Kartik Pandian - The Sakala
ଭୁବନେଶ୍ବର: ସୋସିଆଲ ମିଡିଆ ‘ଏକ୍ସ’ରେ ନାହିଁ କାର୍ତ୍ତିକ ପାଣ୍ଡିଆନଙ୍କ ଆକାଉଣ୍ଟ। ଏ ନେଇ ନିଜେ କାର୍ତ୍ତିକ ପାଣ୍ଡିଆନ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ‘ଏକ୍ସ’ରେ ଆକାଉଣ୍ଟ ନ ଥିବା ନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି।
ପୋଷ୍ଟରେ ସେ ଲେଖିଛନ୍ତି ଯେ, ସୋସିଆଲ ମିଡିଆ ଏକ୍ସରେ ମୋର ଆକାଉଣ୍ଟ ନାହିଁ। କିଛି ବ୍ୟକ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ନାରେ ଫେକ ଆକାଉଣ୍ଟ କରି ଚଲାଉଛନ୍ତିି। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ଫଟୋ ଓ ନାର ଅପବ୍ୟବହାର କରାଯାଇଥିବା ସେ କହିଛନ୍ତି।
କାର୍ତ୍ତିକ ପାଣ୍ଡିଆନଙ୍କ ସମ୍ପର୍କିତ ଖବର, କ୍ଷମା ମାଗିଲେ ସମ୍ପୃକ୍ତ ଜାତୀୟ ଗଣମାଧ୍ୟମ ସାମ୍ବାଦିକ
ଭୁବନେଶ୍ବର: କାର୍ତ୍ତିକ ପାଣ୍ଡିଆନଙ୍କ ସମ୍ପର୍କିତ ଖବର ଉପରେ କ୍ଷମା ପ୍ରାର୍ଥନା । କ୍ଷମା ପ୍ରାର୍ଥନା କଲେ ସମ୍ପୃକ୍ତ ଜାତୀୟ ଗଣମାଧ୍ୟମ ସାମ୍ବାଦିକ । ସାମ୍ବାଦିକ ସାହିଦ ଫରିଦ ମାଗିଲେ ନିଃସର୍ତ୍ତ କ୍ଷମା। ଏକ ସୂତ୍ରକୁ ବିଶ୍ବାସ କରି ପ୍ରକାଶ ପାଇଥିଲା ଖବର। ଏ ନେଇ ନବୀନଙ୍କ ସ୍ପଷ୍ଟୀକରଣ ନିଆଯାଇ ନ ଥିଲା। ଖବର ପ୍ରକାଶ ପାଇବା ପରେ ପ୍ରତିବାଦ କରିଥିଲେ ନବୀନ। କୌଣସି କେନ୍ଦ୍ରମନ୍ତ୍ରୀ ପାଣ୍ଡିଆନଙ୍କୁ ଭେଟି ନ ଥିବା ଜଣାପଡ଼ିଛି। ଏହି ଖବରକୁ ମିଛ କପୋଳକଳ୍ପିତ କହିଥିଲେ ନବୀନ।
pic.twitter.com/SnhqvZvCMv
— Shahid Faridi (@Shahid_Faridi_) July 22, 2024
ଖବର ଅନୁଯାୟୀ, ଜାତୀୟ ଗଣମାଧ୍ୟମରେ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଖବର ପ୍ରସାରିତ ହୋଇଥିଲା। ଏହାରି ଉପରେ ପ୍ରତିକ୍ରିୟା ରଖିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସୋସିଆଲ ମିଡ଼ିଆ ‘X’ରେ ନବୀନ ପୋଷ୍ଟ କରିବା ସହ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ପ୍ରସାରିତ ଖବର ମିଛ ଓ ଉଦ୍ଦେଶ୍ୟମୂଳକ ବୋଲି କହିଥିଲେ ।
ନବୀନ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଥିଲେ, ଜାତୀୟ ଗଣମାଧ୍ୟମର ଏହି ଖବର ସମ୍ପୂର୍ଣ୍ଣ ମିଛ, ଉଦ୍ଦେଶ୍ୟମୂଳକ, ଭିତ୍ତିହୀନ ଓ କପୋଳକଳ୍ପିତ। କାର୍ତ୍ତିକ ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ବହୁତ କାମ କରିଛନ୍ତି । ସେଥିପାଇଁ ସେ ଜଣାଶୁଣା । ଖାଲି ସେତିକି ନୁହେଁ, ପାଣ୍ଡିଆନ ଉତ୍ସର୍ଗୀକୃତ ଭାବେ ଦଳ ଓ ରାଜ୍ୟ ପାଇଁ କାମ କରିଛନ୍ତି । ଏଭଳି ଦକ୍ଷତା ଓ ସ୍ବଚ୍ଛତା ପାଇଁ ପାଣ୍ଡିଆନ ବେଶ ଜଣାଶୁଣା ଓ ସମ୍ମାନନୀୟ ।
୯ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ବର: ୯ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବିଜେପିର ୯ ସେଲ୍ଫ ଗୋଲ କଥା କହି ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶା ବାସୀ। ବାହାରୁ ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ ଗାଳି ଗୁଲଜ କରୁଛନ୍ତି। ଯାହାକୁ ଓଡ଼ିଶା ବାସୀ ପସନ୍ଦ କରୁନାହାନ୍ତି।
ମିଶନଶକ୍ତିକୁ ବନ୍ଦ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି। ବିଜେପି ସରକାରକୁ ଆସିଲେ ମିଶନଶକ୍ତି ବନ୍ଦ କରିବେ। ନିର୍ବାଚନ ଇସ୍ତାହାର ରେ ମିଶନଶକ୍ତିକୁ ବନ୍ଦ କରିବାକୁ ବିଜେପି କହିଛି। ମିଶନଶକ୍ତି କୁ ବନ୍ଦ କରିବାକୁ ବିଜେପି ଷଡଯନ୍ତ୍ର କରୁଛି।
