Nandankanan Zoological Park - The Sakala
ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ୫ଟି ଓରାଙ୍ଗଉଟାନ ଠାବ । ଏପରି ବିରଳ ପ୍ରଜାତିର ଜୀବଙ୍କୁ ଦେଖିବା ପାଇଁ ଜଙ୍ଗଲରେ ଲୋକଙ୍କ ଭିଡ଼ ଜମିଛି । ତେବେ ଗ୍ରାମାଞ୍ଚଳର ଏହି ଜଙ୍ଗଲକୁ ଏଭଳି ଜୀବ କେଉଁଠୁ ଆସିଲେ ସେନେଇ ସସପେନ୍ସ । ଉଦୟପୁର ବନଖଣ୍ଡର ଏକ ଟିମ୍ ବଡ଼ପାହି ନିକଟରେ ଏହି ଜୀବଗୁଡ଼ିକୁ ଦେଖିବାକୁ ପାଇଥିଲେ। ଜୀବଗୁଡ଼ିକୁ ଉଦ୍ଧାର ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ପଶୁ ଚିକିତ୍ସାଳୟକୁ ନିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ବନ ବିଭାଗର ଏକ ଟିମ୍ ରଣକୋଠା ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ଏହି ୫ଟି ଓରାଙ୍ଗଓଟାନଙ୍କୁ ଦେଖିବାକୁ ପାଇଥିଲେ। ଅଧିକାରୀମାନେ ତୁରନ୍ତ ସେମାନଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ପରେ ଜୀବଗୁଡ଼ିକୁ ଟ୍ରାକ୍ କରିବା ଏବଂ ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଓରାଙ୍ଗଓଟାନଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି।
ସାଧାରଣତଃ ଓରାଙ୍ଗଓଟାନ ଭାରତୀୟ ଜଙ୍ଗଲର ମୂଳ ବାସିନ୍ଦା ନୁହଁନ୍ତି। ତେଣୁ ଏହି ବିରଳ ବନ୍ୟଜନ୍ତୁ କିପରି ଜଙ୍ଗଲରେ ପହଞ୍ଚିଲେ, ସେ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ପିସିସିଏଫ୍ (PCCF) ପ୍ରେମ ଝା କହିଛନ୍ତି ଯେ ରଣକୋଠାରେ ଠାବ ହୋଇଥିବା ୫ଟି ଓରାଙ୍ଗଓଟାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବ। ସେମାନେ କେଉଁଠାରୁ ଆସିଲେ ଏବଂ କିପରି ବାଲେଶ୍ୱରରେ ପହଞ୍ଚିଲେ, ତାହା ଜାଣିବା ପାଇଁ ଏକ ବିଧିବଦ୍ଧ ତଦନ୍ତ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଉଦ୍ଧାର ହୋଇଥିବା ଏହି ବିରଳ ଓରାଙ୍ଗଓଟାନଗୁଡ଼ିକୁ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖିବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଖୁବଶୀଘ୍ର ସେମାନଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ
ଭୁବନେଶ୍ୱର: ନନ୍ଦନକାନନରେ ଖୁଆଡରୁ ଖସିଲା ହୁଲକ୍ ଗିବନ୍ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକ ହୁଲକ୍ ଗିବନ୍ (Hoolock Gibbon) ନିଜ ଖୁଆଡ଼ରୁ ଖସି ପଳାଇଥିଲା। ତେବେ ଚିଡ଼ିଆଖାନା କର୍ତ୍ତୃପକ୍ଷ ତାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିବା ପୂର୍ବରୁ, ଗିବନ୍ ଟି ନିଜେ ପୁଣି ନିଜ ଖୁଆଡ଼କୁ ଫେରି ଆସିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଖୁଆଡ଼ରୁ ଖସିଯିବା ପରେ ହୁଲକ୍ ଗିବନ୍ଟି ଚିଡ଼ିଆଖାନା ପରିସରରେ ଥିବା ଏକ ଗଛ ପାଖରେ ବସିଥିବାର ଦେଖାଯାଇଥିଲା। କିଛି ପର୍ଯ୍ୟଟକ ଏହି ଜୀବଟିକୁ ବାହାରେ ବୁଲୁଥିବାର ଦେଖି ଭୟଭୀତ ହୋଇଯାଇଥିଲେ ଏବଂ ତୁରନ୍ତ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।
ଖବର ପାଇବା ମାତ୍ରେ ଚିଡ଼ିଆଖାନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଜୀବଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ତୁରନ୍ତ ଏକ ଟ୍ରାଙ୍କୁଲାଇଜେସନ୍ ଟିମ୍କୁ ଡକାଯାଇଥିଲା। ଟିମ୍ ପହଞ୍ଚି ଗିବନ୍‌କୁ କାବୁ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ, ହଠାତ୍ ସେ ନିଜ ଆଡ଼ୁ ଖୁଆଡ଼ ଭିତରକୁ ପଶିଯାଇଥିଲା।
ଏହି ଘଟଣା ଯୋଗୁଁ କିଛି ସମୟ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା, କିନ୍ତୁ ଜୀବଟି ନିଜ ଖୁଆଡ଼କୁ ଫେରିଯିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଅନ୍ୟପକ୍ଷରେ, ଏହି ଘଟଣା ସମ୍ପର୍କରେ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରି ନାହିଁ।
ନନ୍ଦନକାନନ ଆସିବେ ରେଡ୍ କଙ୍ଗାରୁ ଓ ଆଫ୍ରିକୀୟ ଚିତା: ସ୍ୱାଗତ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି
ଭୁବନେଶ୍ୱର: ଖୁବ୍‌ଶୀଘ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନ କିଛି ନୂଆ ଅତିଥିମାନଙ୍କୁ ସ୍ୱାଗତ କରିବାକୁ ଯାଉଛି। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାଦେଶରୁ ଅନେକ ବିରଳ ତଥା ବିଦେଶୀ ପ୍ରଜାତିର ବନ୍ୟଜନ୍ତୁ ନନ୍ଦନକାନନ ଆଣିବା ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ବିଦେଶୀ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର ସୌନ୍ଦର୍ଯ୍ୟ ଓ ଆକର୍ଷଣକୁ ବହୁଗୁଣିତ କରିବ ବୋଲି ଆଶା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆର ସବୁଠାରୁ ବଡ଼ ତଥା ପରିଚିତ ମାର୍ସୁପିଆଲ୍ ରେଡ୍ କଙ୍ଗାରୁ ଖୁବ୍‌ଶୀଘ୍ର ନନ୍ଦନକାନନରେ ପହଞ୍ଚିବେ। ଏମାନଙ୍କ ରହଣି ପାଇଁ ‘ଅଷ୍ଟ୍ରେଲିଆନ୍ ଆଡଭେଞ୍ଚର’ ନାମକ ଏକ ସ୍ୱତନ୍ତ୍ର ଖୁଆଡ଼ ପ୍ରସ୍ତୁତ କରାଯାଇଛି। ନିଜର ଶକ୍ତିଶାଳୀ ଡିଆଁ ଏବଂ ସ୍ୱତନ୍ତ୍ର ଥଳି ପାଇଁ ଜଣାଶୁଣା ଏହି କଙ୍ଗାରୁ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସେମାନଙ୍କ ଅଫିସିଆଲ୍ ଏକ୍ସ (X) ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସାଧାରଣତଃ ଏହି କଙ୍ଗାରୁ ଅଷ୍ଟ୍ରେଲିଆର ଶୁଷ୍କ ଏବଂ ଅର୍ଦ୍ଧ-ଶୁଷ୍କ ଅଞ୍ଚଳରେ ଦେଖାଯାଆନ୍ତି।
