BJD Press Meet - The Sakala

ରାଜନଗରରେ ଜଣେ ଚାଷୀଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେଡି
ଭୁବନେଶ୍ୱର: ଧାନ ସଂଗ୍ରହ ବ୍ୟବସ୍ଥା ରାଜ୍ୟରେ ଭୁଶୁଡ଼ି ପଡିଛି ବୋଲି ଅଭିଯୋଗ କରି ଆସୁଥିବା ବେଳେ ଆଜି ରାଜନଗର ଅଞ୍ଚଳରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ସମୟରେ ମିଥ୍ୟା ତଥ୍ୟ ଦେଉଥିବାରୁ, ଆଜି ହୋଇଥିବା ଚାଷୀଙ୍କ ମୃତ୍ୟୁ ପାଇଁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବିଜେଡି ଦାବି କରିଛି ।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଧାନ ସଂଗ୍ରହ କ୍ଷେତ୍ରରେ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ବଖାଣିଥିଲେ ।

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ରାଜ୍ୟ ବିଜେପି ସରକାରଙ୍କର ବିଫଳତା ତାଲିକା ଦିନକୁ ଦିନ ଲମ୍ୱା ହୋଇ ଚାଲିଥିବା ବେଳେ, ରାଜ୍ୟ ବିଜେପି ସରକାର କେବଳ ନିଜ ପିଠି ନିଜେ ଥାପୁଡ଼େଉବାରେ ବ୍ୟସ୍ତ ଅଛନ୍ତି । ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି । ଧାନ ସଂଗ୍ରହ ବ୍ୟବସ୍ଥା ବିଫଳତା କାରଣରୁ ଆଜି ରାଜ୍ୟର ଜଣେ ଚାଷୀ, ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ହୋଇଛି । ଜାନୁଆରି ୧୬ ତାରିଖରେ ସେ ଟୋକନ ପାଇଥିଲେ । କଟନୀ ଛଟନୀରେ ପ୍ରତି କୁଇଣ୍ଟାଲରେ ୬ କିଗ୍ରା କଟା ଯାଇଛି । ଏହା ଛଡା ଧାନ ବିକ୍ରି କରିବା ପାଇଁ ମୃତ ତ୍ରିଲୋଚନ ନାୟକ ପ୍ରତ୍ୟେକ ସ୍ତରରେ ହତାଶ ହେବାକୁ ପଡିଥିଲା ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ତାଙ୍କୁ ରାମଚଣ୍ଡୀ ମିଲରେ ଧାନ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଧାନ ହସ୍ତାନ୍ତର ପାଇଁ ତିନି ଦିନ କାଳ ତାଙ୍କୁ ସେଠାରେ ଜଗି ରହିବାକୁ ପଡିଥିଲା ।

ଶ୍ରୀ ମିଶ୍ର କହିଥିଲେ, ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏକ ଭିଡିଓ ବାର୍ତ୍ତାରେ ଧାନ କିଣା ରାଜ୍ୟରେ ସୁରୁଖୁରୁରେ ଚାଲିଛି ବୋଲି କହିଛନ୍ତି, ଯାହା ଡାହା ମିଛ । ରାଜନଗର ଅଞ୍ଚଳର ଶ୍ରୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ଏହି ମିଛ ଧରା ପକାଇ ଦେଇଛି । ଏହାଛଡା, ବିଧାନସଭାରେ ଗତ ମଙ୍ଗଳବାର ଶ୍ରୀ ପାତ୍ର ରାଜ୍ୟରେ ଏବେ ସୁଦ୍ଧା ୬୪. ୧୦ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଛି ବୋଲି କହିଥିଲା ବେଳେ ତାପରେ ଏକ ଭିଡିଓ ବାର୍ତ୍ତାରେ ୬୩. ୬୫ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଛି ବୋଲି କହିଛନ୍ତି । ଦୁଇ ଦିନରେ ଦୁଇଟି ଅଲଗା ତଥ୍ୟ ଦେଇଥିବାରୁ ଶ୍ରୀ ପାତ୍ର କେବଳ ଡାହା ମିଛ କହୁଛନ୍ତି ବୋଲି ପ୍ରମାଣିତ ହେଉଛି ।

ଶ୍ରୀ ମିଶ୍ର ଆହୁରି କହିଥିଲେ, ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ୧୯୩ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଛି । ରାଜ୍ୟ ବିଜେପି ସରକାର ସମସ୍ତ ଧାନ କିଣିବ ବୋଲି କହିଥିବା ବେଳେ, ଏବେ ସୁଦ୍ଧା ମାତ୍ର ୬୩ ଲକ୍ଷ ମେଟ୍ରିକ ଟନ କିଣା ଯାଇଛି, ଯାହା ସମୁଦାୟ ଧାନ ଉତ୍ପାଦନର ମାତ୍ର ୩୩ ପ୍ରତିଶତ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଧାନ କିଣା ଚାଲିବ ବୋଲି କୁହାଯାଇଥିବାରୁ ଆଉ ମାତ୍ର ଗୋଟିଏ ମାସରେ ସରକାର ବଳକା ଧାନ କିଣିବାରେ ସକ୍ଷମ ହେବେ ବୋଲି ବିଶ୍ୱାସଯୋଗ୍ୟ ନୁହେଁ ।

ଡ଼ ଲେନିନ ମହାନ୍ତି କହିଥିଲେ, ବିଜେପି ସରକାର ଯାହା କୁହନ୍ତି ତାହା କେବେ ହେଲେ କରନ୍ତି ନାହିଁ । କଟନୀ ଛଟନି ବିନା ଧାନ କିଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ପ୍ରତି କୁ୍ୟଣ୍ଟାଲ ପିଛା ୭ କେଜିରୁ ୧୦ କେଜି କଟାଯାଉଛି । ୪୮ ଘଣ୍ଟା ଭିତରେ ଧାନର ମୂଲ୍ୟ ଡିବିଟି ମାଧ୍ୟମରେ କୃଷକ ମାନଙ୍କୁ ପ୍ରଦାନ କରାଯିବ ବୋଲି କୁହା ଯାଇଥିଲେ ମଧ୍ୟ ପ୍ରାୟ ତିନି ସପ୍ତାହ ପର୍ଯ୍ୟନ୍ତ ମୂଲ୍ୟ ମିଳିପାରୁନାହିଁ । ପଞ୍ଜିକରଣ, ଟୋକନ ବିତରଣ ଓ ମଣ୍ଡିରେ ଅବ୍ୟବସ୍ଥା ଇତ୍ୟାଦି କୃଷକ ମାନଙ୍କୁ ନାହିଁ ନଥିବା ସମସ୍ୟାରେ ପକାଇଛି । ଯୋଗାଣ ମନ୍ତ୍ରୀ ଡାହା ମିଛ କହୁଛନ୍ତି ବୋଲି ପ୍ରମାଣିତ ହୋଇ ସାରିଲାଣି । ଆଜି ଚାଷୀ ଭାଇର ମୃତ୍ୟୁ ପାଇଁ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦାୟୀ । ନୈତିକତା ଦୃଷ୍ଟିରୁ ଯୋଗାଣ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ: 'ସରକାର କେବଳ ବ୍ଲେମ୍ ଗେମ ଖେଳୁଛନ୍ତି'
ଭୁବନେଶ୍ବର: ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ । ଓଡ଼ିଶାର ହକ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସାଧାରଣରେ ସଂଶୟ ସୃଷ୍ଟି କରିଛି । ସରକାର କେବଳ ବ୍ଲେମ ଗେମ ଖେଳୁଛନ୍ତି । ନିଜେ ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ଅଛନ୍ତି । ଟ୍ରିପଲ ଇ଼ଜିନ ସରକାରରେ ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିଲା । ହେଲେ ତାହା ଏବେ ନିରାଶାରେ ପରିଣତ ହେଲାଣି । ଏପ୍ରିଲ ୧୩ରେ ଟ୍ରିବ୍ୟୁନାଲ ଅବଧି ସରିବାକୁ ଯାଉଛି । ଏହାର ଅବଧି ଆଉ ୯ ମାସ ବୃଦ୍ଧି କରିବାକୁ ସରକାର ଚିଠି ଲେଖିବା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ୯ ମାସ ବୃଦ୍ଧି କରିଦେଲେ ମହାନଦୀ ଜଳ ବିବାଦର କ'ଣ ସମାଧାନ ବାହାରିଯିବ ବୋଲି ଦଳ ପ୍ରଶ୍ନ କରିଛି ।

ପୂର୍ବ ସରକାର ଜଳ ବିବାଦର ସମାଧାନ ଲାଗି ସବୁ ଫୋରମକୁ ଯାଇଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ଶୁଣିଲେ ନାହିଁ । କେନ୍ଦ୍ର ଜଳ ସଂପଦ ବିଭାଗ ଶୁଣିଲା ନାହିଁ । ଛତିଶଗଡ଼ ସରକାର ଶୁଣିଲା ନାହିଁ। ଫଳରେ ବିଜେଡି ସୁପ୍ରିମକୋର୍ଟ ଯାଇଥିଲା । ଏବେ ରାଜ୍ୟ ସରକାର ଆପୋଷ ସମାଧାନ କଥା କହି ଅଧିକ ଗୋଳିଆ କରୁଛନ୍ତି । ଦେଶରେ କୌଣସି ସ୍ଥାନରେ ଆପୋଷ ବୁଝାମଣରେ ଜଳବିବାଦର ସମାଧାନ ହୋଇନାହିଁ । ଯଦି ଆପୋଷ ବୁଝାମଣା ହେବ ତାହାଲେ ଟ୍ରିବ୍ୟୁନାଲରୁ ଓହରି ଯିବ କି ରାଜ୍ୟ ସରକାର ? ଗତ ୩୦ ତାରିଖରେ ରାଜ୍ୟ ସରକାର ଛତିଶଗଡ଼ ସହ ଆଲୋଚନା ପାଇଁ କାହିଁକି ଗଲେ ନାହିଁ ? ଛତିଶଗଡ଼ ସରକାର ଆଲୋଚନାକୁ ଗ୍ରହଣ କରିବାକୁ ଚାହୁଁନାହାନ୍ତି କି ? ମୁଖ୍ୟମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା ହେଲା ବୋଲି କହିଲେ ହେଲେ ଉଚ୍ଚସ୍ତରୀୟ ବୈଠକକୁ ଗଲେ ନାହିଁ । ସରକାରଙ୍କ ଉଦ୍ଦେଶ୍ୟ କଣ ? ସରକାର ଦଳୀୟ ସ୍ୱାର୍ଥ ପାଇଁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବଳି ପକାଉଛନ୍ତି । ଏକା ଦଳର ସରକାର ଥିବାରୁ ଓଡ଼ିଶା ସରକାର ମୁଣ୍ଡ ନୁଆଁଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ ସହ ବାଲି ବନ୍ଧ ତିଆରି କରୁଛନ୍ତି। ରାଜ୍ୟ ସରକାର ନିରବ। ରାଜ୍ୟବାସୀଙ୍କ ଛାତିରେ ସରକାର ଛୁରା ମାରୁଛନ୍ତି ବୋଲି କହିଛି ବିଜେଡି । ରାଜ୍ୟର ପାଣିକୁ ଛତିଶଗଡ଼ ସରକାର କମ୍ପାନୀକୁ ଦେଉଛନ୍ତି । ଏହା ବନ୍ଦ ନ ହେଲେ ଓଡ଼ିଶା ତଳିତଳାନ୍ତ ହୋଇଯିବ। ହେଲେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁ ନାହିଁ। ସରକାର ଏହାର ସମାଧାନ ନ କଲେ ରାଜ୍ୟବାସୀ ଜବାବ ଦେବେ ବୋଲି ଚେତେଇ ଦେଇଛି ବିଜେଡି । ଓଡ଼ିଶାର ସ୍ୱାର୍ଥ ପାଇଁ କଣ ଦାବି ରହିବ ତାକୁ ଲୋକଙ୍କୁ ଜଣାଯାଉ। ମହାନଦୀ ବଞ୍ଚାଅ କମିଟିକୁ ସାମିଲ କରାଯାଉ ବୋଲି ଦାବି କରିଛି ବିଜେଡି ।

କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନକୁ ବିଜେଡିର କଟାକ୍ଷ: ସୁଶାସନ ନୁହେଁ; ନାମ ଓ ରଙ୍ଗ ପରିବର୍ତ୍ତନ ପ୍ରାଥମିକତା ହୋଇଛି
ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ବିଜେପି ସରକାର ଜାରି କରିଥିବା ବିଜ୍ଞପ୍ତିକୁ ବିଜୁ ଜନତା ଦଳ କଟାକ୍ଷ କରିଛି। ରାଜ୍ୟକୁ ସୁଶାସନ ପ୍ରଦାନ କରିବାରେ ସମସ୍ତ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସରକାର କେବଳ ନିଜ ବିଫଳତା ଉପରୁ ନଜର ହଟାଇବା ପାଇଁ ଏହିଭଳି ହୀନ ପଦକ୍ଷେପ ନେଇଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି।

ଗୁରୁବାର ଜାରି ପ୍ରେସ୍‌ ବିଜ୍ଞପ୍ତିରେ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଡବଲ ଇଞ୍ଜିନ, ଡବଲ ବିକାଶର ନାରା ଦେଇ ଓ ରାଜ୍ୟବାସୀଙ୍କୁ ଅନେକ ମିଛ ପ୍ରତିଶ୍ରୁତି ଦେଇ ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିଲା। କିନ୍ତୁ କେବଳ ପ୍ରତିଶ୍ରୁତି ରକ୍ଷା କରିବାରେ ନୁହେଁ; ବରଂ ସୁଶାସନ ଦେବାରେ ମଧ୍ୟ ରାଜ୍ୟ ବିଜେପି ସରକାର ଗତ ୧୯ ମାସରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ କାର୍ଯ୍ୟ କେବଳ ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନରେ ସୀମିତ ହୋଇ ରହିଯାଇଛି। କ୍ଷମତାକୁ ଆସିବା ପରେ, ନବୀନଙ୍କ ସମୟରେ ଚାଲିଥିବା ଲୋକପ୍ରିୟ ଯୋଜନାଗୁଡିକର ନାମ ପରିବର୍ତ୍ତନ କରିଥିଲେ। ସରକାରଙ୍କ ସେହି ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନ ଧାରା ଏବେ ବି ଜାରି ରହିଛି। କୌଣସି ଯୋଜନାର ବା ସ୍ଥାନର ନାମ ପରିବର୍ତ୍ତନ ବା ବନାନ ପରିବର୍ତ୍ତନ କରିବାରେ କିଛି ଅସୁବିଧା ନାହିଁ; କିନ୍ତୁ ଏହା ସରକାରଙ୍କ ପ୍ରାଥମିକତା ନ ହେଉ। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀଙ୍କୁ ସୁରକ୍ଷା ପ୍ରଦାନ, ଚାଷୀଙ୍କୁ ନ୍ୟାୟ ପ୍ରଦାନ, ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରାଜ୍ୟର ସାମୂହିକ ବିକାଶ ଇତ୍ୟାଦି ପ୍ରସଙ୍ଗ ସରକାରଙ୍କ ପ୍ରାଥମିକତା ହେଉ। ରାଜ୍ୟ ବିଜେପି ସରକାର ଏସବୁ ପ୍ରତି ଧ୍ୟାନ ନଦେଲେ, ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ହିସାବରେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଡ. ମହାନ୍ତି କହିଛନ୍ତି।

ଡଃ ମହାନ୍ତି ଆହୁରି କହିଛନ୍ତି ଯେ ରାଜ୍ୟରେ ନାରୀ ସୁରକ୍ଷା ସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ଧାନ କିଣାରେ ରାଜ୍ୟର ଚାଷୀମାନଙ୍କୁ ନ୍ୟାୟ ନ ମିଳିବାରୁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ରାଜ୍ୟର ଯୁବବର୍ଗଙ୍କୁ ନିଯୁକ୍ତି ଦେବେ ବୋଲି ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଛି। ନିଯୁକ୍ତି ପାଇଁ ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳୁଛି। ଗତ ୧୯ ମାସରେ ୨୦ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ଦେଖାଦେଇଛି, ଯେଉଁଥିପାଇଁ ଶେଷ ମୁହୂର୍ତ୍ତରେ ଏହି ପରୀକ୍ଷାଗୁଡିକ ବାତିଲ କରାଯାଇଛି। ପୁଲିସ ଏସ୍‌ଆଇ ନିଯୁକ୍ତି ବେଳେ କିଭଳି ଭାବେ ଚାକିରି ବିକ୍ରି କରିବା ପାଇଁ ଉଦ୍ୟମ କରାଯାଇଥିଲା, ତାହା ରାଜ୍ୟବାସୀ ଦେଖିଛନ୍ତି। ସରକାରଙ୍କ ଅପାରଗତା ପ୍ରସଙ୍ଗ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ସରକାରଙ୍କ ତୋଗଲକୀ ନିଷ୍ପତ୍ତି ଏବେ ରାଜ୍ୟବାସୀଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ରାଜ୍ୟ ସରକାର ନିଜ ବଜେଟରେ ନିର୍ଦ୍ଧାରିତ କରିଥିବା ଅର୍ଥର ୪୦ ପ୍ରତିଶତ ଏବେ ସୁଦ୍ଧା ଖର୍ଚ୍ଚ କରିପାରିଛନ୍ତି, ଯାହା ସରକାରଙ୍କ ଅପାରଗତାର ଜ୍ୱଳନ୍ତ ଉଦାହରଣ। ସର୍ବୋପରି ଗତ ୧୯ ମାସରେ ରାଜ୍ୟର ବିକାଶ ଠପ୍‌ ହୋଇଛି ବୋଲି ଡଃ ମହାନ୍ତି କହିଛନ୍ତି।

ବିଜେଡିର କ୍ଷୋଭ: ନିର୍ବାଚନ କମିସନଙ୍କୁ ପଚାରିଥିବା ଅନେକ ପ୍ରଶ୍ନର ଉତ୍ତର ଏଯାଏଁ ମିଳିଲା ନାହିଁ
ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ଅନିୟମିତତାକୁ ନେଇ ଭାରତୀୟ ନିର୍ବାଚନ କମିସନରଙ୍କୁ ଦୁଇ ଦୁଇ ଥର ଲିଖିତ ଭାବେ ଏକାଧିକ ଅସମାହିତ ପ୍ରଶ୍ନର ଉତ୍ତର ମଗାଯାଇଥିଲେ ହେଁ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ମିଳିପାରି ନାହିଁ ବୋଲି ବିଜେଡି ପକ୍ଷରୁ କ୍ଷୋଭକ୍ତି ପ୍ରକାଶ କରିଛି। ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଡ. ସଂତୃପ୍ତ ମିଶ୍ର ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏହି ପ୍ରଶ୍ନଗୁଡିକ ଉପସ୍ଥାପନ କରି ଦେଶରେ ଏକ ସୁଦୃଢ଼ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଏହି ପ୍ରଶ୍ନଗୁଡିକର ଉତ୍ତର ଆସିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି।

ଡ. ସଂତୃପ୍ତ ମିଶ୍ର କହିଥିଲେ ଯେ କୌଣସି ରାଜନୀତି ଉଦ୍ଦେଶ୍ୟରେ ନୁହେଁ; ବରଂ ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଭାବେ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜେଡି ଏହି ପ୍ରଶ୍ନର ଉତ୍ତର ଆଶା କରୁଛି। ନିର୍ବାଚନରେ ପ୍ରତି ବୁଥ୍‌ରେ ପଡ଼ିଥିବା ଭୋଟ ସଂଖ୍ୟାର ତଥ୍ୟ ଫର୍ମ ୧୭-ସିରେ ମିଳିଥାଏ। ଅନେକ ଜାଗାରେ ପଡିଥିବା ଭୋଟ ଓ ଗଣତି ହୋଇଥିବା ଭୋଟ ମଧ୍ୟରେ ତାରତମ୍ୟ ରହୁଥିବାରୁ ନିର୍ବାଚନ କମିସନଙ୍କୁ ଲେଖାଯାଇଥିବା ପତ୍ରରେ ଫର୍ମ ୧୭-ସି  ହସ୍ତାନ୍ତର କରିବା ପାଇଁ ଦଳ ଆବେଦନ କରିଥିଲା। କିନ୍ତୁ କିଛି ଆସନରେ ନିର୍ବାଚନ ମାମଲା ଚାଲିଥିବା କାରଣରୁ ଏହା ଦିଆଯାଇ ପାରିବ ନାହିଁ ବୋଲି କମିସନ ଉତ୍ତର ଦେଇଥିଲେ। ତେବେ ୨୮ଟି ଆସନରେ ନିର୍ବାଚନୀ ମାମଲା ଚାଲିଥିବା ବେଳେ ଅନ୍ୟ ଆସନଗୁଡିକର ଫର୍ମ ୧୭-ସି କାହିଁକି ପ୍ରଦାନ କରାଯିବ ନାହିଁ, ସେନେଇ କୌଣସି ଉତ୍ତର ରଖି ନ ଥିଲେ। ସେହିପରି କିଛି ସ୍ଥାନରେ ପଡ଼ିଥିବା ଭୋଟ ସଂଖ୍ୟା ଅପେକ୍ଷା କିପରି ଅଧିକ ଭୋଟ ଗଣତି ହୋଇପାରିଲା, ସେ ସମ୍ୱନ୍ଧରେ ମଧ୍ୟ ନିର୍ବାଚନ କମିସନ କୌଣସି ଉତ୍ତର ରଖିନାହାନ୍ତି। ନିର୍ବାଚନ କମିସନ ତାଙ୍କ ଉତ୍ତରରେ ଜଣାଇଥିଲେ ଯେ, ଯେଉଁଠାରେ କଣ୍ଟ୍ରୋଲ ୟୁନିଟରେ ଥିବା ଭୋଟ ସଂଖ୍ୟା ଫର୍ମ ୧୭-ସିରେ ଲେଖାଯାଇଥିବା ଭୋଟ ସଂଖ୍ୟା ସହିତ ତାଳମେଳ ଖାଏ ନାହିଁ, ସେହି ଭୋଟ ଗଣତି କରାଯାଏ ନାହିଁ। କିନ୍ତୁ କେତୋଟି ସ୍ଥାନରେ ଏପରି ହୋଇଛି, ତାହା ନିର୍ବାଚନ କମିସନ ସ୍ପଷ୍ଟ କରିନାହାନ୍ତି। ନିର୍ବାଚନ କମିସନ ଦେଇଥିବା ଉତ୍ତର ଅନୁଯାୟୀ ମକ୍‌ ପୋଲ୍‌ ବେଳେ ପଡିଥିବା ଭୋଟଗୁଡିକ ଡିଲିଟ୍‌ ହୋଇ ନ ଥିଲେ, ସେହି ଇଭିଏମରେ ପଡ଼ିଥିବା ଭୋଟ୍‌ଗୁଡିକୁ ମଧ୍ୟ ଗଣତି କରାଯାଏ ନାହିଁ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ଜଣେ ନାଗରିକର ଭୋଟକୁ ଗଣତି ନ କରିବା ମଧ୍ୟ ତା’ର ମତ ଦେବାର ଅଧିକାରକୁ କ୍ଷୁଣ୍ଣ କରିବା ସଦୃଶ୍ୟ। ସେହିପରି ଭୋଟିଂ ସମୟରେ ଇଭିଏମ୍‌ ମେସିନରେ ତ୍ରୁଟି ଦେଖାଯାଏ, ଯେଉଁଥିପାଇଁ ସେଠାରେ ଆଉ ଏକ ମେସିନ ଲଗାଯାଏ। କିନ୍ତୁ ତ୍ରୁଟି ଦେଖାଯିବା ପୂର୍ବରୁ କେତେ ଭୋଟ ପଡିଥିଲା, ତାହାର କୌଣସି ବିବରଣୀ ପ୍ରଦାନ କରାଯାଉ ନାହିଁ।

ଡ. ମିଶ୍ର କହିଥିଲେ ଯେ ସନ୍ଧ୍ୟା ୫ଟା ଭୋଟ ଶେଷ ପାଇଁ ଥିବା ନିର୍ଦ୍ଧାରିତ ସମୟରେ କମିସନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଭୋଟ ସଂଖ୍ୟା କିପରି ଭାବେ ଅହେତୁକ ବୃଦ୍ଧି ପାଉଛି ବୋଲି ବିଜେଡି ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ରରେ ଓ ୩୮ଟି ବିଧାନସଭା କ୍ଷେତ୍ରରେ ସନ୍ଧ୍ୟା ୫ଟାରେ ଘୋଷିତ ଭୋଟଦାନ ଠାରୁ ୭ରୁ ୩୦ ପ୍ରତିଶତ ଭୋଟ ବୃଦ୍ଧି ପାଇଥିଲା, ଯାହା ପୂର୍ବ ନିର୍ବାଚନଗୁଡିକରେ ଦେଖିବାକୁ ମିଳି ନ ଥିଲା। ନିର୍ବାଚନ କମିସନ ଏହି ପ୍ରଶ୍ନ ସମ୍ୱନ୍ଧରେ ସ୍ପଷ୍ଟ କରିନାହାନ୍ତି। ଏହାଛଡା ନିର୍ବାଚନରେ ସ୍ୱଚ୍ଛତା ବୃଦ୍ଧି ପାଇଁ ଇଭିଏମ୍‌କୁ ନିୟମିତ ବ୍ୟବଧାନରେ ଅଡିଟ୍‌ କରିବା ପାଇଁ ରାଜନୈତିକ ଦଳମାନଙ୍କୁ ସୁଯୋଗ ଦିଆଯାଉ ବୋଲି ଦଳ ଦାବି କରିଥିଲେ ହେଁ ନିର୍ବାଚନ କମିସନ ଏ ସମ୍ୱନ୍ଧରେ ମଧ୍ୟ କୌଣସି ଉତ୍ତର ରଖି ନାହାନ୍ତି ବୋଲି ଡଃ ମିଶ୍ର କହିଛନ୍ତି।

ଡ. ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ ଗତ ନିର୍ବାଚନକୁ ୧୯ ମାସରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ବାଚନ କମିସନ ଫର୍ମ ୧୭-ସିକୁ ତାଙ୍କ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କଲେ ନାହିଁ। ଫୁଲବାଣୀ ବିଧାନସଭା ଆସନର ବୁଥ୍‌ ନମ୍ୱର ୫୭ରେ ଫର୍ମ ୧୭-ସି ଅନୁଯାୟୀ ପଡ଼ିଥିବା ଭୋଟ ଓ ଫର୍ମ ୨୦ ଅନୁଯାୟୀ ଗଣତି ହୋଇଥିବା ଭୋଟ ସଂଖ୍ୟା ୬୮୨ ଖଣ୍ଡ ଅଧିକ ଭୋଟ ରହିଛି। ସେହିପରି ତଲସରା ବିଧାନସଭା ଆସନର ୧୬୫ ଓ ୨୧୯ ନମ୍ୱର ବୁଥ୍‌ରେ ୬୬୦ ଓ ୭୮୪ ଖଣ୍ଡ ଭୋଟ ଅଧିକ ଗଣତି ହୋଇଛି। ପଡ଼ିଥିବା ଭୋଟ ଓ ଗଣତି ହୋଇଥିବା ଭୋଟ ମଧ୍ୟରେ ରହୁଥିବା ଏହି ତାରତମ୍ୟ ନିର୍ବାଚନର ସ୍ୱଛତା ଉପରେ ପ୍ରଶ୍ନ ଉଠାଉଥିଲେ ମଧ୍ୟ ନିର୍ବାଚନ କମିସନ ଏହାକୁ ସ୍ପଷ୍ଟ କରିବା ପରିବର୍ତ୍ତେ ଅସ୍ପଷ୍ଟ ଉତ୍ତର ଦେଇ ଏହାକୁ ଟାଳି ଦେବାକୁ ଉଦ୍ୟମ କରୁଛନ୍ତି। ଦେଶରେ ସ୍ୱଚ୍ଛ ନିର୍ବାଚନ ଆୟୋଜନ କରିବା ଦେଶର ନିର୍ବାଚନ କମିସନରଙ୍କ ଦାୟିତ୍ୱ। ସ୍ୱଚ୍ଛ ନିର୍ବାଚନ ପ୍ରସଙ୍ଗରେ ଆଜି ବିଜେଡି ଯେଉଁ ପ୍ରଶ୍ନ ପଚାରୁଛି, ତାହା ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ। ତେଣୁ ନିର୍ବାଚନ କମିସନ ଏ ସମ୍ୱନ୍ଧରେ ସ୍ପଷ୍ଟ ଉତ୍ତର ରଖିବା ସହିତ ଦେଶବାସୀଙ୍କ ମନରୁ ସନ୍ଦେହ ଦୂର କରିବା ଉଚିତ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଚାଲିଛି ବାଲି ଓ ଅନ୍ୟ ଖଣିଜ ସମ୍ପଦ ଚୋରି: ବିଜେଡି
ଭୁବନେଶ୍ୱର: ରାଜ୍ୟରେ ବାଲି, ମୋରମ ଓ ପଥର ଚୋରି ବ୍ୟାପକ ହୋଇଥିବା ବେଳେ ଏଥିରେ ସରକାରୀ ଦଳର ନେତା କର୍ମୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ନିକଟରେ ଗଞ୍ଜାମ ଜିଲ୍ଲାରେ ଇଡି ରେଡ୍ରେ ଖଣି ମନ୍ତ୍ରୀଙ୍କ ପ୍ରତିନିଧିଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ, ରାଜ୍ୟର ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର ପାଇଁ ବିଜେଡି ଦାବି କରିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ବାଲି ଚୋରି, ଖଣି ଚୋରି ଅହେତୁକ ବୃଦ୍ଧି ପାଇଛି । ଏହି ଚୋରି ସରକାରୀ ଦଳର ପ୍ରୋତ୍ସାହନରେ ହେଉଛି ବୋଲି ବିଜେଡି ଅଭିଯୋଗ କରିଆସୁଛି । ସରକାରଙ୍କ ପ୍ରୋତ୍ସାହନରେ ହେଉଥିବା ଚୋରିର ଫଳସ୍ୱରୂପ ଲଘୁ ଖଣିଜ ସମ୍ପଦର ରାଜସ୍ୱ ୨୦୨୩-୨୪ରେ ୧୪୮୫ କୋଟି ଥିଲାବେଳେ ୨୦୨୪-୨୫ରେ ଏହା ୬୦୦ କୋଟି ଟଙ୍କାକୁ ଖସି ଆସିଛି । ସେହିପରି ଗୁରୁ ଖଣିଜ ସମ୍ପଦରେ ୫୦,୦୦୦ କୋଟି ଟଙ୍କାରୁ ୩୪,୦୦୦ କୋଟି ଟଙ୍କାକୁ ଖସି ଆସିଛି । ଏହି ରାଜସ୍ୱ ହାନୀ ରାଜ୍ୟ ଆର୍ଥିକ ସ୍ଥିତି ପାଇଁ ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ । ଏହାଛଡା ବାଲି ଓ ଅନ୍ୟାନ୍ୟ ଖଣିଜ ସମ୍ପଦ ଚୋରି ଯୋଗୁଁ ବାଲି ଇତ୍ୟାଦିର ଦର ଅହେତୁକ ବୃଦ୍ଧି ପାଇଛି । ଏହି କାରଣରୁ ସଡ଼କ ସୁରକ୍ଷା ବିପର୍ଯ୍ୟସ୍ତ ହେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ହେଉଛି ।

