Puri Shreemandira - The Sakala
ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ଚାରି ଦୁଆର, ମଙ୍ଗଳ ଆଳତୀ ପରେ ଫିଟିଲା ଦ୍ୱାର
ପୁରୀ: ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର । ମଙ୍ଗଳ ଆଳତୀ ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ଚାରି ଦୁଆର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ନୂତନ ମନ୍ତ୍ରି ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର ୪ଦ୍ୱାର। ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦୁଇ ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଥମ କରି ମୋହନ ମାଝୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଛନ୍ତି । କୋଭିଡ୍ ପରଠାରୁ ଦୀର୍ଘ ଚାରି ବର୍ଷ ଧରି ଶ୍ରୀନ୍ଦିର ସଂହଦ୍ବାରକୁ ଛାଡି ଅନ୍ୟ ତିନି ଦ୍ବାର ଅଶ୍ବଦ୍ବାର, ବାଘଦ୍ବାର ଏବଂ ହସ୍ତୀଦ୍ବାରକୁ ବନ୍ଦ ରହିଥିଲା। ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରେ ସମସ୍ତ ଦ୍ବାରରୁ ଶ୍ରଦ୍ଧାଳୁମାନେ ପ୍ରବେଶ କରି ଶାନ୍ତି ଶୃଙ୍ଖଳାରେ ଜଗା ଦର୍ଶନ କରୁଛନ୍ତି ।
ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ; ଦୈନିକ ୬ ଘଣ୍ଟା କାମ, ସ୍ୱାଭାବିକ ରହିବ ଦର୍ଶନ
ପୁରୀ: ଆଜିଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ମୁଖ୍ୟ ବିମ୍‌‌ (ଗରୁଡ଼ ସ୍ତମ୍ଭ ଉପର)ରେ ହୋଇଥିବା ଫାଟ ମରାମତି ଆରମ୍ଭ ହେବ। ତଳୁ ୪ଟି ଷ୍ଟେନଲେସ୍‌‌ ଷ୍ଟିଲ ବିମ୍‌‌ ଏଥିରେ ସପୋର୍ଟ ଦିଆଯିବ। ଆସନ୍ତା ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌‌ ୨୫ ଦିନ ଧରି ନାଟମଣ୍ଡପ ମରାମତି କରିବ ଏଏସ୍‌‌ଆଇ। ଦୈନିକ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଏହି କାମ ଚାଲିବ। ତେବେ ଏହି ମରାମତି ସମୟରେ ଭକ୍ତଙ୍କ ଦର୍ଶନ ଏବଂ ନୀତିକାନ୍ତିରେ ଯେପରି କୌଣସି ସମସ୍ୟା ନ ହେବ, ସେଥିଲାଗି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି।
ସେହି ଅନୁଯାୟୀ, ଆଜିଠାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ ହେବ। ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତି ୨ଟାରୁ ଦ୍ୱାର ଫିଟି ଠାକୁରଙ୍କର ନୀତିକାନ୍ତି ଆରମ୍ଭ ହେବ ବୋଲି ଗତ ମଙ୍ଗଳବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଏପ୍ରିଲ ସୁଦ୍ଧା ନାଟମଣ୍ଡପ ମରାମତି ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେଣୁ ଛତିଶା ନିଯୋଗ ବୈଠକରେ ମରାମତିର ରୂପରେଖ ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୩ରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ଣ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନାଟମଣ୍ଡପ ମରାମତି ହେବ। ଏଥିଲାଗି ରାତି ୨ଟାରୁ ଦ୍ୱାର ଫିଟିବ ଏବଂ ରାତି ୧୧ଟାରେ ପହୁଡ଼ କରାଯିବ। ଯେହେତୁ ରାତି ୨ଟାରୁ ଦ୍ୱାର ଫିଟି ନୀତିକାନ୍ତି ହେବ, ତେଣୁ ଭକ୍ତଙ୍କ ଦର୍ଶନ ସଅଳ ସହ ମହାପ୍ରସାଦ ମଧ୍ୟ ଶୀଘ୍ର ବାହାରିବ।
ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ ଦେଖିବ ସମଗ୍ର ବିଶ୍ୱ
ପୁରୀ: ଚାରିଧାମରୁ ଶ୍ରେଷ୍ଠ ଧାମ ହେଉଛି ଶ୍ରୀଜଗନ୍ନାଥ ଧାମ। ପ୍ରତିଦିନ ଏଠାକୁ ଛୁଟିଥାଏ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ। ଐତିହ୍ୟ ସହର ପୁରୀକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ବିଭିନ୍ନ ପ୍ରକଳ୍ପ କାମ ହାତକୁ ନେଇଛନ୍ତି ରାଜ୍ୟ ସରକାର। ତା’ ମଧ୍ୟରୁ ଗୋଟିଏ ହେଉଛି ପରିକ୍ରମା ପ୍ରକଳ୍ପ। ପୁରୀକୁ ଏକ ଐତିହ୍ୟ ସହର ଭାବେ ଗଢି ତୋଳିବା ସହ ଶ୍ରୀମନ୍ଦିରକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ଏବଂ ମୌଳିକ ସୁବିଧାକୁ ଦୃଷ୍ଟିରେ ରଖି ୨୦୧୭-୧୮ ଆର୍ଥିକ ବର୍ଷରେ ଅବଢା ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୩୨୦୦କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ୨୦୨୩ ଜୁନ ୨୧ରେ ଆଉ ୧୦୦୦କୋଟି ଅର୍ଥ ମଞ୍ଜୁର କରିଥିଲା ରାଜ୍ୟ କ୍ୟାବିନେଟ। ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀମନ୍ଦିରର ସୁରକ୍ଷା, ଶ୍ରୀସେତୁ ପ୍ରକଳ୍ପ, ମୁଷା ନଦୀର ପୁନରୁଦ୍ଧାର, ଜଗନ୍ନାଥ ବଲ୍ଲଭ ମଠ, ରଘୁନାଥ ଲାଇବ୍ରେରୀର ଉନ୍ନତିକରଣ, ଅଠରନଳା ହେରିଟେଜ୍‌ ପ୍ରକଳ୍ପ ସହ ସହରରେ ଥିବା ସମସ୍ତ ମଠ ମନ୍ଦିରର ଉନ୍ନତିକରଣ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା।
ଏହି ଯୋଜନା ଅଧୀନରେ ଥିବା ଗୋଟିଏ ପ୍ରକଳ୍ପ ହେଉଛି ଶ୍ରୀମନ୍ଦିର ଐତିହ୍ୟ କରିଡର ବା ପରିକ୍ରମା ପ୍ରକଳ୍ପ। ଏଥିପାଇଁ ୮୦୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଏଥିରେ ରହିବ ସମସ୍ତ ମୌଳିକ ସୁବିଧା। ପୁରୁଷ ଓ ମହିଳାମାନଙ୍କ ପାଇଁ ପୃଥକ ପୃଥକ ଶୌଚାଳୟ ନିର୍ମାଣ ହୋଇଛି। ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର, କ୍ଲକରୁମ୍‌, ସୂଚନା ଓ ଦାନକେନ୍ଦ୍ର, ବିଶ୍ରାମସ୍ଥଳ, ଜେଟିପି ଆଉଟପୋଷ୍ଟ, ଏଟିଏମ କିଓସ୍କ, ଜରୁରି ଯାତାୟାତ ମାର୍ଗ, ସ୍ଥାୟୀ ଯାତାୟାତ ମାର୍ଗ, ଲ୍ୟାଣ୍ଡସ୍କେପ ଏବଂ ଫୁଟପାଥ ଭଳି ବ୍ୟବସ୍ଥା ହୋଇଛି। ଏହାସହ ଶ୍ରଦ୍ଧାଳୁଙ୍କ ନିର୍ବିଘ୍ନ ଦର୍ଶନ ପାଇଁ ଶୀତତାପ ନିୟନ୍ତ୍ରିତ ସେଲଟରର ବ୍ୟବସ୍ଥା କରାଯାଇଛି। ଅବାଧରେ କିଭଳି ମନ୍ଦିର ବେଢା ପରିକ୍ରମା କରିପାରିବେ ଶ୍ରଦ୍ଧାଳୁ ଏବଂ ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ କିଭଳି ଭଲ ଅନୁଭୂତି ସାଉଁଟିବେ ସେହି ଉଦ୍ଦେଶ୍ୟରେ ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରିଥିଲେ ରାଜ୍ୟ ସରକାର। ଯାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି।
ନୂଆବର୍ଷ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଗ୍ରୀନ୍ କରିଡର ସହ ରହିବ ଫିଡବ୍ୟାକ୍ ସେଣ୍ଟର
ପୁରୀ: ଇଂରାଜୀ ନୂଆବର୍ଷରେ ପୁରୀରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଥିବା ବେଳେ ୯ଟି ସେକ୍ଟରରେ କରାଯିବ। ମରଚିକୋଟ ଛକରୁ ହେବ ନୋ ଭେଇକିଲ୍ ଜୋନ୍। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ଆମ୍ବୁଲାନ୍ସ ପାଇଁ ଗ୍ରୀନ୍ କରିଡର ସହ କରାଯିବ ଫିଡବ୍ୟାକ୍ ସେଣ୍ଟର ମଧ୍ୟ ରଖା ଯାଇଛି । ବିଚରେ ହଟସ୍ପଟ ପାଟ୍ରୋଲିଂ ଓ ସମୁଦ୍ରକୂଳ ଅଞ୍ଚଳରେ ତିନୋଟି ଫାଣ୍ଡିରେ ପୁଲିସ ମୃତୟନ ରହିବେ। ଏ ନେଇ ପୁରୀ ଏସପି କେ.ବିଶାଲ ସିଂହ  ସୂଚନା ଦେଇଛନ୍ତି । କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ଭିଡ଼ ବ୍ୟବସ୍ଥାର ସମୀକ୍ଷା କରିଥିବା ବେଳେ ଶୃଙ୍ଖଳିତ ଦର୍ଶନ , ଗହଳି ନିୟନ୍ତ୍ରଣ , ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଛି।
ଭୁବନେଶ୍ବର: ୟୁଟ୍ୟୁବର କାମିଆ ଜାନିଙ୍କ ଜଗନ୍ନାଥ ମନ୍ଦିରରେ ପ୍ରବେଶକୁ ନେଇ ବିବାଦ ପ୍ରସଙ୍ଗ । ବିବାଦ ଜୋର ଧରିବା ପରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଲେ ୟୁଟ୍ୟୁବର କାମିଆ ଜାନି । ଖାଦ୍ୟ, ଯାତ୍ରା ଏବଂ ସାଂସ୍କୃତିକ ବିଷୟକୁ ନେଇ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରନ୍ତି କାମିଆ । କହିଲେ- ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ସେଠାରେ ହୋଇଥିବା ଭିତ୍ତିଭୂମି ବିକାଶ ସମ୍ପର୍କରେ ଦେଶବାସୀଙ୍କୁ ଜଣାଇବା ଲାଗି ଯାଇଥିଲି । ଶ୍ରୀମନ୍ଦିର ପ୍ରଶାସନର ନୀତି ନିୟମ ଅନୁଯାୟୀକୁ ଜଗନ୍ନାଥଙ୍କ ଦର୍ଶନ କରିଥିଲି । ଶ୍ରୀମନ୍ଦିର ପ୍ରଶାସନ କୌଣସି ନିୟମ ଉଲ୍ଲଂଘନ କରିନହାନ୍ତି ।
ସେ ଆହୁରି କହିଛନ୍ତି, ‘ମୁଁ ଜଣେ ହିନ୍ଦୁ । ନା କେବେ ଗୋମାଂସ ଖାଇଛି, ନା ଏହାର ପ୍ରଚାର ପ୍ରସାର କରିଛି । ଭାରତୀୟ ଖାଦ୍ୟ ଓ ଚାଲିଚଳଣୀ ବିଷୟରେ ମୁଁ ଲୋକଙ୍କୁ ଜଣାଇଥାଏ । କେରଳର ଏକ ହୋଟେଲ ଘଟଣାକୁ ନେଇ ବିବାଦ ସୃଷ୍ଟି କରାଯାଉଛି । ଫୁଡ୍ ମିଡିଆ ପ୍ଲାଟଫର୍ମ ହିସାବରେ ମୁଁ ଖାଦ୍ୟ ବିଷୟରେ ସୂଚନା ଦେଇଥିଲି । ଏହା ଏକ ଭୁଲ ବୁଝାମଣା ହୋଇଥାଇପାରେ । ଏହି ଭୁଲ ବୁଝାମଣାର ଅନ୍ତ ଘଟିବା ଆବଶ୍ୟକ । ଘଟଣାକୁ ନେଇ ଯେଉଁମାନେ ବ୍ୟଥିତ ସେମାନଙ୍କ ନିକଟକୁ ଏହି ସୂଚନା ନିଶ୍ଚୟ ପହଞ୍ଚିବ । ଜଣେ ଭାରତୀୟ ହିସାବରେ ଭାରତର ସୁନ୍ଦରତା, କଳା, ସଂସ୍କୃତି ଓ ବିକାଶର ବାର୍ତ୍ତା ସାରା ବିଶ୍ବରେ ପହଞ୍ଚାଇବାକୁ ଚାହିଁବି ।
ଆଗକୁ ସେ କହିଛନ୍ତି, ‘ମୁଁ ଜଣେ ୟୁଟ୍ୟୁବର । ଦେଶରେ ବିଭିନ୍ନ ସ୍ଥାନରେ ଥିବା ଐତିହ୍ୟ, ସଂସ୍କୃତି, କଳା, ଖାଦ୍ୟ, ଜୀବନଶୈଳୀ ସହ ସେହି ସ୍ଥାନର ସ୍ବାତନ୍ତ୍ର୍ୟତା ବିଷୟରେ ଲୋକଙ୍କୁ ଜଣାଇବା ମୋ କାମ । ଗତବର୍ଷ ଧରୋହର ଭାରତ ଶୀର୍ଷକରେ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଭାରତର ଏକାଧିକ ଐତିହ୍ୟସ୍ଥଳ ପରିଦର୍ଶନ କରିବା ସହ ସେଠାକାର କାହାଣୀ ଓ ଭିତ୍ତିଭୂମି ବିକାଶର ବାର୍ତ୍ତା ଲୋକଙ୍କ ନିକଟକୁ ପହଞ୍ଚାଇଥିଲି । ମୋ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ଲୋକ ପ୍ରଶଂସା କରିଥିଲେ । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ କଲଚରରାଲ ବ୍ରାଣ୍ଡ ଆମ୍ବାସଡରର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।’