ଗତ ଅଗଷ୍ଟ ୧ ତାରିଖରେ ରାଜ୍ୟ ସରକାର ଏବଂ ଏକ ଘରୋଇ ଏଜେନ୍ସି ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯାହା ମାଧ୍ୟମରେ ରେଡ୍ କଙ୍ଗାରୁ ସହିତ ଚିତା ଏବଂ ଆଫ୍ରିକୀୟ ଜେବ୍ରା ଦେଶ ତଥା ବିଦେଶରୁ ନନ୍ଦନକାନନ ଅଣାଯିବ। ଏହି ବନ୍ୟଜନ୍ତୁମାନଙ୍କ ପାଇଁ ସ୍ୱତନ୍ତ୍ର ଏନକ୍ଲୋଜର ନିର୍ମାଣ ସରିଛି। ସୂଚନାଯୋଗ୍ୟ ଯେ, ଭାରତରେ ୧୯୫୨ ମସିହାରେ ଲୁପ୍ତ ହୋଇଯାଇଥିବା ଚିତାକୁ ୨୦୨୨ ମସିହାରେ ପ୍ରୋଜେକ୍ଟ ଚିତା ମାଧ୍ୟମରେ ନାମିବିଆ, ଦକ୍ଷିଣ ଆଫ୍ରିକା ଏବଂ ବୋତ୍ସବାନାରୁ ଅଣାଯାଇଥିଲା। ଏହା ସହିତ ଆଫ୍ରିକାର ପ୍ରସିଦ୍ଧ ବ୍ଲୁ ୱାଇଲ୍ଡବିଷ୍ଟ୍ ମଧ୍ୟ ନନ୍ଦନକାନନ ଆସିବାକୁ ଯାଉଛନ୍ତି। ଏହି ନୂତନ ପ୍ରଜାତିର ଆଗମନ ଓଡ଼ିଶାକୁ ଆଫ୍ରିକୀୟ ବନ୍ୟଜନ୍ତୁଙ୍କ ଏକ ନିଆରା ଅନୁଭୂତି ଆଣିଦେବ।
ଚିଡ଼ିଆଖାନାର ଜୈବ ବିବିଧତାକୁ ଆହୁରି ସମୃଦ୍ଧ କରିବା ପାଇଁ ପୂର୍ବ ହିମାଳୟ ଅଞ୍ଚଳର ଆକର୍ଷଣୀୟ ସ୍ତନ୍ୟପାୟୀ ପ୍ରାଣୀ ରେଡ୍ ପାଣ୍ଡା ମଧ୍ୟ ଆସିବା ନେଇ ଯୋଜନା ରହିଛି। ଲାଲ୍ ଏବଂ ବାଦାମୀ ରଙ୍ଗର ଲୋମଶ ଚର୍ମ ଓ ଶାନ୍ତ ସ୍ୱଭାବର ଏହି ପ୍ରାଣୀ ନିଶ୍ଚିତ ଭାବେ ଦର୍ଶକଙ୍କ ମନ କିଣିବ। ଅଷ୍ଟ୍ରେଲିଆ, ଆଫ୍ରିକା ଏବଂ ହିମାଳୟର ଏହି ବିଦେଶୀ ତଥା ବିରଳ ଜୀବଜନ୍ତୁମାନଙ୍କ ଆଗମନ ସହିତ ଭୁବନେଶ୍ୱରର ନନ୍ଦନକାନନ ପର୍ଯ୍ୟଟକମାନଙ୍କୁ ବିଶ୍ୱସ୍ତରୀୟ ବନ୍ୟଜନ୍ତୁ ଦର୍ଶନର ସୁଯୋଗ ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ରୂପେ ସଜ୍ଜ ହୋଇଛି।
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ନିର୍ଦ୍ଦେଶକ ହେଲେ IFS ସନତ କୁମାର ଏନ୍
ଭୁବନେଶ୍ୱର: IFS ସନତ କୁମାର ଏନ୍ ହେଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦ୍ଦେଶକ । ପୂର୍ବରୁ ଉପନିର୍ଦ୍ଦେଶକ ଦାୟିତ୍ବରେ ଥିଲେ ସନତ କୁମାର ଏନ୍ । ସେହିପରି ନିର୍ଦ୍ଦେଶକ ଥିବା ମନୋଜ ଭି. ନାୟରଙ୍କୁ SPCB ମେମ୍ବର ସେକ୍ରେଟାରୀ ଦାୟିତ୍ବ ମିଳିଛି । ଏଥିସହ ମନୋଜ ଭି. ନାୟରଙ୍କୁ ବନ୍ୟପ୍ରାଣୀ ଅତିରିକ୍ତ ପିସିସିଏଫ୍ ଦାୟିତ୍ବ ଦିଆଯାଇଛି ।
ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲେ ୧୯ ନୂଆ ପଶୁପକ୍ଷୀ