ଡ଼ ମହାନ୍ତି କହିଥିଲେ, ଏହି ଚୋରି ସମ୍ପର୍କରେ ବିଜୁ ଜନତା ଦଳ ତରଫରୁ ବାରମ୍ୱାର ଅବଗତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ଆସୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ହୋଇ ବସି ରହିଛନ୍ତି । ନିକଟରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା ଇଡି ରେଡ୍ରେ, ଖଣି ମନ୍ତ୍ରୀଙ୍କ ପ୍ରତିନିଧି ନିଜେ ଚୋରିରେ ସମ୍ପୃକ୍ତ ବୋଲି ସ୍ପଷ୍ଟ ହେବାପରେ ଖଣିମନ୍ତ୍ରୀ ବିଭୁତି ଜେନାଙ୍କ ମୁଖା ଖୋଲି ଯାଇଛି । ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜ ଦସ୍ତଖତରେ ଜିଲ୍ଲାପାଳଙ୍କୁ ଦେଇଥିବା ଚିଠିରେ, ଶ୍ରୀ ସୁନୀଲ ପାତ୍ର ଖଣି, ପୋଲିସ ଓ କୋର୍ଟ ବିଭାଗରେ ତାଙ୍କର ପ୍ରତିନିଧିର ମାନ୍ୟତା ଦେଇଥିଲେ । ଶ୍ରୀ ସୁନୀଲ ପାତ୍ରଙ୍କ ବାଲି ଚୋରିରେ ସମ୍ପୃକ୍ତି ଇଡି ରେଡ୍ରେ ସ୍ପଷ୍ଟ ହେବା ପରେ, ଏହି ଚୋରିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ସିଧାସଳଖ ରହିଛି ବୋଲି ସ୍ପଷ୍ଟ ହୋଇଛି । ଅପରପକ୍ଷରେ ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜ ଭୂମିକା ବିଷୟରେ ସଫେଇ ଦେବାକୁ ଯାଇ ଯିଏ ବାଲି ଚୋରିରେ ସମ୍ପୃକ୍ତି ହେବ, ତା ଘରେ ଇଡି ପସିବ ବୋଲି ମନ୍ତବ୍ୟ ଦେଇଛନ୍ତି । ମନ୍ତ୍ରୀଙ୍କ ମନ୍ତବ୍ୟ ଚୋର ଧରାପଡିଗଲା ପରେ ନିଜେ ଚୋର ଚୋର ଚିକ୍ରାର କରି ନିଜେ ଚୋର ନୁହେଁ ବୋଲି କହିବାକୁ ଚେଷ୍ଟା କଲା ପରି ହୋଇଛି, ଯାହାକୁ ରାଜ୍ୟବାସୀ ବେଶ ଭଲ ଭାବେ ବୁଝି ପାରୁଛନ୍ତି । ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜେ ଏହି ଚୋରିରେ ସମ୍ପୃକ୍ତି ଅଛନ୍ତି ବୋଲି ସ୍ପଷ୍ଟ ହୋଇଯାଇଥିବାରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ବିଜେଡି ଦାବି କରୁଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ସୁଶାସନ କଥା କହୁଛନ୍ତି, ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି, ଯଦି ସତ୍ସାହସ ଅଛି ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ନିଜ ଦକ୍ଷତାର ପରିଚୟ ଦିଅନ୍ତୁ ।

ରାଜ୍ୟ ସରକାର ଚାଷୀକୂଳକୁ ପ୍ରତାରଣା କରିଛନ୍ତି, କେବଳ ଭୋଟ ହାତେଇବା ପାଇଁ ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇଥିଲା: ବିଜେଡି
ଭୁବନେଶ୍ୱର: ରାଜ୍ୟରେ ଧାନ କିଣାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଚାଷ ଉପରେ ନିର୍ଭର କରୁଥିବା ପ୍ରାୟ ୭୦ ପ୍ରତିଶତ ଲୋକ ଆଜି ରାଜ୍ୟ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି ବୋଲି ବିଜୁ ଜନତା ଦଳ କହିଛି । ଶଙ୍ଖ ଭବନରେ ମଙ୍ଗଳବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ସଞ୍ଜୟ ଦାସବର୍ମା, ଗଣମାଧ୍ୟମ ସଂଯୋଜକ ତଥା ଦଳର ମୁଖପାତ୍ର ଡ. ଲେନିନ ମହାନ୍ତି ଓ ଗଣମାଧ୍ୟମ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ଧାନ କିଣାରେ ଅବ୍ୟବସ୍ଥା ଓ ଚାଷୀକୂଳ ପ୍ରତି ସରକାରଙ୍କ ଉଦାସୀନତା ଉପରେ ବର୍ଷିଥିଲେ ।

ସଞ୍ଜୟ ଦାସବର୍ମା କହିଥିଲେ, ଓଡ଼ିଶାର ପ୍ରାୟ ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବାରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କିନ୍ତୁ, ଦୁଃଖ ଓ ପରିତାପର ବିଷୟ ଯେ, ଚଳିତ ବର୍ଷ ଧାନ ସଂଗ୍ରହ କାର୍ଯ୍ୟ ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ହୋଇ ପଡିଛି । ନିର୍ବାଚନ ସମୟରେ ବିଜେପି ଚାଷୀକୂଳକୁ ଆଶ୍ୱସ୍ତ କରିଥିଲା ଯେ ରାଜ୍ୟର ସମସ୍ତ ବଳକା ଧାନ କିଣା ଯିବ । କିନ୍ତୁ, ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ନିର୍ଦ୍ଧାରିତ ହୋଇଥିବା ଧାନ ସଂଗ୍ରହ ହେଉ ନାହିଁ । ରାଜ୍ୟର ଧାନ ସଂଗ୍ରହ ସମ୍ପର୍କିତ ତଥ୍ୟ ଉପରେ ନଜର ପକାଇଲେ, ନିସନେ୍ଦହରେ କୁହାଯାଇ ପାରିବ ଯେ, ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ।

ଶ୍ରୀ ଦାସବର୍ମା କହିଥିଲେ, ରାଜ୍ୟରେ ୧୯, ୬୬,୧୮୧ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ, ଏବେ ସୁଧା ମାତ୍ର ୩, ୪୦, ୨୯୪ ଚାଷୀ ଧାନ ବିକ୍ରି ପାଇଁ ସକ୍ଷମ ହୋଇଛନ୍ତି । ଡିସେମ୍ୱର ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମୀକ୍ଷା କରିଥିଲେ ଓ ଜାନୁଆରୀ ୧୦ ତାରିଖ ସୁଧା ରାଜ୍ୟର ସମସ୍ତ ଜିଲ୍ଲାରେ ମଣ୍ଡି ଖୋଲାଯିବ । କିନ୍ତୁ, ଆଜି ସୁଧା ୮ଟି ଜିଲ୍ଲାରେ, ଯଥା ପୁରୀ, ବାଲେଶ୍ୱର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡା, ନୟାଗଡ଼, ଯାଜପୁର ଓ କନ୍ଧମାଳରେ ମଣ୍ଡି ଖୋଲାଯାଇପାରି ନାହିଁ । ମୁଖ୍ୟ ଶାସନ ସଚିବ ମଧ୍ୟ ଜାନୁଆରି ୩ ତାରିଖ ଦିନ ସମୀକ୍ଷା କରି ସମାନ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଦଶ ଆଜି ପାଣିର ଗାର ପାଲଟିଛି । ଓଡିଶାର ଟାର୍ଗେଟ ୭୩ ଲକ୍ଷ ମେଟ୍ରିକ ଟନ ଥିଲା ବେଳେ ଏବେ ସୁଧା ମାତ୍ର ୧୭.୮୫ ଲକ୍ଷ ଟନ ଧାନ ସଂଗ୍ରହ ହୋଇ ପାରିଛି । ଅପରପକ୍ଷରେ, ଛତିଶଗଡ଼ରେ ୮୦ ଲକ୍ଷ ଟନ ଧାନ କିଣା ଟାର୍ଗେଟ ଥିଲା ବେଳେ ଏବେ ସୁଧା ୯୭ ଲକ୍ଷ ଟନ ଧାନ କିଣା ଯାଇ ସାରିଛି । ଏହି ତଥ୍ୟ ପ୍ରମାଣିତ କରୁଛି, ଧାନ ସଂଗ୍ରହ ବ୍ୟାପାରରେ, ପଡୋଶୀ ଛତିଶଗଡ଼ ତୁଳନାରେ ଆମ ରାଜ୍ୟ ଓଡିଶାର ସ୍ଥିତି ସଙ୍ଗୀନ ରହିଛି ।

ଶ୍ରୀ ଦାସବର୍ମା ଆହୁରି କହିଥିଲେ, ରାଜ୍ୟ ଯୋଗାଣ ମନ୍ତ୍ରୀ ନିକଟରେ ଦେଇଥିବା ମନ୍ତବ୍ୟ ଯେ, ଗୋଟିଏ ଚାଷୀଙ୍କ ଠାରୁ ମାତ୍ର ୧୫୦ କୁଇଣ୍ଟାଲ ଧାନ ୩୧୦୦ ଟଙ୍କାରେ କିଣାଯିବ ଓ ବାକି ଧାନକୁ ସେ ବାହାରେ ବିକିବ । ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଏଥିରୁ ସ୍ପଷ୍ଟ ହେଉଛି, କେବଳ ଭୋଟ ହାତେଇବା ପାଇଁ ବିଜେପି ତରଫରୁ ଏପରି ମିଛ ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶାର ଚାଷୀକୂଳ କେବେବି ଏପରି ପ୍ରତାରିତ ହୋଇ ନଥିଲେ । ଏହାଛଡା, ଧାନ କିଣା ପାଇଁ ଏମଏସପି ୨୩୦୦ ଟଙ୍କାରୁ ୨୩୬୯ ଟଙ୍କାକୁ ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପରିବର୍ତ୍ତେ ୩୧୬୯ ଟଙ୍କା ପ୍ରଦାନ କରିବା କଥା । କିନ୍ତୁ, ରାଜ୍ୟ ସରକାର ୩୧୦୦ ଟଙ୍କା ଦେଉଛନ୍ତି, ଯାହା ଚାଷୀକୂଳ ପାଇଁ ଆଉ ଏକ ପ୍ରତାରଣା ।

ଡ. ଲେନିନ ମହାନ୍ତି କହିଥିଲେ, ବିଜୁ ଜନତା ଦଳ ରାଜ୍ୟର ଚାଷୀକୂଳଙ୍କ ସହିତ ରହିଛି । ଧାନ ସଂଗ୍ରହ କ୍ଷେତ୍ରରେ ଅବ୍ୟବସ୍ତାକୁ ନେଉ ବିଜେଡ଼ି ତରଫରୁ ଚାଷୀକୂଳଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିଛି । ଚାଷୀକୂଳଙ୍କ ସମସ୍ୟାକୁ ରାଜ୍ୟ ସରକାର ତୁରନ୍ତ ସମାଧାନ ନକଲେ, ବିଜେଡି ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବୋଲି ଡ. ପ୍ରିୟବ୍ରତ ମାଝୀ କହିଥିଲେ ।

ପୋଲାଭରମ୍ ସମସ୍ୟା ସମାଧାନ ନହେଲେ ଡବଲ ଇଞ୍ଜିନ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇବ ବିଜେଡି
ଭୁବନେଶ୍ୱର: ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ରାଜ୍ୟର ବିଜେପି ସରକାର ମାଲକାନଗିରି ଓ ଓଡିଶାର ଲୋକଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବେ ଅସମ୍ୱେଦନଶୀଳ ହୋଇଯାଇଛି । ପୋଲାଭରମ ପ୍ରକଳ୍ପ ପାଣିରେ ଆଦିମ ଜନଜାତି ପରିବାର ଭାସି ଯିବାକୁ ବସିଲେଣି । କିନ୍ତୁ ନା ମୁଖ୍ୟମନ୍ତ୍ରୀ ନା ତାଙ୍କ ସରକାର ଏଥିପ୍ରତି ଚିନ୍ତିତ ଅଛନ୍ତି । ଏପରି ଦୁର୍ଭାଗ୍ୟଜନକ ପ୍ରସଙ୍ଗରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି ଚେତାବନୀ ଦେଇଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ ଓ ଗଣମାଧ୍ୟମ ସଂଯୋଜକ ଡ. ପ୍ରିୟବ୍ରତ ମାଝି କହିଛନ୍ତି,  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ବିଜେଡି ପ୍ରତିନିଧିମଣ୍ଡଳୀ ୨୦୨୪ ଅଗଷ୍ଟରେ ମାଲକାନଗିରି ଜିଲ୍ଲାର ପ୍ରଭାବିତ ମୋଟୁ ଅଞ୍ଚଳ ଏବଂ ୨୦୨୪ ସେପ୍ଟେମ୍ବରରେ ପୋଲାଭରମ୍ ପ୍ରକଳ୍ପ ପରିଦର୍ଶନ କରିଥିଲେ । ୨୦୨୪ ଡିସେମ୍ବର ଓ ୨୦୨୫ ଅଗଷ୍ଟରେ, ଏହି ପ୍ରତିନିଧି ଦଳ ଜଳସମ୍ପଦ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଦିବାସୀ ଏବଂ ମାଲକାନଗିରି ପ୍ରଭାବିତ ଲୋକଙ୍କ ସମସ୍ୟା ଉଠାଇଥିଲେ । ଏହାସହିତ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଓ କେନ୍ଦ୍ରୀୟ ଜଳ କମିଶନ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ  ।

