Metro rail project - The Sakala

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ନିବେଦନ
ରାଜ୍ୟ କ୍ୟାବିନେଟ୍ ଦ୍ୱାରା ପ୍ରସ୍ତାବିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ବା ସ୍ଥଗିତ ରଖିବା ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତ ଏପ୍ରିଲ ୪ ତାରିଖରେ ରାଜ୍ୟ ସରକାର ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (DMRC) ସହ ହୋଇଥିବା ଏହି ବୃହତ ପ୍ରକଳ୍ପର ଚୁକ୍ତିକୁ ବାତିଲ୍ କରିଥିବା ବେଳେ, ଏହାର ପୁନଃବିଚାର ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ

ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହାସହ ସେ ତାଙ୍କର ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଗତ ଏପ୍ରିଲ ୮ ତାରିଖରେ ଲେଖାଯାଇଥିବା ଏକ ବିସ୍ତୃତ ଚିଠିରେ ସେ ଦର୍ଶାଇଛନ୍ତି ଯେ, ଏଭଳି ଏକ ଜରୁରୀ ଭିତ୍ତିଭୂମି ପ୍ରକଳ୍ପକୁ ହଠାତ୍ ବନ୍ଦ କରିଦେବା ରାଜଧାନୀର ଦୀର୍ଘମିଆଦୀ ସହରାଞ୍ଚଳ ଯୋଜନା ଏବଂ ଜନସାଧାରଣଙ୍କ ଚାହିଦା ସହ ଆଦୌ ମେଳ ଖାଉନାହିଁ।

'ଲାଭ ପାଇଁ ନୁହେଁ, ଜନକଲ୍ୟାଣ ପାଇଁ ପ୍ରକଳ୍ପ'

ସାମାଜିକ ଗଣମାଧ୍ୟମ 'ଏକ୍ସ' (X)ରେ ନିଜର ପ୍ରତିକ୍ରିୟା ରଖି ସାଂସଦ କହିଛନ୍ତି, "କିଛି ପ୍ରକଳ୍ପ ଲାଭ ଆଶାରେ ନୁହେଁ, ବରଂ ବୃହତ୍ତର ଜନକଲ୍ୟାଣ ପାଇଁ କରାଯାଇଥାଏ।" ରାଜ୍ୟ ସରକାରଙ୍କ ଏହି କ୍ୟାବିନେଟ୍ ନିଷ୍ପତ୍ତିର ପୁନଃବିଚାର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ପ୍ରକଳ୍ପ ପାଇଁ ୬,୨୫୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ଏବଂ ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ଟ୍ରାଫିକ୍ ସମସ୍ୟାର ସମାଧାନ ହେବ ମେଟ୍ରୋ

ଭୁବନେଶ୍ୱରରେ ଦ୍ରୁତ ନଗରୀକରଣ ଯୋଗୁଁ ବଢୁଥିବା ଟ୍ରାଫିକ୍ ସମସ୍ୟା ଉପରେ ଚିନ୍ତା ବ୍ୟକ୍ତ କରି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ସହର ଏବେ ଏକ ଜଟିଳ ସ୍ଥିତିରେ ପହଞ୍ଚିଲାଣି। ଏକ ଉଚ୍ଚ-କ୍ଷମତାସମ୍ପନ୍ନ, ଆଧୁନିକ ତଥା ଶସ୍ତା ସାର୍ବଜନୀନ ପରିବହନ ବ୍ୟବସ୍ଥା ଭାବେ ମେଟ୍ରୋ ରେଳ ହିଁ ଏକମାତ୍ର ଦୀର୍ଘମିଆଦୀ ବିକଳ୍ପ। ଏହା କେବଳ ଭୁବନେଶ୍ୱର ନୁହେଁ, ବରଂ ଲାଗି ରହିଥିବା କଟକ, ଜଟଣୀ ଏବଂ ଖୋର୍ଦ୍ଧା ଅଞ୍ଚଳର ପରିବହନ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବ। ଏହାଦ୍ୱାରା ବରିଷ୍ଠ ନାଗରିକ, ମହିଳା, ଛାତ୍ରଛାତ୍ରୀ, କର୍ମଜୀବୀ ଏବଂ ଦିବ୍ୟାଙ୍ଗମାନେ ସୁରକ୍ଷିତ ଏବଂ ସୁବିଧାଜନକ ଯାତ୍ରା କରିପାରିବେ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ଧୋକା ଦେଲା ଡବଲ ଇଞ୍ଜିନ ସରକାର, ଭୁବନେଶ୍ବର ସହରକୁ ୧୦ ବର୍ଷ ପଛକୁ ଠେଲିଦେଲେ : ନବୀନ
ଭୁବନେଶ୍ବର : ରାଜ୍ୟର ରାଜଧାନୀ ଭୁବନେଶ୍ବର ସହରରେ ମେଟ୍ରୋ ରେଳ ଚାଲିବ। ପ୍ରଥମେ ଭୁବନେଶ୍ବରରୁ କଟକ ଏବଂ ଏହାପରେ ପୁରୀକୁ ମେଟ୍ରୋ ରେଳ ସଂଯୋଗ ନେଇ ପୂର୍ବ ବିଜେଡି ସରକାର ଯୋଜନା କରିଥିଲା। ଆଉ ଏଥି ପାଇଁ ଡିପିଆର ପ୍ରସ୍ତୁତ ସହ ଟେଣ୍ଡର କରାଯାଇ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା। କିନ୍ତୁ ୨୦୨୪ରେ ସରକାର ବଦଳିବା ପରେ ଏବେ ମେଟ୍ରୋ ରେଳ ଚାଲିବା ସ୍ବପ୍ନ ଭଳି ଲାଗୁଛି। କାରଣ ବିଜେପି ସରକାର କ୍ଷମତାକୁ ଆସିବାର ଦୀର୍ଘ ୧୩ ମାସ ପରେ ମଧ୍ୟ ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଲାଗିରହିଥିବା ବେଳେ ଆଜି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ରାଜ୍ୟ ସରକାର ବାତିଲ୍ କରିଛନ୍ତି।

ଶନିବାର ରାଜ୍ୟର ବିଜେପି ସରକାର ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ଟେଣ୍ଡର ବାତିଲ କରିବା ପରେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ, ଭୁବନେଶ୍ବରକୁ ଏକ ବିଶ୍ବସ୍ତରୀୟ ସହରରେ ପରିଣତ କରିବା ଥିଲା ବିଜେଡି ସରକାରର ସ୍ବପ୍ନ । ଭୁବନେଶ୍ବରରେ ବିଶ୍ବସ୍ତରୀୟ କ୍ରୀଡା ଭିତ୍ତିଭୂମୀ ପ୍ରତିଷ୍ଠା ସାଙ୍ଗକୁ ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିସହିତ ଆଧୁନିକ ପରବହନ ସେବା ସାଙ୍ଗକୁ ଆଇଟି ଭିତ୍ତିଭୂମୀ ସୃଷ୍ଟି କରାଯାଇ ମନ୍ଦିରମାଳିନୀ ସହରକୁ ବିଶ୍ବସ୍ତରୀୟ ସହରରେ ପରିଣତ କରିବାକୁ ଉଦ୍ୟମ କରୁଥିଲା ବିଜେଡି ସରକାର ।

Shocked to know that Bhubaneswar Metro Rail contracts have been cancelled by BJP led #Odisha Govt.

It has always been our dream to develop #Bhubaneswar into a world-class city. We have been focusing on world class sports infrastructure, organising marquee international events,… pic.twitter.com/MPfpwFs9hV

— Naveen Patnaik (@Naveen_Odisha) July 26, 2025

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ସହରର ସମ୍ପ୍ରସାରଣ ଓ ‘ମୋ ବସ’ ରୁଟ ସହ ତାଳ ଦେଇ ସମ୍ପ୍ରସାରିତ କରିବାର ଥିଲା । ସହର ମଧ୍ୟରେ ଭିଡ ବୃଦ୍ଧି କରିବା ପରିବର୍ତ୍ତେ ସହରର ସମ୍ପ୍ରସାରଣ ଜୁରୁରୀ । ମେଟ୍ରୋ ସହର ଭଳି ଆବଶ୍ୟକତାକୁ ଉପଲବ୍ଧୀ କରି ବିଜେଡି ସରକାର ୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ରେଳ କାମ ସାରିବାକୁ ଟାର୍ଗେଟ କରିଥିଲା । କିନ୍ତୁ ଏବେ ଏହି ପ୍ରକଳ୍ପ ପାଇଁ ହୋଇଥିବା ଟେଣ୍ଡରକୁ ବାତିଲ କରିଦିଆଯାଇଛି । ଡବଲ ଇଂଜିନ ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛି ବୋଲି ନବୀନ କହିଛନ୍ତି । ବିଜେପି ସରକାରଙ୍କ ଏହି ନିଷ୍ପତ୍ତି ସହରକୁ ଆହୁରି ୧୦ ବର୍ଷ ପଛକୁ ଠେଲିଦେବ ବୋଲି ନବୀନ କହିଛନ୍ତି ।

ରାଜ୍ୟରେ ରୂପାନ୍ତର ପ୍ରକ୍ରିୟାକୁ ଆହୁରି ଆଗକୁ ନେବ ‘ମେଟ୍ରୋ ପ୍ରକଳ୍ପ’, ୪ ବର୍ଷରେ ସରିବ କାମ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ନବୀନ ଓଡ଼ିଶାରେ ନୂଆ ଇତିହାସ। ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ‘ମେଟ୍ରୋ’ ଭେଟି। ସାକାର ହୋଇଛି ରାଜ୍ୟବାସୀଙ୍କ ‘ମେଟ୍ରୋ’ ରେଳ ସ୍ୱପ୍ନ। ଆଜି ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ବାରଙ୍ଗ ରତାଗଡ ଲେଙ୍କା ସାହିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ରୋଡ୍ ଶୋ’ରେ ବାହାରି ରତାଗଡ ଲେଙ୍କାସାହିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ରୋଡ ଶୋ’ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ଟି ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇଥିଲା । ରୋଡ ଶୋ’ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲ ପକାଇ, ଶଙ୍ଖ ବଜାଇ ସ୍ୱାଗତ କରିଥିଲେ ସାଧାରଣ ଲୋକେ ।

ବାରଙ୍ଗ ରତାଗଡ ଲେଙ୍କା ସାହିରେ ‘ମେଟ୍ରୋ’ ଭିତ୍ତିପ୍ରସ୍ତର ସ୍ଥାପନ ପରେ ଜନସଭାକୁ ଉଦ୍‌ବୋଧନ ଦେଇ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆବର୍ଷରେ ଆଜି ଗୁରୁତ୍ୱପୂର୍ଣ୍ଣ ଭିତ୍ତି ରଖାଗଲା । ୪ ବର୍ଷରେ ମେଟ୍ରୋ ପ୍ରକଳ୍ପର କାମ ସରିବ । ଓଡ଼ିଶାବାସୀ ମେଟ୍ରୋ ସୁବିଧା ପାଇବେ । ରାଜ୍ୟର ବିକାଶ ଇତିହାସରେ ଆଜିର ଦିନ ସବୁବେଳେ ଲିପିବଦ୍ଧ ହୋଇ ରହିବ । ମେଟ୍ରୋ କାମ ସରିବା ପରେ ପରିବହନ କ୍ଷେତ୍ରରେ ବଡ ପରିବର୍ତ୍ତନ ଆସିବ ।

ଏଥି ସହିତ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନା ଗାଁ ଗୁଡିକରେ ରୂପାନ୍ତର ଆଣିଛି ବୋଲି କହିବା ସହ ମେଟ୍ରୋ ପ୍ରକଳ୍ପ ଏହି ରୂପାନ୍ତର ପ୍ରକ୍ରିୟାକୁ ଆହୁରି ଆଗକୁ ନେବ ବୋଲି କହିଥିଲେ। କଟକ ଓ ଭୁବନେଶ୍ୱର ସମ୍ପର୍କକୁ ଆହୁରି ମଜବୁତ କରିବ ଏହି ମେଟ୍ରୋ ପ୍ରକଳ୍ପ । ମେଟ୍ରୋ ପ୍ରକଳ୍ପ ପାଇଁ ମୁଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ତାହାକୁ ପାଳନ କରୁଛି । ନୂଆବର୍ଷର ଏ ଖୁସି ଓ ଆନନ୍ଦ ସବୁବେଳେ ଜାରି ରହୁ । ବିକାଶର ପର୍ବ ଆପଣ ମାନଙ୍କ ସହଯୋଗରେ ଆହୁରି ଆଗକୁ ବଢୁ । ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ଏହି ମେଟ୍ରୋ ପ୍ରକଳ୍ପ ହେଉଛି । ଏହି ମେଟ୍ରୋ ପ୍ରକଳ୍ପକୁ ଆଗାମୀ ଦିନରେ କଟକ, ପୁରୀ, ଖୋର୍ଦ୍ଧାକୁ ସମ୍ପ୍ରସାରିତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଗତ ୧ ଏପ୍ରିଲ୍‌ ଅର୍ଥାତ୍‌ ଉତ୍କଳ ଦିବସରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମାତ୍ର ୮ ମାସ ମଧ୍ୟରେ ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତି ସହ ଅର୍ଥ ବରାଦ କରାଯାଇଛି ଏବଂ ଆଜି ୨୦୨୪ ମସିହାର ପ୍ରଥମ ଦିନ ଅର୍ଥାତ୍‌ ନୂଆ ବର୍ଷରେ ଏହାର ଶିଳାନ୍ୟାସ କରାଯାଇଛି। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ମୋଟ୍‌ ୫ ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ୨୬ କିଲୋମିଟର ଦୈର୍ଘ୍ୟର ମେଟ୍ରୋ ପ୍ରକଳ୍ପ କ୍ୟାପିଟାଲ ହସ୍ପିଟାଲ, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ ସମେତ ମୋଟ୍‌ ୨୦ଟି ମେଟ୍ରୋ ରେଳ ଷ୍ଟେସନ ନିର୍ମାଣ କରାଯିବା ନେଇ ଯୋଜନା ରହିଛି।  ରାଜଧାନୀର ମେଡିଆନ ଉପରେ ପିଲର ନିର୍ମାଣ କରାଯାଇ ରାସ୍ତା ଉପରେ ମେଟ୍ରୋ ଚଳାଚଳ କରିବ। ସେହିପରି ଅତ୍ୟାଧୁନିକ ରେଳ କୋଚ୍‌ର ବ୍ୟବହାର କରାଯିବାକୁ ରହିଥିବା ବେଳେ ଅତ୍ୟାଧୁନିକ ଟିକେଟ୍‌ ବ୍ୟବସ୍ଥା ଏବଂ ସିଗ୍‌ନାଲ ବ୍ୟବହାର କରାଯିବ। ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ତତ୍ତ୍ୱାବଧାନରେ ଦ୍ଲିଲୀ ମେଟ୍ରୋ ରେଳ ନିଗମ (ଟର୍ଣ୍ଣ-କି ପରାମର୍ଶଦାତା) ପ୍ରକଳ୍ପର ନିର୍ମାଣ କରିବ।

ଏହି ମେଟ୍ରୋ ପ୍ରକଳ୍ପ ଦ୍ୱାରା ଭୁବନେଶ୍ୱର ଓ କଟକ ମଧ୍ୟରେ ତ୍ରିଶୁଳିିଆ ଏକ ପ୍ରମୁଖ ଜଙ୍କସନ ହେବ। ଏହା ସହିତ ବାଙ୍କୀ ଓ ଆଠଗଡ଼ ପଟରୁ ଦ୍ୱୈତ ନଗରୀର ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଭାବରେ ତ୍ରିଶୁଳିଆ ବିବେଚିତ ହେବ। ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ତ୍ରିଶୁଳିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର କମାଣ୍ଡ ଓ କଣ୍ଟ୍ରୋଲ୍‌ ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ ଷ୍ଟାବଲିଂ ସୁବିଧା ମଧ୍ୟ ରହିବ। ତ୍ରିଶୁଳିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି। ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଆକାଂକ୍ଷୀ ଓଡ଼ିଶା ପାଇଁ ଏକ ବିଶ୍ୱ ସ୍ତରୀୟ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥାର ବିକାଶ ଲକ୍ଷ୍ୟ ହାସଲରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ।