2024 - The Sakala
କିଙ୍ଗସମେଡ୍‌‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ ଆସନ୍ତାକାଲି ବା ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବ। ଉଭୟ ପ୍ରତିଦ୍ୱନ୍ଦ୍ୱୀ ଦଳ ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ୍‌‌ ଫାଇନାଲ ଖେଳିଥିଲେ। ଏଥିରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିଅନ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ପରେ ଉଭୟ ଦଳର କିଛି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଓ ଆଉ କିଛି ଖେଳାଳିଙ୍କୁ ଅବସର କିମ୍ବା ବିଶ୍ରାମ ଦିଆଯାଇଛି। ନୂଆ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ଗତ କିଛି ମ୍ୟାଚରେ ସୁଯୋଗ ଦେଇଛି। ଅଧିନାୟକ ଆଇଡେନ୍‌‌ ମାର୍କରାମ, ଟ୍ରିଷ୍ଟାନ ଷ୍ଟବ୍ସ ଓ ରିଜା ହେଣ୍ଡ୍ରିକ୍ସ ବିଶ୍ୱକପ୍‌‌ ଦଳରୁ ତିଷ୍ଠି ରହିଛନ୍ତି। ଏହା ପରେ ଭାରତ ବିପକ୍ଷ ସିରିଜ୍‌‌ ଲାଗି ଟି-୨୦ ବିଶେଷଜ୍ଞଙ୍କୁ ଦଳରେ ସାମିଲ କରିବା ଫଳରେ ଘରୋଇ ଦଳର ଶକ୍ତିବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବିଶ୍ୱକପ୍‌‌ ଖେଳିଥିବା ଭାରତୀୟ ଦଳରୁ ମାତ୍ର ୪ଜଣ ଯଥା ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ବର୍ତ୍ତମାନ ଖେଳିବାକୁ ଆସିଥିବା ଭାରତୀୟ ଦଳରେ ତିଷ୍ଠି ରହିଛନ୍ତି। ଏହି ସିରିଜ୍‌‌ର ଅନ୍ୟ ମ୍ୟାଚ୍‌‌ ଗୁଡିକ ନଭେମ୍ବର ୧୦, ୧୩ ଓ ୧୫ରେ ଖେଳାଯିବ।
ଟି-୨୦ ବିଶ୍ୱକପ୍‌‌ ପରେ ଦକ୍ଷିଣ ଆଫ୍ରିକା ଖେଳିଥିବା ଶେଷ ୬ଟି ମ୍ୟାଚ୍‌‌ରୁ ୫ଟିରେ ପରାଜିତ ହୋଇଛି। ଅନ୍ୟପକ୍ଷରେ ଭାରତ ୧୨ଟି ମ୍ୟାଚ୍‌‌ ଖେଳି ମାତ୍ର ଗୋଟିକରେ ହାରିଛି। ନିକଟରେ ନ୍ୟୁଜିଲାଣ୍ଡ ନିକଟରୁ ୩-୦ରେ ଟେଷ୍ଟ ସିରିଜ୍‌‌ ହାରିଥିଲା ଭାରତ। ଏହାର କୌଣସି ସିଧାସଳଖ ପ୍ରଭାବ ଏହି ଟି-୨୦ ଭାରତୀୟ ଦଳ ଉପରେ ପଡ଼ିବ ନାହିଁ। ଟେଷ୍ଟ ଦଳରେ ସାମିଲ ଥିବା ଓ ଗୋଟିଏ ହେଲେ ମ୍ୟାଚ୍‌‌ ଖେଳି ନ ଥିବା ଅକ୍ଷର ପଟେଲ ଦକ୍ଷିଣ ଆଫ୍ରିକାରେ ଖେଳିବେ। ସେହିପରି ଭାରତୀୟ ଖେଳାଳିଙ୍କ ଆଉ ଏକ ଚାପ ହେଲା ଇଣ୍ଡିଆନ ପ୍ରିମିୟର ଲିଗ୍‌‌ ବା ଆଇପିଏଲ୍‌‌ ନିଲାମୀ। ଭାରତୀୟ ଦଳରେ ସାମିଲ ଥିବା ୧୫ଜଣ ଖେଳାଳିଙ୍କ ମଧ୍ୟରୁ ୧୧ଜଣଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ୍‌‌ ରିଟେନ କରିଛନ୍ତି। ଏଣୁ ଖେଳାଳିମାନେ ଚାପରେ ରହିବେ ନାହିଁ। ଭାରତ ଏକ ଟି-୨୦ ସ୍ପେଶାଲିଷ୍ଟ ଦଳ ପଠାଇଥିବାରୁ ଏଠାରେ ଜୋରଦାର ଲଢ଼େଇ ହେବ ବୋଲି ଆଶା କରିବା ସ୍ୱାଭାବିକ୍‌‌।
ଖେଳ ଆରମ୍ଭ: ରାତି ୮ଟା ୩୦
ପ୍ରସାରଣ: ସ୍ପୋର୍ଟ୍ସ ୧୮, ଜିଓ ସିନେମା
ଖେଳାଳି ଦଳ
ଭାରତ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟରକ୍ଷକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂ, ଜିତେଶ ଶର୍ମା (ୱିକେଟରକ୍ଷକ), ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ବିଜୟକୁମାର ବ୍ୟାସକ, ଆଭେଷ ଖାନ୍‌‌ ଓ ୟଶ ଦୟାଲ।
ଦକ୍ଷିଣ ଆଫ୍ରିକା : ଆଇଡେନ୍‌‌ ମାର୍କରାମ (ଅଧିନାୟକ), ରିଜା ହେଣ୍ଡ୍ରିକ୍ସ, ହେନ୍ରିକ୍‌‌ କ୍ଲାସେନ, ଟ୍ରିଷ୍ଟାନ ଷ୍ଟବ୍ସ, ଓଟ୍ଟନିଲ ବାର୍ଟମ୍ୟାନ୍‌‌, ଗେରାଲ୍ଡ କୋଏଜି, ଡୋନୋଭାନ ଫେରେରା, ମାର୍କୋ ଜାନସେନ୍‌‌, ପ୍ୟାଟ୍ରିକ୍‌‌ କ୍ରୁଗର, କେଶବ ମହାରାଜ, ଡେଭିଡ ମିଲର, ମିହଲାଇ ପୋଙ୍ଗୱାନା, ନକ୍‌‌ବା ପିଟର,ରନ୍‌‌ ରିକେଲଟନ, ଆନ୍ଦିଲ ସିମେଲାନେ, ଲୁଥୋ ସିପ୍‌‌ମ୍ଲା।
ଆଜିଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଭାରତ-ଜିମ୍ବାୱେ ଟି-୨୦ ସିରିଜ୍‌ , ଅଧିନାୟକ ଗିଲ୍‌ଙ୍କ ଲାଗି ଅଗ୍ନିପରୀକ୍ଷା
ହରାରେ: ଭାରତ ଓ ଜିମ୍ବାୱେ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆଜିଠାରୁ ସ୍ଥାନୀୟ ସ୍ପୋର୍ଟ୍ସ କ୍ଲବ୍‌ ପରିସରରେ ଅନୁଷ୍ଠିତ ହେବ। ଆସନ୍ତା ୧୪ ତାରିଖଯାଏ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଲାଗି ଶୁବମାନ ଗିଲ୍‌ଙ୍କୁ ଭାରତୀୟ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଭାରତ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ ହେବା ପରେ ବରିଷ୍ଠ ଖେଳାଳି ତଥା ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଟି-୨୦ ଅନ୍ତର୍ଜତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଅନ୍ୟ ବରିଷ୍ଠ ଖେଳାଳିମାନଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଗିଲ୍‌ଙ୍କ ନତୃତ୍ୱ ଏକ ଯୁବ ଦଳ ଘୋଷଣା କରାଯାଇଛି। ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଯଶସ୍ୱୀ ଜୟସ୍ୱାଲ, ୱିକେଟରକ୍ଷକ ସଞ୍ଜୁ ସାମସନ ଓ ଶିବମ ଦୁବେ ମନୋନୀତ ହୋଇଥିଲେ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଖେଳିବେ ନାହିଁ। ସେମାନଙ୍କ ସ୍ଥାନରେ ସାଇ ସୁଦର୍ଶନ, ୱିକେଟ ରକ୍ଷକ ଜିତେଶ ଶର୍ମା, ହର୍ଷିତ ରାଣାଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍‌ ଲାଗି ଦଳରେ ସାମିଲ କରାଯାଇଛି। ଘୂର୍ଣ୍ଣିଝଡ ବେରିଲ ଯୋଗୁ ଚାମ୍ପିଅନ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌ରୁ ଫେରିବାରେ ବିଳମ୍ବ ହେବାରୁ ଉପରୋକ୍ତ ୩ ଜଣ ନିର୍ଦ୍ଧାରିତ ସମୟରେ ହରାରେ ଯାଇ ପାରି ନାହାନ୍ତି। ଏମାନେ ଶେଷ ୩ଟି ମ୍ୟାଚ୍‌ ଲାଗି ଉପଲବ୍ଧ ହେବେ। କିନ୍ତୁ ବିଶ୍ୱକପ୍‌ ଦଳରେ ଥିବା ୩ ରିଜର୍ଭ ଖେଳାଳି ରିଙ୍କୁ ସିଂ, ଖଲୀଲ ଅହମ୍ମଦ୍‌ ଓ ଆଭେଷ ଖାନ ଦଳ ସହ ଅଭ୍ୟାସ କରିଛନ୍ତି। ନବାଗତ ଖେଳାଳିଙ୍କ ମଧ୍ୟରୁ ୨୩ ବର୍ଷୀୟ ଅଭିଷେକ ଶର୍ମା, ଧ୍ରୁବ ଜୁରେଲ, ରିଆନ ପରାଗ, ତୁଷାର ଦେଶପାଣ୍ଡେ ଓ ହର୍ଷିତ ରାଣା ଅନ୍ୟତମ। ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବେ ଅବସର ନେଇଯାଇଛନ୍ତି। ତାଙ୍କ ସ୍ଥାନରେ ନ୍ୟାଶନାଲ କ୍ରିକେଟ ଏକାଡେମୀର ଅଧ୍ୟକ୍ଷ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ଦଳର ପ୍ରଶିକ୍ଷକ ମନୋନୀତ କରାଯାଇଛି।