ଭୁବନେଶ୍ବର: ଶୁକ୍ରବାର ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଦଳବଦଳ ପ୍ରକିୟାରେ ୧୯ ନୂଆ ପଶୁପକ୍ଷୀ ଆସି ପହଞ୍ଚିଛନ୍ତି। ଏହି ଅଦଳବଦଳ ପ୍ରକିୟା ନନ୍ଦନକାନନ ଓ ଗୁଜରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନ ମଧ୍ୟରେ ହୋଇଛି। ଆସିଥିବା ନୂଆ ଅତିଥିମାନେ ହେଲେ ୩ ପୁରୁଷ ଓ ୨ ମାଈକୁ ମିଶାଇ ୫ ପାଣି ଓଧ,୨ ପୁରୁଷ ଭାରତୀୟ ଧୂସର ଗଧିଆ, ୫ ପୁରୁଷ ଓ ୫ ମାଈକୁ ମିଶାଇ ୧୦ ପଥର କଇଁଛ,୧ ପୁରୁଷ ଓ ୧ ମାଈକୁ ମିଶାଇ ୨ଟି ସିଲଭର ଫିଜଣ୍ଟ ଆସିଛନ୍ତି। ଏମାନଙ୍କୁ ଖୁଆଡ଼ ମଧ୍ୟରେ ୨୦ରୁ ୩୦ ଦିନ ପାଇଁ ପୃଥକୀକରଣରେ ରଖାଯାଇ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
ଭୁବନେଶ୍ବର: ୨୦୨୫ ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସର୍ବମୋଟ ୩୯୮୦ ଗୋଟି ବନ୍ୟପ୍ରାଣୀ ଅଛନ୍ତି । ତନ୍ମଧ୍ୟରୁ ୮୦ ପ୍ରଜାତିର ୧୮୭୨ ଗୋଟି ପକ୍ଷୀ, ୫୭ ପ୍ରଜାତିର ୧୭୧୪ ଗୋଟି ସ୍ଥନ୍ୟପାୟୀ, ୩୦ ପ୍ରଜାତିର ୩୭୩ ଗୋଟି ସରୀସୃପ ଏବଂ ୦୬ ପ୍ରଜାତିର ୨୧ ଗୋଟି ଉଭୟଚର ପ୍ରାଣୀ ଅନ୍ତର୍ଭୁକ୍ତ ଅଛନ୍ତି । ସେମାନଙ୍କ ପାଇଁ ମାସିକ ଖାଦ୍ୟ ବାବଦକୁ ୬୬ ଲକ୍ଷ ୨୧ ହଜାର ୪୧୭ ଟଙ୍କା ଖର୍ଚ୍ଚ ହେଉଛି। ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୩ ଲକ୍ଷ ୨୫ ହଜାର ଟଙ୍କା  ଖର୍ଚ୍ଚ ହେଉଛି। ଏ ନେଇ ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି।
ପ୍ରଥମ ପର୍ଯ୍ୟାୟ ଜନ୍ତୁ ଅଦଳବଦଳ, ନନ୍ଦନକାନନକୁ ଆସିଲେ ୨୬ ଜନ୍ତୁ
ନନ୍ଦନକାନନ/ବାରଙ୍ଗ: କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ରାଜ୍ୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ହାଇଦରାବାଦ ନେହରୁ ଚିଡ଼ିଆଖାନା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ହାଇଦ୍ରାବାଦ ନେହରୁ ଚିଡ଼ିଆଖାନାରୁ ୧୭ଜଣିଆ ଏକ ଦଳ ୨୬ଟି ଜନ୍ତୁ ନେଇ ନନ୍ଦନକାନନ ଆସିଛନ୍ତି।
ଆସିଥିବା ଜନ୍ତୁ ମଧ୍ୟରେ ହଳେ ଚାମୁଚ ଥଣ୍ଟିଆ, ସାରସ, ଧୂସର ଜଙ୍ଗଲୀ କୁକୁଡ଼ା, ୨ମାଈ ଇଗୁଆନା, ୨ହଳ ବରବେରୀ କପୋତ, ୨ହଳ କୁଜି ହରିଣ, ହଳେ ଗୁରାଣ୍ଡି, ହଳେ ବାଲି ବୋଡ଼ା ସାପ, ହଳେ ଚନ୍ଦନ ବୋଡ଼ା, ହଳେ ନାଲି ଦୋମୁଣ୍ଡିଆ ବୋଡ଼ା, ୨ ଅଣ୍ଡିରା ବନେଟ ମାଙ୍କଡ଼ ଅଛନ୍ତି। ନେହରୁ ଚିଡ଼ିଆଖାନାରୁ ଆସିଥିବା ଦଳ ୨୬ ତାରିଖ ଦିନ ସିଆମିଜ କୁମ୍ଭୀର (୧ ଅଣ୍ଡିରା, ୨ ମାଈ), ହଳେ ସୁନେଲି କୁକୁଟ, ହଳେ ଲେଡି ଆମସେଟ କୁକୁଟ, ହଳେ କୁଜି ହରିଣ, ହଳେ ଗୁରାଣ୍ଡି ନେଇକି ଯିବାର କାର୍ଯ୍ୟକ୍ରମ ରହିଥିବା ଉପ-ନିର୍ଦ୍ଦେଶକ ସନଥ ନାରାୟଣ ସୂଚନା ଦେଇଛନ୍ତି।
