New Year 2024 - The Sakala
ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲରେ ଉତ୍ସାହର ସହ ପାଳିତ ହେଲା ବଡ଼ଦିନ ଓ ନୂତନ ବର୍ଷ ଉତ୍ସବ
ଭୁବନେଶ୍ବର: ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲ ପରିସରରେ ବଡ଼ଦିନ ଏବଂ ଆଗାମୀ ନୂତନ ବର୍ଷର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ବିଦ୍ୟାଳୟର ପ୍ରାର୍ଥନା ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ। ସେ ପିଲାମାନଙ୍କର ମଙ୍ଗଳ କାମନା କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହା ସହିତ ସେ ଛାତ୍ରଛାତ୍ରୀମାନଙ୍କୁ ମନ ଦେଇ ପାଠ ପଢିବା, ପିତାମାତା ଓ ସମସ୍ତ ଗୁରୁଜନଙ୍କୁ ସମ୍ମାନ ଦେବା ଏବଂ ମଞ୍ଜରୀ ଦେବୀ ବିଦ୍ୟାଳୟର ଜଣେ ଦକ୍ଷ ଛାତ୍ରଛାତ୍ରୀ ରୂପେ ନିଜକୁ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ।
ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପଦେଶକୁ ପାଳନ କରି ଛାତ୍ରଛାତ୍ରୀମାନେ ନିଜକୁ ଯୋଗ୍ୟ ବିବେଚିତ କରିବା ପାଇଁ ପ୍ରତିଜ୍ଞା ଗ୍ରହଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସମସ୍ତେ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ। ଏହି ଉତ୍ସବ ଛାତ୍ରଛାତ୍ରୀମାନଙ୍କ ମନରେ ଆନନ୍ଦ, ସହଯୋଗ ଓ ସାମାଜିକ ଏକତାର ଭାବନା ସୃଷ୍ଟି କରିବାରେ ସହାୟକ ହୋଇଥିଲା।
ରାଜ୍ୟରେ ନୂଆବର୍ଷର ପ୍ରାରମ୍ଭରୁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଏହାରି ମଧ୍ୟରେ ପାଗରେ ପୁଣି ପରିବର୍ତ୍ତନ ହେବାକୁ ଯାଉଛି। ନୂଆବର୍ଷର ପ୍ରାରମ୍ଭରୁ ବର୍ଷା ହେବା ସମ୍ଭାବନା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଜାନୁଆରୀ ପ୍ରଥମ ସପ୍ତାହ ଶେଷ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ବ୍ୟସ୍ତବହୁଳ ଜୀବନଶୈଳୀ ଆଉ ଖାଦ୍ୟରେ ଅନିୟମିତତା କାରଣରୁ ସମ୍ପ୍ରତି ଲୋକେ ନାନା ରୋଗର ଶିକାର ହେଉଛନ୍ତି। ତେଣୁ ୨୦୨୪ ରୁ କିପରି ସୁସ୍ଥ ଓ ନୀରୋଗ ରହିପାରିବେ, ସେନେଇ ସକାରାତ୍ମକ ଯୋଜନା ପ୍ରସ୍ତୁତ କରନ୍ତୁ।
ରକ୍ତ ସଞ୍ଚାଳନରେ ବାଧା, ମେଦବହୁଳତା ଏପରିକି ରକ୍ତରେ ଶର୍କରା ପରିମାଣ ଦୀର୍ଘଦିନ ଧରି ଅସନ୍ତୁଳିତ ରହିଲେ ହୃଦ୍‌ଜନିତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଯଦି ଜଣେ ବ୍ୟକ୍ତିଙ୍କର ଶୋଇବାରେ ଅନିୟମିତତା ଲାଗି ରହେ ଏବଂ ସେ ନିଦ୍ରାହୀନତାର ସମ୍ମୁଖୀନ ହୁଅନ୍ତି ତେବେ ତାଙ୍କଠାରେ ହୃଦ୍‌ରୋଗର ଲକ୍ଷଣ ଦେଖାଯିବାର ଯଥେଷ୍ଟ ଆଶଙ୍କା ରହିଛି। ତେେବ ୨୦୨୩ରେ ହୃଦ୍‌ଘାତଜନିତ ସମସ୍ୟା ଅଧିକ ଦେଖିବାକୁ ମିଳିଥିଲାବେଳେ ଖୁବ୍‌ କମ୍ ବୟସର ଲୋକେ ମୃତ୍ୟୁମୁଖରେ ପଡ଼ିଥିଲେ। ଏହି ସମସ୍ୟାର ନିୟନ୍ତ୍ରଣ ପାଇଁ ନିୟମିତ ବ୍ୟାୟାମ, ଜିମ୍‌, ୧୫ରୁ ୨୦ ମିନିଟ୍‌ ସାଇକଲ ଚାଳନା କିମ୍ବା ଚାଲି ପାରିେବ। ନିୟମିତ ହାର୍ଟ, କୋଲେଷ୍ଟ୍ରଲ ଆଦିର ଚେକ୍‌ଅପ୍‌ କରିପାରିେବ। ଏହା ଦ୍ବାରା କେବଳ ହୃଦୟ ସୁସ୍ଥ ରୁହେ ତାହା ନୁହେଁ, ବରଂ ଜଣେ ବ୍ୟକ୍ତିଙ୍କୁ ସୁସ୍ଥ ଓ ନୀରୋଗ ରଖିବାରେ ସହାୟକ ହୁଏ।
ନିଶା କୁ ନା: ଅଧିକାଂଶ ନିୟମିତ ନିଶା ସେବନ କରିଥାନ୍ତି। ଏହା ସ୍ବାସ୍ଥ୍ୟ ଉପରେ ନାନା ପ୍ରଭାବ ପକାଇବା ସହ ଫୁସ୍‌ଫୁସ୍‌ଜନିତ ରୋଗ ସୃଷ୍ଟି କରେ। ତେଣୁ ଚଳିତବର୍ଷ ଆରମ୍ଭରୁ ନିଶା ସେବନ ନ କରିବାକୁ ସଂକଳ୍ପ ନିଅନ୍ତୁ।
ତେଲ ମସଲା ଖାଦ୍ୟ ଅହିତକର: ବାହାରର ଜଙ୍କ୍‌ଫୁଡ ତଥା ଅଧିକ ତେଲମସଲା ଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ। ତେଲ ମସଲାଯୁକ୍ତ ଖାଦ୍ୟ ସ୍ବାଦିଷ୍ଠ ଲାଗିଲେ ବି ଏହା ପେଟଜନିତ ସମସ୍ୟା ସୃଷ୍ଟି କରେ। ସ୍ୱାସ୍ଥ୍ୟପକ୍ଷେ ହାନିକାରକ ହୋଇଥିବାରୁ ଏହା ବିଭିନ୍ନ ରୋଗ ସୃଷ୍ଟି କରଥାଏ। ଓଜନ ବୃଦ୍ଧି ହୁଏ। ମୋଟାପାରୁ ଅନେକ ଜଟିଳ ରୋଗ ସୃଷ୍ଟି ହେଉଥିବାରୁ ନୂଆ ବର୍ଷରୁ ଏହି ଅଭ୍ୟାସରେ ପରିବର୍ତ୍ତନ ଆଣିବା ଜରୁରି । ପୋଷକତତ୍ତ୍ୱ ଓ ଭିଟାମିନ୍ ଯୁକ୍ତ ସନ୍ତୁଳିତ ଖାଦ୍ୟ ଖାଇପାରିବେ। ସେହିପରି ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବସି ରହୁଥଲେ, ଶାରୀରିକ କ୍ରିୟା କରୁନଥିଲେ, ଏହି ଅଭ୍ୟାସ ତୁରନ୍ତ ବଦଳାଇ ନିୟମିତ ୩୦ ମିନିଟ୍ ବ୍ୟାୟାମ କରିପାରିବେ।
୭ରୁ ୮ଘଣ୍ଟା ଶୁଅନ୍ତୁ: ସମ୍ପ୍ରତି ବିଳମ୍ବିତ ରାତି ଯାଏଁ ଫୋନ୍ ଚଳାଇବା ସାଧାରଣ ଅଭ୍ୟାସ ହୋଇଥିବାବେଳେ ଏହା ସ୍ୱାସ୍ଥ୍ୟ ଉପରେ କୁ-ପ୍ରଭାବ ପକାଏ। ସୁସ୍ଥ ରହିବାକୁ ନିୟମିତ ୭ରୁ ୮ଘଣ୍ଟା ଶୋଇବା ଜରୁରି। ଏହା ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଭଲ ପ୍ରଭାବ ପକାଏ। ବ୍ୟକ୍ତି ସକ୍ରିୟ ରହିପାରନ୍ତି। ଶୋଇବା ଠିକ୍‌ ରହିଲେ, ଅନ୍ୟାନ୍ୟ ରୋଗ ଦୂର କରିଥାଏ। ମାନସିକ ଚିନ୍ତା ମଧ୍ୟ ରୁହେ ନାହିଁ।
ନିଜ ପାଇଁ ସମୟ କାଢ଼ନ୍ତୁ: ଅନେକ ବ୍ୟସ୍ତବହୁଳ ଜୀବନ ଯୋଗୁଁ ପ୍ରାୟତଃ ନିଜ ପାଇଁ ସମୟ ବାହାର କରିପାରନ୍ତି ନାହିଁ। ତେଣୁ ମନକୁ ଶାନ୍ତ ଓ ଖୁସି ରଖିବାକୁ ନିଜ ସହିତ ସମୟ ବିତାଇବା ଜରୁରି। ଏହାଦ୍ୱାରା ସ୍ୱାସ୍ଥ୍ୟ ଫିଟ୍ ରୁହେ।
ଟେକ୍ନୋଲୋଜିରୁ ଦୂରେଇ ରୁହନ୍ତୁ: ସୋସିଆଲ ମିଡିଆରେ ପ୍ରତ୍ୟେକ ଲୋକେ ଅଧÒକ ସମୟ ବିତାଉଛନ୍ତି। ତେଣୁ ସମୟ ସମୟେ ଟେକ୍ନୋଲୋଜି ଏବଂ ମୋବାଇଲ୍‌ରୁ ଦୂରେଇ ରହି ପରିବାର ସହିତ ସମୟ ବିତାଇପାରିବେ।