5T Chairman Kartik Pandian - The Sakala

ଯୁବପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ: କାର୍ତ୍ତିକ ପାଣ୍ଡିଆନ୍
ଭୁବନେଶ୍ବର: ଯୁବପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ । ଆଗାମୀ ୧୦ ବର୍ଷ ଯୁବ ପୀଢ଼ିଙ୍କ ପାଇଁ ୫ଟି ଗ୍ୟାରେଣ୍ଟି ଆଣିଛନ୍ତି। ରାଜ୍ୟର ଯୁବପିଢ଼ିଙ୍କ ପାଇଁ ଆଗାମୀ ପ୍ଲାନ୍ ବାବଦରେ ସୂଚନା ଦେଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ପାଣ୍ଡିଆନକହିଛନ୍ତି ଯେ, ବିଜେପି ନିର୍ବାଚନ ଇସ୍ତାହାରରେ ଖୋଜିଲେ ବି ଯୁବପିଢିଙ୍କ ପାଇଁ କିଛି ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପିଢିଙ୍କ ଦ୍ଵାରା ବିକଶିତ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ୧ ଲକ୍ଷ କୋଟିର ଯୁବ ବଜେଟ ଆଣିବ। ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ଏହି ଅର୍ଥ। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ର ଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା କରିଛି ଓଡ଼ିଶା। ରାଜ୍ୟର ଯୁବକଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ପ୍ଲାନ୍ କରାଯାଇଛି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ରୋଜଗାର ବୃଦ୍ଧି ପାଇଁ ଯୋଜନା ରହିଛି। ଯୁବ ପୀଢ଼ିଙ୍କ ଜରିଆରେ ନୂଆ ଓଡିଶା ଗଠନ ପାଇଁ ଲକ୍ଷ ରଖିଛନ୍ତି ସରକାର । ବହୁ ପୂର୍ବରୁ ଏହି ଯୋଜନା ଆରମ୍ଭ ହୋଇଛି। ସେହି କ୍ରମରେ ସ୍କୁଲ ରୂପାନ୍ତରଣ, କଲେଜ ରୂପାନ୍ତରଣ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ୮ ହଜାର ସ୍କୁଲ ରୂପାନ୍ତରଣ ହୋଇଛି। ୧ ହଜାର କଲେଜ ବି ରୂପାନ୍ତରଣ ହୋଇଛି। ଆଗକୁ ବି କଲେଜ ରୂପାନ୍ତରଣ ଜାରି ରହିବ। ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲ ରେ ଅଧିକ ସୁବିଧା ମିଳିବ। ଦକ୍ଷତା ବିକାଶରେ ଓଡ଼ିଶା ଏକ ନମ୍ବର ହୋଇଛି। ମୁଖ୍ୟମନ୍ତ୍ରୀ ଯୁବ ପୀଢ଼ିଙ୍କ ସହିତ ରହିଛନ୍ତି। ଯୁବପିଢ଼ି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ୨୦୨୪ ରୁ ୨୦୩୪ ଯାଏ ୧୦ ବର୍ଷ ଭିତରେ ଓଡିଶା ସବୁ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୮ରୁ ୨୪ ଆସନରେ ଜିତିବ ବିଜେଡି: କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ବର: ଗଣତନ୍ତ୍ର ମହାନ ପର୍ବ ନିର୍ବାଚନର ଆଦ୍ୟଚରଣ ଗତକାଲି ଦେଶରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ସୋମବାର ଦେଶରେ ଚତୁର୍ଥ ତଥା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଏହାର ଫଳାଫଳକୁ ନେଇ ବରିଷ୍ଠ ବିଜେଡି ନେତା କାର୍ତ୍ତିର ପାଣ୍ଡିଆନ ଖବର ସରବରାହ ସଂସ୍ଥା ଏନଏନଆଇକୁ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୨୮ଟି ଆସନରୁ ୨୪ଟି ଆସନରେ ଜିତିବ ବିଜେଡି । ୪ଟି ପର୍ଯ୍ୟାୟରେ ସୁଇପ୍‌‌ କରିବ ବିଜୁ ଜନତା ଦଳ । ଲୋକସଭା ନିର୍ବାଚନରେ ବିଜେଡି ପୂର୍ବ ଅପେକ୍ଷା ଭଲ କରିବ। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଭଲ କାମ ପାଇଁ ଦଳ ବିଜୟୀ ହେବ । ପୁଣିଥରେ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

#WATCH | Odisha: 5T Chairman and BJD leader VK Pandian says "BJD is sweeping the elections whether it is first, second, third or fourth phase. To be precise, in the first phase, BJD is winning a minimum of 24 out of 28 seats. Last time we had got 20 seats. This time, there is… pic.twitter.com/DuWvPUhqzC

— ANI (@ANI) May 14, 2024

ଏହାସହ ବିରୋଧୀ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ଗତକାଲି ଓଡ଼ିଶା ବିଜେପିର ୫ ନେତା ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯାହା ସୂଚନା ଥିଲା ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥାନ୍ତେ। ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥାନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ନିଜ ନିଜ ଭିତରେ ଝଗଡା ଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେନି। ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜୁଛନ୍ତି କିନ୍ତୁ ପାଉନାହାନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

ପାଲଲହଡ଼ାରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର, ନିଜ ଅଞ୍ଚଳରେ ଧର୍ମେନ୍ଦ୍ରଙ୍କୁ କଲେ ଟାର୍ଗେଟ୍
ଭୁବନେଶ୍ବର: ପାଲଲହଡ଼ାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର । ନିଜ ଅଞ୍ଚଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କଲେ କାର୍ତ୍ତିକ ପାଣ୍ଡିଆନ । କହିଲେ ଏହି ଜିଲ୍ଲାରୁ ଜଣେ ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଏହା ଓଡିଶା ପାଇଁ ଓ ଜିଲ୍ଲା ପାଇଁ ବହୁତ ଖୁସିର କଥା । ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି, ଚାହିଁଥିଲେ ଅଞ୍ଚଳରେ ସ୍କୁଲ କଲେଜ ଖୋଲିପାରିଥାନ୍ତେ ।  କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଥାନ୍ତେ, ପ୍ରତି ବ୍ଲକ୍‌ରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲିପାରିଥାନ୍ତେ । କିନ୍ତୁ କଲେ ନାହିଁ ।  ଏ ମାଟିର ପୁଅ ହୋଇ କାହିଁକି ପାରିଲେ ନାହିଁ ? ନିଜ ଗାଁ ସ୍କୁଲକୁ ଯାଇ 5T ରୂପାନ୍ତରଣ ଦେଖି ଆସନ୍ତୁ।

ମାଗଣାରେ ଉଜ୍ଜଳା ଗ୍ଯାସ ମିଳିବ କହିଥିଲେ ହେଲେ ମିଳିଲା ନାହିଁ, ତେଲ ଦର କମିବ କହିଥିଲେ କିନ୍ତୁ କମିଲା ନାହିଁ। ଏ ମାଟିର ବରପୁତ୍ର ପବିତ୍ର ମୋହନ ପ୍ରଧାନ ଙ୍କୁ ଭୁଲି ଗଲେ କେନ୍ଦ୍ରମନ୍ତ୍ରୀ। ନବୀନ ସରକାର ପବିତ୍ର ମୋହନ ଙ୍କୁ ସମ୍ମାନ ଦେଇ ତାଙ୍କର ସ୍ମୃତି ପିଠ ନିର୍ମାଣ କରିବା ସହିତ ତାଳଚେର ମେଡିକାଲ କଲେଜ ଏବଂ ତାଳପଦା ସେତୁ କୁ ପବିତ୍ର ବାବୁ ଙ୍କ ନାମ ରେ ନାମିତ କରିଛନ୍ତି। ଯେଉଁ ବ୍ୟକ୍ତିର ସେବା ନୁହେଁ, ରାଜନୀତି କରିବା ପାଇଁ ଇଚ୍ଛା ଥିବ, ସେ କେବେ ବି ଜିତି ପାରିବ ନାହିଁ।

ନବୀନ ପଟ୍ଟନାୟକ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି, ବିଜେପି ଭଳି ଲୋକଙ୍କୁ ଲଣ୍ଠନ ଦେଖାନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଓଡିଶାବାସୀଙ୍କ ବିଜୁଳି ବିଲ୍‌ ଛାଡ ହେବ କିନ୍ତୁ ଏହି କଥା ଶୁଣି ବିରୋଧୀ ଦଳକୁ କରେଣ୍ଟ ଲାଗୁଛି। ପାଲଲହଡାରେ ଆଗରୁ କେବେ ଏତେ ବିକାଶ ହୋଇ ନ ଥିଲା ପାଲଲହଡା ବାସୀଙ୍କୁ ବିକାଶ କାମର ହିସାବ ଦେଲେ ଆଗାମୀ ୨୫ ତାରିଖ ରେ ଯୋଡି ଶଂଖ ରେ ଭୋଟ ଦେଇ ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଏବଂ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଙ୍କୁ ପଚାଶ ହଜାର ଭୋଟ ରେ ବିଜୟି କରିବେ।

ଆସ୍କାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର: ବିରୋଧୀଙ୍କୁ ପୁଣି ଟାର୍ଗେଟ, କହିଲେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ ଦଳର ନେତା
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ଗୁରୁବାର ପ୍ରଥମେ କନିଷି ଏବଂ ପରେ ଆସ୍କାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନ । ଆପଣ ମୋତେ କୁହନ୍ତୁ ବିଏସକେୱାଇ ଯୋଜନା ଭଲ କି ନାହିଁ ? ମିଶନ ଶକ୍ତି .. ଭଲ କି ? ଲକ୍ଷ୍ମୀ ବସ ..ଭଲ କି ? ସ୍କଲାରସିପ୍ ଭଲ କି ?. କାଳିଆ ଯୋଜନା … ଭଲ କି ? ମଧୁବାବୁ ପେନସନ୍ ଯୋଜନା ଭଲ କି ? ପୁରୀ କାମ ଭଲ କି ?… ନବୀନ ପଟ୍ଟନାୟକ ଭଲ କି ? ଶଙ୍ଖ ଚିହ୍ନ ଭଲ କି ? ଜନତା ଏକ ସ୍ବରରେ ହଁ ମାରିଛନ୍ତି ।

ସେପଟେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ବିରୋଧୀ ଦଳର ନେତା ମିଛ କହୁଛନ୍ତି । ବିରୋଧୀ ଦଳର ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣ ମାନେ ଶଂଖରେ ଭୋଟ୍ ଦିଅନ୍ତୁ । ଏମପି ଓ ଏମଏଲ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ ବୋଲି କହିଛନ୍ତି ।

ସେପଟେ, ମୁଖ୍ୟମନ୍ତ୍ରୀଙ୍କ ପରେ କାର୍ତ୍ତିକ ପାଣ୍ଡିଆନ ନିଜର ଉଦବୋଧନରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଏଇ ମାଟିରୁ ଜଣେ ମହାନ ଜନନାୟକଙ୍କ ଜନ୍ମ ହୋଇଛି । ଏହି ମହାନ ଜନନାୟକ କିଏ ? ଯେଉଁ ଯାତ୍ରା ଆସ୍କାରୁ ଆରମ୍ଭ ହୋଇଥିଲା ତାହା ବିକାଶର ଯାତ୍ରାରେ ପରିଣତ ହୋଇଛନ୍ତି । ମଞ୍ଚରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ମହିଳା ଅଛନ୍ତି । ଏମପି ପ୍ରାର୍ଥୀ ମଧ୍ୟ ମହିଳା । ଆମେ ମହିଳାଙ୍କୁ ଆଗକୁ ନେବୁ । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ମହିଳାଙ୍କୁ  ଆଗକୁ ଆଣିବି ।ଆପଣ ଦେଖିଥିବେ କଂଗ୍ରେସ କିଛି ଦିନ ତଳେ ମେନିଫେଷ୍ଟୋ ଜାରି କରିଥିଲା । ତାଙ୍କ ନିଜ ଦଳ ଲୋକ ମଧ୍ୟ ତାକୁ ବିଶ୍ୱାସ କରୁନାହାନ୍ତି । ବିଜେପି ମଧ୍ୟ ମେନିଫେଷ୍ଟୋ ମଧ୍ୟ ଜାରି କରିଛି । ୨୦୧୪ରେ ବିଜେପି ତା’  ମେନିଫେଷ୍ଟୋର ବହୁତ କିଛି ପ୍ରତିଶ୍ରୁତି ଦେଇଥିଲା. କିଛି ପୁରଣ କଲା କି ? ୨୦୧୯ରେ ମଧ୍ୟ ବିଜେପି ଗୋଟିଏ ମେନିଫେଷ୍ଟୋ ଜାରି କରିଥିଲା । ସେତେବେଳେ ମଧ୍ୟ ବହୁତ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ କିଛି ପୁରଣ ହେଲା କି ? ଆଜି ଆମ ମୁଖ୍ୟମନ୍ତ୍ରୀ ବିଜେଡିର ମେନିଫେଷ୍ଟୋ ଜାରି କରିବେ । ଆଜି ସଂଧ୍ୟାବେଳେ ମେନିଫେଷ୍ଟୋ ଜାରି କରିବେ,ଯାହା ବିଶେଷକରି ଛାତ୍ରାମାନଙ୍କ ପାଇଁ ଖୁସୀର ଖବର ହେବ ।

ଚାଷୀ, ଛାତ୍ର ଓ ମଧ୍ୟବିତ୍ତ ପରିବାର ମଧ୍ୟ ଏହି ମେନିଫେଷ୍ଟୋକୁ ନେଇ ଖୁସି ହେବେ । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଘରେ ଘରେ ପହଂଚାଇବା । ବିଜେପି ବାଲାଙ୍କ ଅପପ୍ରଚାରକୁ ରୋକିବା । ଓ଼ଡିଶାର ଭାଇଭଉଣୀଙ୍କ ମୁହଁରେ ହସ ଫୁଟାଇବା ।

କନିଷିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର, ବିରୋଧୀଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡଆନ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା କନିଷିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ। କହିଲେ ଆପଣମାନେ ଏତେ ଖରାରେ ଆସିଛନ୍ତି, ବହୁତ ବହୁତ ଧନ୍ୟବାଦ। ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ସେପଟେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡଆନ ନିଜର ଉଦବୋଧନରେ ବିଜେପିକୁ ଟାର୍ଗେଟ କରିଛନ୍ତି । ୨୦୧୪ରେ ବିଜେପି ଗୋଟିଏ ମେନିଫେଷ୍ଟୋ ଆଣିଥିଲେ ,ଅନେକ କାମ କରିବା କଥା କହିଥିଲେ । ପାଇଥିଲେ ୨୦ରୁ କମ ଆସନ । ୨୦୧୯ରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ୨୦,୨୧ ସିଟ୍ ପାଇଥିଲେ । ଏଥର ମଧ୍ୟ ସେମାନେ ମେନିଫେଷ୍ଟୋ ଆଣିଛନ୍ତି। ସେଥିରେ କିଛି ହେବାର ନାହିଁ । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମେନିଫେଷ୍ଟୋ ଆଣିବେ । ଆପଣ ମାନେ ମୁଖ୍ୟମନ୍ତ୍ରୀଙ୍କ ମେନିଫେଷ୍ଟୋ ପ୍ରତିଶ୍ରୁତିକୁ ଘରେ ଘରେ ପହଞ୍ଚାଇବାର ପ୍ରତିଶ୍ରୁତି ଦିଅନ୍ତୁ । ଅନ୍ୟମାନେ ଯାହା କହିଲେ ବି କିଛି ଫରକ ପଡିବ ନାହିଁ । ଆମ ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି ଅଧିକ କାମ କରନ୍ତି । ବିରୋଧୀ ଦଳ ୨୪ ବର୍ଷ ହେଲା ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜି ପାରିନହାନ୍ତି। କାରଣ ସେମାନଙ୍କ ଡର ଯେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ସେମାନଙ୍କ ସିଟ୍ ସଂଖ୍ୟା କମିଯିବ । ମୋର ଅନୁରୋଧ ଆପଣ ମୁଖ୍ୟମନ୍ତ୍ରୀଙ୍କ ମେନିଫେଷ୍ଟୋକୁ ଘରେ ଘରେ ପହଂଚାଇବେ।

ବିଜେପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର, ବିକାଶ ବିରୋଧୀଙ୍କୁ ମୁହଁତୋଡ ଜବାବ ଦେବାକୁ ଅପିଲ୍
ଭୁବନେଶ୍ବର: କୁଆଡେ ଗଲା ଏମଏସପି ଦୁଇଗୁଣା କରିବାର ପ୍ରତିଶୃତି ? କୁଆଡେ ଗଲା ବରପାଲି ଷ୍ଟେସନକୁ ରେଲୱେ ଜଙ୍କସନ କରିବାର ପ୍ରତିଶୃତି ? କୁଆଡେ ଗଲା କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ଘୋଷଣା ? କେବଳ ନିର୍ବାଚନ ଆସିଲେ ବିରୋଧୀ ଦଳର ଚାଷୀଙ୍କ କଥା ମନେପଡେ । ବରଗଡ଼ ବିଜେପୁରରୁ ବିରୋଧୀଙ୍କୁ ଏମିତି ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ବିଜେପୁରରେ ବରଗଡ ବିଜେଡି ପ୍ରାର୍ଥୀ ପରିଣିତା ମିଶ୍ର ଓ ବିଜେପୁର ବିଧାୟକ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିବାକୁ ସବୁ ନିର୍ବାଚନମଣ୍ଡଳିରୁ ଦାବି ହେଉଛି। କାରଣ ମୁଖ୍ୟମନ୍ତ୍ରୀ ଯେଉଁଠୁ ପ୍ରାର୍ଥୀ ହେବେ ସେହି ନିର୍ବାଚନମଣ୍ଡଳିର ଚିତ୍ର ବଦଳିଯିବ । ବିଜେପୁର ତାର ଏକ ଜ୍ବଳନ୍ତ ଉଦାହାରଣ। ବରଗଡ଼ ଜିଲ୍ଲାର ଜଳସେଚନ ସମସ୍ୟା ଦୂର କରିବାକୁ ୩୦ ମିଟର ତଳୁ ପାଣି ଉଠାଇ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୮୦ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚିତ ହେଉଛି। ତିନି ବର୍ଷରେ ଏହି କାମ ଶେଷ ହୋଇଛି। ରୂପାନ୍ତରଣ କଣ ବିରୋଧୀ ଆସି ଏହି ପ୍ରକଳ୍ପକୁ ଦେଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଗତ ଉପନିର୍ବାଚନ ଓ ୨୦୧୯ରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଆସି ଏମଏସପି ଦୁଇଗୁଣା ହେବ ବୋଲି କହିଥିଲେ। କିନ୍ତୁ ଏଯାଏଁ କଲେ ନାହିଁ । ଏବେ ପୁଣି ନିର୍ବାଚନ ଆସିଛି, ସେ ଆସିବେ ଆଉ ବଡ ବଡ ପ୍ରତିଶୃତି ଦେଇ ଚାଲିଯିବେ । ବରପାଲୀ ରେଳଷ୍ଟେସନକୁ ରେଲୱେ ଜଙ୍କସନ କରିବାକୁ ପ୍ରତିଶୃତି ଦେଇଥିଲେ । ଏଯାଏଁ ପ୍ରତିଶୃତି ପାଳନ କଲେ ନାହିଁ । କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରିବାକୁ କହିଥିଲେ । କୁଆଡେ ଗଲା ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର ପାଉଥିବା ଜିଏସଟି ଭାଗକୁ ଫେରାଇ ଦେଇଛନ୍ତି ବୋଲି ସେ କହିଛନ୍ତି। ଏହା ହେଉଛି ବରଗଡବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା । ଫସଲ ବୀମା ସମସ୍ୟାର ସମାଧାନ ହେବ ବୋଲି କହିଥିଲେ ବିରୋଧୀ ଦଳର ନେତାମାନେ ଫେଲ ମାରିଲେ ।

ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଫସଲ ବୀମାର ପ୍ରିମିୟମ ନିଜେ ବହନ କଲେ । ଗଙ୍ଗାଧର ମେହେରଙ୍କ ଜନ୍ମମାଟି ଓ ମ୍ୟୁଜିୟମ ପାଇଁ କୋଟିଏ ୨୦ ଲକ୍ଷ ଓ ଦୁଇ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଓଡିଶାର ବରପୁତ୍ର ଓ ଅସ୍ମିତା କଥା କହୁଥିବା କେନ୍ଦ୍ରମନ୍ତ୍ରୀ ଗଙ୍ଗାଧର ମେହେରଙ୍କ ଗୋଟିଏ ବି ପ୍ରତିମୂର୍ତ୍ତି କରିନାହାଁନ୍ତି । ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ଦେଶର ସବୁ ପେଟ୍ରୋଲ ପମ୍ପରେ ନିଜର ଫଟୋ ମାରିଲେ । କିନ୍ତୁ ବରଗଡର ଗର୍ବ ଗଙ୍ଗାଧର ମେହେରଙ୍କୁ ଭୁଲିଗଲେ । ଖରାଦିନେ ଥଣ୍ଡା ଜାଗାକୁ ବୁଲିଯିବା ଭଳି ନିର୍ବାଚନ ଆସିଲେ ବିରୋଧୀ ଦଳର ନେତାମାନେ ଟୁରିଷ୍ଟ ଭଳି ଆସିବେ ବଡ ବଡ ପ୍ରତିଶୃତି ଓ ମିଠା ମିଠା କଥା କହି ଚାଲିଯିବେ। ବିଜେପୁରର ବିକାଶଧାରାକୁ ଜାରି ରଖିବାକୁ ନବୀନ ପଟ୍ଟନାୟକଙ୍କୁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଅପିଲ କରିଛନ୍ତି।

ବିଜେପିକୁ କାର୍ତ୍ତିକ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ: ସାହସ ଥିଲେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି
ଗଞ୍ଜାମ : ଖଲ୍ଲିକୋଟରେ ବିଜେପିକୁ କାର୍ତ୍ତିକ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ । ସାହସ ଥିଲେ ବିଜେପି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ । ବିଜେପି ଓଡିଶାରେ ସରକାର ଗଠନ କରିବାକୁ ଦିନରେ ସ୍ବପ୍ନ ଦେଖୁଛି । ହେଲେ ଦଳ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛି ପାରୁନି । ଜଣେ ଲୋକ ସବୁବେଳେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ । କିନ୍ତୁ ଦଳର ତାଙ୍କ ଉପରେ ଆସ୍ଥା କି ବିଶ୍ବାସ ନାହିଁ । ଯେଉଁଥି ପାଇଁ ତାଙ୍କ ନାଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁନାହିଁ । ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ୧୦ ପ୍ରତିଶତ ବିଧାନସଭା ଆସନ ବି ଜିତି ପାରିବନାହିଁ । ବିଜେପି ନେତା କହୁଛନ୍ତି ଜୁନ ୪ରେ ଗଣତି ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଘୋଷଣା କରିବେ । କିନ୍ତୁ ଓଡିଶାରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଓଡିଶାବାସୀ ବାଛିବେ ନା ଦିଲ୍ଲୀରେ ବସିଥିବା ହାଇକମାଣ୍ଡ ବୋଲି ଖଲିକୋଟ ପ୍ରଚାର ସଭାରେ ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ବିଜେପି ଯଦି ଓଡିଶାରେ କ୍ଷମତାକୁ ଆସେ ତେବେ ରାଜ୍ୟକୁ ୨୦-୨୫ ବର୍ଷ ପଛକୁ ନେଇଯିବ । ୨୫ ବର୍ଷ ପୂର୍ବେ ଓଡିଶାରେ କଂଗ୍ରେସ ସରକାରରେ ଥିଲା । ମହାବାତ୍ୟା ହେଉ କି ମରୁଡି ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ କଣ କରିବେ ସେନେଇ କଂଗ୍ରେସ ନେତାମାନେ ଦିଲ୍ଲୀରେ ଥିବା ତାଙ୍କ ହାଇକମାଣ୍ଡଙ୍କୁ ପଚାରୁଥିଲେ । ବିଜେପିର ମୁଖ୍ୟମନ୍ତ୍ରୀ ସେହିଭଳି ସବୁ କଥାରେ ହାଇକମାଣ୍ଡଙ୍କ ଉପରେ ନିର୍ଭର କରିବେ । ସେ ଓଡିଶାବାସୀଙ୍କ ପାଖରେ ନୁହେଁ, ହାଇକମାଣ୍ଡଙ୍କ ପାଖରେ ଉତ୍ତରାଦାୟୀ ରହିବେ । ନବୀନ ପଟ୍ଟନାୟକ କିନ୍ତୁ ଓଡିଶାବାସୀଙ୍କ ପାଖରେ ଉତ୍ତରଦାୟୀ ।

ବିଜେପି ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଓ କ୍ଷମତାକୁ ମାଡି ବସିବେ । ତାଙ୍କ ରିମୋଟ୍ କଣ୍ଟ୍ରୋଲ ଦିଲ୍ଲୀ ଥିବା ହାଇକମାଣ୍ଡଙ୍କ ପାଖରେ ରହିବ । ନବୀନ ପଟ୍ଟନାୟକଙ୍କ ରିମୋଟ୍ କିନ୍ତୁ ସବୁବେଳେ ଓଡିଶାବାସୀଙ୍କ ପାଖରେ । ତେଣୁ ଓଡିଶାବାସୀ ବାଛିବେ ତାଙ୍କୁ କେମିତିକା ମୁଖ୍ୟମନ୍ତ୍ରୀ ଦରକାର । ଖଲିକୋଟ ରାଣୀ ସ୍ବର୍ଗତ ଭି. ସୁଜ୍ଞାନୀ ଦେଓ ସବୁବେଳେ ନିଜ ଅଞ୍ଚଳ ପାଇଁ କାମ କରୁଥିଲେ । ସେ ସବୁବେଳେ ୫୦-୬୦ ହଜାର ମାର୍ଜିନରେ ଜିତୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୁଇ ପ୍ରାର୍ଥୀଙ୍କୁ ମଧ୍ୟ ଖୋଲିକୋଟବାସୀ ୬୦ ହଜାର ମାର୍ଜିନରେ ଜିତାଇବାକୁ ସେ ଅପିଲ କରିଛନ୍ତି ।

ଗଞ୍ଜାମର ବିଭିନ୍ନ ଅଞ୍ଚଳରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
ବ୍ରହ୍ମପୁର: ଗଞ୍ଜାମର ବିଭିନ୍ନ ଅଞ୍ଚଳରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର। ପ୍ରଚାର ସଭା ସହ ରୋଡ ଶୋ’ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ପାଣ୍ଡିଆନ୍। ଆଜି ଦିନ ତମାମ ଗଞ୍ଜାମ ଜିଲ୍ଲାର ଶେରଗଡ଼, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ପ୍ରଚାର ସଭା ଓ ରୋଡ ଶୋ’ରେ ସାମିଲ ହେବେ। ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍।

ସକାଳୁ କାର୍ତ୍ତିକ ପାଣ୍ଡିଆନ୍ ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିରକୁ ଯାଇ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଧବଳେଶ୍ବରରେ ଆଖପାଖ ଅଞ୍ଚଳର ଲୋକେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଗତକାଲି ସଂଧ୍ୟାରେ ପ୍ରଚଣ୍ଡ କାଳବୈଶାଖୀ ସତ୍ତ୍ବେ ପାଣ୍ଡିଆନ ଗୋପାଳପୁରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବିରାଟ ରୋଡ ଶୋ କରିଥିଲେ। ଗୋପାଳପୁର, ଲାଞ୍ଜିପଲ୍ଲୀ ଓ ଲୋଚାପଡ଼ାରେ ରୋଡ ଶୋ କରି ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଭୋଟ ମାଗିଥିଲେ।

ଭଞ୍ଜନଗରରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଆହ୍ବାନ
ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି। ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଓ ବିଏସକେୱାଇ ଭଳି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ସେମାନଙ୍କ ବିକାଶକୁ ବିରୋଧ କରୁଛନ୍ତି। ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଭଞ୍ଜନଗରରେ ବିଜେଡି ପ୍ରଚାର ସମାବେଶରେ ଯୋଗଦେଇ ଭୋଟରଙ୍କୁ ଅପିଲ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ।

କୌଣସି ଦଳ କିମ୍ବା ଜାତୀୟ ଦଳ ବିକାଶର ହିସାବ ଦେଉନାହାଁନ୍ତି। କିନ୍ତୁ ନବୀନ ପଟ୍ଟନାୟକ ଲୋକଙ୍କ ସବୁ ଦରଖାସ୍ତର ସମ୍ମାନର ସହ ସମାଧାନ କରୁଛନ୍ତି ଆଉ ଲୋକଙ୍କୁ ହିସାବ ମଧ୍ୟ ଦେଉଛନ୍ତି । ଭଞ୍ଜନଗରରେ ରାଜ୍ୟର ସବୁଠୁ ବଡ ପାନୀୟ ଜଳ ପ୍ରକଳ୍ପ ହେଉଛି । ଭଞ୍ଜନଗରକୁ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ଭଲ ପାଆନ୍ତି। ଭଞ୍ଜନଗରର ବିକାଶ ପାଇଁ ଯାହା ଆବଶ୍ୟକ ତାହା ମୁଖ୍ୟମନ୍ତ୍ରୀ କରିବେ । ଭଞ୍ଜନଗର ଏନଏସିକୁ ମ୍ଯୁନିସିପାଲିଟି କରିବା ଦାବି ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଛି ।

ସେହିପରି ଜନବିରୋଧୀ ଓ ବିକାଶ ବିରୋଧୀ କାମ କରୁଛନ୍ତି ବିରୋଧୀ। ବିଜେଡିକୁ ଗାଳି ଦେଉଛନ୍ତି ଓ ଅପପ୍ରଚାରରେ ମାତିଛନ୍ତି । ବିରୋଧୀ ଦଳ ମିଶନ ଶକ୍ତି, ବିଏସକେୱାଇ, କାଳିଆ, ଲକ୍ଷ୍ମୀ ଭଳି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ଏଭଳି ଜନବିରୋଧୀ ବିରୋଧୀ ଦଳକୁ ଭୋଟରେ ଜବାବ ଦେବାକୁ ପୋଲସରାବାସୀଙ୍କୁ ଆହ୍ବାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ଦିନ ରାତି କାମ କରୁଛନ୍ତି । ତେଣୁ ପୋଲସରାବାସୀ ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ୫୦ ହଜାରରୁ ଅଧିକ ମାର୍ଜିନରେ ଜିତାଇବାକୁ ସେ ଅପିଲ କରିଛନ୍ତି ।

ଓଡ଼ିଆ ‘ଅସ୍ମିତା’ ପ୍ରସଙ୍ଗରେ ତର୍କ ପାଇଁ ପ୍ରସ୍ତୁତ: କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର: ପ୍ରତି ରାଜ୍ୟର ଗର୍ବ ହେଉଛି ତାହାର ଭାଷା, ସଂସ୍କୃତି ଓ ସମ୍ପୃକ୍ତ ରାଜ୍ୟର ଜନତା। କିନ୍ତୁ ଆଜି ଓଡ଼ିଆ ଭାଷା ଏବଂ ଅସ୍ମିତା କଥା କହୁଥିବା ବିଜେପି ଗତ ୧୦ ବର୍ଷ ଭିତରେ ଏହି ତିନି ଗର୍ବ ପାଇଁ କ’ଣ କରିଛି? ଓଡ଼ିଶା ଭାଷାର ପ୍ରଚାର, ପ୍ରସାର ଓ ସୁରକ୍ଷା ପାଇଁ ବିଜେପିର ଅବଦାନ କ’ଣ ତାହା ବିଜେପି ନେତାମାନେ କୁହନ୍ତୁ; କିିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏ ଓଡ଼ିଆ ଭାଷା ପାଇଁ ଦିଲ୍ଲୀ ଦରବାରରେ ଲଢେ଼ଇ କଲେ ଓ ୨୦୧୪ ଫେବୃଆରୀ ମାସରେ ୟୁପିଏ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିଲେ। ଇତିମଧ୍ୟରେ ୧୦ ବର୍ଷ ଅତିବାହିତ ହୋଇଯାଇଛି। ସମସ୍ତେ ଜାଣିଛନ୍ତି ଏହି ୧୦ ବର୍ଷ ଭିତରେ ଓଡ଼ିଆ ଭାଷା ପାଇଁ କେନ୍ଦ୍ର ସରକାର ଟଙ୍କାଟିଏ ବି ଦେଇ ନାହାନ୍ତି କିମ୍ବା ଗୋଟିଏ ପଦକ୍ଷେପ ନେଇ ନାହାନ୍ତି; କିନ୍ତୁ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ସଂସ୍କୃତ, ତେଲୁଗୁ, ତାମିଲ, ମରାଠୀ ଭଳି ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷାର ବିକାଶ ପାଇଁ କେନ୍ଦ୍ର ସରକାର ସହାୟତା ପାଇଛନ୍ତି। ଏହା ହେଉଛି ଓଡ଼ିଆ ଭାଷା ପ୍ରତି କେନ୍ଦ୍ର ସରକାରଙ୍କ ଦରଦ। ଓଡ଼ିଆ ଅସ୍ମିତାର କଥା ଯେଉଁମାନେ କହୁଛନ୍ତି, ସେମାନେ ମୋ ସହିତ ଏହି ବିଷୟରେ ତର୍କକୁ ଆସନ୍ତୁ। ମୁଁ କହିବି ଓଡ଼ିଶାର ଗର୍ବ ଓ ଓଡ଼ିଆ ଅସ୍ମିତା କ’ଣ। ଓଡ଼ିଆ ଅସ୍ମିତା କଥା କହୁଥିବା ଓଡ଼ିଶା ବିଜେପି ନେତା ତର୍କ ପାଇଁ ମଞ୍ଚକୁ ଆସନ୍ତୁ, ମୋ ସହିତ ତର୍କ କରନ୍ତୁ ବୋଲି ଏଏନ୍‌ଆଇକୁ ଏକ ସାକ୍ଷାତକାରରେ କହିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ।

ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ଆମେ ସମସ୍ତେ ଜାଣିଛନ୍ତି ଓଡ଼ିଶାୀ ସଙ୍ଗୀତ ସମଗ୍ର ବିଶ୍ୱରେ ପରିଚୟ ପାଇଛି। ଏହି ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ବାର କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। କିନ୍ତୁ ୧୦ ବର୍ଷ ଧରି ଭାଷାକୁ ସହାୟତା ଦେଇ ନ ଥିବା କେନ୍ଦ୍ର ସରକାର ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ପାତରଅନ୍ତର ନୀତି ଅବଲମ୍ବନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଅସ୍ମିତାର ପରିଚୟ। ମହାପ୍ରଭୂ ସମଗ୍ର ବିଶ୍ୱରେ ପୂଜିତ। କୋଟି କୋଟି ଶ୍ରଦ୍ଧାଳୁଙ୍କ ଭାବାବେଗ ମହାପ୍ରଭୂଙ୍କ ସହିତ ଜଡିତ; କିନ୍ତୁ ଯେତେବେଳେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ ହେଲା ଓଡ଼ିଶାରୁ କେନ୍ଦ୍ରରେ ମନ୍ତ୍ରୀ ଥିବା ବ୍ୟକ୍ତି ଏହାକୁ ବନ୍ଦ କରିବା ପାଇଁ ପୂରା ବଳ ଲଗାଇ ଦେଲେ। କୌଣସିମତେ ପରିକ୍ରମା ପ୍ରକଳ୍ପରେ ବିଘ୍ନ ଆଣିବା ପାଇଁ ଷଡଯନ୍ତ୍ର କଲେ। ଭଲ କାମ କରି ମୁଖ୍ୟମନ୍ତ୍ରୀ କାଳେ ଅମର ହୋଇଯିବେ, ସେହି ଆଶଙ୍କାରେ କେନ୍ଦ୍ର ମନ୍ତ୍ରୀ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଉଦ୍ୟମ କଲେ। ମହାନ୍‌ ସ୍ୱାଧୀନତା ସଂଗ୍ରାମୀ, ନୀତିନିଷ୍ଠ ରାଜନେତା ବିଜୁ ପଟ୍ଟନାୟକ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ। ବିଜୁ ବାବୁ ହେଉଛନ୍ତି ପ୍ରତି ଓଡ଼ିଆଙ୍କ ଗର୍ବ ଗୌରବ। ସେ ବ୍ରିଟିଶ ମାନଙ୍କ ସହିତ ଲଢ଼ିଥିଲେ, ଦେଶ ପାଇଁ ଅନେକ ଥର ଜେଲ୍‌ ଯାଇଥିଲେ। ବାଂଲାଦେଶ ଯୁଦ୍ଧରେ ସେ ବଡ଼ ଭୂମିକା ନିର୍ବାହ କରିଥିଲେ। ଆଜି ଯେଉଁ କାଶ୍ମୀର କଥା ସମସ୍ତେ ଚର୍ଚ୍ଚା କରୁଛନ୍ତି, ପ୍ରଥମ ପାଇଲଟ୍‌ ଭାବେ ବିଜୁ ବାବୁ ସେଠାରେ ନିଜ ଜୀବନକୁ ବାଜି ଲଗାଇ ବିମାନ ଅବତରଣ କରିଥିଲେ। ଧ୍ୱସ୍ତବିଧ୍ୱସ୍ତ ଇଣ୍ଡୋନେସିଆରୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସେ କେବଳ ଓଡ଼ିଶାର ନୁହେଁ ସମଗ୍ର ଦେଶ ପାଇଁ ଗୌରବ। ବିଶ୍ୱରେ ପ୍ରଥମେ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଏବଂ ଦ୍ୱିତୀୟରେ ବିଜୁ ବାବୁଙ୍କ ସମ୍ପର୍କରେ ଆଲୋଚନା ହୁଏ। ସେ କ’ଣ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ ନୁହନ୍ତି? କିନ୍ତୁ କେନ୍ଦ୍ର ସରକାର ଦେଶର ବହୁତ ଲୋକଙ୍କୁ ଭାରତ ରତ୍ନ ଦେଉଥିବା ବେଳେ ବିଜୁ ବାବୁଙ୍କ ବେଳକୁ ଆଖି ବୁଜି ଦେଇଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବା ସଂକ୍ରାନ୍ତ ପ୍ରଶ୍ନରେ ଶ୍ରୀ ପାଣ୍ଡିଆନ୍‌ କହିଛନ୍ତି ଯେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ରାଜ୍ୟର ନିଜ ଅଞ୍ଚଳରୁ ଲଢ଼ନ୍ତୁ ବୋଲି ରାଜ୍ୟର ୧୪୭ଟି ଆସନର ଜନସାଧାରଣ ଚାହାନ୍ତି । ତେଣୁ ସବୁ ଥର ନବୀନ ବାବୁ ଦୁଇଟି ଆସନ ଚୟନ କରୁଛନ୍ତି। ଗତ ଥର ବିଜେପୁରରୁ ସେ ବହୁମତରେ ନିର୍ବାଚିତ ହୋଇଥିଲେ। ସେହି ୩ ବର୍ଷରେ ବିଜେପୁରରେ ଅଭୁତପୂର୍ବ ବିକାଶ କରିଛନ୍ତି। ଏଥର ସେ କଣ୍ଟାବାଞ୍ଜିରୁ ଲଢ଼ୁଛନ୍ତି। ରାଜ୍ୟରେ କଂଗ୍ରେସ୍‌ର ସ୍ଥିତି ସମ୍ପର୍କରେ ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ଦୀର୍ଘ ବର୍ଷ ହେଲା କ୍ଷମତାଚ୍ୟୁତ ହୋଇ କଂଗ୍ରେସ୍‌ ଦଳ ଅତ୍ୟନ୍ତ ଦୁଃଖଦ ସ୍ଥିତିରେ ଅଛି। ଏପରିକି କିଛି ଆସନରେ ବିଜେପି ସହିତ ହାତ ମିଳାଇବା ପାଇଁ କଂଗ୍ରେସ୍‌ ବାଧ୍ୟ ହୋଇଛି। ସମ୍ବଲପୁର ଏବଂ ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ଏବଂ କଂଗ୍ରେସ୍‌ ମିଳିତ ଭାବେ ଲଢ଼ୁଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ବିଜେଡି-ବିଜେପି ବିବାହ ସଂକ୍ରାନ୍ତ ମନ୍ତବ୍ୟ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ରାହୁଲ ଅବିବାହିତ। ତେଣୁ ସେ କୌଣସି ବିବାହ ସମ୍ପର୍କରେ କିଛି ନ କହିବା ଭଲ।

ଏହି ଅବସରରେ ସେ ଚଳିତ ନିର୍ବାଚନରେ ବିଜେଡ଼ି ୨୦୧୯ ଲୋକସଭା ଆସନ ତୁଳନାରେ ଅଧିକ ଆସନ ପାଇବ ଏବଂ ବିଧାନସଭାରେ ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବ ବୋଲି ଦୃଢେ଼ାକ୍ତି ବାଢ଼ିଛନ୍ତି । ସେ କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ବିଜେଡି କ୍ଲିନ୍‌ ସ୍ୱିପ୍‌ କରିବ। ଅନ୍ୟପକ୍ଷରେ ୨୦୧୯ ତୁଳନାରେ ବିଜେପି ବହୁତ କମ୍‌ ଆସନ ପାଇବ। ଯଦି ବିଜେପି ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସହିତ ନିର୍ବାଚନ ଲଢେ଼ ତେବେ ମଧ୍ୟ ନବୀନ ପଟ୍ଟନାୟକ ବହୁମତରେ ସରକାର ଗଢ଼ିବେ। ନବୀନ ପଟ୍ଟନାୟକ ଆମ ସେନାପତି ଏବଂ ଆମେ ହେଉଛୁ ତାଙ୍କର ଜଣେ ଜଣେ ସୈନିକ। ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଯେଉଁ ବିକାଶ ହୋଇଛି, ଯେଉଁ ରୂପାନ୍ତରଣ ହୋଇଛି ତାହା ହେଉଛି ବିଜେଡିର ବଳ। ବିକାଶକୁ ଆଧାର କରି ବିଜେଡି ନିର୍ବାଚନ ଲଢ଼ୁଛି। ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କର ପରସ୍ପର ପାଇଁ ଯଥେଷ୍ଟ ସମ୍ମାନ ରହିଛି। ଦଳୀୟ ଭାବନାରୁ ଉଦ୍ଧ୍ୱର୍କୁ ଯାଇ ଉଭୟ ନେତା ରାଜ୍ୟ ଏବଂ ଦେଶର ମଙ୍ଗଳ ପାଇଁ ପରସ୍ପରକୁ ସହଯୋଗ କରନ୍ତି। କାହା ମଧ୍ୟରେ ତିକ୍ତତା ନାହିଁ।

ଗତ ୧୦ ବର୍ଷ ଭିତରେ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ, ରାଜ୍ୟର ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରିଛନ୍ତି ତାହାର ପଟାନ୍ତର ନାହିଁ। ସବୁ କ୍ଷେତ୍ରରେ ରୂପାନ୍ତରଣ ଆସିଛି। ଓଡ଼ିଆ ଅସ୍ମିତା କଥା କହୁଥିବା ଲୋକ ଏହି ୧୦ ବର୍ଷ ଭିତରେ ଲୋକଙ୍କ ପାଇଁ କ’ଣ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍‌ ପ୍ରଶ୍ନ କରିଛନ୍ତି। ୨୦୨୪ ନିର୍ବାଚନରେ ସେମାନଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ। ତେଣୁ ଏପରି ମିଥ୍ୟା କୁତ୍ସାରଟନା କରୁଛନ୍ତି, ମନଗଢ଼ା କାହାଣୀ କହୁଛନ୍ତି। କିନ୍ତୁ ଓଡ଼ିଶାବାସୀ ସବୁ ଦେଖୁଛନ୍ତି ଆଉ ଏହି ନିର୍ବାଚନରେ ସେମାନଙ୍କୁ ଉଚିତ ଜବାବ ମିଳିବ ବୋଲି ଶ୍ରୀ ପାଣ୍ଡିଆନ୍‌ କହିଛନ୍ତି।ତାଙ୍କ ପାଇଁ ଜା୍‌ତୀୟତାବାଦ ଗର୍ବ ବୋଲି ବିଜେପି କହିଥାଏ। ତେଣୁ କିଏ ବାହାର ଲୋକ ତାହା ବିଜେପି ପ୍ରଥମେ ବୁଝାଇବା ଆବଶ୍ୟକ। ଯଦି ଧର୍ମେନ୍ଦ୍ର ପ୍ରଧାନ ବିହାର କିମ୍ବା ମଧ୍ୟପ୍ରଦେଶ ଯାଇ ନିର୍ବାଚନ ଲଢ଼ୁଛନ୍ତି ତା ହେଲେ ତାଙ୍କୁ କଣ ବାହାର ଲୋକ ବୋଲି କୁହାଯିବ? କିନ୍ତୁ ମୁଁ ତ ନିର୍ବାଚନ ଲଢ଼ୁ ନାହିଁ। କିନ୍ତୁ ଏହା ସତ୍ତେ୍ୱ ମୁଁ ବିରୋଧୀଙ୍କ ନିଶାଣରେ ରହିଛି। ମୁଁ ମଧ୍ୟ ସବୁ ପ୍ରକାର ଆକ୍ରମଣ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛି। ଏହା ଆମ ଦଳ ପାଇଁ ବହୁତ ଭଲ। ସେହିପରି ଆପଣ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାଣ୍ଡିଆନ୍‌ କହିଛନ୍ତି ଯେ ମୁଁ ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧ, ତାଙ୍କର ପ୍ରତିବଦ୍ଧତା, ତାଙ୍କର କଠିନ ପରିଶ୍ରମ, ଓଡ଼ିଶାବାସୀଙ୍କ ସଶକ୍ତିକରଣ ପାଇଁ ତାଙ୍କ ଚିନ୍ତାଧାରାର ଉତ୍ତରାଧିକାରୀ। ଓଡ଼ିଶାରେ ମୋ ପରିଚୟ ହେଉଛି ମୁଁ ନବୀନ ପଟ୍ଟନାୟକଙ୍କ ପାଇଁ କାମ କରୁଛି। ଏହି ପରିଚୟ ପାଇଁ ଓଡ଼ିଶାବାସୀ ମୋତେ ଭଲ ପାଉଛନ୍ତି, ମୋତେ ଆଶୀର୍ବାଦ କରୁଛନ୍ତି। ଏହି ପରିଚୟ ସହିତ ଶେଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହିଁବି।

ବାଲିଗୁଡାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବାଲିଗୁଡା ଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ସେମାନଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି। କନ୍ଧମାଳ ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ବାଲିଗୁଡା ବିଧାନସଭା ପ୍ରାର୍ଥୀ ଶ୍ରୀ ଚକ୍ରମଣି କହଁରଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ କହିଛନ୍ତି।

ବିରୋଧୀ ଦଳଙ୍କୁ ସିଧା ସଳଖ ଆକ୍ରମଣ କରି ସେ କହିଲେ ଯେ ଏଭଳି ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ବାସ ହରାଉଛି । ବର୍ଷକ ତଳେ ପଞ୍ଚାୟତ ନିର୍ବାଚନରେ ସବୁ ଜିଲ୍ଲାରେ ହାରିଥିଲେ, ତେଣୁ ତାଙ୍କ ମନୋବଳ ପୁରା ଭାଙ୍ଗି ଯାଇଛି । ତାଙ୍କ ପାଖରେ କହିବାକୁ କିଛି ନାହିଁ, ତେଣୁ ମିଛ କହିବା ଆରମ୍ଭ କରିଛନ୍ତି, ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି ।

ବିରୋଧି କହୁଛନ୍ତି ବିଧାନସଭାରେ ୧୨୦ ଓ ଲୋକସଭାରେ ୧୬ ଆସନରେ ଜିତିବେ । କିନ୍ତୁ ଦେଖିଲା ବେଳକୁ ପ୍ରାର୍ଥୀ ଦେବାପାଇଁ ବିଜେପି ପାଖରେ ଲୋକ ନାହାନ୍ତି । ବିଜେଡି ଲିଷ୍ଟକୁ ଚାହିଁଛନ୍ତି ବସିଛନ୍ତି । ବିଜେଡି ତାଲିକା ପ୍ରକାଶ ପରେ ନିଜର ତାଲିକା ବାହାର କରୁଛନ୍ତି ।

ଓଡିଶାରେ ଡବଲ ଇଞ୍ଜିନ, ସିଙ୍ଗଲ ଇଞ୍ଜିନର କିଛି ମୂଲ୍ୟ ନାହିଁ। ଓଡିଶାରେ ଗୋଟିଏ ଇଞ୍ଜିନ – ସେ ହେଉଛି ନବୀନ ଇଞ୍ଜିନ। ନବୀନ ଇଞ୍ଜନର ଶକ୍ତି ବହୁତ ଅଧିକ, କେବେ ବି ଖରାପ ହେବ ନାହିଁ। ସେମାନେ ବର୍ଷକୁ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ, କୁଆଡେ ଗଲା ଚାକିରି ପ୍ରତିଶ୍ରୁତି ? ପେଟ୍ରୋଲ, ଡିଜେଲ, ଗ୍ୟାସ ଦର କମେଇବେ ବୋଲି କହିଥିଲେ। ହିସାବ ଦେବାକୁ ସେମାନଙ୍କ ଦମ୍‌ ନାହିଁ। ଆମର ଦମ୍‌ ଅଛି ଲୋକଙ୍କୁ ଆମେ ସବୁବେଳେ ହିସାବ ଦେଇଚାଲିଛୁ।

ଆପଣମାନେ ତାଙ୍କୁ ପଚାରନ୍ତୁ, ହିସାବ ମାଗନ୍ତୁ। ହିସାବ ମାଗିଲେ ଲୁଚିକି ପଳେଇବେ, ଆଉ ଦେଖା ଦେବେନି। ନବୀନ ଗ୍ୟାରେଣ୍ଟି ହେଉଛି ଆମେ ପୁଣି ଆସିବୁ, ଆପଣମାନଙ୍କୁ ପୁଣି ହିସାବ ଦେବୁ । ମୁଖ୍ୟମନ୍ତ୍ରୀ ସବୁ ଧର୍ମକୁ, ସବୁ ଧର୍ମାବଲମ୍ବୀଙ୍କୁ ସମ୍ମାନ କରନ୍ତି, ସେଥିପାଇଁ ଓଡିଶାରେ ଶାନ୍ତି ଅଛି।

ଛତିଶଗଡ, ଝାଡଖଣ୍ଡରେ ଡବଲ ଇଞ୍ଜିନ ଚାଲିଥିଲା, କିନ୍ତୁ ସେମାନେ ଆଦିବାସୀଙ୍କ ପାଇଁ କଣ କରିଛନ୍ତି ? କିଛି କରି ନାହାନ୍ତି। ଓଡିଶାରେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି। ଭାଷା, ସାହିତ୍ୟ, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ସଂରକ୍ଷଣ କରୁଛନ୍ତି। କନ୍ଧମାଳ ଏସଡିସିରେ ଗତ ଏକ ବର୍ଷ ମଧ୍ୟରେ ୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଜନଜାତିଙ୍କ ସଂଗୃହୀତ ଜଙ୍ଗଲଜାତ ଦ୍ରବ୍ୟ ସରକାର କିଣିବା ପାଇଁ ‘ଲାଭ‘ ଯୋଜନା କରିଛନ୍ତି। ଆପଣମାନେ ସମସ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ। କେହି ଆପଣଙ୍କୁ ଠକି ପାରିବେ ନାହିଁ। ବାଲିଗୁଡାରେ ୩୩୫ କୋଟି ଟଙ୍କାର କାମ ଚାଲିଛି। ଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର ଓ ଧବଳେଶ୍ବର ଶିବ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା । ବସ୍ତିଙ୍ଗିଆ ଚର୍ଚ୍ଚ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ବାରଖମା, କଞ୍ଜାମେଣ୍ଡିରେ ଖ୍ରୀଷ୍ଟିଆନ ମାଇନରିଟି ସେଣ୍ଟର ପାଇଁ ସହାୟତା ଦିଆଯାଇଛି । ବାଲିଗୁଡା-ମାଡିନତା ସ୍ଥାନୀୟ ନାଳ ଉପରେ ହାଇଲେବୁଲ ସେତୁ ପାଇଁ ୬ କୋଟି ଟଙ୍କା, ବାଲିଗୁଡା-ବାରଖମା-ଖମଣଖୋଳ-ସିନ୍ଧିଗୁଡା ରାସ୍ତାରେ ହାଇଲେବୁଲ ସେତୁ ପାଇଁ ୫.୭୦ କୋଟି ଟଙ୍କା, ବାଲୁଗୁଡା-ବୁଦାଗୁଡା ରାସ୍ତାର ଉନ୍ନତି ପାଇଁ ୪୫ କୋଟି ଟଙ୍କା, ପିଡାମାହା-ଡୁଡୁମିଲା ରାସ୍ତାର ଉନ୍ନତିକରଣ ଓ ସେତୁ ନିର୍ମାଣ ପାଇଁ ୧୯.୫୦ କୋଟି ଟଙ୍କା, ଗୁମୁଡୁମାହା-ଲହାଡି ରାସ୍ତା ଉନ୍ନତିକରଣ ଓ ସେତୁ ନିର୍ମାଣ ପାଇଁ ୧୧.୫୦ କୋଟି ଟଙ୍କା ଏବଂ ଲୁଡୁ ଜଳପ୍ରପାତ ଓ ସର୍ପନଳା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧.୨୦ କୋଟି ଟଙ୍କାର କାମ ଚାଲିଥିବା ଶ୍ରୀ ପାଣ୍ଡିଆନ କହିଥିଲେ ।

ମାଲକାନଗିରିରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର: ନବୀନ ଇଞ୍ଜିନ ସବୁବେଳେ ଚାଲିବ, ଲୋକଙ୍କ ସମସ୍ୟା ସମାଧାନ କରିବ
ଭୁବନେଶ୍ବର: ବିଜୁ ଜନତା ଦଳ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ଜିତାଇବାକୁ ଆହ୍ବାନ ଦେଇଛନ୍ତି। ଲୋକସଭା ପ୍ରାର୍ଥୀ  ପ୍ରଦୀପ ମାଝୀଙ୍କ ସହିତ ମାଲକାନଗିରି ବିଧାନସଭା ପ୍ରାର୍ଥୀ  ମାନସ ମାଡକାମି ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପାଇଁ ଡବଲ ଶଙ୍ଖରେ ବଟନ ଦବାଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

ଆରମ୍ଭରୁ ବିରୋଧୀ ଦଳ ଉପରେ ଜୋରଦାର ଆକ୍ରମଣ କରି ଘୋର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏ ବିଶାଳ ସମାବେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ସ୍ନେହ ଓ ଭଲ ପାଇବାର ପ୍ରତୀକ, ଏସବୁ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି। ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବେ, ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେବେ, ପୁଣି ଥରେ ଘର ଭିତରେ ବନ୍ଦ କରି ରଖିବେ, BSKY ବନ୍ଦ କରିଦେବେ। ଆପଣମାନେ ସତର୍କ ରୁହନ୍ତୁ। ନବୀନ ଇଞ୍ଜିନ କେବେ ବି ଫେଲ୍‌ ମାରିନି କି ମାରିବ ନାହିଁ । ନବୀନ ଇଞ୍ଜିନ ସବୁବେଳେ ଚାଲିବ, ଲୋକଙ୍କ ସମସ୍ୟା ସମାଧାନ କରିବ।

ମାଲକାନଗିରିରେ ସେ କହିଥିଲେ ଯେ ଏଠି ଆପଣଙ୍କ ଜଣେ ବିଧାୟକ ଅଛନ୍ତି, ଯାହାକୁ ଆପଣ ଦେଖିବାକୁ ପାଉ ନାହାନ୍ତି। ଏମିତି ଲୋକ ଆପଣଙ୍କ ଦରକାର, ନା ଆପଣଙ୍କ ସହିତ ଦିନରାତି ରହି ଆପଣଙ୍କ ସୁଖଦୁଃଖର ସାଥି ହେବ, ସେ ଲୋକ ଦରକାର । ଆପଣ ନିର୍ଣ୍ଣୟ କରନ୍ତୁ ।

ପଡୋଶୀ ଛତିଶଗଡର ଉଦାହରଣ ଦେଇ ସେ କହିଲେ ଯେ ଦେଖନ୍ତୁ ସେଠାରେ ବାରମ୍ବାର ଡବଲ ଇଞ୍ଜିନ ସିଙ୍ଗଲ ଇଞ୍ଜିନ ଚାଲିଛି, କିନ୍ତୁ ଶାନ୍ତି ନାହିଁ। ସବୁବେଳେ ବମ୍‌ ଫୁଟୁଛି। ନବୀନ ବାବୁଙ୍କ ନେତୃତ୍ବ ଓ କଠିନ ପରିଶ୍ରମରେ ମାଲକାନଗିରିରେ ଶାନ୍ତି ଫେରିଛି। ଶାନ୍ତି ଆସିଲେ ପ୍ରଗତି ଆସିବ ଉନ୍ନତି ଆସିବ। ପୁଞ୍ଜି ଆସିବ, ପିଲା ନିଯୁକ୍ତି ପାଇବେ ।

ମାଲକାନଗିରିର ଏକ ବିଶାଳ ଅଞ୍ଚଳ ଦିନେ କଟ୍‌ଅଫ୍‌ ଅଞ୍ଚଳ ଭାବେ ପରିଚିତ ଥିଲା । ଏବେ କିନ୍ତୁ ତାର ନୂଆ ପରିଚୟ ହୋଇଛି ସ୍ବାଭିମାନ ଅଞ୍ଚଳ। ଏଠାରେ ରୂପାନ୍ତର ଆସିଛି, ବିକାଶର ଧାରା ଜୋରଦାର ହୋଇଛି। ବିରୋଧୀ ଆଖି ଖୋଲି ଦେଖନ୍ତୁ, ବିକାଶ କିପରି ହୁଏ। ମାଲକାନଗିରି ହେଉଛି ତାର ସାକ୍ଷୀ। ଦିନ ଥିଲା ମାଲକାନଗିରିରେ ସାଇକେଲ ଖଣ୍ଡିଏ ଗଡୁ ନ ଥିଲା, ଆଜି ଉଡାଜାହାଜ ଉଡୁଛି।

ମୁଖ୍ୟମନ୍ତ୍ରୀ ତାଙ୍କ ବିଶାଳ ହୃଦୟରେ ଜନଜାତିମାନଙ୍କୁ ସବୁଠାରୁ ବଡ ସ୍ଥାନ ଦେଇଛନ୍ତି । ଜନଜାତି ମାନଙ୍କ ପାଇଁ ସବୁଠାରୁ ଅଧିକ ହଷ୍ଟେଲ ଓଡିଶାରେ ହିଁ ହୋଇଛି। ୫ ଲକ୍ଷରୁ ଅଧିକ ଜନଜାତି ଝିଅମାନେ ପାଠ ପଢି ବାପମାଙ୍କ ସ୍ବପ୍ନ ପୂରଣ କରୁଛନ୍ତି। ଜନଜାତି ଭାଷା, ସଂସ୍କୃତି, ପୂଜାସ୍ଥଳୀ, ଜାହିରାର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି।

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ସବୁଠୁ ବେଶି ଭଲ ପାଆନ୍ତି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ସବୁ ବଡ ବଡ ଯୋଜନା ସେ ମାଲକାନଗିରିରୁ ହିଁ ଆରମ୍ଭ କରିଛନ୍ତି, ଦୁଇ ଟଙ୍କିଆ ଚାଉଳ, ଟଙ୍କିକିଆ ଚାଉଳ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ଯୋଜନା – ସବୁକିଛି ମାଲକାନଗିରିରୁ ହିଁ ଆରମ୍ଭ ହୋଇଛି।

ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରି  ସେ କହିଥିଲେ ଯେ ତାଙ୍କ ନିର୍ଦ୍ଦେଶରେ ମୁଁ ଆଜି ଆପଣଙ୍କୁ ସବୁ କାମର ହିସାବ ଦେଉଛି। ସେ କହିଥିଲେ ମାଲକାନଗିରି ନିର୍ବାଚନମଣ୍ଡଳୀରେ ୧୨୭ କୋଟି ଟଙ୍କାର କାମ ଚାଲିଛି।

ଲକ୍ଷ୍ମୀ ବସ୍‌ ଯୋଜନାରେ ଜିଲ୍ଲାର ୪.୫୦ ଲକ୍ଷ ଉପକାର ପାଇଛନ୍ତି। ଜିଲ୍ଲାର ସବୁ ହାଇସ୍କୁଲର 5T ରୂପାନ୍ତର କରାଯାଇଛି । ମଲ୍ଲିକେଶ୍ବର ମନ୍ଦିର ଓ ରାସ୍ତା ପାଇଁ ୨.୯୦ କୋଟି, ହରିଚାନ୍ଦ ଆଶ୍ରମ ପାଇଁ ୧.୨୮ କୋଟି, ନରନାରାୟଣ ଆଶ୍ରମ ପାଇଁ  ଜମିପଟ୍ଟା ଦିଆଯିବା ସହିତ ୪୮ ଲକ୍ଷ ଟଙ୍କାର ବିକାଶ କାମ, ମନ୍ୟମକୁଣ୍ଡା ଗୁମ୍ଫା ବିକାଶ ପାଇଁ ୧ କୋଟି,  ମା ଭରବୀ ମନ୍ଦିର ପାଇଁ ୫୦ ଲକ୍ଷ, ଅଲେଖ ମହିମା ଆଶ୍ରମ ପାଇଁ ୧୪ ଲକ୍ଷ, ସାଇ ମନ୍ଦିର ପାଇଁ ୪୦ ଲକ୍ଷ। ପୁରୁଣା ମାଲକାନଗିରିରୁ ମୋଟୁ ରାସ୍ତା ପାଇଁ ୧୬.୪୩ କୋଟି, ପୋଲୁରୁ ରୁ କୃଷ୍ଣପାଲି ରାସ୍ତା ପାଇଁ ୧୩ କୋଟି, ଭୁବନପାଲିରୁ କୁନାପାଲି ରାସ୍ତା ପାଇଁ ୯ କୋଟି, କୋଟାଗୁଡାରୁ ଆଲ୍‌ମା ରାସ୍ତା ପାଇଁ ୭.୬୦ ଲକ୍ଷ, ଏମ୍‌.ଭି-୬୧ରୁ କୁର୍ତ୍ତୀ ରାସ୍ତା ପାଇଁ ୫ କୋଟି, ମୁରଲିଗୁଡାରୁ ପେଟା ପର୍ଯ୍ୟନ୍ତ ୫ କୋଟି, ସତୀଗୁଡା ଡ୍ୟାମ ପାଇଁ ୨ କୋଟି ଟଙ୍କା।

ଚିତ୍ରକୋଣ୍ଡାରେ ବିକାଶର ଚିତ୍ର ଦେଖାଇ ସେ କହିଥିଲେ ଯେ, ଚିତ୍ରକୋଣ୍ଡା ଓ କରୋକୁଣ୍ଡା ବ୍ଲକ୍‌ର ୧୮ଟି ପଞ୍ଚାୟତରେ ସେତୁ ଯୋଜନାରେ ୧୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଲୋକଙ୍କ ସାମାଜିକ ଓ ଆର୍ଥିକ ରୂପାନ୍ତର କାମ ଚାଲିଛି। ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ୪୦୦୦ କୋଟି ଟଙ୍କା। ଗୋବିନ୍ଧପାଲୀ ଜଗନ୍ନାଥ ମନ୍ଦିର, ଦାମଲଦେଇ ମନ୍ଦିର, ୧୦ଟି ମହିମା ଆଶ୍ରମ, ଶିବ ମନ୍ଦିର, ମା କାଣିବୁଢୀ ମନ୍ଦିର ଆଦି ସବୁ ମନ୍ଦିରର  ଉନ୍ନତିକରଣ ପାଇଁ ୨.୧୦ କୋଟି ଟଙ୍କା, ଆଦିବାସୀ ସମାଜ ଭବନ ପାଇଁ ୫୦ ଲକ୍ଷ, ଚିତ୍ରକୋଣ୍ଡାରେ ୧୦୦ ଶଯ୍ୟାବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ ପାଇଁ ୫୦ କୋଟି, ମାଛକୁଣ୍ଡ ଉପରେ ସେତୁ ପାଇଁ ୩୫ କୋଟି, କାଳିଆଗଡ ନଳା ଉପରେ ସେତୁ ପାଇଁ ୧୬ କୋଟି, ମାଥିଲି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୫ କୋଟି ୫୦ ଲକ୍ଷ, ହନ୍ତାଳଗୁଡା ପର୍ଯ୍ୟଟନ ପାଇଁ ୭୬ ଲକ୍ଷ, ୨୬ଟି ଗ୍ରାମପଞ୍ଚାୟତରେ ପାଇପ ପାଣି ପାଇଁ ୩୨୦ କୋଟି ଟଙ୍କା ଏବଂ ବଡପଡା ଓ ପେପରମେଟଲାର ୨୪ଟି ଗାଁରେ ପାଇପ ପାଣି ପାଇଁ ୨୦ କୋଟି ଟଙ୍କା।

ଶେଷରେ ସେ ୯୫ ପ୍ରତିଶତ ଭୋଟ କରି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ସେ ଅନୁରୋଧ କରିଥିଲେ । ଡବଲ ଶଙ୍ଖରେ ଭୋଟ ଦେଇ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ  ଅନୁରୋଧ କରିଥିଲେ।