Sambalpuri Garments - The Sakala

ବୃତ୍ତି-ପରମ୍ପରାର ସମନ୍ୱୟ: ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ବସ୍ତ୍ରକୁ ନେଇ ବରଗଡ଼ ବେହେରାର ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ଖୋଲା ବଜାର
ବରଗଡ଼(ବଦ୍ରୀ ପ୍ରସାଦ ସାହୁ): କୁହାଯାଏ ଅଭାବ ହିଁ ଆବିଷ୍କାରର ଜନନୀ। ପ୍ରକୃତିର ପରିବର୍ତ୍ତନ ଧାରାରେ ଲଜ୍ଜାକୁ ହୃଦବୋଧ କରି ନିଜକୁ ସଭ୍ୟ ଭାବରେ ପରିଣତ କରିବା ପାଇଁ ମଣିଷ ଯେଉଁ ସବୁ ତତ୍ତ୍ୱ ଉପରେ ନିର୍ଭରଶୀଳ ହୋଇଥିଲା, ଧୀରେ ଧୀରେ ସେହି ତତ୍ତ୍ୱର ବିକାଶ ହୋଇ ବସ୍ତ୍ରର ସୃଷ୍ଟି ହୋଇଛି। ବସ୍ତ୍ରକୁ ଆହୁରି ସୁନ୍ଦର କରିବାକୁ ଯାଇ ସେ ବିଭିନ୍ନ ଧରଣର ସୂତା, ରଙ୍ଗ ବ୍ୟବହାର ସେଗୁଡ଼ିକୁ ଆହୁରି ରଙ୍ଗୀନ ଓ ଆକର୍ଷଣୀୟ କରିଛି। ଆଉ ଦେଇଛି କେତେ ଭାବ, ଭାବନାର ଛବି। ଏହି କ୍ରମରେ ବିଶ୍ୱ ଦରବାରରେ ସମ୍ବଲପୁରୀ ବସ୍ତ୍ର ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛି। ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ବସ୍ତ୍ରକୁ ନେଇ ବରଗଡ଼ ବେହେରାର ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ଖୋଲା ବଜାରକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା…

ବରଗଡ଼ରୁ ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର ରାସ୍ତାର ୧୨ କିଲୋମିଟର ଦୂରଗଲେ ରାସ୍ତାକଡ଼ରେ ପଡ଼ିବ ବେହେରା ସାପ୍ତାହିକୀ ବଜାର। ନିୟନ୍ତ୍ରିତ ବଜାର କମିଟିର ଏହି ବଜାରରେ ଆଗରୁ ଚିରାଚରିତ ଭାବେ ପନିପରିବା ସହିତ ଅଳ୍ପ କିଛି ଅନ୍ୟ ଦୋକାନଗୁଡ଼ିକ ଆସି ଜିନିଷପତ୍ର ବିକ୍ରି ହେଉଥିଲା। ମାତ୍ର ଗତ କିଛିବର୍ଷ ହେଲା ଏହି ସାପ୍ତାହିକୀ ବଜାରର ଚାହିଦା ବୃଦ୍ଧିପାଇବା ସହିତ ବଦଳିଯାଇଛି ତା’ର ରଙ୍ଗ ଓ ପରିପାଟୀ। ବରଗଡ଼ଠାରେ ବସୁଥିବା ସମ୍ବଲପୁର କପଡ଼ା ପସରା ଏଠାକୁ ସ୍ଥାନାନ୍ତର ହୋଇଯିବା ପରେ ଏହି ବଜାରର ଗୁରୁତ୍ୱ ବଢ଼ିଯାଇଛି। ବର୍ତ୍ତମାନ ପ୍ରାୟ ୯୦ ପ୍ରତିଶତ ଏଠାରେ ପାରମ୍ପରିକ ସମ୍ବଲପୁରୀ ଶାଢ଼ି ବିକ୍ରି ହେଉଥିବା ବେଳେ ୧୦ ପ୍ରତିଶତ ପନିପରିବା ମଧ୍ୟ ବିକ୍ରି ହୋଇଥାଏ। ଏଠାରେ ବିଭିନ୍ନ ପ୍ରକାର ସମ୍ବଲପୁରୀ ଶାଢ଼ି ତଥା ପାଟ ବିକ୍ରି ହେବା ସହ ସୂତା, ରଙ୍ଗ ଓ ବୁଣାକାରମାନେ ବ୍ୟବହାର କରୁଥିବା ମାଞ୍ଜା ସମେତ ଶାଢ଼ି ବୁଣିବା ସାମଗ୍ରୀ ମଧ୍ୟ ବିକ୍ରୟ ହୋଇଥାଏ। ବିଶେଷ ଭାବରେ ବରଗଡ଼ ତଥା ଆଖପାଖ ଜିଲ୍ଳାର ଗାଁ ମାନଙ୍କରେ ଥିବା ବୁଣାକାର ଏଠାକୁ ନିଜେ ତିଆରି କରିଥିବା ସମ୍ବଲପୁରୀ ଶାଢ଼ି ବିକ୍ରି କରିବାକୁ ଆଣିଥାନ୍ତି। ଏପରିକି ବରଗଡ଼ ଜିଲ୍ଳା ସୀମାନ୍ତ ଛତିଶଗଡ଼ର ବୁଣାକାରମାନେ ସମ୍ବଲପୁରୀ ବସ୍ତ୍ର ଆଣିଥାନ୍ତି। ସେହିପରି ଓଡ଼ିଶାର କଟକ, ପୁରୀ, ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର ଠାରୁ ଆରମ୍ଭ କରି ସମସ୍ତ ଜିଲ୍ଳାର ଦୋକାନୀ/କପଡ଼ା ବ୍ୟବସାୟୀ ତଥା ନିକଟସ୍ଥ ଛତିଶଗଡ଼ ସହ କୋଲକାତାରୁ ମଧ୍ୟ ବହୁ ବ୍ୟବସାୟୀ ଏଠାକୁ ଆସି କପଡ଼ା ସଂଗ୍ରହ କରିଥାନ୍ତି।

‘ଭୁଲିଆ’ଙ୍କ କୌଳିକ ବୃତ୍ତି

ପଶ୍ଚିମ ଓଡ଼ିଶାର ସଂସ୍କୃତି ସହିତ ବାନ୍ଧ ଶାଢ଼ିର ପରମ୍ପରା ବହୁ ପୁରାତନ। ପାରମ୍ପରିକ ରଙ୍ଗ ଓ ବାନ୍ଧକୁ ମିଶାଇ କିପରି ବିଭିନ୍ନ ଡିଜାଇନ ପ୍ରସ୍ତୁତ କରାଯାଏ ତାହା ପଶ୍ଚିମ ଓଡ଼ିଶାର ଏକ ପୁରାତନ ପରମ୍ପରା। ଏହି ଅଞ୍ଚଳରେ ବସବାସ କରୁଥିବା ‘ଭୁଲିଆ’ ନାମକ ଏକ ନିର୍ଦ୍ଦିଷ୍ଟ ଜାତି ଏହାକୁ ନିଜର କୌଳିକ ବୃତ୍ତି ଓ ଜୀବିକା ଭାବରେ ଶହ ଶହ ବର୍ଷ ଏହା କରିଆସୁଛନ୍ତି। ସେମାନେ ପିଢ଼ି ପରେ ପିଢ଼ି ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବିବାହ, ପର୍ବପର୍ବାଣିରେ ସମ୍ୱଲପୁରୀ ଶାଢ଼ିର ବେଶ ଚାହିଦା ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ଘରେ ଘରେ ଏହାର ବେଶ ଆଦୃତି ରହିଛି।