ଭାରତ ଏବେ ଟି-୨୦ରେ ବିଶ୍ୱଚାମ୍ପିଅନ ହୋଇଥିଲାବେଳେ ଜିମ୍ବାୱେ ଏହି ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିପାରି ନ ଥିଲା। ଏହା ମଧ୍ୟରେ ଭାରତର ୩ଜଣ ବରିଷ୍ଠ ଖେଳାଳି ଅବସର ନେଇଥିଲାବେଳେ ଏହି ଦଳରୁ ଆଉ ୩ଜଣ ଖେଳାଳି ସେମାନଙ୍କ ସ୍ଥାନ ପୂରଣ କରିବା ଲାଗି ଦାବି ଉପସ୍ଥାପନ କରିବେ। ଅନ୍ୟ ପକ୍ଷରେ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ପରବର୍ତ୍ତୀ ବିଶ୍ୱକପ୍‌ ଲାଗି ଏହି ଟୁର୍‌ରୁ ଭାରତ ପ୍ରସ୍ତୁତି ଆରମ୍ଭ କରିବ। ଯୁବ ଖେଳାଳିଙ୍କର ନେତୃତ୍ୱ ନେଇ ଗିଲ ଏକ ନୂଆ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ବ୍ୟାଟ୍ସମ୍ୟାନ ଗିଲ ଏହି ସିରିଜ୍‌ରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। କିନ୍ତୁ ଅଧିନାୟକ ଗିଲଙ୍କ ଲାଗି ଏହି ସିରିଜ୍‌ ଅଗ୍ନିପରୀକ୍ଷା ସଦୃଶ। ଏଥିରେ ସେ କେତେଦୂର ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଛି।
ଜିମ୍ବାୱେ ଦଳରୁ ବରିଷ୍ଠଙ୍କୁ ବାଦ୍‌
ବାଂଲାଦେଶଠାରୁ ୧-୪ ବ୍ୟବଧାନରେ ଟି-୨୦ ସିରିଜ୍‌ ହାରିଥିବା ଜିମ୍ବାୱେ ଦଳରୁ ଦୁଇ ବରିଷ୍ଠ ଖେଳାଳି କ୍ରେଗ୍‌ ଇର୍ଭିନ ଓ ସିନ୍‌ ୱିଲିୟମ୍ସଙ୍କୁ ବାଦ୍‌ ଦିଆଯାଇଛି। ଦଳ ମଧ୍ୟ ଉଗାଣ୍ଡା ଓ ନାମିବ୍ୟାକୁ ହଟାଇ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ଏଣୁ ଅଧିନାୟକ ସିକନ୍ଦର ରାଜାଙ୍କ ଲାଗି ଏହି ସିରିଜ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। କିଛି ଯୁବ ଖେଳାଳିଙ୍କୁ ଦଳରେ ନିଆଯାଇଥିଲାବେଳେ ଆଉ କିଛି ଖେଳାଳି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଭଳି ସ୍ଥିତିରେ ରାଜା କିପରି ଦଳର ମଙ୍ଗ ଧରିବେ ତାହାକୁ ନେଇ ଅନେକ ସନ୍ଦିହାନ। ଭାରତରେ ଯୁବ ଖେଳାଳି ଥିଲେ ମଧ୍ୟ ଏମାନେ ଆଇପିଏଲ୍‌ ଖେଳି ନିଜର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି। ଏଣୁ ମ୍ୟାଚ୍‌ ଜିତିବା ଲାଗି ଭାରତ ଉପରେ ଅଧିକ ଚାପ ପଡ଼ି ନ ପାରେ, କିନ୍ତୁ ନଜରରେ ଗିଲ ରହିବେ। ସେହିପରି ପାକିସ୍ତାନ ବଂଶୋଦ୍ଭବ ୨୫ ବର୍ଷୀୟ ଅଲରାଉଣ୍ଡର ଅନ୍ତୁମ ନକ୍‌ଭିଙ୍କୁ ଜିମ୍ବାୱେ ନାଗରିକତ୍ୱ ମିଳିବା ପରେ ତାଙ୍କୁ ପ୍ରଥମଥର ଦଳରେ ନିଆଯାଇଛି। ତାଙ୍କ ସଫଳତା ଜିମ୍ବାୱେକୁ ଫାଇଦାରେ ରଖିବ। ନକ୍‌ଭି ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବାଧିକ ସ୍କୋର ଅପରାଜିତ ୩୦୦ ରନ୍‌ କରି ନଜରରେ ରହିଛନ୍ତି। ଘରୋଇ କ୍ରିକେଟରେ ସେ ୭୩.