Biju Babu - The Sakala

ଆଜି ମହାନ୍ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ
ଭୁବନେଶ୍ୱର: ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ପ୍ରବାଦ ପୁରୁଷ, ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ଆଜି ୨୯ ତମ ତିରୋଧାନ ଦିବସ । ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଗର୍ବ, ଗୌରବ ଓ ଗରିମାକୁ ପ୍ରତିପାଦିତ କରିଥିବା ଓଡ଼ିଆ ବୀରଙ୍କ ମଧ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ଶାଣିତ ବ୍ୟକ୍ତିତ୍ବ । ଆଜି ଏପ୍ରିଲ ୧୭ ତାରିଖ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ । ୧୯୯୭ ମସିହା ଏପ୍ରିଲ ୧୭ରେ ବିଜୁବାବୁଙ୍କ ତିରୋଧାନ ହୋଇଥିଲା । ଆଧୁନିକ ଓଡ଼ିଶାର ବିଶ୍ବକର୍ମା, ସ୍ବାଭିମାନୀ ସ୍ବର ସମ୍ଭାଷର ଉଦଗାତା ବିଜୁବାବୁ ଯଥାର୍ଥରେ ଏକ କିମ୍ବଦନ୍ତୀ ପୁରୁଷ । ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ, ସାହସୀ ପାଇଲଟ୍, ସଫଳ ଶିଳ୍ପପତି ଏବଂ ଦୂରଦର୍ଶୀ ରାଜନେତା ଭାବେ ସେ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା ।

ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ସେ ଏଭଳି ଜଣେ ବିଚକ୍ଷଣ ବ୍ୟକ୍ତିତ୍ବ; ଯାହାଙ୍କର ପ୍ରଭାବ ଓଡ଼ିଶା ରାଜନୀତିକୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ପ୍ରଭାବିତ କରିଥିଲା। ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର ସେ କିମ୍ବଦନ୍ତୀ ପୁରୁଷ। ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ- ୮୧ ବର୍ଷର ଜୀବନ। ସମଗ୍ର ଜୀବନରେ ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ଦୁର୍ଦ୍ଧର୍ଷ ପାଇଲଟ୍‌, ଦକ୍ଷ ଶିଳ୍ପପତି, ଓଡ଼ିଶା ରାଜନୀତିର ବେତାଜ୍‌ ବାଦଶାହ ଥିଲେ ବିଜୁ ବାବୁ। ଦୂରଦ୍ରଷ୍ଟା,ସ୍ବାଭିମାନୀ, ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ବର ଅଥିକାରୀ ଏହି ସର୍ବମାନ୍ୟ ନେତା। ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର, ଦ୍ବିତୀୟ ଖାରବେଳ ଆଦି ଉପାଥିରେ ଭୂଷିତ ହୋଇଥିଲେ ବିଜୁବାବୁ ।

ଯୁବାବସ୍ଥାରୁ ରାଜନୀତିରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପାଇଲଟ୍‌ ହେବାର ଇଚ୍ଛା ଥିବାରୁ ସେ ରେଭେନ୍ସା ଛାଡି ବିମାନ ଚାଳନାରେ ତାଲିମ୍‌ ନେଲେ। ପ୍ରତ୍ୟେକ ଆହ୍ବାନକୁ ସାମ୍ନା କରିବାର ଅଦମ୍ୟ ସାହସ ତାଙ୍କଠାରେ ଥିଲା। ସେ କୌଣସି ଛୋଟ ଛୋଟ ଘଟଣାରେ ମଧ୍ୟ ଦୁଃସାହସିକ ପଦକ୍ଷେପ ନେଉଥିଲେ। ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅତି ପ୍ରିୟ ଥିଲେ ବିଜୁ ବାବୁ। ୧୯୬୨ ଭାରତ-ଚୀନ୍‌ ଯୁଦ୍ଧବେଳେ ସେ ଥିଲେ ପ୍ରଧାନମନ୍ତ୍ରୀ ନେହେରୁଙ୍କର ଅଘୋଷିତ ସାମରିକ ପରାମର୍ଶଦାତା। ୧୯୪୮ରେ ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମର ଗାଥା ଆଜି ବି ସ୍ମରଣ ହୋଇରହିଛି। ୧୯୪୮ ମସିହାରେ ନେହେରୁଙ୍କର ପରାମର୍ଶ କ୍ରମେ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ସୁଲତାନ ସାହରିର, ସୁକର୍ଣ୍ଣୋ ଓ ଅନ୍ୟମାନଙ୍କୁ ନେଇ ସିଙ୍ଗାପୁର ଦେଇ ସୁରକ୍ଷିତ ଭାବେ ନୂଆଦିଲ୍ଲୀ ଆଣିଥିଲେ। ଏଥିପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲେ, ଯାହା ତାଙ୍କୁ ଆନ୍ତର୍ଜାତିକ ଖ୍ୟାତି ପ୍ରଦାନ କରିଥିଲା। ସେ ମଧ୍ୟ ମହିଳା ସଶକ୍ତୀକରଣ ଓ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରବର୍ତ୍ତକ ଥିଲେ।

୧୯୬୧ରେ ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ୧୪୦ ସିଟ୍‌ରୁ ୮୨ଟିରେ ବିଜୟ ହାସଲ କରିଥିଲେ। ଏହି ସମୟରେ ବିଜୁବାବୁ ମାତ୍ର ୨ବର୍ଷ ୩ ମାସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସ୍ବଳ୍ପ ସମୟରେ ବି ସେ ରାଜ୍ୟର ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ। ପାରାଦୀପ ବନ୍ଦର, ଏକ୍ସପ୍ରେସ୍‌ ହାଇୱେ, ମିଗ୍‌ ବିମାନ କାରଖାନା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ସୈନିକ ସ୍କୁଲ ଆଦି ଅନେକ କୀର୍ତ୍ତି ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ଅମଳରେ ଆରମ୍ଭ ହୋଇଥିଲା। ୧୯୯୦ରେ ତାଙ୍କ ନେତୃତ୍ବରେ ଗଠିତ ଜନତାଦଳ ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସନ ଦଖଲ କରିଥିଲା ଓ ସେ ଦ୍ବିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୭ ମସିହା ଏପ୍ରିଲ ୧୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବିଜୁବାବୁଙ୍କ ପରଲୋକ ସହ ଏକ ଯୁଗର ପରିସମାପ୍ତି ହେଲା। ଆଜି ବିଜୁବାବୁ ନାହାନ୍ତି ସତ କିନ୍ତୁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସେ ଅମର ହୋଇରହିଛନ୍ତି।

ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାକରନ୍ତୁ ନିଶିକାନ୍ତ ଦୁବେ: ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ନବୀନ ପଟ୍ଟନାୟକ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ବର୍ଷିଲେ ନବୀନ । ଦୁବେଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବାକୁ ପରାମର୍ଶ ଦେଇଛନ୍ତି ନବୀନ । ସେ କହିଛନ୍ତି କି,"ନିଶିକାନ୍ତ ଦୁବେ ବିଜୁ ବାବୁଙ୍କୁ ନେଇ ଯାହା କହିଲେ ତାହା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି। ସେ ଜାଣି ନାହାନ୍ତି ଯେ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ନିଜ କାର୍ଯ୍ୟାଳୟକୁ ବିଜୁ ବାବୁଙ୍କୁ ଡକାଇଥିଲେ। ଚାଇନା ସହ ଲଢେଇ କରିବାକୁ ରଣନୀତି କରିଥିଲେ। ମୁଁ ସେ ସମୟରେ ୧୩ ବର୍ଷ ବୟସର ଥିଲି। ଦୁବେଙ୍କୁ ମନସ୍ତତ୍ୱବିତ୍ତଙ୍କୁ ଦେଖାଇବା କଥା।"

ଭାରତ ସ୍ବାଧୀନତା ସଂଗ୍ରାମର ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ଭାରତ-ଚୀନ ଯୁଦ୍ଧ ବେଳେ ବିଜୁ ବାବୁ ଦେଖାଇଥିବା ଅଦମ୍ୟ ସାହସ ଦେଶ ବିଦେଶରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । କିନ୍ତୁ ଏଭଳି ଅମ୍ଲାନ ବ୍ୟକ୍ତିତ୍ୱକୁ ନେଇ ବିଜେପି ସାଂସଦ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏହା ଏକ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ନବୀନ ।

ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ
ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ମହାନ୍‌ ଜନନାୟକ ବିଜୁ ପଟ୍ଟନାୟକ । ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ ସେବାର ମୂର୍ତ୍ତିମନ୍ତ ପ୍ରତୀକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଜି ଜନ୍ମ ତିଥୀ । ଓଡ଼ିଶା ତଥା ଦେଶର ରାଜନୈତିକ ଇତିହାସରେ ଏକ ଅବିସ୍ମରଣୀୟ ଦିନ ହେଉଛି ମାର୍ଚ୍ଚ ୫ ତାରିଖ। ୧୯୧୬ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମ। ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ସେ ଏଭଳି ଜଣେ ବିଚକ୍ଷଣ ବ୍ୟକ୍ତିତ୍ବ; ଯାହାଙ୍କର ପ୍ରଭାବ ଓଡ଼ିଶା ରାଜନୀତିକୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ପ୍ରଭାବିତ କରିଥିଲା।

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ । ବିଜୁ ବାବୁ ଥିଲେ ବରେଣ୍ୟ ବରପୁତ୍ର, ବିକାଶ ପୁରୁଷ, ବିପ୍ଳବୀ, ବୈମାନିକ, ବିଶ୍ୱସ୍ତରରେ ପରିଚିତ ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ, ବୈଚାରିକ ଓ ବୈଜ୍ଞାନିକ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ମଣିଷ। କଳିଙ୍ଗର ହୃତଗୌରବକୁ ଭଲ ପାଉଥିବା ମଣିଷ ଭାବରେ ସେ ସଦା ସର୍ବଦା ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଓଡ଼ିଶାର ପରିଚୟ ସୃଷ୍ଟି କରିବାର ସ୍ୱପ୍ନ ଦେଖୁଥିଲେ।

