Voting - The Sakala

ଆସନ୍ତା ୨୮ରେ ୧୫୮ତମ ବାର୍ ଆସୋସିଏସନ୍ ନିର୍ବାଚନ: ମତାଧିକାର ସାବ୍ୟସ୍ତ କରିବେ ୩୮ ହଜାରରୁ ଅଧିକ ଭୋଟର
ଓଡ଼ିଶା ଆଇନଜୀବୀ ସମ୍ପ୍ରଦାୟ ପାଇଁ ଏକ ବଡ଼ ଖବର। ଆସନ୍ତା ୨୮ ମସିହାରେ ଅନୁଷ୍ଠିତ ହେବାକୁ ଯାଉଛି ୧୫୮ତମ ବାର୍ ଆସୋସିଏସନ୍ ନିର୍ବାଚନ। ଏହି ଐତିହାସିକ ନିର୍ବାଚନରେ ରାଜ୍ୟର ବିଭିନ୍ନ ବାର୍ ଆସୋସିଏସନରୁ ୩୮,୦୦୦ ରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ବୋଲି ଆକଳନ କରାଯାଇଛି। ସମଗ୍ର ରାଜ୍ୟରେ ଏହି ନିର୍ବାଚନକୁ ନେଇ ଆଇନଜୀବୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଗୋଟିଏ ବାର୍, ଗୋଟିଏ ଭୋଟ୍ ନିୟମ

ଓଡ଼ିଶା ହାଇକୋର୍ଟ ଏବଂ ରାଜ୍ୟ ବାର୍ କାଉନସିଲର ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି ନିର୍ବାଚନ ମଧ୍ୟ ଦୃଢ଼ ଭାବରେ ଗୋଟିଏ ବାର୍, ଗୋଟିଏ ଭୋଟ୍ (One Bar, One Vote) ନିୟମ ଆଧାରରେ ପରିଚାଳିତ ହେବ। ଏହାଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ବଜାୟ ରହିବ। ଜଣେ ଆଇନଜୀବୀ କେବଳ ଗୋଟିଏ ଆସୋସିଏସନରେ ଭୋଟ୍ ଦେଇପାରିବେ। ନିର୍ବାଚନରେ ସଭାପତି, ଉପ-ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ।

ନିର୍ବାଚନ ପ୍ରସ୍ତୁତି ଏବଂ ସୁରକ୍ଷା ବ୍ୟବସ୍ଥା

ଏହି ବୃହତ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବ। ରାଜ୍ୟର ପ୍ରାୟ ୧୫୦ରୁ ଅଧିକ ବାର୍ ଆସୋସିଏସନରେ ଏକକାଳୀନ ଭୋଟ୍ ଗ୍ରହଣ କରାଯିବାର ଯୋଜନା ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ତଥା ନିର୍ବାଚନକୁ ଅବାଧ କରିବା ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯିବ। ଭୋଟ୍ ଗ୍ରହଣ ଶେଷ ହେବା ପରେ ସେହି ଦିନ ସନ୍ଧ୍ୟାରେ କିମ୍ବା ପରଦିନ ଭୋଟ୍ ଗଣତି ଏବଂ ଫଳାଫଳ ଘୋଷଣା କରାଯିବାର ବ୍ୟବସ୍ଥା ରହିବ।

ନିର୍ବାଚନର ଅନ୍ତିମ ପର୍ଯ୍ୟାୟ: ୫୭ ସଂସଦୀୟ କ୍ଷେତ୍ରରେ ଚାଲିଛି ମତଦାନ
ନୂଆଦିଲ୍ଲୀ: ଗଣତନ୍ତ୍ରର ବଡ଼ ପର୍ବ ଶେଷ ହେବାକୁ ବସିଛି। ଆଜି ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ (ସପ୍ତମ) ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ଭୋଟରମାନେ ମତଦାନ କରୁଛନ୍ତି।

