Coastal Highway - The Sakala

କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'
ଭୁବନେଶ୍ୱର: କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଏହି ପ୍ରକଳ୍ପରେ ପର୍ଯ୍ୟଟନର କୌଣସି ସୁଯୋଗ ରହିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା। ସେ ଆହୁରି ମଧ୍ୟ କହିଛନ୍ତି କି, ଦୀର୍ଘ ୧୧ ବର୍ଷ ପରେ ଉପକୂଳ ରାଜପଥର କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ର ମନ୍ତ୍ରୀ ଅବଗତ କରିଛନ୍ତି । ଏହା ଓଡ଼ିଶାର ପର୍ଯ୍ୟଟନ, ଅର୍ଥନୀତି, ଗମନାଗମନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିବା ସହ ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ । ନବକଳେବର ସମୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ପିପିଲି ଠାରେ ଏହାର ଘୋଷଣା କରିଥିଲେ । ୪୩୦ କିଲୋମିଟରର ଏହି ପ୍ରୋଜେକ୍ଟର ସ୍ବପ୍ନ ଦେଖାଇଥିଲେ । ଏଥିସହ କଟକ ଭୁବନେଶ୍ୱର ଖୋର୍ଦ୍ଧା CRRR, ରାମେଶ୍ୱରରୁ ଚନ୍ଦନପୁର ଯାଏଁ NH ମାନ୍ୟତା ଘୋଷଣା କରିଥିଲେ । ୧୧ ବର୍ଷ ପରେ ଏହି ୮୩୦୦ କୋଟିର ପ୍ରକଳ୍ପ ରାମେଶ୍ୱର ଠାରୁ କୋଣାର୍କ ଓ କୋଣାର୍କରୁ ପାରାଦ୍ୱୀପର ମଞ୍ଜୁରୀ ଦିଆଯାଇଛି । ହେଲେ ଓଡ଼ିଶାବାସୀ ନିରାଶ । ଏହି ଅବଧି ଭିତରେ ତିନି ଥର ଟେଣ୍ଡର ଡକାଯାଇଛି । କେତେବେଳେ ଚାରି ଥାକିଆ ରାସ୍ତା କେତେବେଳେ ଦୁଇ ଥାକିଆ । ତିନି ଥର ଟେଣ୍ଡର ବାତିଲ ହୋଇଛି । ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ମିଳି ନଥିଲା । ଚିଲିକା, ଭିତରକନିକା ମଞ୍ଜୁରୀ ମିଳି ନଥିଲା ।

ପାରାଦ୍ୱୀପରୁ ଦିଘା ଯାଏଁ ଯେଉଁ ଅଞ୍ଚଳ ରହିଲା ଯେପରି ଭଦ୍ରକ, ବାଲେଶ୍ୱର ବାଦ ପଡିଛନ୍ତି । ଯେଉଁ ପରି ବାରମ୍ବାର ଏହାର alignment ପରିବର୍ତନ କରିବା ସହ ମୂଳ ନକ୍ସା ବଦଳା ଗଲା, ଏହା ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ । ୪୮୦ କିଲୋମିଟର ବେଳାଭୂମିର ୫୦୦ ମିଟରରେ ଏହା ନିର୍ମାଣ ହୋଇଥିଲେ, ପର୍ଯ୍ୟଟନ ବିକାଶ ଓ ବାତ୍ୟା ମୁକାବିଲା ହୋଇ ପାରିବା ସହ ଗମନାଗମନରେ ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଥାନ୍ତା ।