ବିଜୁ ପଟ୍ଟନାୟକ ଥିଲେ ଅତ୍ୟନ୍ତ ଦରଦୀ ଓ ଦୁଃସାହସୀ। ରେଭେନ୍ସା କଲେଜରେ ପାଠ ପଢ଼ୁଥିବା ବେଳେ ୨ଜଣ ବନ୍ଧୁଙ୍କୁ ସାଙ୍ଗରେ ଧରି ସେ ଯେଭଳି କଟକରୁ ପେଶୱାର ପର୍ଯ୍ୟନ୍ତ ସାଇକଲ ଯାତ୍ରା କରିଥିଲେ ଏବଂ ପ୍ରାକ୍‌‌ ସ୍ୱାଧୀନତା କାଳରେ ଇଣ୍ଡୋନେସିଆ ଅଭିଯାନ କରିଥିଲେ ତାହା ଏବେ ବି ଏକ ରୋମାଞ୍ଚକର ଅଧ୍ୟାୟ ହୋଇ ରହିଛି। ପିଲାଦିନୁ ପାଇଲଟ୍‌‌ ହେବା ପାଇଁ ସଂକଳ୍ପ ନେଇଥିବା ବିଜୁବାବୁ ପରବର୍ତ୍ତୀ ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ସରକାରଙ୍କ ରୟାଲ୍‌‌ ଇଣ୍ଡିଆନ୍‌‌ ଏୟାରଫୋର୍ସରେ ଜଣେ ଅଗ୍ରଣୀ ପାଇଲଟ୍‌‌ ଭାବେ ତାଙ୍କ ଦକ୍ଷତାର ପ୍ରତିପାଦନ କରିଥିଲେ। ଜାତିପ୍ରାଣ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ସୁପୁତ୍ର ବିଜୁବାବୁ ପାଇଲଟ୍‌‌ ଥିବା ସମୟରେ ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଅରୁଣା ଆସଫ୍‌‌ ଅଲ୍ଲୀ ଆଦି ସଂଗ୍ରାମୀମାନଙ୍କ ସହ ମିଶି ‘ଭାରତ ଛାଡ଼ ଆନ୍ଦୋଳନ’ ସମୟରେ କରିଥିବା ଦୁଃସାହସିକ କାର୍ଯ୍ୟ ପାଇଁ ଜେଲ୍‌‌ ଗଲେ। କଟକ ଜେଲ୍‌‌ରୁ କାରାମୁକ୍ତ ହେବା ପରେ ୧୯୪୬ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୁବାବୁ କେନ୍ଦ୍ର କଟକ ସଦର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେବେଠାରୁ ୧୯୯୭ ମସିହା ଅପ୍ରେଲ ୧୭ ତାରିଖରେ ତାଙ୍କ ଦେହାନ୍ତ ପର୍ଯ୍ୟନ୍ତ ନିର୍ବାଚନୀ ରାଜନୀତିରେ ଦୀର୍ଘ ୫୧ବର୍ଷ ଧରି ସେ ସକ୍ରିୟ ଥିଲେ। କେତେବେଳେ ବିଧାନସଭା ତ କେତେବେଳେ ରାଜ୍ୟସଭା ଏବଂ ଆଉ କେତେବେଳେ ସେ ଲୋକସଭାକୁ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହେଉଥିଲେ। କେତେବେଳେ ଏକାଧିକ ଆସନରୁ ହାରିଥିଲେ ତ ଆଉ କେତେବେଳେ ଏକାଧିକ କ୍ଷେତ୍ରରୁ ବି ନିର୍ବାଚିତ ହେଉଥିଲେ। ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର କେନ୍ଦ୍ରମନ୍ତ୍ରୀ ହିସାବରେ ତାଙ୍କର ଯେମିତି ଦକ୍ଷତା ଥିଲା, ତାହାଠାରୁ ଅଧିକ ଲୋକପ୍ରିୟତା ଥିଲା ବିରୋଧୀ ଦଳ ନେତା ହିସାବରେ। ଶାସନ କ୍ଷମତାରେ ଥାଆନ୍ତୁ କି ନ ଥାଆନ୍ତୁ ବିଜୁ ବାବୁ କିନ୍ତୁ ରହିଥିଲେ କୋଟି କୋଟି ଓଡ଼ିଆଙ୍କ ମନ ଓ ପ୍ରାଣରେ।

ଅସମ୍ଭବକୁ ସମ୍ଭବ କରିବା ସଂକଳ୍ପ ନେଇ ଅନଶ୍ଚିତତା ମଧ୍ୟରେ ନିଶ୍ଚିତତାକୁ ଖୋଜି ପାଇବା, ଅସୀମ ନୀଳ ଆକାଶରେ ସଫଳତାର ସ୍ୱପ୍ନ ଦେଖିବା, ଇତିହାସର ରୋମନ୍ଥନ କରି ଗୋଟାଏ ପୁରାତନ ଐତିହ୍ୟସମ୍ପନ୍ନ ଜାତିର ଦୀର୍ଘ ସୁଷୁପ୍ତିର ତନ୍ଦ୍ରା ତୁଟାଇବା ଏବଂ ସର୍ବୋପରି ଜୟ-ପରାଜୟକୁ ଖାତିର୍‌‌ ନ କରି କର୍ମଭୂମିରୁ ଯୁଦ୍ଧ ଭୂମି ପର୍ଯ୍ୟନ୍ତ ଯେ ସଂଗ୍ରାମ ଜାରି ରଖିଥିଲେ ସେ ହେଉଛନ୍ତି ଝଡ଼ର ଇଗଲ୍‌‌, ଧରଣୀର କୃଷ୍ଣସାର ଓ ମାଟିର ମୂର୍ତ୍ତିକାର ବିଜୁ ପଟ୍ଟନାୟକ। କିଏ ତାଙ୍କୁ ଅପବାଦରେ ପୋତି ପକାଇଲା କି ଆଉ କିଏ ତାଙ୍କୁ ପ୍ରବାଦ ପୁରୁଷ କହି ପ୍ରଶଂସା ଅଜାଡ଼ିଲା ସେଥିରେ ତାଙ୍କର କିଛି ଯାଏଆସ ନ ଥିଲା।

ପ୍ରଚଣ୍ଡ ସ୍ୱାଭିମାନୀ ବିଜୁ ପଟ୍ଟନାୟକଙ୍କ କୃତି ଓ କୀର୍ତ୍ତି କେବଳ ଚୌଦ୍ୱାରର ଓଟିଏମ୍‌‌, କଳିଙ୍ଗ ଟ୍ୟୁବ୍ସ, କଳିଙ୍ଗ ରେଫ୍ରିଜରେସନ୍‌‌, କଳିଙ୍ଗ ଏୟାରୱେଜ୍‌‌, କଳିଙ୍ଗ ରିଫ୍ରାକ୍ଟରିଜ୍‌‌, ବଡ଼ବିଲ କଳିଙ୍ଗ ଆଇରନ୍‌‌ ୱାର୍କସ, କଳିଙ୍ଗ ସମ୍ବାଦପତ୍ର, ପାରାଦୀପ ବନ୍ଦର, ଏକ୍ସପ୍ରେସ୍‌‌ ହାଇୱେ, ଓଡ଼ିଶା ବିମାନ ପ୍ରଶିକ୍ଷଣ କେନ୍ଦ୍ର, ରିଜିଓନାଲ କଲେଜ୍‌‌ ଅଫ୍‌‌ ଏଜୁକେସନ୍‌‌, କଳିଙ୍ଗ ପୁରସ୍କାର, କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ, ସୁନାବେଡ଼ାର ମିଗ୍‌‌ ବିମାନ କାରଖାନା, ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ, ତାଳଚେରର ତାପଜ ବିଦ୍ୟୁତ୍‌‌ କେନ୍ଦ୍ର, ବାଲିମେଳା ଜଳବିଦ୍ୟୁତ୍‌‌ କେନ୍ଦ୍ର, ରାଉରକେଲା ଇଞ୍ଜିନିୟରିଂ କଲେଜ, ବୁର୍ଲାର ମେଡିକାଲ ଓ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ୱରର ସୈନିକ ସ୍କୁଲ ଓ ଆଞ୍ଚଳିକ ଗବେଷଣା କେନ୍ଦ୍ର, ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବଢ଼଼ାଇବା ଆଦିରେ ସୀମିତ ନୁହେଁ। ଇଣ୍ଡୋନେସିଆରୁ ସୋଭିଏତ୍‌‌ ରୁଷ, କାଶ୍ମୀରରୁ କାଶୀପୁର, ପେଶୱାରରୁ ସ୍ୱର୍ଗଦ୍ୱାର ଆଦି ବିଭିନ୍ନ ସ୍ଥାନରେ ସେ ଛାଡ଼ି ଯାଇଛନ୍ତି ତାଙ୍କର ଅଲିଭା ସ୍ମାରକୀ।