ଏଥିରେ ଉତ୍ତର ପ୍ରଦେଶର ୧୩ , ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗର ୯, କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ର ୧, ହିମାଚଳ ପ୍ରଦେଶର ୪, ଓଡ଼ିଶାର ୬, ଝାଡ଼ଖଣ୍ଡର ୩ ଲୋକସଭା ଆସନ ସାମିଲ ରହିଛି। ଏହି ୫୭ ଲୋକସଭା ଆସନରେ ପଞ୍ଜାବର ୩୨୮, ଉତ୍ତର ପ୍ରଦେଶର ୧୪୪, ବିହାରର ୧୩୪, ଓଡ଼ିଶାର ୬୬, ଝାଡ଼ଖଣ୍ଡର ୫୨, ହିମାଚଳ ପ୍ରଦେଶର ୩୭ ଓ ଚଣ୍ଡିଗଡ଼ର ୪- ଏହିଭଳି ମୋଟ ୯୦୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(ବାରାଣସୀ) ଏବଂ କଂଗ୍ରେସର ଅଜୟ ରାୟ, ମଣ୍ଡିରୁ କଙ୍ଗନା ରାଣାୱତ ଏବଂ କଂଗ୍ରେସର ବିକ୍ରମାଦିତ୍ୟ ସିଂହ, ଗୋରଖପୁରରୁ ରବି କିଷନ ଏବଂ କାଜଲ ନିଷାଦ (ସମାଜବାଦୀ ପାର୍ଟି), ହମିରପୁରରୁ ଅନୁରାଗ ଠାକୁର ଏବଂ ସତପାଲ ସିଂହ ରାଏଜାଦା(କଂଗ୍ରେସ), ଡାଏମଣ୍ଡ ହାର୍ବରରୁ ଟିଏମ୍‌ସିର ଅଭିଷେକ ବାନାର୍ଜୀ ଲଢୁଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିଲା ପ୍ରଚାର, ଦିନକ ପରେ ମତଦାନ; ୬ ଲୋକସଭା, ୪୨ ବିଧାନସଭା ଆସନରେ ପଡିବ ଭୋଟ୍
ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିଲା ପ୍ରଚାର, ଦିନକ ପରେ ମତଦାନ ହେବ । ପ୍ରଥମ ଦୁଇଟି ପର୍ଯ୍ୟାୟ ଠାରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ପର୍ଯ୍ୟାୟରେ ହେବ ସମ୍ମାନ ପାଇଁ ଲଢ଼େଇ । ଏହିସବୁ ଆସନ ପାଇଁ ହାଇପ୍ରୋଫାଇଲ କ୍ୟାମ୍ପେନିଂ ହୋଇଛି । ବିଜେଡି ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିଆନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘନ ଘନ ପ୍ରଚାର କରିଛନ୍ତି । କଂଗ୍ରେସ ମଧ୍ୟ ବଡ଼ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ଉଦ୍ୟମ କରିଛନ୍ତି ବିଭିନ୍ନ ଦଳ ।

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ମତଦାନ ହେବ । ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ୪୨ ବିଧାନସଭା ଆସନରେ ହେବ ମତଦାନ। ଏହି ପର୍ଯ୍ୟାୟରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ମୋଟ ୪୪୭ ଜଣ ପ୍ରାର୍ଥୀ ‌ଅଛନ୍ତି । ୬ ଲୋକସଭା ଆସନରେ ୬୪ଜଣ ପ୍ରାର୍ଥୀ ଓ ୪୨ ବିଧାନସଭା ଆସନରେ ୩୮୩ ଜଣ ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର ଓ ଅରୂପ ପଟ୍ଟନାୟକଙ୍କ ପରି ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । ସେହିପରି ବିଧାନସଭା ପାଇଁ ବିଜେଡି, ବିଜେପି, କଂଗ୍ରେସର ଅନେକ ତୁଙ୍ଗ ନେତା ମଇଦାନରେ ଅଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଅଶୋକ ପଣ୍ଡା, ମୋହନ ମାଝୀ, ଜୟନ୍ତ ଷଡଙ୍ଗୀ, ଜୟନାରାୟଣ ମିଶ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ ଭଳି ନେତା ରଣାଙ୍ଗନରେ ରହିଛନ୍ତି ।

ତୃତୀୟ ପର୍ଯ୍ୟାୟରେ ୯୪ ଲକ୍ଷ ୪୮ ହଜାରରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଏଥିରୁ ୨.୫ ପ୍ରତିଶତ ମତଦାତା ପ୍ରଥମ ଥର ଭୋଟ ଦେବେ । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ୧୦ ହଜାର ୫୫୧ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏଥିମଧ୍ୟରେ ୨ ହଜାର ମଡେଲ ବୁଥ ରହିଛି। ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି ।

ଆସନ୍ତାକାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ, ବୁଥ୍‌‌ମୁହାଁ ପୁଲିଂ ପାର୍ଟି
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିବା ବେଳେ ଶନିବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟକ୍ରମରେ ବିରାମ ଲାଗିଛି। ଏହି ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟ ମତଦାନ ପାଇଁ ପୁଲିଂ ପାର୍ଟିଗୁଡ଼ିକ ବୁଥ୍‌‌ମୁହାଁ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ମତଦାନ ପ୍ରକ୍ରିୟାରେ ୬୦ହଜାରରୁ ଊର୍ଦ୍ଧ୍ବ ପୋଲିଂ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଶନିବାରଠାରୁ ସେମାନେ ବୁଥ୍‌‌ମୁହାଁ ହୋଇଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୩୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଶନିବାର ୧୭ଟି ନିର୍ବାଚନମଣ୍ଡଳୀକୁ ପୁଲିଂ ପାର୍ଟି ଯାଇସାରିଛନ୍ତି। ସେହିପରି ଆଜି ବଳକା ୧୮ଟି ନିର୍ବାଚନମଣ୍ଡଳୀକୁ ପୁଲିଂ ପାର୍ଟି ଗସ୍ତ କରିବେ। ଅପରପକ୍ଷେ ୫ଲୋକସଭା କ୍ଷେତ୍ର ପାଇଁ ମୋଟ ୪୦ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩୪ଜଣ ପୁରୁଷ ଏବଂ ୬ଜଣ ମହିଳା ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୫ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ୨୨୪ ଜଣ ପୁରୁଷ ଏବଂ ୪୧ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ମତଦାନକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ଲକିଂ ଏବଂ ଚେକିଂ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଉଛି। ଏହି ଲୋକସଭା କ୍ଷେତ୍ର ସୀମାକୁ ଲାଗିଥିବା ଅଞ୍ଚଳରେ ତନଖି ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଥିବା ବେଳେ ପ୍ରତିଟି ଗାଡ଼ିର ଯାଞ୍ଚ କରାଯାଉଛି।