ଶ୍ରୀ ମିଶ୍ର କହିଛନ୍ତି, ଗୋଦାବରୀ ଜଳ ବିବାଦ ଟ୍ରିବୁନାଲ ଅନୁଯାୟୀ ବନ୍ୟା ଜଳ ନିଷ୍କାସନ  କ୍ଷମତା ୩୬ ଲକ୍ଷ କ୍ୟୁସେକ, ଡ୍ୟାମ୍ ଉଚ୍ଚତା ୧୪୦ ଫୁଟ୍ ଓ ବନ୍ୟାଜଳ ନିଷ୍କାସନ କ୍ଷମତା ୧୫୦ ଫୁଟ୍ ରହିଥିଲା  । କୋଣ୍ଟା ପଏଣ୍ଟରେ, ଯେଉଁଠାରେ ସାବେରୀ ଓ ସିଲେରୁ ନଦୀ ମିଶିଛନ୍ତି, ସେଠି ସର୍ବାଧିକ ଜଳମଗ୍ନତା ସ୍ତର ୧୭୪.୨୨ ଫୁଟ୍ ରହିଥିଲା  । କିନ୍ତୁ ୨୦୦୬ ମସିହାରେ ଓଡିଶା ସମେତ ପ୍ରଭାବିତ ରାଜ୍ୟଗୁଡିକ କୌଣସି ଆଲୋଚନା ନକରି ବନ୍ୟା ନିଷ୍କାସନ କ୍ଷମତାକୁ ୫୦ ଲକ୍ଷ କ୍ୟୁସେକକୁ ବୃଦ୍ଧି କରାଯାଇଥିଲା  ।

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ତାଙ୍କ ପତ୍ର ତାରିଖ ୦୧.୦୧.୨୦୧୪, ୨୩.୦୬.୨୦୧୫ ଓ ୧୨.୦୮.୨୦୧୬ ଦ୍ୱାରା “ଷ୍ଟପ୍ ୱାର୍କ ଅର୍ଡର୍”କୁ ପୁନର୍ବାର ସ୍ଥଗିତ ରଖିଥିଲେ  । ଯେଉଁଠି ଓଡିଶା ଭୂଭାଗରେ ପ୍ରଭାବିତ ଅଞ୍ଚଳଗୁଡିକରେ କୌଣସି ସାର୍ବଜନିନ ଶୁଣାଣି କରାଯାଇନଥିଲା । ଏହି ପରିସ୍ଥିତିରେ, ରାଜ୍ୟ ସରକାର ୨୦୦୭ ମସିହାରେ ଉଚ୍ଚତମ ନ୍ୟାୟାଳୟ ସମ୍ମୁଖରେ ଅରଜିନାଲ ସୁଇମୁଁ ନଂ ୪/୨୦୦୭ ମାମଲା ଦାଖଲ କରିଥିଲା, ଯେଉଁଠି ପ୍ରକଳ୍ପ ନିମନ୍ତେ ମିଳୁଥିବା ଅନୁମତିଗୁଡିକର ନିୟମ ଉଲ୍ଲଂଘନ ନେଇ ପ୍ରତିବାଦ ଜଣାଯାଇଥିଲା  । ପରେ ପୋଲାଭାରମ୍ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଘୋଷଣା କରାଯିବା ଅନୁସାରେ ଓଡିଶା ସରକାର ମାମଲାର ସଂଶୋଧନ ପାଇଁ ଆବେଦନ ମଧ୍ୟ କରିଥିଲେ ।

ଆନ୍ଧ୍ରପ୍ରଦେଶ ସରକାର ୫୦ ଲକ୍ଷ କ୍ୟୁସେକ ଆଧାରରେ ବ୍ୟାକ ୱାଟର ଅଧ୍ୟୟନ କରିଥିଲେ, ଯାହା ଅନୁଯାୟୀ କୋଣ୍ଟାରେ ଜଳମଗ୍ନତା ସ୍ତର ୨୨୦ ଫୁଟ୍ ହେଇଥିଲା  । ପରେ ଓଡିଶା ସରକାର ଆଇଆଇଟି ରୁର୍କୀ ଠାରୁ ବ୍ୟାକ୍ ୱାଟର ଅଧ୍ୟୟନ କରାଇଥିଲେ ଓ ତାହାର ଅନୁଯାୟୀ ବନ୍ୟା ଜଳ ନିଷ୍କାସନ କ୍ଷମତା ୫୮ ଲକ୍ଷ କ୍ୟୁସେକ ଓ କୋଣ୍ଟା ପଏଣ୍ଟରେ ଜଳମଗ୍ନତା ସ୍ତର ୨୩୨ ଫୁଟ୍ ହେବ ବୋଲି ରିପୋର୍ଟ ଆସିଥିଲା  ।

ଶ୍ରୀ ମିଶ୍ର କହିଥିଲେ ବିଜେଡି ଦାବି କରୁଛି ଯେ ପ୍ରକଳ୍ପର ସଂଶୋଧିତ କ୍ଷେତ୍ର ଅନୁଯାୟୀ ଏକ ସ୍ୱତନ୍ତ୍ର ଓ ପ୍ରାଯୁକ୍ତିକ ଅଭିଜ୍ଞ ସଂସ୍ଥା ଦ୍ୱାରା ନୂତନ ବ୍ୟାକ୍ ୱାଟର ଅଧ୍ୟୟନ ହେବା ଦରକାର  । ପରିବେଶ ମନ୍ତ୍ରାଳୟ ପକ୍ଷରୁ ସଂଶୋଧିତ ପ୍ରକଳ୍ପ ପାଇଁ କୌଣସି ନୂତନ ପରିବେଶ ଅନୁମତି ନାହିଁ  । ବିଜେଡି ନିରନ୍ତର ରୂପେ ଆଦିବାସୀ ଲୋକଙ୍କ ପୁନର୍ବାସ ଓ ପୁନସ୍ଥାପନ ଯୋଜନା ପାଇଁ ଚିନ୍ତା ବ୍ୟକ୍ତ କରିଆସୁଛି  ।

ବିଧାୟକ ଶ୍ରୀ ମନୋହର ରନ୍ଧାରୀ କହିଛନ୍ତି ଯେ ହଜାର ହଜାର ଆଦିମ ଆଦିବାସୀ ଓ ସେମାନଙ୍କ ଜୀବିକା ଏହି ପ୍ରକଳ୍ପ ସମାପ୍ତ ହେଲେ ଗଭୀର ଭାବେ ପ୍ରଭାବିତ ହେବ । ଅନେକ ଜଙ୍ଗଲ ସମ୍ପଦ, ଯାହା ଏହି ଆଦିବାସୀ ଓ ଅନ୍ୟ ଜାତିଗୋଷ୍ଠୀ ଉପର ନିର୍ଭର କରନ୍ତି, ସେଗୁଡିକ ମଧ୍ୟ ନଷ୍ଟ ହେବ  ।

ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ ବିଜେଡି ଏହି ପ୍ରସଙ୍ଗ ଅନେକ ଥର ସଂସଦରେ ଉଠାଇଛି ଓ ସମ୍ବନ୍ଧିତ ମନ୍ତ୍ରୀମାନଙ୍କୁ ପ୍ରଶ୍ନ କରିଆସୁଛି । ତଥାପି, ସନ୍ତୋଷଜନକ ଉତ୍ତର ନ ମିଳିଥିବାରୁ ପ୍ରକଳ୍ପର ଉଦେ୍ଦଶ୍ୟ ଓ ପାରଦର୍ଶିତା ଉପରେ ସନେ୍ଦହ ସୃଷ୍ଟି ହୋଇଛି । ସେ କହିଛନ୍ତି ବିଜେଡି ଆଦିବାସୀ ଓ ମାଲକାନଗିରି ଲୋକଙ୍କ ହିତରେ ଓଡିଶାର ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢି ଚାଲିବ  ।

ଡ. ପ୍ରିୟବ୍ରତ ମାଝି କହିଛନ୍ତି ଯେ, ଓଡିଶାରେ ଏକ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଚାଲିଛି । ତେବେ ମାଲକାନଗିରିର ହଜାର ହଜାର ଆଦିମ ଆଦିବାସୀ ଓ ଅନ୍ୟ ଜାତି ସମୁଦାୟ ପ୍ରଭାବିତ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କାହିଁକି ନିରବ ରହିଛନ୍ତି? “ଗତ ୧୮ ମାସରେ ଜଳସମ୍ପଦ, ଆଦିବାସୀ କଲ୍ୟାଣ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀମାନଙ୍କୁ ସେ କେତୋଟି ଚିଠି ଲେଖିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କିମ୍ବା ଭାରତ ସରକାରଙ୍କ କେତୋଟି ଚିଠି ଲେଖିଛନ୍ତି ବୋଲି” ସେ ପ୍ରଶ୍ନ କରିଛନ୍ତି  । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ସରକାର ଆଦିବାସୀଙ୍କ ଉନ୍ନତି ପାଇଁ ନାଟକ କରୁଛନ୍ତି, ଅସଲ ଯନ୍ତ୍ରଣା ଓ ଦୁଃଖକୁ ଏଡାଇ ଦେଉଛନ୍ତି  ।

ବିଜେଡି ନେତାମାନେ ଶେଷରେ କହିଛନ୍ତି ଯଦି ଡବଲ ଇଞ୍ଜିନ ସରକାର ଆଦିବାସୀ ଓ ମାଲକାନଗିରି ଲୋକଙ୍କ ସମସ୍ୟାର ସମାଧାନ କରିପାରିବନାହିଁ, ତେବେ ବିଜୁ ଜନତା ଦଳ ତାଙ୍କ ଅଧିକାର ଓ ନ୍ୟାୟ ପାଇଁ ରାସ୍ତାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ  ।

