GOLD Price/Rate - The Sakala
ୱାଶିଂଟନ୍: ବିଶ୍ବରେ ସୁନା ଦର ଅନେକ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିଥିଲା। ହଠାତ୍ ଏହାର ମୂଲ୍ୟ ଦ୍ରୁତ ଗତିରେ ବଢ଼ିଲା। ୨୦୧୧ ଅକ୍ଟୋବରରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ସୁନା ମୂଲ୍ୟ ଆଉନ୍ସ ପିଛା ପ୍ରାୟ ୧,୭୦୦ ଡଲାର ରହିଥିଲା। ହଠାତ୍‌ ୨୦୨୨ ନଭେମ୍ବରଠାରୁ ପରିସ୍ଥିତି ବଦଳି ଯାଇଥିଲା। ସେହି ମାସରେ ସୁନା ଦର ହଠାତ୍ ବୃଦ୍ଧି ପାଇ ଆଉନ୍ସ ପିଛା ୩୫୦୦ ଡଲାରରେ ପହଞ୍ଚିଥିଲା। ଏହା ଏ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ମୂଲ୍ୟ। ତଥାପି, ପରବର୍ତ୍ତୀ ସମୟରେ ଏଥିରେ ସାମାନ୍ୟ ହ୍ରାସ ମଧ୍ୟ ଦେଖାଯାଇଥିଲା। ଏଥିରେ ବଡ଼ କଥା ହେଉଛି ସୁନା ଶସ୍ତା ଏବଂ ମହଙ୍ଗା ହେବା ପଛରେ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ତାଙ୍କର ନିଷ୍ପତ୍ତି ଏକ ନିଷ୍ପତ୍ତି ମୁଖ୍ୟ କାରଣ।
ଏବେ ପ୍ରଶ୍ନ ଉଠୁଛି, ସୁନା ଦର ହଠାତ୍ ଏତେ ବଢ଼ିଗଲା କିପରି। ଏହା ପଛରେ ଅନେକ କାରଣ ରହିଛି। ସବୁଠାରୁ ବଡ଼ କାରଣ ମଧ୍ୟରୁ ଗୋଟିଏ ହେଉଛି ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି। ୨୦୨୫ରେ ଟ୍ରମ୍ପ ନୂଆ ଶୁଳ୍କ ନୀତି ଘୋଷଣା କରିବା ପରିସ୍ଥିତିକୁ ଆହୁରି ଗରମ କରିଦେଇଥିଲା। ଟ୍ରମ୍ପ ସମସ୍ତ ଦେଶ ଉପରେ ‘ପାରସ୍ପରିକ ଶୁଳ୍କ’ ଲାଗୁ କରିବାକୁ ଘୋଷଣା କରିଥିଲେ, ଯାହା ବିଶ୍ୱ ବାଣିଜ୍ୟ ଉପରେ ପ୍ରବଳ ଚାପର ଭୟ ସୃଷ୍ଟି କରିଥିଲା। ଏଥିଯୋଗୁ ସୃଷ୍ଟି ହୋଇଥିବା ବାଣିଜ୍ୟ ଯୁଦ୍ଧ ଏବଂ ଅର୍ଥନୈତିକ ଅନିଶ୍ଚିତତା ସୁନାକୁ ସମର୍ଥନ କରିଥିଲା। ଚଳିତବର୍ଷ ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ପ୍ରତ୍ୟେକ ଗତିକୁ କୌଣସି ସ୍ଥାନରେ ବିରାମ ମଧ୍ୟ ମିଳିଥାଏ। ସୁନା ସହିତ ମଧ୍ୟ ସମାନ ଘଟଣା ଘଟିଥିଲା। ଏପ୍ରିଲ ୨୨ରେ ସୁନା ୩୫୦୦ ଡଲାରରେ ପହଞ୍ଚିଥିଲା ଏବଂ ତା’ପରେ ହଠାତ୍ ଏଥିରେ ୨୦୦ ଡଲାର ହ୍ରାସ ପାଇଥିଲା। ବର୍ତ୍ତମାନ ଦର ପ୍ରାୟ ପ୍ରତି ଆଉନ୍ସ ୩୩୦୦ ଡଲାରକୁ ହ୍ରାସ ପାଇଛି। ଭାରତରେ ମଧ୍ୟ ଏପ୍ରିଲ ୨୨ରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ସ୍ତର ଛୁଇଁଥିଲା, ଯାହା ବର୍ତ୍ତମାନ ୯୫,୩୨୦ ଟଙ୍କାକୁ ହ୍ରାସ ପାଇଛି। ଯଦି ଆର୍ଥିକ ପରିସ୍ଥିତିରେ ଆହୁରି ଉନ୍ନତି ହୁଏ, ତେବେ ନିବେଶକମାନେ ଇକ୍ୱିଟି ଭଳି ବିପଦପୂର୍ଣ୍ଣ କିନ୍ତୁ ଅଧିକ ରିଟର୍ଣ୍ଣ ଦେଉଥିବା ଉପକରଣ ଆଡକୁ ମୁହାଁଇପାରନ୍ତି। ଏହା ସୁନାର ନିରାପଦ ଚାହିଦାକୁ ହ୍ରାସ କରିପାରେ।
ଦୀପାବଳି ପରେ ସୁନା ୪ ହଜାର ମହଙ୍ଗା, ନ୍ୟୁୟର୍କଠାରୁ ନୂଆଦିଲ୍ଲୀ ଯାଏ ବଢ଼ୁଛି ଦର
ନୂଆଦିଲ୍ଲୀ: ଦେଶର ଫ୍ୟୁଚର ବଜାରରେ ବର୍ତ୍ତମାନ ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ତଥ୍ୟ ଅନୁଯାୟୀ, ଫ୍ୟୁଚର ବଜାରରେ ଆଜି ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୬୪ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ତେବେ ଆଗାମୀ ଦିନରେ ସୁନା ମୂଲ୍ୟରେ ଏଭଳି ବୃଦ୍ଧି ଜାରି ରହିପାରେ। ନ୍ୟୁୟର୍କଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସୁନା ଦର ବୃଦ୍ଧି ପାଉଛି। ବିଶ୍ବ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୨୧୦୦ ଡଲାର ଅତିକ୍ରମ କରିଯାଇଛି। ଏହାର ପ୍ରଭାବ ସ୍ବରୂପ ଘରୋଇ ବଜାରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪ ହଜାର ଟଙ୍କା ଏବଂ ରୁପା ୭୮ ହଜାର ଟଙ୍କା ଅତିକ୍ରମ କରିଛି। ଯଦି ବିଶେଷଜ୍ଞମାନଙ୍କ ଆକଳନକୁ ବିଶ୍ବାସ କରାଯାଏ, ତେବେ ଚଳିତବର୍ଷ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ। ବର୍ଷ ଶେଷ ସୁଦ୍ଧା ସୁନା ମୂଲ୍ୟ ପ୍ରାୟ ୬୫ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୮,୦୦୦ ଟଙ୍କା ଅତିକ୍ରମ କରିଥିବାବେଳେ ରୁପା ରେକର୍ଡ ୮୦ ହଜାର ଟଙ୍କା ଟପିଯାଇଛି। ତେବେ ଦୀପାବଳି ପରେ ବଜାରରେ ସୁନା ୪ ହଜାର ମହଙ୍ଗା ହୋଇଥିବା ଜଣାପଡିଛି। କାରଣ ଦୀପାବଳି ପୂର୍ବରୁ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୬୨,୦୦୦ ଟଙ୍କା ସ୍ତରରେ ରହିଥିଲା।
ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧହାରରେ ହ୍ରାସ ଘଟାଇବା ନେଇ ଏହାର ଅଧ୍ୟକ୍ଷ ଜେରୋମି ପାୱେଲ ସୂଚନା ଦେବା ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ନେଇ ବିଶ୍ବ ବଜାରରେ ସୁନା ମୂଲ୍ୟରେ ଏଭଳି ବୃଦ୍ଧି ପରିଲକ୍ଷିତ ହୋଇଛି, ଯାହାର ପ୍ରଭାବ ଘରୋଇ ବଜାର ଉପରେ ପଡିଛି। ରାଜଧାନୀ ନୂଆଦିଲ୍ଲୀରେ ସୋମବାର ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୮,୪୫୦ ଟଙ୍କା ରହିଥିବା ଭୁବନେଶ୍ବରରେ ଏହା ୫୮,୭୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ନୂଆଦିଲ୍ଲୀରେ ରୁପା ମୂଲ୍ୟ କିଲୋ ପିଛା ରେକର୍ଡ ୮୦,୫୦୦ ଟଙ୍କାରେ ପହଞ୍ଚିଛି। ଭୁବନଶ୍ବରରେ ରୁପା କିଲୋ ପିଛା ରେକର୍ଡ ୮୦ ହଜାର ଟଙ୍କାରେ ପହଞ୍ଚିଛି। ଆଗକୁ ବିବାହ ଋତୁ ଥିବାରୁ ସୁନା ଗହଣା ମୂଲ୍ୟ ଆହୁରି ବୃଦ୍ଧି ଘଟିବ ବୋଲି ବିଶେଷଜ୍ଞମାେନ ଆକଳନ କରିଛନ୍ତି।