ଦିନକ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ; ୪ ଲୋକସଭା, ୨୮ ବିଧାନସଭା ପାଇଁ ପ୍ରତିନିଧି ବାଛିବେ ଜନତା
ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଭୋଟ ପଡ଼ିବାକୁ ଯାଉଥିବା ବେଳେ ଶନିବାର ପ୍ରଚାର କାର୍ଯ୍ୟକ୍ରମରେ ବିରାମ ଲାଗିଛି। ଶେଷ ଦିନରେ ନିଜନିଜ ଦଳର ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ଦଳର ହେଭିୱେଟ ଜୋର୍‌‌ଦାର ପ୍ରଚାର କରିଛନ୍ତି। ସନ୍ଧ୍ୟା ୬ଟା ପରେ ବିଭିନ୍ନ ଦଳର ବାହାର ନେତାମାନେ ଅଞ୍ଚଳ ଛାଡ଼ୁଥିବା ବେଳେ ସ୍ଥାନୀୟ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଲୋକସଭା କ୍ଷେତ୍ର ଏବଂ ଏହା ଅଧୀନରେ ଆସୁଥିବା ୨୮ବିଧାନସଭା ଆସନ ପାଇଁ ମତଦାନ ହେବ। ୪ଲୋକସଭା କ୍ଷେତ୍ର ପାଇଁ ମୋଟ ୩୭ଜଣ ପ୍ରାର୍ଥୀ ରହିଛନ୍ତି। ୩୭ଜଣଙ୍କ ମଧ୍ୟରୁ ମଇଦାନରେ ୩୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ୨୮ଟି ବିଧାନସଭା ଆସନ ପାଇଁ ମୋଟ ୨୪୩ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ୨୧୪ଜଣ ପୁରୁଷ ଏବଂ ୨୯ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ୧୧ଜଣ ଲେଖାଏଁ ପ୍ରାର୍ଥୀ ଏବଂ ନବରଙ୍ଗପୁରରେ ୪ଜଣ ପ୍ରାର୍ଥୀ ରହିଛନ୍ତି। ଝରିଗାଁ, ନବରଙ୍ଗପୁର ଓ ଡାବୁଗାଁ ପାଇଁ ସର୍ବନିମ୍ନ ୩ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବାଧିକ ୧୭ ପ୍ରାର୍ଥୀ ରହିଛନ୍ତି।

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପୁଲିଂ ପାର୍ଟିଗୁଡ଼ିକ ବୁଥ୍‌‌ମୁହାଁ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ବିଶେଷକରି ପୁଲିସ ପ୍ରଶାସନ ପକ୍ଷରୁ ବ୍ଲକିଂ ଏବଂ ଚେକିଂ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଉଛି। ଏହି ଲୋକସଭା କ୍ଷେତ୍ର ସୀମାକୁ ଲାଗିଥିବା ଅଞ୍ଚଳରେ ତନଖି ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଥିବା ବେଳେ ପ୍ରତିଟି ଗାଡ଼ିର ଯାଞ୍ଚ କରାଯାଉଛି। ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରାୟ ୧୦୪ କମ୍ପାନୀ ସିଏପିଏଫ୍‌‌ ନିୟୋଜିତ ହୋଇଥିବା ବେଳେ ରାଜ୍ୟ ପୁଲିସ ପ୍ରଶାସନ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ତେଲେଙ୍ଗାନାରେ ମତଦାନ ଆରମ୍ଭ, ୧୧୯ଟି ଆସନରେ ଆରମ୍ଭ ହୋଇଛି ଭୋଟିଂ
ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ । ସମସ୍ତ ୧୧୯ଟି ଆସନରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩କୋଟି ୨୬ ଲକ୍ଷ ଭୋଟର । ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ପୁଅ କେଟିଆର ଅଛନ୍ତି ।

ସେହିପରି ବିଜେପିର ଲୋକସଭା ସାଂସଦ ବାନ୍ଦି ସଞ୍ଜର କୁମାର, ଡି ଅରବିନ୍ଦ ସୋୟମ ବାପୁରାଓ ଏବଂ କଂଗ୍ରେସର ଏ. ରେବନ୍ତ ରେଡି, ଉତର କୁମାର ରେଡି, ଏଆଇଏମଆଇଏମ ନେତା ଅସଦୁଦ୍ଦିନ ୱୱେସୀଙ୍କ ପରି ହେବିୱେଟ୍ ନେତା ଅଛନ୍ତି । ବିଆରଏସ୍ , କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ। ଚଳିତଥର ୧୦୩ଜଣ ବିଧାୟକ ପୁଣି ଥରେ ନିର୍ବାଚନୀ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମ୍ବେଦନଶିଳ ବୁଥ୍ ଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୩ ତାରିଖରେ ଫଳାଫଳ ଘୋଷଣା ହେବ ।