Bhutan - The Sakala

ପଡ଼ୋଶୀ ରାଷ୍ଟ୍ରର ଜମି ଉପରେ ଚୀନର ଲୋଲୁପ ଦୃଷ୍ଟି
ୱାଶିଂଟନ: ପଡ଼ୋଶୀ ରାଷ୍ଟ୍ରର ଜମି ଉପରେ ଚୀନ୍‌ ଲୋଲୁପ ଦୃଷ୍ଟି ପକାଇବା ତ୍ୟାଗ କରୁନାହିଁ। ଏବେ ଏହି ଦେଶ ଭୁଟାନ ଉପରେ ନଜର ପକାଇଛି। ଭୁଟାନର ଉତ୍ତରାଞ୍ଚଳରେ ଦ୍ରୁତଗତିରେ ଭିତ୍ତିଭୂମି ବିକଶିତ କରୁଛି। ଆମେରିକାର ମାକ୍ସାର ଟେକ୍ନୋଲୋଜି ଜାରି କରିଥିବା ଉପଗ୍ରହ ଚିତ୍ରରୁ ଗତ ୨ ବର୍ଷ ହେଲା ଚୀନ୍‌ ଜାକରଲୁଙ୍ଗ ଘାଟୀରେ ନିର୍ମାଣକାର୍ଯ୍ୟ ଚଲାଇଥିବା ଦେଖିବାକୁ ମିଳୁଛି। ଏଠାରେ ଲୋକ ରହିବା ପାଇଁ ୧୨୯ କୋଠା ବନା ଯାଇଛି। ଆଉ କିଛି ଦୂରରେ ୬୨ଟି କୋଠାର ନିର୍ମାଣକାର୍ଯ୍ୟ ମଧ୍ୟ ଚାଲିଛି। ଚୀନ୍‌ ଭୁଟାନରେ ୨ଟି ବଡ଼ ଗାଁ ନିର୍ମାଣ କରୁଛି ବୋଲି ଏଥିରୁ ସ୍ପଷ୍ଟ ହେଉଛି।

ଭୁଟାନ ଜମି କବ୍‌ଜା ପାଇଁ ଚୀନ୍‌ର ଷଡ଼ଯନ୍ତ୍ର, ଉପଗ୍ରହ ଚିତ୍ରରୁ ଖୋଲିଲା ଗୁମର
ଲଣ୍ଡନ: ପଡ଼ୋଶୀ ଦେଶ ଉପରେ ଚୀନ୍‌ ଲୋଲୁପ ଦୃଷ୍ଟି ପକାଇବା ଜାରି ରଖିଛି। ଏହି ବିସ୍ତାରବାଦୀ ରାଷ୍ଟ୍ର ଅନ୍ୟର ଜମି ହାତେଇବା ପାଇଁ କୁଟୀଳ ଚକ୍ରାନ୍ତ କରୁଛି। ଭାରତ ସହ ଡୋକଲାମ ବିବାଦର ୫ ବର୍ଷ ପରେ ଏହି ଦେଶ ଭୁଟାନର ଉତ୍ତରାଞ୍ଚଳ ଉପରେ ନଜର ପକାଇଛି। ଏହି ଅଞ୍ଚଳ ନିକଟରେ ଚୀନ୍‌ ଭିତ୍ତିଭୂମି କାର୍ଯ୍ୟକୁ ଜୋରଦାର କରିଛି। ଉପଗ୍ରହ ଚିତ୍ରରୁ ଏହି ସୂଚନା ମିଳିଛି। ଆଗାମୀ ଦିନରେ ଜାକରଲୁଙ୍ଗ ଘାଟୀ ଚୀନ୍‌ ହାତକୁ ଯାଇପାରେ। ବ୍ରିଟେନର ଏକ ଥିଙ୍କ ଟ୍ୟାଙ୍କ ଚୈଥମ ହାଉସ (ରୟାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟରନ୍ୟାସନାଲ ଆଫେୟର୍ସ) ଏହି ତଥ୍ୟ ଦେଇଛି। ରିପୋର୍ଟ ଅନୁଯାୟୀ ଭୁଟାନ ବଡ଼ ଅନୁକମ୍ପା ଦେଖାଇ ଜକାରଲୁଙ୍ଗ ଏବଂ ପଡୋଶୀ ମେନଚୁମା ଘାଟୀକୁ ଚୀନ୍‌କୁ ଦେଇପାରେ। ଭୁଟାନର ବେୟୁଲ ଘାଟୀରେ ଚୀନ୍‌ ସଡ଼କର ଜାଲ ବିଛାଇ ଦେଇଛି। ଅନେକ ସେନା ପୋଷ୍ଟ ନିର୍ମାଣ କରିଛି। ଏହି ଅଞ୍ଚଳର ଅଧିକାଂଶ ଲୋକ ବୌଦ୍ଧ ଧର୍ମାବଲମ୍ବୀ। ଏମାନେ ତିବତିୟ ବୌଦ୍ଧ ଧର୍ମକୁ ପାଳନ କରନ୍ତି। ଏହା ପୂର୍ବରୁ ମଧ୍ୟ ଚୀନ୍‌ ଭୁଟାନ ଅଞ୍ଚଳରେ ରାସ୍ତା ନିର୍ମାଣ କରିବା ପାଇଁ ପ୍ରୟାସ କରିଥିଲା। ପୂର୍ବରୁ ପଶ୍ଚିମ ଭୁଟାନରେ ଭିତ୍ତିଭୂମି ବିକାଶ କରୁଥିଲା।

