Pratap Jena - The Sakala

ପ୍ରତାପ ଜେନାଙ୍କ ଘରେ ମଦ୍ୟପ ଯୁବକଙ୍କ ଆତଙ୍କରାଜ, କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ମାଡ଼ ମାରିଥିବା ଅଭିଯୋଗ
ଭୁବନେଶ୍ୱର: ପ୍ରତାପ ଜେନାଙ୍କ ଘର ଉପରେ ଆକ୍ରମଣ । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଗତ ରାତିରେ ୧୫ରୁ ୨୦ ଜଣ ମଦ୍ୟପ ଗୁଣ୍ଡାଙ୍କ ଆତଙ୍କରାଜ । ଘର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ମାଡ଼ ମାରିଥିବା ଅଭିଯୋଗ । ଅସାମାଜିକ ଯୁବକମାନେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଇଥିଲେ । ଏହା କେବଳ ଆକ୍ରମଣ ନୁହେଁ । ଏହା ସଶସ୍ତ୍ର ଆତଙ୍କ । ଯେଉଁ ବିଜେଡି ବିଧାୟକ ଲୋକଙ୍କ ବିଶ୍ବାସ ଓ ନିଜ ଦଳକୁ ଟଙ୍କା ପାଇଁ ବିକ୍ରି କଲେ ସେ ବ୍ୟକ୍ତି ଏବେ ସଶସ୍ତ୍ର ଗୁଣ୍ଡା ପଠାଇ ସତ୍ୟର ସ୍ବରକୁ ଦବାଇବାକୁ ଚାହୁଁଛନ୍ତି । ଏ ଉଭୟ ଅପକର୍ମକୁ ଇତିହାସ କ୍ଷମା କରିବ ନାହିଁ ବୋଲି କହିଛନ୍ତି ପ୍ରତାପ ଜେନା । ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ରାଜଧାନୀ ସହରରେ ଖୋଲାଖୋଲି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୋଲିସ ଡିଜି ୱାଇ ବି ଖୁରାନିଆ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି । ଏହି ଘଟଣା ପରେ ପ୍ରତାପଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ପୁଣି ଓଡ଼ିଶାର ଶିଳ୍ପ ସ୍ବପ୍ନକୁ ବଡ଼ ଝଟକା, ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯିବ ନିପ୍ପନ ଷ୍ଟିଲ୍
ଭୁବନେଶ୍ୱର: ପୁଣି ଓଡ଼ିଶାର ଶିଳ୍ପ ସ୍ବପ୍ନକୁ ବଡ଼ ଝଟକା। ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯିବ ନିପ୍ପନ ଷ୍ଟିଲ୍। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ପ୍ରତାପ କହିଛନ୍ତି, ବିଜେପି ସରକାର ଆସିବା ପରେ ସବୁ ଆଶା ଭାଙ୍ଗିଯାଉଛି। ପ୍ରଥମେ JSW ଇଭି ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିଦିଆଗଲା। ଆଉ ଏବେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲକୁ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତର କରାଯାଉଛି । ଯାହାକି ଓଡ଼ିଶା ତଥା କେନ୍ଦ୍ରାପଡ଼ାରେ ବଡ଼ ପ୍ରକଳ୍ପର ସମ୍ଭାବନାକୁ ପ୍ରଭାବିତ କରିପାରେ। ଏହା କେନ୍ଦ୍ରାପଡାର ଲୋକଙ୍କ ପାଇଁ ଚାକିରି ଏବଂ ଓଡ଼ିଶାର ଆର୍ଥିକ ଆଗ୍ରଗତି ପାଇଁ ଏକ ବଡ଼ କ୍ଷତି।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୨୫ ବର୍ଷରେ ଓଡ଼ିଶା ଜଣେ ଶକ୍ତିଶାଳୀ ଔଦ୍ୟୋଗିକ ରାଜ୍ୟ ହୋଇପାରିଛି। କେନ୍ଦ୍ରାପଡାକୁ ନିପ୍ପନ ଷ୍ଟିଲ କାରଖାନା ପ୍ରକଳ୍ପ ଆସିଥିଲେ ଏଠାର ଆର୍ଥିକ ଉନ୍ନତି ଓ ହଜାର ହଜାର ଚାକିରି ସୃଜନର ସମ୍ଭାବନା ଥିଲା । ନବୀନ ନିଜେ ନିପ୍ପନ କାରଖାନାକୁ ଯାଇ ନିବେଶ ପାଇଁ ପକ୍କା ପ୍ରତିଶୃତି ଆଣିଥିଲେ । ହେଲେ ବିଜେପି ସରକାର ଆସିବା ପରେ ସବୁ ଆଶା ଭାଙ୍ଗିଯାଇଛି। ଏହି କି ପ୍ରକାର ଓଡ଼ିଆ ଅସ୍ମିତା ଯାହାକୁ ବିଜେପି ପ୍ରତିଜ୍ଞା କରିଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ।

ମନରେଗାରେ କମ୍‍ ଅର୍ଥ ପ୍ରଦାନକୁ ପ୍ରତାପ ଜେନାଙ୍କ ନାପସନ୍ଦ
ଭୁବନେଶ୍ୱର : ଚଳିତ ୨୦୨୨-୨୩ ବଜେଟ୍‍ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାତ୍ର ୭୩ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ବର୍ଷ ମିଳିଥିବା ୯୮ ହଜାର କୋଟି ଟଙ୍କା ତୁଳନାରେ ଏହା ବହୁତ କମ୍‍। ୨୦୨୧-୨୨ ବର୍ଷର ବଜେଟ ବ୍ୟୟ ଅଟକଳ ତୁଳନାରେ ଏହା ୨୫.୫୧ ପ୍ରତିଶତ କମ୍‍ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏହା ସହିତ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଓଡ଼ିଶାରେ ଶ୍ରମିକ ଦାବି ହ୍ରାସ ପାଇଥିବା କଥା ଆଦୌ ସତ୍ୟ ନୁହେଁ। କରୋନା ମହାମାରୀ ଅବସ୍ଥାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରୁ ଅନେକ ଲୋକ ରାଜ୍ୟକୁ ଫେରି ଆସିଛନ୍ତି।

ଏମାନେ ନିଜ ନିଜ ଗ୍ରାମରେ ରହିବା ଯୋଗୁଁ ଓଡ଼ିଶାରେ ଶ୍ରମିକ ମାନଙ୍କ ଚାହିଦା ଅନେକ ମାତ୍ରାରେ ବୃଦ୍ଧି ପାଇଛି। ୨୦୨୨-୨୩ ବର୍ଷର ଅଟକଳରୁ ପ୍ରାୟ ୫୦ ପ୍ରତିଶତ ଅର୍ଥ ଗତ ବର୍ଷର ବକେୟା ଦେୟ ବାବଦକୁ ପ୍ରଦାନ କରାଯିବ। “ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗ୍ରାମାଞ୍ଚଳରେ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇବା ବର୍ତ୍ତମାନ ସମୟର ଆବଶ୍ୟକତା ରହିଛି। ଏଥିରେ ଅଧିକ ବ୍ୟୟ ବରାଦ କରାଗଲେ ଅଧିକରୁ ଅଧିକ ଲୋକ କର୍ମ ସଂସ୍ଥାନ ପାଇବା ସହ ପ୍ରବାସୀ ଶ୍ରମିକ ସଂଖ୍ୟା ହ୍ରାସ ପାଇବା ସହ ଅନ୍ୟ ରାଜ୍ୟକୁ ଦୂରବସ୍ଥା ଜନିତ ପ୍ରବାସୀ ଶ୍ରମିକ ସଂଖ୍ୟା ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ରାଜ୍ୟରେ ୨୦୨୦-୨୧ରେ ୨୦.୮୧ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା। ଯାହାକି ୨୦୧୯-୨୦ ବର୍ଷର ୧୧.୧୪ କୋଟି ଶ୍ରମ ଦିବସ ତୁଳନାରେ ୧୮୭ ପ୍ରତିଶତ ଅଧିକ ରହିଥିଲା। ଚଳିତ ବର୍ଷ ମଧ୍ୟ ଏ ପର୍ଯ୍ୟନ୍ତ ୧୮ କୋଟିରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇ ସାରିଲାଣି ଯାହାକି ବିଗତ ବର୍ଷ ତୁଳନାରେ ମଧ୍ୟ ଅଧିକ। ଏହା ସୂଚାଉଛି କି ଓଡ଼ିଶାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅଧିକରୁ ଅଧିକ ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

କଅଁଳ କାନ୍ଧରେ ପରିବାର ବୋଝ: ପିଲାମାନେ ଅନଲାଇନରେ ପାଠ ପଢୁଥିବା ବେଳେ ଖାଦ୍ୟ ମୁଠାଏ ପାଇଁ ଚନ୍ଦନଙ୍କ ସଙ୍ଘର୍ଷ
ଭୁବନେଶ୍ବର : କଅଁଳ କାନ୍ଧରେ ପରିବାର ବୋଝ। ପିଲାମାନେ ଅନଲାଇନରେ ପାଠ ପଢୁଥିବା ବେଳେ କେଉଁଠାକୁ ଖାଦ୍ୟ ସନ୍ଧାନରେ ଯିବେ ତାହା ଚିନ୍ତା କରନ୍ତି। ଯେଉଁ ବୟସରେ ସାଙ୍ଗସାଥୀ ମେଳରେ ଖେଳ କୁଦରେ ସମୟ ବିତାଇବା କଥା ସେହି ସମୟ ବିତୁଛି ଘରର ୬ପ୍ରାଣୀଙ୍କ ପେଟ ଚିନ୍ତାରେ। କେତେବେଳେ ଅଳିଆ ଗଦା ତ ଆଉ କେତେବେଳେ ପରିବା ହାଟ। ହାଟରେ ଫିଙ୍ଗା ଯାଉଥିବା ନଷ୍ଟ ପରିବା ଭିତରୁ ଖୋଜାପଡ଼େ ଅଧାନଷ୍ଟ ପରିବା  ଯାହା ତାଙ୍କ ପାଇଁ ଅମୁଲମୂଲ। ବାପା ଭିନ୍ନକ୍ଷମ ହୋଇଥିବାରୁ ୧୩ବର୍ଷ ବୟସୟରେ ୫ପ୍ରାଣୀଙ୍କ ପେଟକୁ ଦାନା ଯୋଗାଉଛନ୍ତି ଚନ୍ଦନ ଦାସ ।

ସ୍ଥାନୀୟ ଗୋପବନ୍ଧୁ ନଗରରେ ବାପା, ମା’, ଜେଜେବାପା ଓ ଦୁଇ ସାନ ଭାଇ ଭଉଣୀଙ୍କ ସହ ରୁହନ୍ତି ଚନ୍ଦନ। ବାପା ରାମ ଦାସଙ୍କର ୨ଟି ହାତ ସମ୍ପୂର୍ଣ୍ଣ ଅକାମୀ ହୋଇଥିବାରୁ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି। ଜେଜେ ବାପା ବି ପରିଣତ ବୟସରେ। ୨ଛୋଟ ଛୁଆଙ୍କୁ ଛାଡ଼ି ମା’ ମଧ୍ୟ କୌଣସି କାମ କରିବାକୁ ସମୟ ପାଇ ପାରୁନାହାନ୍ତି। ଫଳରେ ୬ପ୍ରାଣୀଙ୍କ ପାଇଁ ଚୁଲିମୁଣ୍ଡକୁ ଖାଦ୍ୟ ସାମଗ୍ରୀ ଯୋଗାଇବାର ଦାୟିତ୍ବ ନେଇଛନ୍ତି ଚନ୍ଦନ। ଯେଉଁଦିନ ଚନ୍ଦନ କିଛି ନ ଆଣେ ସେଦିନ ଚୁଲି ଜଳେନି। ତେଣୁ ପାଠପଢ଼ା ବଦଳରେ ବିଭିନ୍ନ ସ୍ଥାନରୁ ଜରି, ବୋତଲ ଗୋଟାଇ ତାହାକୁ ବିକ୍ରି କରିନ୍ତି ଚନ୍ଦନ। ଯାହା ମିଳେ ସେଥିରେ ତେଜରାତି ସାମଗ୍ରୀ କିଣିଥାନ୍ତି । ଯେ ପର୍ଯ୍ୟନ୍ତ କିଛି ନ ମିଳେ ସେ ପର୍ଯ୍ୟନ୍ତ ଘରକୁ ଖାଲି ହାତରେ ଫେରନ୍ତି ନାହିଁ। ଅନେକ ସମୟରେ ସ୍ଥାନୀୟ ହାଟରେ ଜଗି ରହି ପନିପରିବା ଗୋଟାଇ ଆଣନ୍ତି । ନ ହେଲେ ବିଭିନ୍ନ ର ହୋଟେଲ ସାମ୍ନାରେ ଥିବା ଡଷ୍ଟବିନ୍‌ରେ ଫିଙ୍ଗା ଯାଇଥିବା ଖାଦ୍ୟକୁ ଠା ଆଦର ସହିତ ଘରକୁ ନେଇ ଆସନ୍ତି। କେବଳ ଖାଇବା ନୁହେଁ ଜ ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ଛପରଟେ ନାହିଁ ।

ଜେଜେବାପାଙ୍କ ତିଆରି ହୋଇଥିବା ଘର ଅଧାପନ୍ତରିଆ ଭାବେ ପଡ଼ିଛି। ଲଗାଣ ବର୍ଷାରେ ଘର ଭିତରେ ଢ଼ୁ ଢ଼ୁ ବର୍ଷା ପାଣି ପଡ଼ୁଥିବାରୁ ରାତି ରାତି ଅନିଦ୍ରା ହେଉଛନ୍ତି ସମସ୍ତେ। ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ରାଜନେତାଙ୍କୁ ଏସମ୍ପର୍କରେ ଜଣାଇଥିଲେ ବି କେହି ଗୁରୁତ୍ବ ଦେଉନଥିବା ଚନ୍ଦନଙ୍କ ମା’ କହିଛନ୍ତି। ବାପା ତ ଅକ୍ଷମ। ପୁଅକୁ ନେଇ ଅନେକ ସ୍ଵପ୍ନ ଦେଖୁଥିଲି । ହେଲେ ମୋ ପୁଅ ଯଦି ଏହି ବୟସରୁ ପାଠପଢ଼ା ଛାଡ଼ି ଘର ଦାୟିତ୍ବ ନେବ ତେବେ ତାହାର ଭବଷ୍ୟତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ସରକାର ଆମକୁ ସାହାଯ୍ୟ କଲେ ଆମେ ଘର ନିକଟରେ ଏକ ଦୋକାନ କରି ଚଳିବୁ ଆଉ ମୋ ପୁଅ ପାଠ ପଢ଼ିପାରିବ ବୋଲି ନିବେଦନ କରିଛନ୍ତି ଚନ୍ଦନଙ୍କ ମା’ ।

ରାଜ୍ୟରେ ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ- ପ୍ରତାପ ଜେନା
ଭୁବନେଶ୍ୱର: ପଂଚାୟତ ନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟରେ ଠିକ୍ ସମୟରେ ପଂଚାୟତ ନିର୍ବାଚନ ହେବ ବୋଲି ସେ ସୂଚନା ଦେଇଛନ୍ତି । ପଂଚାୟତ ସୀମା ପୁନଃନିର୍ଦ୍ଧାରଣ କାମ ସରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏ ନେଇ ଖୁବ୍ ଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ । ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ଯେଉଁ ସବୁ ସମସ୍ୟା ରହିଥିଲା ସେସବୁକୁ ଦୂର କରି କିପରି ପୌର ନିର୍ବାଚନ ହୋଇ ପାରିବ ସେନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି ।

ବିଭିନ୍ନ ସରକାରୀ କାର୍ଯ୍ୟର ସମୀକ୍ଷା ପାଇଁ କନ୍ଧମାଳ ଗସ୍ତରେ ମନ୍ତ୍ରୀ ପ୍ରତାପ ଜେନା
କନ୍ଧମାଳ: ଦୁଇ ଦିନିଆ କନ୍ଧମାଳ ଗସ୍ତରେ ପଞ୍ଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନା। ଫୁଲବାଣୀରେ ପଞାୟତରାଜ ମନ୍ତ୍ରୀ ପହଁଞ୍ଚିବା ପରେ ବହୁ ଚର୍ଚିତ ଯୋଡା ମୁଣ୍ଡ ଶିଶୁ ଜଗାକୁ ଦେଖିବା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଜଗାର ପରିବାର ସହ ମିଶି ଜଗାର ସ୍ୱାସ୍ଥ୍ୟ ଅବସ୍ତା ବୁଝିଥିଲେ । ଜଗାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସରକାର ସବୁବେଳେ ଯତ୍ନମାନ ରହିଛନ୍ତି ଏବଂ ଜଗାର ସ୍ୱାସ୍ଥ୍ୟ ଅବସ୍ତା ଭଲ ଥିବା କହିଛନ୍ତି ମନ୍ତ୍ରୀ | ଏହା ପରେ ଫୁଲବାଣୀର ପଞାୟତ ଭବନ ଠାରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ | ମୁଖ୍ୟମନ୍ତ୍ରୀଙ୍କର ଯୋଜନା ଗୁଡିକ କନ୍ଧମାଳ ଜିଲ୍ଲାରେ କିଭଳି ଚାଲିଛି ତା ସମୀକ୍ଷା କରିଥିଲେ ଓ ମୁଖ୍ୟ ମନ୍ତ୍ରୀଙ୍କର ମେଗା ପାନୀୟଜଳ ପ୍ରକଳ୍ପ କିଭଳି କନ୍ଧମାଳ ଜିଲ୍ଲାରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ସେଥିଉପରେ ମନ୍ତ୍ରୀ ପ୍ରତାପ ଜେନା ଗୁରୁତ୍ୱ ଦେଇଥିଲେ |

ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ
ଭୁବନେଶ୍ୱର: ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ନିଜେ ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତେବେ ନିକଟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ କୋଭିଡ୍ ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

Have tested positive for #COVID19. Anyone in close contact in the past few days please get tested.

— Pratap Jena (@jenapratap66) May 7, 2021

Pratap Jena

ଖରା ଦିନ ପାଇଁ ପାନୀୟ ଜଳ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ୍
ଭୁବନେଶ୍ବର: ରାଜ୍ଯରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅନେକା ଅଞ୍ଚଳରେ ଜଳ କଷ୍ଟର ଚିତ୍ର ଦେଖିବାକୁ ମିଳୁଛି। ଏଥିପାଇଁ ପାନୀୟ ଜଳ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।  ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କାର୍ଯ୍ୟରତ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି । ଖରା ଦିନ ପାଇଁ ଛୁଟି ବାତିଲ କରିଛି ପଂଚାୟତ ରାଜ ବିଭାଗ। ଜଳ ସଙ୍କଟ ଦୂର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ତୁରନ୍ତ ରାଜ୍ୟରେ ବନ୍ଦ ଥିବା ଓ ଖରାପ ନଳକୂପର ମରାମତି ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।