ଏଥିସହ ଦ୍ବିତୀୟ ପର୍ଯ୍ୟାୟରେ ସେଠାରୁ ଦୁଇଟି ମାଈ ବନେଟ ମାଙ୍କଡ଼ ଆସିବାକୁ ଅଛି। ଏହା ବଦଳରେ ଏଠାରୁ ଦୁଇ ହଳ ଲମ୍ବା ଥଣ୍ଟିଆ ବଗ ଓ ଦୁଇ ହଳ ଆସାମିଜ୍‌ ମାଙ୍କଡ଼ ଦିଆଯିବ। ସୋମବାର ଆସିଥିବା ଜନ୍ତୁମାନଙ୍କ ମଧ୍ୟରେ ଧୂସର ଜଙ୍ଗଲୀ କୁକୁଡ଼ା ନୂଆ ପ୍ରଜାତି ଭାବେ ନନ୍ଦନକାନନରେ ଯୋଡ଼ି ହୋଇଛି। ନନ୍ଦନକାନନରେ ଏକୁଟିଆ ଥିବା ସାରସ ପକ୍ଷୀ ଓ ଚନ୍ଦନ ବୋଡ଼ା ପାଇଁ ସାଥୀ ମିଳିଯାଇଛି। ଏହାସହ ଆସିଥିବା ଅନ୍ୟ ଜନ୍ତୁଗୁଡ଼ିକ ଦ୍ବାରା ନୂଆ ବଂଶଧାରାରେ ସହାୟକ ହୋଇପାରିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।
ଓଡ଼ିଶା ଆସିବେ ୫ ମହାବଳ ବାଘ, ନନ୍ଦନକାନନ ଆସିବେ ୨ ଜିରାଫ
ଭୁବନେଶ୍ବର: ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ ବାଘ । ମହାବଳ ଅଣାଯିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ବରଗଡ଼ ଦେବ୍ରିଗଡ଼ରେ ୩ ଓ ଶିମିଳିପାଳରେ ୨ ମହାବଳ ଛଡ଼ାଯିବ। ଆସିବାକୁ ଥିବା ମହାବଳ ଚିହ୍ନଟ ହୋଇଛନ୍ତି । ଆଇନଗତ ପ୍ରକ୍ରିୟା ସରିଛି  ସପ୍ତାହକ ଭିତରେ ବନ ବିଭାଗର ୨ଟି ଟିମ୍ ମହାବଳ ଆଣିବାକୁ ଯିବେ। ଦେବ୍ରିଗଡ଼ରେ ବାଘ ଗାଁ ଗଣ୍ଡାକୁ ନ ଯିବା ଲାଗି ସୋଲାର ଫେନ୍ସିଂ ହେବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।
ସେହିପରି, ନନ୍ଦନକାନନ ଆସିବେ ୨ ଜିରାଫ। ନନ୍ଦନକାନନରେ ଥିବା ଜିରାଫ ‘ଖୁସି’କୁ ମିଳିବେ ୨ ନୂଆ ସାଥୀ । ଜିରାଫ ଆଣିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଚଳିତ ମାସ ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ହଳେ ଜିରାଫ। ଆନିମଲ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଆଲିପୁର ଚିଡ଼ିଆଖାନାରୁ ଅଣାଯିବ ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ।
ନନ୍ଦନକାନନ ପାଇଁ ଖୁସି ଖବର: ମାଆ ହେବାକୁ ଯାଉଛି ଧଳା ବାଘୁଣୀ ମୌସୁମୀ
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳା ବାଘୁଣୀ ମୌସୁମୀ ପ୍ରଥମଥର ମା’ ହେବାକୁ ଯାଉଛି। ସେ ଗର୍ଭଧାରଣ କରିଥିବା ବେଳେ ଆଉ ମାତ୍ର ୪୦ ଦିନ ପରେ ଶାବକ ଜନ୍ମ ଦେବ ବୋଲି ସୂଚନା ମିଳିଛି। କିନ୍ତୁ ମୌସୁମୀ ମା’ ହେବାର ସୂଚନା ମିଳିବା ପରେ କର୍ତ୍ତୃପକ୍ଷ ଯେତିକି ଖୁସି ଅଛନ୍ତି, ତା’ଠାରୁ ଦୁଇଗୁଣ ଚିନ୍ତାରେ। କାରଣ ପୂର୍ବରୁ ଦୁଇ ଦୁଇଥର ଗର୍ଭବତୀ ହୋଇ ମଧ୍ୟ ମା’ ହେବାରୁ ବଞ୍ଚିତ ହୋଇଛି ମୌସୁମୀ।
ସୂଚନାଯୋଗ୍ୟ ଯେ, ଧଳା ବାଘୁଣୀ ସେହ୍ନା ଓ ମହାବଳ ବାଘ ମନୀସର ମିଳନରୁ ୨୦୧୬ ମସିହା ଅଗଷ୍ଟ ମାସ ୫ ତାରିଖ ଦିନ ମୌସୁମୀ ଜନ୍ମ ହୋଇଥିଲା। କର୍ତ୍ତୃପକ୍ଷ ପ୍ରଥମ କରି ୨୦୨୨ ମସିହା ନଭେମ୍ୱରରେ ମୌସୁମୀ ସହ ହାଇଦ୍ରାବାଦରୁ ଆସିଥିବା ଧଳା ବାଘ ସାହିଲର ମିଳନ କରାଇଥିଲେ। ମୌସୁମୀ ଗର୍ଭବତୀ ହୋଇଥିଲା କିନ୍ତୁ ଶେଷ ସମୟରେ ପେଟରେ ଗର୍ଭ ନ ଥିଲା। ସେହିପରି ୨୦୨୩ ମସିହାରେ ମଧ୍ୟ ସାଧାରଣ ବାଘ ସେଫ୍‌‌ ସହିତ ମୌସୁମୀର ମିଳନ କରାଯାଇଥିଲେ ମଧ୍ୟ ମା’ ହେବାରୁ ବଞ୍ଚିତ ରହିଥିଲା ମୌସୁମୀ। ଚଳିତ ବର୍ଷ କର୍ତ୍ତୃପକ୍ଷ ପୁଣି ମୌସୁମୀ ସହିତ ବାଘ ରାଜେଶକୁ ମିଳନ କରାଇଥିଲେ। ସୋମବାର ଦିନ ଓୟୁଏଟିର ସ୍ୱାସ୍ଥ୍ୟ କମିଟି ଏବଂ ପ୍ରାଣୀ ଉଦ୍ୟାନ ଚିକିତ୍ସକ ମୌସୁମୀ ରହୁଥିବା ୨୨ ନମ୍ୱର ଖୁଆଡ଼କୁ ଯାଇ ମୌସୁମୀକୁ ନିଶା ଇଞ୍ଜେକସନ ଦିଆଯାଇ ଅଲଟ୍ରାସାଉଣ୍ଡ କରାଯାଇଥିଲା। ଜଣାପଡ଼ିଥିଲା ଯେ ମୌସୁମୀ ଗର୍ଭବତୀ ଅଛି ଓ ସେ ମା’ ହେବାକୁ ଯାଉଛି। ଆଉ ୪୦ ଦିନ ପରେ ସେ ଶାବକ ଜନ୍ମ ଦେବ ବୋଲି ଆଶା ବାନ୍ଧିଛନ୍ତି କର୍ତ୍ତୃପକ୍ଷ। ଏହି ଖବର ଜଣାପଡ଼ିବା ପରେ କର୍ତ୍ତୃପକ୍ଷ ମୌସୁମୀ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଅନ୍ୟପଟେ ଏହି ସପ୍ତାହରେ ଜନ୍ତୁ ଅଦଳବଦଳ ପକ୍ରିୟାରେ ରାଞ୍ଚି ଚିଡ଼ିଆଖାନାରୁ କିଛି ଜୀବଜନ୍ତୁ ଆଣିବାକୁ ଯୋଜନା କରିଥିବା ବେଳେ ନନ୍ଦନକାନନରୁ ଗୋଟିଏ ଧଳା ବାଘୁଣୀ ଦେବାର ଅଛି। ତେବେ ଏହି ଧଳା ବାଘୁଣୀ ମୌସୁମୀକୁ ରାଞ୍ଚି ଚିଡ଼ିଆଖାନାକୁ ଦେବା ପାଇଁ ଯୋଜନା କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି।
ଆଜି ନନ୍ଦନକାନନ ପ୍ରତିଷ୍ଠା ଦିବସ: ଉଦ୍‌‌ଘାଟନ ହେବ ୭୦ରୁ ଊର୍ଦ୍ଧ୍ବ ପ୍ରଜାତିର ବାଉଁଶ ଉଦ୍ୟାନ
ଭୁବନେଶ୍ୱର/ବାରଙ୍ଗ: ଶୁକ୍ରବାର ନନ୍ଦନକାନନ ପ୍ରତିଷ୍ଠା ଦିବସ ପାଳନ କରାଯିବ। ୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରାଣୀ ଉଦ୍ୟାନର ନବକଳେବର ପାଇଁ ରାଜ୍ୟ ସରକାର ଯୋଜନା ହାତକୁ ନେଇଛନ୍ତି। ‘୫-ଟି’ ଉପକ୍ରମରେ ଏହାକୁ ବିଶ୍ୱସ୍ତରୀୟ ପ୍ରାଣୀଉଦ୍ୟାନ କରିବା ପାଇଁ ଯୋଜନା ରହିଛି। ଏଥିପାଇଁ ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳକୁ ନନ୍ଦନକାନନରେ ସାମିଲ କରି ଏହାର ପରିସର ବୃଦ୍ଧି କରାଯିବ ଓ ୨ ଟି ପର୍ଯ୍ୟାୟରେ ଏହାର ଭିତ୍ତିଭୂମି ବିକାଶ କରାଯିବାକୁ ନିଷ୍ପତ୍ତି ହୋଇଛି। ନନ୍ଦନକାନନରେ ପରିଦର୍ଶକମାନଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ଫ୍ରଣ୍ଟେଜ ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ୱାରିୟମ୍‌, ୱାଟର୍‌ ବାର୍ଡ ଆଭିଆରୀ ଦେଶ ବିଦେଶରୁ ନୂତନ ପ୍ରାଣୀ, ଏମର୍ସିଭ ଏନ୍‌‌କ୍ଲୋଜର ଓ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ୱତନ୍ତ୍ର ହବ୍‌‌ ଭାବରେ ବିକାଶ କରିବା ପାଇଁ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି।
