BJD MP Dr. Sasmit Patra - The Sakala

ରାଜ୍ୟସଭା ଉପାଧ୍ୟକ୍ଷ ପ୍ଯାନେଲକୁ ମନୋନୀତ ହେଲେ ସାଂସଦ ସସ୍ମିତ ପାତ୍ର ଓ ମମତା ମହନ୍ତ
ଭୁବନେଶ୍ବର: ପୁଣି ଥରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାରେ ଗୁରୁଦାୟିତ୍ବ ମିଳିଛି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ଯାନେଲକୁ ମନୋନୀତ ହୋଇଛନ୍ତ ଡ.ସସ୍ମିତ ପାତ୍ର । ରାଜ୍ଯସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ବାରା ମନୋନୀତ ହୋଇଛନ୍ତି ସସ୍ମିତ। ସେହିପରି ସାଂସଦ ମମତା ମହନ୍ତ ମଧ୍ୟ ଉପାଧ୍ୟକ୍ଷ ପ୍ଯାନେଲର ସଦସ୍ଯା ହୋଇଛନ୍ତି।

ସୂଚନା ଅନୁଯାୟୀ, ଓଡ଼ିଆ ସାଂସଦ ଭାବେ ଡ଼ ପାତ୍ର ଏହି ସମ୍ମାନଜନକ ପ୍ୟାନେଲରେ ପୂର୍ବରୁ ମଧ୍ୟ ସାମିଲ ହୋଇଥିଲେ। ସଂସଦରେ ନିଜର ବଳିଷ୍ଠ ଉପସ୍ଥାପନ ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଡ଼ ପାତ୍ର ଏକାଧିକ ବାର ପୂର୍ଣ୍ଣ ଦକ୍ଷତାରସହ ଗୃହ କାର୍ଯ୍ୟ ପରିଚାଳନା କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି। ଡ଼ ପାତ୍ର ସର୍ବଦା ରାଜ୍ୟସଭାରେ ରାଜ୍ୟର ନାର୍ଯ୍ୟ ଦାବି ଏବଂ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କେନ୍ଦ୍ର ବିଜେପି ଜାଣିଛି ଓଡ଼ିଶା ବିଜେପି ଶୋଚନୀୟ ପରାଜୟ ଆଡ଼କୁ ଯାଉଛି: ବିଜେଡି
ଭୁବନେଶ୍ବର: ଓଡିଶା ବିଜେପି ସଭାପତି ଚାଷୀଙ୍କ ବିଷୟରେ କିଛି ବକ୍ତବ୍ୟ ରଖିଛନ୍ତି। ଏହା ତାଙ୍କ କୁମ୍ଭୀର କାନ୍ଦଣାକୁ ଦର୍ଶାଉଛି। ୨୦୧୭ ମାର୍ଚ୍ଚରେ ଓଡିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନ ଏମଏସପି ୨୯୩୦ଟଙ୍କା ବୃଦ୍ଧି କରିବାକୁ ପାରିତ କରାଯାଇଥିଲା। ମନମୋହନ ସାମଲ ବୋଧେ ଭୁଲି ଯାଇଛନ୍ତି ଯେ, ବିଜେପି ବି ସମର୍ଥନ କରିଥିଲେ । ୭ ବର୍ଷ ମଧ୍ୟରେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି ମନମୋହନ। ନିର୍ବାଚନ ଆସିଛି, ନିଦ ଭାଙ୍ଗିଛି, ଚାଷୀଙ୍କୁ ବିଭ୍ରାନ୍ତ କରିବାକୁ ଆସିଛନ୍ତି । କାହିଁକି ସାତ ବର୍ଷ ହେବ ଧାନ ୨୯୩୦ ହେଲାନି ? କାହିଁକି ବିଜେପି ବିଧାୟକ ପାଟି ଫିଟାଇଲେ ନାହିଁ ? ନୀରବ ଦ୍ରଷ୍ଟା ସାଜିଲେ। ତାଙ୍କ ବକ୍ତବ୍ୟ ଖୋକଲା । ନିଜ ଦଳ ବିଧାୟକଙ୍କ ଅକର୍ମତାକୁ ଦର୍ଶାଇଲେ ମନମୋହନ। ଚାଷୀଙ୍କୁ ନିର୍ବାଚନ ମୋହରା ନ କରନ୍ତୁ। ନବୀନ ପଟ୍ଟନାୟକ ଚାଷୀଙ୍କ ବିକାଶ ସହ ମେରୁଦଣ୍ତ ସୁଧାରିଛନ୍ତି। ଏହା ବିଜେପିର ଦୋମୁହାଁ ନୀତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ଅମିତ ଶାହଙ୍କ ୧୬ ସିଟ୍ ଜିତିବା ନେଇ ନେଇ ବିଜେଡିର ପ୍ରତିକ୍ରିୟା। କେନ୍ଦ୍ର ବିଜେପି ଜାଣିଛି ଓଡିଶା ବିଜେପି ଶୋଚନୀୟ ପରାଜୟ ଆଡ଼କୁ ଯାଉଛି । ୩୦ ଜିଲ୍ଲା ପରିଷଦ ବିଜେପି ହାରିଥିଲା । ବିଜେପିକୁ ୨୦୨୨ ପଂଚାୟତ ଓ ପୌର ନିର୍ବାଚନରେ ୯୦% ବିଜୟ ବିଜେଡି ଜିତିଛି । ବାରମ୍ବାର ହାରି ହତାଶ ହୋଇଥିବା ବିଜେପି କର୍ମୀଙ୍କୁ ଏପରି ବକ୍ତବ୍ୟ ଦିଆଯାଉଛି । ୨୦୨୪ ନିର୍ବାଚନରେ ବିଜେଡି୧୭ ଲୋକସଭା ଓ ୨୦୧୯ ତୁଳନାରେ ଅଧିକ ବିଧାୟକ ଜିତିବେ। ୩/୪ଗ୍ଧଷ ବିଧାୟକ ପ୍ରାର୍ଥୀ ଜିତିକି ଆସିବେ. ଜୁନ ୪ରେ ଏହା ମନେ ପକାଇ ଦିଆଯିବ ବୋଲି କହିଛନ୍ତି ସସ୍ମିତ ପାତ୍ର।

ସରକାରୀ କର୍ମଚାରୀଙ୍କୁ ECI ଜରିଆରେ ବଦଳାଇବାକୁ ଧମକାଉଛି ରାଜ୍ୟ ବିଜେପି: ବିଜେଡ଼ି ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ବର: ECIଙ୍କୁ ଚିଠି ଲେଖି ଫେରାଦ ହୋଇଛି ବିଜେଡ଼ି । ବିଜେପି ନେତା ଓ ପ୍ରାର୍ଥୀ ECIଙ୍କ ନାଁ ନେଇ ଧମକ ଚମକ ଦେଉଛନ୍ତି । ସରକାରୀ କର୍ମଚାରୀଙ୍କୁ ECI ଜରିଆରେ ବଦଳାଇବାକୁ ଧମକାଉଛନ୍ତି। ୨୦୨୪ ନିର୍ବାଚନରେ ସହଯୋଗ ନକଲେ ବଦଳି ନେଇ ଧମକାଉଛନ୍ତି। ଏପରି ଅଭିଯୋଗ ଆଣି ECIଙ୍କୁ ଚିଠି ଲେଖିଛନ୍ତି ବିଜେଡ଼ି ସାଂସଦ ସସ୍ମିତ ପାତ୍ର।

ବିଜେପି ଓଡିଶା ଶାଖାର ଅଭ୍ୟାସଗତ ତ୍ରୁଟି ରହିଛି। ଯେବେ ନିର୍ବାଚନରେ ହାରିବା ଅନୁଭବ କରନ୍ତି, ସେତେବେଳେ ସେମାନେ ସରକାରୀ ଅଧିକାରୀଙ୍କ ଉପରେ ବିରୋଧ ଆରମ୍ଭ କରନ୍ତି। ଏହି ଅଭ୍ୟାସ ଏବେର ନୁହେଁ, ୨୦୧୯ ରେ ଯେବେ ଜାଣିଲେ ନିର୍ବାଚନ ହାରିବେ ବୋଲ  ସେତେବେଳେ ମଧ୍ୟ ସମାନ କାମ କରିଥିଲେ। ପରାଜୟ ଭୟରେ ଏକ ମାତ୍ର ଅଭ୍ୟାସ ହେଉଛି ସରକାରୀ କର୍ମଚାରୀଙ୍କୁ ବିରୋଧ।

ସେମାନେ ନିଶ୍ଚିତ ଯେ ହାରିବେ। ହାରିବା ଭୟ ଗ୍ରାସ କଲେ, ବାରମ୍ବାର ସରକାରୀ ଅଧିକାରୀଙ୍କୁ ବିରୋଧ କରନ୍ତି। କାରଣ ଆଉ କିଛି ଚାରା ନାହିଁ। ୨୦୨୪ ରେ ସରକାରୀ ଅଧିକାରୀଙ୍କୁ ଫୋନ କରି ଧମକ ଦେବା ଆରମ୍ଭ କଲେଣି। BDO, CDPO ତେହସିଲଦାର, ପୁଲିସ ମାନଙ୍କୁ ଫୋନରେ ଧମକ ଦିଆଯାଉଛି ଯେ ବିଜେପିକୁ ସମର୍ଥନ କର । ନହେଲେ ହଇରାଣ ହେବେ ।ଅସୁବିଧାରେ ପଡିବ। ତେଣୁ ବିଜେଡି ଆଜି ସକାଳେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଏକ ଚିଠି କରିଛି। ବିଜେପି ଓ ତା ପ୍ରାର୍ଥୀ ନିର୍ବାଚନ କମିସନଙ୍କ ନାଁ ବଦନାମ କରି ସରକାରୀ ଅଧିକାରୀଙ୍କୁ ଧମକ ଦେଉଛନ୍ତି ଯେ ଟ୍ରାନ୍ସଫର କରାଇ ଦେବୁ ନିର୍ବାଚନ କମିସନଙ୍କ ଜରିଆରେ।

ଆମେ ନିର୍ବାଚନ କମିଶନଙ୍କ ଉପରେ ବିଶ୍ୱାସ ରଖିଛୁ ଯେ, ନିର୍ବାଚନ କମିଶନ ଆବଧ ନିର୍ବାଚନ କରିବେ। ବିଜେପି ନିର୍ବାଚନ କମିସନଙ୍କ ନାଁକୁ ଅପବ୍ୟବହାର କରଛନ୍ତି। କିଛି ଦିନ ତଳେ IPS ବଦଳି ହୋଇଥିଲେ। ସେ କଥା ଫୋନରେ ସରକାରୀ ଅଧିକାରୀଙ୍କୁ ଧମକାଇ କହୁଛନ୍ତି ଯେ ନିର୍ବାଚନ କମିସନଙ୍କ ଦ୍ୱାରା ଏହିପରି ବଦଳି କରାଇ ଦେବୁ। ଏହା ପୂର୍ବରୁ କେବେ ହୋଇ ନ ଥିଲା। ନିର୍ବାଚନ କମିସନଙ୍କୁ ପିଟିସନ ଦେଇଛୁ ଯେ ବିଜେପି ଉପରେ ନଜର ରଖନ୍ତୁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେପି ହତାଶ ହୁଅନ୍ତି ପରାଜୟ ଦୃଶ୍ୟମାନ ହେଲେ। ସେମାନେ ତଳ ସ୍ତର ରାଜନୀତିରୁ ନିବୃତ ରୁହନ୍ତୁ ବୋଲି ବିଜେଡ଼ି ସାଂସଦ ସସ୍ମିତ ପାତ୍ର କହିଛନ୍ତି।

