍ଟ ଏନର୍ଜି: ତତ୍ତ୍ୱଦର୍ଶୀମାନେ ଶ୍ରୀଜଗନ୍ନାଥଙ୍କୁ ଶୂନ୍ୟବ୍ରହ୍ମ ରୂପେ ବ୍ୟାଖ୍ୟା କରିଛନ୍ତି। ପଦାର୍ଥ ବିଜ୍ଞାନର କ୍ୱାଣ୍ଟମ ତତ୍ତ୍ୱରେ ଏହାକୁ ଜିରୋ ପଏଣ୍ଟ ଏନର୍ଜି ବା ଭାକ୍ୟୁମ୍‌‌ ଏନର୍ଜି ନାମରେ ନାମିତ କରାଯାଇଛି। ଶୂନ୍ୟ ତାପମାତ୍ରାରେ ମଧ୍ୟ ପଦାର୍ଥ ଯେଉଁ ଶକ୍ତି ସ୍ତରରେ ଥାଏ, ତା’କୁ କୁହାଯାଏ ଜିରୋ ପଏଣ୍ଟ ଏନର୍ଜି ବା ଶକ୍ତିର ଶୂନ୍ୟ ସ୍ତର। ଶ୍ରୀକ୍ଷେତ୍ର ସେହି ଶୂନ୍ୟ ମଣ୍ଡଳ ଏବଂ ଶ୍ରୀଜଗନ୍ନାଥ ହେଉଛନ୍ତି ଶୂନ୍ୟ ପୁରୁଷ। ଏହାକୁ କବି ଅଚ୍ୟୁତାନନ୍ଦ ଦାସ ‘ଶୂନ୍ୟ ସଂହିତା’ରେ ଅତିସୁନ୍ଦର କାବ୍ୟିକ ଭାବରେ ନିମ୍ନମତେ ବର୍ଣ୍ଣନା କରିଛନ୍ତି – ‘ଅରୂପ ଠୁଳ ଶୂନ୍ୟ ପରେ, ବିଶ୍ରାମି ସକଳ ଭୂତରେ।’ ସମସ୍ତ ସ୍ଥାବର ଜଙ୍ଗମ ଭୂତ ପଦାର୍ଥରେ ଶୂନ୍ୟ ବିରାଜମାନ। ବିଜ୍ଞାନ ମତ ଦିଏ ଯେ ପରମାଣୁର ୯୯ ଭାଗ ଆୟତନ କେବଳ ଶୂନ୍ୟ ସ୍ଥାନ। ଶ୍ରୀଜଗନ୍ନାଥ ହେଉଛନ୍ତି ଶୂନ୍ୟରୂପ ଏବଂ ସୃଷ୍ଟିର ପ୍ରଥମ ସ୍ଫୁରଣ। ସିଏ ସ୍ରଷ୍ଟା ଓ ସୃଷ୍ଟି ଶକ୍ତି। ଏହି ଶୂନ୍ୟରେ ହିଁ ସଚରାଚର ଜଗତର ଅସ୍ତିତ୍ୱ ରହିଛି।

ଏକୈବ ଶକ୍ତି ପରମେଶ୍ୱରସ୍ୟ: ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରରେ ଶକ୍ତି ଉପାସନାର ଏକ ପୁରାତନ ପରମ୍ପରା ଅଛି। ସମଗ୍ର ଜୀବଜଗତ ବଞ୍ଚି ରହିବା ପାଇଁ ଶକ୍ତି ମୂଳ ଆଧାର। ଶକ୍ତି ବିନା ଗତି ନାହିଁ। ଗତି ବିନା ଜଗତର ଅସ୍ତିତ୍ୱ ନାହିଁ। ଯାହା ଗତି କରେ, ତାହା ହିଁ ଜଗତ। ଏହି ସତ୍ୟକୁ ଉପଲବ୍ଧି କରିବା ହିଁ ଶକ୍ତି ଉପାସନାର ଯଥାର୍ଥତା। ଶ୍ରୀକ୍ଷେତ୍ରର କ୍ଷେତ୍ରେଶ୍ୱରୀ ହେଉଛନ୍ତି ସ୍ୱୟଂ ଆଦ୍ୟାଶକ୍ତି ମହାଶକ୍ତିଙ୍କ ଅଂଶ ବିମଳା। ଏହାସହ ପୁରୀର ବିଭିନ୍ନ ସ୍ଥାନରେ ଅଷ୍ଟଚଣ୍ଡୀ ପୂଜା ପାଆନ୍ତି। ଶାସ୍ତ୍ରରେ ଯାହା କୁହାଯାଇଛି – ‘ଏକୈବ ଶକ୍ତି ପରମେଶ୍ୱରସ୍ୟ, ବିବିଧା ବଦନ୍ତି ବ୍ୟବହାର କାଳେ’ ବିଜ୍ଞାନରେ ମଧ୍ୟ ତାହା ଉଲ୍ଲେଖ ରହିଛି। ଶକ୍ତି ସର୍ବଦା ଏକ, ଏହା କେବଳ ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୁଏ। ବ୍ୟବହାର ଅନୁସାରେ ଏହାର ବିଭିନ୍ନ ନାମକରଣ କରାଯାଇଛି, ଯେମିତିକି ବିଦ୍ୟୁତ ଶକ୍ତି, ତାପ ଶକ୍ତି, ମାଧ୍ୟାକର୍ଷଣ ଶକ୍ତି, ଯାନ୍ତ୍ରିକ ଶକ୍ତି, ଆଣବିକ ଶକ୍ତି ଇତ୍ୟାଦି।

ଇନ୍ଦ୍ରଦ୍ୟୁମ୍ନ କିମ୍ୱଦନ୍ତୀ ଓ ଆପେକ୍ଷିକ ତତ୍ତ୍ୱ: ସ୍ଥାନଭେଦରେ ସମୟ ଅଲଗା ଓ ଆପେକ୍ଷିକ। ପୃଥିବୀରେ ଯେଉଁ ସମୟ, ଆମ ସୌର ଜଗତ ବାହାରେ ଥିବା ଗ୍ରହରେ ସମୟ ଭିନ୍ନ ଅଟେ। ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ବରେ ଏହା ପ୍ରମାଣିତ। ସ୍କନ୍ଦପୁରାଣରେ ମଧ୍ୟ ଏଭଳି ଏକ କଥାର ବର୍ଣ୍ଣନା ରହିଛି। କିମ୍ୱଦନ୍ତୀ ଅନୁସାରେ ପୁରୀ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ସାକ୍ଷାତ କରିବା ପାଇଁ ବ୍ରହ୍ମଲୋକ ଯାତ୍ରା କରିଛନ୍ତି। ସେଠାକୁ ଯାଇ ପୁଣିଥରେ ପୃଥିବୀକୁ ଫେରିବା ଭିତରେ ପୁରୀରେ ଅନେକ ବର୍ଷ ବିତିଯାଇଛି। ଇନ୍ଦ୍ରଦ୍ୟୁମ୍ନଙ୍କ ପରିବାର ଲୋକେ କିମ୍ୱା ପରିଚିତ ସମ୍ପର୍କୀୟ କେହି ଜୀବିତ ନାହାନ୍ତି ଏବଂ ପୁରୀରେ ରାଜା ଗାଲ୍ୱମାଧବଙ୍କ ଶାସନ ଚାଲିଛି। କାରଣ ବ୍ରହ୍ମଲୋକରେ ଗୋଟିଏ ଦିନ ହେଉଛି ପୃଥିବୀଲୋକରେ ଅନେକ ବର୍ଷ। ଏହି କାହାଣୀରେ ସମୟର ଆପେକ୍ଷିକତାକୁ ଦର୍ଶାଯାଇଛି।

ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ: ଶ୍ରୀଜଗନ୍ନାଥ ଦର୍ଶନର ଉଦ୍‌‌ଗାତା ‘ପଞ୍ଚସଖା’ଙ୍କ ସାହିତ୍ୟରେ ପିଣ୍ଡ ବ୍ରହ୍ମାଣ୍ଡକୁ ଏକ ରୂପରେ ଦେଖାଯାଇଛି। କବି ଅଚ୍ୟୁତାନନ୍ଦ ଦାସ ଛୟାଳିଶ ପଟଳ ଗ୍ରନ୍ଥରେ ଲେଖିଛନ୍ତି, ‘ପିଣ୍ଡରେ ନଥିବ ଯାହା ବ୍ରହ୍ମାଣ୍ଡରେ ନାହିଁ, ଏଣୁ ପିଣ୍ଡ ବ୍ରହ୍ମାଣ୍ଡକୁ ଏକ କରୁଥାଇ / ପିଣ୍ଡ କ୍ଷୁଦ୍ର ବ୍ରହ୍ମାଣ୍ଡଟି ଅଟଇ ବୃହତ, ବୃହତ୍‌‌ ବ୍ରହ୍ମାଣ୍ଡ ସତ୍ତା ପିଣ୍ଡେ ବିରାଜିତ।’ ଶ୍ରୀଜଗନ୍ନାଥଙ୍କ ପିଣ୍ଡରେ ସମଗ୍ର ବ୍ରହ୍ମାଣ୍ଡର ସ୍ଥିତିକୁ କବି ପରିକଳ୍ପନା କରିଛନ୍ତି। ଅର୍ଥାତ୍‌‌ – ‘ୟତ୍‌‌ ପିଣ୍ଡେ ତତ୍‌‌ ବ୍ରହ୍ମାଣ୍ଡେ’। ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ନିଲ୍ସ ବୋରଙ୍କ ହୋଲୋଗ୍ରାଫିକ ତତ୍ତ୍ୱ ଅନୁଯାୟୀ ସମଗ୍ର ବିଶ୍ୱର ପ୍ରତିଫଳନ ପ୍ରତ୍ୟେକ କ୍ଷୁଦ୍ର କଣିକାରେ ଦେଖିବାକୁ ମିଳେ। ଯେମିତିକି ବୃହତ୍‌‌ ଜଗତରେ ସୂର୍ଯ୍ୟଙ୍କ ଚାରିପଟେ ଗ୍ରହଗୁଡ଼ିକର ଚକ୍ରାକାର ଆବର୍ତ୍ତନ ଏବଂ କ୍ଷୁଦ୍ର ଜଗତରେ ନ୍ୟୁକ୍ଲିୟସ ଚାରିପଟେ ଇଲେକ୍ଟ୍ରନର ଆବର୍ତ୍ତନ। ସେଇଥିପାଇଁ ଖୋଗଳ ବିଜ୍ଞାନୀ କାର୍ଲ ସାଗନ୍‌‌ଙ୍କ ମତରେ – ‘ସାରା ବିଶ୍ୱ ଆମ ଭିତରେ ଅଛି ଏବଂ ଆମେ ସବୁ ମହାଜାଗତିକ ଗ୍ରହ ନକ୍ଷତ୍ରଗୁଡ଼ିକର ଅଂଶରୁ ସୃଷ୍ଟ’। ପିଣ୍ଡ ଓ ବ୍ରହ୍ମାଣ୍ଡ ମଧ୍ୟରେ ଥିବା ଏକତାକୁ ଯେତେବେଳେ ବୁଝିହୁଏ, ସେତେବେଳେ ସମ୍ପୂର୍ଣ୍ଣ ସତ୍ୟର ଉପଲବ୍ଧି ହୁଏ। ପଦାର୍ଥ ବିଜ୍ଞାନ ମଧ୍ୟ କ୍ଷୁଦ୍ର ଜଗତ ଓ ବୃହତ୍‌‌ ଜଗତ ମଧ୍ୟରେ ଯୋଗସୂତ୍ରର ସନ୍ଧାନରେ ଲିପ୍ତ ଅଛି। ‘ଥିଓରୀ ଅଫ୍‌‌ ଏଭରିଥିଙ୍ଗ’ ପାଇବା ପାଇଁ ବିଜ୍ଞାନ କ୍ଷୁଦ୍ର ଜଗତର କ୍ୱାଣ୍ଟମ ଦୁନିଆ ଓ ବୃହତ୍‌‌ ଜଗତର ମହାକର୍ଷଣ ବଳର ଏକତ୍ରିକରଣ ପାଇଁ ଚେଷ୍ଟା କରୁଛି।

