Bhubaneswar Meteorological Centre - The Sakala

ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ
ଭୁବନେଶ୍ୱର: ଡ. ମନୋରମା ମହାନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଗୁଜରାଟ ଅହମଦାବାଦସ୍ଥିତ ପାଣିପାଗ କେନ୍ଦ୍ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଡ. ମହାନ୍ତିଙ୍କୁ (ବୈଜ୍ଞାନିକ-ଏଫ୍‌‌) ଗ୍ରେଡ୍‌‌କୁ ପଦନ୍ନୋତି ସହ ଏହି ନୂତନ ନିଯୁକ୍ତି ମିଳିଛି। ଏନେଇ ଶୁକ୍ରବାର କେନ୍ଦ୍ର ପୃଥ୍ବୀବିଜ୍ଞାନ ମନ୍ତ୍ରଳାୟ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।

ଓଡ଼ିଶା‌ ଜନ୍ମିତ ଡ. ମହାନ୍ତି ଦୀର୍ଘ ଦିନ ହେବ ଗୁଜୁରାଟ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ହାସଲ ପରେ ସେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ରେ ଯୋଗ ଦେଇଥିଲେ। ଆରବସାଗର ଇତିହାସରେ ସବୁଠୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟ’ର ସଠିକ୍‌ ଗତିପଥ ଓ ତୀବ୍ରତା ଆକଳନ କରିବାରେ ଡ. ମହାନ୍ତିଙ୍କର ବଡ଼ ଓ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କର ସଠିକ୍‌‌ ଆକଳନ ଓ ସତର୍କ ସୂଚନା ଯୋଗୁଁ ଗୁଜରାଟରେ ଅନେକ ଧନଜୀବନ ରକ୍ଷା ପାଇପାରିଥିଲା। ଏଥିପାଇଁ ଗୁଜରାଟ ସରକାରଙ୍କ ତରଫରୁ ଡ. ମ‌ହାନ୍ତି ଉଚ୍ଚ ପ୍ରଶଂସିତ ହୋଇଥିଲେ। ପାଣିପାଗ ଆକଳନ କ୍ଷେତ୍ରରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଓଡ଼ିଶା ଭଳି ଏକ ବାତ୍ୟାପ୍ରବଣ ରାଜ୍ୟରେ ତାଙ୍କର ଏହି ଅଭିଜ୍ଞତା ଏକ ବଡ଼ ଭୂମିକା ନିର୍ବାହ କରିବ ବୋଲି ଆଶା କରି ଆଇଏମ୍‌ଡି ତାଙ୍କୁ ଏଠାରେ ନିଯୁକ୍ତି ଦେଇଛି।