mo cycle - The Sakala
ସରକାର ପରିବର୍ତ୍ତନ ପରେ ନାମ ପରିବର୍ତ୍ତନ ନିଶା: ‘ବସ୍‌‌’ ହେଲା ‘ସାଇକଲ୍‌‌’ କେବେ
ଭୁବନେଶ୍ୱର: ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ମୋ ବସ୍‌‌’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ୍‌‌’ କରାଗଲା। ହେଲେ ‘ମୋ ସାଇକେଲ୍‌‌’ କିନ୍ତୁ ‘ଆମ ସାକକଲ୍‌‌’ ହୋଇପାରିଲା ନାହିଁ। ‘ମୋ ସାଇକଲ୍‌‌’ ଆମ ସାଇକଲ କେବେ ହେବ ତାହା ରାଜଧାନୀର ସାଇକଲ ଚାଳକଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ପାଲଟିଛି। ନାମ ପଛରେ ଆଉ କିଛି ଷଡ଼ଯନ୍ତ୍ର ରହିଛି କି ତାହା ଜଣାପଡ଼ୁ ନାହିଁ। ପୂର୍ବ ସରକାରଙ୍କ ଭଲ କାମକୁ ହାଇଜାକ୍‌‌ କରି ନିଜ ଯୋଜନା ବୋଲି ଲୋକଙ୍କ ଜଣାଇବାକୁ ବାଟ ପ୍ରସ୍ତୁତ ହେଉଛି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।
ଏପରି ନୁହେଁ ଯେ ସରକାର ପରିବର୍ତ୍ତନ ହେବା ପରେ ‘ମୋ ସାଇକେଲ୍‌‌ ଯୋଜନାକୁ ବନ୍ଦକରି ଦିଆଯାଇଛି। ଖୋଦ୍‌‌ ବିଭାଗୀୟ ମନ୍ତ୍ରୀ ଏନେଇ ଗୃହରେ ଉତ୍ତର ରଖିଛନ୍ତି ଯେ ଏହାକୁ ବନ୍ଦ କରାଯାଇ ନାହିଁ। ସାଇକଲ୍‌‌ ଗୁଡ଼ିକୁ ମରାମତି କରାଯାଉଛି। ହେଲେ ଏପର୍ଯ୍ୟନ୍ତ ମରାମତି ପର୍ଯ୍ୟାୟରେ ହିଁ ମୋ ସାଇକଲ୍‌‌ ଯୋଜନା ଅଟକି ଗଲା। ରାଜଧାନୀର ରାଜରାସ୍ତାରେ ମୋ ସାଇକେଲ୍‌‌ ଗଡ଼଼ିପାରୁ ନାହିଁ। ମୋ ସାଇକେଲ୍‌‌କୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେବାରୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌‌ (ବିଏସ୍‌‌ସିଏଲ୍‌‌) ଖରାପ ହୋଇ ପଡ଼ି ରହିଥିବା ମୋ ସାଇକେଲ୍‌‌ଗୁଡିକୁ ସଜାଡ଼ିବା ପାଇଁ ବିଭିନ୍ନ ସ୍ଥାନରୁ ସାଇକେଲ୍‌‌ ଗୁଡ଼ିକୁ ଗତବର୍ଷ ସେପ୍ଟେମ୍ବର ମାସରେ ଉଠାଇ ନେଇ ଗ୍ୟାରେଜ୍‌‌ରେ ରଖାଯାଇଥିଲା। ସାଇକେଲ୍‌‌ଗୁଡିକୁ ସଜାଡିବା ପରେ ପୁଣିଥରେ ଉଠାଯାଇଥିବା ସ୍ଥାନରେ ରଖାଯିବ ବୋଲି ସୂଚନା ଦିଆଯାଇଥିଲା। ହେଲେ ଏଗୁଡ଼ିକ ଏପର୍ଯ୍ୟନ୍ତ ଗ୍ୟାରେଜ୍‌‌ରୁ ବାହାରି ପାରୁନି କିମ୍ବା ମୋ ସାଇକଲ୍‌‌ରୁ ଆମ ସାଇକଲ୍‌‌ କେବେ ହେବ ବୋଲି କେହି କହୁ ନାହାନ୍ତି।
