KALIA Scholarship - The Sakala

କାଳିଆ ଛାତ୍ରବୃତ୍ତି ଅନଲାଇନ ଆବେଦନ ସମୟସୀମା ଫେବ୍ରୁଆରୀ ୮ ତାରିଖକୁ ବୃଦ୍ଧି
ଭୁବନେଶ୍ବର: ଅନଲାଇନ ମାଧ୍ୟମରେ କାଳିଆ ଛାତ୍ରବୃତ୍ତି ଆବେଦନ ସମୟସୀମା ୨୦୨୪ ଜାନୁୟାରୀ ୩୧ ତାରିଖରୁ ଫେବ୍ରୁଆରୀ ୮ ତାରିଖ, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମୟସୀମା ବୃଦ୍ଧି ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, କାଳିଆ ହିତାଧିକାରୀଙ୍କ ପିଲାମାନେ ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ପ୍ରିମିୟର ଶିକ୍ଷାନୁଷ୍ଠାନରେ ବୈଷୟିକ ଶିକ୍ଷାନୁଷ୍ଠାନ ନିମନ୍ତେ କାଳିଆ ଛାତ୍ରବୃତ୍ତି ପାଇବା ପାଇଁ Common Scholarship Portalରେ ଅନଲାଇ ରେ ଆବେଦନ ସମୟସୀମାକୁ ଚଳିତ ଫେବ୍ରୁଆରୀ ୮ ତାରିଖକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ ଯେ, ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି ମାର୍ଗଦର୍ଶୀକା ଅନୁଯାୟୀ ଜାନୁଆରୀ ୯ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରଖିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ମାତ୍ର କାଳିଆ ଛାତ୍ରବୃତ୍ତି ନିମନ୍ତେ ପିଲାମାନଙ୍କ ମଧ୍ୟରେ ଆଗ୍ରହ ଏବଂ ଆବେଦନ ସମୟସୀମା ବୃଦ୍ଧି ନିମନ୍ତେ ଅନେକ ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପରାମର୍ଶ କ୍ରମେ ଅନଲାଇନ ଆବେଦନ ସମୟସୀମା ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି।

ବଢ଼ିଲା କାଳିଆ ଛାତ୍ରବୃତ୍ତି ପରିସର; ବୃତ୍ତି ପାଇବେ କୃଷକ ପରିବାରର ଅଧିକ ଛାତ୍ରଛାତ୍ରୀ
ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା କାଳିଆ ଛାତ୍ରବୃତ୍ତିର ପରିସୀମା ବ୍ୟାପକ କରାଯାଇଛି। କାଳିଆ ଛାତ୍ରବୃତ୍ତିକୁ ଅଧିକ ଉପଯୋଗୀ କରିବା ସହ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବାପାଇଁ ଏହାକୁ ପରିବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏଥିରେ ଆବଶ୍ୟକ ସଂଶୋଧନ କରାଯାଇଛି। ରାଜ୍ୟର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ଐତିହାସିକ “କାଳିଆ’ ଯୋଜନା ପରି “ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି’ କୃଷକ ପରିବାରଙ୍କ ସଶକ୍ତିକରଣ ଦିଗରେ ଏକ ଅଭିନବ ପ୍ରୟାସ ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି। ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ର ବୃତ୍ତି ପ୍ରଦାନ କରିବାକୁ ଆସନ୍ତାକାଲି(ମଙ୍ଗଳବାର) ଠାରୁ ସ୍ୱତନ୍ତ୍ର ଭାବେ ଆବେଦନ ଗ୍ରହଣ କରାଯିବ। ଏହି ଆବେଦନ ପ୍ରକ୍ରିୟା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି।

କୃଷି ଭବନରେ ସୋମବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ବୃତ୍ତିଗତ କିମ୍ୱା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ଅଲ୍‌ଇଣ୍ଡିଆ ସର୍ଭେ ଅନ୍‌ ହାୟାର ଏଜୁକେସନ୍‌(ଏଆଇଏସ୍‌ଏଚ୍‌ଇ) କୋଡ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି। ଏହାସହ ସମସ୍ତ ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି। ନୂତନ ଭାବେ ବିବିଏ ଓ ବିସିଏ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ସ୍ନାତକ ପାଠ୍ୟକ୍ରମରେ ଏମ୍‌ଟେକ୍‌, ଏମ୍‌ଏସ୍‌ (ଏଗ୍ରି), ଏମ୍‌ଏସ୍‌ସି (ଫରେଷ୍ଟ୍ରି), ମେଡିକାଲ ସାଇନ୍ସରେ ପିଜି ପାଠ୍ୟକ୍ରମ, ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଫାର୍ମ ପରି ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମ ଓ ତତୁଲ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହାସହ ପି.ଏଚ୍‌.ଡି ପାଠ୍ୟକ୍ରମକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏଥିପାଇଁ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୪ ବର୍ଷ ପାଇଁ ବୃତ୍ତି ପ୍ରଦାନ କରାଯିବ। ଏନ୍‌ଆଇଟି, ଆଇଆଇଟି, ଆଇଆଇଏମ୍‌, ଏମସ୍‌, ଆଇସିଏଆର୍‌, ଆଇଏଆର୍‌ଆର୍‌, ଆଇଭିଆର୍‌ଆଇ, ସିଆଇଏଫ୍‌ଇ, ଏନ୍‌ଡିଆର୍‌ଆଇ, ଆଇଜର, ନାଇଜର ପରି ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।

