Parliament Security - The Sakala

ସଂସଦ ଭବନ ସମେତ ଦିଲ୍ଲୀର ୯ଟି ପ୍ରମୁଖ ସ୍କୁଲକୁ ବୋମା ଧମକ, ଇମେଲରେ ଲେଖାଅଛି- ‘ଦିଲ୍ଲୀ ବନେଗା ଖାଲିସ୍ତାନ’
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଆତଙ୍କର ଛାୟା ଖେଳିଯାଇଛି। ସୋମବାର ସକାଳେ ସଂସଦ ଭବନ ସମେତ ଦିଲ୍ଲୀର ୯ଟି ପ୍ରମୁଖ ସ୍କୁଲକୁ ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଇମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଥିବା ବେଳେ ଦିଲ୍ଲୀ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଧମକପୂର୍ଣ୍ଣ ଇମେଲରେ ଆସନ୍ତା ଫେବୃଆରୀ ୧୩ ତାରିଖ ରାତି ୧୧ଟା ୧୧ ମିନିଟରେ ସଂସଦ ଭବନରେ ବିସ୍ଫୋରଣ ହେବ ବୋଲି ଚେତାବନୀ ଦିଆଯାଇଛି। ଏହି ଇମେଲରେ ଆତଙ୍କବାଦୀ ଅଫଜଲ ଗୁରୁର ନାମ ଉଲ୍ଲେଖ କରାଯିବା ସହ “ଦିଲ୍ଲୀ ବନେଗା ଖାଲିସ୍ତାନ” (ଦିଲ୍ଲୀ ଖାଲିସ୍ତାନ ହେବ) ବୋଲି ଲେଖାଯାଇଛି। ନିଜକୁ ଖାଲିସ୍ତାନ ନ୍ୟାସନାଲ ଆର୍ମି ବୋଲି ଦାବି କରୁଥିବା ଏକ ସଙ୍ଗଠନ ପକ୍ଷରୁ ଏହି ଧମକ ଦିଆଯାଇଥିବା କୁହାଯାଉଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ସକାଳ ୮:୩୦ରୁ ୯:୦୦ ମଧ୍ୟରେ ବିଭିନ୍ନ ସ୍କୁଲକୁ ଏହି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଧମକ ପାଇଥିବା ସ୍କୁଲଗୁଡ଼ିକ ମଧ୍ୟରେ ଦକ୍ଷିଣ ଦିଲ୍ଲୀର ଲୋଧି ରୋଡ୍‌ସ୍ଥିତ ଏୟାର ଫୋର୍ସ ସ୍କୁଲ, କେଆର ମଙ୍ଗଲମ ସ୍କୁଲ, ସାଦିକ୍ ନଗରର ଦି ଇଣ୍ଡିଆନ୍ ସ୍କୁଲ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଦିଲ୍ଲୀ କ୍ୟାଣ୍ଟର ଲୋରେଟୋ କନଭେଣ୍ଟ ସ୍କୁଲ, ରୋହିଣୀର ଭେଙ୍କଟେଶ୍ୱର, ସିଏମ୍ ସ୍କୁଲ ଓ ବାଲ ଭାରତୀ ସ୍କୁଲ, ଆଇଏନଏର ଡିଟିଏ ସ୍କୁଲ ଏବଂ ଶ୍ରୀନିବାସପୁରୀ ଓ ନ୍ୟୁ ଫ୍ରେଣ୍ଡସ୍ କଲୋନୀର କେମ୍ବ୍ରିଜ୍ ସ୍କୁଲକୁ ମଧ୍ୟ ଧମକ ମିଳିଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଜାନୁଆରୀ ୨୯ରେ ଦିଲ୍ଲୀର ୫ଟି ସ୍କୁଲ ଏବଂ ଜାନୁଆରୀ ୨୮ରେ ଚଣ୍ଡିଗଡ଼ର ପ୍ରାୟ ୩୦ଟି ସ୍କୁଲକୁ ସମାନ ଧରଣର ବୋମା ଧମକ ମିଳିଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ବର୍ତ୍ତମାନ ଏହି ଇମେଲର ଉତ୍ସ ଖୋଜିବାରେ ଲାଗିଛି।

ଏଣିକି ସଂସଦର ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ CISF
ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ପରେ ସରକାର ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ୍) କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି ଯାହା ଦ୍ବାରା ବ୍ୟାପକ ଭିତ୍ତିରେ ସିଆଇଏସଏଫ୍ ସୁରକ୍ଷା ଏବଂ ଅଗ୍ନିଶମ ବିଭାଗକୁ ନିୟମିତ ନିୟୋଜନ କରାଯାଇପାରିବ ।

କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟର ସୁରକ୍ଷା କରୁଥିବା ସିଆଇଏସଏଫର ସରକାରୀ ବିଲଡିଂ ସିକ୍ୟୁରିଟି (ଜିବିଏସ୍) ୟୁନିଟ ର ବିଶେଷଜ୍ଞ ତଥା ବର୍ତ୍ତମାନର ସଂସଦ ସୁରକ୍ଷା ଦଳର ଅଧିକାରୀମାନେ ଏହି ସପ୍ତାହ ଶେଷରେ ସର୍ଭେ ଆରମ୍ଭ କରିବେ ।

ସୂଚନା ଅନୁସାରେ, ଉଭୟ ନୂତନ ଏବଂ ପୁରାତନ ସଂସଦ କମ୍ପ୍ଲେକ୍ସ ଏବଂ ସେମାନଙ୍କ ସହ ଜଡିତ ଅଟ୍ଟାଳିକାକୁ ସିଆଇଏସ୍ଏଫ୍ ର ବ୍ୟାପକ ସୁରକ୍ଷା କବଳରେ ରଖାଯିବ । ଯେଉଁଥିରେ ସଂସଦ ସୁରକ୍ଷା ସେବା (ପିଏସ୍ଏସ୍), ଦିଲ୍ଲୀ ପୁଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୁଲିସ (ସିଆରପିଏଫ)ର ସଂସଦ ଡ୍ୟୁଟି ଗ୍ରୁପ୍ (ପିଡିଜି) ମଧ୍ୟ ସାମିଲ ହେବ ।