ସୂଚନାଯୋଗ୍ୟ, ୨୦୧୮ ହକି ବିଶ୍ୱକପ୍‌‌ ସମୟରେ ହେକ୍ସି, ୟୋନୋ, ୟୁଲୁ କମ୍ପାନୀଠାରୁ ୨୫ହଜାର ଟଙ୍କା ଲେଖାଏ ଦେଇ ମୋଟ ୨ ହଜାର ସାଇକଲ୍‌‌ କିଣାଯାଇଥିଲା। ଏବାବଦରେ ୫ କୋଟି ଖର୍ଚ୍ଚ ହୋଇଥିଲା। ସହରରେ ସାଇକଲ ଟ୍ରାକ୍‌‌ ନିର୍ମାଣ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସାଇକଲଗୁଡିକ ବ୍ୟବହାର ନ ହୋଇ ନଷ୍ଟ ହେବାରେ ଲାଗିଲା। ଏପରିକି କବାଡ଼ିଖାନାରେ ମୋ ସାଇକେଲ୍‌‌କୁ ସ୍କ୍ରାପ୍‌‌ ଆକାରରେ ବିକ୍ରି କରାଗଲା। ସେହିପରି ବହୁ ମୋ ସାଇକଲ୍‌‌ ଚୋରି ହୋଇଗଲା। ଏହିକୁ ନେଇ ସ୍ମାର୍ଟସିଟିକୁ ବିଭିନ୍ନ ମହଲରୁ ନିନ୍ଦିତ ହେବାକୁ ପଡ଼ିଥିଲା। ଏବେ ତ ଆଉ ସାଇକଲ୍‌‌ ଦେଖାଯାଉ ନାହିଁ। ବରଂ ମୋ ସାଇକେଲ୍‌‌ ଗଡ଼଼ିବା ପାଇଁ ପ୍ରସ୍ତୁତ ହୋଇଥିବା ଟ୍ରାକ୍‌‌ର ରଙ୍ଗ ବି ଛାଡି ଗଲାଣି।।ଫଳରେ ଏବେ ଏଠାରେ ଆଉ ସାଧାରଣ ସାଇକେଲ୍‌‌ ବି ଗଡ଼଼ିପାରୁ ନାହିଁ।
ଭୁବନେଶ୍ବର: ଖୁବଶୀଘ୍ର ‘ମୋ ସାଇକେଲ’ର ହେବ ସଦୁପଯୋଗ। ଏଣିକି ରାସ୍ତାକଡରେ ନୁହେଁ ବରଂ ପ୍ରକୃତ ହିତାଧିକାରୀଙ୍କ ନିକଟରେ ରହିବ ମୋ ସାଇକେଲ। ମୋ ସାଇକେଲର ମାଲିକ ହେବେ ବସ୍ତିର ପାଠପଢା ପିଲା ଓ ଏସଏଚଜିର ମହିଳା। ଏନେଇ ବିଏମସିର କର୍ପୋରେସନ ବୈଠକରେ ଆସିଥିବା ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହେବାସହ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ୱରରେ ମୋଟ ୨ ହଜାର ମୋ ସାଇକେଲ ଥିବାବେଳେ ଏହାର ପରିଚାଳନା ଦାୟିତ୍ବ ହେକ୍ସି, ୟେନା ଓ ୟୁଲୁ ଭଳି ୩ଟି କମ୍ପାନୀକୁ ଦିଆଯାଇଥିଲା। ତେବେ କରୋନା ସମୟରେ ମୋ ସାଇକେଲର ରକ୍ଷଣାବେକ୍ଷଣ କାର୍ଯ୍ଯ ସଠିକ ଭାବେ ତୁଲାଇ ନ ଥିବା ଦର୍ଶାଇ ହେକ୍ସି କମ୍ପାନୀକୁ କଳା ତାଲିକା ଭୁକ୍ତ କରାଯାଇଥିଲା। ୟେନା ଓ ୟେଲୁ କମ୍ପାନୀକୁ ସମସ୍ତ ମୋ ସାଇକେଲର ଦାୟିତ୍ୱ ଦିଆଯାଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ କରିବା ଓ ସାଇକେଲ ଚାଳନା ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଲକ୍ଷ୍ୟରେ ୨୦୧୮ ମସିହାରେ ପ୍ରଥମ ବିଶ୍ୱକପ ହକି ଆୟୋଜନ ସମୟରେ ମୋ ସାଇକେଲ ଆରମ୍ଭ ହୋଇଥିଲା। ଏଥିପାଇଁ ସ୍ୱତନ୍ତ୍ର ସାଇକେଲ ଟ୍ରାକ ମଧ୍ୟ କରାଯାଇଥିଲା। ତେବେ ପରିଚାଳନାଗତ ତ୍ରୁଟି ହେଉ ଅଥବା ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ହେଉ ସାଇକେଲଗୁଡିକର