ଛାତ୍ରଛାତ୍ରୀମାନେ କମନ୍‌ ସ୍କଲାରସିପ୍‌ ପୋର୍ଟାଲରେ (https://scholarship.odisha.gov.in/)ରେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ବର୍ଷକୁ ଦୁଇଥର ଏହି ପୋର୍ଟାଲ ଖୋଲାରହିବ। ଏହି ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି କାଳିଆ ହିତାଧିକାରୀ ପିଲାମାନଙ୍କ ଉତ୍ତମ ଶିକ୍ଷା ପାଇବା ସ୍ୱପ୍ନ ସାକାର କରି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ରୂପାନ୍ତରଣ ଆଣିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶା ପ୍ରକାଶ କରଛନ୍ତି।

ପରିବର୍ଦ୍ଧିିତ କାଳିଆ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ସାମିଲ ହେବେ ରାଜ୍ୟର ଘରୋଇ ଓ ସମସ୍ତ ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର: କାଳିଆ ଯୋଜନା ହିତାଧିକାରୀଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା କାଳିଆ ଛାତ୍ରବୃତ୍ତିକୁ ପରିବର୍ଦ୍ଧିତ କରାଯାଇଛି। ଏହି ଛାତ୍ରବୃତ୍ତିରେ ଯେପରି ଅଧିକ ପିଲା ଉପକୃତ ହେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଆବଶ୍ୟକ ସଂଶୋଧନ କରାଯାଇଛି। ଏହି କ୍ରମରେ ଶୁକ୍ରବାର କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସଂଶୋଧିତ ‘କାଳିଆ ଛାତ୍ରବୃତ୍ତି’ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ବୃତ୍ତିଗତ କିମ୍ୱା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ଓ ରାଜ୍ୟ ବାହାର ପ୍ରିମିୟର୍‌‌ ସରକାରୀ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅଲ୍‌‌ ଇଣ୍ଡିଆ ସର୍ଭେ ଅନ୍‌‌ ହାୟର୍‌ ଏଜୁକେସନ୍‌‌( ଏଆଇଏସ୍‌‌ଏଚ୍‌‌ଇ) କୋଡ୍‌‌ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି।

ମାର୍ଗଦର୍ଶିକା ଅନୁଯାୟୀ, ପୂର୍ବରୁ ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ୱା ବୈଷୟିକ ଶିକ୍ଷାରେ ସ୍ନାତକ ପାଠ୍ୟକ୍ରମ ପାଇଁ ପ୍ରଦାନ କରାଯାଉଥିବା କାଳିଆ ଛାତ୍ରବୃତ୍ତିରେ ନୂତନ ଭାବେ ବିବିଏ, ବିସିଏ ଓ ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ତତୁଲ୍ୟ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ସେହିପରି ଏମ୍‌‌.ଟେକ୍‌‌, ଏମ୍‌‌ଏସ୍‌‌ (କୃଷି), ଏମ୍‌‌ଏସ୍‌‌ସି (ଫରେଷ୍ଟ୍ରି), ମେଡ଼ିକାଲ ସାଇନ୍ସରେ ପିଜି, ଏମ୍‌‌ବିଏ, ଏମ୍‌‌ସିଏ, ଏମ୍‌‌.ଫାର୍ମ ଏବଂ ତତୁଲ୍ୟ ମାଷ୍ଟର ପ୍ରୋଗ୍ରାମ ପାଠ୍ୟକ୍ରମକୁ ଛାତ୍ରବୃତ୍ତିରେ ଅନ୍ତର୍ଭୁକ୍ତ କରାଯାଇଛି। ସ୍ନାତକୋତ୍ତର ପାଇଁ ସର୍ବାଧିକ ଦୁଇବର୍ଷ ଏବଂ ପିଏଚ୍‌‌ଡ଼ି ପାଇଁ ୪ବର୍ଷ ବୃତ୍ତି ଦିଆଯିବ। ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନରେ ପିଏଚ୍‌‌ଡି ପାଠ୍ୟକ୍ରମଟି ତାଲିକାଭୁକ୍ତ ହୋଇଥିବା ଆବଶ୍ୟକ। ସେହିପରି ଡିପ୍ଲୋମା ପାଠ୍ୟକ୍ରମ ମଧ୍ୟରେ ଡି.ଫାର୍ମ, ଡିଏମ୍‌‌ଏଲ୍‌‌ଟି, ଡିଏମ୍‌‌ଆର୍‌‌ଟି, ଅପଥାଲ୍‌‌ମିକ୍‌‌ ଆସିଷ୍ଟାଣ୍ଟ ବା ସର୍ଜିକାଲ ଅପଥାଲିମିକ୍‌‌ ଆସିଷ୍ଟାଣ୍ଟ, ଜିଏନ୍‌‌ଏମ୍‌‌, ଏଏନ୍‌‌ଏମ୍‌‌, ସାଇକ୍ରିୟାଟିକ୍‌‌ ନର୍ସିଂ, ପଲିଟେକ୍‌‌ନିକ୍‌‌ ଆଣ୍ଡ ଏଗ୍ରି ପଲିଟେକ୍‌‌ନିକ୍‌‌ ଏବଂ ରାଜ୍ୟରେ ବିଭିନ୍ନ ଟ୍ରେଡ୍‌‌ର ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହାସହ ରାଜ୍ୟ ଓ ରାଜ୍ୟ ବାହାର ପ୍ରିମିୟର୍‌‌ ସରକାରୀ ଶିକ୍ଷାନୁଷ୍ଠାନ ଯଥା ଏନ୍‌‌ଆଇଟି, ଆଇଆଇଟି, ଆଇଆଇଏମ୍‌‌, ଏମସ୍‌‌, ଆଇସିଏଆର୍‌‌, ଆଇଏଆର୍‌‌ଆର୍‌‌, ଆଇଭିଆର୍‌‌ଆଇ, ସିଆଇଏଫ୍‌‌ଇ, ଏନ୍‌‌ଡିଆର୍‌‌ଆଇ, ଆଇଜର, ନାଇଜର ଆଦି ଶିକ୍ଷାନୁଷ୍ଠାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଆବଶ୍ୟକସ୍ଥଳେ ପାଠ୍ୟକ୍ରମ ତାଲିକାକୁ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ସଂଶୋଧିତ କରାଯିବ ବୋଲି ଦର୍ଶାଯାଇଛି।