ସୃଷ୍ଟିଚକ୍ରର ପ୍ରତୀକ-ସୁଦର୍ଶନ: ଶ୍ରୀଜଗନ୍ନାଥଙ୍କ ଆୟୁଧ ହେଉଛନ୍ତି ସୁଦର୍ଶନ ଚକ୍ର। ଏହି ଚକ୍ର ହେଉଛି ସୃଷ୍ଟିଚକ୍ରର ପ୍ରତୀକ, ଯାହା ସୃଷ୍ଟିର ପ୍ରତିଟି କୋଣରେ ବିଦ୍ୟମାନ। କଳ୍ପ କଳ୍ପ ଧରି ସୃଷ୍ଟି, ସ୍ଥିତି, ସଂହାର ପ୍ରକ୍ରିୟା ଚକ୍ରାକାର ଗତିରେ ଚାଲିଆସିଛି। ବ୍ରିଟିଶ ପଦାର୍ଥ ବିଜ୍ଞାନୀ ରୋଜର ପେନରଜ୍‌‌ ମଧ୍ୟ ‘ସାଇକ୍ଲିକ ୟୁନିଭର୍ସ’ ତତ୍ତ୍ୱରେ ଏକଥା ଦର୍ଶାଇଛନ୍ତି। ସାରା ଜଗତର ଘଟଣାବଳୀ ଚକ୍ରବତ୍‌‌ ପରିବର୍ତ୍ତନ ହେଉଛି। ପ୍ରକୃତିରେ ଋତୁଚକ୍ର, ଜଳଚକ୍ର, ସମୟଚକ୍ର, ପୋଷକଚକ୍ର, ଅମ୍ଳଜାନଚକ୍ର, ଅଙ୍ଗାରକଚକ୍ର ଆଦି ରହିଛି। ତେଣୁ ଚକ ହେଉଛି ଗତିଶୀଳତାର ପ୍ରତୀକ। ସଭ୍ୟତାର ସୂର୍ଯ୍ୟୋଦୟରେ ଚକର ଆବିଷ୍କାରରୁ ବର୍ତ୍ତମାନ ସୁଉଚ୍ଚ ମନ୍ଦିର ଶିଖରରେ ଶୋଭିତ ନୀଳଚକ୍ର ପର୍ଯ୍ୟନ୍ତ ସୃଷ୍ଟି ବିବର୍ତ୍ତନର ଏହି ଯାତ୍ରା ଅବ୍ୟାହତ ରହିଛି।

ବିବର୍ତ୍ତନବାଦ ଓ ଦଶାବତାର: ବିବର୍ତ୍ତନବାଦର ଜନକ ଡାରୱିନଙ୍କ ବହୁପୂର୍ବରୁ ବିଷ୍ଣୁଙ୍କ ଦଶାବତାର ତତ୍ତ୍ୱରେ ଜୀବର କ୍ରମ ବିବର୍ତ୍ତନ କଥା ଦର୍ଶାଯାଇଛି। ଏକକୋଷୀ ପ୍ରାଣୀରୁ ଜୀବନର ଉତ୍ପତ୍ତି ହୋଇ ମଣିଷ ସ୍ତର ପର୍ଯ୍ୟନ୍ତ ବିବର୍ତ୍ତନ ଲାଗି ରହିଛି। ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ ଓ ତାଙ୍କର ଦଶଟି ଅବତାର ଜୀବନର ସର୍ବନିମ୍ନ ସ୍ତରରୁ ଉଚ୍ଚତମ ସ୍ତର ପର୍ଯ୍ୟନ୍ତ ବିବର୍ତ୍ତନକୁ ସୂଚାଏ। ଯଥାକ୍ରମେ – ମତ୍ସ୍ୟ (ଜଳରେ ମେରୁଦଣ୍ଡୀ ପ୍ରାଣୀର ଉତ୍ପତ୍ତି), କଛପ(ଉଭୟଚର ପ୍ରାଣୀ), ବରାହ (ସ୍ତନ୍ୟପାୟୀ ପ୍ରାଣୀ), ନରସିଂହ (ଅଧା ମଣିଷ ଅଧା ପଶୁ), ବାମନ(କ୍ଷୁଦ୍ରକାୟ ମଣିଷ), ପର୍ଶୁରାମ(ଯୋଦ୍ଧା ମଣିଷ), ରାମ(ମର୍ଯ୍ୟାଦା ପୁରୁଷୋତ୍ତମ), କୃଷ୍ଣ-ବଳରାମ (ରାଜନୀତି ଧୂରନ୍ଧର ମାନବ), ବୁଦ୍ଧ(ଜ୍ଞାନର ଅତିମାନସ ସ୍ଥିତି), କଳ୍‌‌କୀ(ବିବର୍ତ୍ତନ ପ୍ରକ୍ରିୟାର ପରବର୍ତ୍ତୀ ରୂପ)। ବିଶିଷ୍ଟ କଥାକାର ମନୋଜ ଦାସ ଥରେ କହିଥିଲେ ଯେ ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଅପୂର୍ଣ୍ଣତାର ପ୍ରତିନିଧି, କିନ୍ତୁ ପୂର୍ଣ୍ଣତାର ପ୍ରତିଶ୍ରୁତି। ମହାପ୍ରଭୁଙ୍କ ଅଧାଗଢ଼ା ଦେହ ଭଳି ମଣିଷ ବର୍ତ୍ତମାନ ଅପୂର୍ଣ୍ଣ। ପୂର୍ଣ୍ଣତା ପ୍ରାପ୍ତି କରିନାହିଁ। ବିବର୍ତ୍ତନ ପ୍ରକ୍ରିୟା ଆହୁରି ବାକି ଅଛି। ଏହି ପ୍ରକ୍ରିୟା ଶେଷରେ ମଣିଷ ଦିନେ ପୂର୍ଣ୍ଣତା ହାସଲ କରିବ।

କଳ୍‌‌କୀ ଅବତାରରେ ଜଳବାୟୁ ପରିବର୍ତ୍ତନର ସୂଚନା: ଅଚ୍ୟୁତାନନ୍ଦଙ୍କ ମାଳିକା ବଚନରେ ଲେଖାହୋଇଛି – ‘ମାଳିକା ବଚନ ସତ ହୋଇବ, ବାଇଶି ପାହାଚେ ମୀନ ଖେଳିବ।’ ଅର୍ଥାତ୍‌‌ ସ୍ଥଳଭାଗ ଜଳମଗ୍ନ ହେବ। ଶ୍ରୀଜଗନ୍ନାଥ କଳ୍‌‌କୀ ଅବତାର ନେଇ ମ୍ଲେଛ ସଂହାର କରିବେ ଏବଂ ତା’ପରେ ପୁନଶ୍ଚ ଏକ ନୂତନ ସୃଷ୍ଟିର ଆରମ୍ଭ ହେବ। ଏହି ଭବିଷ୍ୟବାଣୀ ପଛରେ ଏକ ତାତ୍ପର୍ଯ୍ୟ ରହିଛି, ଯାହା ଜଳବାୟୁ ପରିବର୍ତ୍ତନର ସୂଚନା ଦିଏ। ୨୦୨୨ରେ ଆଇପିସିସି ରିପୋର୍ଟରେ ଦର୍ଶାଯାଇଛି ଯେ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ପତ୍ତନ ବୃଦ୍ଧି ପାଉଛି। ଜଳ ବହୁଳେ ସୃଷ୍ଟି ନାଶର ଆଶଙ୍କା ଏବେ ଉପୁଜିଛି।