ଚୋରି ଓ ଅପବ୍ୟବହାର ହେବାର ଦେଖିବାକୁ ମିଳିଥିଲା। ଏସବୁକୁ ଦୃଷ୍ଟିରେ ରଖି ସାଇକେଲ ଗୁଡିକର ସଦୁପଯୋଗ କରିବାକୁ ବିଏମସି ନିଷ୍ପତ୍ତି ନେଇଛି। ସମସ୍ତ ମୋ ସାଇକେଲର ଆବଶ୍ୟକ ମରାମତି କରି ସେଗୁଡିକୁ ବସ୍ତି ଅଞ୍ଚଳର ପାଠ ପଢା ପିଲାଙ୍କୁ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟଙ୍କ ଯାତାୟାତରେ ସୁବିଧା ପାଇଁ ବଣ୍ଟନ କରିବାକୁ ନିଷ୍ପତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସିର ବରିଷ୍ଠ କର୍ପୋରେଟର ଓ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା।
ଆଜି ବିଶ୍ୱ ସାଇକଲ ଦିବସ: ରାସ୍ତାକୁ ଫେରୁଛି କ୍ରିଂ କ୍ରିଂ, ଏପଟେ ଅସ୍ତିତ୍ୱ ହରାଇଛି ‘ମୋ ସାଇକଲ’
ଭୁବନେଶ୍ୱର: ଆଜି ବିଶ୍ବ ସାଇକଲ ଦିବସ । ସାଇକେଲର ବ୍ୟବହାରକୁ ବହୁଳ ଭାବେ ବଢାଇବା ପାଇଁ ଜୁନ ୩ ତାରିଖକୁ ବିଶ୍ୱ ସାଇକଲ ଦିବସ ଭାବରେ ଘୋଷଣା କରିଛି “ମିଳିତ ଜାତିସଂଘ” । କୁନି କୁନି ପିଲା ଓ ଯୁବଗୋଷ୍ଠୀଙ୍କୁ ସାଇକେଲ୍ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।
ବଦଳିଛି ସମୟ। ସମୟ ବଦଳିବା ସହ ଲୋକମାନଙ୍କର ଗମନାଗମନର ପରିଭାଷା ବି ବଦଳିଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ସବୁଆଡ଼େ ଦିନେ କେବଳ ଶୂନ ଗାଡ଼ିର ଚାହିଦା ଥିଲା। ଏବେ ମଟର ସାଇକଲ୍‍ର ଘୁଁ ଘାଁ ଶବ୍ଦରେ ଆଜି ବି ସାଇକଲ୍‍ର ଚାହିଦା ରହିଛି। ଏବେ ସାଇକଲ୍‍ କାହା ପାଇଁ ଫିଟ୍‍ନେସ୍‍ର ମନ୍ତ୍ର ପାଲଟିଛି ତ ଆଉ କାହା ପାଇଁ ପେଟ୍ରୋଲ ଡିଜେଲ ଦରରୁ ମୁକ୍ତି ପାଇବାର ପଥ। ସାଇକଲ୍‍ କେବଳ ବ୍ୟକ୍ତିର ପରିବହନର ବାହନ ନୁହେଁ, ବରଂ ଉତ୍ତମ ସ୍ୱାସ୍ଥ୍ୟର ସାଥୀ ପାଲଟିଯାଇଛି।
ସାଇକଲ୍‍କୁ ନେଇ ସାମାଜିକ ପରିବର୍ତ୍ତନ ସହ ସାଇକଲ୍‍ ଚାଳନାକୁ ଲୋକଙ୍କ ଭିତରେ ଆଦୃତି କରିବା ପାଇଁ ସେ ଧରିଛନ୍ତି ମଙ୍ଗ। ସାଇକଲ୍‍ ଚାଳନା ସାଙ୍ଗକୁ ସାଇକଲ୍‍ ସମ୍ପର୍କିତ ପୁସ୍ତକ, କଫି ପିଇ ବିଭିନ୍ନ ସ୍ଥାନରୁ ସାଇକଲ୍‍ ଚାଳକଙ୍କ ସହ ବାର୍ତ୍ତାଳାପ କରିବାର ମିଳୁଛି ସୁଯୋଗ। ସାଇକଲିଂ ସଂସ୍କୃତିକୁ ହୃଦୟଙ୍ଗମ କରିବା ସହିତ ଲୋକଙ୍କ ଭିତରେ ଅଭ୍ୟାସ ଜାରି ରଖିବାର ପ୍ରୟାସ ଜାରି ରଖିଛନ୍ତି। ସାଇକଲ୍‍ ଦୋକାନ କରି ନିଜକୁ ଉଦ୍ୟୋଗୀର ପରିଚୟ ଦେବା ସହ ସାଇକଲ୍‍ଚାଳନାକୁ ଲୋକ ଆପଣାଇବା ପାଇଁ ସେ ପ୍ରବର୍ତ୍ତାଉଛନ୍ତି। ଏମିତି ଏକ ଅନୁଚିନ୍ତାରେ ସେ ଆରମ୍ଭ କରିଥିଲେ ‘୨୨ ବାଇକ୍ସ୍‍’। ପୁରୁଣା ଓ ନୂଆ ସାଇକଲ୍‍କୁ ନେଇ ତାଙ୍କର ଏହି ପ୍ରୟାସ। ୨୦୧୫ ମସିହାରେ ଭୁବନେଶ୍ୱରରେ ସାଇକଲ୍‍ ଚାଳନାର ସଂସ୍କୃତିକୁ ଫେରାଇ ଆଣିବା ପାଇଁ ଅଜୟ କୁମାର ନନ୍ଦ ଆରମ୍ଭ କରିଥିଲେ ଏହି ପ୍ରୟାସ। ଏହି ପ୍ରୟାସ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହିତ ଅନାଥ ଓ ବସ୍ତି ପିଲାଙ୍କୁ ମାଗଣାରେ ସାଇକଲ୍‍ ପ୍ରଦାନ କରୁଛନ୍ତି। ଏବେ ସୁଦ୍ଧା ସେ ୨୦ରୁ ଊର୍ଦ୍ଧ୍ବ ପିଲାଙ୍କୁ ମାଗଣାରେ ସାଇକଲ୍‍ ଦେଇଛନ୍ତି। ପୁରୁଣା ସାଇକଲ୍‍ର ପୁନରୁଦ୍ଧାର ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ। ପୁରୁଣା ସାଇକଲ୍‍କୁ ଆଣି ସେସବୁକୁ ସଜାଡ଼ି ନୂଆ ରୂପରେ ପିଲାମାନଙ୍କୁ ମାଗଣରେ ଦେଉଛନ୍ତି।
କେବଳ ସେତିକିରେ ସୀମିତ ନୁହେଁ, ତାଙ୍କର ଏହି ସାଇକଲ୍‍ ଅନୁଚିନ୍ତା। ଏହାସହିତ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ମଧ୍ୟରେ ସାଇକଲିଂ ବିଷୟରେ ସଚେତନା କରୁଛନ୍ତି ଅଜୟ। ଏସମ୍ପର୍କରେ ଅଜୟ କୁହନ୍ତି, ୨୦୧୫ ମସିହାରେ ଦୁବାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ସାଇକଲ୍‍ ଚଲାଉଥିବାବେଳେ ସାଇକଲ୍‍ ସଜାଡ଼ିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲୁ। ଏଥିପାଇଁ ସାଇକଲ୍‍ ଦୋକାନ ସହ ସାମାଜିକ କାର୍ଯ୍ୟକଳାପ ସହ ଜଡ଼ିତ ହେବାର ପ୍ରୟାସ କରାଯାଇଛି। ଯେଉଁଠାରେ ସାଇକଲ୍‍ ସମ୍ପର୍କରେ ବହି ପଢ଼଼ିବାର ସୁଯୋଗ ମିଳିବା ସହ ଏକାଠି ବସି ଆଲୋଚନା କରିବାର ବ୍ୟବସ୍ଥା ରହିଛି। ୩୦ଜଣଙ୍କୁ ନେଇ ସାଇକଲିଂ ଗ୍ରୁପ୍‍ ମଧ୍ୟ କରାଯାଇଛି। ବିଭିନ୍ନ ସଚେତନତାର ବାର୍ତ୍ତା ଦେଇ ସାଇକଲ୍‍ ମାଧ୍ୟମରେ ଦୂରଦୂରାନ୍ତକୁ ଯାଉଛନ୍ତି। କେବଳ ସାଇକଲ୍‍ ବିକ୍ରି ନୁହେଁ, ପୁରୁଣା ସାଇକଲ୍‍ ସ୍ମୃତିକୁ ପୁଣିଥରେ ଫେରାଇଆଣିବାର ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି।
ପିଲାଟିବେଳୁ ସାଇକଲ୍‍କୁ ନେଇ ଅନେକଙ୍କର ରହିଛି ଅଭୁଲା ସ୍ମୃତି। ପ୍ରଥମେ କିଏ ସାଇକଲ୍‍ ଚଳାଇ ସାଇକଲରୁ ପଡ଼ି ଖଣ୍ଡିଆ ହୋଇଛନ୍ତି ତ ଆଉ କିଏ ବାପାଙ୍କ ସାଇକଲ୍‍ ଧରି ସାଙ୍ଗମାନଙ୍କ ସହ ଦୂରକୁ ଯାଇଛନ୍ତି। ସାଇକଲ୍‍କୁ ନେଇ ସାଉଁଟା ସ୍ମୃତିକୁ ନେଇ ସାମାଜିକ ଗଣମାଧ୍ୟମରେ କରାଯାଉଛି ରୋମନ୍ଥନ। ବୟସ୍କଠାରୁ ଆରମ୍ଭ କରି ଯୁବପିଢ଼ି ସମସ୍ତେ ଏବେ ଫେସ୍‍ବୁକ୍‍, ଟୁଇଟର୍‍ରେ ଲେଖୁଛନ୍ତି। କିଏ ନିଜର ପୁରୁଣା ସାଇକଲ୍‍ ସହ ପୁରୁଣା ଫଟୋକୁ ଅପ୍‍ଲୋଡ୍‍ କରୁଛି ତ କିଏ ନିଜର ଦୈନନ୍ଦିନ ଜୀବନରେ ସାଇକଲ୍‍ ଯାତ୍ରାକୁ ନେଇ ଲେଖୁଛନ୍ତି। ଏବେ ବି ପୁରୁଣା ସାଇକଲ୍‍କୁ ସାଇତି ରଖିଛନ୍ତି ଅନେକ ଲୋକ।
ଅସ୍ତିତ୍ୱ ହରାଇଛି ‘ମୋ ସାଇକେଲ’
ସାଇକଲଚାଳନାକୁ ପ୍ରୋତ୍ସାହନ ଦେବାକୁ ଭୁବନେଶ୍ୱରରେ ମୋ ସାଇକଲ ଆରମ୍ଭ ହୋଇଥିଲା। ମୋ ସାଇକଲ ଯୋଜନାରେ ୨ ହଜାର ସାଇକଲ ଅଣାଯାଇଥିବା ବେଳେ ବର୍ତ୍ତମାନ ଏହି ସାଇକଲ ନିଜର ଅସ୍ତିତ୍ୱ ହରାଇଛି। ୨ ହଜାର ସାଇକଲରୁ ଅନେକ ଭାଙ୍ଗିରୁଜି ଯାଇଥିବା ବେଳେ ଅନେକ ଚୋରୀ ମଧ୍ୟ ହୋଇଯାଇଛି। ଯାହାପାଇଁ ଗୋଟେ ସମୟରେ ସମସ୍ତଙ୍କ ଆଦର ସାଉଣ୍ଟିଥିବା ‘ମୋ ସାଇକଲ’ ଏବେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଛି। ବର୍ତ୍ତମାନ ସାଇକଲ୍‍ ଟ୍ରାକ୍‍ରୁ ନାଲି ରଙ୍ଗ ଲିଭିଯାଇଥିବା ବେଳେ ସାଇକଲ ଆରୋହୀଙ୍କ ପାଇଁ ରାସ୍ତାରେ ବାଟ ନାହିଁ। ଏହାସହିତ ଯେଉଁ ଷ୍ଟାଣ୍ଡଗୁଡ଼ିକରେ ମୋ ସାଇକଲ ରହୁଥିଲା ସେଥିରେ ବି ଅଧାରୁ ଅଧିକ ଫାଙ୍କା ପଡୁଛି। ଯେଉଁ କିଛି ଜାଗାରେ ସାଇକଲ ରହିଛି, ତାହା ତଳେ ପଡୁଥିବା ଓ ଧୂଳି ଗଦାରେ ରହିଥିବା ଦେଖିବାକୁ ମିଳୁଛି। ୨୦୧୮ ମସିହା ହକି ବିଶ୍ୱକପ୍‍ ସମୟରେ ଆରମ୍ଭ ହୋଇଥିବା ଏହି ଯୋଜନା ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ନିଜର ସ୍ଥିତି ହରାଇଥିବା ବେଳେ କବାଡ଼ି ଖାନାରେ ଶହ ଶହ ସାଇକଲ କଟା ହୋଇ ବିକ୍ରି ମଧ୍ୟ ହୋଇଛି। ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ‘ମୋ ସାଇକଲ’ ଯୋଜନା କରିଥିଲେ। ସାଇକଲ ଚାଳନା ପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି କରିବାକୁ ଉଭୟ ବିଏମ୍‍ସି ଓ ସ୍ମାର୍ଟସିଟି ଢୋଲ ପିଟୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହାର ଫଳ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି। ‘ମୋ ସାଇକଲ’ ଆରମ୍ଭ ହେବା ବେଳେ ୩ଟି ଘରୋଇ ସଂସ୍ଥାକୁ ଏଥିରେ ନିୟୋଜିତ କରାଯାଇଥିଲା। ଏଥିରେ ସର୍ବାଧିକ ସାଇକଲ ଯୋଗାଇଥିବା ହେକ୍ସି କମ୍ପାନୀକୁ କାର୍ଯ୍ୟରେ ଅବହେଳା କରୁଥିବା ଦର୍ଶାଇ କମ୍ପାନୀକୁ ହଟାଇ ଦିଆଯାଇଥିଲା। ସମ୍ପୃକ୍ତ କମ୍ପାନୀ ପରିଚାଳନା କରୁଥିବା ୧ ହଜାର ସାଇକଲକୁ ସ୍ମାର୍ଟସିଟି ନିଜ ପସନ୍ଦର କମ୍ପାନୀକୁ ଦେଇଥିଲା। ମାତ୍ର ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ସ୍ଥିତି ଯଥା ପୂବଂ ତଥା ପରଂ ଅବସ୍ଥାରେ ଥିବା ବେଳେ ଶହ ଶହ ସାଇକଲ ଏଣେ ତେଣେ ପଡ଼ି ରହିଛି। କେଉଁଠି ଡ୍ରେନ୍‍ରେ ସାଇକଲ ପଡ଼ି ରହିଥିବା ବେଳେ କିଛି ସାଇକଲ ଅଳିଆ ଗଦାରେ ପଡ଼ି ରହିଛି। ଏଥିପ୍ରତି ପରିଚାଳନା ସଂସ୍ଥା ବା ବିଏମସି ଓ ସ୍ମାର୍ଟସିଟି କୌଣସି ପଦକ୍ଷେପ ନେଉ ନ ଥିବା ଦେଖିବାକୁ ମିଳିଛି।
ପୁଣି ରାସ୍ତାକୁ ଫେରିଲା ‘ହେକ୍ସି’, ପରିଚାଳନା କରିବ ‘ୟାନା’ କମ୍ପାନୀ
ଭୁବନେଶ୍ୱର: ଦୀର୍ଘ ଦିନର ବିବାଦ ପରେ ପୁଣି ଥରେ ରାସ୍ତାକୁ ‘ହେକ୍ସି’ କମ୍ପାନୀର ‘ମୋ ସାଇକଲ’ ଟ୍ରାକ୍‍କୁ ଫେରିଛି। ଏବେ ଏହି ସାଇକଲର ପରିଚାଳନା ଭାର ‘ୟାନା’ କମ୍ପାନୀକୁ ଦିଆଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‍ ଓ ହେକ୍ସି ମଧ୍ୟରେ ହୋଇଥିବା ବିବାଦ ପରେ ହେକ୍ସି କମ୍ପାନୀ ସାଇକଲ ପରିଚାଳନା ଭାରରୁ ଓହରିଯିବା ଯୋଗୁଁ ‘ୟାନା’କୁ ଏହାର ପରିଚାଳନା ଭାର ଦିଆଯାଇଛି। ମୋ ସାଇକଲ ଯୋଜନାରେ ୨ ହଜାର ସାଇକଲ ଆସିଥିବା ବେଳେ ହେକ୍ସି କମ୍ପାନୀର ସର୍ବାଧିକ ୧ ହଜାର ସାଇକଲ ରହିଛି। ହେଲେ କିଛି ଦିନ ପୂର୍ବରୁ ହେକ୍ସି କମ୍ପାନୀର କିଛି ସାଇକଲ କବାଡ଼ିଖାନାରେ ମିଳିବା ପରେ ସ୍ମାର୍ଟସିଟି ଓ ହେକ୍ସି ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏନେଇ ସ୍ମାର୍ଟସିଟି ପକ୍ଷରୁ ଥାନାରେ ଏତଲା ଦିଆଯିବା ସହିତ ଦିଲ୍ଲୀରୁ ହେକ୍ସି କମ୍ପାନୀ କର୍ତ୍ତୃପକ୍ଷ ଆସି ସ୍ମାର୍ଟସିଟି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ସେମାନେ ନିଜର ୧ ହଜାର ସାଇକଲକୁ ସ୍ମାର୍ଟସିଟିକୁ ହସ୍ତାନ୍ତର କରି ପରିଚାଳନା ଦାୟିତ୍ୱରୁ ଓହରିଯାଇଥିଲେ। ଏବେ ଏହି ସାଇକଲକୁ ମରାମତି କରି ସ୍ମାର୍ଟସିଟି ପୁଣି ତରେ ହେକ୍ସି କମ୍ପାନୀର ୫୦୦ ସାଇକଲକୁ ଟ୍ରାକକୁ ଆଣିଛି। ଏହି ସାଇକଲର ପରିଚାଳନା ପାଇଁ ‘ୟାନା’ ସହିତ ଏକ ୩ ବର୍ଷିଆ ଚୁକ୍ତି ହୋଇଥିବା ବେଳେ ପରିଚାଳନା ପାଇଁ ସମ୍ପୃକ୍ତ କମ୍ପାନୀକୁ ଅର୍ଥ ଦିଆଯିବ ବୋଲି ଜଣାପଡ଼ିଛି। ଏହି ୫୦୦ ସାଇକଲ ଫେରିବା ପରେ ବର୍ତ୍ତମାନ ମୋଟ୍‍ ୧୫୦୦ ସାଇକଲ୍‍ ରାଜଧାନୀ ରାସ୍ତାରେ ଗଡ଼଼ିବା ପାଇଁ ପ୍ରସ୍ତୁତ ରହିଛି। ‘ୟାନା’ର ପୂର୍ବରୁ ୫୦୦ ସାଇକଲ ଥିବା ବେଳେ ୟୁଲୁର ମଧ୍ୟ ୫୦୦ ସାଇକଲ ରହିଛି। ଏବେ ପୁଣି ଏଥରେ ୫୦୦ ସାଇକଲ ଯୋଡ଼ି ହୋଇଥିବା ବେଳେ ଖୁବ୍‍ଶୀଘ୍ର ହେକ୍ସିର ଆଉ ୫୦୦ ସାଇକଲ ମଧ୍ୟ ଟ୍ରାକ୍‍କୁ ଫେରିବ ବୋଲି ଜଣାପଡ଼ିଛି।
ବିଏମ୍‌ସି ଓ ହାକ୍ସି ମଧ୍ୟରେ ଛକାପଞ୍ଝା; ସାଇକଲ ନ ଫେରାଇଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: କବାଡ଼ିଖାନାରୁ ‘ମୋ ସାଇକଲ’ ମିିଳିବା ପରେ ବିଏମ୍‌ସି ଓ ହାକ୍ସି ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା । ଏଗ୍ରିମେଣ୍ଟ ଅନୁଯାୟୀ ଯଦି ୧ ହଜାର ସାଇକଲରୁ ହେକ୍ସିର କମ୍‍ ସାଇକଲ ରହେ ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ମାର୍ଟସିଟିର ଏତଲା ଆଧାରରେ ସହିଦନଗର ଥାନା ପୁଲିସ ଚୋରି ମାମଲା ରୁଜୁକରି ତଦନ୍ତ କରୁଛି। ପ୍ରାଥମିକ ତଦନ୍ତ ବେଳେ କବାଡ଼ିଖାନାକୁ ସାଇକଲ କେମିତି ଗଲା ଓ କିଏ ଏହି ସାଇକଲ ବିକ୍ରି କରିଥିଲା ତାହାର ପ୍ରମାଣ ଯୋଗାଡ଼ କରାଯାଇଛି। ଯଦି ବୁଝାମଣାରେ ମାମଲା ସମାଧାନ ନ ହୁଏ ତେବେ ଅଭିଯୋଗ ଆଧାରରେ ସହିଦନଗର ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ଗୁରୁବାର ହେକ୍ସି କର୍ତ୍ତୃପକ୍ଷ ବିଏମ୍‍ସି କମିସନର ତଥା ସ୍ମାର୍ଟସିଟି ସିଇଓଙ୍କୁ ଭେଟିଥିବା ସୂଚନା ମିଳିଛି। ପୂର୍ବରୁ ହେକ୍ସି କର୍ମଚାରୀଙ୍କୁ ପୁଲିସ ପକ୍ଷରୁ ଡକାଯାଇଥିଲା। ଯାହାଦ୍ୱାରା ହେକ୍ସିର ବରିଷ୍ଠ ଅଧିକାରୀମାନେ ଦିଲ୍ଲୀରୁ ଆସିଥିବା ଜଣାପଡ଼ିଛି। ଏମାନେ କମିସନରଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା ସହିତ କେଉଁ ଆଧାରରେ ସାଇକଲ କବାଡ଼ିଖାନାକୁ ଗଲା ସେନଇ ମଧ୍ୟ ଉତ୍ତର ରଖିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପୂର୍ବରୁ ହେକ୍ସିର ଜଣେ କର୍ମଚାରୀ କହୁଥିଲେ ଯେ ପ୍ରଥମେ ୧ ହଜାର ସାଇକଲ ଦିଆଯାଇଥିଲା। ପରେ ଚାହିଦା ବଢ଼଼ିବାରୁ ଆଉ ୪୦୦ ସାଇକଲ୍‍ ଯୋଗାଣ ହୋଇଥିଲା। ଏହି ସାଇକଲକୁ ହିଁ ବିକ୍ରି କରାଯାଇଛି। ମାତ୍ର ସ୍ମାର୍ଟସିଟି ପକ୍ଷରୁ ଗଣତି କରାଯିବା ପରେ ୨୦୦ ରୁ ଊର୍ଦ୍ଧ୍ବ ସାଇକଲ୍‍ କମ ଥିବା ଦର୍ଶାଯାଇ ଥାନାରେ ଏତଲା ଦିଆଯାଇଥିଲା। ତେଣୁ ଏହି ବିବାଦ ବଢ଼଼ିବାରେ ଲାଗିଛି। ଏହାସହିତ ଯଦି ହେକ୍ସି ପକ୍ଷରୁ ସ୍ମାର୍ଟସିଟିକୁ ସନ୍ତୋଷ ଜନକ ଉତ୍ତର ଦିଆଯାଏ ତେବେ ଆପୋଷ ବୁଝାମଣାରେ ମାମଲା ସମାଧାନ ହେବ ନଚେତ୍‍ ପୁଲିସ ତାହାର ତଦନ୍ତକୁ ଆଗକୁ ବଢ଼଼ାଇବ।
ସୂଚନା ଥାଉ କି ବୁଧବାର କବାଡ଼ିଖାନାରେ ୫୮ ଟି ସାଇକଲକୁ ସହିଦ ନଗର ଥାନା ପୁଲିସ ଜବତ କରିଥିଲା। ସାଇକଲ୍‍ ଜବତ କରିବା ପରେ କମିସନରେଟ୍‍ ପୁଲିସ ପକ୍ଷରୁ ହେକ୍ସି କମ୍ପାନୀ ସହିତ ଯୋଗାଯୋଗ କରାଯାଇଥିଲା। କମ୍ପାନୀର ମୁଖ୍ୟ ଶାଖା ଦିଲ୍ଲୀରେ ଥିବାରୁ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପୁଲିସ ଡାକାଇଥିଲା। ସେମାନେ ଭୁବନେଶ୍ୱରରେ ପହଞ୍ଚି ସ୍ମାର୍ଟସିଟି ସହିତ ଆଲୋଚନା କରିଛନ୍ତି। ଆବଶ୍ୟକ ପଡ଼ିଲେ ପୁଲିସ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବ ବୋଲି ଜଣାପଡ଼ିଛି।
ଇଏ କାହା ସାଇକଲ୍‍
‘ମୋ ସାଇକଲ୍‍ ମୋ ସାଇକଲ୍‍’ କହୁଛନ୍ତି। କିନ୍ତୁ କାହା ସାଇକଲ୍‍ ଓ କିଏ ଦାୟିତ୍ୱ ନେବ ତାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ସାଇକଲ ଯେବେଠାରୁ ଷ୍ଟାଣ୍ଡକୁ ଆସିଛି, ସେବେଠାରୁ ଅବହେଳା ଆରମ୍ଭ ହୋଇଯାଇଛି। ପ୍ରତିଦିନ ରାସ୍ତା ପାର୍ଶ୍ବରେ ମୋ ସାଇକଲ୍‍ ଅବ୍ୟବସ୍ଥିତ ଓ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି। ପ୍ରଥମେ କ୍ରୁଟ୍‍ ଓ ଏବେ ବିଏମ୍‍ସି ଏହି ସାଇକଲର ଦାୟିତ୍ୱ ତୁଲାଉଥିବା ବେଳେ ଦୁଇ ବିଭାଗଙ୍କ କାର୍ଯ୍ୟଦକ୍ଷତା ଏଥିରୁ ପ୍ରମାଣିତ ହୋଇଛି। ସବୁଠୁ ବଡ଼ କଥା ହେଲା ସାଇକଲର ସଠିକ୍‍ ପରିଚାଳନା କରିବା ପାଇଁ କ୍ରୁଟ୍‍ଠାରୁ ମୋ ସାଇକଲର ଭାର ବିଏମ୍‍ସି ନିଜ ହାତକୁ ଆଣିଥିଲା। ଇତି ମଧ୍ୟରେ ଘଟଣାକୁ ୬ ମାସରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ବି ସାଇକଲ ନିଜର ଅସ୍ତିତ୍ୱ ହରାଉଥିଲେ ବି ଟ୍ରାକ୍‍କୁ ଫେରି ପାରୁ ନ ଥିବା ଦେଖିବାକୁ ମିଳିଛି।