Shreemandir Ratna Bhandar - The Sakala

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ଉତ୍ସୁକତା ଯେତିକି ଦ୍ୱନ୍ଦ୍ୱ ବି ସେତିକି
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ହେବ। ଆସନ୍ତା ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହି ଖବର ଜାଣିବା ପରେ ଜନସାଧାରଣଙ୍କ ମଧ୍ୟରେ ଏକପ୍ରକାର ଉତ୍ସୁକତା ପ୍ରକାଶ ପାଇଛି। ରତ୍ନଭଣ୍ଡାର ଭିତରେ କି କି ରତ୍ନ ଅଳଙ୍କାର ରହିଛି, କେତେ ପରିମାଣର ରହିଛି ଏ ସବୁ ଜାଣିବା ପାଇଁ ଅନେକ ଚାହିଁ ରହିଛନ୍ତି। ଅପରପକ୍ଷେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଏବେ ବି ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ଏତେ କମ୍‌‌ ସମୟ ମଧ୍ୟରେ ଖୋଲିବ କିପରି? ଯଦି ଖୋଲାଯିବ ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କର ଦୁର୍ମୁଲ୍ୟ ରତ୍ନଅଳଙ୍କାରକୁ କେଉଁଠାକୁ ସ୍ଥାନାନ୍ତର କରାଯିବ? ତାହାର ସୁରକ୍ଷା ବ୍ୟବସ୍ଥା କ’ଣ ରହିବ ଏମିତି ନାନା ପ୍ରକାର ଦ୍ୱନ୍ଦ୍ୱ ବି ସୃଷ୍ଟି ହେଉଛି।

ଧାର୍ଯ୍ୟ ତାରିଖରେ ହିଁ ଖୋଲିବ ରତ୍ନଭଣ୍ଡାର। ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ପରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ସ୍ପଷ୍ଟ ବୋଲି କୁହାଯାଉଛି। ନୀତିକାନ୍ତି ସହ ଖାପଖୁଆଇ ନିଆଯିବ ନିଷ୍ପତ୍ତି। ଧାର୍ଯ୍ୟ ତାରିଖରେ ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ତେବେ ଚାବି କାମ କରୁ କି ନ କରୁ ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ତଦାରଖ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌‌ ବିଶ୍ୱନାଥ ରଥ। ଅପରପକ୍ଷେ ରତ୍ନଅଳଙ୍କାରର ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ। ନୀତିକାନ୍ତିରେ ବ୍ୟାଘାତ ନ କରି ରତ୍ନ ଅଳଙ୍କାରକୁ ସୁରକ୍ଷିତ ରଖି ରତ୍ନଭଣ୍ଡାର ଖୋଲିବା ଲାଗି ସେମାନେ ପରାମର୍ଶ ଦେଇଛନ୍ତି।

ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷା ଆଗ। ଏହି ରତ୍ନ ଅଳଙ୍କାରକୁ ବାହାରକୁ ନ କାଢି ଭିତରକାଠ ପାଖରେ ଥିବା ଚାଙ୍ଗଡ଼ା ଘରେ ରଖାଯାଉ। ଯଦି ସେଠାରେ ନ ରଖି ବାହାରକୁ ଆସେ ତେବେ ଏହାର ପ୍ରତିବାଦ କରିବୁ। ଏମାର ମଠରୁ ବାହାରିଥିବା ରୁପା ଇଟା ଇଟା ଭଳି ମହାପ୍ରଭୁଙ୍କ ରତ୍ନଅଳଙ୍କାର ନେଇ ଯଦି କେଉଁଠି ରଖିଲେ ଏବଂ ଏହାକୁ ନେଇ କେହି ଜନସ୍ୱାର୍ଥ ମାମଲା ରୁଜୁ କରେ ତେବେ ଏହାର ଫେରିବା ଅନିଶ୍ଚିତ ହୋଇଯିବ। ଚାଙ୍ଗଡା ଘରେ ରହିଲେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ରହିବ ବୋଲି କହିଛନ୍ତି ଶ୍ରୀ ଦାସ ମହାପାତ୍ର।