BSKY ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି। ଆୟୁଷ୍ମାନ ଭାରତ କେବଳ ବିପିଏଲ ପରିବାର ପାଇଁ । କିନ୍ତୁ BSKY ଯୋଜନା ସମସ୍ତଙ୍କ ପାଇଁ। ରାଜ୍ୟର ୯୦ ପ୍ରତିଶତ ଲୋକ ସୁବିଧା ପାଉଛନ୍ତି। ଆଗକୁ BSKY ନବୀନ କାର୍ଡରେ ସମସ୍ତଙ୍କୁ ସାମିଲ କରାଯିବ।
ଯୁବ କ୍ଷେତ୍ରକୁ ଗୁରୁତ୍ଵ ଦେଇ ନବୀନ ସରକାର 5T ସ୍କୁଲ , 5T କଲେଜ, ଯୁବ ବଜେଟ ବ୍ୟବସ୍ଥା କରିଛନ୍ତି। ୯୮ ପ୍ରତିଶତ ପିଲାଙ୍କ ପାଇଁ ନୂଆ ଓ ଛାତ୍ର ବୃତ୍ତି ଯୋଜନା ଆରମ୍ଭ ହୋଇଛି। ଯୁବକଙ୍କ ପାଇଁ ବିଜେପି ଇସ୍ତାହାର ରେ କିଛି ନଥିବା ବେଳେ ଏହାକୁ ବନ୍ଦ କରିବାକୁ ଯୋଜନା କରୁଛି ବିଜେପି।
ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପରିଚୟ ପାଇଁ SDC ଗଠନ କରିଛନ୍ତି। ଡବଲ ଇଞ୍ଜିନ ଚାଲିଥିବା ରାଜ୍ୟରେ ଅଧିକ ଆଦିବାସୀ ଥାଇ ବି SDC ଗଠନ କରାଯାଇ ନାହିଁ। ବିଜେପି ସରକାରକୁ ଆସିଲେ ଏହାକୁ ବନ୍ଦ କରିବେ।
ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ଶାନ୍ତି ନାହିଁ। ଓଡ଼ିଶାରେ ଶାନ୍ତି ଅଛି। ଓଡ଼ିଶାରେ ଦାଦା ବଟି ନାହିଁ। କିନ୍ତୁ ବିଜେଡିରୁ ବିଦା ହୋଇଥିବା ଅନେକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି।
ବିଜେଡ଼ିର ମାଗଣା ବିଦ୍ୟୁତ୍ ଘୋଷଣା ପରେ ବିଜେପିକୁ କରେଣ୍ଟ ଲାଗିଛି । ବିଜେପି ସୋଲାର ବ୍ୟବସ୍ଥାରେ ବିଦ୍ୟୁତ୍ ଯୋଗାଇବା କଥା କହୁଛି। ରନ୍ଧନ ଗ୍ୟାସ ମାଗଣାରେ ଯୋଗାଇବା କଥା କହି ବାରମ୍ବାର ଦର ବଢାଇ ଚାଲିଛି। LPG ଗ୍ୟାସ ପରି ବିଜେପିର ସୋଲାର ବିଦ୍ୟୁତ୍ ଘୋଷଣା ଏକ ବଡ ଜୁମଲା।
ଚାଷୀଙ୍କ ପାଇଁ ୩୧୦୦ ଟଙ୍କା MSP ବଡ ଜୁମଲା। MSP ବୃଦ୍ଧି କେନ୍ଦ୍ର ବିଚାରାଧୀନ ହୋଇଥିଲେ ବି ୧୦ ବର୍ଷ ଧରି ଚାଷୀଙ୍କ କଥା ଚିନ୍ତା କରିନଥିଲା ବିଜେପି। ଏବେ ନିର୍ବାଚନ ପାଇଁ ଚାଷୀଙ୍କ କଥା ମନେ ପଡୁଛି।
ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଭାଉଚର ଦେବାକୁ ବିଜେପିର ଘୋଷଣା ମଧ୍ୟ ଏକ ଜୁମଲା। ଯଦି ୫୦ ହଜାର ଟଙ୍କା ଦିଆଯାଏ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଓଡ଼ିଶାରେ ବିକାଶମୂଳକ ବାବଦରେ ସ୍କିମ ୨୫ ହଜାର କୋଟି ଟଙ୍କା ବଜେଟ ରହୁଛି।
ଓଡିଶା ବାସୀ ଜାଣିଛନ୍ତି ଓଡିଶାରେ ବିଜେପିର ସ୍ଥିତି କିଛି ନାହିଁ। ବିଜେଡ଼ି ତୃତୀୟ ପର୍ଯ୍ୟାୟ ପରେ ଲୋକଙ୍କ ଆଶୀର୍ବାଦରେ ବହୁମତ ପାଇ ସାରିଛି। ବିଜେଡ଼ି ସୁଇପ କରିବ, ୯୦-୯୫ ଷ୍ଟାଇକ ରେଟ ହେବ। ଅନ୍ୟ ସ୍ଥାନରେ ଯଦି ୮୦-୮୫ ପ୍ରତିଶତ ରହିଛି ଏଇଟା ବିଜେଡ଼ିର ଗଡ଼। ଯାଜପୁର, ଭଦ୍ରକ,ଜଗତସିଂପୁର ,କେନ୍ଦ୍ରାପଡ଼ା ବାଲେଶ୍ୱର, ମୟୁରଭଞ୍ଜ । ମୟୂରଭଞ୍ଜରେ ଜିଲ୍ଲା ପରିଷଦ ନିର୍ବାଚନରେ ୫୫ରୁ ୫୪ ବିଜେଡ଼ି ଜିତିଲା। ଆଉ କେଉଁ ଦଳ ଗୋଟିଏ ଆସନ ପାଇଥିଲେ ।
ଅମିତ ଶାହା ଓଡିଶା ଗସ୍ତ ଉପରେ ପ୍ରତିକ୍ରିୟା ରଖି କାର୍ତ୍ତିର ପାଣ୍ଡିଆନ କହିଛନ୍ତି,  ଓଡ଼ିଶା ବହୁତ ନେତା ମାନେ ଆସୁଛନ୍ତି , ଭଲ କଥା। ଓଡିଶାକୁ ଆସିବା ସ୍ଵାଗତ। ହେଲେ ଓଡିଶା ଆସି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି। ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ। ମତେ ଗାଳି କି ଆକ୍ରମଣ କଲେ କିଛି ପ୍ରଭାବ ପଡ଼ିବ ନାହିଁ। ମୁଁ ବହୁତ ଖୁସୀ ଅଛି। ମୋତେ ଯଦି ଗାଳି ଦେଲେ ତାହାର ଜବାବ ଓଡ଼ିଶାବାସୀ ଦେବେ। ଓଡିଶାର ସବୁ ଯୋଜନା ୫ଟିରେ ହେଉଛି, ସେମାନେ ଏଇଟା ଜାଣିଛନ୍ତି। ମତେ ଗାଳି ଦେଲେ ଲୋକ ବୁଝିବେ।
୨୦୧୯ ପରଠୁ ଓଡିଶାରେ ବହୁତ ଭଲ କାମ କରାଯାଇଛି। ୫ଟି ଘୋଷଣା ପରେ ସବୁ କାମ ଭଲ ହୋଇଛି । କୋଭିଡ ବେଳେ ଓଡିଶାବାସୀ ମାଗଣା ଚିକିତ୍ସା ପାଇଛନ୍ତି। ଏହାସହ ଅନେକ ଯୋଜନା ଲୋକଙ୍କ ହୃଦୟକୁ ଛୁଇଁଛି। ଏବେ ସବୁ କିଛି ସବୁ ରୂପାନ୍ତରିକରଣ ହେଉଛି, ସ୍କୁଲ, କଲେଜଠୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ। ମୋ ସରକାର ଲାଗୁ ହେବା ପରେ ସବୁ ଅଫିସ ବିଷୟରେ ଆପଣ ଲୋକଙ୍କଠୁ ମତାମତ ନେଲେ ସେମାନେ କହିବେ। ୫ଟି ଓ ମୋ ସରକାର ଦ୍ୱାରା କିପରି ଉପକୃତ ହେଉଛନ୍ତି। ବିଜେଡ଼ି ଲୋକଙ୍କର ସରକାର ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।
ଅଟୋରେ ଆସି ଭୋଟ ଦେଲେ କାର୍ତ୍ତିକ ପାଣ୍ଡିଆନ୍‌‌, ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ କଲେ ଅପିଲ୍
ଭୁବନେଶ୍ବର: ଚାଲିଛି ଗଣତନ୍ତ୍ରର ମହାପର୍ବ । ଦେଶରେ ଚାଲିଛି ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ତେବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌। ସକାଳୁ ସକାଳୁ ଅଟୋରେ ବୁଥକୁ ପହଞ୍ଚିବା ପରେ ଲମ୍ବା ଲାଇନରେ ଛିଡା ହୋଇଥିଲେ ପାଣ୍ଡିଆନ୍‌‌। ଭୁବନେଶ୍ୱର ୟୁନିଟ୍‌‌-୬ର ୪୪ ନମ୍ବର ବୁଥରେ ପହଞ୍ଚି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌‌।
ଭୋଟ ଦେବା ପରେ ପ୍ରତିକ୍ରିୟା ଦେଇ ପାଣ୍ଡିଆନ କହିଛନ୍ତି ଯେ, ସମସ୍ତେ ଆସି ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୁଅନ୍ତୁ। ଅଟୋ ଚାଳକ ସଂଘର ଅନୁରୋଧ ରକ୍ଷା କରି ଅଟୋରେ ଭୋଟ ଦେବାକୁ ଯାଇଥିଲେ କାର୍ତ୍ତିକ ପାଣ୍ଡିଆନ୍‌‌। ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ମତାଧିକାର ସାବ୍ୟସ୍ତ କରିଥିଲେ।
ମୟୁରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଯୋଡି ଶଙ୍ଖରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନବୀନଙ୍କ ଅପିଲ୍
ମୟୁରଭଞ୍ଜ: ମୟୁରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲାର ଦୁଇଟି ସ୍ଥାନ ରାଇରଙ୍ଗପୁର ଏବଂ ବାରିପଦାରେ ନିର୍ବାଚନୀ ପ୍ରଚାର  କରିଛନ୍ତି ନବୀନ ପଟ୍ଟନାୟକ। ଜନସାଧାରଣଙ୍କୁ ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ଭଲ କି ବୋଲି ନବୀନ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଆୟୋଜିତ ଜନସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି।
ରାଇରଙ୍ଗପୁରରେ ପାଣ୍ଡିଆନ କହିଥିଲେ, ରାଜ୍ୟ ସରକାର ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ସେମାନଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ଦେବସ୍ଥଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପଦକ୍ଷେପ ନେଇଆସୁଛନ୍ତି। ଆଦିବାସୀମାନଙ୍କ ଉପରେ ଥିବା ୫୦ ହଜାର ମାମଲା ରଦ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ପାଣ୍ଡିଆନ କହିଥିଲେ। ପାଣ୍ଡିଆନ ବିଜେଡି ସରକାରର ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସହିତ ସାରା ଦେଶରେ ସବୁଠାରୁ ଅଧିକ ଆଦିବାସୀ ଛାତ୍ରାବାସ ଓଡ଼ିଶାରେ ନିର୍ମାଣ ହୋଇଛି ବୋଲି କହିଥିଲେ।