ଆୟୁର୍ବେଦ ଓ ଶ୍ରୀଜଗନ୍ନାଥ: ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ଆୟୁର୍ବେଦର ମହତ୍ତ୍ୱ ରହିଛି। ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିମ୍ୱ ଦାରୁରେ ନିର୍ମିତ ଏବଂ ନିମ୍ୱ ଦାରୁ ଆୟୁର୍ବେଦ ଶାସ୍ତ୍ରରେ ଏକ ପ୍ରମୁଖ ଔଷଧୀ। ଶ୍ରୀମନ୍ଦିର ନୀତି ଓ ବିଧି ଅନୁଯାୟୀ ନିତ୍ୟ ତୁଳସୀ, କର୍ପୁର, ଚନ୍ଦନ, ତ୍ରିଫଳା, ଲବଙ୍ଗ, ଜାଇଫଳ ଆଦି ବ୍ୟବହାର ହୁଏ। ମହାପ୍ରଭୁ ଦେବସ୍ନାନ ପୂର୍ଣ୍ଣିମାଠାରୁ ୧୫ ଦିନ ଜ୍ୱରରେ ପୀଡ଼ିତ ହୋଇ ଅଣସର ବା କ୍ୱାରାଣ୍ଟାଇନରେ ରୁହନ୍ତି। ଆରୋଗ୍ୟ ପାଇଁ ଶ୍ରୀଜୀଉମାନଙ୍କୁ ଆୟୁର୍ବେଦ ଦଶମୂଳ ମୋଦକ ଓ ଫୁଲୁରି ତେଲରେ ଉପଚାର କରାଯାଏ। ବିଲ୍ୱ, ଗମ୍ଭାରୀ, ଶ୍ୱେନାକ, ପାଟଳା, ଅଗ୍ନିମନ୍ଥ, ଶାଳପର୍ଣ୍ଣ, ପୁଷ୍ପପର୍ଣି, ବୃହତୀଦ୍ୱୟ ଓ ଗୋକ୍ଷୁରା ଆଦି ବନସ୍ପତି ଔଷଧକୁ ମିଶାଇ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଏ।

ସତ୍ୟବ୍ରତ ପାଣିଗ୍ରାହୀ, ଗୁଣପୁର

ମୋ: ୬୩୭୧୬୮୪୬୯୯

ମହିମାମୟ ଶଙ୍ଖକ୍ଷେତ୍ର
ଭାରତରେ ପ୍ରସିଦ୍ଧି ଲାଭ କରିଥିବା ବିଭିନ୍ନ ମହାପୁରାଣ, ଉପପୁରାଣ, ସଂହିତା ଓ ତନ୍ତ୍ରଶାସ୍ତ୍ର ମାନଙ୍କରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ବର୍ଣ୍ଣନା ଅବସରରେ ଏହି ଦିବ୍ୟକ୍ଷେତ୍ରକୁ ବିଭିନ୍ନ ନାମରେ ଅଭିହିତ କରାଯାଇଛି। ତନ୍ମଧ୍ୟରେ ନୀଳଦ୍ରି, ନୀଳାଚଳ, ନୀଳଶୈଳ, ନୀଳଗିରି, ଶଙ୍ଖକ୍ଷେତ୍ର, ଭୂସ୍ୱର୍ଗ, ଦଶାବତାର କ୍ଷେତ୍ର, ମର୍ତ୍ତ୍ୟ ବୈକୁଣ୍ଠ ଆଦି ଅନ୍ୟତମ। ଏହି ନାମଗୁଡ଼ିକ ପୁରାଣ ସମର୍ଥିତ। ଉତ୍କଳର ପ୍ରାଚୀନ ଚାରିକ୍ଷେତ୍ରକୁ ଯଥାକ୍ରମେ ଏକାମ୍ର କ୍ଷେତ୍ରକୁ ଚକ୍ରକ୍ଷେତ୍ର, ବିରଜା କ୍ଷେତ୍ରକୁ ଗଦାକ୍ଷେତ୍ର, କୋଣାର୍କକୁ ପଦ୍ମକ୍ଷେତ୍ର ଓ ପୁରୁଷୋତ୍ତମ ବା ଶ୍ରୀକ୍ଷେତ୍ରକୁ ଶଙ୍ଖକ୍ଷେତ୍ର କୁହାଯାଏ। ଶ୍ରୀଧାମର ଏହି ଶଙ୍ଖାକୃତି କ୍ଷେତ୍ରରେ ଦାରୁବ୍ରହ୍ମରୂପୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ, ଯେକୌଣସି ସ୍ଥାନରେ ମୃତ୍ୟୁବରଣ ଓ ସମୁଦ୍ରରେ ସ୍ନାନ, ଏହି ତିନି ଗୋଟି ପ୍ରତ୍ୟେକ ମୁକ୍ତିର ସାଧନ ଓ ଅତ୍ୟନ୍ତ ଦୁର୍ଲ୍ଲଭ। ଏପରିକି ସ୍କନ୍ଦପୁରାଣ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ୪ ଅଧ୍ୟାୟ ସ୍ଥିତ ୨୦, ୨୧ ଶ୍ଳୋକରେ କୁହାଯାଇଛି ଯେ ଭଗବାନ ଶ୍ରୀହରିଙ୍କର ଅତ୍ୟନ୍ତ ପ୍ରିୟ ତଥା ପୁଣ୍ୟକ୍ଷେତ୍ରଟି ପୃଥିବୀ, ଆକାଶ ଓ ସ୍ୱର୍ଗରେ ଯେଉଁ ମୋକ୍ଷଦାୟକ ସାଢ଼େ ତିନିକୋଟି ସଂଖ୍ୟକ ତୀର୍ଥ ଅଛନ୍ତି, ସେମାନଙ୍କ ମଧ୍ୟରେ ଏହି ଶଙ୍ଖକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ତୀର୍ଥରାଜ ରୂପେ ପ୍ରସିଦ୍ଧ ଅଟେ।