୧୯୬୧ ଜୁନ୍‌‌ ୨୩ ତାରିଖରେ ବିଜୁବାବୁ ଜବାହାରଲାଲ ନେହେରୁଙ୍କ ଆଗ୍ରହକ୍ରମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୧୯୬୩ ଅକ୍ଟୋବର ୨ ପର୍ଯ୍ୟନ୍ତ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ। ପୁଣି ୧୯୯୦ରେ ତାଙ୍କ ନେତୃତ୍ୱରେ ଜନତା ଦଳ ଓଡ଼ିଶାରେ ରେକର୍ଡ ସଂଖ୍ୟକ ୧୨୩ ଆସନ ହାସଲ କରିବା ପରେ ସେ ସେହିବର୍ଷ ମାର୍ଚ୍ଚ ୫ ତାରିଖରେ ଦ୍ୱିତୀୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୫ବର୍ଷରୁ ଊର୍ଦ୍ଧ୍ବ ସମୟ ସଫଳତାର ସହ କଟାଇଥିଲେ। ୧୯୭୫ର ଜରୁରୀ ପରିସ୍ଥିତି ସମୟରେ ଅନ୍ୟ ନେତାମାନଙ୍କ ସହ ବିଜୁବାବୁ କାରାରୁଦ୍ଧ ହୋଇଥିଲେ। ପରବର୍ତ୍ତୀ ସମୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସଂଯୋଜନାରେ ଜନତା ପାର୍ଟି ଗଠନ କରାଯିବାରେ ବିଜୁ ବାବୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ୧୯୭୭ରେ କେନ୍ଦ୍ରରେ ଜନତା ପାର୍ଟି ସରକାର ଗଠନ କରାଯିବା ବେଳେ ବିଜୁବାବୁ ଥିଲେ କେନ୍ଦ୍ର ଖଣି ଓ ଇସ୍ପାତ ବିଭାଗର କ୍ୟାବିନେଟ୍‌‌ ମନ୍ତ୍ରୀ। ୧୯୯୭ରେ ତାଙ୍କର ଦେହାନ୍ତ ହେବା ବେଳକୁ ସେ ଥିଲେ ଆସ୍କାରୁ ନିର୍ବାଚିତ ଜନତା ଦଳ ସାଂସଦ।

୧୯୯୩ ମାର୍ଚ୍ଚ ୫ ତାରିଖରେ ଦେଇଥିବା ଭାଷଣରେ ସେ ଚୀନ୍‌‌ ଦାର୍ଶନିକ ତାଇଚୁନ୍‌‌ଙ୍କ ବାଣୀ ଉଦ୍ଧାର କରି କହିଥିଲେ, “ଯଦି ଆମେ କୌଣସି କାର୍ଯ୍ୟକୁ ତ୍ରୁଟିଶୂନ୍ୟ ଭାବେ କରିବାକୁ ବସିବା, ଆମକୁ ଅନନ୍ତ କାଳ ପାଇଁ ଅପେକ୍ଷା କରିବାକୁ ହେବ।’ ଆମ ହାତରେ ସମୟ ନାହିଁ। ବିଗତ ବର୍ଷମାନଙ୍କରେ ଅନେକ କିଛି ସୁଯୋଗ ଆମର ହାତଛଡ଼ା ହୋଇଛି। ତେଣୁ ଆମକୁ ସଂକଳ୍ପ ନେବାକୁ ହେବ- ବିଜ୍ଞତା, ଦୂରଦୃଷ୍ଟି, କରୁଣା ଓ ଉତ୍ତମ ବୁଝାମଣାକୁ ପୁଞ୍ଜିକରି ଆମେ ଆମ ନିଜ ସମସ୍ୟା ସମାଧାନର ରାସ୍ତା ବାହାର କରିବା। ଆଉଠାଏ ସେ କହିଥିଲେ, ‘ଆମେ ମହାନ୍‌‌ ପରମ୍ପରାର ଦାୟଦ। ମନୋଜ୍ଞ ଗିରିପୁଞ୍ଜ, ସୁନ୍ଦର ନଦୀଧାରା, ସୁଦୀର୍ଘ ବେଳାଭୂମି, ସମୃଦ୍ଧ ଅରଣ୍ୟ ସମ୍ପଦ ଓଡ଼ିଶାବାସୀଙ୍କ ପାଇଁ ଈଶ୍ୱରଙ୍କ ଉପହାର। ମୋ ରାଜ୍ୟବାସୀ, ମୋ ରାଜ୍ୟର ତରୁଣ ତରୁଣୀମାନେ ଆଗାମୀ ବର୍ଷମାନଙ୍କରେ ଏ ସବୁ ସମ୍ପଦର ବିନିଯୋଗ କରି ଏକ ସୁନ୍ଦର ଓଡ଼ିଶା ଗଠନ କରନ୍ତୁ।’ ଏକଦା ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ବିଜୁ ବାବୁଙ୍କୁ ଗ୍ରୀକ୍‌‌ ଉପକଥାର ସ୍ଫିଙ୍କ୍‌‌ସ ସହିତ ତୁଳନା କରି କହିଥିଲେ, ‘ସ୍ଫିଙ୍କ୍‌‌ସ ଯେପରି ଧ୍ୱଂସର ଶଯ୍ୟା ଭିତରୁ ଉଠି ପୁଣି ଆକାଶକୁ ଲମ୍ଫ ପ୍ରଦାନ କରେ, ବିଜୁବାବୁ ସେହିପରି ପରାଜୟର ଧୂଳିଶଯ୍ୟାରୁ ନୂଆ ଜନ୍ମଲାଭ କରି ପୁଣି ଉତ୍‌‌ଥାନର ଚୂଡ଼ା ଆଡ଼କୁ ମାଡ଼ି ଚାଲନ୍ତି।”

ସେ ଯେମିତି ଝଡ଼ ସୃଷ୍ଟି କରିବାକୁ ଭଲ ପାଆନ୍ତି ସେମିତି ଝଡ଼ ଭିତରେ ଉଡ଼ିବାକୁ ପସନ୍ଦ କରନ୍ତି। ତାଙ୍କ ବିସ୍ତୀର୍ଣ୍ଣ ହୃଦୟରେ ସଂକୀର୍ଣ୍ଣତାର ସ୍ଥାନ ନ ଥିଲା। ଏବେ ନେଇ ନେଇ ନେତା ହେବାର ପରମ୍ପରା ସାରା ଦେଶରେ ଚାଲିଥିବା ବେଳେ ସେ ତାଙ୍କ ରାଜନୈତିକ ଜୀବନରେ ଦେଇ ଦେଇ ନିସ୍ୱ ହୋଇଯାଇଛନ୍ତି। ଏହା ବଦଳରେ କିନ୍ତୁ ପାଇଛନ୍ତି ଅଜସ୍ର ଶ୍ରଦ୍ଧା, ସ୍ନେହ ଓ ସମ୍ମାନ। ସେ କେତେ ଲୋକପ୍ରିୟ ଥିଲେ ତାହାର ପ୍ରମାଣ ଦେଖିବାକୁ ମିଳିଥିଲା ୧୯୯୭ ଏପ୍ରିଲ ୧୭ ତାରିଖରେ ତାଙ୍କ ମହାପ୍ରୟାଣ ପରେ। ତାଙ୍କ ମରଶରୀରକୁ ଦିଲ୍ଲୀରୁ ଭୁବନେଶ୍ୱର ନବୀନ ନିବାସକୁ ଅଣାଯାଇ ସେଠାରୁ ପୁରୀର ସ୍ୱର୍ଗଦ୍ୱାରକୁ ନିଆଯିବା ବେଳେ ଯେପରି ଜନସମୁଦ୍ର ସୃଷ୍ଟି ହୋଇଥିଲା ଏବଂ ଦଳମତ ନିର୍ବିଶେଷରେ ବହୁ ଜାତୀୟ ନେତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ଓ ଆନ୍ତର୍ଜାତିକ ସ୍ତରରେ ଶୋକବ୍ୟକ୍ତ କରାଗଲା, ତାହା ଜାତି ଇତିହାସର କଥାବସ୍ତୁ। ଏବେ ବି ତାଙ୍କ ଅମ୍ଳାନ ସ୍ମୃତି ଓଡ଼ିଶାବାସୀଙ୍କ ମନରେ ଜୀବିତ ରହିଛି।

ସୂର୍ଯ୍ୟ-ଚନ୍ଦ୍ର ଥିବା ଯାଏ ରହିଥିବ ବିଜୁ ବାବୁଙ୍କ ନାଁ…
ପ୍ରବାଦପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବେ ରୁଷ ସରକାର। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଦୁର୍ଦ୍ଦର୍ଷ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ଅଦମ୍ୟ ସାହସ ଓ ଦୁର୍ଦ୍ଦମନୀୟ ବୀରତ୍ବ ଏବଂ ତତ୍କାଳୀନ ସୋଭିଏତ ୟୁନିଅନକୁ ଅକୁଂଠ ସହାୟତା ଆଜି ବି ମନେ ରଖିଛି ରୁଷ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜିମାନଙ୍କ ବିରୋଧରେ ବିଜୟର ୮୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀ ଦୂତାବାସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜୁ ବାବୁଙ୍କୁ ମରଣୋତ୍ତର ଭାବେ ସମ୍ମାନ ପ୍ରଦାନ କରିବେ ରୁଷ ସରକାର। ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଅତିଥି ଭାବେ ଯୋଗଦେବା ସହ ଏହି ସମ୍ମାନ ଗ୍ରହଣ ପାଇଁ ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ରୁଷ ସରକାର। ବିଜୁ ବାବୁଙ୍କୁ ଏହି ସମ୍ମାନ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କ ମରଶରୀରରେ ଭାରତ ସହ ଇଣ୍ଡୋନେସିଆ ଏବଂ ରୁଷିଆର ଜାତୀୟ ପତାକା ଘୋଡ଼ା ଯାଇଥିଲା। ସାରାଦେଶରେ ଏପରି ସମ୍ମାନ ପାଇଥିବା ନେତାଙ୍କ ସଂଖ୍ୟା ନଗଣ୍ୟ।

ସମଗ୍ର ବିଶ୍ବରେ ବିଜୁ ବାବୁ ଓଡ଼ିଶାର ଅନ୍ୟତମ ପରିଚୟ। ହେଲେ ପରିବର୍ତ୍ତିତ ପରିସ୍ଥିତିରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁ ଜନମାନସରୁ ଲିଭାଇ ଦେବା ପାଇଁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର। ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଅନେକ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରୁ ବିଜୁ ପଟ୍ଟନାୟକଙ୍କ ନାମ କାଟି ଦିଆଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ଏକ୍ସପ୍ରେସ ୱେ, ବିଜୁ କେବିକେ ଯୋଜନା, ବିଜୁ ପକ୍କା ଘର ଆଦିର ନାମ ପରିବର୍ତ୍ତନ କରାଯାଇଛି। ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରଚଳିତ ୟୁନେସ୍କୋ ଦ୍ୱାରା ଅନୁମୋଦିତ କଳିଙ୍ଗ ସମ୍ମାନର ଅର୍ଥରାଶି ବନ୍ଦ କରି ଦିଆଯାଇଛି। ସେହିପରି ନିକଟ ଅତୀତରେ ବିଜୁ ବାବୁଙ୍କ ଜନ୍ମଦିନରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଥିବା ବେଳେ ଚଳିତବର୍ଷ ଠାରୁ ଏହାକୁ ସରକାର ବଦଳାଇ ଦେଇଛନ୍ତି। ଯାହା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି।

ବିଜୁ ଲିଗାସି ନଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ଏପରି ଉଦ୍ୟମ ସମ୍ଭବତଃ ଅସାମାଜିକ ତତ୍ତ୍ୱଙ୍କୁ ପରୋକ୍ଷରେ ଉତ୍ସାହିତ କରିଛି। ବିଜୁ ଜୟନ୍ତୀ ପୂର୍ବରୁ ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ କାଟି ନେଲେ, କଟକରେ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତି ରଙ୍ଗ ବଦଳାଇ ଦେଲେ। ଆଉ ବିଜୁ ବାବୁଙ୍କ ପୁଣ୍ୟତିଥିର ଦୁଇଦିନ ପୂର୍ବରୁ ଅସୂୟା ଓ ହୀନମନ୍ୟତାର ସବୁ ସୀମା ଟପି ଦୁର୍ବୃତ୍ତମାନେ ତାଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦେଇଥିଲେ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦିଆଯିବା ଓ ଦୀର୍ଘ ସମୟ ଧରି ପ୍ରତିମୂର୍ତ୍ତି ଜଳିବା ଦୃଶ୍ୟ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ସାରାରାଜ୍ୟରେ ସୃଷ୍ଟି ହୋଇଥିଲା ତୀବ୍ର ପ୍ରତିକ୍ରିୟା। ଏହା ପଛରେ ହୀନ ରାଜନୈତିକ ଅଭିସନ୍ଧି ରହିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ମୁଖ୍ୟମନ୍ତ୍ରୀ ତୀବ୍ର ନିନ୍ଦା କରିବା ସହିତ ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ତଦନ୍ତ କଲା ଆଉ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଅଗ୍ନିସଂଯୋଗ କରିଥିବା ବ୍ୟକ୍ତିଙ୍କୁ ମାନସିକ ବିକୃତ ବୋଲି ଅଭିହିତ କରି କାମ ସାରିଦେଲା। ହେଲେ ମାନସିକ ବିକୃତଙ୍କ ହାତରେ ମାଚିସ୍ କିଏ ଦେଇଥିଲା ଏଯାବତ୍ ତାହା ଲୋକଦୃଷ୍ଟିକୁ ଆସିପାରିଲା ନାହିଁ।

ଓଡ଼ିଆ ଅସ୍ମିତାର ଧ୍ବଜାଧାରୀ, ଆଧୁନିକ ଓଡ଼ିଶାର ନିର୍ମାତା ତଥା ଦେଶପ୍ରେମୀ ବିଜୁ ପଟ୍ଟନାୟକଙ୍କୁ ସମଗ୍ର ବିଶ୍ବ ସମ୍ମାନ ପ୍ରଦର୍ଶନ କରୁଥିବା ବେଳେ ଅସୂୟା ଭାବ ରଖି ଏ ସରକାର ସାମୟିକ ଭାବେ ଉପେକ୍ଷା କରିପାରନ୍ତି କିନ୍ତୁ ଶତଚେଷ୍ଟା କଲେ ସୁଦ୍ଧା ସୂର୍ଯ୍ୟ, ଚନ୍ଦ୍ର ଆକାଶରେ ଥିବା ଯାଏ ଜନମାନସରୁ ତାଙ୍କ ନାଁ ଲିଭାଇ ପାରିବେ ନାହିଁ; ଏକଥା ପୁଣିଥରେ ଏଠାରେ ପ୍ରମାଣିତ ହେଲା।

ପୁଣି ବିଜୁଙ୍କୁ ସମ୍ମାନ ଦେବ ରୁଷ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୋଭିଏତ ୟୁନିୟନକୁ ସହାୟତା ଲାଗି ମିଳିବ ସମ୍ମାନ
ଭୁବନେଶ୍ବର: ପୁଣି ବିଜୁଙ୍କୁ ସମ୍ମାନ ଦେବ ରୁଷ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସୋଭିଏତ ୟୁନିୟନକୁ ସହାୟତା ଲାଗି ମିଳିବ ସମ୍ମାନ। ନାଜି ହିଟଲର ବିରୋଧରେ ବିଜୟର ୮୦ ବର୍ଷ ପୂର୍ତି ଅବସରରେ ସମ୍ମାନିତ ହେବେ ସ୍ୱର୍ଗତ ବିଜୁ ବାବୁ। ଆସନ୍ତା ୯ ତାରିଖରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟକୁ ପୂରୁଛି ୮୦ ବର୍ଷ। ୭ ତାରିଖ ସକାଳେ ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବା ପାଇଁ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତି ଅବସରରେ ସମ୍ମାନିତ ହୋଇଥିଲେ ବିଜୁ। ୧୯୯୫ ମସିହାରେ ବିଜୁବାବୁଙ୍କୁ ଜୁବୁଲି ମେଡାଲରେ ସମ୍ମାନିତ କରାଯାଇଥିଲା। ସମସ୍ତ ପ୍ରତିବନ୍ଧକ ସତ୍ୱେ ବିଜୁ ଷ୍ଟାଲିନ ଗ୍ରେଡରେ ବିମାନ ଅବତରଣ କରି ରୁଷର ରେଡ ଆର୍ମିକୁ ସହାୟତା କରିଥିଲେ। ଆସନ୍ତା ୭ ତାରିଖ ସକାଳେ ହିରୋଙ୍କର ନାମଫଳକ ଅନାବରଣ କରିବେ ରୁଷ ରାଷ୍ଟ୍ରଦୂତ। ଫଳକରେ ଓଡ଼ିଶାର ଗର୍ବ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ନାଁ ଉଲ୍ଲେଖ ରହିଛି।

ପ୍ରବାଦ ପୁରୁଷଙ୍କ ୧୦୮ତମ ଜୟନ୍ତୀରେ ସଂକଳ୍ପ ନେବେ ବିଜେଡ଼ି କର୍ମୀ-କର୍ମକର୍ତ୍ତା
ଭୁବନେଶ୍ୱର: ମହାନ୍‌‌ ଜନନାୟକ, ରାଷ୍ଟ୍ରବାଦୀ ନେତା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଦିବସକୁ ଆଜି ରାଜ୍ୟବ୍ୟାପୀ ପାଳନ କରୁଛି ବିଜେଡି। ଦଳ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ସହରାଞ୍ଚଳରେ ମହାସମାରୋହରେ ପାଳନ କରାଯିବ। ଏହି ଅବସରରେ ଉପସ୍ଥିତ ଦଳର ସମସ୍ତ ସଦସ୍ୟ ଏକ ‘ସମୃଦ୍ଧ, ସଶକ୍ତ, ନବୀନ ଓଡ଼ିଶା’ ଗଠନ ଓ ସମର୍ପିତ ସେବା ନିମନ୍ତେ ସଂକଳ୍ପ ନେବେ।

କ୍ଷମତା ଓ ରାଜନୀତିକୁ ସାଧାରଣ ଲୋକଙ୍କ ସେବା ନିମନ୍ତେ ଏକ ସୁଯୋଗ ବୋଲି ବିଭିନ୍ନ ସମୟରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଗତ ୨୫ ବର୍ଷ ଧରି ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ପ୍ରତି ଯେଉଁ ସମର୍ପିତ ସେବା ପ୍ରଦାନ କରି ଆସିଛି ତାହାକୁ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ସର୍ବଦା ଆହ୍ୱାନ ଦେଇ ଆସିଛନ୍ତି। ରାଜ୍ୟର ପ୍ରତ୍ୟେକ ଲୋକଙ୍କ କଲ୍ୟାଣ ଓ ସମାଜର ଶେଷତମ ସ୍ଥାନରେ ଥିବା ଲୋକଟିକୁ ବିକାଶ ସ୍ରୋତରେ ସାମିଲ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ଦଳ ନିରନ୍ତର କାର୍ଯ୍ୟକାରୀ କରି ଆସୁଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଏହି ‘ସେବା ମନ୍ତ୍ର’କୁ ଗ୍ରହଣ କରି ଦଳର ତୃଣମୂଳରୁ ଶୀର୍ଷସ୍ତର ପର୍ଯ୍ୟନ୍ତ ବିଜୁ ଜୟନ୍ତୀରେ ସେବା ଓ ଗଠନମୂଳକ କାର୍ଯ୍ୟ କରିବ।

ମାର୍ଚ୍ଚ ୫ ତାରିଖ ସକାଳେ ସମସ୍ତ ସ୍ଥାନରେ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହିତ ଏହି ଦିବସ ପାଳନର ଶୁଭାରମ୍ଭ କରାଯିବ। ସ୍ଥାନୀୟ ଅଞ୍ଚଳର ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଏବଂ ବାଳାଶ୍ରମରେ ଫଳ ବଣ୍ଟନ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯିବ। ଭୁବନେଶ୍ୱରର ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ପରିସରରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ କରାଯିବ। ଫରେଷ୍ଟ ପାର୍କ ଏବଂ ବିମାନବନ୍ଦର ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ପୁଷ୍ପମାଲ୍ୟ ଅର୍ପଣ ସହିତ କ୍ୟାପିଟାଲ ହସ୍ପିଟାଲରେ ଫଳ ବଣ୍ଟନ କରାଯିବ। ସେହିପରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ ଆୟୋଜନ କରାଯିବ। ଅପରାହ୍ନରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ନିଃସ୍ୱାର୍ଥପର ଜନ ସେବାର ପ୍ରତୀକ, ପ୍ରବାଦ ପୁରୁଷ, ମହାନ୍‌‌ ରାଷ୍ଟ୍ରନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁ ବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ତାଙ୍କର ଅମୂଲ୍ୟ ଅବଦାନ, ଏକ ସଶକ୍ତ ଏବଂ ପୂର୍ଣ୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ତାଙ୍କର ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା ହେବ।

ଗତ ୨୯ ତାରିଖରେ ଏ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ସାଂସଦ, ବିଧାୟକ ତଥା ପ୍ରାର୍ଥୀ, ଜିଲ୍ଲା କର୍ମକର୍ତ୍ତା, ସାମୁଖ୍ୟର କର୍ମକର୍ତ୍ତାମାନଙ୍କୁ ପତ୍ର ଲେଖି ବିଜୁ ବାବୁଙ୍କ ଜୟନ୍ତୀ ଓ ମହିଳା ଦିବସ ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ଦଳ ପପକ୍ଷରୁ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।

ବିଜୁ ବାବୁ ମହିଳା ମାନଙ୍କର ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସଶକ୍ତିକରଣ ନିମନ୍ତେ ଉଲ୍ଳେଖନୀୟ କାର୍ଯ୍ୟ କରି ସମଗ୍ର ଦେଶ ପାଇଁ ଅତୁଳନୀୟ ଉଦାହରଣ ସୃଷ୍ଟି କରିଯାଇଛନ୍ତି। ସେହିପରି ରାଜ୍ୟ ସରକାର ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ଅନୁକରଣୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ସେହିପରି ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯିବ। ଏସବୁ ବିଷୟରେ ମାର୍ଚ୍ଚ ୮ ତାରିଖରେ ଆୟୋଜିତ ମହିଳା ସମାବେଶରେ ବିସ୍ତୃତ ଆଲୋଚନା କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ ଏପ୍ରିଲ ୧୭ ତାରିଖ ବିଜୁ ବାବୁଙ୍କ ତିରୋଧାନ ଦିବସକୁ ନିରାଡମ୍ବର ଭାବେ ଏବଂ ବିନମ୍ରତାର ସହ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଝଡ଼ର ଇଗଲଙ୍କୁ ଝୁରୁଛି ଓଡ଼ିଶା, ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମନେ ପଡ଼ନ୍ତି ବିଜୁ ବାବୁ । ଝଡ଼ର ଇଗଲଙ୍କୁ ଝୁରୁଛି ଓଡ଼ିଶା । ବିଜୁ ପଟ୍ଟନାୟକ, ଓଡିଆମାନଙ୍କର ଗର୍ବ ଏବଂ ଗୌରବ, ଆଧୁନିକ ଓଡିଶାର କିମ୍ବଦନ୍ତୀ ନେତା ତଥା ସ୍ଥପତି, ସେ ନିଜକୁ ଭୂମିପୁତ୍ର ଭାବରେ ପ୍ରମାଣିତ କରିଛନ୍ତି ତାଙ୍କର ଅଭିନବ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ମାଧ୍ୟମରେ | ଇତିହାସ ଯେତିକି ପଢ଼ିଥିଲେ, ତାହାଠାରୁ ଅଧିକ ଇତିହାସ ରଚିଥିଲେ ପ୍ରବାଦ ପୁରୁଷ ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ । ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ରାଜ୍ୟର କୋଣ ଅନୁକୋଣରେ ହେଉଛି ତାଙ୍କ ସ୍ମୃତିଚାରଣ । ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଜାତିର ସ୍ବାଭିମାନ ବିଜୁ ବାବୁ । ସେ ଦେଖାଇଥିବା ମାର୍ଗ ଏବେ ଓଡ଼ିଶାକୁ ବିକାଶର ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ କରିଛି । ତାଙ୍କ ନୀତି ଆଦର୍ଶ ସର୍ବଦା ଆମକୁ ଲୋକଙ୍କ ସେବା ପାଇଁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ସେପଟେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ନେଇ ରାଜଧାନୀରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଫରେଷ୍ଟ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଏହି ଅବସରରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମେୟର ସୁଲୋଚନା ଦାସ, ବିଧାୟକ ସୁଶାନ୍ତ ରାଉତ, ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ସହ ଦଳୀୟ କର୍ମୀ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓଡ଼ିଶା ମୋ ପରିବାର ପକ୍ଷରୁ ପ୍ରତି ନିର୍ବାଚନ ମଣ୍ଡଳୀରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ୧୫ଦିନ ଧରି ରକ୍ତଦାନ ଶିବିର ଚାଲିବ ।

୧୭ ତାରିଖରେ ଜନନାୟକ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ, କୋଭିଡ କଟକଣାରେ ମଧ୍ୟରେ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର : ଆସନ୍ତା ଏପ୍ରିଲ ୧୭ରେ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ପ୍ରତ୍ୟେକ ବର୍ଷ ବିଜୁବାବୁଙ୍କ ତିରୋଧାନ ଦିବସକୁ ବିଜୁ ଜନତା ଦଳ ପକ୍ଷରୁ ନିରାଡମ୍ବର ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସରୁ ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ କୋଭିଡ କଟକଣାରେ ପାଳନ କରିବାକୁ ଦଳର ସବୁ ରାଜ୍ୟ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ ଦଳୀୟ ନେତା ଏବଂ କର୍ମୀଙ୍କୁ ଏନେଇ ଚିଠି ଲେଖିଛନ୍ତି ନବୀନ । ଏହି ଦିବସରେ ପ୍ରତ୍ୟେକ ସଦସ୍ୟ ବିଜୁ ବାବୁଙ୍କ ଅଭିଳାଷିତ ଓଡ଼ିଶା ଗଠନ ପାଇଁ ଏକମନ ଏକପ୍ରାଣ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ଓଡିଶା ‘ମୋ ପରିବାର’ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ରାଜ୍ୟ ଏବେ କଷ୍ଟକର ସମୟ ଦେଇ ଗତି କରୁଛି । ବିଜୁ ବାବୁ ସବୁବେଳେ ଲୋକସେବାକୁ ସର୍ବାଧିକ ଗୁରୁତ୍ବ ଦେଉଥିଲେ, କୋଭିଡ ସମୟରେ ତାଙ୍କର ଏହି ସେବା ମନୋଭାବକୁ ଆହୁରି ବୃଦ୍ଧି କରିବାର ଆବଶ୍ୟକତା ରହିଥିବା ନବୀନ କହିଛନ୍ତି । ଲୋକଙ୍କୁ ସଚେତନ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସମଗ୍ର ଓଡିଶାକୁ ଗୋଟିଏ ପରିବାର ଭାବେ ବିବେଚନା କରି ନିଜର ସାରା ଜୀବନ ଓଡ଼ିଶାବାସୀଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଉତ୍ସର୍ଗ କରିଥିବା ବିଜୁବାବୁଙ୍କ ପ୍ରତି ଏହାହିଁ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ୧୭ ରେ ପିପିଲି ଉପନିର୍ବାଚନ ଥିବାରୁ ପୁରୀରେ ବିଜୁ ତିରୋଧାନ ଦିବସ ପାଳିତ ହେବନାହିଁ ବୋଲି ଜଣାପଡିଛି ।