ବିଜେପି ଓଡ଼ିଶାରେ ଶାସନ ଭାର ଗ୍ରହଣ କରିବା ଦିନଠୁ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି: ବିଜେଡି
ଭୁବନେଶ୍ୱର: ଆଜି ରାଜ୍ୟରେ ପୂର୍ବାହ୍ନରେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ବିଭିନ୍ନ କୋର୍ଟକୁ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ସବୁଆଡେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ରାଜ୍ୟରେ ବିଭିନ୍ନ କୋର୍ଟକୁ ଏହି ବୋମା ଧମକ ଦର୍ଶାଉଛି ଗୃହ ବିଭାଗ ଅସହାୟ ହୋଇଯାଇଛି । ବିଜେପି ଦଳ ଓଡ଼ିଶାରେ ଶାସନ ଭାର ଗ୍ରହଣ କରିବା ଦିନଠୁ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବିଜେଡି ଅଭିଯୋଗ କରିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଓଡିଶା ଇତିହାସରେ ପ୍ରଥମ ଘଟଣା, କଟକ, ସମ୍ୱଲପୁର ଓ ଦେବଗଡ଼ କୋର୍ଟରେ ବୋମାର ଆତଙ୍କ । କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ । କିଛି ସମୟ ମଧ୍ୟରେ କୋର୍ଟ ପରିସରରେ ବିସ୍ଫୋରଣ ହେବା ନେଇ ଅଜ୍ଞାତ ବ୍ୟକ୍ତି ଧମକ ଦେଇଥିଲେ । ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ କାର୍ଯ୍ୟ ବନ୍ଦ ସହ କୋର୍ଟ ପରିସର ଛାଡିବାକୁ ନିଦେ୍ର୍ଦଶ ଦିଆଯାଇଛି । ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଛନ୍ତି । ସେହିପରି କଟକରେ ହାଇଆଲର୍ଟ ମଧ୍ୟ ଜାରି କରାଯାଇଛି ।

ଆମ ନ୍ୟାୟିକ ପ୍ରତିଷ୍ଠାନଗୁଡ଼ିକ ସମେତ ବିଚାରପତି, ଓକିଲ, ମକଦ୍ଦମାକାରୀ, କୋର୍ଟ କର୍ମଚାରୀ ତଥା ସାଧାରଣ ଲୋକଙ୍କ ସୁରକ୍ଷା ସର୍ବୋପରି । ଭାରପ୍ରାପ୍ତ ଅଧିକାରୀମାନେ ମିଳିଥିବା ଧମକର ତ୍ୱରିତ, ପୁଙ୍ଖାନୁପୁଙ୍ଖ ଏବଂ ଉପଯୁକ୍ତ ଯାଞ୍ଚ କରନ୍ତୁ । ଧମକ କେଉଁଠୁ ଆସିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ଠାବ କରି ଏହାର ନିଷ୍କର୍ଷ ସର୍ବସମ୍ମୁଖକୁ ଆଣନ୍ତୁ ବୋଲି ବିଜେଡି ଦାବି କରିଛି ।

ରାଜ୍ୟରେ ଭୟର ବାତାବରଣ ସୃଷ୍ଟିହେଇଛି । ଅପରାଧୀ ମାନେ ବିଜେପି ସରକାରକୁ ଡରିବା ତ ଦୂରର କଥା ଓଲଟା ଇ-ମେଲ ଧମକ ଦେଇଛନ୍ତି । କିଛି ଦିନ ପୂର୍ବରୁ ମଧ୍ୟ ରାଜ୍ୟର ଜଣେ ସାମ୍ୱାଦିକଙ୍କୁ ଏଭଳି ଇ-ମେଲ ଜରିଆରେ ଧମକ ଦିଆଯାଇଥିଲା । ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ କି ଏ ସଂପର୍କରେ ସ୍ପଷ୍ଟତା ଦେଲେ ନାହିଁ । ଏଥିରୁ ସ୍ପଷ୍ଟ ବାରି ହେଉଛି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ଗୃହ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି ।

ଡ. ମହାନ୍ତି ଆହୁରି ମଧ୍ୟ କହିଥିଲେ ଯେ, ପୋଲିସ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇ ପଡିଛନ୍ତି । ନିକଟରେ ଡିଜିପି ବିଜେଡି ପ୍ରତିନିଧିଙ୍କୁ ଭେଟିବାକୁ ଅସହଜ ମନେ କରିଥିଲେ । ଏଥିପାଇଁ ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ପ୍ରତି ଉତ୍ତରଦାୟୀ ହେବା ଦରକାର । ଭୟର ବାତାବରଣ ଦୂର କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହ ସାଧାରଣ ଜୀବନଯାପନକୁ ସ୍ୱାଭାବିକ କରନ୍ତୁ ।

ଦରମା ଦେବାକୁ ପଡ଼ିବ ବୋଲି ବିଜେପି ସରକାର ପଦବୀ ବାହାର କରୁନାହାନ୍ତି: ବିଜେଡି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ପ୍ରେସମିଟ୍ କରି କହିଛନ୍ତି କି, ଓଡ଼ିଶାର ଆଶାୟୀ ଛାତ୍ରଛାତ୍ରୀ ଯେଉଁମାନେ OPSC ପାଇଁ ଅହୋରତ୍ର ପରିଶ୍ରମ କରୁଛନ୍ତି, ସେମାନଙ୍କୁ ଶକ୍ତ ଧକ୍କା ଲାଗିଛି । କାରଣ OPSC ବିଜ୍ଞପ୍ତି ଚକିତ କରିଛି । ସର୍ବୋଚ୍ଚ କ୍ଲାସ 1 ପଦବୀ ନାହିଁ । ଏହା ସରକାରଙ୍କ ସମନ୍ୱୟ ଅଭାବ ଓ ଅବହେଳା ଯୋଗୁଁ ହୋଇଛି । 24 ବର୍ଷ ନବୀନ ପଟ୍ଟନାୟକ ସରକାରରେ ଏହି ସବୁ ପଦବୀ ବାହାରୁଥିଲା । 2025-26 ବିଜେପି ସରକାରରେ ଏହା ବାହାରିଲା ନାହିଁ । ଯାହା ପ୍ରମାଣିତ ହେଉଛି ଯେ ପ୍ରଶାସନର ମେରୁଦଣ୍ଡ ଭାଙ୍ଗିବାକୁ ସରକାର ଚାହୁଁଛନ୍ତି । ସରକାର ଦେବାଳିଆ ଅବସ୍ଥା ଆଡ଼କୁ ଗଲେଣି । ଦରମା ନାହିଁ, ଦରମା ଦେବାକୁ ପଡିବ ବୋଲି ପଦବୀ ବାହାର କରୁ ନାହାନ୍ତି । ଓଭର ଡ୍ରାଫ୍ଟ ହେବ, ଦରମା ଦେଇ ପାରିବେ ନାହିଁ । ଆଶାୟୀଙ୍କ ଶହ କୁଠାରଘାତ । ଟପ୍ପର ପିଲା ଆଜି ବାଧ୍ୟ ହୋଇ କ୍ଲାସ 2 ପଦ ପାଇଁ ପରୀକ୍ଷା ଦେବେ । କି ପ୍ରତାରଣା ଏହା? ଏହା ଗ୍ରହଣୀୟ ନୁହେଁ, ହେଲମେଟ ନ ପିନ୍ଧିଲେ ଫାଇନ, PUCC ପାଇଁ ରାସ୍ତାରେ ଲୋକଙ୍କୁ ଠିଆ କରାଇଛନ୍ତି ସରକାର । ପ୍ରଶ୍ନପତ୍ର ପ୍ରଘଟ, ଚାକିରୀ ଦୁର୍ନୀତି, ଏବେ ପଦବୀ ବାହାରିଲା ନାହିଁ । କିଛି ଏପରି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ।

ବିଜେପି ସରକାର ଭାଷଣ ମୌଜରେ ବ୍ୟସ୍ତ । ହେଲେ ନିଜକୁ ଲୋକଙ୍କ ସରକାର କହିବାରେ ବ୍ୟସ୍ତ । ତୁରନ୍ତ ବିଜ୍ଞପ୍ତି ବାହାରୁ, GA ବିଭାଗ ତାଲିକା ନ ଦେବାରୁ OPSC ବାହାର କରିନି । GA ବିଭାଗର ମୁଖ୍ୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସେ ଅନୁରୋଧ କରିଛନ୍ତି ପଦବୀ ବାହାର କରିବାକୁ । ଏତେ ଅସହାୟ ଯେ ଅନୁରୋଧ କରୁଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ଚାଲୁଛି କମ୍‌ ଝୁଣ୍ଟୁଛି ଅଧିକ । ମୁଖ୍ୟମନ୍ତ୍ରୀ ଓହରି ଯାଆନ୍ତୁ । କ୍ଲାସ 2 ପଦବୀ ବି ଖାଲି ପଡିଛି । କାରଣ ସମସ୍ତଙ୍କ ଇଚ୍ଛା OAS ହେବାକୁ । ସରକାର ପିଲାଙ୍କ ଭବିଷ୍ୟତ ସହ ନ ଖେଳନ୍ତୁ । ସରକାର ଚେତନ୍ତୁ, ନ ହେଲେ ବିରାଟ ଆନ୍ଦୋଳନ ହେବ ବୋଲି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି ।

ସେହିପରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ । ସରକାରକୁ ନୂତନ ନାଁ ଦେଲେଣି ପିଲା । ସ୍ବପ୍ନ ଭଙ୍ଗା ସରକାର । OPSC ପାଇଁ ଦିନରାତି ପରିଶ୍ରମ କରନ୍ତି । OAS ପରୀକ୍ଷା ଦେବାକୁ ସମସ୍ତଙ୍କ ଇଚ୍ଛା । ହେଲେ ଦୁର୍ଭାଗ୍ୟ, ସରକାରରେ ସବୁ ଇତିହାସରେ ପ୍ରଥମ ଥର ହେଉଛି । 300 ରୁ ଅଧିକ ପଦବୀ ଖାଲି ଅଛି । ହେଲେ ସରକାରଙ୍କ ବେପରୁଆ ମନୋଭାବ ରଖିଛନ୍ତି । OPSC ଅଧ୍ୟକ୍ଷ କହିଲେ, ସରକାର ଯେତେ ତାଲିକା ଦେବେ, ସେତିକି ବାହାରିବ । ଏ ଯାଏଁ ଠିକ ଭାବେ ପଦୋନ୍ନତି ନ ହେବାରୁ ଏପରି ହେଉଛି । ସରକାରଙ୍କ ଅପାରଗତା ପଦାରେ ପଡ଼ିଛି । ଏ ସରକାରରେ କାହାର କାହା ସହିତ ପଡୁନି । ପିଲାଳିଆମୀ ସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିଜ୍ଞପ୍ତି ଆଶ୍ଚର୍ଯ୍ୟ କରୁଛି । ମୁଖ୍ୟମନ୍ତ୍ରୀ ଜାଣିବା ପରେ ଅନୁରୋଧ କରିଛନ୍ତି । ସେ ଅନୁରୋଧ କରିବେ ନା ନିର୍ଦ୍ଦେଶ ଦେବେ । ଯଦି ଆଜି ମୁଖ୍ୟମନ୍ତ୍ରୀ 151 ପଦବୀ ପାଇଁ ଅନୁରୋଧ କରିଛନ୍ତି । ତେବେ ପଦବୀ ଖାଲି ଅଛି । ଏ ବର୍ଷ ଯେଉଁମାନଙ୍କ ବୟସ ପୂରିଯିବ, ସେ ଆଉ ପରୀକ୍ଷା ଦେଇ ପାରିବେ ନାହିଁ । 18 ମାସରେ 18 ପରୀକ୍ଷା ବିଭ୍ରାଟ । ନବୀନ ପଟ୍ଟନାୟକ ଶିକ୍ଷକ ପରୀକ୍ଷା କରିଥିଲେ । କୋର୍ଟ ଯୋଗୁଁ ଅଟକି ଥିଲା । ବିଜେପି ସରକାର କେବେଳ ନିଯୁକ୍ତିପତ୍ର ଦେଲେ । ଲଢେଇ ରାଜରାସ୍ତାକୁ ଯିବ ବୋଲି ସେ କହିଛନ୍ତି ।

