rr vs pbks - The Sakala

ଆଇପିଏଲ୍‌ ୨୦୨୧ : ଟସ ଜିତିଲେ ସାମସନ୍, ପ୍ରଥମେ ବ୍ୟାଟିଂ କରିବ ରାହୁଲଙ୍କ ପଞ୍ଜାବ
ମୁମ୍ବାଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଚତୁର୍ଥ ଲିଗ୍‍ ମ୍ୟାଚ୍‍ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‍ସ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ସାମ୍ନାସାମ୍ନି ହେବେ । ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ କେ. ଏଲ. ରାହୁଲଙ୍କ ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ ପାଇଁ ସୁଯୋଗ ପାଇଛି। ରାଜସ୍ଥାନର ନେତୃତ୍ୱ ପ୍ରଥମଥର ୱିକେଟକିପର ବ୍ୟାଟ୍ସମାନ୍‍ ସଞ୍ଜୁ ସାମସନ ନେଉଥିଲାବେଳେ ଏହି ଟୁର୍ଣ୍ଣାମେଣ୍ଟରେ ସେ ତାଙ୍କ ଉପସ୍ଥିତି ଜାହିର କରିବାକୁ ଚାହିଁବେ। ସେହିପରି ଲୋକେଶ ରାହୁଲଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‍ସ ଏଥର ଟାଇଟଲ ଦୌଡ଼ରେ ରହିଛି। ଏଭଳି ସ୍ଥିତିରେ ଉଭୟ ଦଳ ଚଳିତ ସିଜନର ପ୍ରଥମ ମୁକାବିଲାରୁ ବିଜୟ ଅଭିଯାନ ଆରମ୍ଭ କରିବାକୁ ନିଶ୍ଚିତ ଉଦ୍ୟମ କରିବେ ବୋଲି ଆଶା କରିବା ସ୍ୱାଭାବିକ୍‍।

ଆଜି ମ୍ୟାଚରେ ପଞ୍ଜାବ ଟିମ୍ ପକ୍ଷରୁ ତିନି ଖେଳାଳି ଡେବ୍ୟୁ କରିଛନ୍ତି। ତାମିଲନାଡୁର ଶାହରୁଖ୍ ଖାନ୍, ହୋବାର୍ଟ ହରିକେନ୍ସର ରିଲେ ମେରେଡିଥ୍ ଓ ପର୍ଥ ସ୍କଚର୍ସର ଝାଇ ରିଚାର୍ଡସନ୍ ପଦାର୍ପଣ କରିଛନ୍ତି। ସେହିପରି ରାଜସ୍ଥାନ ରୟାଲ୍ସ ପକ୍ଷରୁ ବାଂଲାଦେଶର ଷ୍ଟାର୍ ପେସର ମୁସ୍ତାଫିଜୁର ରେହମାନ୍ ଓ ଶିବମ୍ ଦୁବେ ପଦାର୍ପଣ କରିଛନ୍ତି। ସେହିପରି ଆଉ ଦୁଇ ଖେଳାଳି ଚେତନ ସାକାରିୟା ଓ ମନନ୍ ବୋହରା ମଧ୍ୟ ରୟାଲ୍ସ ପକ୍ଷରୁ ଡେବ୍ୟୁ କରିଛନ୍ତି।

ଏ ପର୍ଯ୍ୟନ୍ତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ପଂଜାବ (ପୂର୍ବର କିଙ୍ଗ୍ସ ଏକାଦାଶ ପଂଜାବ) ମଧ୍ୟରେ ୨୧ଟି ମ୍ୟାଚ ଖେଳାଯାଇଥିବାବେଳେ ସେଥିରୁ ରାଜସ୍ଥାନ ୧୨ଟିରେ ଓ ପଂଜାବ ୯ଟିରେ ବିଜୟ ହାସଲ କରିଛି । ଏଣୁ ରେକର୍ଡ ରାଜସ୍ଥାନ ସପକ୍ଷରେ ରହିଛି ।

A look at the Playing XI for #RRvPBKS

More details here – https://t.co/Fy73m6QPUV #VIVOIPL https://t.co/jGxXWH9HUa pic.twitter.com/I3Ds2fgamY