୪୨ ହାରରେ ରନ୍‌ ସଂଗ୍ରହ କରି ବେଶ ଚର୍ଚ୍ଚାରେ ରହିଛନ୍ତି।
ଏହି ସିରିଜ୍‌ର ସମସ୍ତ ମ୍ୟାଚ୍‌ ହରାରେ ସ୍ଥିତ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳାଯିବ। ମ୍ୟାଚ୍‌ ଗୁଡିକ ଜୁଲାଇ ୫, ୬, ୧୦, ୧୩ ଓ ୧୪ରେ ଅନୁଷ୍ଠିତ ହେବ। ଭାରତରେ ଏହି ମ୍ୟାଚ୍‌ର ସିଧା ପ୍ରସାରଣ ସୋନି ସ୍ପୋର୍ଟ୍ସ ଚ୍ୟାନେଲରେ ସିଧାସଳଖ ପ୍ରସାରଣ କରାଯିବ। ଏହା ବ୍ୟତୀତ ସୋନି ଲିଭ ଆପ୍‌ ଓ ୱେବ୍‌ସାଇଟ୍‌ରେ ମଧ୍ୟ ମ୍ୟାଚ୍‌ର ପ୍ରସାରଣ ଉପଲବ୍ଧ ହେବ।
ଖେଳାଳି ଦଳ
ଭାରତ: ଶୁବମାନ ଗିଲ୍‌ (ଅଧିନାୟକ), ଋତୁରାଜ ଗାଏକୱାଡ, ସାଇ ସୁଦର୍ଶନ, ଅଭିଷେକ ଶର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା ଓ ଧ୍ରୁବ ଜୁରେଲ (ୱିକେଟରକ୍ଷକ), ହର୍ଷିତ ରାଣା, ରିଆନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଆଭେଷ ଖାନ୍‌, ଖଲୀଲ ଅହମ୍ମଦ୍‌, ମୁକେଶ କୁମାର ଓ ତୁଷାର ଦେଶପାଣ୍ଡେ।
(ପ୍ରଥମ ୨ଟି ମ୍ୟାଚ୍‌ ପାଇଁ) ପ୍ରଶିକ୍ଷକ: ଭିଭିଏସ୍‌ ଲକ୍ଷ୍ମଣ।
ଜିମ୍ବାୱେ : ସିକନ୍ଦର ରାଜା (ଅଧିନାୟକ), ଖରାଗ ଆକ୍ରମ, ଅନ୍ତୁମ ନକ୍‌ଭୀ, ବ୍ରିଆନ ବେନେଟ୍ଟ, ଜୋନାଥନ କ୍ୟାମ୍ପବେଲ, ତେଣ୍ଡାଇ ଚାଟରା, ଲ୍ୟୁକ ଜୋଙ୍ଗୱେ, ଇନୋସେଣ୍ଟ କାଇଆ, କ୍ଲାଇଭ୍‌ ମାଦାଣ୍ଡେ, ୱେସ୍‌ଲୀ ମାଧେଭେରେ, ଟି. ମାରୁମନି, ୱେଲିଂଟନ ମାସକାଦ୍‌ଜା, ବ୍ରାଣ୍ଡନ ମାଭୂତା, ବ୍ଲେସିଙ୍ଗ ମୁଜରବାନି, ଡିଓନ ମାୟର୍ସ, ରିଚାର୍ଡ ଏନ୍‌ଗାରଭା ଓ ମିଲଟନ ଶୁମ୍ବା।
୨୦୨୪ରେ ବି ଶକ୍ତିଶାଳୀ ରହିବ ଏଲ୍‌ନିନୋ: ପ୍ରବଳ ତାତି ସାଙ୍ଗକୁ ବ୍ୟାପିବ ଜଙ୍ଗଲ ନିଆଁ