ନୂଆପଡ଼ାରେ ଜାଲିଆତି କରି ଜିତିଛି ବିଜେପି: ସ୍ନେହାଙ୍ଗିନୀ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ଜିଲ୍ଲା ପ୍ରଶାସନ, ପୁଲିସ ଓ ନିର୍ବାଚନ କମିଶନଙ୍କୁ ହାତବାରିସି କରି ଭୋଟ୍‌ ରିଗିଂ ମାଧ୍ୟମରେ ବିଜେପି ବିଜୟୀ ହୋଇଛି। ଏହାପରେ ମଧ୍ୟ ନୂଆପଡ଼ାବାସୀଙ୍କ ସହ ବିଜୁ ଜନତା ଦଳ ଥିଲା ଓ ଆଗକୁ ରହିବ। ନୂଆପଡ଼ାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ସେ ସବୁବେଳେ ଲଢେ଼ଇ କରିବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ଉପ-ନିର୍ବାଚନର ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ।

ରବିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ କହିଥିଲେ ଯେ ନିର୍ବାଚନ ପ୍ରଚାର ସମୟରେ ନୂଆପଡ଼ାର ପ୍ରତ୍ୟେକ ପଞ୍ଚାୟତ ଓ ଏନ୍‌ଏସି ଅଞ୍ଚଳକୁ ଯାଇଥିଲେ ଓ ପ୍ରତ୍ୟେକ ସ୍ଥାନରେ ବିଜୁ ଜନତା ଦଳ ପ୍ରତି ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଅକୁଣ୍ଠ ସମର୍ଥନ, ଭଲ ପାଇବା ଥିବା ଦେଖିଥି‌‌‌ଲେ। ନିର୍ବାଚନ ପ୍ରଚାର ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଳର ନେତା ଓ କର୍ମୀମାନଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କ ମନୋବଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଥିଲା। ଏନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ପକ୍ଷରୁ ବାରମ୍ୱାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ନିରବ ଅବଧି (ସାଇଲେଣ୍ଟ ପିରିୟଡ୍‌)ରେ ନିର୍ବାଚନ ଆଚରଣ ବିଧିକୁ ସମ୍ମାନ ଜଣାଇ ବିଜେଡିର ନେତାମାନେ ନୂଆପଡ଼ା ଛାଡ଼ି ଦେଇଥିବା ବେଳେ ବିଜେପିର ନେତାମାନେ ସେଠାରେ ଉପସ୍ଥିତ ରହି ଟଙ୍କା ବଣ୍ଟା କାର୍ଯ୍ୟରେ ଲିପ୍ତ ରହିଥିଲେ। ବିଜେଡି ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯିବାରୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ଆର୍ମ୍ସ ଆକ୍ଟ ଲଗାଇ ଜେଲକୁ ପଠାଇ ଦିଆଗଲା ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ସେହିପରି ନିର୍ବାଚନ ଦିନ ଭୋଟିଂ ସମୟରେ ବୁଥ୍‌ଗୁଡ଼ିକରେ ବିଜେପି କର୍ମୀମାନେ ବୁଥ୍‌ ଭିତରେ ପଶି କ୍ୟାମ୍ପେନିଂ କରିବା ସହ ଭୋଟର୍‌ମାନଙ୍କୁ ପଦ୍ମଫୁଲରେ ଭୋଟ୍‌ ଦେବା ପାଇଁ ଏକପ୍ରକାର ବାଧ୍ୟ କରୁଥିଲେ। ଏହାର ଅଭିଯୋଗ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଶୁଣି ନଥିଲେ। ବୁଥ୍‌ ରିଗିଂ କାରଣରୁ ଭୋଟିଂ ପ୍ରତିଶତ ଅହେତୁକ ବୃଦ୍ଧି ପାଇଥିଲା। ୪୧ଟି ବୁଥ୍‌ରେ ୯୦ ପ୍ରତିଶତରୁ ଅଧିକା ଭୋଟିଂ ହୋଇଥିଲା। ଭୋଟିଂ ଶେଷ ହେବା ବେଳେ ଅର୍ଥାତ ସନ୍ଧ୍ୟା ୫ଟା ସମୟରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ୭୫ ପ୍ରତିଶତ ଭୋଟିଂ ହୋଇଛି ବୋଲି ସୂଚନା ଦିଆଯାଇଥିଲା। ସନ୍ଧ୍ୟା ୭ଟା ସମୟରେ ଭୋଟିଂ ୭୭ପ୍ରତିଶତ ହୋଇଛି ବୋଲି ସୂଚନା ଦିଆଗଲା। କିନ୍ତୁ  ପରଦିନ ଦିବା ୧୦ଟାରେ ୮୧ ପ୍ରତିଶତ ଓ ୧୨ଟାରେ ୮୩.୪୫ ପ୍ରତିଶତ ଭୋଟିଂ ହୋଇଛି ବୋଲି କୁହାଗଲା। ଏଥିରୁ  ଭୋଟ୍‌ ଜାଲିଆତିର ଆଭାସ ମିଳୁଛି। ଶ୍ରୀମତୀ ଛୁରିଆ ଆହୁରି କହିଥିଲେ, ନୂଆପଡ଼ାବାସୀଙ୍କ ସମର୍ଥନ ବିଜୁ ଜନତା ଦଳ ପ୍ରତି ରହିଥିଲା। ମାତ୍ର ଜିଲ୍ଲା ପ୍ରଶାସନ, ପୁଲିସ ଓ ନିର୍ବାଚନ ଅଧିକାରୀଙ୍କୁ ହାତବାରିସି କରି ଭୋଟ୍‌ ରିଗିଂ କରି ବିଜେପି ବିଜୟୀ ହୋଇଛି। ନୂଆପଡ଼ାବାସୀ ତାଙ୍କୁ ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଦେଇଥିବା ସମର୍ଥନ ପାଇଁ ସେ କୃତଜ୍ଞତା ଜଣାଇଥିଲେ।

ଭୁବନେଶ୍ୱର ମେୟର୍‌ ସୁଲୋଚନା ଦାସ କହିଥିଲେ ଯେ ପ୍ରଶାସନିକ କଳକୁ ହାତବାରିସି କରି ବିଜେପି ହୁଏତ ନୂଆପନା ଆସନକୁ ହାତେଇବା ପାଇଁ ସଫଳ ହୋଇଥାଇପାରେ, କିନ୍ତୁ ନୂଆପଡ଼ାବାସୀଙ୍କ ସମର୍ଥନ ଶ୍ରୀମତୀ ଛୁରିଆ ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି। ସେଥିପାଇଁ ନୂଆପଡ଼ାବାସୀଙ୍କୁ ଦଳ ପକ୍ଷରୁ ଆମେ କୃତଜ୍ଞତା ଜଣାଉଛୁ।

ବିକ୍ରମଙ୍କ ବିରୋଧରେ ପୋଲିସ ପାଖରେ ତିଳେ ମାତ୍ର ପ୍ରମାଣ ନାହିଁ, ନୂଆପଡା ଉପନିର୍ବାଚନରେ ପ୍ରଭାବିତ କରିବାକୁ ଏଭଳି ଚକ୍ରାନ୍ତ: ବିଜେଡି
ଭୁବନେଶ୍ୱର: ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଜି ବିଜେଡିର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିକ୍ରମ ପଣ୍ଡାଙ୍କୁ ଗିରଫ କରିବା ପରେ, ବିଜୁ ଜନତା ଦଳ ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ଉପସଭାପତି ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି, ଗୋପାଳପୁର ବିଧାୟକ ତଥା ରାଜ୍ୟର ଖଣି ଓ ପରିବହନ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ରହିଥିଲା ବେଳେ, ତାଙ୍କୁ ଓ ରାଜ୍ୟ ସରକାରଙ୍କୁ ବଞ୍ଚାଇବାକୁ ଯାଇ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିକ୍ରମ ପଣ୍ଡାଙ୍କୁ ଚକ୍ରାନ୍ତ କରି ଫସାଯାଇଛି ବୋଲି କହିଥିଲେ। ଶ୍ରୀ ପଣ୍ଡାଙ୍କ ସମ୍ପୃକ୍ତି ନେଇ ଗୁଡିଏ ଗପ ଶୁଣାଇଛି ପୋଲିସ, କିନ୍ତୁ ତାଙ୍କ ବିରୋଧରେ ତିଳେ ମାତ୍ର ପ୍ରମାଣ ଦେଇ ପାରିନାହିଁ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ଗତ ୧୬ ମାସର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି। ଗଞ୍ଜାମ ଜିଲ୍ଲାରେ ୧୫୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୧୨୮ଟି ହତ୍ୟା ଘଟିଛି। ଗୋପାଳପୁର ଗଣଦୁଷ୍କର୍ମ ଘଟଣା କେବଳ ଓଡିଶା ନୁହେଁ ସମଗ୍ର ଦେଶ ଓ ବିଶ୍ୱରେ ଚର୍ଚ୍ଚିତ ଘଟଣା ପାଲଟିଥିଲା। ସମଗ୍ର ଜିଲ୍ଲାରେ ବିଜେପି ସରକାର ସମୟରେ ୧୮୨୩ଟି ମହିଳା ନିର୍ଯାତନା ମାମଲା ହୋଇଛି। ଏହାଛଡା, ଗଞ୍ଜାମ ଜିଲ୍ଲାରେ ବେଆଇନ ବାଲି ଚାଲାଣ ଶୀର୍ଷରେ ପହଁଚିଛି। ଏହି ଚୋରା ବାଲି କାରବାର ନେଇ ଅନେକ ହିଂସାକାଣ୍ଡ ଘଟିଛି। ଏହି ଚୋରା ବାଲି କାରବାରରେ ଗୋପାଳପୁର ବିଧାୟକ ତଥା ରାଜ୍ୟର ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ହୋଇ ଆସୁଛି। ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟିବା ପରେ ପ୍ରଥମେ ଏହା ଚୋରା ବାଲି କାରବାରକୁ ନେଇ ଘଟିଛି ଓ ଏଥିରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମ୍ପୃକ୍ତି ରହିଛି ବୋଲି ଆଲୋଚନା ହୋଇଥିଲା।

ଶ୍ରୀମତୀ ମଲ୍ଲିକ କହିଥିଲେ, ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଏନ.ଡମ୍ୱୁରୁ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମନ୍ତ୍ରୀ ବିଭୁତି ଜେନାଙ୍କର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ଅଭିଯୋଗ କରିବା ସହିତ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଥିଲେ। ଏହା ବିଜେପି ପାଇଁ ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ, ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇବାକୁ ଯାଉଥିବାରୁ, ଏଭଳି ନାଟକୀୟ ଢଙ୍ଗରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଏସପି ସାମ୍ୱାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟରେ ବିକ୍ରମଙ୍କ ବିରୋଧରେ କୌଣସି ପ୍ରମାଣ ପ୍ରସ୍ତୁତ କରିନାହାନ୍ତି, କେବଳ ଗୁଡିଏ କାହାଣୀ କହିଛନ୍ତି। ଏହି ଗିରଫଦାରୀକୁ ଆମେ ଦୃଢ଼ ନିନ୍ଦା କରୁଛୁ। ବିଜୁ ଜନତା ଦଳ ଏଭଳି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବ।

ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ, କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ, ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ଦେଖାଇ ତାଙ୍କୁ ଗିରଫ କରାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ନେତାମାନଙ୍କୁ ଟାର୍ଗେଟ କରିବା ବିଜେପିର ପୁରୁଣା ଅଭ୍ୟାସ। ପୀତବାସ ପଣ୍ଡାଙ୍କ ହତ୍ୟା ପାଇଁ ତିଆରି ହୋଇଥିବା ପ୍ଲଟ ଠାରୁ ବିକ୍ରମ ପଣ୍ଡାଙ୍କୁ ଫସାଇବା ପାଇଁ ବିଜେପି ଇଙ୍ଗିତରେ ପୋଲିସ ରଚିଥିବା ପ୍ଲଟ ଅଧିକ ଭୟଙ୍କର ଓ ମାରାତ୍ମକ। ଗଞ୍ଜାମ ଏସ୍‌ପି ଶ୍ରବଣା ବିବେକ ସମ୍ୱାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟ ଅନୁସାରେ, ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତିର କୌଣସି ପ୍ରମାଣ ରଖି ନାହାନ୍ତି। କେବଳ କିଛି କାହାଣୀ କହିଛନ୍ତି। ଏସ୍‌ପି ମହୋଦୟ ବିକ୍ରମଙ୍କ ବିରୋଧରେ କେବଳ ଅଭିଯୋଗ ରଖିଛନ୍ତି, କୌଣସି ପ୍ରମାଣ ରଖିପାରି ନାହାନ୍ତି। ଏସ୍‌ପି ଯେଉଁ ୫୦ ଲକ୍ଷ ଟଙ୍କା ଡିଲର କଥା କହିଛନ୍ତି, ତାର ମଧ୍ୟ କୌଣସି ମନି ଟ୍ରେଲ ଥିବାକଥା କହି ନାହାନ୍ତି।  ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ବିରୋଧରେ ଉଚ୍ଚନ୍ୟାୟାଳୟରେ ଚାଲିଥିବା ମିଥ୍ୟା ସତ୍ୟପାଠ ମାମଲାରେ ଓକିଲ ଖର୍ଚ୍ଚ ଶ୍ରୀ ବିକ୍ରମ ପଣ୍ଡା ବହନ କରୁଛନ୍ତି ବୋଲି ଏସ୍‌ପି କହିଛନ୍ତି। କିନ୍ତୁ, ଓକିଲ ଖର୍ଚ୍ଚ ବହନ ସହିତ ପୀତବାସ ପଣ୍ଡାଙ୍କ ହତ୍ୟାର କଣ ସଂପର୍କ ରହିଛି, ସେକଥା ସେ ସ୍ପଷ୍ଟ କରି ନାହାନ୍ତି। ଏସ୍‌ପିଙ୍କ କଥାରୁ ସ୍ପଷ୍ଟ ଜଣା ପଡୁଛି, ରାଜ୍ୟ ସରକାରଙ୍କ ଇଙ୍ଗିତରେ ମିଛ କାହାଣୀ ସୃଷ୍ଟି କରି ସେ ବିକ୍ରମ ପଣ୍ଡାଙ୍କୁ ଫସାଇବାକୁ ଅପଚେଷ୍ଟା କରିଛନ୍ତି। ବିଜେପିର ଅନ୍ତଦ୍ୱନ୍ଦ୍ୱ ଓ ଚୋରା ବାଲି କାରବାର ନେଇ ନିଜ ଦଳ ଭିତର ବିବାଦ ଯୋଗୁ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟିଛି ବୋଲି ପୁରା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚା ଚାଲିଛି। ନୂଆପଡା ଉପନିର୍ବାଚନକୁ ଆଖି ଆଗରେ ରଖି, ବିକ୍ରମ ପଣ୍ଡାଙ୍କୁ ଫସାଯାଇଛି।

ଡ.ଲେନିନ ମହାନ୍ତି ଗଣମାଧ୍ୟମ ସମ୍ମୁଖରେ ଗୋଟିଏ ଫଟୋ ରଖିଥିଲେ, ଯେଉଁଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବସିଥିବା ବେଳେ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ପୋଲିସ ଆଇଜି ନୀତି ଶେଖର ମୁଣ୍ଡପାତି ଛିଡା ହୋଇଛନ୍ତି। ଡ. ମହାନ୍ତି କହିଥିଲେ, ବିଜେପି ଶାସନରେ ପୋଲିସ ଅବସ୍ଥା ଏହିପରି ରହିଛି। ଶ୍ରୀ ସାମଲ ମନ୍ତ୍ରୀମଣ୍ଡଳର ସଦସ୍ୟ ହୋଇ ନଥିଲେ ମଧ୍ୟ ତାଙ୍କ ସମ୍ମୁଖରେ ଜଣେ ପୋଲିସ ଆଇଜି ଅସହାୟ ଅବସ୍ଥାରେ ମୁଣ୍ଡପାତି ଛିଡା ହେବା, ନିଶ୍ଚିତ ଭାବେ ଆଇନ ଶୃଙ୍ଖଳାର ଦୟନୀୟ ସ୍ଥିତିକୁ ଦର୍ଶାଉଛି। ତେଣୁ, ବିଜେପି ଇଙ୍ଗିତରେ, ବିଜେଡି ଜିଲ୍ଲା ସଭାପତିଙ୍କୁ ଅଭିଯୁକ୍ତ ସଜାଯାଇଛି। ଆଜି ରାଜ୍ୟରେ, ପୋଲିସ ବିଜେପିର ସ୍ୱାର୍ଥରକ୍ଷା ପାଇଁ କାର୍ଯ୍ୟ କରୁଛି। ବିଜୁ ଜନତା ଦଳ ଏହାର ଦୃଢ଼ ନିନ୍ଦା କରୁଛି ଓ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବ।  ଆଗାମୀ ଦିନରେ, ରାଜ୍ୟବାସୀ ଏହାର ଉଚିତ ଜବାବ ଦେବେ।

ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ବିଜେଡିର ପ୍ରତିକ୍ରିୟା, ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଅନ୍ତଃସାର ଶୂନ୍ୟ: ବିଜେଡି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି ନୂଆପଡାରେ ଦେଇଥିବା ବକ୍ତବ୍ୟ ଉପରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ଦେଇଛି। ନୂଆପଡା ଡବଲ ଇଞ୍ଜିନର ବିକାଶ ଦେଖିବ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ, ଦୀର୍ଘ ୧୬ ମାସରେ ରାଜ୍ୟ ବିକାଶ ପରିବର୍ତ୍ତେ ବିନାଶ ଦେଖିବାକୁ ମିଳୁଛି ବୋଲି ବିଜେଡି କହିଛି।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ହତାଶ ଭାବ ତାଙ୍କ ଭାଷଣରେ ପରିଲକ୍ଷିତ ହେଉଥିଲା। ଚିରାଚରିତ ଢଙ୍ଗରେ, ମୁଖ୍ୟମନ୍ତ୍ରୀ କେବଳ ଗୁଡିଏ ଗପ ଶୁଣାଇଛନ୍ତି, ଯାହାକୁ କେବେ ବି ନୂଆପଡାବାସୀ ଗ୍ରହଣ କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ, ବିଜେପି ପ୍ରାର୍ଥୀ ଆଜି ମନୋନୟନ ପତ୍ର ଦାଖଲ କରିବେ ବୋଲି କୁହାଯାଇଥିଲା। କିନ୍ତୁ, ତାହା ହୋଇ ପାରିଲା ନାହିଁ। ବିଜେପିରେ ପ୍ରାର୍ଥୀଙ୍କୁ ନେଇ ସୃଷ୍ଟି ହୋଇଥିବା ଅନ୍ତଦ୍ୱନ୍ଦ୍ୱ ଏବେବି ସମାଧାନ ହୋଇ ପାରିନାହିଁ ବୋଲି ଜଳ ଜଳ ଦିଶୁଛି। ସମ୍ଭବତଃ ସେହି କାରଣରୁ, ମୁଖ୍ୟମନ୍ତ୍ରୀଙ୍କ ହତାଶଭାବ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଆଜି ଦେଇଥିବା ବକ୍ତବ୍ୟ ଅନ୍ତଃସାର ଶୂନ୍ୟ ଥିଲା। କେବଳ ବିଜେପିର ବିଜୟ ନିଶ୍ଚିତ ବୋଲି ଦାବି କରିବା ଛଡା ତାଙ୍କ ବକ୍ତବ୍ୟରେ ଆଉ କିଛି ନଥିଲା।

ଡ. ମହାନ୍ତି କହିଛନ୍ତି, ପ୍ରବାଦ ପୁରୁଷ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନୂଆପଡା ଜିଲ୍ଲା ଜନ୍ମ ନେଇଥିଲା। ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ, ନୂଆପଡାର ବିକାଶ ତ୍ୱରାନ୍ୱିତ ହୋଇଥିଲା। ପୂର୍ବରୁ ନୂଆପଡା ଜିଲ୍ଲା ଏକ ମରୁଡି ପ୍ରପୀଡ଼ିତ ଜିଲ୍ଲା ଭାବେ ପରିଚିତ ଥିଲା ବେଳେ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମୟରେ ଅପର-ଜଙ୍କ ଏବଂ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ନୂଆପଡା ସବୁଜିମାର ରୂପ ନେଇଥିଲା। ସେହିପରି, ଗମନାଗମନ କ୍ଷେତ୍ରରେ, ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ହେବା ପରେ ଐତିହାସିକ ପ୍ରଗତି ହାସଲ ହୋଇଛି। ଜିଲ୍ଲାର ସମସ୍ତ ସ୍କୁଲ ଓ ହସ୍ପିଟାଲର ରୂପାନ୍ତିକରଣ ହୋଇ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ହୋଇଛି। ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆପଡାରେ ‘ଝିଅ ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ ହାତକୁ ନେଇ ମହିଳା ସଶକ୍ତିକରଣକୁ ସେ ଅଞ୍ଚଳରେ ଦୃଢ କରିଥିଲେ। ଏହା ଦ୍ୱାରା ସେଠାରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ଅନୁପାତ ୧୦୨୦କୁ ବୃଦ୍ଧି ପାଇଥିଲା। ନୂଆପଡାବାସୀ ବିଜୁ ଜନତା ଦଳ ସହିତ ଅଛନ୍ତି। ଉପନିର୍ବାଚନରେ, ନୂଆପଡାବାସୀ ବିଜେଡି ସପକ୍ଷରେ ମତଦାନ କରିବେ ବୋଲି ଡ. ମହାନ୍ତି ଦୃଢୋକ୍ତି କରିଛନ୍ତି।