କାଳିଆ ହିତାଧିକାରୀଙ୍କ ପିଲାମାନେ ଏହି ଛାତ୍ରବୃତ୍ତି ପାଇ ପାରିବେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସ୍ତରରେ ଏହାକୁ ଯାଞ୍ଚ କରାଯିବ। ସେଲଫ୍‌‌ ଫାଇନାନ୍‌‌ସିଂ ପାଠ୍ୟକ୍ରମ ପାଇଁ ବୃତ୍ତି ପ୍ରଦାନ କରାଯିବ ନାହିଁ। କେବଳ ଗୋଟିଏ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ବୃତ୍ତି ଦିଆଯିବ। ସରକାରୀ ଶିକ୍ଷାନୁଷ୍ଠାନରେ ଦାଖଲ କରିଥିବା ଟ୍ୟୁସନ୍‌‌ ଫି’, ବାର୍ଷିକ ଫି’, ଏକକାଳୀନ ଫି’, ହଷ୍ଟେଲ ଫି’ ଓ ଅନ୍ୟାନ୍ୟ ଖର୍ଚ୍ଚ ସିଧାସଳଖ ବିଦ୍ୟାର୍ଥୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଦିଆଯିବ। ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ କୋର୍ସ ଫି’ ହାରରେ ଛାତ୍ରବୃତ୍ତି ପ୍ରଦାନ କରାଯିବ। ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନରେ ପିଏଚ୍‌‌ଡି କରୁଥିବା ବିଦ୍ୟାର୍ଥୀ ଫେଲୋସିପ୍‌‌ ପାଉଥିଲେ ତାକୁ କୋର୍ସ ଫି’ରୁ ବାଦ ଦେଇ ବୃତ୍ତି ପ୍ରଦାନ କରାଯିବ। ପ୍ରିମିୟର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଫି’ କିମ୍ୱା ସର୍ବାଧିକ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପୁନଶ୍ଚ ସ୍ନାତକ, ସ୍ନାତକୋତ୍ତର, ପିଏଚ୍‌‌ଡି ଓ ପ୍ରିମିୟର ଶିକ୍ଷାନୁଷ୍ଠାନରେ ହଷ୍ଟେଲ ଫି’ ବାବଦକୁ ମାସକୁ ୧୨୦୦ ଟଙ୍କା ଏବଂ ଡିପ୍ଲୋମା, ପଲିଟେକ୍‌‌ନିକ୍‌‌, ଆଇଟିଆଇ ବିଦ୍ୟାର୍ଥୀଙ୍କୁ ମାସକୁ ହଜାରେ ଟଙ୍କା ୧୦ମାସ ପାଇଁ ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ http://scholarship.odisha.gov.in ପୋର୍ଟାଲରେ ଆବେଦନ କରିପାରିବେ। ଅନ୍‌‌ଲାଇନ୍‌‌ରେ ଏହା ଆବେଦନ ଓ ନବୀକରଣ ପାଇଁ ବର୍ଷକୁ ଦୁଇଥର ପୋର୍ଟାଲ ଖୋଲିବ। ପ୍ରଥମ ଥର ଜୁଲାଇ ଓ ଅଗଷ୍ଟରେ ଏବଂ ଦ୍ୱିତୀୟ ଥର ନଭେମ୍ୱର ଓ ଡିସେମ୍ୱରରେ ବିଦ୍ୟାର୍ଥୀମାନେ ସ୍କଲାର୍‌‌ସିପ୍‌‌ ପାଇଁ ଆବେଦନ କରିପାରିବେ।