odish anews - The Sakala
ରାଜ୍ୟରେ ୨ ଲକ୍ଷରୁ ଅଧିକ ପଦ ଖାଲି; ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩,୪୮୫ଟି ପଦ ଫାଙ୍କା
ଭୁବନେଶ୍ୱର: ବିଭିନ୍ନ କାର୍ଯ୍ୟାଳୟରେ ମାଳମାଳ ପଦ ଖାଲି ପଡ଼ିଛି। ସରକାରୀ ଯୋଜନାକୁ କାର୍ଯ୍ୟାନ୍ୱୟନ କରିବାପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି। ଅଧିକାରୀଙ୍କ ଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ ପଦ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ବିଭାଗରେ ଏମିତି ଦୁଇ ଲକ୍ଷରୁ ଅଧିକ ପଦ ଫାଙ୍କା ପଡ଼ିିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩ ହଜାରରୁ ଅଧିକ ପଦ ଖାଲି ଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଦ୍ୱିତୀୟ ସର୍ବାଧିକ ୩୯ହଜାର ପଦ ଖାଲି ପଡ଼ିଛି।
ବିଦ୍ୟାଳୟରେ ପଢ଼ାଇବାକୁ ଆବଶ୍ୟକ ଶିକ୍ଷକ ନାହାନ୍ତି। କର୍ମଚାରୀଙ୍କ ଅଭାବ ମଧ୍ୟ ସରକାରୀ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇ ପାରୁନାହିଁ। କେବଳ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩ ହଜାର ୪୮୫ଟି ପଦ ଖାଲି ରହିଛି। ଗ୍ରୁପ୍‌ ସିରେ ୩୭ ହଜାର ୫୮୦ ପଦ ଖାଲି ପଡ଼ିଥିବା ବେଳେ ୧୮ ହଜାର ୯୭୪ଟି ଗ୍ରୁପ୍‌-ବି ପଦରେ କେହି ନାହାନ୍ତି। ଏହା ପଛକୁ ସ୍ୱାସ୍ଥ୍ୟ ବିଭାଗରେ ୩୯ ହଜାର ୧୨୭ ପଦ ଖାଲି ପଡ଼ିଛି। ଗୃହ ବିଭାଗରେ ୧୯ ହଜାର ୮୮୯ ପଦ ଖାଲି ଥିବାବେଳେ ରାଜସ୍ୱ ବିଭାଗରେ ପ୍ରାୟ ୧୧ହଜାର, ପଞ୍ଚାୟତିରାଜ, ଜଳ ସମ୍ପଦ ଏବଂ କୃଷି ବିଭାଗରେ ୭ହଜାର ଲେଖାଏଁ ପଦରେ କେହି ନାହାନ୍ତି। ମତ୍ସ୍ୟ ସମ୍ପଦ ବିଭାଗରେ ମଧ୍ୟ ୬ ହଜାରରୁ ଅଧିକ ପଦ ଖାଲି ପଡ଼ିଛି। ଅନ୍ୟ ସମସ୍ତ ବିଭାଗରେ ମଧ୍ୟ ବହୁ ପଦ ଖାଲି ପଡ଼ିଛି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି।
ଲକ୍ଷାଧିକ ପଦ ଖାଲି ଥିଲେ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁ ନ ଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏପରିକି ଚଳିତ ବର୍ଷ ସ୍ନାତକ ପଢ଼ୁଆ ପିଲାଙ୍କ ପାଇଁ ରାଜ୍ୟରେ ନୂତନ ନିଯୁକ୍ତି ମଧ୍ୟ ବାହାର କରାଯାଇ ନାହିଁ। ଓଡ଼ିଶା ଲୋକସେବା ଆୟୋଗ (ଏପିଏସ୍‌ସି) ପରିଚାଳିତ ମହାଲେଖାଗାର ଏଏସ୍‌ଓ ନିଯୁକ୍ତି ପାଇଁ ୨୯ ଟି ପଦ ବ୍ୟତୀତ ଅନ୍ୟ କୌଣସି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଗୋଟିଏ ପଟେ ଦୁଇବର୍ଷ ମଧ୍ୟରେ ୬୫ ହଜାର ଓ ୫ବର୍ଷରେ ଅଢେ଼ଇ ଲକ୍ଷ ନିଯୁକ୍ତି ଦେବାକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଅନ୍ୟପଟେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ନ କରିବା ଆଶାୟୀଙ୍କ ମଧ୍ୟରେ ସନ୍ଦେହ ବଢ଼ାଉଛି। ଗତ ଅଗଷ୍ଟ ଶେଷ ସୁଦ୍ଧା ୨୨ହଜାର ଗ୍ରୁପ୍‌-ସି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ଅଗଷ୍ଟ ଯାଇ ସେପ୍ଟେମ୍ବର ସରିବାକୁ ବସିଥିଲେ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇପାରିଲା ନାହିଁ।
ଅନୁରୂପ ଭାବେ ଏକାଧିକ ନିଯୁକ୍ତି ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ପାଇଁ ଆଶାୟୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି। ହାଇକୋର୍ଟରେ ମାମଲା ଗଡ଼ୁଥିବାରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି। ୨୦୨୪ରେ ପ୍ରକାଶ ପାଇଥିବା ଓଡ଼ିଶା ପୁଲିସ୍‌ ରିକ୍ରୁଟ୍‌ମେଣ୍ଟ ବୋର୍ଡ (ଓପିଆର୍‌ବି) ପରିଚାଳିତ ପୁଲିସ୍‌ ଡ୍ରାଇଭର୍‌ (ପିଏମ୍‌ଟି), ଆଇଆର୍‌ବି ଓ ଏସ୍‌ଏସ୍‌ବି ବାଟାଲିଅନ୍‌, ପୁଲିସ୍‌ ଏସ୍‌ଆଇ ସମେତ କନିଷ୍ଠ ଯନ୍ତ୍ରୀ (ଜେଇ) ପରୀକ୍ଷାକୁ ନେଇ କୋର୍ଟରେ ମାମଲା ହୋଇଛି। ଫଳରେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହୋଇଛି। ଏଣୁ ନିୟମିତ ଭାବେ ଖାଲି ଥିବା ପଦରେ ନିଯୁକ୍ତି ପାଇଁ ତ୍ରୁଟିଶୂନ୍ୟ ବିଜ୍ଞପ୍ତି ବାହାର କରିବାକୁ ଆଶାୟୀମାନେ ଦାବି କରିଛନ୍ତି।
ନିଯୁକ୍ତି ଦେଉଥିବା ସଂସ୍ଥାରେ ଅର୍ଦ୍ଧାଧିକ ପଦ ଫାଙ୍କା, ଓପିଏସ୍‌ସିରେ ନାହାନ୍ତି ୫୫ ପ୍ରତିଶତ କର୍ମଚାରୀ
ରାଜ୍ୟରେ ଚାଲୁଥିବା ନିଯୁକ୍ତି ପ୍ରକ୍ରିୟା ସମୟ ଅବଧି ମଧ୍ୟରେ ସରିପାରୁ ନାହିଁ। ବର୍ଷ ବର୍ଷ ଧରି ଆଶାୟୀମାନେ ଅପେକ୍ଷା କରୁଛନ୍ତି। ଅପରପକ୍ଷରେ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ବାରମ୍ବାର ଘୁଞ୍ଚିବା କାରଣରୁ ଆଶାୟୀଙ୍କ ଧୈର୍ଯ୍ୟର ବାଡ଼ ଭାଙ୍ଗୁଛି। ଏପରି ସ୍ଥିତିରେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଗୁଡ଼ିକରେ ମାନବ ସମ୍ବଳର ଘୋର ଅଭାବ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାରେ ପ୍ରମୁଖ ପ୍ରତିବନ୍ଧକ ସାଜୁଥିବା ଅଭିଯୋଗ ହୋଇଛି। ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ରାଜ୍ୟରେ ପ୍ରମୁଖ ନିଯୁକ୍ତି ପରୀକ୍ଷାର ପରିଚାଳନା ଦାୟିତ୍ୱରେ ରହିଛି। ହେଲେ ପରୀକ୍ଷା ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଚାରୀ ନାହାନ୍ତି। ଅର୍ଦ୍ଧାଧିକ ପଦ ଖାଲି ପଡ଼ିଛି। ମଞ୍ଜୁରୀପ୍ରାପ୍ତ ସମୁଦାୟ ୧୭୮ଟି ପଦ ପଧ୍ୟରୁ ମାତ୍ର ୮୦ଜଣ କାର୍ଯ୍ୟରତ ଅଛନ୍ତି। ଆଉ ୯୮ଟି ଅର୍ଥାତ୍‌ ୫୫ ପ୍ରତିଶତ ପଦରେ କେହି ନାହାନ୍ତି। ଓପିଏସ୍‌ସି ପରି ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି), ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ଏବଂ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ରେ କର୍ମଚାରୀ ମରୁଡ଼ି। ଫଳରେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି। ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ହେଲେ ପ୍ରଥମେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାରେ ପର୍ଯ୍ୟାପ୍ତ ମାନବସମ୍ବଳ ନିଯୁକ୍ତ କରିବାକୁ ଆଶାୟୀମାନେ ଦାବି କରିଛନ୍ତି।
ଭୁବନେଶ୍ବର: ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି । ଏ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ,  ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସମ୍ପୂର୍ଣ୍ଣ ଓଡ଼ିଶାରେ ଚଢ଼ାଉକୁ ଜୋରଦାର କରାଯାଇଛି । ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ସଚେତନତା କାର୍ଯ୍ୟକ୍ରମ ‘ନିଶା ନୁହେଁ ଜୀବନ’ ମାସେ ବ୍ୟାପି ଚାଲିବ ।
ସେହିପରି, ଅନ୍ୟ ରାଜ୍ୟଗୁଡ଼ିକ ଭ୍ରମଣ କରିଛନ୍ତି ଅବକାରୀ ଅଧିକାରୀ। ଦୁଇ ରାଜ୍ୟକୁ ଗସ୍ତ କରି ଫେରିଛନ୍ତି ପ୍ରତିନିଧି ଦଳ। ଦିନେ କି ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ନୀତି ଉପରେ ଆଲୋଚନା କରାଯାଇ ସମସ୍ତ ତଥ୍ୟ ଦିଆଯିବ । ଚଳିତ ମାସରେ ନୂଆ ଅବକାରୀ ନୀତି କାର୍ଯ୍ୟ ଶେଷ ହେବ । ବର୍ତ୍ତମାନ ପୁରୁଣା ଅବକାରୀ ନୀତି ବଳବତ୍ତର ରହିଛି । ନୂଆ ନୀତିରେ ଚୋରା ମାଦକ ଦ୍ରବ୍ୟ ବିକ୍ରି ଉପରେ ରୋକ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ଭୁବନେଶ୍ୱର: ଗତ କେଇଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିବା କାଳବୈଶାଖୀ ଆହୁରି ଭୟଙ୍କର ହେବା ଆଶଙ୍କାରେ ଚେତାବନୀ ଜାରି ପରିଛି ପାଣିପାଗ ବିଭାଗ। ଆଗାମୀ ଦୁଇ ଦିନରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ୫୦ରୁ ୬୦ କିମି ବେଗରେ ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଚେତାବନୀ ଜାରି କରାଯାଇଛି। ଏହି ସମୟରେ କିଛି ସ୍ଥାନରେ କୁଆପଥର ବର୍ଷା ନେଇ ମଧ୍ୟ ଆକଳନ କରାଯାଇଛି।
ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଶନିବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ ଓ ଯାଜପୁର ଆଦି ୮ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଓ କୁଆପଥର ମାଡ଼ର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡି଼କରେ ଘଣ୍ଟା ପ୍ରତି ପବନର ବେଗ ୫୦ରୁ ୬୦ କିମି ବହିପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି।
ସେହିପରି ରାୟଗଡା, କୋରାପୁଟ, କନ୍ଧମାଳ, ଅନୁଗୋଳ, ନୟାଗଡ, ଢେଙ୍କାନାଳ, କେନ୍ଦ୍ରାପଡା ,କଟକ, ଜଗତସିଂହପୁର, ଝାରସୁଗୁଡା, ବରଗଡ଼, ସମ୍ୱଲପୁର, ଦେବଗଡ, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରି ଆଦି ୨୨ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ୩୦-୫୦ କିମି ରହିବା ନେଇ ଆକଳନ କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।
ସମାନ ଭାବେ ରବିବାର ମଧ୍ୟ ଏଭଳି ସ୍ଥିତି ଜାରି ରହିବା ସହ ପ୍ରାୟ ସାରା ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାପରେ ଯଦିଓ କାଳବୈଶାଖୀର ପ୍ରଭାବ ହ୍ରାସ ପାଇବ ମାତ୍ର ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଗାମୀ ୬ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବା ସହ ୫ ଦିନ ପରେ ରାଜ୍ୟକୁ ପୁଣି ତାତି ଫେରିବ। ୭ ତାରିଖ ପରେ ରାଜ୍ୟରେ ୨ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ଥରେ ଅସମ୍ଭାଳ ତାତି ଅନୁଭବ ହେବ।
୫ ବର୍ଷର ବାଘ ହଜାରେ କି.ମି ଦୂରରୁ ଆସିଛି: ପିସିସିଏଫ
ଦିଗପହଣ୍ଡି: ଦିଗପହଣ୍ଡିରେ ମହାବଳ ବାଘ ପ୍ରସଙ୍ଗ । ସ୍ଥାନୀୟ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ। ୫ ବର୍ଷର ବାଘ ହଜାରେ କିଲୋମିଟର ଦୂରରୁ ଆସିଛି। ଜନବସତି ମୁହାଁ ହେବ ନାହିଁ। ବାଘର ଗତିବିଧି ଉପରେ ବନ ବିଭାଗ ନଜର ରଖିଛନ୍ତି। ଲୋକଙ୍କୁ ସଚେତନ କରାଯାଉଛି। ଓଡିଶା ମୁହାଁ ଅନ୍ୟ ରାଜ୍ୟର ବାଘ ରାଜ୍ୟ ପାଇଁ ଶୁଭ ସଙ୍କେତ।  ଗାଈ ଗୋରୁ ଶିକାର କଲେ କ୍ଷତିପୂରଣ ବ୍ୟବସ୍ଥା ରହିଛି। ଲୋକେ ଡରିବାର କୌଣସି କାରଣ ନାହିଁ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି।
ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଗାମୀ ୬ ମାସ ପାଇଁ ଏସ୍‌ମା ଲାଗୁ କଲେ ରାଜ୍ୟ ସରକାର
ଭୁବନେଶ୍ବର: ରାଜ୍ୟ ସରକାର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଗାମୀ ୬ ମାସ ପାଇଁ  ଏସେନସିଆଲ୍ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ (ଏସ୍‌ମା) ଲାଗୁ କରିଛନ୍ତି। ଏନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏସ୍‌ମା ଲାଗୁ ହୋଇଯିବା ପରେ ସରକାରୀ ସ୍ଵାସ୍ଥ୍ୟସେବାରେ ନିୟୋଜିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ । ନର୍ସ, ପାରାମେଡିକାଲ କର୍ମଚାରୀ ଓ ଟେକ୍ନିସିଆନଙ୍କ ପାଇଁ ଏହି ଆଇନ କଡାକଡି ପାଳନ କରାଯିବ। ସେହିପରି ରାଜ୍ୟ ସରକାରଙ୍କ ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ଚୁକ୍ତିଭିତ୍ତିକଙ୍କ ପାଇଁ ମଧ୍ୟ ଏସ୍‌ମା ଲାଗୁ ହୋଇଛି। ରାଜ୍ୟ ସରକାର ଏହି ଆଇନ ଆଜିଠାରୁ ଆଗାମୀ ୬ ମାସ ପାଇଁ ଲାଗୁ କରିଛନ୍ତି। ଫଳରେ ସରକାରୀ ଅନୁଦାନପ୍ରାପ୍ତ ସ୍ଵାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହା ଲାଗୁ ହୋଇଛି।