ଆସନ୍ତା ଜୁନରେ ମୁଖ୍ୟମନ୍ତ୍ରୀ ପୁନର୍ବାର ଶପଥ ଗ୍ରହଣ କରିବେ। ଶପଥ ନେବା ପରେ ସର୍ବପ୍ରଥମେ ବିଜୁଳି ବିଲ୍‌‌ ଛାଡ଼ ଘୋଷଣା ଉପରେ ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ୨ୟ ଦସ୍ତଖତ କରିବେ। ସେହିପରି ୩ୟରେ ମୁଖ୍ୟମନ୍ତ୍ରୀ ମିଶନଶକ୍ତି ଯୋଜନାରେ ମହିଳାମାନଙ୍କୁ ପେନସନ୍‌‌ ଦେବା ଘୋଷଣାରେ ଦସ୍ତଖତ କରିବେ ବୋଲି ପାଣ୍ଡିଆନ କହିଥିଲେ। ସେହିପରି, ବାରିପଦାର ଛଉ ପଡ଼ିଆରେ ଆୟୋଜିତ ଜନସମାବେଶରେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ ଯୋଗଦେଇ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।
ତୃତୀୟ ପର୍ଯ୍ୟାୟ ପରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡ଼ି: କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାରେ ୩ୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ତୃତୀୟ ପର୍ୟ୍ୟାୟ ନିର୍ବାଚନ ପରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିବ। ଥାର୍ଡ -ଫୋର୍ଥ ସିଟରେ ନିର୍ବାଚନରେ ଜିତିବୁ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ । କଣ୍ଟାବାଞ୍ଜିରେ ଭଲ ଭୋଟରେ ଜିତିବେ ମାନ୍ୟବର ମୁଖ୍ୟମନ୍ତ୍ରୀ।  ହିଞ୍ଜିଳିରେ ଭଲ ଆଶୀର୍ବାଦ ମିଳିବ। ଭୋଟ ବ୍ୟବଧାନ ଉପରେ ବିଶେଷ କହିପାରିବି ନାହିଁ ବୋଲି ସେ କହିଛନ୍ତ। ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ପ୍ରଭାବ ପକେଇଛି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା। ବିଭିନ୍ନ ବର୍ଗର ଦାବି ବିଜୁସ୍ୱାସ୍ଥ୍ୟ କାର୍ଡ ପାଇଁ ଥିଲା, ତାହା ଲାଗୁ ହେଇଯିବ। ବୃହତ ବ୍ୟବଧାନରେ ସରକାର କରିବ ବିଜେଡି।
ଲୋକସଭାରେ ମଧ୍ୟ ଭଲ ଫଳାଫଳ ହେବ। ୨୦୧୪/୧୯ ରେ ବି ପରିବର୍ତ୍ତନର କଥା କହୁଥିଲେ ବିରୋଧୀ । ନୂଆ ଓଡ଼ିଶା ଗଠନ ହେଉଛି। ସେଇ ରୂପାନ୍ତିକରଣ ହିଁ ପରିବର୍ତ୍ତନ। ବିଜେଡି ବଡ଼ ବ୍ୟବଧାନରେ ଜିତିବ। ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରୁ ବିଜେଡିକୁ ବଡ ସଫଳତା ମିଳିବ। ବିଜେପିର ୩୦ ସିଟ ଜିତିବା ଇଣ୍ଟରନାଲ ଟାର୍ଗେଟ। ସେଥିରୁ ବି କମିବ। ସେଥିପାଇଁ ବାରମ୍ବାର ସିଟ ସଂଖ୍ୟା ବଦଳୁଛି । ପଶ୍ଚିମ ଓଡ଼ିଶାରେ ବିଜେଡ଼ି କ୍ଲିନସ୍ୱିପ କରିବ ବୋଲି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।
ନିମାପଡ଼ା, ବାଲିକୁଦା-ଏରସମାରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ୍
ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଜୋରଦାର ପ୍ରଚାର କରିଛନ୍ତି । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧିତ କରି ବିରୋଧୀ ବିଜେପି ନେତାଙ୍କୁ କଟୁ ସମାଲୋଚନା କରିଛନ୍ତି ପାଣ୍ଡିଆନ। କହିଛନ୍ତି, ‘ଏ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜି ଯାଇଛି । ସେମାନଙ୍କ ମୁଣ୍ଡ କାମ କରୁନି । ବାହାରୁ ବିରୋଧୀ ବିଜେପିର ଅନେକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆସୁଛନ୍ତି । ଆମ ମୁଖ୍ୟମନନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଅଶାଳୀନ ବ୍ୟବହାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଯିଏ ଅସମ୍ମାନ କରିବେ ତାଙ୍କୁ ଆପଣମାନେ କଡ଼ା ଜବାବ ଦେବେ ।’
ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଆଟାକ କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଆପଣଙ୍କ ଗୁରୁଙ୍କ ଗୁରୁ ସହ କ୍ଯାବିନେଟରେ କାମ କରିଛନ୍ତି । ୧୯୯୮ରେ ବାଜପେୟୀଙ୍କ ସରକାରରେ କ୍ଯାବିନେଟ ମନ୍ତ୍ରୀ ଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେଇ ବ୍ୟବହାର କରିବାକୁ ବିନମ୍ର ଅନୁରୋଧ କରୁଛି । କେମିତି ଜଣେ ମୁଖ୍ୟମନ୍ତ୍ରୀ ସାଙ୍ଗରେ କଥା ହେବାର ଅଛି ଶିଖିକି ଯିବେ । ଅତିଥିଙ୍କୁ ଓଡ଼ିଶା ମାଟିରେ ଅସମ୍ମାନ୍ କଲେ ଠିକ୍ ଲାଗିବନି । ମହାପ୍ରଭୁ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ।’
ଆଗକୁ ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯିଏ ଅପପ୍ରଚାର କରୁଛନ୍ତି ତାଙ୍କୁ ଭୋଟ ଜରିଆରେ କଡ଼ା ଜବାବ ଦିଅନ୍ତୁ । ବିଜେପିର ନେତାମାନେ ଜନତାଙ୍କୁ ଧମକ ଦେଉଛନ୍ତି । ଆମ ସରକାର ଆସୁଛି, ହଇରାଣ କରିବୁ, ବିଲ ପାସ କରିବାକୁ ଦେବୁ ନାହିଁ ବୋଲି କହୁଛନ୍ତି । ବିଜେଡିର ଗୋଟିଏ ବି କର୍ମୀଙ୍କର କିଛି କରିପାରିବେନି । ମୁଖ୍ୟମନ୍ତ୍ରୀ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଆପଣ ଆମକୁ ଧମକ ଦେଲେ ଆପଣ ଗୋଟିଏ ବି କାମ କରିପାରିବେନି ।’
ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍ ରଦ୍ଦ ଘୋଷଣା ପରେ ବିରୋଧୀଙ୍କୁ କରେଣ୍ଟ ଲାଗିଛି । କହୁଛନ୍ତି, ମାଗଣା ବିଜୁଳି ଦେବେ, ୫୦ ହଜାର ଟଙ୍କା ଲୋକେ ଖର୍ଚ୍ଚ କଲେ ଘରେ ଘରେ ସୋଲାର ପ୍ଯାନେଲ ଲଗାଇବେ । ସୂର୍ଯ୍ୟ କିରଣରୁ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି । ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି, ଏମାନଙ୍କୁ ଚିହ୍ନିକି ରଖନ୍ତୁ । ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ବିଜୁଳି ବିଲ ଛାଡ଼ କରିବାକୁ ପ୍ରଥମ ଦସ୍ତଖତ କରିବେ । ଦ୍ଵିତୀୟ ଦସ୍ତଖତ ବିଏସକେୱାଇ ଯୋଜନା କାର୍ଡରେ କରିବେ । ମିଶନଶକ୍ତି ମାଆଙ୍କୁ ପେନସନ ପାଇଁ ତୃତୀୟ ଦସ୍ତଖତ କରିବେ । ଏ ସରକାର ଆପଣଙ୍କ ସରକାର, ଯୁବପିଢି ଓ ଚାଷୀ ଭାଇ ଭଉଣୀଙ୍କ ସରକାର । ଆପଣଙ୍କୁ କିଏ ବି ହାତ ମାରି ପାରିବେନି । ନବୀନ ବାବୁଙ୍କ ହାତ ଆପଣଙ୍କ ପଛରେ ଅଛି । ବିପୁଳ ଭୋଟରେ ଯୋଡ଼ି ଶଙ୍ଖରେ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରାନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି ।
ସେହିପରି, ବାଲିକୁଦା-ଏରସମାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ କାର୍ତ୍ତିକ ପାଣ୍ଡିଆନ । ବିଶାଳ ଜନସଭାକୁ ସମ୍ବୋଧିତ କରି ବିରୋଧୀ ବିଜେପିକୁ କଡା ଟାର୍ଗେଟ କରିଥିଲେ । ପାଣ୍ଡିଆନ କହିଥିଲେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପରିବାର ବୋଲି ଭାବନ୍ତି । ଏହି ପରିବାରର ମୁଖିଆଙ୍କୁ ବାହାରୁ ଆସିଥିବା ନେତା ଅସମ୍ମାନିତ କରୁଛନ୍ତି । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅସମ୍ମାନିତ କରୁଛନ୍ତି ଏବଂ ଅଶାଳୀନ ବ୍ୟବହାର କରୁଛନ୍ତି । ଏମାନଙ୍କୁ ଜୁନ୍ ୪ ତାରିଖରେ ଉଚିତ୍ ଜବାବ ମିଳିଯିବ ।
ଆସାମ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ । କିନ୍ତୁ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ନମ୍ବର, ସେ ଓଡ଼ିଶାକୁ ଏକ ନମ୍ବର କରିବେ । ଋଣ ଭାରରେ ବୁଡିଥିବା ଉତ୍ତରପ୍ରଦେଶ, ଛତିଶଗଡ, ଆସାମ ଭଳି ରାଜ୍ୟ ଓଡ଼ିଶା ଠାରୁ ଢେର ପଛରେ ରହିଛନ୍ତି । ରାଜ୍ୟକୁ କେମିତି ଏକ ନମ୍ବର କରାଯାଏ ତାହା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶିଖିକି ଯାଆନ୍ତୁ କାମରେ ଆସିବ । ଯେତେ ଇଞ୍ଜେକସନ ଦେଲେ ବି ଓଡ଼ିଶାରେ ଫୁଲ ଫୁଟିବନି ବୋଲି କହିଛନ୍ତି ପାଣ୍ଡିଆନ ।
ଏହାସହ ପାଣ୍ଡିଆନ କହିଛନ୍ତି, ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଆଗାମୀ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ପ୍ରଥମ ଦସ୍ତଖତରେ ମାଗଣା ବିଜୁଳି, ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବିଏସକେୱାଇ ଓ ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ଭତ୍ତା ପ୍ରଦାନ ନେଇ ମୋହର ମାରିବେ ନବୀନ । ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ଯୋଡି ଶଙ୍ଖରେ ମୋହର ମାରିବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ ।
ଜଣେ କେନ୍ଦ୍ରମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦଙ୍କ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ-ଏକାମ୍ର ପ୍ରକଳ୍ପ କାମ ବିଳମ୍ବ ହେଲା: କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତିନି ବର୍ଷ ପୂର୍ବରୁ ସରିଯାଇଥାନ୍ତା। ଏକାମ୍ର ପ୍ରକଳ୍ପ କାମ ମଧ୍ୟ ଦୁଇ ବର୍ଷ ଆଗରୁ ସରିବା କଥା। କିନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀ ଓ ଭୁବନେଶ୍ବର ସାଂସଦଙ୍କ ପାଇଁ କାମ ବିଳମ୍ବ ହେଲା। ତେଣୁ କେବଳ ବିଧାୟକଙ୍କୁ ଜିତାଇଲେ ହେବନି। ବିଧାୟକଙ୍କ ସହ ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ଜିତାଇବାକୁ ପଡିବ। ଏହାଦ୍ବାରା ମୁଖ୍ୟମନ୍ତ୍ରୀ ସ୍ବପ୍ନ ପୂରଣ ହୋଇପାରିବ ବୋଲି ଘସିପୁରାରେ ପ୍ରଚାର ବେଳେ କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ।
ସାଂସଦ ଅଲଗା ଦଳ ହେଲେ  ସେମାନେ ମୁଖ୍ୟମନ୍ତ୍ରୀଙ୍କ କାମରେ ବାଧା ଦେବେ ଓ ବିକାଶ କାମ ବିଳମ୍ବିତ ହେବ। ନିର୍ବାଚନ ସମୟରେ ବିଜେପିର ବଡ ବଡ ନେତାମାନେ ଆସିବେ, ବହୁ ପ୍ରତିଶୃତି ଦେବେ । ସେମାନଙ୍କୁ ପଚାରନ୍ତୁ ୨୦୧୪ରେ ଦରଦାମ କମାଇବା, ପେଟ୍ରୋଲ ଡିଜେଲ ଦର ହ୍ରାସ, ଡାଲି ଦର ହ୍ରାସ ନେଇ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏଯାଏଁ କାହିଁକି ପୂରଣ ହେଲାନି । ଏହା ହେଉଛି ବିଜେପିର ଅସଲ ଚେହେରା । ନିର୍ବାଚନ ସମୟରେ ପ୍ରତିଶୃତି ଦେଇ ପରେ ଭୁଲିଯାଆନ୍ତି । କେବଳ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ନିର୍ବାଚନ ପରେ ଦେଖାମିଳନ୍ତି ନାହିଁ ବୋଲି ସେ କହିଛନ୍ତି । ଘଷିପୂରା ପୂର୍ବରୁ ତେଲକୋଇରେ ପ୍ରଚାର କରି ବିଜେଡିର ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।
ବିଜେପିର ପୁରୀ ସାଂସଦ ପ୍ରାର୍ଥୀଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ କଡ଼ା ଜବାବ, ମହାପ୍ରଭୁଙ୍କୁ ରାଜନୀତି ଠାରୁ ଉର୍ଦ୍ଧ୍ୱରେ ରଖିବାକୁ ପରାମର୍ଶ
ଭୁବନେଶ୍ବର: ବିଜେପିର ପୁରୀ ସାଂସଦ ପ୍ରାର୍ଥୀଙ୍କୁ ପାଣ୍ଡିଆନ କଡ଼ା ଜବାବ ଦେଇଛନ୍ତି। ‘ଜଗନ୍ନାଥ ମୋଦୀଙ୍କ ଭକ୍ତ’ ବୟାନରେ ସମ୍ବିତ ପାତ୍ରଙ୍କୁ ଘେରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଏଏନଆଇକୁ ସାକ୍ଷାତକାରବେଳେ ସମ୍ବିତଙ୍କୁ ସେ ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି, ବିଜେପି ସବୁବେଳେ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରିଆସୁଛି । ପ୍ରଭୁ ଜଗନ୍ନାଥ ଓଡିଆ ଅସ୍ମିତାର ପ୍ରତୀକ । ମୁଖ୍ଯମନ୍ତ୍ରୀ ସବୁବେଳେ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିଆସିଛନ୍ତି। ଭଗବାନ ଅମର ଓ ମଣିଷ ମରଣଶୀଳ ଏମାନଙ୍କର ମିଶ୍ରଣ ହୋଇପାରିବନି ବୋଲି କହିଛନ୍ତି । ସମ୍ବିତ ପାତ୍ରଙ୍କ ମନ୍ତବ୍ଯକୁ ନେଇ ମୁଖ୍ଯମନ୍ତ୍ରୀ ମର୍ମାହତ । ପ୍ରଭୁ ଜଗନ୍ନାଥଙ୍କୁ ରାଜନୀତିକୁ ଟାଣିବା ନେଇ ମୁଖ୍ଯମନ୍ତ୍ରୀ ବେଶ ଦୁଃଖିତ ବୋଲି କହିଛନ୍ତି ପାଣ୍ଡିଆନ ।
ଓଡିଶାବାସୀ ମଧ୍ଯ ଜଗନ୍ନାଥଙ୍କୁ ନିର୍ବାଚନକୁ ଟାଣିବାକୁ ପସନ୍ଦ କରନ୍ତିନି । ଏମିତି ଘଟଣା ବିଜେପି ପକ୍ଷରୁ ପ୍ରଥମ ଘଟଣା ନୁହେଁ । ୨୦୧୯ ପଞ୍ଚାୟତ ନିର୍ବାଚନରେ ଏପରି କିଛି ପ୍ରସଙ୍ଗ ଉଠାଇଥିଲେ ବିଜେପି ନେତା । ଏପରି ବିବାଦୀୟ ମନ୍ତବ୍ଯ ଦେଇ ରାଜନୀତି କରିଆସୁଛି ବିଜେପି । ଏପରି ପ୍ରସଙ୍ଗ ଉଠାଇ ବିଜେପି ବିଜେଡି ଓ ମୁଖ୍ଯମନ୍ତ୍ରୀଙ୍କୁ ରୋକିବାକୁ ଚେଷ୍ଟା କରିଆସୁଛି । ଏହା ବିଜେପିର ରାଜନୈତିକ ରଣନୀତି ରହିଆସିଛି ବୋଲି କହି ସମାଲୋଚନା କରିଛନ୍ତି ପାଣ୍ଡିଆନ ।
ଦ୍ବିତୀୟ ପର୍ଯ୍ୟାୟରେ ଆହୁରି ବହୁତ ଭଲ କରିବ ବିଜେଡି: କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ କରିବ। ବିଜେଡି ସରକାରଙ୍କ କାମ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁ ବିଜେଡି ଆଶାତୀତ ସଫଳତା ଲାଭ କରିବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବି ବିଜେଡି ସୁଇପ କରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁରରେ ହୋଇଥିବା ରୋଡ ଶୋରୁ ଜଣାପଡିଛି ନବୀନ ପଟ୍ଟନାୟକ କେତେ ଲୋକପ୍ରିୟ। ସମ୍ବଲପୁରରେ ବି ବିଜେଡିକୁ ଆଶାତୀତ ସଫଳତା ମିଳିବ ବୋଲି କହିଛନ୍ତି ପାଣ୍ଡିଆନ।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉତ୍ସାହଜନକ ରହିଥିଲା ମତଦାନ। ଓଡିଶାର ୫ଟି ଲୋକସଭା କ୍ଷେତ୍ର ବରଗଡ, ସୁନ୍ଦରଗଡ଼, ଆସିକା,ବଲାଙ୍ଗୀର, କନ୍ଧମାଳ ପାଇଁ ଭୋଟ ପଡିଥିବା ବେଳେ ଏହା ଅଧୀନସ୍ଥ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ମତଦାନ ହୋଇଥିଲା। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା ।
କୃଷ୍ଣପ୍ରସାଦରେ ବିରୋଧୀଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ: କହିଲେ ଚିଲିକା ଉପରେ କେବଳ ନବୀନ ହିଁ କରିପାରିବେ ସେତୁ ନିର୍ମାଣ
ଭୁବନେଶ୍ବର: କୃଷ୍ଣପ୍ରସାଦରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର। ମାଲୁଦ ମେଳଣ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ ଯୋଗଦେଇ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିଥିଲେ।ପାଣ୍ଡିଆନ ଜୟ ଜଗନ୍ନାଥ, ଜୟ ବାବା ଅଲାରନାଥ କହି ନିଜର ଉଦବୋଧନ ଆରମ୍ଭ କରିଥିଲେ। ପାଣ୍ଡିଆନ କହିଥିଲେ, ୨୦୧୪ରେ ନିତିନ ଗଡ଼଼କରୀ ଓଡ଼ିଶା ଆସି ଚିଲିକା ଉପରେ ସେତୁ କରିବେ ବୋଲି କହିଥିଲେ। ହେଲେ ଏଯାଏ କରିପାରିଲେ ନାହିଁ। ଏବେ ପୁଣି କହୁଛନ୍ତି ସେତୁ କରିବେ। ଗଡ଼଼କରି କେବଳ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ବ୍ରହ୍ମଗିରିବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବିଜେପି ନେତା । ଚିଲିକା ଉପରେ କେବଳ ନବୀନ ହିଁ ସେତୁ ନିର୍ମାଣ କରିପାରିବେ । ନବୀନ ପଟ୍ଟନାୟକ ମହାନଦୀ, ବୈତରଣୀ ନଦୀ ସମେତ ଗୁରୁପ୍ରିୟା ନଦୀରେ ସେତୁ ତିଆରି କରିଛନ୍ତି।
ସେ ଆହୁରି କହିଥିଲେ ବ୍ରହ୍ମଗିରିରେ ଡବଲ ଇଞ୍ଜିନ ରହିଛି। ବିଜେପିର ବିଧାୟକ ଅଛନ୍ତି, ତା’ହେଲେ କାହିଁକି ଏଯାଏ ସେତୁ ହୋଇପାରିଲା ନାହିଁ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ବର୍ଷ ଭିତରେ ସେତୁ ତିଆରି କରିବେ। ପରିବେଶ ମନ୍ତ୍ରଣାଳୟ ଅନୁମତି ଦେଲେ ଏଠାରେ ସେତୁ ହେବ ବୋଲି ପାଣ୍ଡିଆନ କହିଥିଲେ। ଯାହା ଅର୍ଥ ଖର୍ଚ୍ଚ ହେବ ତାହା ଦେବେ। ତେଣୁ ଏହି ନିର୍ବାଚନରେ ବିଜେଡିକୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ।
ଆସନ୍ତା ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ। ଶପଥ ନେବା ପରେ ପ୍ରଥମେ ସେ ବିଜୁଳି ବିଲ୍‌ ଛାଡ଼ ଘୋଷଣା ଉପରେ ଦସ୍ତଖତ କରିବେ। ୨ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଘୋଷଣା ଏବଂ ୩ୟରେ ମିଶନଶକ୍ତି ମା’ମାନଙ୍କୁ ପେନସନ ପ୍ରଦାନ ନେଇ କରିଥିବା ଘୋଷଣା ଉପରେ ଦସ୍ତଖତ କରିବେ ବୋଲି ପାଣ୍ଡିଆନ କହିଥିଲେ। ତେଣୁ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।
ସମ୍ବଲପୁର ମାଟିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ
ସମ୍ବଲପୁର: ସମ୍ବଲପୁର ମାଟିରୁ କେନ୍ଦ୍ରକୁ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମଲୋଚନା। ସମ୍ବଲପୁରରୁ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଛନ୍ତି ଏକାଧିକ ପ୍ରଶ୍ନ। କହିଥିଲେ, ଏ ଅଂଚଳର ଭାଷା, କଳା ଓ ସଂସ୍କୃତି ଲାଗି ସମ୍ବଲପୁର ପାଇଛି ସ୍ଵତନ୍ତ୍ର ପରିଚୟ। ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଠମ ଅନୁଚ୍ଛେଦରେ ସାମିଲ ଲାଗି ଲଗାତର ୫ ଥର ଧରି ପ୍ରସ୍ତାବ ପଠାଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ କେନ୍ଦ୍ର କିଛି କଲେ ନାହିଁ।
କାହିଁକି କୋଶଳୀ ଭାଷା ଆଜି ପର୍ଯ୍ୟନ୍ତ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଇନାହିଁ ବୋଲି ପଚାରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁରୀ ଶାଢୀରେ ଥିବା ଇକତ ଡିଜାଇନକୁ ସ୍ଵତନ୍ତ୍ର ପରିଚୟ ଦେବାକୁ ଦିଲ୍ଲୀରେ ଥିବା କୃଷି ଭବନର ଜିଜାଇନ ଏହି ସମ୍ବଲପୁରୀ ଶାଢୀ ଡିଜାଇନରେ କରାଯାଇଛି। ଏହି କୋଠାର ଡିଜାଇନ ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି। କଳାଭୂମିରେ ସମ୍ବଲପୁରୀ ଶାଢୀ ମ୍ଯୁଜିଅମ ତିଆରି କରୁଛନ୍ତି। ଅଂଚଳରୁ ଥିବା କେନ୍ଦ୍ରମନ୍ତ୍ରୀ ସମ୍ବଲପୁରୀ ଶାଢୀର ଉନ୍ନତି ଓ ଏହାକୁ ଜୀବିକା କରିଥିବା ବୁଣାକାରଙ୍କ ପାଇଁ କଣ କରିଛନ୍ତି ବୋଲି ପଚାରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ଏଠାରେ ଟେକ୍ସଟାଇଲ ପାର୍କ କରିପାରିଥାନ୍ତେ। ହେଲେ କଣ କରିଛନ୍ତି ବୋଲି ପଚାରିଛନ୍ତି। ବୁଣାକାରଙ୍କ ସହଯୋଗ ଲାଗି ସମ୍ବଲପୁରୀ ଶାଢୀର ରପ୍ତାନୀ ଲାଗି ପଦକ୍ଷେପ ନେଇପାରିଥାନ୍ତେ। ଏ ଅଂଚଳର ବରପୁତ୍ରଙ୍କ ସ୍ମୃତି ପୀଠ ଲାଗି କେନ୍ଦ୍ରମନ୍ତ୍ରୀ କିଛି କରିନାହାନ୍ତି। ଯାହା ବି କରିଛନ୍ତି ମୁଖ୍ୟମନ୍ତ୍ରୀ ବଡ଼଼ ବଡ଼ ସ୍ମୃତି ପୀଠ କରିଛନ୍ତି। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର କେନ୍ଦ୍ର ସହ ମିଶି ବେଆଇନ ଆଡ଼ିବନ୍ଧ ଓ ଡ୍ଯାମ ନିର୍ମାଣ କଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସୁପ୍ରିମକୋର୍ଟରେ ମହାନଦୀ ଟ୍ରିବ୍ଯୁନାଲ ଗଠନ ହେଲା। ଏହି ଟ୍ରିବ୍ଯୁନାଲ ଗଠନକୁ ବିରୋଧ କରିଥିଲେ କେନ୍ଦ୍ର ସରକାର। ସେହି ସମୟରେ ଏଠାକାର କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଠିଆ ହୋଇଥିଲେ। ସମ୍ବଲପୁର, ବରଗଡ଼ ସହ ଶେଷରେ ଓଡ଼ିଶାକୁ ଭୁଲିଗଲେ କେନ୍ଦ୍ରମନ୍ତ୍ରୀ।