Nua Odisha - The Sakala

ଆରମ୍ଭ ହେଲା ଦୁଇଦିନିଆ ନୂଆ ଓଡ଼ିଶା ବିଶ୍ବ ସମ୍ମିଳନୀ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱଠାରେ ଆରମ୍ଭ ହୋଇଛି ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ଏଥିରେ ବିଭିନ୍ନ ଶିଳ୍ପ କ୍ଷେତ୍ରର ୫୦୦ରୁ ଅଧିକ ପ୍ରମୁଖ ବ୍ୟକ୍ତିତ୍ବ, ୧୦୦ରୁ ଅଧିକ ବିଶିଷ୍ଟ ବକ୍ତା, ନୀତି ନିର୍ଦ୍ଧାରକ ଏବଂ ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି।

ସାମାଜିକ, ଅର୍ଥନୀତି ଏବଂ ନିବେଶ ଆଦି କ୍ଷେତ୍ରରେ ଓଡିଶା ଆଜି ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ପରିଚିତ ହୋଇପାରିଛି। ଏହି ସମ୍ମିଳନୀରେ ଓଡ଼ିଶାରେ ଅଭିବୃଦ୍ଧିକୁ ଆହୁରି ଆଗକୁ ନେବା ସହ ଭବିଷ୍ୟତ ଲାଗି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସମ୍ଭାବନା ଉପରେ ମାନସମନ୍ଥନ କରାଯାଉଛି। ଫେବ୍ରୁଆରୀ ୧୯ରୁ ଆରମ୍ଭ ହୋଇଥିବା ଏହି ବିଶେଷ କାର୍ଯ୍ୟକ୍ରମ ୨୦ ତାରିଖ ଯାଏଁ ଚାଲିବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୧୦ରୁ ଅଧିକ ପ୍ରେରଣାଦାୟୀ ଆଲୋଚନାଚକ୍ର ଆୟୋଜନ କରାଯିବ।

ଉଦଘାଟନୀ ଅଧିବେଶନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜିଙ୍କ ସହ ଶିଳ୍ପ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି।

‘ନୂଆ-ଓ’ ଓଡ଼ିଶାରେ ଯୁବ ଆନ୍ଦୋଳନ
ଭୁବନେଶ୍ୱର: ସାରା ରାଜ୍ୟରେ ଯୁବବର୍ଗଙ୍କ ଉତ୍ସାହଜନକ ପ୍ରତିକ୍ରିୟା ସହ ଓଡ଼ିଶାର “ନୂଆ-ଓ” ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ନଭେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବପିଢ଼ିଙ୍କୁ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକଳାପର ସ୍ବତନ୍ତ୍ର ମିଶ୍ରଣ ମାଧ୍ୟମରେ ସଶକ୍ତ କରିବା ସହ କମ୍ ବୟସରେ ସେମାନଙ୍କ ସାମଗ୍ରିକ ବିକାଶ ଏହାର ଉଦ୍ଦେଶ୍ୟ । ରାଜ୍ୟବ୍ୟାପୀ ପ୍ରବେଶକୁ ସୁନିଶ୍ଚିତ କରିବା ପାଇଁ ଏହାକୁ ୪ଟି ସ୍ତରରେ କାର୍ଯ୍ୟ କରିବା ପାଇଁ ଗଠନ କରାଯାଇଥିଲା ଯଥା ବ୍ଲକ /ପୌରପାଳିକା ସ୍ତର , ଶିକ୍ଷନୁଷ୍ଠାନ ସ୍ତର , ଜିଲ୍ଲା ସ୍ତର ଏବଂ ରାଜ୍ୟ ସ୍ତର । ସମସ୍ତ ବର୍ଗରେ ବହୁ ସଂଖ୍ୟକ ପ୍ରତିଯୋଗୀ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।

ନୂଆ ଓଡ଼ିଶା ଅଭିଯାନର ମୂଳ ପ୍ରାଥମିକତା ହେଉଛି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ପ୍ରତିଭାକୁ ବିଭିନ୍ନ ସୁଯୋଗ ମାଧ୍ୟମରେ ପ୍ରଦର୍ଶିତ କରିବା ପାଇଁ ଉତ୍ସାହିତ କରିବା ଏବଂ ସେମାନଙ୍କର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା । ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ ଯୁବପିଢ଼ିଙ୍କ ସାମଗ୍ରିକ ବିକାଶରେ ବାହ୍ୟ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ବିଶ୍ୱାସ ରଖିଛି ନୂଆ-ଓ ଅଭିଯାନ। ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ ଉପରେ ଗୁରୁତ୍ବ ଦେଇ ଏହି ଅଭିଯାନ ଯୁବପିଢ଼ିଙ୍କୁ ପାରମ୍ପରିକ ଶିକ୍ଷାର ମାର୍ଗ ବାହାରେ ସେମାନଙ୍କ ପ୍ରତିଭାକୁ ଅନୁସନ୍ଧାନ ଏବଂ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଚେଷ୍ଟା କରୁଛି ।

ଖେଳୁଆଡ଼ ମନୋଭାବ

ନୂଆ ଓଡ଼ିଶା ଅଭିଯାନରେ କ୍ରିକେଟ, ହକି, କବାଡି, ଖୋ-ଖୋ, ଫୁଟବଲ ଓ ଭଲିବଲ୍ ସମେତ ୬ଟି ବିଭାଗରେ ୫୦ ହଜାରରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ। ବ୍ଲକ ଓ ଜିଲ୍ଲାସ୍ତରରେ ପ୍ରତ୍ୟେକ କ୍ରୀଡ଼ା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶେଷ ହୋଇଥିଲା। ରାଜ୍ୟସ୍ତରୀୟ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ କ୍ରୀଡ଼ାରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ୩୦ଟି ଜିଲ୍ଲାରୁ ପ୍ରତିନିଧିତ୍ବ ଦେଖିବାକୁ ମିଳିଥିଲା।

ଟୁର୍ଣ୍ଣାମେଣ୍ଟକୁ ନେଇ ଉତ୍ସାହ ବଢ଼ୁଥିବା ବେଳେ ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ବିଜେତାଙ୍କୁ ନଗଦ ପୁରସ୍କାର ରହିଛି। ପ୍ରତ୍ୟେକ ବିଭାଗରେ ବିଜେତାଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଉପବିଜେତାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରହିଛି। ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦଳକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହାବ୍ୟତୀତ ସବୁଠାରୁ ଶ୍ରେଷ୍ଠ ଖେଳାଳିଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ।

ରଚନାତ୍ମକ କାର୍ଯ୍ୟକଳାପ

ନୃତ୍ୟଠାରୁ ଆରମ୍ଭ କରି ବିତର୍କ ପର୍ଯ୍ୟନ୍ତ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟରେ ଏହି ପଦକ୍ଷେପ ବିଭିନ୍ନ ପ୍ରକାର ରଚନାତ୍ମକ କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରୁଛି । ବହୁମୁଖୀ ପ୍ରତିଭା ଧାରିଙ୍କୁ ସଶକ୍ତ କରିବା ଏବଂ ତାଙ୍କ ଦକ୍ଷତା ଲୋକଲୋଚକୁ ଆଣିବା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ। ପ୍ରତିଯୋଗିତାମୂଳକ ଦୃଶ୍ୟପଟରେ ଆଗକୁ ବଢିବା ପାଇଁ ଆବଶ୍ୟକ ଦକ୍ଷତା ଏବଂ ଅଭିଜ୍ଞତା ସହିତ ଯୁବବର୍ଗଙ୍କୁ ସଜ୍ଜିତ କରିବା ଏବଂ ସୃଜନଶୀଳତା, ଆତ୍ମବିଶ୍ୱାସ, ଦଳଗତ କାର୍ଯ୍ୟ ଏବଂ ଅଭିଜ୍ଞତାକୁକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଅଭିଯାନର ଉଦ୍ଦେଶ୍ୟ I

ଡିଜିଟାଲ ପ୍ରତିଯୋଗିତା

ଯେଉଁ ଯୁଗରେ ଡିଜିଟାଲ ସାକ୍ଷରତା ଜରୁରୀ, ସେଠାରେ “ନୂଆ- ଓ” ଡିଜିଟାଲ ପ୍ରତିଯୋଗିତା ମାଧ୍ୟମରେ ଯୁବପିଢ଼ିଙ୍କ ସୃଜନଶୀଳତାକୁ ପ୍ରୋତ୍ସାହିତ କରି ସାମାଜିକ ସମସ୍ୟାର ସମାଧାନ କରିବା ଦିଗରେ କାର୍ଯ୍ୟ କରୁଛି । ସାମାଜିକ ଚେତନା ସହିତ ଡିଜିଟାଲ ଦକ୍ଷତାକୁ ମିଶାଇ ଏହି ପ୍ରତିଯୋଗିତାଗୁଡ଼ିକ କେବଳ ସଚେତନତା ସୃଷ୍ଟି କରୁନାହିଁ ବରଂ ସମସ୍ୟା ସମାଧାନ ଦିଗରେ ନୂଆ କୌଶଳ ମଧ୍ୟ ସୃଷ୍ଟି କରୁଛି । ଡିଜିଟାଲ ଦୁନିଆକୁ ହାତମୁଠାରେ ରଖିବାଏବଂ ସାମାଜିକ ଆହ୍ୱାନର ମୁକାବିଲା ଦକ୍ଷତାରେ ଯୁବବର୍ଗଙ୍କୁ ସଜ୍ଜିତ କରିବାରେ ଏହି ପ୍ରତିଯୋଗିତାଗୁଡିକ ଆଧୁନିକ ଯୁଗ ପାଇଁ ଏକ ପିଢ଼ିଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି I

ସଂସ୍କୃତିର ପ୍ରଚାର ଓ ପ୍ରସାର

ନାଟକ, ସାହିତ୍ୟ ଓ ଅନ୍ୟାନ୍ୟ କଳା ମାଧ୍ୟମରେ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର “ନୂଆ-ଓ” ଅଭିଯାନର ଏକ ଉତ୍ତମ ଉପାଦାନ । ଏହା ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ ରଖିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଗର୍ବ ଓ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ମହାବିଦ୍ୟାଳୟ ଉତ୍ସବରେ ପାରମ୍ପରିକ କଳା ଓ ସାହିତ୍ୟ କୃତିରେ ଯୋଗ ଦେବାକୁ ଅଂଶଗ୍ରହଣକାରୀମାନଙ୍କୁ ଅନୁରୋଧ କରି ନୂଆ ଓ କାର୍ଯ୍ୟକ୍ରମ କେବଳ ଏହି ଅଞ୍ଚଳର ସାଂସ୍କୃତିକ ପରମ୍ପରାକୁ ବଜାୟ ରଖୁ ନାହିଁ ବରଂ ଭବିଷ୍ୟତ ପିଢ଼ି ପାଇଁ ଏହାର ନିରନ୍ତରତାକୁ ସୁନିଶ୍ଚିତ କରୁଛି। ଏହାବ୍ୟତୀତ ବିଶ୍ୱ ଓଡ଼ିଆ ସମ୍ମିଳନୀ ଓ ପ୍ରକଳ୍ପ ପରିକ୍ରମା ଭଳି କାର୍ଯ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଥିଲା, ଯେଉଁଥିରେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନିତ କରାଯାଇଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂଆ-ଓ ଅଭିଯାନର ସଫଳତା ମୁଖ୍ୟ ଅଂଶୀଦାରଙ୍କ ସହଯୋଗୀ ପ୍ରୟାସ ପାଇଁ ସମ୍ଭବ ହୋଇପାରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସମେତ କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ କ୍ରୀଡ଼ା ସଂଘ ମିଳିତ ଭାବେ ଏହି ଯୁବ ସଶକ୍ତୀକରଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଏକାଠି ହୋଇଥିଲେ।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଭିନୀଲ କ୍ରିଷ୍ଣା କହନ୍ତି, ନୂଆ-ଓ ମହୋତ୍ସବ ବେଶ୍ ସଫଳ ହୋଇଛି ବୋଲି କହି ମୁଁ ଗର୍ବ ଅନୁଭବ କରୁଛି। ରାଜ୍ୟର ହଜାର ହଜାର ଯୁବକ ଯୁବତୀ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସେମାନଙ୍କ ବ୍ୟକ୍ତିଗତ ବିକାଶପାଇଁ ଲାଭଦାୟକ ହେବ। ଏହା ରାଜ୍ୟର ଯୁବପିଢ଼ିଙ୍କୁ ଏକାଠି କରି ନିଜକୁ ଏବଂ ଓଡ଼ିଶାର ଭାବନାକୁ ପ୍ରକାଶ କରିଛି।

ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ସ୍କଲାରସିପ୍‌: ଛାତ୍ରକୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର
ଭୁବନେଶ୍ଵର: ଯାଜପୁରରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଲାଗି ବଡ଼ ଘୋଷଣା। ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ଲାଗି ନୂଆ-ଓ ସ୍କଲାରସିପ ଘୋଷଣା ହୋଇଛି। ଛାତ୍ରୀଙ୍କୁ ମିଳିବ ବାର୍ଷିକ ୧୦ ହଜାର ଟଙ୍କା ସ୍କଲାରସିପ୍। ଛାତ୍ରଙ୍କୁ ବାର୍ଷିକ ୯ ହଜାର ଟଙ୍କା ସ୍କଲାରସିପ୍ ମିଳିବ। ଯାଜପୁର ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଏ ଘୋଷଣା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଚଳିତ ବର୍ଷରୁ ମିଳିବ ଏହି ସ୍କଲାରସିପ୍। ଚଳିତ ବର୍ଷର ସ୍କଲାରସିପ୍ ଆସନ୍ତା ଫେବ୍ରୁଆରୀ ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ମିଳିବ। ରାଜ୍ୟର ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ଯୋଜନାରୁ ସରକାରୀ କର୍ମଚାରୀଙ୍କ ପିଲା ବାଦ ପଡିଛନ୍ତି। ସେହିପରି ଆୟକରଦାତାଙ୍କ ପୁଅ ଝିଅ ମଧ୍ୟ ଏ ସ୍କଲାରସିପ୍ ପାଇବେନି। ଅନ୍ୟ ସମସ୍ତ ଛାତ୍ର ଏ ସ୍କଲାରସିପ୍ ପାଇବେ ବୋଲି ଘୋଷଣା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଛାତ୍ରଛାତ୍ରୀଙ୍କ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ ପାଇଁ ଅଧିକ ପଏଣ୍ଟ ବ୍ୟବସ୍ଥା ରହିଛି। କୋ-କରିକୁଲାର ଆକ୍ଟିଭିଟିଜରେ ପ୍ରଦର୍ଶନ ଅନୁସାରେ ମିଳିବ ପଏଣ୍ଟ। ଏହି ପଏଣ୍ଟ ମାଧ୍ୟମରେ ଛାତ୍ରଛାତ୍ରୀ ଆସନ୍ତା ବର୍ଷରୁ ଅଧିକ ପରିମାଣର ସ୍କଲାରସିପ୍ ପାଇପାରିବେ। ଯେଉଁ ଛାତ୍ରଛାତ୍ରୀଙ୍କ ଯେତେ ଅଧିକ ପଏଣ୍ଟ ରହିବ ସେ ଛାତ୍ରଛାତ୍ରୀ ସେତେ ଅଧିକା ସ୍କଲାରସିପ ପାଇବେ। ଛାତ୍ରଛାତ୍ରୀମାନେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କଲାରସିପ ପାଇପାରିବେ। ଏଥିଲାଗି ଛାତ୍ରଛାତ୍ରୀଙ୍କୁ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ସବୁଥିରେ ଅଂଶଗ୍ରହଣ କଲେ ପଏଣ୍ଟ ମିଳିବ।

ସେହିପରି ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନୂଆ-ଓ ମ୍ୟାଜିକ କାର୍ଡର ଘୋଷଣା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ମ୍ୟାଜିକ କାର୍ଡ। ଏହି ମ୍ୟାଜିକ୍ କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁବିଧା ମିଳିବ। କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କୁ ରିହାତି ଦରରେ ଯାତ୍ରା ସୁବିଧା ଉପଲବ୍ଧ ହେବ। ସରକାରୀ ବସ୍, ଟ୍ରେନ ଓ ଫ୍ଲାଇଟରେ ରିହାତି ଦରରେ ଯାତ୍ରା କରିପାରିବେ ଛାତ୍ରଛାତ୍ରୀ। ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଉପଲବ୍ଧ ହେଉଥିବା ୱାଇ-ଫାଇ ସୁବିଧା ଏହି କାର୍ଡରେ ମାଗଣାରେ ମିଳିବ। ଛାତ୍ରଛାତ୍ରୀଙ୍କ ସମସ୍ତ ଆକ୍ଟିଭିଟିର ତଥ୍ୟ ଏ କାର୍ଡରେ ରହିବ। ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯେତେ ଅଧିକ ଅଂଶଗ୍ରହଣ କରିବେ ସେତେ ଏ କାର୍ଡ ରିଚାର୍ଜ ହୋଇ ଚାଲିବ। କାର୍ଡରେ ଛାତ୍ରଛାତ୍ରୀଙ୍କ ପଏଣ୍ଟ ବଢି ଚାଲିବ। ପଏଣ୍ଟ ଅଧିକା ବଢ଼ିଲେ ଛାତ୍ରଛାତ୍ରୀଙ୍କୁ ଅଧିକ ସ୍କଲାରସିପ ମିଳିବ। ଏଥିଲାଗି ଆସନ୍ତା ବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ୩ଶହ କୋଟିର କର୍ପସ ଫଣ୍ଡ ବ୍ୟବସ୍ଥା କରାଯାଇଛି। ନୂଆ-ଓ କାର୍ଯ୍ୟକ୍ରମ ଲାଗି ଏ କର୍ପସ ଫଣ୍ଡ ବ୍ୟବସ୍ଥା ହୋଇଛି।

ଏହି କାର୍ଡରେ ଛାତ୍ରଛାତ୍ରୀଙ୍କ ପାଠ ପଢିବା, ମାର୍କ, ଆଟେଡାନ୍ସ ଏବଂ ସମସ୍ତ ଆକ୍ଟିଭିଟି ରହିବ। କାର୍ଡ ଜରିଆରେ ଏଜୁକେସନ ଏବଂ ସ୍କିଲ ଡାଟାବେସ୍ ପ୍ରସ୍ତୁତ କରିବାକୁ ଚାହୁଛନ୍ତି ମୁଖ୍ୟମନ୍ତ୍ରୀ। ଏହି ତଥ୍ୟକୁ ନିଯୁକ୍ତ ପ୍ରଦାନକାରୀ ସଂସ୍ଥା ସହ ସେୟାର କରାଯିବ। ଛାତ୍ରଛାତ୍ରୀଙ୍କ ବାୟୋଡାଟା ଭଲ ଥିଲେ ଚାକିରୀ ମିଳବାରେ ସହାୟକ ହେବ। ଛାତ୍ରଛାତ୍ରଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଲାଗି ମୁଖ୍ୟମନ୍ତ୍ରୀ ଏ ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ।..

ଏଭଳି ଯୁଗାନ୍ତକାରୀ ଯୋଜନା କୌଣସି ରାଜ୍ୟରେ ନାହିଁ ବୋଲି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଯୁବ ପିଢି ଯୁବ ଓଡିଶା, ନବ ଓଡ଼ିଶା ଗଠନ ବୋଲି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ। ଛାତ୍ରଛାତ୍ରୀଙ୍କୁ ଆପଣଙ୍କ ଭବିଷ୍ୟତ ଆପଣଙ୍କ ହାତରେ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଲାଗି ସବୁ ବ୍ୟବସ୍ଥା ପ୍ରସ୍ତୁତ କରି ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ତିନିଟି କ୍ଷେତ୍ରକୁ ବିକାଶ କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ।

ଯାଜପୁର ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସକସେସ୍ ଟିପସ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ସହ କୋକରିକୁଲାର ଆକ୍ଟିଭିଟିଜରେ ଭାଗ ନେବା ପାଇଁ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ। କେବଳ ପାଠ ନୁହେଁ ସାମଗ୍ରିକ ବ୍ୟକ୍ତିତ୍ଵର ବିକାଶ କରିବାକୁ ପଡିବ। ସାମଗ୍ରିକ ବ୍ୟକ୍ତିତ୍ଵର ବିକାଶ ହେଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢିବ। ଆତ୍ମବିଶ୍ଵାସ ଜରିଆରେ ଛାତ୍ରଛାତ୍ରୀ ସଫଳତାର ଶୀର୍ଷରେ ପହଞ୍ଚିପାରିବେ। ଏଥିଲାଗି ଏ ନୂଆ-ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଆୟୋଜନ କରୁଛନ୍ତି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବାହାରକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ଏ ପ୍ଲାଟଫର୍ମ କରିଛନ୍ତି ।

ପ୍ରତିଯୋଗିତାରେ ଭାଗ ନେବା ଗୁରୁତ୍ଵପୂର୍ଣ୍ଣ, ଜିତିବା ମୁଖ୍ୟ ନୁହଁ ବୋଲି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିତିଲେ ଖୁସି ହେବେ କିନ୍ତୁ ଭାଗ ନେଲେ ଜୀବନରେ ଅନେକ ଗୁରୁତ୍ଵପୂର୍ଣ୍ଣ କଥା ଶିଖିବେ। ଛାତ୍ରଛାତ୍ରୀଙ୍କ ପ୍ରତିଭା ବାହାରକୁ ଆଣିବାକୁ ସୁଯୋଗ ମିଳିବ। ସେମାନଙ୍କ ମଧ୍ୟରେ କୌଣସି ଦଳକୁ ଆଗେଇ ନେବା ଗୁଣର ବିକାଶ ହେବ। କିଛି ନୂଆ ଶିଖିବାର ଅନୁଭୁତି ପାଇବେ। ଜୀବନ ଏହା ଅନେକ କାମରେ ଲାଗିବ ବୋଲି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ..

ସଫଳତା ହାସଲ କରିବାକୁ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବାକୁ କହିଛନ୍ତି। କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ଦିନକୁ ଅତି କମରେ ୧୪ ଘଣ୍ଟା ପରିଶ୍ରମ କରିବାକୁ କହିଛନ୍ତି। ପାଠ ପଢିବାକୁ ହେଲେ ଶାରିରୀକ ଏବଂ ମାନସିକ ଭାବେ ସୁସ୍ଥ ରହିବାକୁ ପଡିବ। ଏଥିଲାଗି ଦିନକୁ ୩୦ ମିନିଟ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି। ମନକୁ ଶାନ୍ତ ରଖିବାକୁ ଦିନକୁ ୧୫ ମିନିଟ ଧ୍ୟାନ କରିବାକୁ ସେ କହିଛନ୍ତି।

ଏ ଅବସରରେ ସେ ଯାଜପୁର ଜିଲ୍ଲାର କିଛି ସଫଳ ବ୍ୟକ୍ତିତ୍ଵଙ୍କ ଉଦାହରଣ ପ୍ରଦାନ କରିଥିଲ। କିପରି କଠିନ ପରିଶ୍ରମ ବଳରେ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିପାରିଛନ୍ତି ଏହା କହିଥିଲେ। ବିଞ୍ଝାରପୁର ମାଟିର ପୁଅ ଡାକ୍ତର ରମାକାନ୍ତ ପଣ୍ଡା ଦେଶର ୧ ନମ୍ବର ହାର୍ଟ ସର୍ଜନ ଭାବେ ଖାତି ଅର୍ଜନ କରିଛନ୍ତି। ଏହାସହ ଲେଖକ ଅଚ୍ୟୁତା ନନ୍ଦ ପତି, ପଦ୍ମଶ୍ରୀ ଡକ୍ଟର ଅକ୍ଷୟ କୁମାର ପରିଡ଼ା, କ୍ରୀଡ଼ାବିତ ବାପି ହାଁସଦାଙ୍କ ଉଦାଦରଣ ଦେଇଥିଲ। ସୋସିଆଲ ମିଡିଆରୁ କମ ବ୍ୟବହାର ସହ ଏଥିରୁ ଭଲ ଜିନିଷ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।ବାପା, ମା ଓ ଗୁରୁଜନଙ୍କ କଥା ମାନିବାକୁ କହିଛନ୍ତି ଫାଇଭ –ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ…

ନୂଆପଡ଼ାରେ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ
ନୂଆପଡ଼ା: ନୂଆପଡ଼ା ସ୍ଥିତ ନ୍ୟାସନାଲ କଲେଜ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ବିନା କଠିନ ପରିଶ୍ରମରେ ସଫଳତା ହାସଲ କରିହେବ ନାହିଁ। ଏଥିଲାଗି ଭଲ ପାଠ ପଢିବାକୁ ପଡିବ। ଭଲ ପାଠ ପଢିଲେ ଅଧିକ ମାର୍କ, ରାଙ୍କ୍ ରଖିବେ। ହେଲେ ଜୀବନରେ ସଫଳତା ହାସଲ କରିବାକୁ ହେଲେ ଭଲ ପାଠ ପଢିବା ସହ ସାମଗ୍ରିକ ବିକାଶ କରିବାକୁ ପଡିବ। ଏଥିଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ପାଠ ପଢିବା ସହ ପ୍ରତିଭାର ବିକାଶ ହେଲେ ସାମଗ୍ରିକ ବିକାଶ ହେବ। ସାମଗ୍ରିକ ବିକାଶ ହେଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଏଥିଲାଗି ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ କାର୍ଯ୍ୟକ୍ରମ କରିଛନ୍ତି ବୋଲି କହିଛନ୍ତି ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଆହୁରୀ ମଧ୍ୟ କହିଛନ୍ତି, ପ୍ରତିଯୋଗିତାରେ ଭାଗ ନେଲେ ଜୀବନରେ ସଫଳତା ହାସଲ କରିପାରିବେ। ଜିତିବା ଆପଣଙ୍କୁ ଖୁସି ଦେବ ହେଲେ ଭାଗ ନେବା ଜୀବନକୁ ଗୋଟିଏ ଶିକ୍ଷାଦେବ। ପ୍ରତିଯୋଗିତାରେ ହାରିଲେ ଶିଖିବେ। ଜୀବନରେ ଶିଖିବା ଗୁରୁତ୍ଵପୂର୍ଣ୍ଣ। ସଫଳତା ପାଇବାକୁ ହେଲେ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ପଡିବ। ପରିଶ୍ରମ କରିବାକୁ ହେଲେ ଶରୀରକୁ ସୁସ୍ଥ ରଖିବାକୁ ପଡିବ। ଏଥିଲାଗି ଦିନକୁ ଅତି କମରେ ୩୦ ମିନିଟ ବ୍ୟାୟାମ ସହ ମନକୁ ଶାନ୍ତ ରଖିବାକୁ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି। ମନ ଯେତେ ଶାନ୍ତିରେ ରହିବ ସେତିକି ସଫଳତା ହାସଲ କରିବେ। ସୋସିଆଲ ମିଡିଆର କୁପ୍ରଭାବ ଓ ସୁପ୍ରଭାବ ବିଷୟରେ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସୋସିଆଲ ମିଡିଆରେ କମ ସମୟ ଅପଚୟ କରିବାକୁ ପରାମର୍ଶ ଦେଇଛନ୍ତି। ବାପା, ମାଆ ଓ ଗୁରୁଜନଙ୍କୁ ସମ୍ମାନ ଦେଇ ସେମାନଙ୍କ କଥା ଶୁଣିବାକୁ କହିଛନ୍ତି। ଯେଉଁମାନେ ଏ ପଥ ଅନୁସରଣ କରୁନାହାନ୍ତି ସେମାନେ ଆତ୍ମସମୀକ୍ଷା କରନ୍ତୁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କ ହାତରେ ଅଛି ସେମାନଙ୍କ ଭବିଷ୍ୟତ। ଚାହିଁଲେ ଭବିଷ୍ୟତକୁ ବହୁତ ଉଜ୍ଜଳ କରିପାରିବେ।

ଏହାସହ ଖୁବଶୀଘ୍ର ନୂଆପଡ଼ା ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ଏଥିରେ ଛାତ୍ରଛାତ୍ରୀ ସେମାନଙ୍କ କଲେଜକୁ ୫ ଟଙ୍କା ଦେଇ ଯାତ୍ରା କରିପାରିବେ। ଛାତ୍ରଛାତ୍ରୀଙ୍କ ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀ ଏ ସବୁ କରୁଛନ୍ତି। କେବଳ ଗୋଟିଏ ଉଦ୍ଦେଶ୍ୟ ଯାହା ବି ସ୍ଵପ୍ନ ଦେଖୁଛନ୍ତି ତାହା ସାକାର କରନ୍ତୁ। ସ୍ଵପ୍ନ ସାକାର ହେଲେ ଆପଣ ଆଗକୁ ବଢିବେ ଓଡ଼ିଶା ଆଗକୁ ବଢିବ। ସଶସ୍ତ ଓଡ଼ିଶା ଗଠନ ହେବ। ନୂଆପଡ଼ା ଜିଲ୍ଲାରେ ୩୦ ହାୟର ସେକଣ୍ଡାରୀ ସ୍କୁଲ ଓ କଲେଜର ରୂପାନ୍ତରଣ କାମ ଚାଲିଛି। ଆସନ୍ତା ମାସରୁ ଦେଢ ମାସ ମଧ୍ୟରେ ଏହି ରୂପାନ୍ତରଣ କାମ ସରିବ। ସହରର ବଡ଼ ବଡ଼ କଲେଜର ପିଲା ଯେଉଁ ସୁବିଧା ପାଉଥିଲେ ଏଠାକାର ପିଲାମାନେ ମଧ୍ୟ ଏହି ସୁବିଧା ପାଇବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଢେଙ୍କାନାଳର ମହିଷାପାଟରେ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ
ଢେଙ୍କାନାଳ: ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର। ଢେଙ୍କାନାଳ ଗସ୍ତରେ ଯାଇ ମହିଷାପାଟରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କଠିନ ପରିଶ୍ରମ ହିଁ ସଫଳତା ହାସଲର ଏକ ମାତ୍ର ମାଧ୍ୟମ। ୫ବର୍ଷ ପରିଶ୍ରମ କଲେ ୫୦ବର୍ଷ ଜୀବନ ଭଲରେ କଟିବ। ଛାତ୍ରଛାତ୍ରୀଙ୍କୁ ସଫଳତା ହାସଲ ଲାଗି କଠିନ ପରିଶ୍ରମ ସହ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଥିଲାଗି ମୁଖ୍ୟମନ୍ତ୍ରୀ ଏ ନୂଆ-ଓ କାର୍ଯ୍ୟକ୍ରମର ଆଯୋଜନ କରୁଛନ୍ତି ବୋଲି କହିଛନ୍ତି। ସମସ୍ତ ଛାତ୍ରୀଛାତ୍ରୀ ଜୀବନରେ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସଫଳତା ଲାଗି କଠିନ ପରିଶ୍ରମ କରିବାକୁ ପଡିବ। କେବଳ କଠିନ ପରିଶ୍ରମରେ ପୂର୍ଣ୍ଣ ସଫଳତା ହାସଲ କରିହେବନି ଏଥିଲାଗି ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବାକୁ ପଡିବ। ପ୍ରତିଭାର ବିକାଶ ହେଲେ ସାମଗ୍ରିକ ବିକାଶ ହେବ। ସାମଗ୍ରିକ ବିକାଶ ହେଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢିବ। ଏଥିଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ ଉପରେ ଭାଗ ନେବାକୁ ପରାମର୍ଶ ଦେଇଛନ୍ତି ।

ଜିତିବା ଅପେକ୍ଷା ଭାଗ ନେବା ଗୁରୁତ୍ବପୂର୍ଣ୍ଣ। ଏହି ଅବସରରେ କିଛି ସଫଳ ବ୍ୟକ୍ତିତ୍ଵଙ୍କ ଉଦାହରଣ ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଢେଙ୍କାନାଳ ଜିଲ୍ଲାରୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମଶ୍ରୀ ଡାକ୍ତର ଅନ୍ତର୍ଯାମୀ ମିଶ୍ର, ଜଷ୍ଟିସ ଗତିକୃଷ୍ଣ ମିଶ୍ର, ସ୍ବର୍ଗତ କଳ୍ପନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଆଇପିଏସ ଅନୁପ ସାହୁଙ୍କର ଉଦାହରଣ ଦେଇଥିଲେ। ସରକାରୀ ସ୍କୁଲରୁ ପାଠ ପଢି କିପରି ଜଣେ ଜଣେ ସଫଳ ବ୍ୟକ୍ତିତ୍ବ ହୋଇପାରିଛନ୍ତି ଏହା କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କଠିନ ପରିଶ୍ରମ କରିବାକୁ ସୁସ୍ଥ ରହିବା ଉପରେ ଗୁରୁତ୍ବ ଦେଉଛନ୍ତି ଏଥିଲାଗି ୩୦ ମିନିଟ ଶାରିରୀକ ବ୍ଯାୟାମ ସହ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି। ସୋସିଆଲ ମିଡିଆର କୁପ୍ରଭାବ ଓ ସୁପ୍ରଭାବ ରହିଛି। ସୋସିଆଲ ମିଡିଆରେ କମ ସମୟ ଅତିବାହିତ କରିବାକୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ।

ବ୍ରହ୍ମପୁର ଆମ୍ବପୁଆରେ ନୂଆ–ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ 5T ଅଧ୍ୟକ୍ଷ
ବ୍ରହ୍ମପୁର : କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ମାଧ୍ୟମ । ୫ ବର୍ଷ ପରିଶ୍ରମ କଲେ ୫୦ ର୍ବଷ ଖୁସିରେ କଟିବ ଜୀବନ । ବ୍ରହ୍ମପୁର ଆମ୍ବପୁଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗଞ୍ଜାମ ତାଙ୍କ ପ୍ରିୟ ଜିଲ୍ଲା ବୋଲି ସେ କହିଛନ୍ତି । ଜୀବନରେ ସଫଳ ହେବାକୁ ହେଲେ ୬ଟି ଦିଗ ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦୋଇଛନ୍ତି । ଠାକୁର ଆମକୁ ସୁସ୍ଥ ଶରୀର ଉପହାର ଦେଇଛନ୍ତି। ଫିଜିକାଲ ଫିଟନେସ ପାଇଁ ଅଧଘଣ୍ଟା ବ୍ୟାୟାମ କରିବା ନିହାତି ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ପରାର୍ମଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ନିଜ ବୁଦ୍ଧିକୁ ଶାନ୍ତିରେ ଉପଯୋଗ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ସେ କହିଛନ୍ତି । ସେହିଭଳି ୧୫ ମିନିଟ ଯୋଗ କଲେ ଆପଣଙ୍କ ଏକାଗ୍ରତା ବଢିବ ବୋଲି ଛାତ୍ରଛାତ୍ରୀଙ୍କୁ ଉଚିତ ମାର୍ଗ ଦେଖାଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଦିନକୁ ୧୪ ଘଣ୍ଟା କଠିନ ପରିଶ୍ରମ କଲେ ନିଶ୍ଚିତ ରୂପେ ସଫଳତା ପାଦ ଚୁମିବ ବୋଲି ସେ କହିଛନ୍ତି । ସେ ଏହାର ଉଦାହରଣ ଦେବାକୁ ଯାଇ କ୍ରିକେଟ କିମ୍ବଦନ୍ତି ସଚିନ ତେନ୍ଦୁଲକରଙ୍କ ପରାମର୍ଶ ଦେଇଛନ୍ତି । ବିଶ୍ବ କପ ହକି ବେଳେ ଅତିଥିଭାବେ ଓଡ଼ିଶା ଆସିଥିବା ବେଳ ସଚିନ ତେନ୍ଦୁଲକରଙ୍କ ସହ ଆଲୋଚନା କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା । ଏହି ସମୟରେ ସଫଳତା ପାଇଁ ଜୀବନରେ କଣ କରିବାକୁ ପଡିବ ବୋଲି ପଚାରିଥିବା ପ୍ରଶ୍ନର ଅତି ସରଳ ଉତ୍ତର ରଖିଥିଲ ସଚିିିନ । ସଫଳତା ପାଇଁ କଠିନ ପରିଶ୍ରମ ହିଁ ଏକ ମାତ୍ର ମାଧ୍ୟମ ସେ କହିଥିଲେ । ତେବେ ସୋସିଆଲ ମିଡ଼ିଆକୁ ଉପଯୁକ୍ତ କାର୍ୟ୍ୟରେ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ସେହିଭଳି ବାପା, ମଆ ଓ ଗୁରୁଙ୍କୁ ସମ୍ମାନ ଜଣାଇବାକୁ ପାଣ୍ଡିଆନ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସରକାରୀ ସ୍କୁଲରେ ବି ପାଠ ପଢି ଅନେକ ବ୍ୟକ୍ତି ସଫଳତା ସଡ଼ି ଚଢିପାରୁଥିବା କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଗଞ୍ଜାମର ପାଞ୍ଚ ଜଣ ସଫଳ ବ୍ୟକ୍ତିଙ୍କ ଉଦାହାରଣ ଦେଇଛନ୍ତି । ବ୍ରହ୍ମପୁର ୟୁନିଭରସିଟରେ ପାଠ ପଢି ଓ୍ବାଲ୍ହ ଟପ ମୋଷ୍ଟ ମଲଟି ନ୍ୟାସନାଲ କମ୍ପାନୀର ସିଇଓ ଅଛନ୍ତି ରବି କୁମାର । ସେହିଭଳି କୈଳାଶା ଚନ୍ଦ୍ର ସାହୁ ବରହ୍ମପୁର ୟୁନିଭରସିଟରେ ପାଠ ପଢି ନାସାରେ ଇଞ୍ଜିନିୟର ଅଛନ୍ତି ।

ପଦ୍ମ ପୁରସ୍କାର ପାଇଥିବା କୋଟା ହରି ନାରାୟଣା ସିଟି ହାଇସ୍କୁଲରେ ପାଠ ପଢିଛନ୍ତି । ତାଙ୍କର ତେଜସ ର୍ନିମାଣ ପ୍ରମୁଖ ଭୂମିକା ରହିଛି । କମଲ ଓ୍ବେଲ୍ଥ ଗୋଲ୍ଡ ମେଡାଲିଷ୍ଟ ରବି କୁମାର ମଧ୍ୟ ସରକାରୀ ସ୍କୁଲରେ ଶିକ୍ଷା ଲାଭ କରି ଏବେ ଡିଏସପି ଅଛନ୍ତି । ପ୍ରତିର୍ବଷ ନୂଆ ଓ ର୍କାଯ୍ୟକ୍ରମ ଚାଲୁ ରଖିବାକୁ ମିଖୁମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ସୁନ୍ଦରଗଡ଼ରେ ନୂଆ–ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ 5T ଅଧ୍ୟକ୍ଷ
ଭୁବନେଶ୍ବର: ଦିନିକିଆ ସୁନ୍ଦରଗଡ଼ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଭବାନୀପୁର ସ୍ପୋର୍ଟସ କପ୍ଲେକ୍ସରେ ନୂଆ-ଓ ଫେଷ୍ଟରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳ ହେବାର ବାର୍ତ୍ତା ଦେଇଛନ୍ତି। ପାଠପଢା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ୫ଟି ଅଧ୍ୟକ୍ଷ । ପାଠପଢା ସହ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ୱର ବିକାଶ ହେବ। ଆଉ ଏହି ବ୍ୟକ୍ତିତ୍ୱ ବୃଦ୍ଧି କରିବାକୁ ଏହି ନୂଆ ଓ କାର୍ଯ୍ୟକ୍ରମ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ। ଛାତ୍ରଛାତ୍ରୀ ସଫଳତା ହାସଲ କରିବାକୁ ଫିଟ୍‌ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିଲାଗି ପ୍ରତିଦିନ ୩୦ ମିନିଟ ଶାରିରୀକ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି ପାଣ୍ଡିଆନ। ଶାରିରୀକ ବ୍ୟାୟାମ ସହ ମାନସିକ ଶାନ୍ତି ପାଇଁ ଦୈନିକ ୧୫ ମିନିଟ ଧ୍ୟାନ କରିବାକୁ ମଧ୍ୟ କହିଛନ୍ତି।

ସଫଳତାର ମୂଳ ମନ୍ତ୍ର କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ । ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସିରେ ରହିବେ । ଆପଣମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପିଲାମାନଙ୍କୁ ୬ଟି ପ୍ରଶ୍ନ କରିଥିଲେ ପାଣ୍ଡିଆନ। ସେନାଅଧିକାରୀ ରମେଶଚନ୍ଦ୍ର ପାଢି, ଭାରତୀୟ ମହିଳା ହକି ତାରକା ଶୁଭଦ୍ରା ପ୍ରଧାନ ଏବଂ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଉଦାହରଣ ଦେଇ କହିଥିଲେ ସେମାନେ କିଭଳି ସରକାରୀ ସ୍କୁଲରେ ପାଠ ପଢି ସଫଳତା ପାଇ ପାରିଛନ୍ତି। ଏହାସହ ବାପା,ମାଆ ଏବଂ ଗୁରୁଜନଙ୍କୁ ସବୁବେଳେ ସମ୍ମାନ ଜଣାଇବା ସହ ସେମାନଙ୍କ କଥା ମାନିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ୫-ଟି ଅଧ୍ୟକ୍ଷ।

ଗଜପତି ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ: ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ଟିପ୍ସ
ଗଜପତି: ଗଜପତି ଜିଲ୍ଲା ଗସ୍ତରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଠାରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି ୫ଟି କାର୍ତ୍ତିକ ପାଣ୍ଡିଆନ । ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳ ହେବାକୁ ଦେଇଛନ୍ତି ସକସେସ୍ ଟିପ୍ସ। ପାଠପଢା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ପାଠପଢା ସହ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ହେବ। ଆଉ ଏହି ବ୍ୟକ୍ତିତ୍ବ ବୃଦ୍ଧି କରିବାକୁ ଏହି ନୂଆ ଓ କାର୍ଯ୍ୟକ୍ରମ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କୌଣସି ପ୍ରତିଯୋଗିତାରେ ଜିତିବା ଅପେକ୍ଷା ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ କରିବାରେ ସହାୟକ ହେବ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ସହ ଆତ୍ମବିଶ୍ବାସ ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ସଫଳତା ହାସଲ କରିବାକୁ ଫିଟ୍ ରହିବା ଉପରେ ଗୁରୁତ୍ବ ଦେଇଛନ୍ତି । ଏଥିଲାଗି ପ୍ରତିଦିନ ୩୦ ମିନିଟ ଶାରିରୀକ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି ।

ଶାରିରୀକ ବ୍ୟାୟାମ ସହ ଦୈନିକ ମାନସିକ ୧୫ ମିନିଟ ଧ୍ୟାନ କରିବାକୁ ମଧ୍ୟ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦିନରାତି ଯିଏ ଏକା କରି ଖଟିବ ସିଏ ଉପରକୁ ଯିବ । ସଫଳତାର ମୂଳ ମନ୍ତ୍ର କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସିରେ ରହିବେ । ଆପଣମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ସମ୍ବଲପୁରରେ ନୂଆ–ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ 5T ଅଧ୍ୟକ୍ଷ
ସମ୍ବଲପୁର: ସମ୍ବଲପୁରରେ ନୂଆ–ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ମଣ୍ଡଳିଆରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସଫଳତା ହାସଲର ସୂତ୍ର ଦେଖାଇଛନ୍ତି। ଛାତ୍ରଛାତ୍ରୀଙ୍କ ଲାଗି କାହିଁକି ମୁଖ୍ୟମନ୍ତ୍ରୀ ଏ ନୂଆ-ଓ କାର୍ଯ୍ୟକ୍ରମ କରିଛନ୍ତି ଏ ନେଇ ଛାତ୍ରଛାତ୍ରୀଙ୍କୁ ସେ କହିଥିଲେ। ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚରେ ଅଛନ୍ତି। ସେମାନଙ୍କ ଲାଗି ଏଇ ୫ ବର୍ଷ ଅତି ଗୁରୁତ୍ବପୂର୍ଣ୍ଣ। ପିଲାଙ୍କ ଲାଗି ଏହା ଗୋଲଡେନ ପିରିୟଡ । ୫ ବର୍ଷରେ ଯାହା କରିବେ ଉଜ୍ଜଳ ଭବିଷ୍ୟତ ଲାଗି କାମ ଦେବ। ସେଥିଲାଗି ଛାତ୍ରଛାତ୍ରୀ ପାଠ ପଢିବା ନିହାତି ଦରକାର । ଜୀବନରେ ସଫଳତା ହାସଲ କରିବାକୁ ହେଲେ ସାମଗ୍ରିକ ବ୍ୟକିତ୍ବର ବିକାଶ କରିବାକୁ ପଡିବ। ନିଜ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ଆପଣମାନଙ୍କ ମଧ୍ୟରେ ଯାହାବି ପ୍ରତିଭା ଅଛି ତାକୁ ବୃଦ୍ଧି କରିବାକୁ ସୁଯୋଗ ଦେବାକୁ ପଡିବ। ଜୀବନରେ ବହୁତ ବଡ଼ ସଫଳତା ପାଇବାକୁ ହେଲେ ବ୍ୟକ୍ତିତ୍ବର ବିକାଶ ନିହାତି ଆବଶ୍ୟକ ।

ଏହାକୁ ଆଖିରେ ରଖି ଏହି ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କୌଣସି ପ୍ରତିଯୋଗିତାରେ ଜିତିବା ତୁଳନାରେ ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ। ବିଜୟ ଖୁସି ଦେବ ହେଲେ ଅଂଶଗ୍ରହଣ ଆପଣଙ୍କୁ ଜୀବନର ଗୁରୁତ୍ବପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବ। ସଫଳତା ହାସଲ ଲାଗି ଛାତ୍ରଛାତ୍ରୀ ଶାରିରୀକ ବ୍ୟାୟାମ ସହ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସଫଳତା ପାଇବାକୁ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ସେ କହିଛନ୍ତି। କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କରିଛନ୍ତି। ସୋସିଆଲ ମିଡିଆରେ କମ ସମୟ ଅପଚୟ କରିବାକୁ ଦେଇଛନ୍ତି ପରାମର୍ଶ। ଏହାସହ ବାପା, ମା ଓ ଗୁରୁଜନଙ୍କ କଥା ମାନି ସେମାନଙ୍କୁ ସମ୍ମାନ ପ୍ରଦାନ କରିବାକୁ କହିଛନ୍ତି। ପ୍ରତିଛାତ୍ର ଏହି ସମସ୍ତ କଥାକୁ ନେଇ ଆତ୍ମସମୀକ୍ଷା କରିବାର ଅଛି ।  ୫ ବର୍ଷ ଖଟିଲେ ଆସନ୍ତା ୫୦ ବର୍ଷ ଖୁସିରେ ରହିବେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ କିଛି ସଫଳ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରୁ ପାଠ ପଢି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରେ ଥିବା ପି.କେ ମିଶ୍ରଙ୍କ ଉଦାହରଣ ଦେଇଛନ୍ତି। ସରକାରୀ କଲେଜରୁ ପାଠ ପଢି କିପରି ଦେଶ ଏକ ପ୍ରମୁଖ ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁରର ଛାତ୍ର ଶେଷ କିଶାନଙ୍କ ଉଦାହରଣ ଦେଇଥିଲେ।ବାପା, ମାଆଙ୍କୁ ହରାଇ କିପରି ସରକାରୀ ସ୍କୁଲରେ ପାଠ ପଢି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନରେ ପଢି ଜଣେ ବୈଜ୍ଞାନିକ ହୋଇପାରିଛନ୍ତି ବୋଲି କହିଥିଲେ। କଠିନ ପରିଶ୍ରମ କରି ସେ ଆଗକୁ ଆସି ପାରିଛନ୍ତି। ଶେଷ କିଶାନ ବର୍ତ୍ତମାନ ଜର୍ମାନୀରେ ବୈଜ୍ଞାନିକ ଅଛନ୍ତି । ନିକଟରେ ଏକ ଔଷଧ କମ୍ପାନୀ ଆରମ୍ଭ କରି ଲୋକଙ୍କୁ ନିୟୋଜନ କରିବାକୁ ଯୋଜନା କରିଛନ୍ତି । କଠିନ ପରିଶ୍ରମ ଯୋଗୁଁ ଆଜି ସମସ୍ତେ ସଫଳତାର ସ୍ଥାନ ହାସଲ କରିଛନ୍ତି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

କଳାହାଣ୍ଡି ଜିଲ୍ଲାସ୍ତରୀୟ ନୂଆ-ଓ ଉତ୍ସବ: ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ୫ଟି ଅଧ୍ୟକ୍ଷ ଦେଲେ ଗୁରୁମନ୍ତ୍ର
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତଛାତ୍ରୀଙ୍କୁ ଦେଲେ ସଫଳତାର ଗୁରୁମନ୍ତ୍ର। ଜୟ ଜଗନ୍ନାଥ, ଜୟ ମା’ ମାଣିକେଶ୍ବରୀ କହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ । ନୂଆବର୍ଷର ଅଭିନନ୍ଦନ ଦେବା ସହ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ 5T ଅଧ୍ୟକ୍ଷ ।

ଏହି ଅବସରରେ ସେ କହିଥିଲେ, ‘ସମସ୍ତ ଛାତ୍ରଛାତ୍ରୀ ଏବେ ସେମାନଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚରେ ଅଛନ୍ତି । ଛାତ୍ରଛାତ୍ରୀଙ୍କ ଏହା ଏକ ଗୋଲଡେନ ପିରିୟଡ । ଏହି ସମୟରେ ଆପଣମାନଙ୍କ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପାଠ ପଢିବା । ପାଠ ପଢିବା ସହ କରିକୁଲାର ଆକ୍ଟିବିଟିଜ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢିବ । ଜୀବନରେ ସଫଳ ହେବା ଲାଗି ଆତ୍ମବିଶ୍ବାସ ବହୁ ଜରୁରୀ । ଏଥିଲାଗି ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାଦ୍ବାରା ଆପଣଙ୍କ ମଧ୍ୟରେ ଥିବା ପ୍ରତିଭା ବାହାରକୁ ଆସିବ । ସାମଗ୍ରିକ ବ୍ୟକ୍ତିତ୍ବର ଉନ୍ନତି ହେବ । ପାଠ ପଢିବା ସହ ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ ହେଲେ ଜୀବନରେ ସଫଳତା ହାସଲ କରି ହେବ ।’

ଆଗକୁ ସେ କହିଥିଲେ, ‘କୌଣସି ପ୍ରତିଯୋଗିତାରେ ଜିତିଲେ ଖୁସି ଲାଗିବ । ଏଥିରେ ଭାଗ ନେଲେ ଜୀବନ ସଂଘର୍ଷ କ’ଣ ଜାଣିବେ । ଆପଣଙ୍କ ମଧ୍ୟରେ ଥିବା ନେତୃତ୍ବ ଓ ଟିମ ୱାର୍କ ଭଳି ପ୍ରତିଭାର ବିକାଶ ହେବ। ଏଥିଲାଗି ଆପଣମାନଙ୍କୁ ସୁସ୍ଥ ରହିବା ସହ ନିଜ ମନକୁ ସୁସ୍ଥ ରଖିବା ଜରୁରୀ । ପ୍ରତିଦିନ ୩୦ ମିନିଟ ଶାରିରୀକ ପରିଶ୍ରମ ସହ ୧୫ ମିନିନ ଧ୍ୟାନ ନିଶ୍ଚିତ କରନ୍ତୁ । ଉଜ୍ଜଳ ଭବିଷ୍ୟତ ଲାଗି ଦିନକୁ ୧୪ ଘଣ୍ଟା ପରିଶ୍ରମ କରନ୍ତୁ ।’

ସୋସିଆଲ ମିଡିଆରେ ସମୟ ଅପଚୟ ନକରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ । ସୋସିଆଲ ମିଡିଆରୁ ବହୁତ କିଛି ଶିଖି ପାରିବେ । ଏଥିରୁ ଭଲ ତଥ୍ୟ ଗ୍ରହଣ କରିବାକୁ ଚେଷ୍ଟା କରିବାକୁ ଛାତ୍ରଛାତ୍ରୀଙ୍କ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ । ସେହିପରି ବାପାମାଆ ଓ ଗୁରୁଜନଙ୍କ କଥା ମାନି ସେମାନଙ୍କୁ ସମ୍ମାନ ଦେବାକୁ କହିଛନ୍ତି । କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ । ଆତ୍ମବିଶ୍ବାସ ରଖି କଠିନ ପରିଶ୍ରମ କଲେ ଭବିଷ୍ୟତ ଉଜ୍ଜଳ ହେବ ଓ ସ୍ବପ୍ନ ସାକାର କରିବେ ବୋଲି 5T ଅଧ୍ୟକ୍ଷ କହିଛନ୍ତି ।

ଏହି ଅବସରରେ କଳାହାଣ୍ଡି ଜିଲ୍ଲାର କିଛି ସଫଳ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଇଥିଲେ 5T ଅଧ୍ୟକ୍ଷ । କେସିଙ୍ଗାର ସରକାରୀ ବିଦ୍ୟାପୀଠରୁ ପାଠ ପଢି ଅନୁପମ ଶାହା ଜିଲ୍ଲାପାଳ ହୋଇ ପାରିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ ସତ୍ୟବ୍ରତ ଭୋଇ ଏମ ରାମପୁର ସରକାରୀ ବିଦ୍ୟାଳୟରେ ପଢି ଆଇପିଏସ ହୋଇ ପାରିଛନ୍ତି । ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରୁ ପାଠ ପଢି ଆଇପିଏସ ପାଇଥିବା ପିନାକ ମିଶ୍ରଙ୍କ ମଧ୍ୟ ଉଦାହରଣ ଦେଇ କଠିନ ପରିଶ୍ରମ ଏକମାତ୍ର ସଫଳତାର ସୂତ୍ର ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଛାତ୍ରଛାତ୍ରୀ ନିଜ ପ୍ରତି ବିଶ୍ବସ୍ତ ହୁଅନ୍ତୁ, ବହୁତ ଉପରକୁ ଯିବେ । କିଏ ବି ଆପଣଙ୍କ ସଫଳତାକୁ ବନ୍ଦ କରିପାରିବେନି ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ନୂଆ-ଓ ଯୁବ ଉତ୍ସବ: ଆତ୍ମବିଶ୍ୱାସ କଠିନ ପରିଶ୍ରମ ସଫଳତା ଆଣେ: ୫-ଟି ଅଧ୍ୟକ୍ଷ
ଖୋର୍ଦ୍ଧା: ଜୀବନରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମସହ ଆତ୍ମ ବିଶ୍ୱାସ ଜରୁରୀ । ଯୁବକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ-ଓ କାର୍ଯ୍ୟକ୍ରମର ପରିକଳ୍ପନା କରିଛନ୍ତି । ଏହି କାର୍ଯ୍ୟକ୍ରମ ଯୋଗେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦକ୍ଷତା ବୃଦ୍ଧି ସହ ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟାଇ ସେମାନଙ୍କୁ ଆଗକୁ ନେବ ବୋଲି ମଙ୍ଗଳବାର ଖୋର୍ଦ୍ଧା ହାବେଳୀ ପଡିଆ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ ଯୋଗଦେଇ ପରାମର୍ଶ ଦେଇଛନ୍ତି ।

ସେହିପରି ଛାତ୍ରଛାତ୍ରୀଙ୍କ ଲାଗି ପାଠ ପଢିବା ଯେତିକି ଆବଶ୍ୟକ ମାନସିକ ଓ ଶାରୀରିକ ବିକାଶ ପାଇଁ କାର୍ଯ୍ୟ କରିବା ବି ସେତିକି ଆବଶ୍ୟକ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ଏହାର ବିକାଶ ଘଟିଲେ ନିଜର ପ୍ରତିଭାର ପରିସ୍ଫୁଟନ ହେବ । ଏଭଳି ପ୍ରତିଭା ପରିସ୍ଫୁଟନ କାର୍ଯ୍ୟକ୍ରମରେ ନୂଆ-ଓ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ । ନୂଆ-ଓ କାର୍ଯ୍ୟକ୍ରମ ଯୁବକ ଯୁବତୀଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ଏଥିରେ ହାର ଜିତ କିଛି ବଡକଥା ନୁହେଁ ବରଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦଳଗତ କାର୍ଯ୍ୟ କରିବା ଦ୍ୱାରା ଅଭିଜ୍ଞତା ମିଳିଥାଏ । ତେବେ କଠିନ ପରିଶ୍ରମ ର ଅଭିଜ୍ଞତା ସାଙ୍ଗକୁ ସମାନ୍ତରାଳ ଚିନ୍ତାଧାରା ବିକାଶ ଏବଂ ଆତ୍ମବିଶ୍ୱାସ କୁ ଦୃଢ କରିଥାଏ । ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ର ବିକାଶ ଘଟାଇ ଆଗକୁ ବଢିବାରେ ସହାୟକ ହୋଇଥାଏ ବୋଲି କହିଥିଲେ । ତେବେ ଯୁବଗୋଷ୍ଠିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀ ଏଭଳି ମହତକାଂକ୍ଷୀ ପଦକ୍ଷେପ ନେଇଥିବା ସେ କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ୫ବର୍ଷ କଠିନ ପରିଶ୍ରମ କଲେ ଦୀର୍ଘବର୍ଷ ପର୍ଯ୍ୟନ୍ତ ଆରାମ ଜୀବନ ଯିଇଁ ପାରିବେ । ସୋସିଆଲ ମିଡିଆରେ ଆବଶ୍ୟକତାଠାରୁ ଅଧିକ ସମୟ ନଷ୍ଟ ନକରି ପାଠପଢା ଓ ଅତିରିକ୍ତ କାର୍ଯ୍ୟ (ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି) କୁ ଗୁରୁତ୍ୱ ଦେବାକୁ ଜରୁରୀ ବୋଲି କହିଥିଲେ । ଏଥିସହିତ ସୁସ୍ଥ ଓ ନିରୋଗ ରହିବାକୁ ହେଲେ ପ୍ରତିଦିନ ୧୦ରୁ ୧୫ ମିନିଟ ଯୋଗ, ଧ୍ୟାନ ଓ ବ୍ୟାୟାମ କରିବାକୁ ପରାମର୍ଶ ଦେବା ସହ ଆଗକୁ ବଢି ସଫଳତାର ପାହାଚ ଚଢିବାକୁ ହେଲେ ଆତ୍ମବିଶ୍ୱାସ ଯୋଗାଉଥିବା ବନ୍ଧୁକୁ ସାଙ୍ଗରେ ରଖିବାକୁ ପରାମର୍ଶ ଦେଇଥିଲେ । ସେହିପରି ପ୍ରତିଦିନ ପିତା ମାତା ଓ ଗୁରୁଜନଙ୍କ ଆର୍ଶିବାଦ କାମନା କରିବା ସହ ଶିକ୍ଷକ ଓ ଗୁରୁଜନମାନଙ୍କ ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ ବୋଲି ଶ୍ରୀ ପାଣ୍ଡିଆନ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ତେବେ ଅଧକାଂଶ ଛାତ୍ରଛାତ୍ରୀ ଯୋଗେ ବ୍ୟାୟାମ କରୁଥିବା ଖବର ଜାଣିବା ପରେ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କୁ ଏଥିଲାଗି ଅଧିକ ଉତ୍ସାହିତ କରିଥିଲେ ।

ପରେ ଶ୍ରୀ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇ ସେମାନଙ୍କ ସହ ହାତ ମିଶାଇବା ସହିତ କିଛି ଛାତ୍ରଛାତ୍ରୀଙ୍କ ସହ ସେଲଫି ନେଇଥିଲେ । ଏଥିସହିତ କିଛି ଛାତ୍ରଛାତ୍ରୀଙ୍କୁ ଅଟୋଗ୍ରାଫ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀଙ୍କ ସଂଗୀତର ତାଳେ ତାଳେ ଉପସ୍ଥିତ ଛାତ୍ରଛାତ୍ରୀ ମଧ୍ୟ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିଲେ ।ଶେଷରେ ବିଭିନ୍ନ ପ୍ରତିଯୋଗୀତାରେ ଜିଲ୍ଲାସ୍ତରରୁ ଉନ୍ନୀତ ଛାତ୍ରଛାତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଆମ ଓଡ଼ିଶା ନବୀନ ଓଡ଼ିଶାର ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଶ୍ରୀମୟୀ ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।

ଶ୍ରୀ ପାଣ୍ଡିଆନଙ୍କ ଗ୍ରସ୍ତ ସମୟରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ. ବାଦଲ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ ଓ ପ୍ରତାପ ଚନ୍ଦ୍ର ବେଉରା, ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଏସପି କିଶୋରଚନ୍ଦ୍ର ମୁଣ୍ଡ ଓ ସୁରେନ୍ଦ୍ରନାଥ ମୁର୍ମୁଙ୍କ ସମେତ ସମସ୍ତ ଅଧିକାରୀ ଏବଂ ପ୍ରଶାସନର କର୍ମଚାରୀ ପ୍ରମୁଖ ଉପସ୍ଥିତଥିଲେ ।

କଟକରେ ନୂଆ-ଓ କାର୍ଯ୍ୟକ୍ରମ: ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
କଟକ : କଟକ ବାଲିଯାତ୍ରା ତଳ ପଡିଆରେ ନୂଆ-ଓ କାର୍ଯ୍ୟକ୍ରମ। ଏଥିରେ ଯୋଗ ଦେଇଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୂଆ ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି ୫ଟି ଅଧ୍ୟକ୍ଷ। ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେ କହିଥିଲେ।

ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ଅଛନ୍ତି । ସଫଳତା ପାଇବାକୁ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢିବାର ଅଛି। ହେଲେ କେବଳ ଭଲ ପାଠ ପଢିଲେ ସଫଳତା ପାଇବେନି । ସଫଳତା ପାଇବାକୁ ହେଲେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବାକୁ ପଡିବ । ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ସେଥିଲାଗି ଏ ନୂଆ ଓ କାର୍ଯ୍ୟକ୍ରମ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଭାର ବିକାଶ ଗୁରୁତ୍ବପୂର୍ଣ୍ଣ। ଛାତ୍ରଛାତ୍ରୀମାନେ ବିଜୟ ହେଲେ ଖୁସି ଲାଗିବ। ସେଥିଲାଗି ଅଂଶଗ୍ରହଣ କରିବାକୁ ପଡିବ । ସବୁଥିରେ ଅଂଶଗ୍ରହଣ କଲେ ବହୁତ ଜିନିଷ ଶିଖି ପାରିବେ । ଯାହା ଜୀବନରେ ଅନେକ କାର୍ୟ୍ୟରେ ଆସିବ। ଏହା ଆପଣଙ୍କର ଆତ୍ମବିଶ୍ବାସ ବଢାଇବ । ପ୍ରତିଯୋଗିତାକୁ ସାମନା କରିବାକୁ ହେଲେ ଆତ୍ମବିଶ୍ବାସ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଛାତ୍ରଛାତ୍ରୀ ନିଜ ପାଇଁ ବିଶ୍ବସ୍ତ ରୁହନ୍ତୁ । ପ୍ରତିଦିନ ୩୦ ମିନିଟ ଶରୀର ପାଇଁ ଧ୍ୟାନ ଦିଅନ୍ତୁ । ଶାରିରୀକ ବ୍ୟାୟାମ ସହ ମାନସିକ ସଜାଗ ମଧ୍ୟ ଆବଶ୍ୟକ । ମନ ପାଇ ଦିନକୁ ୧୫ ମିନିଟ ଧ୍ୟାନ କରନ୍ତୁ । ଆତ୍ମ ବିଶ୍ବାସ ବୃଦ୍ଧି କରିବାକୁ କଠିନ ପରିଶ୍ରମ ଆବଶ୍ୟକ । ଦିନରାତି ଯିଏ ଏକା କରି ଖଟିବ ସିଏ ଉପରକୁ ଯିବ । ସିଏ ସଫଳତା ହାସଲ କରିବ । ସଫଳତାର କାରଣ କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ ।

ଆତ୍ମ ବିଶ୍ବାସ, କଠିନ ପରିଶ୍ରମ ପାଇଁ ସମସ୍ତେ ଲାଗି ପଡିବେ। ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସିରେ ରହିବେ । ଆପଣମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଛନ୍ତି ୫ଟି  ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କଟକ ବାଲିଯାତ୍ରା ତଳ ପଡିଆରେ କଟକ ଜିଲ୍ଲାର ୧୪୦ଟି କଲେଜରୁ ୧୮ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ଉପସ୍ଥିତ ଥିଲେ ।