ସମ୍ବିଧାନରେ ଅହିଂସାକୁ ସାମିଲ କରିବାକୁ ଦାବି ଦୋହରାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର
ନୂଆଦିଲ୍ଲୀ: ସମ୍ବିଧାନରେ ଅହିଂସାକୁ ସାମିଲ କରିବା ଲାଗି ସଂସଦରେ ପୁଣି ଦାବି ଦୋହରାଇଛି ବିଜୁ ଜନତା ଦଳ । ବିଜେଡି ସାଂସଦ ସସ୍ମିତ ପାତ୍ର ଏନେଇ ରାଜ୍ଯସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭାରତୀୟ ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’କୁ ସାମିଲ କରାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ନିବେଦନ ମଧ୍ୟ କରିଆସୁଛନ୍ତି । ଓଡ଼ିଶା ବିଧାନସଭାରେ ମଧ୍ୟ ଏ ନେଇ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି। ଏହାସତ୍ତ୍ବେ କେନ୍ଦ୍ର ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଆଜି ପୁଣି ଥରେ ସଂସଦରେ ଦାବି ଦୋହରାଇଛନ୍ତି ସାଂସଦ ସସ୍ମିତ ପାତ୍ର।

ବାପୁଙ୍କ ବାଣୀ ଓ କର୍ମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁବ ପ୍ରଭାବିତ କରି ଆସିଛି। ସରକାରୀ ଯୋଜନା ହେଉ କି ସମାଜର ବିକାଶ ସବୁଥିରେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇଛନ୍ତି ନବୀନ। ଏହି ଶବ୍ଦ ସହ ସମସ୍ତେ ପରିଚିତ ହେବା ଆବଶ୍ୟକ ମନେ କରି ଏହାକୁ ସମ୍ବିଧାନରେ ସାମିଲ କରିବା ଲାଗି ଚିନ୍ତା କରିଥିଲେ।

୨୦୧୮ରେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ପୂର୍ତ୍ତି ପାଳନ ପାଇଁ ଗଠିତ ଜାତୀୟ କମିଟିର ପ୍ରଥମ ବୈଠକ। ପ୍ରଧାନମନ୍ତ୍ରୀଙ୍କ ସମେତ ୨୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ନବୀନଙ୍କ ଏହି ଚିନ୍ତାଧାରାକୁ ସାବାସୀ ମିଳିଥିଲା। କେବଳ ଦେଶର ପରପିଢି ନୁହେଁ, ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ରହିଲେ ଭାରତୀୟ ପରମ୍ପରା, ସଂସ୍କୃତି, ଆଦର୍ଶ କଥା ବାହାର ଦେଶ ବି ଜାଣିପାରିବ ବୋଲି ନବୀନ କହିଥିଲେ। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ୨୩ ମାର୍ଚ୍ଚ ୨୦୨୧ରେ ବଡ଼ ଧୂମଧାମରେ ପାଳିତ ହୋଇଥିଲା । ଏହି ଅବସରରେ ଓଡ଼ିଶା ସରକାର ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ବୋଲି ନବୀନ କହିଥିଲେ । ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବାକୁ ଏହି ଦିନରେ ଓଡ଼ିଶା ବିଧାନସଭା ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।

ହୋ, ମୁଣ୍ଡାରୀ ଓ ଭୂମିଜ ଜନଜାତୀୟ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ପୁଣି ସ୍ୱର ଶାଣିତ କଲେ ବିଜେଡି ସାଂସଦ
ଭୁବନେଶ୍ବର: ସଂସଦରେ ପୁଣି ଥରେ ଓଡିଶା ଜନଜାତିଙ୍କ ସ୍ୱାର୍ଥରେ ସ୍ୱର ଶାଣିତ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ହୋ, ଭୂମିଜ, ମୁଣ୍ଡାରୀ, ସୌରା ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ରାଜ୍ୟସଭାରେ ଉଠାଇଲେ ଦାବି । ଏକ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ରାଜ୍ୟସଭାରେ ଏହି ଦାବି ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଓଡିଶା ସରକାର ଓ ରାଜ୍ୟ କ୍ୟାବିନେଟରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇ ବାରମ୍ବାର ଏହି ପାଂଚଟି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ଦାବି କରାଯାଉଥିବା ବେଳେ କେନ୍ଦ୍ର ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଓଡିଶାର ଏହି ଦାବିକୁ କେନ୍ଦ୍ର ସରକାର ସହୃଦୟତାର ସହ ବିଚାର କରିବାକୁ ପୁଣିଥରେ ଦାବି କରିଛନ୍ତି ସସ୍ମିତ।

ଭାଷା ହେଉଛି ଗୋଟିଏ ଜାତିର ପରିଚୟ । ଓଡିଶା ଭଳି ରାଜ୍ୟରେ ଯେଉଁଠି ୨୨.୮୫ ପ୍ରତିଶତ ଜନଜାତି, ୬୨ ପ୍ରକାର ଆଦିବାସୀ ସମ୍ପ୍ରଦାୟ ଓ ୧୩ ଆଦିମ ଜନଜାତି ଅଛନ୍ତି ସେଠାରେ ହୋ, ମୁଣ୍ଡାରୀ, ଭୂମିଜ, ସୌରା ଓ କୁଇ ଭାଷାକୁ ସମ୍ବିଧାନରେ ସାମିଲ କରାଗଲେ ଏହିସବୁ ସମ୍ପ୍ରଦାୟର ଦୀର୍ଘଦିନ ଦାବି ପୂରଣ ହୋଇପାରିବ । ଆଧିବାସୀ ସମ୍ପ୍ରଦାୟର ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ରାଜ୍ୟ ସରକାର ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏହା ବେଶ ଫଳପ୍ରଦ ମଧ୍ୟ ହୋଇଛି । ତେବେ ଏହି ପାଂଚଟି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଗଲେ ସେମାନଙ୍କ ପରିଚୟର ସୁରକ୍ଷା ସାଙ୍ଗକୁ ଓଡିଶା ଓ ଅନ୍ୟ ରାଜ୍ୟରେ ମଧ୍ୟ ଏହିସବୁ ଜନଜାତିର ବିକାଶକୁ ସୁନିଶ୍ଚିତ କରାଯାଇପାରିବ ବୋଲି ବିଜେଡି ସାଂସଦ ଦାବି କରିଛନ୍ତି ।

ପୂର୍ବରୁ ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଇଛି । ସଂସଦ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗର ସମାଧାନ କରିବାକୁ ବିଜେଡି ସଂସଦୀୟ ନେତାମାନେ ଦାବି ଉପସ୍ଥାପନ କରିଥିଲେ। ଏହାସହ ହୋ, ମୁଣ୍ଡାରୀ ସୌରା ଏବଂ ଭୂମିଜ୍‌ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଦୀର୍ଘ ଦିନ ହେଲା ଦାବି କରିଆସୁଛନ୍ତି ଓଡିଶା ସରକାର ।

ଅନ୍ନଦାତାଙ୍କୁ ହକ ଦେବାକୁ ସଂସଦରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଦାବି ଉଠଇଲେ ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ବର: ଚାଷୀଙ୍କ ସ୍ବାର୍ଥରେ ପୁଣି ଅଣ୍ଟା ଭିଡିଲା ବିଜେଡି । ଚାଷୀଙ୍କ ପାଇଁ ଆହୁରି ଶାଣିତ ହେଲା ସ୍ବର । ଅନ୍ନଦାତାଙ୍କୁ ହକ ଦେବାକୁ ସଂସଦରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କାଳବିଳମ୍ବ ନକରି ତୁରନ୍ତ ଚାଷୀଙ୍କୁ ଫସଲ ବୀମା ଦେବାକୁ ଦାବି କରିଛନ୍ତି ସସ୍ମିତ। ସେହିପରି ଏମଏସପି ଦର ୨୯୩୦ ଧାର୍ଯ୍ୟ କରିବାକୁ ସେ ଦାବି ଦୋହରାଇଛନ୍ତି । ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଏ ନେଇ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଛି । ସ୍ବାମୀନାଥନ କମିଶନ ରିପୋର୍ଟ ଅନୁସାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅତି କମରେ ଦେଢ ଗୁଣା କରିବାକୁ ସସ୍ମିତ ପୁଣି ଥରେ ଦାବି କରିଛନ୍ତି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖି ଦାବି କରିଆସିଛନ୍ତି । ଯାହାକୁ ଏଯାଏଁ କେନ୍ଦ୍ର କାର୍ୟ୍ୟକାରୀ କରୁନି ବୋଲି ସସ୍ମିତ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି।