— IndianPremierLeague (@IPL) April 12, 2021

ରାଜସ୍ଥାନ ରୟାଲ୍ସ: ମନନ୍ ବୋହରା, ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍ (କ୍ୟାପଟେନ୍), ଜୋସ ବଟଲର୍, ଶିବମ୍ ଦୁବେ, ରିୟାନ୍ ପରାଗ, ରାହୁଲ୍ ତେୱାତିଆ, କ୍ରିସ୍ ମୋରିସ୍, ଶ୍ରେୟସ୍ ଗୋପାଳ, ଚେତନ ସାକାରିୟା ଓ ମୁସ୍ତାଫିଜୁର ରେହମାନ୍।

କିଙ୍ଗସ୍ ପଞ୍ଜାବ: ଲୋକେଶ ରାହୁଲ୍ (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, କ୍ରିସ୍ ଗେଲ୍, ନିକୋଲାସ୍ ପୁରନ୍, ଦୀପକ ହୁଡା, ଶାହରୁଖ୍ ଖାନ୍, ଝାଇ ରିଚାର୍ଡସନ୍, ମୁରୁଗାନ୍ ଅଶ୍ୱିନ୍, ମହମ୍ମଦ ଶାମି, ରିଲେ ମେରେଡିଥ୍, ଅର୍ଶଦୀପ ସିଂହ।

ଆଜି ପଞ୍ଜାବ-ରାଜସ୍ଥାନ ମୁକାବିଲା
ମୁମ୍ବଇ: ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଚତୁର୍ଥ ଲିଗ୍‍ ମ୍ୟାଚ୍‍ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‍ସ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‍ରେ ସୋମବାର ଖେଳାଯିବ। ଏହି ମ୍ୟାଚ୍‍ରେ ବିଶ୍ୱର କିଛି ବିଗ୍‍ ହିଟର ରହିଥିବାରୁ ହାଇ ସ୍କୋରିଂ ମୁକାବିଲା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜସ୍ଥାନର ନେତୃତ୍ୱ ପ୍ରଥମଥର ୱିକେଟକିପର ବ୍ୟାଟ୍ସମାନ୍‍ ସଞ୍ଜୁ ସାମସନ ନେଉଥିଲାବେଳେ ଏହି ଟୁର୍ଣ୍ଣାମେଣ୍ଟରେ ସେ ତାଙ୍କ ଉପସ୍ଥିତି ଜାହିର କରିବାକୁ ଚାହିଁବେ। ସେହିପରି ଲୋକେଶ ରାହୁଲଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‍ସ ଏଥର ଟାଇଟଲ ଦୌଡ଼ରେ ରହିଛି। ଏଭଳି ସ୍ଥିତିରେ ଉଭୟ ଦଳ ଚଳିତ ସିଜନର ପ୍ରଥମ ମୁକାବିଲାରୁ ବିଜୟ ଅଭିଯାନ ଆରମ୍ଭ କରିବାକୁ ନିଶ୍ଚିତ ଉଦ୍ୟମ କରିବେ ବୋଲି ଆଶା କରିବା ସ୍ୱାଭାବିକ୍‍।

ଆଇପିଏଲ୍‍ରେ ପ୍ରଥମ ଚାମ୍ପିଅନ୍‍ ଟିମ୍‍ ହୋଇଥିଲେ ମଧ୍ୟ ରାଜସ୍ଥାନ ଦ୍ୱିତୀୟ ଟାଇଟଲ ହାସଲ କରିପାରି ନାହିଁ।

ଏଥର ଦଳ ଇଂଲଣ୍ଡର ତାରକା ଖେଳାଳି ଓ ଭାରତୀୟ ପାୱାର ହିଟରଙ୍କ ସହାୟତାରେ ଏହି ବିଫଳତାକୁ ଏଡ଼ାଇବାକୁ ଉଦ୍ୟମ କରିବ। ସାମସନ ପ୍ରଥମଥର ଦଳର ନେତୃତ୍ୱ ନେଉଥିଲାବେଳେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‍ ଷ୍ଟୋକ୍ସ, ଓପନର ଜୋଶ୍‍ ବଟ୍ଟଲର ଓ ୧୬.୨୫ କୋଟି ଟଙ୍କାରେ ଦଳରେ ସାମିଲ ହୋଇଥିବା କ୍ରିସ୍‍ ମୋରିସ୍‍ଙ୍କ ଉପରେ ନଜର ରହିବ। ବଟ୍ଟଲରଙ୍କ ସହ ଯୁବ ଖେଳାଳି ଯଶଶ୍ୱୀ ଜୟସ୍ୱାଲ ଇନିଂସ ଓପନ କରିବେ। ଏମାନଙ୍କ ପଛକୁ ସାମସନ, ଷ୍ଟୋକ୍ସ ମିଡଲ ଅର୍ଡର ସମ୍ଭାଳୁଥିବାରୁ ଏମାନେ ବିଶ୍ୱର ଯେ କୌଣସି ବୋଲିଂ ଲାଇନ୍‍କୁ ଧ୍ୱଂସ କରିବା କ୍ଷମତା ରଖିଛନ୍ତି। ଅଲରାଉଣ୍ଡର ଶିବମ ଦୁବେ, ରାହୁଲ ଟେୱାଟିଆ, ଶ୍ରେୟସ ଗୋପାଳ, ରିଆନ୍‍ ପରାଗ ଓ ଲିଆମ୍‍ ଲିଭିଙ୍ଗଷ୍ଟୋନ୍‍ଙ୍କୁ ନେଇ ରାଜସ୍ଥାନ ଟିମ୍‍ ଶକ୍ତିଶାଳୀ ହୋଇଛି। ଦୁବେ ଓ ଟେୱାଟିଆ ବଲ୍‍କୁ ଷ୍ଟାଡିୟମ୍‍ ବାହାରକୁ ପଠାଇବାର ଦକ୍ଷତା ରଖିଛନ୍ତି। ଗୋପାଳ, ଟେୱାଟିଆ ଓ ପରାଗ ଲେଗ୍‍ ସ୍ପିନ୍‍ ବୋଲିଂ କରିଥାନ୍ତି। ପେସ୍‍ ବୋଲିଂରେ ଷ୍ଟାର ଖେଳାଳି ଜୋଫ୍ରା ଆର୍ଚର ଏବେ ଦଳରେ ନାହାନ୍ତି। ତାଙ୍କ ସ୍ଥାନ ନେବାକୁ ବାଂଲାଦେଶର ମୁସ୍ତାଫିଜୁର ରହମନ ଓ ମୋରିସ୍‍ ରହିଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଜୟଦେବ ଉନାଦକତ, କାର୍ତ୍ତିକ ତ୍ୟାଗୀ କିମ୍ବା ଚେତନ ସାକରିଆ ଖେଳିବେ। କିନ୍ତୁ ଚୂଡାନ୍ତ ଦଳରେ ୪ଜଣ ବିଦେଶୀଙ୍କୁ ସାମିଲ କରାଯିବାର ଯୋଜନା ରହିଛି। ଏଣୁ ଟିମ୍‍ କମ୍ବିନେସନକୁ ନେଇ ରାଜସ୍ଥାନ ଦଳର ଚିନ୍ତା ବଢ଼ି଼ିବାର ସମସ୍ୟା ରହିଛି।

ଅନ୍ୟପକ୍ଷରେ ପଞ୍ଜାବ ଟିମ୍‍ରେ ଅଧିନାୟକ ଲୋକେଶ ରାହୁଲ, ମୟଙ୍କ ଅଗରୱାଲ, ନିକୋଲାସ ପୂରନ ଓ ତାମିଲନାଡୁର ଅନ୍‍କ୍ୟାପଡ ଖେଳାଳି ଶାହରୁଖ ଖାନ୍‍ଙ୍କ ଭଳି ହିଟର ରହିଛନ୍ତି। ଗତ ସିଜନରେ ରାହୁଲ ଓ ଅଗରୱାଲଙ୍କ ଓପନିଂ ଯୋଡି ବେଶ ପ୍ରଭାବ ବିସ୍ତାର କରିଥିଲା। ଦୀପକ ହୁଦା ଓ ସର୍ଫରାଜ ଖାନ୍‍ଙ୍କ ପରି ଖେଳାଳି ମଧ୍ୟ ଲୋୟର ମିଡଲ ଅର୍ଡରରେ ହଙ୍ଗାମା କରିବାର ଦକ୍ଷତା ରଖିଛନ୍ତି। ବିଶ୍ୱର ନଂ-୧ ଟି-୨୦ ବ୍ୟାଟ୍ସମ୍ୟାନ୍‍ ଡାୱିଡ ମଲାନ ଓ ଫାବିଏନ୍‍ ଆଲେନଙ୍କ ପରି ଅଲରାଉଣ୍ଡର ମ୍ୟାଚ୍‍ର ସ୍ଥିତି ବଦଳାଇଦେବେ।

ଦଳର ମୁଖ୍ୟ ଅସ୍ତ୍ର ହେଲା ପେସ୍‍ ବୋଲିଂ। ମହମ୍ମଦ୍‍ ସାମି ଗତ ସିଜନରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏଥର ତାଙ୍କ ସହ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆର ଦୁଇ ପ୍ରଭାବଶାଳୀ ବୋଲର ଝାଇ ରିଚାର୍ଡସନ ଓ ରିଲି ମେରେଡିଥ। ଇଂଲଣ୍ଡର କ୍ରିସ୍‍ ଜୋର୍ଡାନ ମଧ୍ୟ ଏହି ଗ୍ରୁପ୍‍ରେ ରହିଛନ୍ତି। ସାମିଙ୍କ ସହ କିଏ ବୋଲିଂ ଓପନ କରିବେ ତାହାକୁ ନେଇ ଉତ୍କଣ୍ଠା ରହିଛି। ମୁରୁଗାନ ଅଶ୍ୱିନ ଓ ରବି ବିଷ୍ଣୋଇ ସ୍ପିନ୍‍ ବୋଲିଂ ଦାୟିତ୍ୱ ସମ୍ଭାଳିବେ। ରାଜସ୍ଥାନ ଦଳରେ ବିଗ୍‍ ହିଟରମାନେ ଥିଲାବେଳେ ଏମାନେ କିପରି ସେମାନଙ୍କୁ ନିୟନ୍ତ୍ରଣ କରିବେ ତାହାକୁ ନେଇ କୋଚ୍‍ ଓ କ୍ୟାପ୍ଟେନ ଚିନ୍ତାରେ ରହିଛନ୍ତି।

ଖେଳାଳି ଦଳ

ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ (ଅଧିନାୟକ/ୱିକେଟକିପର), ଜୋଶ୍‍ ବଟ୍ଟଲର (ୱିକେଟକିପର), ବେନ୍‍ ଷ୍ଟୋକ୍ସ, ଯଶଶ୍ୱୀ ଜୟସ୍ୱାଲ, ମନନ ଭୋରା, ଅନୁଜ ରାୱତ, ରିୟାନ ପରାଗ, ଡେଭିଡ୍‍ ମିଲର, ରାହୁଲ ଟେୱାଟିଆ, ମହିପାଲ ଲୋମରର, ଶ୍ରେୟାସ ଗୋପାଳ, ମୟଙ୍କ ମାର୍କଣ୍ଡେ, ଆଣ୍ଡ୍ର୍ୟୁ ଟାଇ, ଜୟଦେବ ଉନାଦକତ, କାର୍ତ୍ତିକ ତ୍ୟାଗୀ, ଶିବମ ଦୁବେ, କ୍ରିସ୍‍ ମୋରିସ୍‍, ମୁସ୍ତାଫିଜୁର ରହମନ, ଚେତନ ସାକାରିଆ, କେସି କାରିଆପ୍ପା, ଲିଆମ୍‍ ଲିଭିଙ୍ଗଷ୍ଟୋନ, କୁଲଦୀପ ଯାଦବ ଓ ଆକାଶ ସିଂ।

ପଞ୍ଜାବ କିଙ୍ଗ୍‍ସ: ଲୋକେଶ ରାହୁଲ (ଅଧିନାୟକ/ ୱିକେଟ ରକ୍ଷକ), ମୟଙ୍କ ଅଗରୱାଲ, କ୍ରିସ୍‍ ଗେଲ, ମନ୍‍ଦୀପ ସିଂ, ପ୍ରଭସିମରନ ସିଂ, ନିକୋଲାସ ପୂରନ (ୱିକେଟକିପର), ସର୍ଫରାଜ ଖାନ୍‍, ଦୀପକ ହୁଦା, ମୁରୁଗାନ ଅଶ୍ୱିନ, ରବି ବିଷ୍ଣୋଇ, ହରପ୍ରୀତ ସିଂ ବ୍ରାର୍‍, ମହମ୍ମଦ୍‍ ସାମି, ଅର୍ଶଦୀପ ସିଂ, ଇଶାନ ପୋରେଲ, ଦର୍ଶନ ନାଲକଣ୍ଡେ, କ୍ରିସ୍‍ ଜୋର୍ଡାନ, ଡାୱିଡ ମଲାନ, ଝାଇ ରିଚାର୍ଡସନ, ଶାହରୁଖ ଖାନ୍‍, ରିଲି ମେରେଡିଥ୍‍, ଜଲଜ ସକ୍ସେନା, ଉତ୍କର୍ଷ ସିଂ, ଫାବିଏନ୍‍ ଆଲେନ ଓ ସୌରଭ କୁମାର।