ସ୍କନ୍ଦ ପୁରାଣର ବର୍ଣ୍ଣନାନୁଯାୟୀ ଏହି ଦିବ୍ୟ କ୍ଷେତ୍ରର ଆକାର ଦକ୍ଷିଣାବର୍ତ୍ତ ଶଙ୍ଖ ସଦୃଶ। ଏହାର ପରିମାଣ ପଞ୍ଚ କ୍ରୋଶ ଆୟତନ ବିଶିଷ୍ଟ। ଏଥିମଧ୍ୟରୁ ତୀର୍ଥରାଜ ସମୁଦ୍ରର ତଟଭୂମି ତିନିକ୍ରୋଶ ପରିମିତ ଭୂଭାଗ ଅତ୍ୟନ୍ତ ପବିତ୍ର। ଅବଶିଷ୍ଟ ଦୁଇକ୍ରୋଶ ଜଳଭାଗ ସାଗର ମଧ୍ୟରେ ରହିଛି। ଏଠାରେ ମହୋଦଧି ଶଙ୍ଖକ୍ଷେତ୍ରର ସ୍ପର୍ଶ ହେତୁ ତୀର୍ଥରାଜ ରୂପେ ପରିଗଣିତ ହୋଇଛି।

ଶଙ୍ଖକ୍ଷେତ୍ରର ତିନିଗୋଟି ଆବରଣ ରହିଛି। ପ୍ରଥମ ଆବରଣରେ ଅଦ୍ୟାଶକ୍ତି ମା’ ବିମଳା, ରୋହିଣୀକୁଣ୍ଡ, ପ୍ରଭୁ ଶ୍ରୀନୃସିଂହ, କଳ୍ପବୃକ୍ଷ ଓ ଈଶାନେଶ୍ୱର ବିରାଜମାନ କରିଛନ୍ତି। ଦ୍ୱିତୀୟ ଆବରଣରେ କପାଳମୋଚନ, ମଣିକର୍ଣ୍ଣିକା, ଚଣ୍ଡରୂପା, ଶ୍ୱେତଗଙ୍ଗା ଓ ଦେବୀ କାଳିକା ପ୍ରତିଷ୍ଠିତ। ତୃତୀୟ ଆବର୍ତ୍ତରେ ସମୁଦ୍ର ତଟସ୍ଥିତ ଯମେଶ୍ୱର ପୀଠ ଏବଂ କଣ୍ଡୁଋଷି ଆଶ୍ରମ। ଶଙ୍ଖର ନାଭି ପ୍ରଦେଶରେ ପୁଣ୍ୟ ଅକ୍ଷୟବଟ ଏବଂ ଭଗବାନ ଶ୍ରୀଜଗନ୍ନାଥ ବିରାଜମାନ କରିଅଛନ୍ତି। ଶଙ୍ଖାକୃତି କ୍ଷେତ୍ରର ଅଗ୍ରଭାଗରେ ଶ୍ରୀନୀଳକଣ୍ଠ ମହାଦେବ ଅବସ୍ଥାନ କରୁଛନ୍ତି। ସେହିପରି ଶଙ୍ଖର ପୃଷ୍ଠଭାଗସ୍ଥିତ ଐଶାନ୍ୟକୋଣରେ ଦେବୀ ଆଲମ୍ବା, ଉତ୍ତରରେ ଅର୍ଦ୍ଧାଶନୀ, ଦକ୍ଷିଣରେ କାଳରାତ୍ରି, ପୂର୍ବରେ ମରୀଚିକା, ବାୟୁ କୋଣରେ ସର୍ବମଙ୍ଗଳା, ମାର୍କଣ୍ଡେଶ୍ୱର ପୀଠ ଅବସ୍ଥିତ। ଶଙ୍ଖକ୍ଷେତ୍ରର ମୂଳ ଭାଗରେ ଶ୍ରୀଲୋକନାଥ ବିରାଜମାନ କରିଛନ୍ତି।

ଶଙ୍ଖ ମଧ୍ୟସ୍ଥ ଅନ୍ତର୍ବେଦୀକୁ ରକ୍ଷା କରିବା ପାଇଁ ଅଷ୍ଟଶକ୍ତି ଅଷ୍ଟ ଦିଗରେ ପ୍ରତିଷ୍ଠିତ। ତନ୍ମଧ୍ୟରେ ବଟମୂଳର ଅଗ୍ନିକୋଣରେ ମଙ୍ଗଳା, ପଶ୍ଚିମରେ ବିମଳା, ନୈଋତ କୋଣରେ ଚଣ୍ଡରୂପା, ଉତ୍ତର ଦିଗରେ ଅର୍ଦ୍ଧାଶନୀ, ଐଶାନ୍ୟ କୋଣରେ ଆଲାମଚଣ୍ଡୀ ଇତ୍ୟାଦି ଶକ୍ତି ପୀଠ ଓ ଅଷ୍ଟରୁଦ୍ର ବିଦ୍ୟମାନ ହୋଇଛନ୍ତି। ଶଙ୍ଖକ୍ଷେତ୍ରର ଅଷ୍ଟରୁଦ୍ରଙ୍କ ମଧ୍ୟରେ କପାଳମୋଚନ, ଈଶାନେଶ୍ୱର, କ୍ଷେତ୍ରପାଳ, ଯମେଶ୍ୱର, ମାର୍କଣ୍ଡେଶ୍ୱର, ବିଶ୍ୱେଶ୍ୱର, ନୀଳକଣ୍ଠ ଓ ବଟେଶ୍ୱର ଅନ୍ତର୍ଭୁକ୍ତ।

ପ୍ରାଚୀନ ସମୟରୁ ଉତ୍କଳର ଏହି ଦିବ୍ୟ ଶଙ୍ଖକ୍ଷେତ୍ରକୁ ଆକର୍ଷିତ ହୋଇ ସ୍ୱୟଂ ପ୍ରଜାପିତା ବ୍ରହ୍ମା, ଦେବରାଜ ଇନ୍ଦ୍ର, ଦେବର୍ଷି ନାରଦ, ବଶିଷ୍ଠ, ଭରଦ୍ୱାଜ, ମହତ୍‌‌ଯୋଗୀ, ଅନେକ ସିଦ୍ଧ ସାଧକ, ଆଚାର୍ଯ୍ୟ ତଥା ଜଗଦ୍‌‌ଗୁରୁ ଶଙ୍କରାଚାର୍ଯ୍ୟ, ରାମାନୁଜ, ରାମାନନ୍ଦ, ବଲ୍ଲଭାଚାର୍ଯ୍ୟ, ମଧ୍ୱାଚାର୍ଯ୍ୟ, ନିମ୍ବାକାଚାର୍ଯ୍ୟ, ଶ୍ରୀଚୈତନ୍ୟ, ନାନକ, କବୀର, ସନ୍ଥ ତୁଳସୀ ଦାସ, ଶ୍ରୀଚାନ୍ଦ, ଠାକୁର ହରିଦାସ, ପଞ୍ଚସଖା, ରାୟ ରାମାନନ୍ଦ, ଶ୍ରୀଶଙ୍କର ଦେବ, ଅଦ୍ୱୈତବାଦୀ ଦିଗମ୍ବର ପରମହଂସ ପ୍ରମୁଖ କ୍ଷେତ୍ରରେ ପଦାର୍ପଣ ପୂର୍ବକ ଏହାର ନୈସର୍ଗିକ ସତ୍ତାକୁ ହୃଦୟଙ୍ଗମ କରି ଆନନ୍ଦିତ ହୋଇଥିଲେ।

