corona death - The Sakala

ଚୀନ୍‌ରେ କରୋନା ସ୍ଥିତି ସାଂଘାତିକ, ଗୋଦାମ ଘରେ ରଖାଯାଉଛି ଶବ
ବେଜିଂ: ଚୀନ୍‌ ବିଶ୍ବ ପାଇଁ ପୁଣିଥରେ ବିପଦ ସୃଷ୍ଟି କରିଛି। ଦୁନିଆକୁ କରୋନା ଦେଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଚୀନ୍‌ରେ ଏହି ଭୂତାଣୁ ଜଟିଳ ସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ତେଣୁ ଶବ ରଖିବା ପାଇଁ ସ୍ଥାନାଭାବ ଦେଖାଯାଇଛି। ଏଥିଯୋଗୁଁ ଗୋଦାମ ଘରେ ହଜାର ହଜାର ଶବ ରଖାଯାଇଛି। ସ୍ଥିତି ଏଭଳି ହୋଇଛି ଯେ କେବଳ ଝେଜିଆଙ୍ଗ ପ୍ରଦେଶରୁ ଦିନକୁ ୧୦ ଲକ୍ଷ ରୋଗୀ ଚିହ୍ନଟ ହେଉଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏଠାକାର ହସ୍ପିଟାଲରେ ବେଡ୍‌ ସମସ୍ୟା ଦେଖାଦେଇଛି। ଲୋକେ ଚିକିତ୍ସା ପାଇଁ ହସ୍ପିଟାଲ ବାହାରେ ଅପେକ୍ଷା କରି ରହିଛନ୍ତି। ଆଉ କିଛି ରୋଗୀ ଚିକିତ୍ସା ପାଇଁ ଅନ୍ୟ ସହରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଆଗାମୀ ଦିନରେ ଏହି ରାଜ୍ୟରୁ ଦିନକୁ ୨୦ ଲକ୍ଷ ରୋଗୀ ଚିହ୍ନଟ ହୋଇପାରନ୍ତି ବୋଲି ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି। ସଂକ୍ରମଣକୁ ଦେଖି ଚୀନ୍‌ ସରକାର ଭୟଭୀତ ହୋଇଯାଇଛନ୍ତି। ଆଉ କରୋନା ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟାର ସୂଚନା ଦିଆଯିବ ନାହିଁ ବୋଲି ନ୍ୟାସନାଲ ହେଲ୍‌ଥ କମିଶନ କହିଛନ୍ତି। ଏହି ଏଜେନ୍ସି ଗତ ୩ ବର୍ଷ ହେଲା ପ୍ରତ୍ୟେକ ଦିନ କରୋନା ରିପୋର୍ଟ ଜାରି କରୁଥିଲା।

ଚଳିତ ମାସର ପ୍ରଥମ ୨୦ ଦିନରେ ଚୀନ୍‌ରୁ ୨୪ କୋଟି ୮୦ ଲକ୍ଷ କରୋନା ମାମଲା ସାମ୍‌ନାକୁ ଆସିଲାଣି। ଚୀନ୍‌ ଉପରେ ନଜର ରଖିଥିବା ମାନବାଧିକାର କର୍ମୀ ଜେନିଫର ଜେଙ୍ଗ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ମସ୍‌ଜିଦରେ କରୋନା ମୃତକଙ୍କ ଶବ ରଖାଯାଇଥିବା ଦେଖିବାକୁ ମିଳୁଛି। ମୃତ୍ୟୁସଂଖ୍ୟା ବୃଦ୍ଧି ଯୋଗୁଁ ଘୁଷୁରିଙ୍କୁ ରଖା ଯାଉଥିବା ଗୋଦାମରେ ଶବ ରଖାଯାଉଛି। ୟୁକ୍ରେନିଙ୍ଗର ଉପ ଜିଲ୍ଲାରେ ଥିବା ଏକ ଗୋଦାମ ଘରେ ୧୫ ହଜାର ଶବ ରଖାଯାଇଛି। ଜେଙ୍ଗଙ୍କ ଅନୁଯାୟୀ ରାଷ୍ଟ୍ରପତି ସି ଜିନପିଙ୍ଗ ମାଆ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ତେବେ ଏ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷରେ ଗତ ୨୩ ତାରିଖରେ ଚୀନ୍‌ରୁ ଆଗ୍ରା ଫେରିଥିବା ଜଣେ ବ୍ୟବସାୟୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ତାଙ୍କର ନମୁନାକୁ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଇ ଦିଆଯାଇଛି।