ଭୁବନେଶ୍ୱର: ୨୦୨୩ ଅପେକ୍ଷା ଆସନ୍ତା ୨୦୨୪ରେ ଅଧିକ ରହିବ ଗ୍ରୀଷ୍ମ ତାପ। ସ୍ୱାଭାବିକ ଠାରୁ ଅଧିକ ଗ୍ରୀଷ୍ମତାପ ସାଧାରଣ ଜନଜୀବନକୁ ପ୍ରଭାବିତ କରିବ। ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଏଲନିନୋ ଶକ୍ତିଶାଳୀ ରହିବାକୁ ଥିବାରୁ ପ୍ରବଳ ହିଟ୍‌ୱେଭରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେବ।ତାପମାତ୍ରା ବୃଦ୍ଧି ଯୋଗୁଁ ଜଙ୍ଗଲ ନିଆଁ ସମସ୍ୟା ଉଗ୍ର ହେବ ଓ ବର୍ଷାର ଅନିୟମିତତା ଚାଷ କାର୍ଯ୍ୟକୁ ମଧ୍ୟ ପ୍ରଭାବ ପକାଇବ। ବିଶ୍ୱ ତାପନ, ଜଳବାୟୁ ପରିବର୍ତ୍ତନ, ଏଲ୍‌-ନିନୋର ପ୍ରଭାବ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହେବାକୁ ଥିବାରୁ ରାଜ୍ୟବାସୀ ଖରା ତାପରେ ତ୍ରାହିତ୍ରାହି ଡ଼ାକିବେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ।
୨୦୨୩ରେ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଥିଲା। ଖରା ଯୋଗୁଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଆଗାମୀ ବର୍ଷ ବର୍ଷ ଏହି ସ୍ଥିତି ଆହୁରି ଉଦ୍‌ବେଗଜନକ ହେବା ନେଇ ଆଶଙ୍କା କରାଯାଇଛି। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ୨୦୨୩ ତୁଳନାରେ ୨୦୨୪ ଆହୁରି ଅଧିକ ଉତ୍ତପ୍ତ ରହିବ ବୋଲି ଆକଳନ କରିଛନ୍ତି। ଏନ୍‌ଓଏଏ ତଥା ଟେକ୍ସାସ୍‌ ଏ ଆଣ୍ଡ ଏମ୍‌ ବିଶ୍ୱବିଦ୍ୟାଳୟର ପାଣିପାଗ ବିଶେଷଜ୍ଞଙ୍କ ଗବେଷଣାକୁ ବିଶ୍ଳେଷଣ କରି ସେ କହିଛନ୍ତି ଯେ ୨୦୨୪ରେ ଅଧିକ ଉତ୍ତପ୍ତ ହେବା ପାଇଁ ୨ ଟି ପ୍ରମୁଖ କାରଣ ରହୁଛି। ପ୍ରଥମତଃ ୧୯୮୦ ଠାରୁ ଆରମ୍ଭ ହୋଇଥିବା ଉତ୍ତପ୍ତିକରଣ ଗତ କିଛି ବର୍ଷ ହେବ ଅଧିକରୁ ଅଧିକ ଉତ୍ତପ୍ତ ହେବାରେ ଲାଗିଛି। ସେହିପରି ଏଲ୍‌-ନିନୋ ଆଗାମୀ ବର୍ଷ ବିଶ୍ୱକୁ ଉତ୍ତପ୍ତ କରିବାର ଯଥେଷ୍ଟ ଆଶଙ୍କା ରହିଛି। ୨୦୨୩ରେ ସୃଷ୍ଟି ହୋଇଥିବା ଏଲ୍‌-ନିନୋ ୨୦୨୪ ମାର୍ଚ୍ଚ କିମ୍ବା ଏପ୍ରିଲ୍‌ ପର୍ଯ୍ୟନ୍ତ ସକ୍ରିୟ ରହିବ। ପୂର୍ବ ତଥ୍ୟ ଅନୁଯାୟୀ ଏଲ୍‌-ନିନୋ ସରିବା ପରେ ଏହାର ପ୍ରଭାବ ଅଧିକ ଦେଖାଯାଇଥାଏ। ୨୦୧୫ ବର୍ଷର ଏଲ୍‌-ନିନୋ ୨୦୧୬ ଅଧିକ ପ୍ରଭାବ ପଡ଼ିଥିଲା, ତେଣୁ ୨୦୨୪ ବର୍ଷଟି ଏକ ଗରମ ବର୍ଷ ହେବାକୁ ଯାଉଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ପାଣିପାଗର ଅନିୟମିତତା ହେତୁ ୨୦୨୩ରେ ଖରିଫ ଅମଳ କମିବା ସହିତ ୨୦୨୩-୨୪ ରବି ଫସଲ ବୁଣାବୁଣି କମିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