ଡ. ଭାସ୍କର ମିଶ୍ର

ପୁରୀ, ମୋ: ୯୪୩୭୨୮୧୧୦୨

ଆଜି ଶ୍ରୀକ୍ଷେତ୍ର ଲେଖିବ ନୂଆ କାହାଣୀ : ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ପୁରୀ : ପୌଷ ଶୁକ୍ଲସପ୍ତମୀ ତିଥିରେ ଶ୍ରୀକ୍ଷେତ୍ର ଲେଖିବ ନୂଆ ଇତିହାସ। ଶ୍ରୀମନ୍ଦିର ଇତିହାସରେ ଯୋଡିହେବ ସ୍ୱର୍ଣ୍ଣିମ ଫର୍ଦ୍ଦ। ବିଶ୍ୱ ଦେଖିବ ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବେ। ଅନୁରୂପ ଭାବରେ ତ୍ରିଦିନାତ୍ମକ ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହି ତିଥି, ବାର, ନକ୍ଷତ୍ର ଓ ତାରିଖ କୋଟି କୋଟି ଜଗନ୍ନାଥପ୍ରେମୀ ଓ ସାଢେ଼ ଚାରିକୋଟି ଓଡ଼ିଶାବାସୀଙ୍କ ପାଇଁ ହେବ ଏକ ସ୍ମରଣୀୟ ଦିନ।

ଗତକାଲି ଅର୍ଥାତ ମଙ୍ଗଳବାର ସକାଳ ସାଢେ ୭ଟାରେ ଦ୍ୱିତୀୟ ଦିନର ଯଜ୍ଞ କର୍ମ ଆରମ୍ଭ ହୋଇଛି। ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଦ୍ୱାରପାଳ ପୂଜା, ବରୁଣ ପୂଜା, ଗୋ ପୂଜା କରାଯାଇଥିଲା। ଶାଲା ପ୍ରବେଶରେ ଦେବତାଙ୍କ ଆବାହନ ପରେ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ଅଧିବାସ କଳସ ଜଳ, ଚନ୍ଦନ, ହଳଦୀ, ରକ୍ଷାସୂତ୍ର, ଲାଜା, ପଞ୍ଚଗବ୍ୟ ନେଇ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଶୋଧନ କରିଛନ୍ତି। ପରେ ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ଏବଂ ପ୍ରଦକ୍ଷିଣ କରାଯାଇ ସନ୍ଧ୍ୟାରେ ଦ୍ୱିତୀୟ ଦିନର ଯଜ୍ଞକର୍ମ ଶେଷ କରାଯାଇଛି। ବୁଧବାର ଯଜ୍ଞ ପୂର୍ଣ୍ଣାହୁତି ସହ ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ।

ବୁଧବାର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗତକାଲି ସନ୍ଧ୍ୟାରେ ପୁରୀ ଆସି ସବୁ ପ୍ରସ୍ତୁତି ଏବଂ ପରିକ୍ରମା ପ୍ରକଳ୍ପର ତଦାରଖ କରିଥିଲେ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯଜ୍ଞସ୍ଥଳ, ସମ୍ବର୍ଦ୍ଧନା ମଞ୍ଚ ବୁଲି ଦେଖିବା ସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସବୁ ସ୍ଥାନକୁ ଟିକିନିଖି ପରଖିଛନ୍ତି। ଯଜ୍ଞସ୍ଥଳରେ ପହଞ୍ଚି ଆଳତି ଦର୍ଶନ ଓ ଗ୍ରହଣ କରିଛନ୍ତି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତାଙ୍କ ସହିତ ବିଧାୟକ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କନୱର ବିଶାଲ ସିଂଙ୍କ ପ୍ରମୁଖ ଅଧିକାରୀ ସାମିଲ ହୋଇଥିଲେ।

