Suspended MP - The Sakala

ସଂସଦରେ ହଟ୍ଟଗୋଳ ପାଇଁ ୧୫ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି, ଲୋକସଭାରୁ ୧୪ ଏବଂ ରାଜ୍ୟସଭାରୁ ଜଣେ ସାଂସଦ ସସ୍‌ପେଣ୍ଡ
ନୂଆଦିଲ୍ଲୀ: ସଂସଦରେ ହଟ୍ଟଗୋଳ ତଥା ହୋ ହାଲ୍ଲା ପାଇଁ ସସ୍‌ପେଣ୍ଡ ହେଲେ ୧୫ ସାଂସଦ । ୧୫ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି । ଲୋକସଭାରୁ ୧୪ ଏବଂ ରାଜ୍ୟସଭାରୁ ଜଣେ ସାଂସଦ ସସ୍‌ପେଣ୍ଡ ହୋଇଛନ୍ତି । ନିଲମ୍ବିତ ସାଂସଦ ମଧ୍ୟରେ କଂଗ୍ରେସର ୫ ସାଂସଦ ଅଛନ୍ତି। ଗୃହରେ ହୋହାଲ୍ଲା ସହ ହଟ୍ଟଗୋଳ କରିବାରୁ ଲୋକସଭାର ୫ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ପାର୍ଲାମେଣ୍ଟର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲେ ସାଂସଦ । ନିଲମ୍ବିତ କଂଗ୍ରେସ ସାଂସଦ ହେଲେ ଟିଏନ ପ୍ରଥପନ, ହିବି ଇଡେନ, ଡିନ କୁରିଆକୋସ, ଜ୍ୟୋତିମଣି ଏବଂ ରାମ୍ୟା ହରିଦାଶ। ଶୀତକାଳୀନ ଅଧିବେଶନରୁ ବାକି କାର୍ଯ୍ୟ ଦିବସରୁ ନିଲମ୍ବିତ ହୋଇଛନ୍ତି ସାଂସଦ । ପୂର୍ବରୁ ଆଜି ସକାଳେ ରାଜ୍ୟସଭା ଟିଏମସି ସାଂସଦ ଡେରେକ ଓବ୍ରାୟନ ନିଲମ୍ବିତ ହୋଇଛନ୍ତି। ଡେରେଓ ଓବ୍ରାୟନଙ୍କ ନିଲମ୍ବନଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟିଏମସି ସାଂସଦ ଡୋଲା ସେନ।

ଗତକାଲି ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ଉପରେ ଆଲୋଚନା କରିବାକୁ କଂଗ୍ରେସ ଓ ବିରୋଧୀ ସାଂସଦମାନେ ଦାବି କରୁଥିଲେ । ଏନେଇ କିଛି ସାଂସଦ ସଂସଦ ଭିତରେ ହୋ ହାଲ୍ଲା କରିବା ସହ ପ୍ରକୃତ ଦୋଷୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାକୁ ସଂସଦୀୟ କାର୍ଯ୍ୟ ପ୍ରଣାଳୀରେ ଅବୈଦ୍ଧ ଆଚରଣ ଭାବେ ଗଣନା କରାଯାଇ ସେମାନଙ୍କୁ ନିଲମ୍ବନ କରାଯାଇଛି ।