Kamia Jani - The Sakala
ଭୁବନେଶ୍ବର: ୟୁଟ୍ୟୁବର କାମିଆ ଜାନିଙ୍କ ଜଗନ୍ନାଥ ମନ୍ଦିରରେ ପ୍ରବେଶକୁ ନେଇ ବିବାଦ ପ୍ରସଙ୍ଗ । ବିବାଦ ଜୋର ଧରିବା ପରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଲେ ୟୁଟ୍ୟୁବର କାମିଆ ଜାନି । ଖାଦ୍ୟ, ଯାତ୍ରା ଏବଂ ସାଂସ୍କୃତିକ ବିଷୟକୁ ନେଇ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରନ୍ତି କାମିଆ । କହିଲେ- ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ସେଠାରେ ହୋଇଥିବା ଭିତ୍ତିଭୂମି ବିକାଶ ସମ୍ପର୍କରେ ଦେଶବାସୀଙ୍କୁ ଜଣାଇବା ଲାଗି ଯାଇଥିଲି । ଶ୍ରୀମନ୍ଦିର ପ୍ରଶାସନର ନୀତି ନିୟମ ଅନୁଯାୟୀକୁ ଜଗନ୍ନାଥଙ୍କ ଦର୍ଶନ କରିଥିଲି । ଶ୍ରୀମନ୍ଦିର ପ୍ରଶାସନ କୌଣସି ନିୟମ ଉଲ୍ଲଂଘନ କରିନହାନ୍ତି ।
ସେ ଆହୁରି କହିଛନ୍ତି, ‘ମୁଁ ଜଣେ ହିନ୍ଦୁ । ନା କେବେ ଗୋମାଂସ ଖାଇଛି, ନା ଏହାର ପ୍ରଚାର ପ୍ରସାର କରିଛି । ଭାରତୀୟ ଖାଦ୍ୟ ଓ ଚାଲିଚଳଣୀ ବିଷୟରେ ମୁଁ ଲୋକଙ୍କୁ ଜଣାଇଥାଏ । କେରଳର ଏକ ହୋଟେଲ ଘଟଣାକୁ ନେଇ ବିବାଦ ସୃଷ୍ଟି କରାଯାଉଛି । ଫୁଡ୍ ମିଡିଆ ପ୍ଲାଟଫର୍ମ ହିସାବରେ ମୁଁ ଖାଦ୍ୟ ବିଷୟରେ ସୂଚନା ଦେଇଥିଲି । ଏହା ଏକ ଭୁଲ ବୁଝାମଣା ହୋଇଥାଇପାରେ । ଏହି ଭୁଲ ବୁଝାମଣାର ଅନ୍ତ ଘଟିବା ଆବଶ୍ୟକ । ଘଟଣାକୁ ନେଇ ଯେଉଁମାନେ ବ୍ୟଥିତ ସେମାନଙ୍କ ନିକଟକୁ ଏହି ସୂଚନା ନିଶ୍ଚୟ ପହଞ୍ଚିବ । ଜଣେ ଭାରତୀୟ ହିସାବରେ ଭାରତର ସୁନ୍ଦରତା, କଳା, ସଂସ୍କୃତି ଓ ବିକାଶର ବାର୍ତ୍ତା ସାରା ବିଶ୍ବରେ ପହଞ୍ଚାଇବାକୁ ଚାହିଁବି ।
ଆଗକୁ ସେ କହିଛନ୍ତି, ‘ମୁଁ ଜଣେ ୟୁଟ୍ୟୁବର । ଦେଶରେ ବିଭିନ୍ନ ସ୍ଥାନରେ ଥିବା ଐତିହ୍ୟ, ସଂସ୍କୃତି, କଳା, ଖାଦ୍ୟ, ଜୀବନଶୈଳୀ ସହ ସେହି ସ୍ଥାନର ସ୍ବାତନ୍ତ୍ର୍ୟତା ବିଷୟରେ ଲୋକଙ୍କୁ ଜଣାଇବା ମୋ କାମ । ଗତବର୍ଷ ଧରୋହର ଭାରତ ଶୀର୍ଷକରେ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଭାରତର ଏକାଧିକ ଐତିହ୍ୟସ୍ଥଳ ପରିଦର୍ଶନ କରିବା ସହ ସେଠାକାର କାହାଣୀ ଓ ଭିତ୍ତିଭୂମି ବିକାଶର ବାର୍ତ୍ତା ଲୋକଙ୍କ ନିକଟକୁ ପହଞ୍ଚାଇଥିଲି । ମୋ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ଲୋକ ପ୍ରଶଂସା କରିଥିଲେ । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ କଲଚରରାଲ ବ୍ରାଣ୍ଡ ଆମ୍ବାସଡରର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।’