ଏହି କ୍ରମରେ ନୂଆବର୍ଷରେ ଦୁବାଇରୁ ଚିତା ଆଣିବା ସହ ଆଉ ଏକ ଜିରାଫ ଆଣିବା ପାଇଁ ମଧ୍ୟ ବନ ବିଭାଗ ଲକ୍ଷ୍ୟ ରଖିଛି। ଏଥିପାଇଁ ପ୍ରାୟ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଖୁବ୍‌ଶୀଘ୍ର ନୂଆ ଅତିଥି ନନ୍ଦନକାନରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ରୂପାନ୍ତର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ୨୦୨୩ରୁ ୨୦୨୫ ଓ ଦ୍ୱିତୀୟ ପର୍ଯ୍ୟାୟ ୨୦୨୫ ରୁ ୨୦୨୮ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍‌ର ବିକାଶ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ। ଏଥିରେ ରାତ୍ରି ସଫାରୀ ଓ ସଫାରୀ କମ୍ପ୍ଲେକ୍ସର ବିକାଶ କରାଯିବ। ନନ୍ଦନକାନନକୁ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ ହବ୍‌‌ ଭାବରେ ବିକାଶ କରିବା ପାଇଁ ମଧ୍ୟ ଯୋଜନା ରହିଛି। ଏଥିରେ ଆକ୍ଟିଭିଟି ଭିତ୍ତିକ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ସହିତ କେତେକ ସ୍ୱତନ୍ତ୍ର ସ୍କୁଲରେ ‘ନନ୍ଦନକାନନ କ୍ଲବ’ ଓ ‘ଜୁ ଆମ୍ୱାସାଡର’ ଆଦି କାର୍ଯ୍ୟକ୍ରମ ରହିଛି।
ଶୁକ୍ରବାର ନନ୍ଦନକାନନ ପ୍ରତିଷ୍ଠା ଦିବସରେ ୭୦ରୁ ଊର୍ଦ୍ଧ୍ବ ପ୍ରଜାତିର ବାଉଁଶ ଉଦ୍ୟାନ ସାଙ୍ଗକୁ ୬୦ ପ୍ରକାର କଇଁ, ୧୫୦ ପ୍ରକାର ଜଳ ଭିତର ଉଦ୍ଭିଦ ଓ କଙ୍ଗାରୁ ଘର ଆଦି ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି।
ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି
ଭୁବନେଶ୍ବର: ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି। ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ। ଦୁବାଇ ଚିଡ଼ିଆଖାନା ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ମାସରେ ଏମାନଙ୍କୁ ଅଣାଯିବ। ସେହିପରି ଆଲିପୁର ଜୁ ସହ ଏକ୍ସଚେଞ୍ଜ କାର୍ଯ୍ୟ କ୍ରମ ଅଧୀନରେ ଆଉ ଏକ ଜିରାଫ ମଧ୍ୟ ନନ୍ଦନକାନନକୁ ଆସିବ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ସେହିପରି ନନ୍ଦନକାନନ ଚିଡ଼ିଆଖାନା ବିଶ୍ୱସ୍ତରୀୟ ହେବ। କାରଣ ନନ୍ଦନକାନନ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ମାଷ୍ଟର ପ୍ଲାନକୁ ଅନୁମୋଦନ କରିଛି ସେଣ୍ଟ୍ରାଲ ଜୁ ଅଥରିଟି। ଜନ୍ତୁ ଖୁଆଡ଼ଗୁଡ଼ିକୁ ଅତ୍ୟାଧୁନିକ କରାଯିବ। ସଫାରି ଗୁଡ଼ିକୁ ଚୂଡ଼ଙ୍ଗଗଡ଼ ପାର୍ଶ୍ୱରେ ବଡ଼ ଆକାରରେ ତିଆରି କରାଯିବ।
୧୩ ବର୍ଷ ପରେ ନନ୍ଦନକାନନରେ ଚାଲିବ ରୋପ୍‌‌ୱେ: ଆଜି ହେବ ଉଦ୍‌‌ଘାଟନ, କାଲିଠୁ ମଜା ନେବେ ପର୍ଯ୍ୟଟକ
ବାରଙ୍ଗ: ନନ୍ଦନକାନନରେ ରୋପ୍‌‌-ୱେ ଚାଲିବା ନେଇ ପଥ ପରିଷ୍କାର କରିଛନ୍ତି କର୍ତ୍ତୃପକ୍ଷ। ଶୁକ୍ରବାର ଅପରାହ୍ଣ ୪ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍‌‌ଘାଟନ କରିବେ ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି। ଶନିବାରଠାରୁ ପର୍ଯ୍ୟଟକ ଏଥିରେ ବସିବାର ମଜା ନେଇପାରିବେ। ୧୩ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପ୍‌‌ୱେ ଚାଲିବା ଖବର ଶୁଣିବା ମାତ୍ରେ ପର୍ଯ୍ୟଟକଙ୍କ ମନରେ ଖୁସିର ଲହରି ଖେଳିଯାଇଛି। ରୋପ୍‌‌ୱେ ବ୍ୟବସ୍ଥାରେ ଅତ୍ୟାଧୁନୀକରଣ କରାଯାଇଛି। ଏହା ବିପଦମୁକ୍ତ। ଯଦି ସ୍ୱୟଂଚାଳିତ ପୁଲିରୁ ଏହା ଖସେ, ଆପେଆପେ ବିଦ୍ୟୁତ୍‌‌ ବିଚ୍ଛିନ୍ନ ହୋଇ ବନ୍ଦ ହୋଇଯିବ। ଏହା ଘଣ୍ଟାକରେ ୫ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ ବୋଲି ନିର୍ମାଣ ଦାୟିତ୍ୱରେ ଥିବା ଶ୍ରୀ ବେଗ କହିଛନ୍ତି। ଏହାକୁ ଚଲାଇବାକୁ ନେଇ ଏକ ଠିକାସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ୨ଟି ଟାୱାର ସହ ୬୨୬ ମିଟର ଲମ୍ବରୁ ଅଧିକ ମୋନୋ କେବୁଲ ପଲ୍ସଡ୍‌‌ ସହିତ ଏହି ରୋପ୍‌‌ୱେ ନିର୍ମାଣ କରାଯାଇଛି।
ଏହି କ୍ୟାବିନ୍‌‌ର କ୍ଷମତା ୪ଜଣ ଏବଂ ଏଥିରେ ଏକକାଳୀନ ୧୨ଟି କ୍ୟାବିନ୍‌‌ କାମ କରିବ। ଏହିପରି ୪୮ଜଣ ଏକା ସମୟରେ ଗତି କରିପାରିବେ ଏହି ରୋପ୍‌‌-ୱେରେ। ରୋପ୍‌‌-ୱେର ମଜା ନେବା ପାଇଁ ଟିକଟ ବାବଦକୁ ଜଣ ପିଛା ୧୨୦ଟଙ୍କା ଆଦାୟ କରାଯିବ। ଯଦି ପର୍ଯ୍ୟଟକ ପ୍ରାଣୀଉଦ୍ୟାନ ପଟୁ ରୋପ୍‌‌-ୱେରେ ଯାଇ ବଟାନିକାଲ ଗାର୍ଡେନ ବୁଲିବେ, ୨୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୪୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଯେଉଁ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ ପଟୁ ରୋପ୍‌‌-ୱେରେ ଆସି ପ୍ରାଣୀଉଦ୍ୟାନ ବୁଲିବା ପାଇଁ ଚାହିଁବେ, ସେମାନଙ୍କଠାରୁ ୫୦ଟଙ୍କା ଅଧିକ ଅର୍ଥାତ୍‌‌ ୧୭୦ଟଙ୍କା ଆଦାୟ କରାଯିବ। ରୋପ୍‌‌-ୱେରେ ଦୈନିକ ପ୍ରାୟ ୩ହଜାର ପର୍ଯ୍ୟଟକ ଯିବାଆସିବା କରିବାର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ପର୍ଯ୍ୟଟକମାନେ ବଟାନିକାଲ ଗାର୍ଡେନ୍‌‌ ଓ ଜୁଲୋଜିକାଲ ଉଦ୍ୟାନ ମଧ୍ୟରେ ସିଧାସଳଖ ଯିବାଆସିବା କରିବା ସହ ପ୍ରାକୃତିକ ପରିବେଶ ଘଞ୍ଚ ବନାନୀ ଓ ଜୀବଜନ୍ତୁଙ୍କ ସମ୍ଭାର ପର୍ଯ୍ୟଟକଙ୍କୁ ବେଶ୍‌‌ ମନମୁଗ୍ଧ କରିବ।