ତେବେ ଆଜିର କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ସାଢେ ୭ଟାରୁ ଅପରାହ୍ନ ୧ଟା ମଧ୍ୟରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ ସମ୍ପନ୍ନ ହେବ। ସକାଳୁ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ ଚାଲିବ । ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଆହୁତି ସମାପ୍ତ କରାଯିବ । ସାଢେ ୧୨ଟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞସ୍ଥଳରେ ପହଞ୍ଚିବେ । ଅପରାହ୍ନ ୧ଟା ୧୫ରୁ ସାଢେ ୧ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଫଳକ ଉନ୍ମୋଚନ କରିବେ। ଅପରାହ୍ନ ସାଢେ ୧ଟାରୁ ୨ଟା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଯଜ୍ଞ ପୂର୍ଣ୍ଣାହୁତି ପରେ ଆରତି ଓ ପୁଷ୍ପାଞ୍ଜଳି, ଅପରାହ୍ନ ୨ଟାରୁ ସାଢେ ୨ଟା ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଏଥିରେ ବିଭିନ୍ନ ସାଂସ୍କୃତିକ ଦଳ ଓ ସାଧୁସନ୍ଥଙ୍କ ସହିତ ମୁଖ୍ୟମନ୍ତ୍ରୀ ଅତିଥିମାନଙ୍କ ଗହଣରେ ପ୍ରକଳ୍ପ ପ୍ରଦକ୍ଷିଣ କରିବେ। ଏହାପରେ ସାଢେ ୨ଟାରୁ ୩ଟା ମଧ୍ୟରେ ଉତ୍ତର ପାର୍ଶ୍ୱ ମଠ ନିକଟସ୍ଥ ସଭା ସ୍ଥଳରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପରେ ସହଯୋଗ ଏବଂ ସହଭାଗିତା ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ଧନ୍ୟବାଦ ଜଣାଇବେ । ଏଥିସହ ବିଭିନ୍ନ ପ୍ରକଳ୍ପର ଭିଡିଓ ଜାରି କରାଯିବ । ଅପରାହ୍ନ ୩ଟା ପରେ ସର୍ବସାଧାରଣଙ୍କୁ ପରିକ୍ରମା ମାର୍ଗକୁ ବୁଲିବା ପାଇଁ ଛଡାଯିବ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍‌ ଏବଂ ସାଉଣ୍ଡ ଶୋ’ର ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପୁରୀର ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍‌ (ଶ୍ରୀସେତୁ), ଶ୍ରୀମାର୍ଗ ଅନ୍ୟତମ । ବୁଧବାର ଶ୍ରୀସେତୁ ଏବଂ ଜଗନ୍ନାଥ ବଲ୍ଲଭ ପରିସରରୁ ଦୋଳବେଦୀକୁ ସଂଯୋଗ କରୁଥିବା ନୂଆରାସ୍ତା ଶ୍ରୀମାର୍ଗ ଲୋକାର୍ପଣ ପରେ ଏହା ଉପରେ ଗାଡ଼ି ଚଳାଚଳ ଆରମ୍ଭ କରିବ । ଏବେ ଭକ୍ତଙ୍କ ଅପେକ୍ଷାରେ ରହିଛି ରହିଛି ଶ୍ରୀକ୍ଷେତ୍ରର ଏହି ଦୁଇ ବୃହତ୍‌ ପ୍ରକଳ୍ପ ଶ୍ରୀସେତୁ ଓ ଶ୍ରୀମାର୍ଗ ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଓଡ଼ିଶାର ଘରେ ଘରେ ଭକ୍ତି, ସମର୍ପଣ, ଆନନ୍ଦ ଓ ଉତ୍ସାହର ସହ ପାଳନ କରିବା: ମୁଖ୍ୟମନ୍ତ୍ରୀ
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧ…

ଜୟ ଜଗନ୍ନାଥ

ସମସ୍ତଙ୍କୁ ନମସ୍କାର।

ଆପଣମାନଙ୍କୁ ସମସ୍ତଙ୍କୁ ମକର ସଂକ୍ରାନ୍ତି ଅବସରରେ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ପ୍ରତି ଓଡ଼ିଆ ଜଗନ୍ନାଥଙ୍କୁ ସ୍ମରଣ କରି ଶୁଭ କାର୍ଯ୍ୟ ଆରମ୍ଭ କରିଥା’ନ୍ତି। ସେ ଜଗତର ନାଥ। ସାରା ବିଶ୍ବ ତାଙ୍କର ସୃଷ୍ଟି। ସବୁ ଧର୍ମ ସମନ୍ବୟର ସେ ହେଉଛନ୍ତି ପ୍ରତୀକ। ଆମ ସଂସ୍କୃତି, ଆମ ପରମ୍ପରା, ଆମ ଚେତନା- ସବୁର ଆଧାର ହେଉଛନ୍ତି ମହାପ୍ରଭୁ। ଜଗନ୍ନାଥ ସଂସ୍କୃତି ହେଉଛି, ଓଡ଼ିଶାର ସଂସ୍କୃତି। ଓଡ଼ିଶା ଇତିହାସ, ଜଗନ୍ନାଥ ମନ୍ଦିରର ଇତିହାସ ସହ ଯୋଡ଼ି ହୋଇରହିଛି। ତାଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ।

ମହାପ୍ରଭୁଙ୍କ ଇଛାରେ ଆସନ୍ତା ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି। ମହାପ୍ରଭୁ ସକଳ ଶକ୍ତିର ଆଧାର। ତାଙ୍କ ବିନା ଇଚ୍ଛାରେ ପତ୍ରଟିଏ ମଧ୍ୟ ହଲେ ନାହିଁ। ଆମମାନଙ୍କର ପରମ ସୌଭାଗ୍ୟ, ଆମ ଜୀବନକାଳ ମଧ୍ୟରେ ଆମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ସାକ୍ଷୀ ହୋଇପାରିଛୁ।

ଶହ ଶହ ବର୍ଷ ଧରି ସାଧୁ, ସନ୍ଥ, ରାଜା-ମହାରାଜାମାନେ ଶ୍ରୀ ମନ୍ଦିରକୁ ସୁରକ୍ଷା ଦେଇଆସିଥିଲେ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜା ମହାରାଜାମାନେ ଶ୍ରୀମନ୍ଦିର ସୁରକ୍ଷା ଉପରେ ବିଶେଷ ଧ୍ୟାନ ରଖିଥିଲେ। ସାଧୁ, ସନ୍ଥ, ସାଧାରଣ ଭକ୍ତ ଓ ଲୋକମାନେ ଏହି ମାର୍ଗରେ ପରିକ୍ରମା କରୁଥିଲେ। ଶାନ୍ତି ଓ ଦିବ୍ୟ ଆନନ୍ଦର ସହ ଭକ୍ତମାନେ ଯେପରି ଶ୍ରୀମନ୍ଦିର ପରିକ୍ରମା କରିବେ, ତାହା ହେଉଛି ଆମ ଏହି ପ୍ରକଳ୍ପର ଲକ୍ଷ୍ୟ।