ବଡ଼ିଭୋର୍‌ରୁ ଚଳଚଞ୍ଚଳ

ସପ୍ତାହର ବୁଧବାର ଦିନ ବଡ଼ିଭୋରରୁ ଏହି ବଜାର ଆରମ୍ଭ ହୋଇଥାଏ। ଏଣୁ ଦୂରଦୂରାନ୍ତରୁ ମଙ୍ଗଳବାରରୁ ବହୁ ବ୍ୟବସାୟୀ ପହଞ୍ଚି ବରଗଡ଼, ବରପାଲି ତଥା ଆଖପାଖ ଅଞ୍ଚଳରେ ରାତ୍ରୀଯାପନ କରିଥାନ୍ତି ଏବଂ କପଡ଼ା କିଣି ବୁଧବାର ସନ୍ଧ୍ୟାରେ ଫେରିଥାନ୍ତି। ବେହେରା ବୁଣାକାର ବଜାରରେ କେବଳ ବୁଣାକାରମାନଙ୍କ ହସ୍ତତନ୍ତ ନିର୍ମିତ ହେଉଥିବା ଅତି ଉଚ୍ଚମାନର ସମ୍ବଲପୁରୀ କପଡ଼ା ବିକ୍ରି ହେଉଥିବାରୁ ବର୍ତ୍ତମାନ ଏହି ବଜାରର ସ୍ୱତନ୍ତ୍ରତା ବଢ଼ିଯାଇଛି । ବିବାହ ତଥା ପାର୍ବଣ ଋତୁ ସମୟରେ ଏହି ବଜାରରେ ପ୍ରତି ବୁଧବାର ୧୫ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥାଏ। ଅନ୍ୟ ପକ୍ଷରେ ଖାଲି ସମୟ କିମ୍ବା ବର୍ଷା ଋତୁଗୁଡ଼ିକରେ ଏହା କମିଯାଇ ୭ ରୁ ୮ କୋଟି କାରବାର ହୋଇଥାଏ। ପ୍ରାରମ୍ଭରେ ବରଗଡ଼ ଉମା ଟକିଜ ରୋଡରେ ସମ୍ବଲପୁରୀ କପଡ଼ା ପ୍ରତି ଶୁକ୍ରବାର ବିକ୍ରି ହେଉଥିବା ବେଳେ ପର୍ଯ୍ୟାୟକ୍ରମେ ଜେଲ ରୋଡ ଏବଂ ପରେ ବେହେରାକୁ ଏହି ସମ୍ବଲପୁରୀ କପଡା ବଜାର ଉଠି ଆସିଥିଲା। ପ୍ରତି ଶୁକ୍ରବାର ବେହେରା ବୁଣାକାର ବଜାର ଚାଲି ଆସୁଥିବା ବେଳେ ବିଗତ ଦିନରେ କୋଭିଡ ସମୟରେ ପ୍ରତି ସୋମବାର ଏହା ଚାଲିଥିଲା।