୨୦୧୭ରେ ଚୀନ୍‌ ଦକ୍ଷିଣ-ପଶ୍ଚିମ ଡୋକଲାମରେ ରାସ୍ତା ନିର୍ମାଣ ପାଇଁ ପ୍ରୟାସ କରିଥିଲା। ଏଠାରେ ଭାରତୀୟ ସେନା ସହ ଚୀନ୍‌ର ସଂଘର୍ଷ ହୋଇଥିଲା। ରିପୋର୍ଟ ଅନୁଯାୟୀ ଚୀନ୍‌ କ୍ଷମତା ଆଗରେ ଭୁଟାନ ହାର ମାନି ଯାଇଥିବା ଜଣାପଡୁଛି। ଭୁଟାନ ମାମଲାର ବିଶେଷଜ୍ଞ ତେଜିଙ୍ଗ ଲାମସାଙ୍ଗ କହିଛନ୍ତି ଯେ ଚୀନ୍‌ ମାମଲାରେ ଭୁଟାନ ପୁରୁଣା ରଣନୀତି ଆପଣାଉଛି। ଏହି ଦେଶ ଚୁପ୍‌ ରହିବାକୁ ସଠିକ୍‌ ମଣୁଛି। ୨ଟି ବଡ଼ ଦେଶ ଭାରତ ଏବଂ ଚୀନ୍‌ ମଧ୍ୟରେ ଭୁଟାନ ଫସି ରହିଛି। ବେୟୁଲା ବ୍ୟତୀତ ଭୁଟାନର ମେନଚୁମା ଘାଟୀରେ ମଧ୍ୟ ଚୀନ୍‌ ନିର୍ମାଣକାର୍ଯ୍ୟ ଜାରି ରଖିଛି। ୨୦୨୧ରେ ଏହି ଘାଟୀକୁ ଚୀନ୍‌ କବ୍‌ଜା କରି ନେଇଥିବା ଖବର ଆସିଥିଲା। ମାତ୍ର ଭୁଟାନ ସେନା ଏହାକୁ ଖଣ୍ଡନ କରି ଦେଇଥିଲା। ବେୟୁଲ ଏବଂ ମେନଚୁମା ନିକଟରେ ଚୀନ୍‌ ସେନାର ଷ୍ଟେସନ ରହିଛି। କିଛି ଦିନ ତଳେ ଭୁଟାନର ବିଦେଶ ମନ୍ତ୍ରୀ ଟାଣ୍ଡି ଦୋର୍ଜି ବେଜିଂରେ ଚୀନ୍‌ ବିଦେଶ ମନ୍ତ୍ରୀଙ୍କୁ ଭେଟି ଥିଲେ। ଏହି ବୈଠକରେ ଉଭୟ ନେତା ସୀମା ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ଚଳିତ ବର୍ଷ ପ୍ରାରମ୍ଭରେ ଭୁଟାନ ପ୍ରଧାନମନ୍ତ୍ରୀ ଲୋତେ ଥେରିଙ୍ଗ ଡୋକଲାମ ଅଞ୍ଚଳର ବିବାଦକୁ ତିନି ଦେଶର ବୋଲି କହିଥିଲେ। ଭାରତ, ଚୀନ୍‌ ଏବଂ ଭୁଟାନ ମିଶି ଏହି ବିବାଦର ସମାଧାନ କରିବା ଉଚିତ। କାରଣ ଏହି ବିବାଦରେ ତିନି ଦେଶର ସମାନ ଦାୟିତ୍ବ ଏବଂ ଅଂଶ ରହିଛି।