ଗଜପତି ମହାରାଜାଙ୍କ ଭାଷାରେ, ‘୭୦୦ ବର୍ଷ ଭିତରେ ଶ୍ରୀମନ୍ଦିର ପାଇଁ ଏମିତି କାମ ହୋଇନାହିଁ।’ ଏହା ହେଉଛି ସାରା ଓଡିଆ ଜାତି ପାଇଁ ଏକ ଉତ୍ସବର ଦିନ। ତେଣୁ ମୋର ଅନୁରୋଧ, ଆମେ ସମସ୍ତେ ଏହି ଦିନଟିକୁ, ଏହି ଉତ୍ସବଟିକୁ, ମହାପ୍ରଭୁଙ୍କୁ ସମର୍ପଣ କରି ପାଳନ କରିବା। ନିଜ ନିଜ ଭାବରେ ଭକ୍ତି ପ୍ରକାଶ କରିବା। ଦୀପ ଜାଳିବା, ଶଙ୍ଖ ଫୁଙ୍କିବା, ଘଣ୍ଟ ବଜାଇବା, ପୂଜା କରିବା, ଭଜନ ଗାନ କରିବା, କୀର୍ତ୍ତନ କରିବା ଓ ପ୍ରଭୁଙ୍କ ନାମ ଜପ କରିବା। ସାରା ଓଡ଼ିଶାର ଘରେ ଘରେ ଭକ୍ତି, ସମର୍ପଣ, ଆନନ୍ଦ ଓ ଉତ୍ସାହର ସହ ଏହି ଦିନଟିକୁ ଆମେ ପାଳନ କରିବା।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ। ସାରା ବିଶ୍ବର କୋଣ ଅନୁକୋଣରେ ତାଙ୍କର ଅନେକ ଭକ୍ତ ଓ ଜଗନ୍ନାଥପ୍ରେମୀ ରହିଛନ୍ତି। ସବୁ ଧର୍ମର ସେ ହେଉଛନ୍ତି ଠାକୁର। ସମସ୍ତଙ୍କର ଆସ୍ଥା ଓ ବିଶ୍ବାସ ସହ ସେ ଯୋଡ଼ି ହୋଇ ରହିଛନ୍ତି। ଦେଶ-ବିଦେଶରେ ରହୁଥିବା ସବୁ ଜଗନ୍ନାଥପ୍ରେମୀଙ୍କୁ ମୋର ଅନୁରୋଧ, ଆପଣମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନିଜ ନିଜ ଭାବରେ ଆନନ୍ଦ, ଭକ୍ତି ଓ ସମର୍ପଣ ଭାବ ସହ ପାଳନ କରନ୍ତୁ। ବିଶ୍ବନିୟନ୍ତାଙ୍କ ଏହି ଉତ୍ସବରେ ପରିବାର ସହ ନିଜକୁ ସାମିଲ କରନ୍ତୁ।

ଶ୍ରୀମନ୍ଦିରର ସୁରକ୍ଷା ସହିତ ଭକ୍ତମାନଙ୍କୁ ଏକ ଦିବ୍ୟ ଅନୁଭବ ଦେବା ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି। ଓଡ଼ିଆ ଜାତିର ଇତିହାସରେ ଏହା ଏକ ଗୌରବମୟ ମୁହୂର୍ତ୍ତ।’ ସେହିପରି, ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥା’ନ୍ତି। ସମସ୍ତେ ଯେପରି, ଏକ ଦିବ୍ୟ ଅନୁଭବ ନେଇ ଫେରିବେ, ତାକୁ ଦୃଷ୍ଟିରେ ରଖି ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟ କରାଯାଇଛି।

ଏହାଦ୍ବାରା ମହାପ୍ରଭୁଙ୍କ ବାହାର ଯାନିଯାତ୍ରା ମଧ୍ୟ ସୁନ୍ଦର ଭାବରେ ହୋଇପାରିବ। ଜନ୍ମ ଜନ୍ମର ପୁଣ୍ୟ ବଳରେ ଏହି ଐତିହାସିକ ମୁହୂର୍ତ୍ତରେ ସାମିଲ ହେବାକୁ ମହାପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି, ଆଶୀର୍ବାଦ କରିଛନ୍ତି। ଓଡ଼ିଆ ଜାତିକୁ ତାଙ୍କ କୃପା ଓ କରୁଣା ବଳରେ ଧନ୍ୟ କରିଛନ୍ତି। ଏହି ଅବସରରେ ପରିକ୍ରମା ପ୍ରକଳ୍ପ ପାଇଁ ତ୍ୟାଗ କରିଥିବା ସମସ୍ତଙ୍କ ପାଖରେ ମୋର କୃତଜ୍ଞତା ଜଣାଉଛି। ଜମି ଦାନ କରିଥିବା ଲୋକମାନଙ୍କୁ ମୋର କୃତଜ୍ଞତା ଜଣାଉଛି। ମୁଁ ଧନ୍ୟବାଦ ଜଣାଉଛି ସେବାୟତମାନଙ୍କୁ। ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ନିୟୋଜିତ ନିର୍ମାଣ ଶ୍ରମିକ, କାରିଗର ଓ ଶିଳ୍ପୀ- ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମହାପ୍ରଭୁଙ୍କ ଇଚ୍ଛା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସବୁରି ଉପରେ ମହାପ୍ରଭୁଙ୍କ ଇଚ୍ଛା।

ଆସନ୍ତୁ, ଆମେ ସମସ୍ତେ ଆଜିର ଏହି ପବିତ୍ର ଅବସରରେ ତାଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରିବା। ମହାପ୍ରଭୁଙ୍କ ଆଶିଷ ଲାଭ କରିବା। ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପୁରୀରେ ମୁଖ୍ୟ ଶାସନ ସଚିବ: ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବା ନେଇ ଚାଲିଛି ସମୀକ୍ଷା
ପୁରୀ: ଆଗାମୀ ୧୭ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସମାରୋହରେ ସାମିଲ ହେବା ପାଇଁ ଲକ୍ଷାଧିକ ସାଧୁ ସନ୍ଥ, ଶ୍ରଦ୍ଧାଳୁ ପୁରୀ ଆସିବେ। ଲୋକାର୍ପଣ ଉତ୍ସବ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଆୟୋଜିତ ହେବ, ସେନେଇ ପୁରୀ ସର୍କିଟ ହାଉସରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମୀକ୍ଷା କରୁଛନ୍ତି । ରାଜ୍ୟ ତଥା ଦେଶର ବିଭିନ୍ନ ମନ୍ଦିରରୁ ସାଧୁ ସନ୍ଥ ଶ୍ରୀକ୍ଷେତ୍ର ଆସିବେ। ଭବ୍ୟ ଲୋକାର୍ପଣ ଉତ୍ସବ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କ ସମାଗମକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଉଛି। ସମସ୍ତ ଆୟୋଜନ ନେଇ ବୈଠକରେ ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ। ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥ୍ୟୁ ଭାଥାନନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍, ଅତିରିକ୍ତ ଡିଜିପି ସଂଜୟ କୁମାରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି ।

ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ପାର୍କିଂ ସ୍ଥଳ ବୁଲି ଦେଖିଥିବା ବେଳେ ଶ୍ରୀସେତୁ ରାସ୍ତା ମଧ୍ୟ ଅନୁଧ୍ୟାନ କରିଥିଲେ। ଶ୍ରୀଜଗନ୍ନାଥ ପିଲିଗ୍ରିମ ସେଣ୍ଟର ବୁଲି ଦେଖିଥିଲେ। ନୂଆ କରି ନିର୍ମାଣ କରାଯାଉଥିବା ଶ୍ରୀମାର୍ଗ ଦେଇ ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି।