X Down - The Sakala

X Down For Users Globally: ବିଶ୍ୱବ୍ୟାପୀ ଡାଉନ୍ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ', ସେବା ବାଧାପ୍ରାପ୍ତ ହେବାରୁ ହଇରାଣ ହେଲେ ବ୍ୟବହାରକାରୀ
ନୂଆଦିଲ୍ଲୀ: ପ୍ରସିଦ୍ଧ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ (ପୂର୍ବର ଟ୍ୱିଟର) ସୋମବାର ଦିନ ବଡ଼ ଧରଣର ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛି। ଫେବୃଆରୀ ୧୬ ତାରିଖରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମଟି ହଠାତ୍ ଡାଉନ୍ ହୋଇଯିବା ଫଳରେ ବିଶ୍ୱର ବିଭିନ୍ନ ପ୍ରାନ୍ତର ଶତାଧିକ ବ୍ୟବହାରକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବ୍ୟବହାରକାରୀମାନେ ନିଜ ଆକାଉଣ୍ଟକୁ ଲଗଇନ୍ କରିବା ସହ ନୂଆ ପୋଷ୍ଟ କରିବା ଏବଂ ଫିଡ୍ ରିଫ୍ରେଶ୍ କରିବାରେ ଅସମର୍ଥ ହୋଇଥିବା ଜଣାପଡିଛି। ଆଉଟେଜ୍ ଟ୍ରାକିଂ ୱେବସାଇଟ୍ 'ଡାଉନଡିଟେକ୍ଟର' ଅନୁଯାୟୀ ଏହି ସମସ୍ୟା ବହୁ ସମୟ ଧରି ଜାରି ରହିଥିଲା।

ବ୍ୟବହାରକାରୀଙ୍କ ପାଇଁ ବଢିଲା ସମସ୍ୟା ଆଜି ସକାଳୁ ଏକ୍ସ ବ୍ୟବହାରକାରୀମାନେ ସେମାନଙ୍କର ଟାଇମଲାଇନ୍ ଲୋଡ୍ ହେଉନଥିବା ନେଇ ଅଭିଯୋଗ କରିଥିଲେ। ଅନେକ ବ୍ୟବହାରକାରୀ ପୋଷ୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ ଏହା ସମ୍ଭବ ହୋଇନଥିଲା। କେବଳ ମୋବାଇଲ୍ ଆପ୍ ନୁହେଁ, ବରଂ ଡେସ୍କଟପ୍ ଭର୍ସନରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଥିଲା। ଡାଉନଡିଟେକ୍ଟରର ରିପୋର୍ଟ ମୁତାବକ, ଅଧିକାଂଶ ଲୋକ ଲଗଇନ୍ ସମସ୍ୟା ଏବଂ ସର୍ଭର କନେକ୍ସନକୁ ନେଇ ଅଭିଯୋଗ କରିଛନ୍ତି।

ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରଭାବ ଏହି ଆଉଟେଜ୍ କେବଳ ଗୋଟିଏ ସ୍ଥାନରେ ସୀମିତ ନରହି ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ବିଷୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ କମ୍ପାନୀ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରିକ ସ୍ପଷ୍ଟିକରଣ ମିଳିନାହିଁ। ସେବା ପୁନଃ ସ୍ୱାଭାବିକ କରିବା ପାଇଁ ବ୍ୟବହାରକାରୀମାନେ ଅପେକ୍ଷା କରିଛନ୍ତି। ପୂର୍ବରୁ ମଧ୍ୟ ଏଲନ୍ ମସ୍କଙ୍କ ମାଲିକାନାରେ ଥିବା ଏହି ପ୍ଲାଟଫର୍ମ ଅନେକ ଥର ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇଥିବା ନଜିର ରହିଛି।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ସର୍ଭର ଡାଉନ୍‌
ନୂଆଦିଲ୍ଲୀ : ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ର ସର୍ଭର ଡାଉନ୍‌ ହୋଇଛି। ଗୁରୁବାର ସକାଳୁ ଢ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ସମସ୍ୟା ଉପୁଜିଛି । ସାଇଟ ଡାଉନ ହେବା ଯୋଗୁଁ ୟୁଜର୍ସ ଅନେକ ହଇରାଣ ହେଉଛନ୍ତି । ସମସ୍ୟାଟି ସମଗ୍ର ବିଶ୍ୱବ୍ୟାପୀ ଦେଖାଯାଉଥିବା ଜଣାପଡିଛି।

ଯାହାଫଳରେ ୟୁଜର୍ସମାନେ ଅନେକ ଅସୁବିଧାର ସାମ୍ନା ହେବା ସହିତ ଏନେଇ ଅଭିଯୋଗ ମଧ୍ୟ କରୁଛନ୍ତି । ଏପରିକି ‘ଏକ୍ସ’ରେ ଟ୍ୱିଟର ଡାଉନ୍ ବୋଲି ଟ୍ରେଣ୍ଡ ହେବାରେ ମଧ୍ୟ ଲାଗିଛି । ସର୍ଭର ଡାଉନ୍ ହେବା କାରଣରୁ ୟୁଜର୍ସମାନେ ‘ଏକ୍ସ’ରେ ପୋଷ୍ଟ ସେୟାର କରିପାରୁନାହାଁନ୍ତି । ‘ଏକ୍ସ’ ଖୋଲିଲେ କେବଳ ‘ୱେଲକମ୍ ଟୁ ଏକ୍ସ’ ଲେଖା ହେଇଥିବା ନଜର ଆସୁଛି । ଉଭୟ ଫୋନ୍ ଏବଂ ୱେବରେ ୟୁଜର୍ସମାନେ ଏହି ଅସୁବିଧାର ସାମ୍ନା କରୁଛନ୍ତି ।

ସୂଚନାଯୋଗ୍ୟ ଆଜି ସକାଳ ୧୦.୪୯ ମିନିଟରୁ X ସାଇଟ ଡାଉନ ରହିଛି । X ଖୋଲିବା ସମୟରେ, Welcome ଲେଖା ହୋଇଛି କିନ୍ତୁ ଏହା ପରେ କୌଣସି ପୋଷ୍ଟ ଦେଖାଯାଉନି । ଉଭୟ ମୋବାଇଲ୍ ଏବଂ ଡେସ୍କଟପ୍ ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉଭୟ ଭେରିଫାଇଡ ଓ ନନ୍ ଭେରିଫାଇଡ ଉଭୟଙ୍କ ପାଇଁ ଅସୁବିଧା ହୋଇଛି ।