ପୂର୍ବରୁ ବିଶ୍ୱପାଣିପାଗ ସଂସ୍ଥା ଡବ୍ଲୁଏମ୍‌ଓ ମଧ୍ୟ ଏଭଳି ଆଶଙ୍କା କରି ସାରିଛି। ବିଶ୍ୱ ପାଣିପାଗ ସଂସ୍ଥାର ଆକଳନ ଅନୁଯାୟୀ ଯେଉଁ ଅଞ୍ଚଳଗୁଡ଼ିକରେ ହିଟ୍‌ ୱେଭ୍‌ ଅର୍ଥାତ ଗ୍ରୀଷ୍ମ ପ୍ରବାହ ହୋଇଥାଏ, ସେଠାରେ ଏହାର ସର୍ବାଧିକ ପ୍ରଭାବ ଦେଖାଯିବ। ଯେହେତୁ ପୂର୍ବ ଭାରତ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ହୋଇଥାଏ, ତେଣୁ ଓଡ଼ିଶାରେ ମଧ୍ୟ ଆସନ୍ତା ବର୍ଷ ତାପମାତ୍ରା ଅଧିକ ସହ ପ୍ରବଳ ଗରମ ଓ ଜଙ୍ଗଲ ନିଆଁ ବ୍ୟାପିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିଶ୍ୱ ପାଣିପାଗ ସଂସ୍ଥା ସହିତ ଆମେରିକୀୟ ଗବେଷଣା ସଂସ୍ଥା ନାସାର ବୈଜ୍ଞାନିକମାନେ ବି ୨୦୨୪ର ପାଣିପାଗ ସ୍ଥିତିକୁ ନେଇ ସତର୍କ କରାଇଛନ୍ତି। ୨୦୧୬ ତୁଳନାରେ ୨୦୨୩ ସବୁଠାରୁ ଉତ୍ତପ୍ତ ବର୍ଷ ହୋଇଥିବା ବେଳେ ୨୦୨୪ ସବୁଠାରୁ ଘାତକ ହେବ ବୋଲି ନାସାର ବୈଜ୍ଞାନିକ ଆକଳନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ଏଲନିନୋର ସକ୍ରିୟତା ପାଇଁ ବିଶ୍ୱରେ ଏଭଳି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସଂସ୍ଥା କହିଛି। ଚଳିତ ବର୍ଷ ଜୁନ୍‌ ଶେଷ ଆଡ଼କୁ ଏଲନିନୋ ପ୍ରଭାବ ଆରମ୍ଭ ହୋଇଥିବା ଯୋଗୁଁ ମାର୍ଚ୍ଚ, ଏପ୍ରିଲ, ମେ ଏବଂ ଜୁନ୍‌ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଥିଲା। ଲଗାତର ୧୬ଦିନ ପର୍ଯ୍ୟନ୍ତ ହିଟ୍‌ୱେଭ୍‌ କଣ୍ଡିସନ୍‌ ଲାଗି ରହିବା ସହ ଜୁନ୍‌ଠାରୁ ଅକ୍ଟୋବର ମାସ ମଧ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଥିଲା। ଏହା ବ୍ୟତୀତ ଏଲ୍‌-ନିନୋ ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରେ ମୌସୁମୀ ବର୍ଷା କମ୍‌ ହେବା ସହ ରାଜ୍ୟରେ ଶୀତର ପ୍ରକୋପ ମଧ୍ୟ କମ୍‌ ରହିଛି।