ରାଜ୍ୟରେ ୪୬ ଜଣଙ୍କ ଜୀବନ ନେଲାଣି କୋଭିଡ୍‌ ୪ର୍ଥ ଲହର, ପ୍ରତିଦିନ ପ୍ରାଣ ହରାଉଛନ୍ତି ଜଣେ କିମ୍ବା ଦୁଇ ଜଣ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ କୋଭିଡ୍‍ ସଂକ୍ରମଣ ଦୁର୍ବଳ ଅବସ୍ଥାରେ ରହିଛି। ଦୈନିକ ସଂକ୍ରମଣ ୫%ରୁ ହ୍ରାସ ପାଇ ୧%ରୁ ସାମାନ୍ୟ ଅଧିକ ରହିଛି। କିନ୍ତୁ କୋଭିଡ୍‍ ମୃତ୍ୟୁ ଥମିବାର ନାଁ ଧରୁ ନାହିଁ। ବେଶ୍‍ କିଛି ଦିନର ବ୍ୟବଧାନ ପରେ ଜୁଲାଇ ମାସରୁ କୋଭିଡ୍‍ ମୃତ୍ୟୁ ଆରମ୍ଭ ହୋଇଥିଲା। ୪ର୍ଥ ଲହରରେ ୪୬ ଜଣଙ୍କ ଜୀବନ ନେଲାଣି କରୋନା। ପ୍ରତି ଦିନ ଜଣେ ଦୁଇ ଜଣ କୋଭିଡ୍‍ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି।

ଚଳିତ ବର୍ଷ ଜାନୁଆରୀ ୩ ତାରିଖ ସୁଦ୍ଧା ରାଜ୍ୟରେ ୮୪୬୩ କୋଭିଡ୍‍ ମୃତ୍ୟୁ ହୋଇଥିଲା। ଗତକାଲି ସକାଳ ସୁଦ୍ଧା ରାଜ୍ୟରେ ୯୧୭୨ ଜଣ ପ୍ରାଣ ହରାଇଛନ୍ତି। ୪ର୍ଥ ଲହର ଆରମ୍ଭ ହେବା ପରେ କୋଭିଡ୍‍ ମୃତ୍ୟୁ ହୋଇନଥିଲା। ତେବେ ଜୁଲାଇ ୧୨ ତାରିଖରେ ପ୍ରଥମ କୋଭିଡ୍‍ ମୃତ୍ୟୁ ହୋଇଥିଲା। ଏହା ପରେ ଦିନେ ଦୁଇ ଦିନ ବ୍ୟବଧାନରେ କ୍ରମାଗତ ଭାବେ କୋଭିଡ୍‍ ମୃତ୍ୟୁ ହୋଇ ୪୬ ଜଣଙ୍କ ପ୍ରାଣ ନେଲାଣି କରୋନା। ସାଧାରଣତଃ ବୟସ୍କ ଏବଂ ବହୁବିଧ ରୋଗରେ ପୀଡିତ ରୋଗୀ କରୋନାରେ ପ୍ରାଣ ହରାଇଥାନ୍ତି। ହେଲେ ୪ର୍ଥ ଲହରରେ କମ୍‍ ବୟସ୍କ ଏବଂ ସାଧାରଣ ରୋଗରେ ପୀଡିତ ସଂକ୍ରମିତ ମଧ୍ୟ ପ୍ରାଣ ହରାଉଥିବା ଦେଖାଯାଇଛି। ସୁନ୍ଦରଗଡ଼, କଳାହାଣ୍ଡି, ଭୁବନେଶ୍ୱର, କେନ୍ଦୁଝର ଜିଲ୍ଲାରେ କୋଭିଡ୍‍ ମୃତ୍ୟୁ ଅଧିକ ରହୁଥିବା ଦେଖାଯାଇଛି।

ଗତ ୨୩ ତାରିଖରେ ନବରଙ୍ଗପୁର ଜିଲ୍ଲାରେ ଜଣେ ୨୧ ବର୍ଷିୀୟ କୋଭିଡ୍‍ ଆକ୍ରାନ୍ତ ଯୁବତୀ ପ୍ରାଣ ହରାଇଥିଲେ। ତାଙ୍କର କୌଣସି ରୋଗ ନଥିଲା। ସେହିପରି ୧୪ ତାରିଖରେ ରାୟଗଡ଼ା ଜିଲ୍ଲାରେ ଜଣେ ୨୪ ବର୍ଷୀୟ ମହିଳା ପ୍ରାଣ ହରାଇଥିଲେ। ତେବେ ଅଧିକାଂଶ ମୃତକଙ୍କ ବୟସ ୬୦ ବର୍ଷରୁ ୮୦ ବର୍ଷ ମଧ୍ୟରେ ସୀମିତ ରହୁଛି। ଆଇଏଲ୍‍ଏସ୍‍ର ଜଣେ ବୈଜ୍ଞାନିକ କହିଛନ୍ତି, ସଂକ୍ରମଣ ହାର ହ୍ରାସ ପାଇଥିଲେ ସୁଦ୍ଧା କୋଭିଡ୍‍ ଭୂତାଣୁର ବିପଦ ଟଳି ନାହିଁ। ସକ୍ରିୟ ରହିଥିବା ମ୍ୟୁଟେସନ୍‍ ହେତୁ ଲୋକଙ୍କ ପ୍ରାଣ ଯାଉଛି। ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କର ଅନ୍ୟ କୌଣସି ଗୁରୁତର ରୋଗ ରହିଛି ତା ହେଲେ ସେ କୋଭିଡ୍‍ ଭୂତାଣୁର ପ୍ରତିରୋଧ କରିପାରୁ ନାହାନ୍ତି। ସେଥିପାଇଁ ସେମାନଙ୍କ ଜୀବନ ରକ୍ଷା ସମ୍ଭବ ହେଉ ନାହିଁ। ଡାକ୍ତର ହରିଶ ଚୌଧୂରୀ କହିଛନ୍ତି, କୋଭିଡ୍‍ ଟିକା ଲୋକଙ୍କୁ ସୁରକ୍ଷା ଦେଉଛି। ଏବେ ରାଜ୍ୟରେ ଟିକାକରଣ ସନ୍ତୋଷଜନକ ରହିଥିବା ସତ୍ତ୍ବେ ପ୍ରାଣ ହାନୀ ଘଟିବା ଚିନ୍ତାର କାରଣ। ଯେଉଁ ମାନେ କୋଭିଡ୍‍ରେ ପ୍ରାଣ ହରାଉଛନ୍ତି ସେମାନେ ଟିକା ନେଇଛନ୍ତି କି ନାହିଁ ତାହା ତର୍ଜମା କରିବା ଆବଶ୍ୟକ। କୋଭିଡ୍‍ ଭୂତାଣୁ ଆମ ଭିତରେ ସକ୍ରିୟ ରହିଛି ଆଉ ଆଗକୁ ମଧ୍ୟ ରହିବ। ତେଣୁ କୋଭିଡ୍‍ ନିୟମ ପାଳନ କରିବା ହିଁ ଯଥାର୍ଥ ବୋଲି ଡା ଚୌଧୂରୀ କହିଛନ୍ତି।

କରୋନା କବଳରେ ହଂକଂ: ବିଶ୍ବ ତୁଳନାରେ ମୃତ୍ୟୁ ୫ ଗୁଣ ଅଧିକ, ଶବ ରଖିବାକୁ ମିଳୁନି ସ୍ଥାନ
ଭିକ୍ଟୋରିଆ: କରୋନା ମହାମାରୀ ହଂକଂରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଏଠାରେ ଭୂତାଣୁ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଦକ୍ଷିଣ କୋରିଆ ପରେ ହଂକଂ ବିଶ୍ବର ଦ୍ବିତୀୟ ହଟସ୍ପଟ ବନିଯାଇଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି । ଏଥିରୁ ୭ ଲକ୍ଷ ସଂକ୍ରମିତ ଚଳିତ ମାସରେ ଚିହ୍ନଟ ହୋଇଛନ୍ତି। ତେବେ କରୋନା ମୃତ୍ୟୁସଂଖ୍ୟା ଦେଶର ଚିନ୍ତା ବଢାଇଛି। ମୃତ୍ୟୁସଂଖ୍ୟା ଏତେ ମାତ୍ରାରେ ବୃଦ୍ଧିପାଇଛି ଯେ ଅନ୍ତିମ ସଂସ୍କାର ପାଇଁ କଫିନ ଅଭାବ ଦେଖାଦେଇଛି। ଶବ ରଖିବାକୁ ମଧ୍ୟ ସ୍ଥାନନାହିଁ । ଏଥୁଯୋଗୁଁ ରେଫ୍ରିଜେରେଟର ସିଫି କଣ୍ଟେନରରେ ଶବ ରଖାଯାଉଛି । ମଶାଣି ୨୪ ଘଣ୍ଟା ଖୋଲା ରହିଛି । ୨୩୦୦ ଶବକୁ ରଖିବା ପାଇଁ ପାର୍କିଂ ନିକଟରେ ୫୦ କଣ୍ଟେନରର ସୁବିଧା କରାଯାଇଛି।

ଦେଶରୁ ଦିନକୁ ହରାହାରି ୨୨ ହଜାର ନୂଆ ମାମଲା ଆସୁଛି। ଅକ୍ସଫୋର୍ଟ ୟୁନିଭର୍ସିଟିର ତଥ୍ୟ ଅନୁଯାୟୀ ହଂକଂ ମୃତ୍ୟୁହାର ଆମେରିକାର ଶୀର୍ଷ ସଂକ୍ରମଣ ସମୟଠାରୁ ତିନି ଗୁଣ ଅଧିକ। ନୂଆ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁହାର ୧୪ ପ୍ରତିଶତ ଅଧିକ। ଏହ। ବିଶ୍ବର (୦.୨୮ ପ୍ରତିଶତ) ଠାରୁ ୫ ଗୁଣ ଅଧିକ ।

ଦକ୍ଷିଣ କୋରିଆରୁ ସବୁଠାରୁ ଅଧିକ ୩.୮୫ ଲକ୍ଷ ରୋଗୀ ଚିହ୍ନଟ ହେଉଛନ୍ତି, କିନ୍ତୁ ସେଠାରେ ମୃତ୍ୟୁହାର ମାତ୍ର ୦.୦୮ ପ୍ରତିଶତ ରହିଛି। ଜାନୁଆରୀ ୧ରୁ ଏ ପର୍ଯ୍ୟନ୍ତ ହଂକଂରେ ୫ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ପ୍ରାଣ ହରାଇଲେଣି । ଏହା ପୂର୍ବରୁ ୨୦୨୦ ଏବଂ ୨୦୨୧ରେ ମାତ୍ର ୨୦୦ ଲୋକ ପ୍ରାଣ ହରାଇଥିଲେ । ଏହି ଲହରରେ ୭୦ ବର୍ଷରୁ ଊର୍ଦ୍ଧ୍ବ ୮୭ ପ୍ରତିଶତ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଚୀନ୍‌ରେ ମଧ୍ୟ କରୋନା ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି । ଏଠାରେ ଗତ ୧୫ ତାରିଖରେ ସର୍ବାଧୂକ ୫,୦୨୮ ମାମଲା ଚିହ୍ନଟ ହୋଇଥିଲା। କରୋନାର ନୂଆ ଭାରିଆଣ୍ଟ ବିଏ.୨ ଚୀନ୍‌ର ନିଦ ହଜାଇ ଦେଇଛି। ଯେକୌଣସି ଉପାୟ ଅବଲମ୍ବନ କରି ସଂକ୍ରମଣ ରୋକିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ
ମୁମ୍ବଇ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଏହା ଦେଶରେ ପ୍ରଥମ ଓମିକ୍ରନ ଜନିତ ମୃତ୍ୟୁ । ମହାରାଷ୍ଟ୍ରର ପିମ୍ପ୍ରି ଅଞ୍ଚଳର ୫୨ ବର୍ଷ ବୟସ୍କ ଏହି ବ୍ୟକ୍ତିଜଣକ ନାଇଜେରିଆରୁ ଫେରିଥିଲେ । ତାଙ୍କର ନମୁନା ପରୀକ୍ଷା କରାଯିବା ପରେ ସେ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପରେ ଜିନୋମ ସିକ୍ୱେନସିଂରୁ ସେ ଓମିକ୍ରନରେ ଆକ୍ରାନ୍ତ ଥିବା ସାମନାକୁ ଆସିଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ତେବେ ତାଙ୍କର ମୃତ୍ୟୁ ଘଟିଛି । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ କୁହାଯାଇଛି ।

କରୋନାରେ ପ୍ରାଣ ହରାଇଥିବା ୪ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ
ଭୁବନେଶ୍ୱର: କୋଭିଡରେ ପ୍ରାଣ ହରାଇଥିବା କାର୍ଯ୍ଯରତ ସାମ୍ୱାଦିକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ । ୪ ଜଣ ପରଲୋକଗତ ସାମ୍ୱାଦିକଙ୍କ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି । କରୋନା ବିରୋଧରେ ଲଢ଼େଇରେ କାର୍ୟ୍ୟରତ ବେଳେ ପ୍ରାଣବଳୀ ଦେଇଥିବା ଏହି ସାମ୍ୱାଦିକମାନେ ହେଲେ ଇଂରାଜୀ ଦୈନିକ ଟାଇମ୍ସ ଅଫ୍ ଇଣ୍ଡିଆର ପ୍ରୀତିମାନ ମହାପାତ୍ର, ଆଜିକାଲି ଓଡ଼ିଆ ଦୈନିକ ପତ୍ରିକାର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ମୁକ୍ତବୃତ୍ତ ସାମ୍ୱାଦିକ ବସନ୍ତ ଦାସ ଓ ଜୀ ଓଡ଼ିଶା ପ୍ରତିନିଧି ମାନସ ରଞ୍ଜନ ଜୟପୁରିଆ । ସେମାନଙ୍କ ସମ୍ପର୍କୀୟଙ୍କୁ ବ୍ୟାଙ୍କ ଜରିଆରେ ଏହି ଆର୍ଥିକ ସହାୟତା ରାଶି ଟ୍ରାନ୍ସଫର କରାଯାଇଛି ।

ମୃତ୍ଯୁ ପ୍ରମାଣପତ୍ରରେ ରହିବ କାରଣ, ଆଉ ଲୁଚାଇହେବନି କରୋନା ମୃତ୍ଯୁ ସଂଖ୍ଯା
ଏବେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ମୃତ୍ୟୁ  ପ୍ରମାଣପତ୍ରରେ ଏହାର କାରଣ ରେକର୍ଡ କରାଯିବ। ଏଥିରେ କରୋନାରେ ପ୍ରାଣ ହରାଇଥିବା ଉଲ୍ଲେଖ କରାଯିବ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ଇଣ୍ଡିଆନ୍ କାଙ୍ଗ ସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍) ପକ୍ଷରୁ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏହା ଅଧିନରେ କରୋନା ଜନିତ ମୃତ୍ୟୁର ସରକାରୀ ତଥ୍ୟ ଜାରି କରାଯିବ। ସୁପ୍ରିମକୋର୍ଟ ସମାଲୋଚନା କରିବାର ୧୦ ଦିନ ପରେ କେନ୍ଦ୍ର ଏହି ନୂଆ ମାର୍ଗଦର୍ଶିକା ଜାରି କରିଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି କୌଣସି ବ୍ୟକ୍ତି କରୋନାରେ ପ୍ରାଣ ହରାନ୍ତି ତେବେ ମୃତ୍ୟୁ ପ୍ରମାଣପତ୍ରରେ ଏହା ଦର୍ଶାଇବାକୁ ପଡିବ। ପୂର୍ବରୁ ଅନେକ ଲୋକ କରୋନାରେ ମୃତ୍ୟୁବରଣ କରିଥିବାବେଳେ ସେମାନଙ୍କ ପରିବାର ଲୋକଙ୍କୁ ମିଳିଥିବା ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଲ୍ଲେଖ କରାଯାଉ ନ ଥିଲା । ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରି ଏ ସମ୍ପର୍କିତ ନିୟମ ସରଳ କରିବାକୁ କେନ୍ଦ୍ରକୁ କହିଥିଲେ। ନୂଆ ନିୟମରେ ପୂର୍ବରୁ ମୃତ୍ୟୁ ପ୍ରମାଣପତ୍ର ପାଇ ନ ଥିବା ଲୋକ ଏଥିପାଇଁ ଆବେଦନ କରିପାରିବେ । ଏ ନେଇ ଦେଶର ସମସ୍ତ ଜିଲ୍ଲାରେ ଏକ କମିଟି ଗଠନ କରାଯିବ । ଏହି କମିଟି ଆବେଦନ କରିବାର ୩୦ ଦିନ ମଧ୍ୟରେ ନୂଆ କିମ୍ବା ସଂଶୋଧୃତ କରୋନା ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନେବେ।

ନୂଆ ମାର୍ଗଦର୍ଶିକା ଅନୁଯାୟୀ ଆରଟି-ପିସିଆର, ମଲିକ୍ୟୁଲାର, ରାପିଡ-ଆଣ୍ଟିଜେନ ଟେଷ୍ଟ କରିଥିବା କିମ୍ବା ଘରେ ଡାକ୍ତରଙ୍କ ଯାଞ୍ଚ ସମୟରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ତଦ୍‌ଜନିତ ବୋଲି ଧରାଯିବ। ତେବେ ବିଷ ଖାଇ, ଆତ୍ମହତ୍ୟା, ହତ୍ୟା କିମ୍ବା ଦୁର୍ଘଟଣା ସମେତ ଅନ୍ୟ କାରଣ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ତାହାକୁ କରୋନା ଜନିତ ଧରାଯିବ ନାହିଁ। ଏହା ସହିତ ଘରେ କିମ୍ବା ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଏବଂ ପଞ୍ଜୀକରଣ ସଂସ୍ଥାକୁ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ ୧୯୬୯ (ଧାରା ୧୦)। ଅନୁଯାୟୀ ମେଡିକାଲ ପ୍ରମାଣପତ୍ରର ଫର୍ମ ୪ ଏବଂ ୪ଏ ଦିଆଯାଇଥିଲେ ତାହାକୁ କରୋନା ସମ୍ବନ୍ଧିତ ଧରାଯିବ।

ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ସତ୍ୟପାଠରେ କୁହାଯାଇଛି ଆଇସିଏମଆର ଅଧ୍ୟୟନ ଅନୁଯାୟୀ କରୋନା ସଂକ୍ରମିତ ହେବାର ୨୫ ଦିନ ମଧ୍ୟରେ ୯୫ ପ୍ରତିଶତ ମୃତ୍ୟୁ ହୋଇଯାଇଥାଏ। ଏବେ ନିୟମରେ ପରିବର୍ତ୍ତନ କରାଯାଇଛି। କରୋନା ପରୀକ୍ଷା କରିବାର ତାରିଖ କିମ୍ବା ସଂକ୍ରମିତ ହେବାର ୩୦ ଦିନ ମଧ୍ୟରେ ହେଉଥିବା ମୃତ୍ୟୁକୁ ତଦଜନିତ ଧରାଯିବ। ଯଦି କୌଣସି ମିଳିନାହିଁ କିମ୍ବା ମୃତକଙ୍କ ପରିବାର ସେମାନେ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲା ସ୍ତରରେ ଗଠନ କରାଯାଇଥିବା କମିଟିକୁ ସୂଚନା ଦେଇପାରିବେ।

ମାମଲାରେ ମୃତ୍ୟୁ ପ୍ରମାଣପତ୍ରରେ ଦିଆଯାଇଥିବା କାରଣରେ ଅସନ୍ତୋଷ ପ୍ରକାଶ କରନ୍ତି ଏବଂ କିମ୍ବା ଉପରୋକ୍ତ ମାନଦଣ୍ଡ ପୂରଣ କରୁନାହାନ୍ତି ତେବେ ସେମାନେ ରାଜ୍ଯ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲା ସ୍ତରରେ ଗଠନ କରାଯାଇଥିବା କମିଟିକୁ ସୂଚନା ଦେଇପାରିବେ।

ଆଜି ରାଜ୍ଯରୁ ଚିହ୍ନଟ ହେଲେ ୧୧୩୯ ନୂଆ କରୋନା ଆକ୍ରାନ୍ତ, ଆଉ ୬୦ ମୃତ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ଯରେ  ଚିହ୍ନଟ ହୋଇଛନ୍ତି ୧୧ଶହ ୯୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୯୫  ଜଣ ଚିହ୍ନଟ ହୋଇଥିବ ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ଯା ୪୯୮ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୨ହଜାର ୩୭୫କୁ ବୃଦ୍ଧି ପାଇଥିବା ବେଳେ ୯ଲକ୍ଷ ୭୪ହଜାର ୭୫୬ ସଂକ୍ରମିତ ସୁସ୍ଥ ହେଲେଣି । ଏବେ ରାଜ୍ୟରେ ୧୦ହଜାର ୮୦୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ୪ଶହ ପାର କରିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।  ଖୋର୍ଦ୍ଧାରୁ- ୪୨୫, କଟକରୁ- ୧୬୧, ବାଲେଶ୍ୱରରୁ- ୬୯, ଜଗତସିଂହପୁରରୁ- ୫୬, ଯାଜପୁରରୁ -୫୦ ପଜିଟିଭ୍ ବାହାରିଛନ୍ତି । ଦୁଇଟି ଜିଲ୍ଲା ସୁବର୍ଣ୍ଣପୁର, କଳାହାଣ୍ଡିରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି । ବାକି ୨୩ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଭିତରେ ରହିଛି ।

ସେହିପରି ରାଜ୍ୟରେ ଆଜି ୬୦ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।  ଏଥିସହ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୬ହଜାର ୭୫୭କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଆଉ ୬୬ ଜଣଙ୍କ ଜୀବନ ନେଲା ମହାମାରୀ କରୋନା
ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ତଳମୁହାଁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ୬୦ ତଳକୁ ଖସୁ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୨୩୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ ମୃତ୍ୟୁବରଣ କରିଥିବାବେଳେ, କଟକରୁ ୧୧ ଜଣ, ଗଞ୍ଜାମରୁ ୧୦ ଜଣ, ବାଲେଶ୍ୱରରୁ ୬ ଜଣ, ଅନୁଗୁଳରୁ ୪ ଜଣ, କେନ୍ଦୁଝରରୁ ୩ ଜଣ, ବଲାଙ୍ଗୀର, ମୟୂରଭଞ୍ଜ ଓ ପୁରୀରୁ ୨ ଜଣେ ଲେଖାଏଁ, ଭଦ୍ରକ, କନ୍ଧମାଳ, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି ।

ରାଜ୍ଯରେ କରୋନା ନେଲା ଆଉ ୬୭ ଜଣଙ୍କ ଜୀବନ
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା। । କରୋନା ଗତ ୨୪ ଘଣ୍ଟାରେ ଆଉ ୬୭ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୦୩୩ କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧ଜଣ, କଟକ ଜିଲ୍ଲାରୁ ୧୦ଜଣ, ପୁରୀ ଜିଲ୍ଲାରୁ ୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୫ଜଣ ରହିଛନ୍ତି । ସେହିପରି ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରୁ ୪ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ ଓ ଭଦ୍ରକ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ବରଗଡ଼, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ରାଜ୍ଯରେ ୨୪ ଘଣ୍ଟାରେ ୧୫୫୮ କରୋନା ଆକ୍ରାନ୍ତ ଚିହ୍ନଟ, ୬୬ଜଣଙ୍କ ମୃତ୍ଯୁ
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ଯା ହ୍ରାସ ପାଉଥିବା ବେଳେ ମୃତକଙ୍କ ସଂଖ୍ୟା  ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ଆଉ ୬୬ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫ହଜାର ୮୩୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧି କ୧୧ ଜଣଙ୍କର ମୃତ୍ଯୁ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସେହିପରି କଟକରୁ- ୧୦, ଖୋର୍ଦ୍ଧାରୁ- ୮, ଭଦ୍ରକରୁ- ୬, ଯାଜପୁରରୁ -୫ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି। ଗଞ୍ଜାମ, ପୁରୀ ଓ ଜଗତସିଂହପୁରରୁ ୪ ଜଣ ଲେଖାଏଁ । ବାଲେଶ୍ଵର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ ମୟୁରଭଞ୍ଜରୁ ୨ ଜଣ ଲେଖାଏଁ । ବୌଦ୍ଧ, ଦେଓଗଡ଼, ଗଜପତି, କଳାହାଣ୍ଡି, କନ୍ଧମାଳ, ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୫୮ ଏବଂ ସ୍ଥାନୀୟ ସଂକ୍ରମିତ ୯୦୪ ଜଣ ରହିଛନ୍ତି। ଏଥିସଗ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୫ହଜାର ୬୯୦ ପହଞ୍ଚିଛି। ଏଥି ମଧ୍ଯରୁ ମୋଟ୍  ୯ଲକ୍ଷ ୫୩ହଜାର ୮୮ ସୁସ୍ଥ ହୋଇଥିବ ବେଳେ ୧୬ହଜାର ୭୧୫ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି।

ରାଜ୍ଯରେ କରୋନା ନେଲା ଆଉ ୬୨ ଜଣଙ୍କ ଜୀବନ
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା। । କରୋନା ଗତ ୨୪ ଘଣ୍ଟାରେ ଆଉ ୬୨ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୫୭୪ କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୨ ଜଣ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୦ଜଣ, କେନ୍ଦୁଝର ଜିଲ୍ଲାରୁ ୪ ଜଣ, ଯାଜପୁର ଜିଲ୍ଲାରୁ ୨ ଜଣ ରହିଛନ୍ତି । ସେହିପରି ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ରାଜ୍ଯରେ ଖସୁଛି ସଂକ୍ରମଣ, ଥମୁନି ମୃତ୍ଯୁ: କରୋନା ନେଲା ଆଉ ୬୭ଜଣଙ୍କ ଜୀବନ
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତକଙ୍କ ସଂଖ୍ୟା  ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ଆଉ ୬୭ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫ହଜାର ୩୦୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି ବାଲେଶ୍ୱର ଜିଲାରୁ ଆଉ  ୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲାରୁ ୮, ବରଗଡ ଜିଲାରୁ ୭ ଏବଂ ନବରଙ୍ଗପୁର ଜିଲାରୁ ୬ ଜଣ ରହିଛନ୍ତି । ସେହିଭଳି ଅନୁଗୁଳ, ପୁରୀ ଓ ରାୟଗଡା ଜିଲାରୁ ୫ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କର ପ୍ରାଣ ହାନି ଘଟିଛି । ଅନୁରୂପ ଭାବରେ ଢେଙ୍କାନାଳରୁ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । କନ୍ଧମାଳ ଓ ମୟୁରଭଞ୍ଜ ଜିଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । କଳାହାଣ୍ଡି, କେନ୍ଦ୍ରାପଡା ଓ ନୂଆପଡା ଜିଲାରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।