MICHAUNG - The Sakala
ଶକ୍ତିଶାଳୀ ହେଉଛି ବାତ୍ୟା ‘ମିଚାଉଁ’: ଆଜିଠାରୁ ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷା, ୫ରେ ରାଜ୍ୟରେ ପଡ଼ିବ ସର୍ବାଧିକ ପ୍ରଭାବ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମିଚାଉଁ (ବର୍ମିଜ୍‌‌ ଭାଷାରେ ମିଗ୍‌‌ଜୋମ୍‌‌) ପ୍ରଭାବରେ ରାଜ୍ୟରେ ପାଗ ବଦଳିଯାଇଛି। ରବିବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ସହ ଦକ୍ଷିଣ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଛି। ସୋମବାର ଏହି ସ୍ଥିତିରେ ଆହୁରି ପରିବର୍ତ୍ତନ ଆସିବା ସହ ରାଜ୍ୟର କିଛି ସ୍ଥାନରେ ବାତ୍ୟା ଯୋଗୁଁ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଧୀରେ ଧୀରେ ବର୍ଷାର ପ୍ରକୋପ ବୃଦ୍ଧି ହେବା ସହ ୫ ତାରିଖରେ ବାତ୍ୟାର ସର୍ବାଧିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ସେହିଦିନ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ପବନର ବେଗ ବଢ଼଼ି ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଜଣାପଡ଼ିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବାତ୍ୟା ମିଚାଉଁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେବା ସହ ଘଣ୍ଟା ପ୍ରତି ୮ କିମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ରବିବାର ସନ୍ଧ୍ୟା ସୁଦ୍ଧା ପୁଡୁଚେରୀଠାରୁ ୨୪୦ କିଲୋମିଟର ପୂର୍ବ, ଚେନ୍ନାଇଠାରୁ ୨୧୦ କିମି. ଏବଂ ନେଲୋର୍‌‌ଠାରୁ ୩୩୦ କିମି. ଦୂରରେ ରହିଛି। ଏହା ପରବର୍ତ୍ତୀ ସମୟରେ ଆଗକୁ ବଢ଼଼ିବା ସହ ୪ ତାରିଖ ପୂର୍ବାହ୍ନ ବେଳକୁ ଅଧିକ ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେବ। ଏହାପରେ ମିଚାଉଁ ଉତ୍ତର ଦିଗରେ ପ୍ରାୟ ସମାନ୍ତରାଳ ଭାବେ ଗତିକରିବା ସହ ଭୀଷଣ ବାତ୍ୟାର ରୂପନେଇ ୫ ତାରିଖ ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟ୍ଟନମ୍‌‌ ମଧ୍ୟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିମି. ଏବଂ ଝଟକା ପବନର ବେଗ ୧୧୦ କିମି. ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗରରେ ସକ୍ରିୟ ବାତ୍ୟାକୁ ଲକ୍ଷ୍ୟ କରି ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦରଗୁଡିକ ପାଇଁ ୨ ନଂବର ବିପଦ ସଂକେତ ଜାରି କରାଯାଇଛି।
ଅନ୍ୟପଟେ ବାତ୍ୟା ଯୋଗୁଁ ତାମିଲନାଡ଼ୁ ଓ ଆନ୍ଧ୍ର ପ୍ରଦେଶରେ ପ୍ରଭାବ ଆରମ୍ଭ ହୋଇଯାଇଥିବା ବେଳେ ସୋମବାର ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଭଳି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ସେହିପରି ୫ତାରିଖରେ ଏହି ୫ ଜିଲ୍ଲାରେ ବର୍ଷାର ପ୍ରକୋପ ବଢ଼ି ପ୍ରବଳରୁ ଅତି ପ୍ରବଳ (୭-୧୧ ସେମି) ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।
୪ ତାରିଖରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ୩୫-୪୫ ଓ ଝଟକା ପବନ ୫୫ କିମି ପହଞ୍ଚିବା ସହ ୫ ତାରିଖରେ ଏହା ବଢ଼ି ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପବନର ବେଗ ବଢ଼଼ି ୪୦-୫୦ ଓ ଏହାର ଝଟକା ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ସେହିପରି ୪ ତାରିଖ ସନ୍ଧ୍ୟାରୁ ୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଉପକୂଳର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ବାତ୍ୟା ପ୍ରଭାବରେ ୪ ତାରିଖ ସନ୍ଧ୍ୟାରୁ ୩୫ ରୁ ୪୫କିମି ବେଗରେ ଝଡ଼ପବନ ଏବଂ ୫୫ କିମି. ବେଗରେ ଝଟକା ପବନ ବହିବ। ଏହା କ୍ରମଶଃ ବୃଦ୍ଧି ପାଇ ୫ ତାରିଖ ସନ୍ଧ୍ୟାରୁ ପରବର୍ତ୍ତୀ ୧୨ଘଣ୍ଟା ଯାଏଁ ୪ ରୁ ୫୦କିମି. ଏବଂ ୬୦ କିମି. ବେଗରେ ଝଟକା ପବନର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଉପକୂଳର ସମୁଦ୍ରକୁ ଯିବା ପାଇଁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି।
ଭୁବନେଶ୍ବର: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଚାଉଁ’କୁ ଦୃଷ୍ଟିରେ ରଖି  ଆନ୍ଧ୍ରପ୍ରଦେଶ ତତ -ସଂଲଗ୍ନ ଉତ୍ତର ତାମିଲନାଡୁ- ପୁଡୁଚେରୀ ଉପକୂଳ ପାଇଁ ଅରେଞ୍ଜ ଆଲର୍ଟ ଜାରି  କରାଯାଇଛି। ଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଚାଉଁ’  ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଅଗ୍ରସର ହେଉଛି। ଏହା ସମାନ ଅଞ୍ଚଳରେ ୧୨.୨ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୨ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ପାଖରେ , ପୁଡୁଚେରୀର ପ୍ରାୟ ୨୪୦ କିଲୋମିଟର ପୂର୍ବ, ଚେନ୍ନାଇର ୨୧୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, ନେଲୋରର ୩୩୦ କିଲୋମିଟର ଦକ୍ଷିଣ-ପୂର୍ବ, ବାପାଟଲାର ୪୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ମଛଲିପଟନମ ଠାରୁ ୪୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି। ଏହା ପରବର୍ତୀ ସମୟରେ ନିଜ ଗତିର ଦିଗ ଉତ୍ତର ପଶ୍ଚିମ ଦିଗରେ ବଜାୟ ରଖିବା ସହ ୪ ତାରିଖ ପୂର୍ବାହ୍ନ ବେଳକୁ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ର ସମୁଦ୍ର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ହେବା ସମ୍ଭାବନା ରହିଛି ।
ଏହା ପରେ ଉତ୍ତର ଦିଗରେ ଗତିକରିବା ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରାୟ ସମାନ୍ତରାଳ ଭାବେ ଗତିକରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ଏକ ଭୀଷଣ ବାତ୍ୟା ଭାବେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିଲୋମିଟର ତଥା ଝଟକା ପବନ ୧୧୦ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।