SakalaNews - The Sakala

‘ଘିବ୍‌‌ଲି’ର ଦୁନିଆ
ସମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା(ଟ୍ରେଣ୍ଡି) ବିଶ୍ୱ, ପରିବେଶ, ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣି ନେଇ ଚାଲିଛି ତାହା ବୋଧହୁଏ କ୍ଷଣେ ଚିନ୍ତା କରିବା ପାଇଁ ଆମ ପାଖରେ ସମୟ ନାହିଁ। ପ୍ରତିଦିନ ପ୍ରତିକ୍ଷଣରେ କତିପୟ ବ୍ୟକ୍ତି/ଅନୁଷ୍ଠାନ/ସଂସ୍ଥା ଦ୍ୱାରା ନୂଆ ନୂଆ ଉଦ୍‌‌ଭାବନ ଅବଶିଷ୍ଟ ବିଶ୍ୱର ମଣିଷ ମନରେ ଯେଉଁ ‘ମାନିଆ’(ଅତିଶୟ ଆଗ୍ରହ) ରୂପକ ଭସ୍ମାସୁରଟିମାନଙ୍କୁ ଜନ୍ମ ଦେଇଚାଲିଛି ତାହାର ପରାଭବ ଜାଣି ମଧ୍ୟ ଆମେ ସମସ୍ତେ ସତେଯେମିତି ମୋହାଗ୍ରସ୍ତ ହୋଇପଡ଼ିଛୁ। ସମ୍ପ୍ରତି ‘ଘିବ୍‌‌ଲି ଇମେଜ୍‌‌(ମତାନ୍ତରରେ ଜିବ୍‌‌ଲି)’ ଭଳି ସେହିଭଳି ଏକ ‘ମାନିଆ’ ଦ୍ୱାରା ଆମ ଭିତରୁ ଅଧିକାଂଶ ଆକ୍ରାନ୍ତ ହୋଇଚାଲିଛୁ, ଯେଉଁଠାରେ ନିଜକୁ ଏକ କାର୍ଟୁନ୍‌‌(କଣ୍ଢେଇ) ଭାବେ ଦେଖିବା ପାଇଁ ଆମର ବ୍ୟଗ୍ରତା ବଢ଼଼ିଚାଲିଛି। ନିଜକୁ ଭିନ୍ନ ଭିନ୍ନ ରୂପରେ ଦେଖିବାର ଅତ୍ୟାଗ୍ରହ ମଣିଷର ଆଦିମ କାଳରୁ ରହିଆସିଛି। ବିବର୍ତ୍ତନରେ ଏହା ଅଧିକ ଶାଣିତ ହୋଇଛି ଏବଂ ବୈଜ୍ଞାନିକ ଜ୍ଞାନକୌଶଳକୁ ଉପଯୋଗ କରୁଛି। ଏଥିରେ ଅସ୍ୱାଭାବିକତା ନାହିଁ। କିନ୍ତୁ ଏଥିରେ ଯେଉଁ ବିପଦ ଆଶଙ୍କାଟି ଲୁଚି ରହିଛି ସେ ପ୍ରସଙ୍ଗରେ ଆମ ଅଜ୍ଞତା ତୁଳନାରେ ଉଦାସୀନତା ହିଁ ଉଦ୍‌‌ବେଗଜନକ।

ଜାପାନ୍‌‌ ଚିତ୍ରକର/ଫଟୋଗ୍ରାଫର ହାୟାଓ ମିୟାଜାକିଙ୍କ ମାନସସନ୍ତାନ କୁହାଯାଉଥିବା ଜାପାନ୍‌‌ର ଖ୍ୟାତନାମା ଆନିମେସନ୍‌‌ ଲାବ୍‌‌ ‘ଘିବ୍‌‌ଲି ଷ୍ଟୁଡିଓ’ର ନାମକୁ ବ୍ୟବହାର କରି ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ବିକାଶ ସଂସ୍ଥା ଓପନ୍‌‌ଏଆଇର ଚାଟ୍‌‌ଜିପିଟି ଯେତେବେଳେ ‘ଘିବଲ୍‌‌ି ଇମେଜ୍‌‌’ ସଫ୍ଟୱେରଟିକୁ ବିକଶିତ କଲା ସେତେବେଳେ ବୋଧହୁଏ ଚିନ୍ତା କରିନଥିଲା ଯେ ତାହା ଏତେ ଶୀଘ୍ର ବିଶ୍ୱର ବିଶାଳ ଅଞ୍ଚଳକୁ ନିଜ ହାତମୁଠାକୁ ନେଇଯିବ। ନିଜ ଚେହେରାକୁ କଣ୍ଢେଇ(ଘିବ୍‌‌ଲି ଇମେଜ୍‌‌) ଭାବରେ ଦେଖି କ୍ଷଣିକ ଆନନ୍ଦ ଲାଭର ମୋହାଗ୍ରସ୍ତମାନେ ପ୍ରତିଦିନ ଏତେ ବିପୁଳ ସଂଖ୍ୟାରେ ଫଟୋ ଅପ୍‌‌ଲୋଡ୍‌‌ କରିଚାଲିଛନ୍ତି ଯେ ତାହା ଚାଟ୍‌‌ଜିପିଟି ପାଇଁ ମଧ୍ୟ ଶକ୍ତି ଓ ସମ୍ବଳ ସଙ୍କଟ ସମସ୍ୟା ସୃଷ୍ଟି କରିସାରିଲାଣି। ଏହି ଅତ୍ୟାଗ୍ରହ ଏଭଳି ସ୍ତରକୁ ଚାଲିଗଲାଣି ଯେ ଲୋକମାନେ ନିଜ ଫଟୋ ସହିତ ପରଲୋକଗତ ଆତ୍ମୀୟ, ଏପରିକି ପୋଷ୍ୟଜନ୍ତୁଙ୍କ ଫଟୋ ଅପ୍‌‌ଲୋଡ୍‌‌ କରିବାରେ ପ୍ରତିଯୋଗିତା ଆରମ୍ଭ କରିସାରିଛନ୍ତି। ଏଣୁ ଦୈନିକ ଜଣକ ପିଛା ମାତ୍ର ତିନିଟି ଫଟୋ ଅପ୍‌‌ଲୋଡ୍‌‌ କରିବାର ସୀମା ଚାଟ୍‌‌ଜିପିଟି ନିର୍ଦ୍ଧାରଣ କରିବାକୁ ବାଧ୍ୟ ହୋଇଛି।

ଟ୍ରେଣ୍ଡି ମାନିଆର ଏହି ନୂତନ ସଂସ୍କରଣଟି ଏତେ ଉଦ୍‌‌ବେଗଜନକ ହୋଇ ନ ଥା’ନ୍ତା ଯଦି ବିଶେଷଜ୍ଞମାନେ ଏଥିସହିତ ଜଡ଼ିତ ବିପଦ ଆଶଙ୍କା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ନ ଥା’ନ୍ତେ। ଆମମାନଙ୍କ ମଧ୍ୟରୁ ଅନୁଭବୀମାନେ ବୋଧହୁଏ ଜାଣିସାରିଥିବେ ଯେ ଆମର ‘ଘିବ୍‌‌ଲି ଇମେଜ୍‌‌’ ପାଇଁ ଉଦ୍ଦିଷ୍ଟ ସାଇଟ୍‌‌ରେ ଆମ ଫଟୋଟିଏ ଅପ୍‌‌ଲୋଡ୍‌‌ କରିଦେବା ମାତ୍ରେ ଏଆଇ ଆପେ ଆପେ ଆମ ଇମେଲ୍‌‌ ଆଇଡିଟିକୁ ଖୋଜି ଆମ ସାମ୍ନାରେ ଉପସ୍ଥାପନ କରୁଛି ଏବଂ ତାହାକୁ ବ୍ୟବହାର କରିବାର ଅନୁମତି ମାଗୁଛି। ଆଜିର ଏଇଆଇ ଯୁଗରେ ଗୋପନୀୟତା ଓ ତଥ୍ୟ ସୁରକ୍ଷା ସବୁଠାରୁ ବଡ଼ ଆହ୍ୱାନ ପାଲଟିଥିବା ବେଳେ ଆମେ ନିଜକୁ ନିଜେ ଏଆଇ ଆଗରେ ଆମର ସମସ୍ତ ଗୋପନୀୟ ତଥ୍ୟ ସହିତ ଆତ୍ମସମର୍ପଣ କରିଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଓପନ୍‌‌ ଏଆଇର ଚାଟ୍‌‌ଜିପିଟି ସ୍ପଷ୍ଟ ଘୋଷଣା କରିସାରିଛି ଯେ ସଂସ୍ଥାର କର୍ମଚାରୀ/ଇଞ୍ଜିନିୟରମାନଙ୍କ ତାଲିମ୍‌‌ ପାଇଁ ଅପ୍‌‌ଲୋଡ୍‌‌ ହେଉଥିବା ଫଟୋସବୁକୁ ସେ ବ୍ୟବହାର କରିପାରିବ। ଏଥିସହିତ ସଂସ୍ଥା ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ ‘ଯେହେତୁ ଚାଟ୍‌‌ଜିପିଟି ବ୍ୟବହାରକାରୀମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଫଟୋ ଓ ତଥ୍ୟ ଅପ୍‌‌ଲୋଡ୍‌‌ କରୁଛନ୍ତି ତେଣୁ ଏ କ୍ଷେତ୍ରରେ ତଥ୍ୟ ଗୋପନୀୟତା ନିୟମ ମାନିବା ପାଇଁ ସଂସ୍ଥା ବାଧ୍ୟ ନୁହେଁ। ଯଦି ବ୍ୟବହାରକାରୀମାନେ ତଥ୍ୟ ଗୋପନୀୟତା ପାଇଁ ଏତେ ସମ୍ବେଦନଶୀଳ ତେବେ ସେମାନେ କାର୍ଟୁନ୍‌‌ ଇମେଜ୍‌‌ ପାଇଁ କୌଣସି ଅଫ୍‌‌ଲାଇନ୍‌‌ ସଫ୍ଟୱେର ବ୍ୟବହାର କରନ୍ତୁ।’ ତେଣୁ ଭବିଷ୍ୟତରେ ଯଦି କାହାର ଫଟୋ ବା ଚେହେରାର ଦୁୁରୁପଯୋଗ ହୁଏ ତେବେ ଚାଟ୍‌‌ଜିପିଟି ସେଥିପାଇଁ ଦାୟୀ ରହିବ ନାହିଁ ବା ଆମକୁ ଆଇନ ଅଦାଲତରୁ ମଧ୍ୟ ସହାୟତା ଓ ସମର୍ଥନ ମିଳିବ ନାହିଁ।

ହ୍ୱାଇଟ୍‌‌ହାଉସ୍‌‌ ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ୍‌‌ ରାଷ୍ଟ୍ରପତି ଭୋଲ୍‌‌ଡିମିର ଜେଲେନ୍ସି ପରସ୍ପରକୁ କରାଟେ ଓ ବାହୁଯୁଦ୍ଧରେ ଆକ୍ରମଣ କରୁଥିବାର ଏକ ଭିଡିଓ ନିକଟରେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ପରେ ଏଆଇର ଶକ୍ତି ବିଷୟରେ କିଛିଟା ଆଭାସ ମିଳିପାରିଥିଲା। ତେଣୁ ଆମେ ନିଜ ନିଜର ସବୁଠାରୁ ସ୍ପଷ୍ଟ ଚେହେରା ଯୁକ୍ତ ଯେଉଁ ଫଟୋଗୁଡ଼ିକୁ ଚାଟ୍‌‌ଜିପିଟିକୁ ଦେବାରେ ଉନ୍ମାଦନା ପ୍ରଦର୍ଶନ କରୁଛୁ ତାହାକୁ ଏଆଇ ଯେ ଭବିଷ୍ୟତରେ ଅନ୍ୟ କାର୍ଯ୍ୟରେ ବ୍ୟବହାର ନ କରିବ, ତାହା ନିଶ୍ଚିତ କରି ହେବ ନାହିଁ। ହୁଏତ କିଛି ଖଳପ୍ରକୃତିର ବ୍ୟକ୍ତି ଆମମାନଙ୍କର ଫଟୋକୁ ନେଇ କୌଣସି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ବିପୁଳ ଅର୍ଥ ରୋଜଗାର କରିପାରନ୍ତି କିମ୍ବା କୌଣସି ଆପରାଧିକ କାର୍ଯ୍ୟରେ ସଂଶ୍ଲିଷ୍ଟ କରିପାରନ୍ତି। ପରିସ୍ଥିତି ଏଭଳି ମଧ୍ୟ ହୋଇପାରେ ଯେ ପରବର୍ତ୍ତୀ ସମୟରେ ସେଭଳି ଭିଡିଓ ଚିତ୍ରକୁ ଆମ ପରିବାର, ଘନିଷ୍ଠ ସମ୍ପର୍କୀୟ ଦୂରେ ଥାଉ ଆମେ ନିଜେ ମଧ୍ୟ ନିଜକୁ ବିଶ୍ୱାସ କରିପାରିବା ନାହିଁ। ଆଜି ମନୋରଞ୍ଜନର ଦୁନିଆ ‘ଘିବ୍‌‌ଲି’ ଆସନ୍ତା କାଲି ଅବିଶ୍ୱାସର ଏଭଳି ବାତାବରଣ ସୃଷ୍ଟି କରିଦେବ ଯେ ଆମେ ଆମ ନିଜକୁ ସଚ୍ଚୋଟ ଓ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିବା। ଏହା ପାରିବାରିକ ପବିତ୍ର ସମ୍ପର୍କକୁ ଆବିଳ କରିବା ସହିତ ବିବାହ ବିଚ୍ଛେଦ ଭଳି ଅଗଣିତ ସମସ୍ୟାକୁ ଜନ୍ମ ଦେବା ଅସମ୍ଭବ ନୁହେଁ।। ଫଟୋରୁ ମୁଖ ଓ ଆଖିରେ ଆମ ବାୟୋମାଟ୍ରିକ୍‌‌ ତଥ୍ୟ ଲୁକ୍କାୟିତ ରହୁଥିବାରୁ ତା’ ଜରିଆରେ ଏଆଇ ଆମ ଆର୍ଥିକ କାରବାରର ବିବରଣୀ ମଧ୍ୟ ସାର୍ବଜନୀନ କରିପାରେ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି।

‘ଘିବ୍‌‌ଲି ଇମେଜ୍‌‌’ ପ୍ରତି ଆମ ଉନ୍ମାଦନା, ଦୁର୍ବଳତା, ଆକର୍ଷଣ ଓ ଲୋକପ୍ରିୟତାକୁ ଦେଖି ଚାଟ୍‌‌ଜିପିଟି ସହିତ ଗ୍ରୋକ୍‌‌-୩, ଜେମିନି ଆଦି ସଂସ୍ଥା ପ୍ରତିଯୋଗିତାକୁ ଓହ୍ଲାଇବାକୁ ଚୂଡ଼ାନ୍ତ ପ୍ରସ୍ତୁତି କରିସାରିଥିବା ସୂଚନା ମିଳିଛି। ଏବେ କେବଳ ପରୀକ୍ଷଣ ଓ ଗବେଷଣା ସ୍ତରରେ ଥିବା ଏହି ଟୁଲ୍‌‌ ଯେତେବେଳେ ସ୍ୱୟଂସମ୍ପୂର୍ଣ୍ଣ ହେବ ଏବଂ ଏକାଧିକ ବିକାଶକାରୀ ସଂସ୍ଥା ଆତ୍ମପ୍ରକାଶ କରିବେ ସେତେବେଳେ ତାହାର ପ୍ରଭାବ କୋଭିଡ୍‌‌ ବୈଶ୍ୱିକ ମହାମାରୀ ଭଳି ହେବ ନାହିଁ ତ – ଏହି ପ୍ରଶ୍ନ ଉଙ୍କି ମାରୁଛି। ଯଦି ବିଶ୍ୱରେ ଏକ ଭୟଙ୍କର ମହାମାରୀ ସୃଷ୍ଟି ହେବ ତାହାର ନିରାକରଣ ପାଇଁ ବିଶ୍ୱ କିଭଳି ପ୍ରସ୍ତୁତ ହେବା ଆବଶ୍ୟକ – ଏହି ପ୍ରତିଷେଧକମୂଳକ ମହତ୍‌‌ ଉଦ୍ୟମ ଓ ଗବେଷଣାରୁ ଅସାବଧାନତା ଓ ଯତ୍ନହୀନତାରୁ ୨୦୧୯ରେ ବେଜିଂରେ ଯେଉଁ ଭୂତାଣୁଟି ଜନ୍ମ ନେଇଥିଲା ତାହାର ଭୟାବହତା ଏବେ ମଧ୍ୟ ବିଶ୍ୱବାସୀଙ୍କ ମନରୁ ଲିଭିନାହଁ। ତେଣୁ ଆମେ ନିଜକୁ କ୍ୱାରେଣ୍ଟାଇନ୍‌‌ରେ ରଖିବାକୁ ବାଧ୍ୟ ହେବା ପୂର୍ବରୁ ସଂଯମ ଓ ଆତ୍ମସଚେତନ ହେବା ଜରୁରୀ। ‘ଘିବ୍‌‌ଲି ଦୁନିଆ’ରେ ବଞ୍ଚିବାର ଆମ ମାନିଆ ଆମକୁ ସେହି ସୋପାନକୁ ନେଇ ନ ଯାଉ ଯେଉଁଠାରୁ ଫେରିବା ସମ୍ଭବ ହେବ ନାହିଁ। କୁହାଯାଏ ଆବଶ୍ୟକତା ହିଁ ଉଦ୍‌‌ଭାବନର ଜନନୀ। କିନ୍ତୁ ଏବେ ସେହି ଉଦ୍‌‌ଭାବନର ମାନସ ସନ୍ତାନ ରୂପେ ଆମ ବିବଶତା ସାମ୍ନାକୁ ଆସୁଛି। ନିଜକୁ କଣ୍ଢେଇ ରୂପରେ ଦେଖିବାରୁ ଅତିଚ୍ଛା ଆମକୁ ଏଆଇ ହାତରେ କଣ୍ଢେଇ କରିଦେବା ଭଳି ଏବଂ ତା’ ନିର୍ଦ୍ଦେଶରେ ପରିଚାଳିତ ହେବା ଭଳି ସ୍ଥିତି ସୃଷ୍ଟି ନ ହେଉ।

ଦୟନୀୟ ଦୟା ନଦୀ
ଯେଉଁ ନଦୀଜଳରେ କପିଳ ମୁନି ତପସ୍ୟା କରି ମୋକ୍ଷ ପ୍ରାପ୍ତି ହୋଇଥିଲେ, ଯେଉଁ ନଦୀରେ ସ୍ନାନ କରି ପଞ୍ଚୁପାଣ୍ଡବ ପାପ ମୁକ୍ତ ହୋଇଥିଲେ ଏବଂ ଯେଉଁ ନଦୀ ଦିନେ ଦୟା ପରବଶ ହୋଇ କଳିଙ୍ଗ ଯୁଦ୍ଧରେ ନିହତ ଲୋକମାନଙ୍କୁ କୋଳେଇ ନେଇ ନିଜେ ରକ୍ତରଞ୍ଜିତ ହୋଇଥିଲା, ଯେଉଁ ନଦୀ ଦିନେ ମଗଧର ‘ଚଣ୍ଡାଶୋକ’ଙ୍କୁ ‘ଧର୍ମାଶୋକ’ରେ ପରିଣତ କରିଥିଲା, ଯେଉଁ ନଦୀ ନିଜ କୂଳରେ ଗଢ଼ି ଉଠିଥିବା ଜନବସତିର ଜୀବନ ରେଖାଥିଲା, ଯେଉଁ ନଦୀ ଅତୀତରେ ଖୋର୍ଦ୍ଧାରେ ଚାଲିଥିବା ନୌବାଣିଜ୍ୟର ପ୍ରମୁଖ କେନ୍ଦ୍ର ଥିଲା, ସେ ହେଉଛି ଦୟା ନଦୀ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଦୟା ନଦୀର ପବିତ୍ରତା ଓ ସ୍ବଚ୍ଛତା ହ୍ରାସ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ସହ ବିକାଶ ନାମରେ ପ୍ରକୃତି ବିରୋଧୀ କାର୍ଯ୍ୟକଳାପ ଯୋଗୁଁଁ ଦୟା ନଦୀର ଅବସ୍ଥା ଦୟନୀୟ ହୋଇପଡ଼ିଛି।

ଭାରତ ସରକାରଙ୍କର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ୨୦୨୩ ମସିହାରେ ପ୍ରକାଶିତ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଓଡ଼ିଶାରେ ୯୪, ୦୨୫ଟି ପୋଖରୀ; ୭୮, ୦୬୭ଟି ଟାଙ୍କି; ୬୭୯ଟି ହ୍ରଦ/କେନାଲ; ୧୬୦୬ଟି ରିଜର୍ଭୟରରେ ମଧୁର ଜଳ ଗଚ୍ଛିତ ରହିଛି। ତା’ ସହିତ ସମୁଦାୟ ୨୪, ୮୭୩ କି.ମି ଦୈର୍ଘ୍ୟ ନଦୀଗୁଡ଼ିକରେ ମଧୁର ଜଳ ପ୍ରବାହିତ ହେଉଛି ଏବଂ ବାର୍ଷିକ ହାରାହାରି ୧୨୦୦ମି.ମି.ବୃଷ୍ଟିପାତ ଯୋଗୁଁଁ ଓଡ଼ିଶାକୁ ଏକ ଜଳସମୃଦ୍ଧ ରାଜ୍ୟ ଭାବେ ପରିଗଣିତ କରାଯାଉଛି। ଏ ସବୁ ସତ୍ତ୍ବେ ପ୍ରଦୂଷଣ କାରଣରୁ ଗଚ୍ଛିତ ଓ ପ୍ରବାହିତ ଜଳ ଆମର ଉପଯୋଗୀ ହୋଇ ପାରୁନାହିଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ଭାରତରେ ଯେଉଁ ୩୫୧ଟି ନଦୀ ମାତ୍ରାଧିକ ପ୍ରଦୂଷିତ, ତନ୍ମଧ୍ୟରୁ ଦୟା ସମେତ ଓଡ଼ିଶାର ୧୯ଟି ନଦୀ ରହିଛି।

ଦୟା ‘କୁଆଖାଇ’ର ଏକ ଶାଖା ନଦୀ। ଦଧିଚି ମୁନିଙ୍କ ନାମରୁ ଏହି ନଦୀର ନାମ ‘ଦୟା’ ହୋଇଛି। ଏହାର ପ୍ରାଚୀନ ନାମ ଦଧିଭଦ୍ରାରୁ ଅପଭ୍ରଷ୍ଟ ହୋଇ ‘ଦଧିଆ’, ପରେ ‘ଦହିଆ’ ଓ ତା’ ପରେ ‘ଦୟା’ ହୋଇଛି। ଏହା ଭୁବନେଶ୍ୱର ଉପକଣ୍ଠ ସରଦେଇପୁର ଠାରୁ ବାହାରି ଧଉଳି, ଡେଲାଙ୍ଗ, ତିରିମଲ, ଘୋରଡିଆ, ତ୍ରିଲୋଚନପୁର, କଣାସ, ଜଙ୍କିଆ, ବସନ୍ତପୁର, ଗଡ଼଼ିଶାଗୋଦା ପ୍ରଭୃତି ଅଞ୍ଚଳ ଦେଇ ଦୀର୍ଘ ୪୦ କି.ମି ଅତିକ୍ରମ କରି ଚିଲିକାରେ ମିଶିଛି। ଏହି ଅଞ୍ଚଳର ପ୍ରାୟ ୪ଲକ୍ଷ ଲୋକ ଏହି ନଦୀ ଉପରେ ନିର୍ଭରଶୀଳ। ୧୨୦୦ ହେକ୍ଟର ଚାଷ ଜମି ଏବଂ ୮୦, ୦୦୦ରୁ ଊର୍ଦ୍ଧ୍ବ ଲୋକ ପିଇବା ପାଣି ପାଇଁ ଏହି ନଦୀ ଓ ଏହାର ଶାଖା ନଦୀ ଉପରେ ନିର୍ଭର କରିଥା’ନ୍ତି।

ଏବେ ଭୁବନେଶ୍ୱରର ଦୂଷିତ ଜଳ ଓ ପଦାର୍ଥ ଗଙ୍ଗୁଆ ନାଳ ଦେଇ ପିପିଲି ନିକଟବର୍ତ୍ତୀ କଣ୍ଟି କାଜ ଦେଇ ସିଧାସଳଖ ଦୟା ନଦୀକୁ ପ୍ରବେଶ କରି ବିଗତ ଏକ ଦଶନ୍ଧି ଧରି ତା’ର ଜଳକୁ ପ୍ରଦୂଷିତ କରିଚାଲିଛି। ଏତଦ୍‌‌ବ୍ୟତୀତ କେତେକ ଅସାମାଜିକ ତତ୍ତ୍ୱ ନଦୀ ପଠାକୁ ପୋତି ଘର ଓ ଚାଷ କାର୍ଯ୍ୟରେ ବିନିଯୋଗ କରୁଛନ୍ତି, ଯାହା ଜଳ ନିଷ୍କାସନ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି। ଦୀର୍ଘଦିନ ଧରି ପାଣି ଜମି ରହି ମଶା, ମାଛିଙ୍କ ବଂଶ ବଢ଼଼ିବା ସହିତ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ୁଛି। ନିୟମିତ ବ୍ୟବଧାନରେ ନଦୀ ଜଳକୁ ପରିଷ୍କାର କରାଯାଉ ନ ଥିବାରୁ ତାହା ସମ୍ପୂର୍ଣ୍ଣ କଲିକତି ଓ ଚିଙ୍ଗୁଡ଼ି ଦଳରେ ପରିପୂର୍ଣ୍ଣ ହୋଇରହୁଛି। ଫଳରେ କଣାସ ଅଞ୍ଚଳର ଅନେକ ମତ୍ସ୍ୟଜୀବୀଙ୍କର ତେଲଲୁଣ ସଂସାର ଉଜୁଡ଼ି ଯାଇଛି ଏବଂ ବର୍ଷା ଋତୁରେ ସେହି ଅଞ୍ଚଳର ଚାଷଜମି ବନ୍ୟାପ୍ଲାବିତ ହେଉଛି। ଏହାଛଡ଼ା ଜୈବ ବିବିଧତା ହ୍ରାସ ପାଇବା ଯୋଗୁଁଁ ଚିଲିକାରୁ ଲୁଣି ପାଣି ଓଲଟା ଦୟାନଦୀରେ ପ୍ରବେଶ କରୁଥିବାରୁ ମଧୁର ଜଳ ଲବଣାକ୍ତ ହେଉଛି। ସେଥିରେ ପୁଣି ମିଶୁଛି ଚାଷଜମିରେ ବ୍ୟବହୃତ ରାସାୟନିକ ସାର ଓ କୀଟନାଶକଯୁକ୍ତ ପାଣି। ବାଲି ମାଫିଆମାନଙ୍କର ମାତ୍ରାଧିକ ବାଲି ଖନନ ଯୋଗୁଁଁ ଜଳଧରଣର ଶକ୍ତି ହ୍ରାସ ପାଉଛି ଏବଂ ଖରାଦିନେ ନଦୀଗର୍ଭ ଶୁଷ୍କ ରହୁଛି।

ଦୟାନଦୀର ଏହି ଭଳି ଅବସ୍ଥାକୁ ନେଇ ଅନେକ ଆନ୍ଦୋଳନ ହୋଇଛି। କିନ୍ତୁ ପ୍ରଶାସନର ବେପରୁଆ ମନୋଭାବ ଯୋଗୁଁଁ ଅବସ୍ଥାରେ ପରିବର୍ତ୍ତନ ହୋଇପାରୁନାହିଁ। ଅତୀତରେ ନଦୀ ଜଳ ପ୍ରଦୂଷଣକୁ ରୋକିବା ପାଇଁ ରାଜଧାନୀର ୬ଟି ସ୍ଥାନରେ ହେବାକୁ ଥିବା ସ୍ୱିରେଜ୍‌‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏ ଯାଏଁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରିନାହିଁ। ବିଡିଏ ଦ୍ୱାରା ‘ସେଭ୍‌‌ ଦୟା’ କମିଟି ଗଠନ କରାଯାଇ ପ୍ରଦୂଷଣକୁ ନିୟମିତ ବ୍ୟବଧାନରେ ମାପିବା ସହ ପ୍ରଦୂଷଣକୁ କିଭଳି ଭାବେ ନିୟନ୍ତ୍ରଣ କରାଯାଇପାରିବ, ସେ ଦିଗରେ ଯୋଜନା ହୋଇଥିଲା। କିନ୍ତୁ ତାହା କାଗଜକଲମରେ ସୀମିତ ରହିଯାଇଛି। ଜଳସମ୍ପଦ ବିଭାଗ ଦ୍ୱାରା ନଦୀଜଳର ସୁରକ୍ଷା ଓ ନଦୀବନ୍ଧ ଉନ୍ନତିକରଣ ନିମନ୍ତେ ସ୍ୱତନ୍ତ୍ର ବ୍ୟୟ ବରାଦ ହେଉଥିଲେ ମଧ୍ୟ ତାହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନି। ତେଣୁ ଯୋଜନା କିଭଳି ବାସ୍ତବରେ ପରିଣତ ହେବ, ସେଦିଗରେ ସରକାର ଯତ୍ନବାନ ହେବ ଉଚିତ୍‌‌।

କେବଳ ଦୟା ନୁହେଁ, ରାଜ୍ୟର ଅଧିକାଂଶ ନଦୀର ଅବସ୍ଥା ଏହିଭଳି। ତେଣୁ ନଦୀ ଦୁରବସ୍ଥାରେ ସୁଧାର ଆଣିବା ପାଇଁ ହେଲେ ନଦୀ ଶଯ୍ୟାକୁ ସଫା କରିବା, ନଦୀର ଦୁଇ ପାର୍ଶ୍ବରେ ବନୀକରଣ କରିବା, ବିକଳ୍ପ ଜଳ ସଂରକ୍ଷଣ ପାଇଁ ଯୋଜନା କରିବା, କିଭଳି ଅବିରତ ଧାରା ଓ ଜୈବ ବିବିଧତା ପୁନରୁଦ୍ଧାର ହେବ ତାହା ଉପରେ କାର୍ଯ୍ୟ କରିବା ଦରକାର। ଖାଲି ସରକାରଙ୍କର ତ୍ରୁଟିକୁ ଲୋକଲୋଚନକୁ ନ ଆଣି ନଦୀର ସୁରକ୍ଷା ପ୍ରତି ସାଧାରଣ ଲୋକ ମଧ୍ୟ ତତ୍ପର ହେବା ଦରକାର। ଆମେ ଆହ୍ୱାନ କରିବା ଦୟା ନଦୀ ପ୍ରତି ସମସ୍ତଙ୍କର ଦୟା ଭାବ ଜାଗ୍ରତ ହେଉ। ପ୍ରକୃତି ସୁରକ୍ଷିତ ରହୁ। ନଚେତ୍‌‌ ବିକାଶ ନାମରେ ସଭ୍ୟତାକୁ ନଷ୍ଟ କରିବା ମାନବସଭ୍ୟତା ପ୍ରତି କୁଠାରାଘାତ ହେବ।

ଶ୍ରୀବତ୍ସ ନାୟକ

(ଅଧ୍ୟାପକ, ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ)

କଟକ, ମୋ:୯୪୩୮୦୭୦୮୪୯

ଉଚ୍ଚଶିକ୍ଷାର ଭବିଷ୍ୟତ
ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀଭାବେ ମନୁଷ୍ୟର ସ୍ଥିତିକୁ ଅସ୍ବୀକାର କରିହେବ ନାହିଁ। ଅନ୍ୟମାନଙ୍କ ଠାରୁ ସେ ଭିନ୍ନ କେବଳ ତା’ର ନିଜର ବିଚାରଗତ ବୁଦ୍ଧିପାଇଁ। ସେ ଶିକ୍ଷିତ, ସଭ୍ୟ ତଥା ପରି ମାର୍ଜିତ ବୋଲି ହିଁ ତାକୁ ଶ୍ରେଷ୍ଠଭାବେ ବିବେଚନା କରାଯାଇଛି। ସୃଷ୍ଟିର ବିବର୍ତ୍ତନ ମାଧ୍ୟମରେ ତାର କ୍ରମବିକାଶ ହୋଇଚାଲିଛି। ସେ ଆଜି ପୂର୍ଣ୍ଣାଙ୍ଗ ମଣିଷ ବୋଲି ନିଜର ପରିଚୟ ସୃଷ୍ଟି କରିଛି। ଶାରୀରିକ ଅଭିବୃଦ୍ଧି ସହ ବୁଦ୍ଧି ବିବେକ ହିଁ ତାକୁ ଶ୍ରେଷ୍ଠ ଭାବେ ଗଢ଼ି ତୋଳିଛି। ବଣଜଙ୍ଗଲର ଯାଯାବର ଜୀବନଯାପନକୁ ଛାଡ଼ି ସେ ଏବେ ସ୍ଥାୟୀ। ସମୟାନୁସାରେ ନିଜକୁ ଉପଯୋଜିତ କରିପାରିଛି ବୋଲି ସେ ଆଜି ତାର କାୟା ଚତୁର୍ଦିଗକୁ ବିସ୍ତାର କରିପାରିଛି। ଖରା, ବର୍ଷା କାକରକୁ ଖାତିରି ନ କରି ସେ ଆକାଶରେ ଉଡୁଛି, ସମୁଦ୍ର ଗର୍ଭରେ ଭାସୁଛୁ, ପୁଣି ମହାକାଶରେ ଯାଇ ପାଦ ଥାପିପାରିଛି। ଏହାହିଁ ତା’ ଜ୍ଞାନକୌଶଳର ପରିଚୟ। ଶିକ୍ଷ୍ୟା ହିଁ ତାକୁ ଓ ତା’ ଜୀବନକୁ ଦେଇଛି ଏକ ନୂତନ ଦିଗ୍‌ଦର୍ଶନ। ସେ ଶିକ୍ଷାର ମହତ୍ତ୍ବକୁ ବୁଝିଛି, ତା’ ସହ ନିଜକୁ ସାମିଲ୍ କରି ସଭ୍ୟତାର ବିକାଶ ପଥରେ ଆଗେଇ ଚାଲିଛି। ବାସ୍ତବିକ କହିବାକୁ ଗଲେ, ଶିକ୍ଷା ହିଁ ମଣିଷକୁ ଶିଖାଏ ଓ ବୁଦ୍ଧିଜୀବୀ ଭାବେ ଗଢ଼ି ତୋଳେ, ଏଥିରେ ଦ୍ବିମତ ନାହିଁ।

ଶିକ୍ଷା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ପ୍ରତିଟି ମନୁଷ୍ୟ ପାଇଁ ତଥା ସମାଜ ପାଇଁ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରେ। ସମୟକ୍ରମେ ଶିକ୍ଷା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ରୂପରେଖ ବଦଳିବାରେ ଲାଗିଛି। ଗୁରୁକୁଳର ଚତୁରାଶ୍ରମର ଶିକ୍ଷାବ୍ୟବସ୍ଥା ଏବେ ବଦଳି ବିଦ୍ୟାଳୟ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଛି। ଆର୍ଯ୍ୟମାନଙ୍କ କୁଟୀର ଆଶ୍ରମ ପରିବର୍ତ୍ତିତ ହୋଇ ଉଚ୍ଚ ମହଲରେ ରୂପାନ୍ତର ସହ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ଛାତ୍ରଛାତ୍ରୀମାନଙ୍କର ପୋଷାକପରିଚ୍ଛଦ ତଥା ଜୀବନଶୈଳୀରେ ଅନେକ ପରିବର୍ତ୍ତନ ହୋଇଛି। ସେହିପରି ଶିକ୍ଷାନୁଷ୍ଠାନର ପ୍ରକୋଷ୍ଠଗୁଡ଼ିକ ଅତି ଉଚ୍ଚମାନର ତଥା ବିଳାସମୟ ଶ୍ରେଣୀକକ୍ଷର ରୂପ ଧାରଣ କରିଛି। ଶୀତତାପ ନିୟନ୍ତ୍ରିତ କୋଠରି ମଧ୍ୟରେ ଛାତ୍ରଛାତ୍ରୀ ମାନେ ନିଜକୁ ବେଶ୍ ଖୁସି ଅନୁଭବ କରନ୍ତି ବୋଲି କୁହାଯାଉଛି। ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସଜାଡ଼ିବା ପାଇଁ ସରକାରୀସ୍ତରରେ ନିଆଯାଉଥିବା ପଦକ୍ଷେପ ବହୁ ବିଳମ୍ବରେ ହେଲେ ମଧ୍ୟ ଗ୍ରହଣୀୟ । ଏସବୁ ସତ୍ତ୍ବେ ବୁଦ୍ଧିଜୀବୀମାନଙ୍କ ମନରେ ଏବେ ବି ଅନେକ ପ୍ରଶ୍ନ ଉଠେ ଉଚ୍ଚଶିକ୍ଷାର ଭବିଷ୍ୟତକୁ ନେଇ!

ଉଚ୍ଚଶିକ୍ଷାର ପରିସ୍ଥିତି ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ତଥା ଉଦ୍‌ବେଗଜନକ। ଏଥିପାଇଁ ନା ଶିକ୍ଷକ ଚିନ୍ତିତ, ନା ଶିକ୍ଷାନୁଷ୍ଠାନ, ନା ଶିକ୍ଷାନୁଷ୍ଠାନକୁ ନିୟନ୍ତ୍ରଣ କରୁଥିବା ବିଶ୍ଵବିଦ୍ୟାଳୟ। ଉଚ୍ଚଶିକ୍ଷାର ଭବିଷ୍ୟତ କୁଆଡ଼େ କୁଆଡ଼େ ଧସିଯାଉଛି ଭାବିଲେ କଷ୍ଟ ଲାଗେ। ସମସ୍ତେ କାନ୍ଦୁଛନ୍ତି, ହେଲେ କାହା ଆଖିରେ ଲୁହ ନାହିଁ। ନାମଲେଖା ଆବେଦନ, ଶିକ୍ଷାନୁଷ୍ଠାନରେ ପ୍ରବେଶ, ପରୀକ୍ଷା ପାଇଁ ଫର୍ମ ପୂରଣ, ତା’ପରେ ପରୀକ୍ଷା, ପରୀକ୍ଷା ମୂଲ୍ୟାୟନ ଓ ଶେଷରେ ପରୀକ୍ଷା ଫଳାଫଳ। ସବୁକିଛି ବାଟବଣା ଓ ବିପର୍ଯ୍ୟସ୍ତ। ଛାତ୍ରଛାତ୍ରୀମାନଙ୍କ ପଢ଼ାପଢ଼ିରେ ଏତେଟା ଆନ୍ତରିକତା ଦେଖିବାକୁ ମିଳୁନି। ଶିକ୍ଷା ପ୍ରତି ଓ ଶିକ୍ଷକଙ୍କ ପ୍ରତି ସେମିତି ବିଶେଷ ଆନୁଗତ୍ୟ ନାହିଁ। ଅଧ୍ୟାପନା ଅଧ୍ୟାପକଅଧ୍ୟାପିକାଙ୍କର ମଧ୍ୟ ଧ୍ୟାନ କମିବାରେ ଲାଗୁଛି। ଫଳରେ ଧୀରେ ଧୀରେ ଶିକ୍ଷାର ମାନ ହ୍ରାସ ପାଉଛି। ଏହା ପଛରେ ଉଚ୍ଚ ଶିକ୍ଷା ବିଭାଗର ପ୍ରଶାସନ, ପ୍ରବେଶ ଗ୍ରହଣ ପ୍ରକ୍ରିୟା, ଅଧ୍ୟାପନାର ଅନିୟମିତତା, ପରୀକ୍ଷା ମୂଲ୍ୟାୟନର ଅବବ୍ୟସ୍ଥା ତଥା ଛାତ୍ରଛାତ୍ରୀଙ୍କ ମଧରେ ଶିକ୍ଷା ଗ୍ରହଣରେ ଅନାଗ୍ରହ ପ୍ରମୁଖ କାରଣ। ଯେଉଁଦିନ ପରୀକ୍ଷା ଖାତାର ସଠିକ୍ ମୂଲ୍ୟାଙ୍କନ ହେବ, ସେଦିନ ହିଁ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଉଚ୍ଚଶିକ୍ଷା ବିଭାଗର ପ୍ରବେଶ ଗ୍ରହଣ ଅତ୍ୟନ୍ତ ବିଳମ୍ବିତ ପ୍ରକ୍ରିୟା। ଏହା ସେମିଷ୍ଟର ଇଣ୍ଟରନାଲ୍ ପରୀକ୍ଷା ପର୍ଯ୍ୟନ୍ତ କ୍ରମାଗତଭାବେ ଚାଲୁରହେ, ଯାହା ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା କଥା। ଯଦି ପ୍ରବେଶ ଗ୍ରହଣ ପ୍ରକ୍ରିୟା ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହେ, ତେବେ ଛାତ୍ରଛାତ୍ରୀମାନେ କ୍ଲାସ୍‌ କରିବାରୁ ବଞ୍ଚିତ ହେବେ କି ନାହିଁ, ତାହା ବିଭାଗୀୟ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ। ତାଛଡ଼ା ସେମିଷ୍ଟର ପରୀକ୍ଷା ପରେପରେ ପୁଣି ମୂଲ୍ୟାୟନରେ ଅଧ୍ୟାପକଅଧ୍ୟାପିକାମାନେ ଏତେ ବ୍ୟସ୍ତ ରୁହନ୍ତି ଯେ, ଅଧ୍ୟାପନା କେତେବେଳେ କରିବେ? ଗୁଣାତ୍ମକ ଶିକ୍ଷାର ମାନ ହ୍ରାସ ହେବାର ପ୍ରମୁଖ କାରଣ ପରୀକ୍ଷାର ଉତ୍ତରପତ୍ର ମୂଲ୍ୟାୟନ ପ୍ରକ୍ରିୟା, ଯାହା ଅଧ୍ୟାପନା ତଥା ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଅନାଗ୍ରହ ଉପରେ ଗଭୀର ପ୍ରଭାବ ପକାଇଥାଏ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଉ ପରୀକ୍ଷାକୁ ନେଇ ଭୟ ନାହିଁ। ସେମାନେ ଭଲଭାବେ ଜାଣିଗଲେଣି, ଅକୃତକାର୍ଯ୍ୟ ହେବାର କୌଣସି ଦୁର୍ଭାଗ୍ୟ ନାହିଁ। ଯାହା ଲେଖିଲେ ୬୦ ପ୍ରତିଶତରୁ ଅଧିକ ଅଙ୍କ ମିଳିବ; କିନ୍ତୁ ତାଠୁ କମ୍ ନୁହେଁ। ଅଧ୍ୟାପକଅଧ୍ୟାପିକାମାନେ ବୁଝିସାରିଛନ୍ତି, ପିଲାମାନଙ୍କୁ ସସମ୍ମାନେ ପାସ୍ କରିବା ଅତ୍ୟନ୍ତ ଜରୁରୀ। ଉଚ୍ଚ କର୍ତ୍ତୃପକ୍ଷଙ୍କ କଡ଼ା ସନ୍ଦେଶ କୌଣସି ପିଲା ଫେଲ୍ ହେବେନାହିଁ। ସେହି ହିସାବରେ ଖାତା ଦେଖାଯିବା ଦରକାର। ଇଣ୍ଟରନାଲ୍ ପରୀକ୍ଷା ନିଜ ବିଭାଗର ଅଧ୍ୟାପକଅଧ୍ୟାପିକାମାନେ ମୂଲ୍ୟାୟନ କରିଥିବାରୁ ମନଇଚ୍ଛା ଉତ୍ତର ଖାତାରେ ଅଙ୍କ ଦେବାରେ କୌଣସି ଅସୁବିଧା ହୁଏନାହିଁ। ସେମିଷ୍ଟର ପରୀକ୍ଷାର ମୂଲ୍ୟାୟନ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ। ତା’ର ଆଲୋଚନା ନିହାତି ଜରୁରୀ। ପରୀକ୍ଷା କେନ୍ଦ୍ରର ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତରପତ୍ରକୁ ସାରିବାକୁ ପଡ଼ିଥାଏ। କେନ୍ଦ୍ରର ନିର୍ଦ୍ଧାରିତ ସମୟକୁ କେହି ଖାତାଦେଖାରେ ସଦୁପଯୋଗ କରନ୍ତି ନାହିଁ। କୌଣସି ବିଷୟରେ ଯଦି ୫୦୦ ଖାତାର ମୂଲ୍ୟାୟନ କରାଯାଏ, ତାହା ପାଞ୍ଚରୁ ସାତଦିନ ନିର୍ଦ୍ଧାରିତ କରାଯାଇଥାଏ। ମୂଲ୍ୟାୟନ ଦାୟିତ୍ୱରେ ଯଦି ଚାରିରୁ ପାଞ୍ଚ ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିୟୋଜିତ କରାଯାଏ ତେବେ ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କ ଭାଗରେ ୧୦୦ କିମ୍ବା ୧୨୫ଟି ଖାତା ମୂଲ୍ୟାୟନ କରିବାକୁ ପଡ଼ିଥାଏ। ତେବେ ଦିନକୁ ୨୦ ରୁ ୨୫ ଖଣ୍ଡ ଖାତା ଦେଖିବା ପାଇଁ ହୋଇଥାଏ। କିନ୍ତୁ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ନିୟମିତ ଭାବେ ପ୍ରତିଦିନ ଖାତା ଦେଖନ୍ତି କି ? କିଛି ଅଧ୍ୟାପକ ଅଧ୍ୟାପିକା ଗୋଟେ ଦିନରେ ୫୦ ରୁ ୬୦, ତ ଆଉ କିଏ ୭୦ ଖାତା ମୂଲ୍ୟାୟନ କରିଦିଅନ୍ତି। ୨/୩ ଘଣ୍ଟାରେ ୭୦/୮୦ ବିଜ୍ଞାନ ଖାତାର ମଲ୍ୟାୟନ କଥା ଭାବିଲେ ବିସ୍ମୟ ସୃଷ୍ଟି ହୁଏ ।

ଏମାନେ ଖାତାର କାଗଜ ସଂଖ୍ୟାକୁ ଆଧାର କରି ମୂଲ୍ୟାୟନ କରୁଥିବା ପରି ବୋଧହୁଏ। ଯେ ଯେତେ ଅଧିକ ଲେଖିଛି, ସେ ସେତେ ଅଧିକ ଅଙ୍କ ପାଉଛି, ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ। ଏଠି ପରୀକ୍ଷା ଆଉ ମୂଲ୍ୟାୟନ ଏକ ପ୍ରହସନ। ପିଲାମାନେ ବୁଝି ସାରିଲେଣି କ୍ଲାସ କଲେ ଢୋ ନ କଲେ ଢୋ। ଏଠି ଧୁଆମୁଳା ଅଧୁଆମୁଳା ସବୁ ସମାନ। ପାଠ ନ ପଢ଼ି, କ୍ଲାସ ନ କରି ଯଦି ପାସ୍, ତେବେ କ୍ଲାସ କରିବାରେ କି ଆବଶ୍ୟକ। ଅଧ୍ୟାପକଅଧ୍ୟାପିକାମାନେ ଭି ମାନସିକ ସ୍ତରରେ ଆଶ୍ବସ୍ତ ହେଲେଣି, ଯଦି ପିଲାମାନେ କ୍ଲାସ୍ ନଆସି କୃତକାର୍ଯ୍ୟ ହେଇପାରୁଛନ୍ତି, ତେବେ କ୍ଲାସ୍ କରିବାର କିଛି ଆବଶ୍ୟକତା ନାହିଁ। ତେଣୁ ଏହି ଅାଧାରରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଛି କି ହ୍ରାସ ପାଉଛି, ତାହା ବିଭାଗୀୟ ପ୍ରଶାସନ ଧ୍ୟାନ ଦେବା ନିହାତି ଜରୁରୀ। ଖାଲି ଆବେଦନ, ପ୍ରବେଶ ଗ୍ରହଣ, ଫର୍ମ ପୂରଣ, ପରୀକ୍ଷା ଦେଇ ଖଣ୍ଡେ ଖଣ୍ଡେ ପ୍ରମାଣପତ୍ର ମାଧ୍ୟମରେ ସାକ୍ଷରତା ହାର ବଢ଼େଇ ଦେଲେ ଶିକ୍ଷାର ମାନ ବୃଦ୍ଧି େହାଇଯିବ, ଏହା ଏକ ପ୍ରହେଳିକା ମାତ୍ର।

ଡ଼ ମନୋଜ କୁମାର ମହାନ୍ତି

ଭଦ୍ରକ, ମୋ ୮୮୯୫୩୪୧୦୩୩

‘ଦିଲ୍ଲୀ ଚଲୋ’ ଜିଦ୍‌ରେ ଅଟଳ ଚାଷୀ, ୧୨ ଜିଲ୍ଲାରେ ୧୪୪ ଧାରା
ଅମ୍ବାଲା: ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ୍‌) ୧୩ରେ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛି। ଏହାକୁ ନେଇ କୃଷକ ଜିଦ୍‌ରେ ଅଟଳ ରହିଛନ୍ତି। ଏହି ଯାତ୍ରା ପୂର୍ବରୁ ହରିୟାଣା ଏବଂ ପଞ୍ଜାବର ଶମ୍ଭୁ, ଖନୌରି ସମେତ ସବୁ ସୀମାକୁ ସିଲ୍‌ କରିଦିଆଯାଇଛି। ସିଙ୍ଘୁ ଏବଂ ଟିକରି ସୀମାରେ ସିମେଣ୍ଟର ବ୍ୟାରିକେଡ ଲଗାଯାଇଛି। ପଞ୍ଜାବରୁ ଆସୁଥିବା କୃଷକଙ୍କ ଗାଡ଼ିକୁ ନ ଛାଡ଼ିବା ଶମ୍ଭୁ ସୀମା ଏବଂ ଫତେହାବାଦରେ ବଡ଼ ବଡ଼ ଲୁହା କଣ୍ଟା ପୋତା ଯାଇଛି। ହରିୟାଣାର ୭ ଜିଲ୍ଲାରେ ରବିବାର ସକାଳ ୬ଟାରୁ ଇଣ୍ଟରନେଟ, ଡଙ୍ଗଲ ଏବଂ ବଲ୍‌କ ଏସଏମ୍‌ଏସ ବନ୍ଦ କରିଦିଆଯାଇଛି। ୧୩ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

ସେହିପରି ହରିୟାଣାର ସୋନିପତ, ଝଜର, ପଞ୍ଚକୁଲା, ଅମ୍ବାଲା, କେଥଲ, ହିସାର, ସିର୍ସା, ଫତେହାବାଦ ଏବଂ ଜିନ୍ଦ ସମେତ ୧୨ ଜିଲ୍ଲାରେ ୧୪୪ ଧାରା କାର୍ଯ୍ୟକାରୀ କରାଯାଇଛି। ଏହା ସହିତ ପଞ୍ଜାବ ଏବଂ ଦିଲ୍ଲୀ ମାର୍ଗରେ ଯାଉଥିବା ଗାଡ଼ିର ଗତିପଥକୁ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ସରକାର ହରିୟାଣାକୁ ଅର୍ଦ୍ଧସାମରିକ ବାହିନୀର ୬୪ କମ୍ପାନୀ ପଠାଇଛନ୍ତି। ଏଥିରେ ବିଏସ୍‌ଏଫ ଏବଂ ସିଆରପିଏଫ୍‌ ଯବାନ ସାମିଲ ଅଛନ୍ତି। ଚାଷୀଙ୍କ ମୁକାବିଲା କରିବା ପାଇଁ ହରିୟାଣା ସିର୍ସାର ଚୌଧୁରୀ ଦଲବୀର ସିଂହ ଇନଡୋର ଷ୍ଟାଡିୟମ ଏବଂ ଗୁରୁ ଗୋବିନ୍ଦ ସିଂହ ଷ୍ଟାଡ଼ିୟମରେ ୨ଟି ଅସ୍ଥାୟୀ ଜେଲ୍‌ ବନାଯାଇଛି। ଚଣ୍ଡିଗଡ଼ରେ ମଧ୍ୟ ଧାରା ୧୪୪ ଲଗାଯାଇଛି। ବିକ୍ଷୋଭ ପ୍ରଦର୍ଶନ ସହିତ ଟ୍ରାକ୍ଟର ରାଲି ଉପରେ କଟକଣା ଲଗାଇ ଦିଆଯାଇଛି।

ଦିଲ୍ଲୀର ଗାଜିପୁରକୁ ଲାଗିଥିବା ସୀମାରେ ଦିଲ୍ଲୀ ପୁଲିସ ଧାରା ୧୪୪ ଲଗାଇଛି। ଏହି ମାର୍ଗ ଦେଇ ୟୁପି ଚାଷୀ ଆସିବାର ସମ୍ଭାବନା ରହିଛି। କୌଣସି ଟ୍ରାକ୍ଟରକୁ ୧୦ ଲିଟରରୁ ଅଧିକ ଡିଜେଲ ନ ଦେବା ପାଇଁ ସୋନିପତର ପେଟ୍ରୋଲ ପମ୍ପ ମାଲିକଙ୍କୁ ଡିସି ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ଉପରେ ନଜର ରଖିବା ପାଇଁ ଶମ୍ଭୁ ସୀମାରେ ୮ ସିସିଟିଭି କ୍ୟାମେରା ଲଗାଯାଇଛି। ଏହାର ସୀମା ୪୦ ମିଟର ପର୍ଯ୍ୟନ୍ତ ରହିଛି। ଚାଷୀଙ୍କୁ ଅଟକାଇବା ପାଇଁ ବିଏସ୍‌ଏଫ ମୋର୍ଚ୍ଚା ସମ୍ଭାଳିଛି। ହରିୟାଣାର ଏସକେଏମ ନେତା ଜଗଜିତ ଡଲେୱାଲ କହିଛନ୍ତି ଯେ ବିମୁଦ୍ରିକରଣ ନାମରେ ଚାଷୀଙ୍କୁ ଉସୁକା ଯାଉଛି। ଏହା ମଧ୍ୟରେ ସୋମବାର ସନ୍ଧ୍ୟାରେ ଚାଷୀ ସଂଗଠନଗୁଡିକ ସହ କେନ୍ଦ୍ର ସରକାର ଆଲୋଚନା କରିବାକୁ ଯାଉଛନ୍ତି। ଏଥିରେ କେନ୍ଦ୍ରୀୟ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋୟଲ ଏବଂ ନିତ୍ୟାନନ୍ଦ ରାୟ ସାମିଲ ହୋଇପାରନ୍ତି।

ଭାରସାମ୍ୟ ହରାଇ ନୂଆପଡା ଛକରେ ଓଲଟିଲା ଯାତ୍ରୀବାହି ବସ୍, ୧୫ ଆହତ
ରେଢାଖୋଲ: ଭାରସାମ୍ୟ ହରାଇ ନୂଆପଡା ଛକରେ ଓଲଟିଲା ଯାତ୍ରୀବାହି ସିଭମ ବସ୍ । ସମ୍ବଲପୁର ଜିଲ୍ଲା ଚାରମାଳ ସୁଖାନାଳ ଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଏକ ଯାତ୍ରୀବାହି ବସ୍ ଭୁବନେଶ୍ୱରରୁ ହୀରାକୁଦ ଯାଉଥିଲା। ସକାଳ ୪.୪୦ ସମୟରେ ଚାରମାଳ ସୁଖାନାଳ ଠାରେ ବସ୍ ଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯାହାଫଳରେ ଗାଡି ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମାର୍ଚ୍ଚ ୧୫ ସୁଦ୍ଧା ନିଜ ମାଟିରୁ ଭାରତୀୟ ସେନାକୁ ଫେରାଇ ନେବାକୁ କହିଲା ମାଳଦ୍ୱୀପ
ନୂଆଦିଲ୍ଲୀ : ମାଳଦ୍ୱୀପ ଓ ଭାରତ ସମ୍ପର୍କରେ ଦେଖାଦେଇଥିବା ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସେପଟେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଥରେ ‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ ଦେଇଛନ୍ତି। ଚାଇନାରୁ ଫେରିବା ମାତ୍ରେ ୧୫ ମାର୍ଚ୍ଚ ପୂର୍ବରୁ ଭାରତ ଏହାର ସୈନ୍ୟ ମାଳଦ୍ଵୀପରୁ ଫେରାଇ ନେବାକୁ କହିଛନ୍ତି। ଏହାରୁ ପୂର୍ବରୁ ସେ କାହାର ନାଁ ନ ନେଇ କହିଥିଲେ କି ଆମକୁ ଗାଳି ଦେବାର ଅଧିକାର କାହାର ନାହିଁ।

ଗତ କିଛି ବର୍ଷ ହେବ ମାଳଦ୍ଵୀପରେ ଭାରତୀୟ ସେନାର ଏକ ଛୋଟ କମ୍ପାନୀ ମୁତୟନ ଅଛନ୍ତି। ମାଳଦ୍ଵୀପ ସରକାରଙ୍କ ଅନୁରୋଧ କ୍ରମେ ଭାରତ ସରକାର ନିଜର ସୈନ୍ୟ ସେଠାରେ ମୁତୟନ କରିଥିଲେ। ସାମୁଦ୍ରିକ ଉପକୂଳ ସୁରକ୍ଷା ଏବଂ ବିପର୍ଯ୍ୟୟ ସମୟରେ ସାହାଯ୍ୟ ପାଇଁ ଭାରତୀୟ ସେନା ମାଳଦ୍ଵୀପରେ ମୁତୟନ ହୋଇଥିଲା। ଗତବର୍ଷ ନଭେମ୍ବର ମାସରେ ମାଳଦ୍ଵୀପ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ, ତାଙ୍କ ଦେଶ ଆଶା କରୁଛି ଭାରତ ଲୋକମାନଙ୍କର ଲୋକତାନ୍ତ୍ରିକ ଇଛାକୁ ସମ୍ମାନ ଜଣାଇବ।

ମଇଜୁ ଶନିବାର ଚାଇନାରୁ ପାଞ୍ଚ ଦିବସୀୟ ଯାତ୍ରା ସାରି ଫେରିଛନ୍ତି। ବିଦେଶରୁ ଫେରିବା ମାତ୍ରେ ସେ କହିଥିଲେ କି ‘ଆମ ଦେଶ ଛୋଟ ହୋଇପାରେ, କିନ୍ତୁ ଆମକୁ ଗାଳି କରିବାର ଅଧିକାର କାହା ପାଖରେ ନାହିଁ।’ ତେବେ ସେ ସିଧାସଳଖ କାହାର ନାଁ ନେଇ ନଥିଲେ କିନ୍ତୁ କୁହାଯାଉଛି ଯେ, ଭାରତ ଆଡକୁ ଇଙ୍ଗିତ କରି ସେ ଏହା କହିଥିଲେ।

ଆଜିଠୁ ଭାରତ-ଆଫଗାନିସ୍ତାନ ଟ୍ବେଣ୍ଟି-୨୦, ୩ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍
ଆଜି ଭାରତ-ଆଫଗାନିସ୍ତାନ T-20 ସିରିଜ । ୩ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍ । ଆଜି ମୋହାଲିରେ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହେବ ମ୍ୟାଚ । ୧୪ ମାସ ପରେ ଟି-୨୦ ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବେ ରୋହିତ ଶର୍ମା । ଆହତ କାରଣରୁ ଏହି ମ୍ୟାଚରୁ ବାଦ୍ ପଡିଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଏଥିସହ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ଶକ୍ତ ଝଟକା । ଅଭିଜ୍ଞ ଖେଳାଳି ବିରାଟ କୋହଲି ପ୍ରଥମ ମ୍ୟାଚରେ ଅନୁପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଛି ।

ଗ୍ୟାସ କଟରରେ ଏଟିଏମ କାଟି ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା
ବାଲେଶ୍ବର: ଗ୍ୟାସ କଟରରେ ଏଟିଏମ କାଟି ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା । ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଡିଆ ବଜାର ଥିବା ଆକ୍ସିସ ବ୍ୟାଙ୍କରୁ ଲୁଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁଇଟି ବୁଲେରୋରେ ୬ରୁ ଅଧିକ ଲୁଟେରା ଆସିଥିଲେ।  ଲୁଟ ପରେ ଲୁଟେରା ମାନେ ଦୁଇଟି ବୋମା ଫୁଟାଇଥିବା ଜଣାପଡିଛି । ସ୍ଥାନୀୟଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଁଚି ଛାନଭିନ ଆରମ୍ଭ କରିଛି  । ଖଇରା ଅଂଚଳରେ ଦିନକୁ ଦିନ ଚୋରି ଡକାୟତ ବଢିବାରେ ଲାଗିଛି ଯାହାକୁ ସ୍ଥାନୀୟ ଲୋକ ମାନେ ଭୟଭୀତ ଥିବା କହିଛନ୍ତି ।

୨୨ ଜାନୁଆରୀରେ ଅଯୋଧ୍ୟା ନ ଆସି ନିଜ ଘରେ ଦୀପ ଜଳାନ୍ତୁ : ମୋଦୀ
ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଶନିବାର ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଗସ୍ତରେ ଅଛନ୍ତି । ଏଠାରେ ସେ କେତେକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହାସହ ଅଯୋଧ୍ୟାରେ ପିଏମ୍ ମୋଦୀ ଦଳିତ ମହିଳା ମୀରା ମାଝୀଙ୍କୁ ଭେଟିଥିଲେ ଏବଂ ତାଙ୍କ ଘରେ ପ୍ରସ୍ତୁତ ହୋଇଥିବା ଚା ପିଇଛନ୍ତି । ଅଯୋଧ୍ୟା ଧାମ ରେଳ ଷ୍ଟେଶନର ଉଦ୍‌ଘାଟନ ପରେ ସେ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ପ୍ରଭୁ ଶ୍ରୀ ରାମଙ୍କ ସମର୍ପଣ ପାଇଁ ଜାନୁୟାରୀ ୨୨ରେ ଅଯୋଧ୍ୟାକୁ ନ ଆସିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଏଠାରେ ଘଟୁଥିବା ନିର୍ମାଣ କାର୍ଯ୍ୟ ପ୍ରତ୍ୟେକ ରାମ ଭକ୍ତଙ୍କ ପାଇଁ ଅଯୋଧ୍ୟା ଏବଂ ଭଗବାନ ରାମଙ୍କ ଦର୍ଶନ ସହଜ କରିବ। ଏହି ଐତିହାସିକ ମୁହୂର୍ତ୍ତଟି ଆମ ସମସ୍ତଙ୍କ ଜୀବନରେ ଆସିଛି। ଆପଣ ଏହି ସମୟରେ ଅଯୋଧ୍ୟା ନ ଆସି ଘରେ ରହି ଦୀପ ଜାଳନ୍ତୁ। ପ୍ରଭୁ ରାମଙ୍କୁ ସ୍ମରଣ କରନ୍ତୁ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି, ଦେଶ ପାଇଁ ଆମକୁ ଏକ ନୂଆ ରିଜୋଲ୍ୟୁଶନ ନେବାକୁ ପଡ଼ିବ। ନିଜଠାରେ ନୂଆ ଶକ୍ତି ଜାଗ୍ରତ କରନ୍ତୁ। ମୁଁ ୧୪୦ କୋଟି ଦେଶବାସୀଙ୍କୁ ହାତଯୋଡ଼ି ପ୍ରାର୍ଥନା କରୁଛି ଯେ, ଜାନୁୟାରୀ ୨୨ରେ, ଯେତେବେଳେ ପ୍ରଭୁ ରାମ ଅଯୋଧ୍ୟାରେ ବସିଥିବେ, ସେତେବେଳେ ଆପଣ ଶ୍ରୀ ରାମ ଜ୍ୟୋତିଙ୍କୁ ନିଜ ଘରେ ଆଲୋକିତ କରି ଦୀପାବଳି ପାଳନ କରିବେ। ଏହି ସନ୍ଧ୍ୟାରେ ସମଗ୍ର ଭାରତ ଝଲସି ଉଠିବା ଉଚିତ।