ବର୍ତ୍ତମାନ ସପ୍ତାହର ବୁଧବାର ଏହି ବୁଣାକାର ବଜାର ଚାଲୁଥିବା ବେଳେ ଆଖପାଖ ଅଞ୍ଚଳରେ ଏହାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି। ଖୋଲା ବଜାରରେ କୋଟି କୋଟି ଟଙ୍କାର ସମ୍ବଲପୁରୀ ବସ୍ତ୍ରର ପସରା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥାଏ। ବେହେରା ବଜାରରେ ମା’ ସମଲେଇ କପଡ଼ା ବଜାର ବୁଣାକାର ସଂଘ ଦ୍ୱାରା ପାଖାପାଖି ୫ ହଜାର ବୁଣାକାର ସଦସ୍ୟ ରହିଥିବା ବେଳେ ଦିନକୁ ଦିନ ବୁଣାକାର ତଥା ବ୍ୟବସାୟୀ, ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ସହ ସ୍ଥାନାଭାବ ସମସ୍ୟା ଦେଖାଦେଇଛି। ଯାହାକୁ ନେଇ ସଂଘ ତରଫରୁ ଖୋଲା ବଜାର ପାଇଁ ୨୦ ଏକର ଜମି ଯୋଗାଇଦେବା ସହ ପିଣ୍ଡି ତିଆରି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇବା ଦାବି କରାଯାଇଛି। ଏସବୁ ଭିତରେ ଦିନକୁ ଦିନ ଶାଢ଼ି ବିକ୍ରି କମି କମି ଆସୁଥିବାରୁ ଏହାର ଭବିଷ୍ୟତ ଓ ବୁଣାକାର ଶ୍ରେଣୀର ସ୍ଥିତିକୁ ନେଇ ଏକ ପ୍ରକାର ଆଶଙ୍କା ସୃଷ୍ଟି ହେଉଛି। ପ୍ରଥମତଃ ସମ୍ବଲପୁରୀ କପଡ଼ାର ଅବିକଳ ନକଲ ଛାପା ଶାଢ଼ି ବର୍ତ୍ତମାନ ବଜାରକୁ ଆସୁଥିବାରୁ ଏହି ସମ୍ବଲପୁରୀ ବସ୍ତ୍ରର ବିକ୍ରି ବହୁତ କମିଯାଉଥିବା ବୁଣାକାରମାନେ ଅଭିଯୋଗ କରୁଛନ୍ତି। ଇତିମଧ୍ୟରେ ସମ୍ବଲପୁରୀ ଶାଢ଼ି ତିଆରିରେ ବ୍ୟବହୃତ ସୂତାଗୁଡିକର ମୂଲ୍ୟବୃଦ୍ଧିର ପ୍ରଭାବ ସିଧାସଳଖ ବୁଣାକାରଙ୍କ ଉପରେ ପଡୁଛି। ପ୍ରତି ବୁଣାକାର ପରିବାରର ସମସ୍ତ ୮ ରୁ ୧୦ ଜଣ ସଦସ୍ୟ ମିଶି ଏକ ସପ୍ତାହ ପର୍ଯ୍ୟନ୍ତ ପରିଶ୍ରମ କଲେ ମାତ୍ର ୨ ଟି ଶାଢ଼ି ତିଆରି କରିପାରନ୍ତି। ମାତ୍ର ସେହି ଶାଢ଼ି ୨ ଖଣ୍ଡରୁ ଯେତିକି ଲାଭ ମିଳିବା କଥା ସୂତା ଓ ରଙ୍ଗର ଅହେତୁକ ଦରବୃଦ୍ଧି ଯୋଗୁଁ ତାହା ମଧ୍ୟ ମିଳୁ ନ ଥିବାରୁ ବୁଣାକାର ପରିବାର ବହୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାର ସିଧାସଳଖ ପ୍ରଭାବ ମଧ୍ୟ ବେହେରା କପଡ଼ା ବଜାରରେ ଦେଖିବାକୁ ମିଳୁଛି। ବୁଣାକାରମାନଙ୍କ ଲାଗି ରହିଥିବା ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେଇ ବିିହିତ ପଦକ୍ଷେପ ନିଆଯିବା ସହ ସମ୍ବଲପୁରୀ ଶାଢ଼ିର ସୁବ୍ୟବସ୍ଥିତ ବକ୍ରି ବ୍ୟବସ୍ଥା, ସୂତାର ମୂଲ୍ୟବୃଦ୍ଧିକୁ ରୋକାଯିବା ସହ ବେହେରା ଖୋଲା ସମ୍ବଲପୁରୀ ହସ୍ତତନ୍ତ ବଜାରର ଭିତ୍ତିଭୂମିର ବିକାଶ କରାଯିବା ଜରୁରୀ ହୋଇପଡ଼ିଛି।

ବେପାର; କେବେ କେଉଁଠି

ବରଗଡ଼ର ଏହି ଶାଢ଼ି ବଜାରର ଅତୀତକୁ ଅନୁଧ୍ୟାନ କଲେ ବହୁ ପୂର୍ବରୁ କେବଳ ଶୁକ୍ରବାର ସାପ୍ତାହିକୀ ବଜାର ବସି ଆସୁଛି। ଯେଉଁଠାରେ ଜଣେ ଦୁଇ ଜଣ ବୁଣାକାର ସମ୍ୱଲପୁରୀ ଶାଢ଼ି ବିକ୍ରି କରୁଥିଲେ। ପରେ କିଛି ବୁଣାକାର ସଂଗଠିତ ହୋଇ ଉମାଟକିଜ ସମ୍ମୁଖରେ ବିଶେଷକରି ଶାଢ଼ି ବିକ୍ରି କଲେ। ଏହି ସ୍ଥାନରେ ଭିଡ଼ ହେବା ପରେ ତାହା ଜେଲ ରୋଡ୍‌କୁ ସ୍ଥାନାନ୍ତର ହୋଇଥିଲା। ତେବେ ବ୍ୟବସାୟ ବୃଦ୍ଧି ସହ ଏଠାରେ କିଛି ସମସ୍ୟା ସୃଷ୍ଟି ହେବାରୁ ଏହା ଏବେ ବେହେରା ଆରଏମ୍‌ସି ୟାର୍ଡରେ ଚାଲୁଛି। ବେହେରା ବୁଣାକାର ବଜାର ବରଗଡ଼-ବୋରିଗୁମ୍ମା ୨୬ ନମ୍ୱର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଥିବାରୁ ସୋନପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼ ଏପରିକି ଛତିଶଗଡ଼ ଅଞ୍ଚଳର ବୁଣାକାର ତଥା ବ୍ୟବସାୟୀଙ୍କ ଭିଡ଼ ହେଉଛି। ସେହିପରି ବରପାଲି ଓ ବରଗଡ଼ ରେଳ ଷ୍ଟେସନରୁ ଓହ୍ଲାଇ ଏହି ବଜାରକୁ ସହଜରେ ପହଞ୍ଚି ପାରୁଛନ୍ତି ଉଭୟ ବ୍ୟବସାୟୀ ଓ ଗ୍ରାହକ।

ବଜାର କାଲିର ଓ ଆଜିର

‘ହଜାରେ ଟଙ୍କାରୁ ୨୫ ହଜାର ମୂଲ୍ୟର ସମ୍ୱଲପୁରୀ ଶାଢ଼ି ଏହି ବଜାରରେ ମିଳୁଥିବା ବେଳେ କଟକ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀମାନେ ଏଠାରୁ ଶାଢ଼ି ନେଇଥାନ୍ତି। ସେହିପରି ପଡେ଼ାଶୀ ଛତିଶଗଡ଼, କୋଲକାତାକୁ ଏଠାରୁ ସମ୍ୱଲପୁରୀ ଶାଢ଼ି ବିକ୍ରି ପାଇଁ ଯାଉଛି। ‘ଅନ୍‌ଲାଇନ ବ୍ୟବସାୟ ଯୋଗୁଁ ଶାଢ଼ିବିକ୍ରି ବୃଦ୍ଧି ଘଟିଥିଲେ ମଧ୍ୟ ବେହେରା ବୁଣାକାର ବଜାରରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ବହୁ ବୁଣାକାର ବର୍ତ୍ତମାନ ଆମାଜନ ତଥା ଅନ୍ୟ ଅନ୍‌ଲାଇନ୍‌ ପ୍ଲାର୍ଟଫର୍ମ ନିଜର ଉତ୍ପାଦିତ ଶାଢ଼ି ପ୍ରଦର୍ଶିତ କରି ରାଜ୍ୟ ବାହାର ଗ୍ରାହକଙ୍କୁ ମଧ୍ୟ ଆକୃଷ୍ଟ କରିବାରେ ସଫଳ ହୋଇଛନ୍ତି। ଅପରପକ୍ଷେ ଖୋଲା ବଜାର ଭାବରେ ପରିଚିତ ବେହେରା ବୁଣାକାର ବଜାରର ଲୋକପ୍ରିୟତା ବଢ଼ିବା ସହ ଦିନକୁ ଦିନ ସମ୍ୱଲପୁରୀ ଶାଢ଼ି ବିକ୍ରି ମଧ୍ୟ ବୃଦ୍ଧି ପାଇଛି। ଯାହା ଉଭୟ ବୁଣାକାର ଓ ବ୍ୟବସାୟୀଙ୍କ ପାଇଁ ଅନୁକୂଳ ଲକ୍ଷଣ ଭାବେ ପରିଲକ୍ଷିତ ହୋଇଛି।