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ, 3D ଫର୍ମାଟରେ ହେବ ଏହି ସ୍କାନିଂ
ପୁରୀ : ଶେଷ ହେଲା ଧର୍ମମାସ କାର୍ତ୍ତିକ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ମଙ୍ଗଳବାରଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର୍‌ ସ୍କାନିଂ କରାଯିବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌‌ଆଇକୁ ପୂର୍ବରୁ ଅନୁମତି ଦିଆସରିଛି। କାର୍ତ୍ତିକ ମାସ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଅଧିକ ରହୁଥିବାରୁ ପୂର୍ଣ୍ଣିମା ପରଦିନ ଲେଜର ସ୍କାନିଂ ପାଇଁ ଧାର୍ଯ୍ୟ ରହିଥିଲା। ତେବେ ମଙ୍ଗଳବାରଠାରୁ ଲେଜର ସ୍କାନିଂ ଆରମ୍ଭ ହେବ। ଆବଶ୍ୟକ ପଡ଼ିଲେ, ଭିତର ରତ୍ନଭଣ୍ଡାରର ମଧ୍ୟ ଲେଜର୍‌ ସ୍କାନିଂ କରାଯିବ। ଏଥିସହ ଶ୍ରୀମନ୍ଦିର ପରିସର ଅନ୍ୟାନ୍ୟ ଛୋଟବଡ଼ ମନ୍ଦିରର ମଧ୍ୟ ସ୍କାନିଂ କରାଯିବା ଲାଗି ନିଷ୍ପତ୍ତି ହୋଇଛି।

ସକାଳ ଧୂପ ପରେ ଏହାକୁ କରାଯିବାକୁ ଲକ୍ଷ ରଖାଯାଇଛି। ମହାପ୍ରଭୁଙ୍କ ନୀତି କିଭଳି ପ୍ରଭାବିତ ନହେବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ।| ସ୍କାନିଙ୍ଗ ପାଇଁ ମୁମ୍ବାଇର ସେନଜେନ କମ୍ପାନୀରୁ ଆସିଛନ୍ତି ୩ଜଣ ଇଞ୍ଜିନିଅର। ଯେଉଁ ମାନେ ଏଏସ୍‌‌ଆଇ ଅଧୀନରେ ଥିବା ସମସ୍ଥ ଐତିହ୍ୟର ଲେଜର ସ୍କାନିଙ୍ଗ ସହ ଅନ୍ୟାନ୍ୟ କାର୍ଯ୍ୟ କରିଥାନ୍ତି। 3D ଫର୍ମାଟ ରେ ଏହି ସ୍କାନିଙ୍ଗ କରାଯିବ। ଯେଉଁ ଥିରେ ପ୍ରକୃତରେ କଣ ସମସ୍ୟା ରହିଛି ତାହା ସଠିକ ଭାବେ ଜଣାପଡିବ। ତେବେ ଇଞ୍ଜିନିଅର ମାନଙ୍କ ସହ ଏଏସ୍‌‌ଆଇ ଅଫିସିଆଲ, ଶ୍ରୀମନ୍ଦିର ପ୍ରଶାସନର ଇଞ୍ଜିନିଅର ଓ ଅଧିକାରୀଙ୍କ ସମେତ ସେବାୟତ ପ୍ରତିନିଧି ରହିଛନ୍ତି।

ବିଭିନ୍ନ ସମୟରେ ରତ୍ନଭଣ୍ଡାର ସ୍ଥିତିକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ବାସ୍ତବ ସ୍ଥିତି ଜାଣିବା ପାଇଁ ଏଏସ୍‌‌ଆଇ ଲେଜର ସ୍କାନିଂ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନର ଅନୁମତି ଲୋଡ଼ିଥିଲା। ତେଣୁ ଏଏସ୍‌‌ଆଇକୁ ଲେଜର ସ୍କାନିଂ ପାଇଁ ଅନୁମତି ଦେଇସାରିଛି ମନ୍ଦିର ପ୍ରଶାସନ। ଗତ ୪ତାରିଖରେ ଅନୁଷ୍ଠିତ ହୋଇଥିଲା ରତ୍ନଭଣ୍ଡାର ସବ୍‌‌ କମିଟି ବୈଠକ। ଏଥିରେ ବିସ୍ତୃତ ଭାବେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା ହେବା ସହ ଲେଜର୍‌ ସ୍କାନିଂ ନେଇ ମଧ୍ୟ ତର୍ଜମା କରାଯାଇଥିଲା। କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଲେଜର ସ୍କାନିଂ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ, ମଙ୍ଗଳବାରଠାରୁ ଲେଜର ସ୍କାନିଂ ଆରମ୍ଭ କରାଯିବ। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ପୂର୍ଣ୍ଣମୀ ପରଦିନ ଲେଜର ସ୍କାନିଂ ପାଇଁ ଏଏସ୍‌‌ଆଇକୁ ଅନୁମତି ଦିଆଯାଇଛି। ସେମାନେ ଯେକୌଣସି ସମୟରେ ତାଙ୍କର ସୁବିଧା ଦେଖି ଲେଜର ସ୍କାନିଂ କରିପାରିବେ। ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ।