SCB - The Sakala

ଏସ୍‌ସିବିରେ ଲଜ୍ଜା: ଆଇସିୟୁରେ ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତ ୱାର୍ଡ ଆଟେଣ୍ଡାଣ୍ଟ୍‌ ଗିରଫ
କଟକ: ବିଷ ପିଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଯୁବତୀଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ଏସ୍‌ସିବି ମେଡିସିନ୍‌ ଆଇସିୟୁରେ ଜଣେ ୱାର୍ଡ ଆଟେଣ୍ଡାଣ୍ଟ୍‌ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଘଟଣା ଘଟିବା ପରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଓ ମଙ୍ଗଳାବାଗ ପୁଲିସ ଏହାକୁ ଚାପିଦେବା ପାଇଁ ଉଦ୍ୟମ କରିଥିଲେ ହେଁ ଘଟଣା ପଦାକୁ ଆସିଛି। ମେଡିସିନ୍‌ ଆଇସିୟୁରେ କାର୍ଯ୍ୟରତ ୱାର୍ଡ ଆଟେଣ୍ଡାଣ୍ଟ୍‌ ମାନସ ରଞ୍ଜନ ପତି ନିଶାସକ୍ତ ଅବସ୍ଥାରେ ଏଭଳି ଅମାନୁଷିକ କାଣ୍ଡ ଭିଆଇଛି। ଆଜି ମଙ୍ଗଳାବାଗ ଥାନା ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି।

ପୁଲିସ ସୂଚନାନୁସାରେ, ମାନସ ମେଡିସିନ୍‌ ବିଭାଗ ଆଇସିୟୁରେ ୱାର୍ଡ ଆଟେଣ୍ଡାଣ୍ଟ୍‌ ଭାବେ କାମ କରେ। ଗତ ରବିବାର ସେ ମଦ ପିଇ ଡ୍ୟୁଟିକୁ ଆସିଥିଲା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ୨୩ ବର୍ଷୀୟ ଜଣେ ଯୁବତୀ ବିଷ ପିଇ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ କାର୍ଯ୍ୟରତ ଡାକ୍ତର ଆଇସିୟୁରୁ ଯିବା ପରେ ମାନସ ଆଇସିୟୁ ଭିତରେ ବୁଲାବୁଲି କରୁଥିଲା। ସମ୍ପୃକ୍ତ ଯୁବତୀଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସାଲାଇନ୍‌ ସରିଯାଇଥିବାରୁ ସାଲାଇନ୍‌ ବୋତଲ କାଢ଼ି ସେ ତଳେ ରଖିଥିଲା। ପରେ ମାନସ ତାଙ୍କ ପାଖକୁ ଯାଇ କ’ଣ ହେଉଛି ବୋଲି ପଚାରିଥିଲା ଯୁବତୀଜଣଙ୍କ କୌଣସି ଉତ୍ତର ଦେବା ଅବସ୍ଥାରେ ନଥିଲେ। ଏହାର ସୁଯୋଗ ନେଇ ମାନସ ତାଙ୍କୁ ଅସଦାଚରଣ କରିଥିଲା। ଯେହେତୁ ଆଇସିୟୁରେ ଭିତରେ ସିସି କ୍ୟାମେରା ନାହିଁ, ତେଣୁ ଏଭଳି ଅପରାଧ କରିବାକୁ ଅଭିଯୁକ୍ତ ସାହସ ଜୁଟାଇଥିଲା। ଯୁବତୀଜଣଙ୍କ ପରେ ଏ ସଂପର୍କରେ ପରିବାରଲୋକଙ୍କୁ ଜଣାଇଥିଲେ।

ପରିବାର ପକ୍ଷରୁ ପ୍ରଥମେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସୂଚନା ଦିଆଯାଇଥିଲା। ଡାକ୍ତରଙ୍କ ସୁପାରିସ କ୍ରମେ ମଙ୍ଗଳାବାଗ ଥାନାରେ ଯୁବତୀଙ୍କ ସମ୍ପର୍କୀୟ ଏତଲା ଦେଇଥିଲେ। ଏହାପରେ ଏସ୍‌ସିବି ପରିସରରେ ପୁଲିସ ଚଢ଼ଉ କରି ଅଭିଯୁକ୍ତ ୱାର୍ଡ ଆଟେଣ୍ଡାଣ୍ଟ୍‌ ମାନସକୁ ଗିରଫ କରିଥିଲା। ତାକୁ ଜେରା କରିବା ସମୟରେ ସେ ପୁଲିସ ସାମ୍ନାରେ ନିଜର ଅପରାଧ ସ୍ୱୀକାର କରିଥିବା ଜଣାପଡ଼ିଛି। ମାତ୍ରାଧିକ ମଦ୍ୟାପନ କରି ସେ ସମ୍ପୃକ୍ତ ଯୁବତୀଙ୍କୁ ଅସଦାଚରଣ କରିଛି ବୋଲି ପୁଲିସ ସାମ୍ନାରେ କହିଛି। ଅନ୍ୟପଟେ ଘଟଣା ସମ୍ପର୍କରେ ଏସ୍‌ସିବି ଅତିରିକ୍ତ ଅଧୀକ୍ଷକ ଜ୍ୟୋତିର୍ମୟ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୁକ୍ତ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାକୁ ଚାକିରିରୁ ବହିଷ୍କାର କରାଯିବା ପରେ ଆଗାମୀ ଦିନରେ ପ୍ରତ୍ୟେକ ଆଇସିୟୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

ଏସସିବିରେ ଲଜ୍ଜା ! ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ
କଟକ: ଏସସିବିରେ ଲଜ୍ଜା। ଏସସିବିରେ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ । ଇସିଜି କରିବା ବାହାନାରେ ଦୁଷ୍କର୍ମ ଅଭିଯୋଗ । କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତରଙ୍କ ନାଁରେ ଅଭିଯୋଗ ଆସିଛି । ଏ ନେଇ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ପୀଡିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଛି।୧୬୧ ଧାରାରେ ବୟାନ ରେକର୍ଡ କରିଛି ପୁଲିସ । ଏହାପରେ ୧୬୪ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବ। ଡାକ୍ତରଙ୍କ ପରିବାର ଲୋକ ମଧ୍ୟ ପ୍ରତିଅଭିଯୋଗ କରିଥିବା ଜଣାପଡିଛି।

ଏସସିବିରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ବିବାଦ, ରୋଗୀସେବା ବାଧାପ୍ରାପ୍ତ
କଟକ: କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ବିବାଦ ଆନ୍ଦୋଳନର ରୂପ ନେଇଛି। ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଉସ ସର୍ଜନ ସଂଘ। ଜରୁରୀକାଳୀନ ବିଭାଗକୁ ଛାଡ଼ି ଇନ୍ ଡୋର ଓ ଆଉଟଡୋର୍‌ରେ ସେବା ବନ୍ଦ କରିଛନ୍ତି। ଫଳରେ ଏସସିବିରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ଶତାଧିକ ନର୍ସିଂ ଷ୍ଟାଫ୍ ଓ ଜୁନିଅର ଡ଼ାକ୍ତର ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ରବିବାର ସନ୍ଧ୍ୟାରେ ମେଡ଼ିସିନ ୱାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ବଚସା ହୋଇଥିଲା । ନର୍ସିଂ କର୍ମଚାରୀଙ୍କୁ ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଶତାଧିକ ନର୍ସମାନେ ଗତକାଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେହିଭଳି ନର୍ସିଂ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଜୁନିଅର୍ ଡାକ୍ତର। ତେବେ ଏନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ।

ଏସସିବିରେ ଯୋଡ଼ିହେଲା ଆଉ ଏକ ସଫଳ ଅଧ୍ୟାୟ, ମଣିଷ ଶରୀରରୁ ବାହାରିଲା ୨ କେ.ଜି ଟ୍ୟୁମର
କଟକ: ଏସସିବିରେ ଐତିହାସିକ ଅପରେସନ୍ଏ। ଏସସିବି ମେଡିକାଲର ଚିକିତ୍ସା ଇତିହାସରେ ଯୋଡ଼ିହେଲା ଆଉଏକ ସଫଳ ଅଧ୍ୟାୟ । କିଡନୀ କର୍କଟ ରୋଗରେ ପୀଡିତ ଜଣେ ରୋଗୀଙ୍କ ଶରୀରରୁ ଅପରେସନ କରି କଢାଯାଇଛି ୨ କିଲୋ ଓଜନର ଟ୍ୟୁମର । ହୃତପିଣ୍ଡରୁ ମାତ୍ର ଏକ ସେଣ୍ଟିମିଟର ଦୂରରେ ଥିବା ଏହି ଟ୍ୟୁମରକୁ ବାହାର କରିବା ପ୍ରାୟତଃ ଅସମ୍ଭବ ଥିଲା । ତେବେ ୟୁରୋଲୋଜି ଓ କାଡିଓଥୋରାସି ବିଭାଗ ଡାକ୍ତରଙ୍କ ମିଳିତ ଉଦ୍ୟମରେ ଏସସିବିରେ ପ୍ରଥମଥର ପାଇଁ ଏହା ସଫଳ ହୋଇପାରିଛି ।

ସରକାରଙ୍କ ସୁଦୃଢ଼ ଭିତ୍ତିଭୂମି ପାଇଁ ଏହା ସମ୍ଭବପର ହୋଇପାରିଥିବା କହିଛନ୍ତି ଡାକ୍ତରୀ ଟିମ୍ । ଭଦ୍ରକ ଜିଲ୍ଲାର ଅଲେଖ ବେହେରା ଦୀର୍ଘ ଦିନ ଧରି କିଡନୀ ରୋଗରେ ଚିକିତ୍ସିତ ହେଉଥିଲେ । ଗତ କିଛିଦିନ ତଳେ ଶରୀର ଅତ୍ୟନ୍ତ ଅସୁସ୍ଥ ହୋଇ ପଡିବାରୁ ପରୀକ୍ଷା ପରେ ହୃତପିଣ୍ଡକୁ ଲାଗି ଟ୍ୟୁମର ବଢୁଥିବା ଜଣା ପଡିଥିଲା । ଗୁରୁତର ଅବସ୍ଥାରେ ଏସସିବି ପହଁଚିବା ପରେ ଡାକ୍ତରଙ୍କ ସହଯୋଗରେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି । ଏଥିପାଇଁ ପରିବାର ଲୋକ ଡାକ୍ତର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅଗଷ୍ଟ ୧୫ରୁ ଏସ୍‌ସିବିରେ ଆରମ୍ଭ ହେବ କରୋନା ରୋଗୀଙ୍କ ECMO ଚିକିତ୍ସା
ଭୁବନେଶ୍ୱର: ଅଗଷ୍ଟ ୧୫ରୁ କଟକ ଏସ୍‌ସିବିରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ECMO ଚିକିତ୍ସା । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସି.ବି.କେ. ମହାନ୍ତି । “ଏସସିବିରେ ୯ଟି ECMO ମେସିନ୍ ସ୍ଥାପିତ ହୋଇଥିବାବେଳେ ଏହି ମେସିନ୍ ଚଳାଇବା ପାଇଁ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ନିଯୁକ୍ତ କର୍ମଚାରୀଙ୍କୁ କୋଲକାତାର ସ୍ୱାସ୍ଥ୍ୟ ଅଧିକାରୀ ତାଲିମ ଦେଇଥିଲେ ବୋଲି ଡିଏମଇଟି ଡାକ୍ତର ମହାନ୍ତି କହିଛନ୍ତି।

ECMO ଚିକିତ୍ସା ପାଇଁ ଏସ୍‌ସିବିରେ ଦୁଇଟି ୟୁନିଟ୍ ସ୍ଥାପନ କରାଯାଇଥିବା ସେ କହିଛନ୍ତି। ପ୍ରଥମ ୟୁନିଟ୍‌ରେ ୬ଟି ଓ ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ ରହିବ । ଦ୍ୱିତୀୟ ୟୁନିଟ୍‌ର ୩ଟି ମେସିନ କୋଭିଡ୍ ରୋଗୀଙ୍କୁ ସେବା ଯୋଗାଇବ। ତେବେ କୋଭିଡ୍ ପରବର୍ତ୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ ରହିବ ।

ଏସସିବିରେ ବଢ଼ିବ ଶହେ କୋଭିଡ୍ ଆଇସିୟୁ , ସିଏମସି କମିଶନର ଅନନ୍ୟା ଦାସ
କଟକ ସହରର କୋଭିଡ୍ ସ୍ଥିତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । କଟକ ମହାନଗର ନିଗମ ଅଞ୍ଚଳରେ ଏବେ ୩, ୬୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି । ହୋମ୍ ଆଇସୋଲେସନରେ ରହୁଥିବା ଆକ୍ରାନ୍ତଙ୍କ ପାଇଁ ଆରଏଟି ରହିଛି । ଆରଏଟି ଆକ୍ରାନ୍ତଙ୍କ ସହ ଯୋଗାଯୋଗରେ ରହୁଛି । ଆବଶ୍ୟକତା ଅନୁସାରେ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି ।

କୋଭିଡ୍ କେୟାର୍ ସେଣ୍ଟରରେ ୪୦ରୁ ୪୫ ପ୍ରତିଶତ ଆକ୍ରାନ୍ତ ରହୁଛନ୍ତି । ସିସିସିର ଅକ୍ସିଜେନ୍ ସୁବିଧା ଅଛି । କିଛି ଅସୁବିଧା ହେଲେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି । ପ୍ରାୟ ୧୦ ପ୍ରତିଶତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍ ନିଆଯାଉଥିବା ବେଳେ ୩ ପ୍ରତିଶତ ଆକ୍ରାନ୍ତଙ୍କୁ ଆଇସିୟୁ ଆବଶ୍ୟକ ହେଉଛି । ଏବେ କଟକରେ ୧୨ ଶହ ବେଡ୍ ଅଛି । ୩ ଶହଟି ଆଇସିୟୁ ରହିଛି ।

ରାଜ୍ୟ ବଜେଟ୍‌ ୨୦୨୧-୨୨: ଏସ୍‌ସିବି ପାଇଁ ହାତ ଖୋଲି ଦେଲେ ସରକାର, ସ୍ଵାସ୍ଥ୍ୟ ସେବା ଓ ବୀମା ପାଇଁ ୯ ହଜାର କୋଟି ବରାଦ
ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କୋଭିଡ ମହାମାରୀ ପରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାରେ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି)କୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାନରେ ରୂପାନ୍ତରିତ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିଲାଗି ବଜେଟରେ ବ୍ୟବସ୍ଥା ରହିଛି।

ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି) ପାଇଁ ୩ ବର୍ଷରେ ୩ ହଜାର ୫ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିସହ ଏସସିବିକୁ ଏକ ୫ ହଜାର ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ପରିବର୍ତ୍ତନ କରାଯିବ ।ଏହା ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଦେଶର ସବର୍ବୃହତ ସ୍ଵାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ହେବ ଏସସିବି । ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖିଛନ୍ତି। ଏଥି ସହ ରାଜ୍ୟ ସରକାର ମାଗଣା ସ୍ବାସ୍ଥ୍ୟ ସେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ୧୩୫୩ କୋଟି ଟଙ୍କା ଆବଣ୍ଟନ କରିଛନ୍ତି।

ଏଥି ସହ ରାଜ୍ୟରେ ଉତ୍କୃଷ୍ଟ ସ୍ଵାସ୍ଥ୍ୟ ସେବା ଓ ସ୍ଵାସ୍ଥ୍ୟବୀମା ଉପଲବ୍ଧ କରାଇବା ପାଇଁ ୯ ହଜାର ୧ ଶହ ୬୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୭୦ ଲକ୍ଷରୁ ଉର୍ଦ୍ଧ୍ବ ଆର୍ଥିକ ଦୃଷ୍ଟରିୁ ଦୁବର୍ଳ ପରିବାର ୫ ଲକ୍ଷ ଟଙ୍କାର ବାର୍ଷିକ ସ୍ଵାସ୍ଥ୍ୟବୀମା ଏବଂ ପରବାରର ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି । ଏହି ଯୋଜନା ପାଇଁ ୧ ହଜାର ୩ ଶହ ୫୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ଅଧିନରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଏବଂ ସେବା ଯୋଗାଇବାକୁ ୧ ହଜାର ୫ ଶହ ୭୨ କୋଟି ଟଙ୍କା ଆବଣ୍ଟନ ହୋଇଛି । ସ୍ବାସ୍ଥ୍ୟ ସେବା, ଆମ୍ବୁଲାନ୍ସ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ ୧ ହଜାର ୭ ଶହ ୫୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଜନସ୍ବାସ୍ଥ୍ୟ କେନ୍ଦ୍ରରେ ପରିମଳ ବ୍ୟବସ୍ଥା, ସଫେଇ , ନିରାପତ୍ତା , ଉଦ୍ୟାନ କାର୍ୟ୍ୟ ଓ ଲିଫ୍ଟ ସେବା ଆଦିର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ନିର୍ମଳ ଯୋଜନା ଅଧିନରେ ୩ ଶହ ୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ଉନ୍ନତମାନର ଉପକରଣ ଓ ଯନ୍ତ୍ରପାତି ଯୋଗାଇ ଦେବା ସହ ସ୍ବାସ୍ଥ୍ୟ ସେବାର ମାନ ବୃଦ୍ଧି କରବା ପାଇଁ ୧ ଶହ ୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆହୁରି ମଧ୍ୟ ସ୍ଵାସ୍ଥ୍ୟ ଏବଂ ଭେଷଜ ଶିକ୍ଷା କ୍ଷେତ୍ରରେ ମାନବ ସମ୍ଵଳର ବିକାଶ ଲାଗି ୩ ଶହ ୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଏଥି ସହିତ ରାଜ୍ୟରେ ସମସ୍ତ ସରକାରୀ ମେଡିକାଲରେ ଲୋକମାନଙ୍କୁ ମାଗଣା ଔଷଧ ଯୋଗାଇଦେବା ପାଇଁ ନିରାମୟ ଯୋଜନାକୁ ୬ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ଯୋଜନା ଅଧିନରେ ଦେୟମୁକ୍ତ ଭାବେ ରୋଗ ନିରୁପଣ ପାଇଁ ୨ ଶହ ୨୯ କୋଟି ଟଙ୍କା ଓ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ପାଇଁ ୧ ଶହ ୬୨ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି । ସେହିପରି ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ ମାଗଣା ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ୪୦ କୋଟି ଟଙ୍କା ବ୍ୟୟ ବରାଦରେ ହୋଇଛି।