Aprastuta Mrutyu’ - The Sakala

‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଆଶୁତୋଷ ପରିଡାଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଭୁବନେଶ୍ୱର : ବିଶିଷ୍ଟ କବି ଆଶୁତୋଷ ପରିଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ।  କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଆଶୁତୋଷ ପରିଡାଙ୍କୁ ମିଳିବ ସମ୍ମାନ । ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ୨୪ ଟି ଭାରତୀୟ ଭାଷା ପାଇଁ ପୁରସ୍କାର ଘୋଷିତ ହୋଇଛି ।  କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଆଶୁତୋଷ ପାଇବେ ପୁରସ୍କାର। ଆସନ୍ତା ମାର୍ଚ୍ଚ ୧୨ରେ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ ହେବେ ଆଶୁତୋଷ ପରିଡ଼ା । ଆସନ୍ତା ମାର୍ଚ୍ଚ ୧୧ ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ସାହିତ୍ୟ ଉତ୍ସବ ନୂଆଦିଲ୍ଲୀ ଠାରେ ପାଳନ କରାଯିବ ।

ଆଶୁତୋଷଙ୍କ ବୟସ ୭୮ ବର୍ଷ ଏବଂ ସେ ରିଜିଓନାଲ୍ ରିସର୍ଚ୍ଚ ଲାବୋରେଟରୀର ଜଣେ ବୈଜ୍ଞାନିକ ପଦରେ ଥାଇ ୨୦୦୫ ମସିହାରେ ଅବସର ଗ୍ରହଣ କରିଥିଲେ। ଏଯାବତ୍ ତାଙ୍କର ଏଗାର ଗୋଟି କବିତା ସଂକଳନ ପ୍ରକାଶ ପାଇଛି। ପୁରସ୍କାର ସଂପର୍କରେ ସୂଚନା ପାଇବାପରେ ‘ସାହିତ୍ୟ ଚର୍ଚ୍ଚା’କୁ ନିଜର ପ୍ରତିକ୍ରିୟା ଦେଇ ଆଶୁତୋଷ ଶ୍ରୀ ପରିଡ଼ା କହିଛନ୍ତି, ଜଣେ କବି ହିସାବରେ ଏକ ସମ୍ମାନଜନକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ସେ ଖୁସି ହେବା ସ୍ବାଭାବିକ। ସେ ଏହି ପୁରସ୍କାର ପାଇବେ ବୋଲି କେବେ ଆଶା କରିନଥିଲେ। ଚାକିରି ସହ କବିତା ପ୍ରତି ଏକ ଆକର୍ଷଣ ରହି ଆସିଥିଲା। ତା’ର ଫଳ ମିଳିଛି।

ଆଶୁତୋଷ ପରିଡ଼ା ୧୯୯୦ ମସିହାରେ ‘ଇପ୍ସିତ କ୍ରୋଧ’ ପୁସ୍ତକ ପାଇଁ ଓଡ଼ିଶା ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି। ଗତ ବର୍ଷ  ତାଙ୍କର କବିତା ସଂକଳନ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଦ୍ଵାରା ସର୍ଟଲିଷ୍ଟେଡ୍ ହୋଇଥିବା ସତ୍ତ୍ୱେ ଚୂଡ଼ାନ୍ତ ପର୍ଯ୍ୟାୟରେ ଏହା ମନୋନୀତ ହୋଇପାରି ନଥିଲା। ଶ୍ରୀ ପରିଡା ପୁରସ୍କୃତ ହେବାର ଘୋଷଣା ହେବା ପରେ ତା’ଙ୍କୁ ଅଭିନନ୍ଦନ ଜଣାଇ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ କହିଛନ୍ତି ଆଶୁତୋଷଙ୍କୁ ପୁରସ୍କୃତ କରି କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଶା ପ୍ରତି ନ୍ୟାୟ କରିଛନ୍ତି ।