ଏହି ରାସ୍ତାର ପରିକଳ୍ପନା ନେଇ ମଞ୍ଜୁରୀ ଯାହା ମିଳିଛି, ଯାହା ଅନ୍ୟ ରାସ୍ତା ହୋଇପାରେ । ଏହା ଗ୍ରୀନଫିଲଡ ପ୍ରୋଜେକଟ । NHAI ଯେଉଁ 60% ଜମି ଅଧିଗ୍ରହଣ କଥା କହିଛନ୍ତି, ତାହା ମିଛ । ଏହା ଦଶନ୍ଧି ଧରି ନ ହେବାର ସନ୍ଦେହ ଦେଖା ଦେଇଛି । ଯେଉଁ ଅର୍ଥନୈତିକ ମଞ୍ଜୁରୀ ମିଳିଛି, ସେଥିରେ ପର୍ଯ୍ୟଟନ ବିକାଶ ହେବନି । କାରଣ ଏଥିରେ ସମୁଦ୍ର ଓ ଚିଲିକା ନାହିଁ । ରାମେଶ୍ୱର ପାଖରେ କେଉଁ ସମୁଦ୍ର କି ଚିଲିକା ଦେଖିବେ ପର୍ଯ୍ୟଟକ? କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଓଡ଼ିଶାକୁ ବିଭିନ୍ନ ସମୟରେ ଆସି ଯାହା ସବୁ ପ୍ରତିଶୃତି ଦେଇଥିଲେ, ସେଥିରେ କେନ୍ଦ୍ର ଓ NHAI ସମ୍ପୂର୍ଣ୍ଣ ନୀରବ । କ'ଣ ପ୍ରକଳ୍ପ କରିବାକୁ ସରକାର ଚାହୁଁଛନ୍ତି, ତାହାର ଭାଗ୍ୟ ଓ ଭବିଷ୍ୟତ କ'ଣ, ତାକୁ କେନ୍ଦ୍ର ଓ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ପାରାଦ୍ୱୀପରୁ ଦିଘା ରାସ୍ତାର କେବେ ସରକାର ନିଷ୍ପତ୍ତି ନେବେ, ତାହା ଜଣାନ୍ତୁ । ଏ ପ୍ରକଳ୍ପ କେବଳ ଏକ ରାସ୍ତାର ପରିକଳ୍ପନା, ଯାହା ବାତ୍ୟା ମୁକାବିଲା କି ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ ।

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ଓଡ଼ିଶାରେ ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ
ନୂଆଦିଲ୍ଲୀ: ଡ଼ିଶାରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ । ରାମେଶ୍ବରରୁ ପାରାଦୀପ ୧୬୩ କି.ମି ରାସ୍ତା ପାଇଁ ମଞ୍ଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (CCEA) ବୁଧବାର ଦିନ ଓଡ଼ିଶା ପାଇଁ ଏହି ବଡ଼ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟରେ ହାଇବ୍ରିଡ୍ ଆନ୍ୟୁଇଟି ମଡେଲ୍ (HAM) ଆଧାରରେ ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ଏକ ନୂତନ ଉପକୂଳ ରାଜପଥ (କୋଷ୍ଟାଲ୍ ହାଇୱେ) ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏହି ନୂତନ ରାଜପଥ ପ୍ରକଳ୍ପ ଦୁଇଟି ପ୍ୟାକେଜ୍‌ରେ ନିର୍ମାଣ କରାଯିବ। ଏହାର ସମୁଦାୟ ଦୈର୍ଘ୍ୟ ୧୬୦.୧୮ କିଲୋମିଟର ହୋଇଥିବା ବେଳେ ଏଥିପାଇଁ ମୋଟ ୮,୩୦୦.୭୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପ୍ରଥମ ପ୍ୟାକେଜ୍‌ରେ ରାମେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ୪-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବାକୁ ଥିବାବେଳେ, ଦ୍ୱିତୀୟ ପ୍ୟାକେଜ୍‌ରେ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ପେଭଡ୍ ସୋଲ୍ଡର ସହିତ ୨-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ଏହି ରାଜପଥରେ ଯାନବାହନଗୁଡ଼ିକ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଯାତାୟାତ କରିପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଗମନାଗମନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ।

ଏହି ନୂତନ ରାଜପଥ ନିର୍ମାଣ ହେବା ଫଳରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍ କମିଯିବ। ଯାତ୍ରୀ ଏବଂ ମାଲବାହୀ ଯାନଗୁଡ଼ିକ ପାଇଁ ଏହା ଏକ ନିରାପଦ, ବାଧାମୁକ୍ତ ଓ ଦ୍ରୁତ ଯୋଗାଯୋଗର ମାଧ୍ୟମ ପାଲଟିବ। ସରକାରୀ ବିବୃତ୍ତି ଅନୁଯାୟୀ, ଏହାଦ୍ୱାରା ଇନ୍ଧନ ବ୍ୟବହାର, କାର୍ବନ୍ ନିର୍ଗମନ ଏବଂ ଯାନ ପରିଚାଳନା ଖର୍ଚ୍ଚ (VOC) ମଧ୍ୟ ଯଥେଷ୍ଟ ହ୍ରାସ ପାଇବ। ବର୍ତ୍ତମାନ ଥିବା ଏନ୍‌ଏଚ୍-୩୧୬ ରାସ୍ତାରେ ସ୍ଥାନୀୟ ଟ୍ରାଫିକ୍ ସମସ୍ୟା ରହୁଥିବାରୁ ଏହି ନୂତନ ବିକଳ୍ପ ଦୂରଗାମୀ ଯାନବାହନ ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହେବ।

କେନ୍ଦ୍ର ସରକାରଙ୍କ ପିଏମ୍ ଗତିଶକ୍ତି (PM GatiShakti) ନୀତି ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ୯ଟି ଅର୍ଥନୈତିକ ନୋଡ୍ ଏବଂ ୫ଟି ଲଜିଷ୍ଟିକ୍ ନୋଡ୍‌କୁ ସଂଯୋଗ କରିବ। ଏହା ଦେଶର ଲଜିଷ୍ଟିକ୍ ପରଫର୍ମାନ୍ସ ଇଣ୍ଡେକ୍ସ (LPI) ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। କେବଳ ସେତିକି ନୁହେଁ, ଏହି ଉପକୂଳ ରାଜପଥ ଓଡ଼ିଶାର ଆଞ୍ଚଳିକ ସଂଯୋଗୀକରଣରେ ବିପ୍ଳବ ଆଣିବା ସହ ପର୍ଯ୍ୟଟନ ଓ ସାମାଜିକ-ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ।

ଶୂନ୍ୟକାଳରେ କୋଷ୍ଟାଲ ହାଇୱେ ପ୍ରସଙ୍ଗ ଉଠାଇବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କେବେ ଆସିବ ବୋଲି ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ
ନୂଆଦିଲ୍ଲୀ: ଶୂନ୍ୟକାଳରେ କୋଷ୍ଟାଲ ହାଇୱେ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ଉପକୂଳ ରାଜପଥର ଷ୍ଟାଟସ କଣ ବୋଲି ପଚାରିବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କେବେ ଆସିବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ଓଡ଼ିଶାରେ ୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମି ଥିବାବେଳେ ୨୦୧୫ ମସିହାରେ ୩୪୬ କିଲୋମିଟରର ଉପକୂଳ ରାଜପଥ ନିର୍ମାଣ ନେଇ ଘୋଷଣା କରିଥିଲା କେନ୍ଦ୍ର ।

ଏହା ଭିତରେ ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ୭ ଉପକୂଳ ଜିଲ୍ଲାକୁ ଯୋଡିବାକୁ ଥିବା ଏହି ପ୍ରସ୍ତାବିତ ରାଜପଥର କାମ ଏଯାଏଁ ଆରମ୍ଭ ହୋଇପାରିଲାନି । ଏହି ପ୍ରକଳ୍ପ ଦ୍ବାରା ରାଜ୍ୟର ବହୁବିଧ ବିକାଶ ହେବା ସହ ବାଣିଜ୍ୟ, ପର୍ଯ୍ୟଟନ, ଯୋଗାଯୋଗ ଏବଂ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିବ । କିନ୍ତୁ ଏହା ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଅବସ୍ଥାରେ ଆସି ପହଞ୍ଚିଯାଇଛି । ଏହି ୩୪୬ କିଲୋମିଟର ରାସ୍ତାକୁ ଦୁଇ ଥାକରେ କରାଯିବ ବୋଲି ପ୍ଲାନ ହୋଇଛି । ଖୋର୍ଦ୍ଧା ରାମେଶ୍ବରରୁ ପୁରୀ ରତନପୁର ଏବଂ ରତନପୁରରୁ ବାଲେଶ୍ବରର ଦୀଘା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ।

ଏହାକୁ ୪ଟି ପ୍ୟାକେଜରେ କରାଯିବାକୁ ମଧ୍ୟ ଯୋଜନା ହୋଇଥିଲା । ଯାହା ମଧ୍ୟରୁ ପ୍ରଥମ ଦୁଇଟି ପ୍ୟାକେଜକୁ ବିନା କୌଣସି କାରଣରେ ବାତିଲ କରାଯାଇଥିଲା । ବାକି ଦୁଇଟି ପ୍ୟାକେଜକୁ କ୍ଲିଅରାନ୍ସ ମିଳିଥିବାବେଳେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ମଂଜୁରୀକୁ ନେଇ ପ୍ରକଳ୍ପ ପଡିରହିଥିଲା । କିନ୍ତୁ ଅଗଷ୍ଟ ୨୦୨୩ରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଗ୍ରୀନ ସିଗନାଲ ପରେ ବି କେନ୍ଦ୍ର ସରକାର ପ୍ରକଳ୍ପ ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରୁନଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଯଥା ଶୀଘ୍ର ଏହାର ଆରମ୍ଭ ସହ କାମ ସାରିବା ପାଇଁ ଗୃହରେ ଦାବି ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ।