Mohan Yadav - The Sakala

ଏୟାର ହୋଷ୍ଟେସରୁ ଡିଏସପି ହୋଇଥିବା ନେହା ପଚ୍ଚିସିଆଙ୍କ ନାମରେ ଏଫଆଇଆର, ଜମି କେଳେଙ୍କାରୀ ମାମଲାରେ ନିଲମ୍ବିତ
ମଧ୍ୟପ୍ରଦେଶ କଟନୀ ଜିଲ୍ଲାର ସିଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ (ସିଏସପି) ତଥା ଡିଏସପି ନେହା ପଚ୍ଚିସିଆ ବର୍ତ୍ତମାନ ଏକ ବଡ଼ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଛନ୍ତି। ଏକଦା ଏୟାର ହୋଷ୍ଟେସ ଭାବରେ କାର୍ଯ୍ୟ କରୁଥିବା ନେହା ପରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ, କିନ୍ତୁ ବର୍ତ୍ତମାନ ଏକ ଜମି ହେରଫେର ତଥା ଲାଞ୍ଚ କାରବାର ଅଭିଯୋଗରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ଏହି ଘଟଣାକୁ ଗୁରୁତର ସହ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ହତ୍ୟା ଅଭିଯୁକ୍ତଙ୍କ ପରିବାରଠାରୁ ଜମି ହଡ଼ପ

ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସରେ କଟନୀ ଅଞ୍ଚଳରେ ଏକ ହତ୍ୟା ମାମଲାର ତଦନ୍ତ ଭାର ନେହା ପଚ୍ଚିସିଆଙ୍କୁ ଦିଆଯାଇଥିଲା। ଏହି ମାମଲାରେ ଆକାଶ ଲୋଧୀ ନାମକ ଜଣେ ବ୍ୟକ୍ତି ଅଭିଯୁକ୍ତ ଥିଲେ। ଅଭିଯୋଗ ହୋଇଛି ଯେ, ଡିଏସପି ନେହା ଅଭିଯୁକ୍ତଙ୍କ ପରିବାର ଉପରେ ଚାପ ପକାଇ ଜାମିନ କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ପ୍ରାୟ ୮୨ ଲକ୍ଷ ଟଙ୍କାର ଜମିକୁ ମାତ୍ର ୧୮ ଲକ୍ଷ ଟଙ୍କାରେ ନିଜର ଜଣେ ପରିଚିତ ବ୍ୟକ୍ତିଙ୍କ ନାମରେ ରେଜିଷ୍ଟ୍ରି କରାଇ ନେଇଥିଲେ। ନିଜ କଥା ରଖିବାକୁ ଯାଇ ସେ ଜାଣିଶୁଣି ଚାର୍ଜଶିଟ୍ ଦାଖଲ କରିବାରେ ବିଳମ୍ବ କରିଥିଲେ, ଯାହା ଫଳରେ ଅଭିଯୁକ୍ତ ଆକାଶ ଲୋଧୀଙ୍କୁ ଡିଫଲ୍ଟ ବେଲ୍ ମିଳିଯାଇଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ପରିବାର ଲୋକେ ତାଙ୍କ ବିରୋଧରେ ଅଭିଯୋଗ କରିବା ପରେ ଏହି ସଙ୍ଗୀନ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।

ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ଏହି ଘଟଣାର ବିଭାଗୀୟ ତଦନ୍ତ ପରେ ସତ୍ୟତା ପ୍ରମାଣିତ ହେବାରୁ ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶକ୍ରମେ କୁଠଲା ଥାନାରେ ଡିଏସପି ନେହାଙ୍କ ସମେତ ତିନି ଜଣଙ୍କ ବିରୋଧରେ ଧୋକାଧଡ଼ି ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଏଫଆଇଆର ରୁଜୁ ହୋଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ସସ୍ପେଣ୍ଡ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ, ନେହା ପଚ୍ଚିସିଆ ଆଗୁଆ ଆଶ୍ବସ୍ତି ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କଟନୀ ଜିଲ୍ଲାରେ ଏହି ବହୁଚର୍ଚ୍ଚିତ ଘଟଣା ବର୍ତ୍ତମାନ ସ୍ଥାନୀୟ ପ୍ରଶାସନିକ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମଧ୍ୟପ୍ରଦେଶରେ ମୁଗ କିଣାକୁ ନେଇ କୃଷକ ଆନ୍ଦୋଳନ ତୀବ୍ର: ଭୋପାଳରେ ଡେରା ପକାଇଲେ ଚାଷୀ, ସିଏମ୍ ହାଉସ୍ ଘେରାଉ ପାଇଁ ପ୍ରସ୍ତୁତି
ମଧ୍ୟପ୍ରଦେଶରେ ମୁଗର ୧୦୦ ପ୍ରତିଶତ ଏମ୍ଏସ୍ପି (MSP) କିଣା ଦାବିକୁ ନେଇ କୃଷକଙ୍କ ଆନ୍ଦୋଳନ ତୀବ୍ର ରୂପ ନେଇଛି। ନର୍ମଦାପୁରମ୍ରୁ ପଦଯାତ୍ରା କରି ଭୋପାଳରେ ପହଞ୍ଚିଥିବା ହଜାର ହଜାର ଚାଷୀ ଏବେ ରାଜଧାନୀର ସାବରକର ସେତୁ ନିକଟରେ ଡେରା ପକାଇଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ (ସିଏମ୍ ହାଉସ୍) ଘେରାଉ କରିବା ପାଇଁ ଚାଷୀମାନେ ପ୍ରସ୍ତୁତି ଚଳାଇଛନ୍ତି, ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ରାଜନୈତିକ ଆହ୍ୱାନ ସୃଷ୍ଟି କରିଛି।

କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ରାଜ୍ୟର ଚିଠି

ଆନ୍ଦୋଳନ ତୀବ୍ର ହେଉଥିବା ଦେଖି ରାଜ୍ୟ ସରକାର ଏବେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଛନ୍ତି। ମଧ୍ୟପ୍ରଦେଶର କୃଷି ମନ୍ତ୍ରୀ ଐଦଲ ସିଂହ କଂସାନା ଏହି ପ୍ରସଙ୍ଗରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଏକ ଚିଠି ଲେଖି ମୁଗ କିଣା ସୀମା ବୃଦ୍ଧି କରିବାକୁ ଦାବି କରିଛନ୍ତି। ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ବାହାରିପାରି ନାହିଁ।

କାହିଁକି ଆନ୍ଦୋଳନ କରୁଛନ୍ତି କୃଷକ?

କୃଷି ମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସମଗ୍ର ଦେଶର ମୋଟ ମୁଗ ଉତ୍ପାଦନରେ ମଧ୍ୟପ୍ରଦେଶର ଭାଗିଦାରୀ ପ୍ରାୟ ୪୦ ପ୍ରତିଶତ ରହିଛି। ରାଜ୍ୟରେ ମେ' ୧୪ରୁ ଜୁଲାଇ ୩, ୨୦୨୬ ମଧ୍ୟରେ ପ୍ରାୟ ୮.୦୬ ଲକ୍ଷ ମେଟ୍ରିକ୍ ଟନ୍ ମୁଗ ଉତ୍ପାଦନ ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ମାତ୍ର ୪.୫୪ ଲକ୍ଷ ମେଟ୍ରିକ୍ ଟନ୍ କିଣିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। କିଣା ସୀମା କମ୍ ଥିବାରୁ ରାଜ୍ୟର ବହୁ ସଂଖ୍ୟକ ଚାଷୀ ଏମ୍ଏସ୍ପି (MSP) ଲାଭରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏଣୁ କୃଷକମାନେ ଉତ୍ପାଦିତ ସମସ୍ତ ମୁଗକୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣିବାକୁ ଦାବି କରୁଛନ୍ତି।

ଭୋପାଳରେ କଡ଼ା ସୁରକ୍ଷା ବ୍ୟବସ୍ଥା

ମଙ୍ଗଳବାର ରାତିରେ କୃଷକମାନେ ଭୋପାଳର ବାହ୍ୟ ଇଲାକାରେ ପହଞ୍ଚିବା ପରେ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୋଲିସ ପକ୍ଷରୁ ଏକାଧିକ ସ୍ଥାନରେ ବ୍ୟାରିକେଡିଂ କରି କୃଷକମାନଙ୍କୁ ଅଟକାଇବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଆଗକୁ ବଢ଼ିବାରେ ସଫଳ ହୋଇଥିଲେ। ଚାଷୀମାନଙ୍କର ଏହି ବିଶାଳ ପ୍ରଦର୍ଶନ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସରକାର ପାଇଁ ଚଳିତ ବର୍ଷର ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି।

ରାସ୍ତା କଡ଼ରେ ପୋହା-ଜିଲାପି ବିକିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ଜାଣନ୍ତୁ କାହିଁକି କଲେ ଏମିତି ବିରୋଧ?
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ନିଜ ଗୃହ ଜିଲ୍ଲା ଟିକମଗଡ଼ରେ ସେ ରାସ୍ତା କଡ଼ରେ ଥିବା ଏକ ଠେଲାରେ ପୋହା ଓ ଜିଲାପି ବିକ୍ରି କରୁଥିବାର ନଜର ଆସିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ଅଭିଯାନକୁ ବିରୋଧ କରି ସେ ଏହି ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି।

ଗରିବଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଲେ ଉମା

ଗତ ସୋମବାର ଦିନ ଟିକମଗଡ଼ ନଗର ପାଳିକା, ଏସଡିଏମ ଏବଂ ତହସିଲଦାରଙ୍କ ଏକ ମିଳିତ ଟିମ୍ ସିଭିଲ୍ ଲାଇନ୍ ରୋଡ୍‌ରେ ଅବୈଧ ଜବରଦଖଲ ଉଚ୍ଛେଦ ଅଭିଯାନ ଚଳାଇଥିଲେ। ଏହି ସମୟରେ ରାସ୍ତା କଡ଼ରେ ଥିବା ଅନେକ ଛୋଟ ଦୋକାନ ଏବଂ ଠେଲାଗୁଡ଼ିକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଥିଲା। ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ଉମା ଭାରତୀ ଦୃଢ଼ ବିରୋଧ କରିଥିଲେ। ଗରିବ ଦୋକାନୀମାନଙ୍କୁ ସମର୍ଥନ ଜଣାଇବା ପାଇଁ ମଙ୍ଗଳବାର ସକାଳେ ସେ ସିଧାସଳଖ ଏକ ଠେଲା ପାଖରେ ପହଞ୍ଚି ନିଜେ ପୋହା ଏବଂ ଜିଲାପି ବିକ୍ରି କରିଥିଲେ। ସେ ପ୍ରଶାସନର ଏହି କାର୍ଯ୍ୟକୁ ଏକଛତ୍ରବାଦ ବୋଲି ଅଭିହିତ କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ କଲେ ଆଲୋଚନା

ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ଗରିବ ଲୋକଙ୍କ ଜୀବିକା ଉପରେ ସିଧାସଳଖ ପ୍ରଭାବ ପକାଉଛି ବୋଲି ଉମା ଭାରତୀ କହିଛନ୍ତି। ସେ ଦୋକାନୀମାନଙ୍କୁ ନିଜ ନିଜ ସ୍ଥାନରେ ପୁଣିଥରେ ଠେଲା ଲଗାଇବାକୁ କହିବା ସହ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରସଙ୍ଗରେ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ରାଜ୍ୟ ବିଜେପି ସଭାପତିଙ୍କ ସହ ଆଲୋଚନା କରିଛନ୍ତି। ଯଦି ଭବିଷ୍ୟତରେ ଗରିବଙ୍କ ଉପରେ ପୁଣିଥରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ସେ ଏହାକୁ ଖୋଲାଖୋଲି ଭାବେ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ
ମଧ୍ୟପ୍ରଦେଶ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେ ଦକ୍ଷିଣ ଉଜୈନ ବିଧାୟକ ରହିଛନ୍ତି। ଏଥରକୁ ମିଶାଇ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ମୋହନ ଯାଦବ । ସେ ଶିବରାଜ ସିଂହଙ୍କ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

ଏଥିସହ ମଧ୍ୟପ୍ରଦେଶ ବାଚସ୍ପତି ହେବେ ନରେନ୍ଦ୍ର ସିଂ ତୋମର । ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ତୋମର ହେବେ ବାଚସ୍ପତି । ବିଜେପି ବିଧାୟକ ଦଳ ବୈଠକରେ ତୋମରଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ୧୭ ନଭେମ୍ବରରେ ହୋଇଥିବା ନିର୍ବାଚନରେ ବିଜେପି ୨୩୦ ବିଧାନସଭା ଆସନ ମଧ୍ୟରୁ ୧୬୩ ଜିତିଥିଲା । ଯେତେବେଳେ କି କଂଗ୍ରେସ ୬୬ ଆସନରେ ଜିତି ଦ୍ୱିତୀୟ ସ୍ଥାନରେ ଥିଲା । ବିଜେପି ନିର୍ବାଚନରେ କାହାରିକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନା କରିନଥିଲା । ଏହି ନିର୍ବାଚନ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭରସାରେ ଲଢିଥିଲା । ମଧ୍ୟପ୍ରଦେଶର ବିଜେପି ଗତ ଦୁଇ ଦଶକ ମଧ୍ୟରେ ୫ମ ଥର ପାଇଁ ସରକାର ଗଢିବାକୁ ଯାଉଛି । । ଏହା ପୂର୍ବରୁ ୨୦୦୩,୨୦୦୮,୨୦୧୩ ଓ ୨୦୨୦ରେ ବିଜେପି ସରକାର ଗଠନ କରି ସାରିଛି ।