ସଂସଦରେ ଓଡ଼ିଶା ଆଦିବାସୀଙ୍କ ସ୍ବାର୍ଥ ସଂପର୍କିତ ବିଭିନ୍ନ ଦାବି ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ୱର: ଓଡ଼ିଶା ମାଗିଲା ଆଦିବାସୀ ହକ୍ । ସଂସଦରେ ବିଜେଡି ସାଂସଦ ସସ୍ମିତ ପାତ୍ର ଓଡ଼ିଶା ଆଦିବାସୀଙ୍କ ସ୍ବାର୍ଥ ସଂପର୍କିତ ବିଭିନ୍ନ ଦାବି ଉଠାଇଛନ୍ତି। କେନ୍ଦ୍ର ସରକାରଙ୍କ ନିକଟରେ ଏସବୁ ଦାବି ଦୀର୍ଘ ଦିନ ଧରି ପଡିରହିଛି । ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରୀ, ଭୂମିଜ, ସଉରା ଓ କୁଇ ଭାଷାକୁ ସାମିଲ କରିବା ନେଇ ବାରମ୍ବାର ଦାବି ହେଉଛି।

ସେହିପ,ରି ଅନୁସୂଚିତ ଜନଜାତି ତାଲିକାରେ ଓଡ଼ିଶାର ୧୬୯ ସଂପ୍ରଦାୟକୁ ସାମିଲ କରିବାକୁ ବି ଦାବି ହେଉଛି। କେନ୍ଦୁପତ୍ର ଉପରେ ଅଧିକାଂଶ ଆଦିବାସୀ ପରିବାର ନିର୍ଭରଶୀଳ ଥିବା ବେଳେ ୧୮ପ୍ରତିଶତ ଜିଏସଟି ହଟାଇବା ଦାବି ଶୁଣୁନି କେନ୍ଦ୍ର । ସମସ୍ତ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଏନେଇ ସଂସଦରେ ପୁଣି ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

ପ୍ରଥମ ଓଡ଼ିଆ ସାଂସଦ ଭାବେ ଚତୁର୍ଥ ଥର ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଲେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର
ନୂଆଦିଲ୍ଲୀ : ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭା ପ୍ୟାନେଲରେ ପୁନଃ ନିଯୁକ୍ତି ପାଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ୱାରା ଗଠିତ ପ୍ୟାନେଲରେ ସସ୍ମିତ ପୁଣି ସ୍ଥାନ ପାଇଛନ୍ତି। ସଂସଦର ଉଚ୍ଚ ସଦନ ପ୍ୟାନେଲରେ ଚତୁର୍ଥ ଥର ପାଇଁ ସ୍ଥାନ ପାଇଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ।

ପ୍ରଥମ ଥର ପାଇଁ ୨୦୨୦ ମସିହାରେ ସସ୍ମିତ ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଥିଲେ। ୨୦୨୨ରେ ଦ୍ୱିତୀୟ ଥର ସସ୍ମିତ ପ୍ୟାନେଲରେ ରହିଥିଲେ । ଉଭୟ ଥର ତତ୍କାଳୀନ ଅଧ୍ୟକ୍ଷ ଭେଙ୍କୟାନାଇଡୁ ତାଙ୍କୁ ନିଯୁକ୍ତି ଦେଇଥିଲେ ।

ଏହାପରେ ତୃତୀୟ ଥର ସସ୍ମିତଙ୍କୁ ନିଯୁକ୍ତି ଦେଇଥିଲେ ଜଗଦୀପ ଧନଖଡ । ଚତୁର୍ଥ ଥର ପାଇଁ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସସ୍ମିତଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟସଭା ଭିସି ପ୍ୟାନେଲରେ ରେକର୍ଡ ଚତୁର୍ଥ ଥର ପାଇଁ ସାମିଲ ହୋଇଛନ୍ତି ସସ୍ମିତ ।ପ୍ରଥମ ଓଡ଼ିଆ ସାଂସଦ ଭାବେ ଚତୁର୍ଥ ଥର ରାଜ୍ୟସଭା ପ୍ୟାନେଲରେ ସ୍ଥାନ ପାଇଛନ୍ତି ଡକ୍ଟର ସସ୍ମିତ ପାତ୍ର।