Ratna Bhandar - The Sakala
ମାର୍ଚ୍ଚ ପ୍ରଥମ ସପ୍ତାହରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ
ଭୁବନେଶ୍ୱର: ମାର୍ଚ୍ଚ ପ୍ରଥମ ସପ୍ତାହରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି କି, ଛତିଶା ନିଯୋଗ ସହିତ ଆଲୋଚନା ହୋଇଛି । ଖୁବ ଶୀଘ୍ର ସମୟ ନିର୍ଘଣ୍ଟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତି ମଣତି ଆରମ୍ଭ କରିବା ପାଇଁ ଆମେ ଯୋଜନା କରୁଛୁ । ମ୍ୟାନେଜିଙ୍ଗ କମିଟି ଓ ମନ୍ଦିର ପ୍ରଶାସନକୁ ଦାଇତ୍ୱ ଦିଆଯାଇଛି । ସେମାନେ ଛତିଶା ନିଯୋଗ ସହିତ କଥା ହୋଇ ଠାକୁରଙ୍କ ନୀତିକାନ୍ତି ଅନୁଯାଇ କେଉଁ ସମୟରେ କଲେ ଠିକ୍ ହେବ ଏହାପରେ ତାରିଖ ଘୋଷଣା ହେବ । ସୂଚନାଯୋଗ୍ୟ, ଗତକାଲି ରତ୍ନଭଣ୍ଡାର ଗଣତିମଣତି ଏସ୍‌ଓପି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗଣତି ମଣତି ଏସଓପି ଉପରେ ଆଲୋଚନା ହୋଇଥିଲା । ଦୁଇଟି ଟିମ୍ ଗଣତି ମଣତିରେ ନିୟୋଜିତ ହେବା ନେଇ ନିଷ୍ପତ୍ତି ହୋଇଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ନେଇ ରାଜ୍ୟ ବିଜେପି ସରକାର ରାଜନୀତି ନକରନ୍ତୁ: ବିଜେଡି
ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଆଇନମନ୍ତ୍ରୀ ରାଜନୀତିଠାରୁ ଦୂରେଇ ରୁହନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । ବିଜେଡି କହିଛି, ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ରାଜ୍ୟ ବିଜେପି ସରକାର ରାଜନୀତି ନକରନ୍ତୁ । ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଗଣତି ମଣତି ନେଇ ପୂର୍ବ ସରକାର ସମୟରେ ସବୁ ବ୍ୟବସ୍ଥା ଶେଷ ହୋଇଥିଲା । ସେହି ସମୟରେ ଅଗଷ୍ଟ ୮ ତାରିଖ ୨୦୨୪ରେ ଗଣତି ମଣତି ପାଇଁ ବିଜେଡି ସରକାର ନିଷ୍ପତ୍ତି ନେଇ ସାରିଥିଲେ । ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ମିଛ କଥା କହି ସରକାରକୁ ଆସିବା ପରେ ରତ୍ନଭଣ୍ଡାର ଗଣତିକୁ ନେଇ ବାହାବା ନେବାକୁ ଅପଚେଷ୍ଟା କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସରକାରଙ୍କୁ ହାଇକୋର୍ଟ ଛାଟ ପରେ ତରବରିଆ ଭାବେ ଏବେ ଗଣତିମଣତି କରିବାକୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ସରକାର ।
ସେହିପରି ରତ୍ନ ଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀ ରାଜନୀତି ଠାରୁ ଦୂରେଇ ରୁହନ୍ତୁ ବୋଲି କହିଛି ବିଜେଡି । ଚାରିଦ୍ୱାର ଖୋଲିବା ନିଷ୍ପତ୍ତି ନେଇ ସରକାର ଯେଉଁ ବାହାବା ନେବାକୁ ଚେଷ୍ଟା କରୁଥଲେ ସେଥିରେ ବିଫଳ ହୋଇଛନ୍ତି । ପ୍ରଭୁଙ୍କ ଦର୍ଶନ ପାଇଁ ବିଜେଡି ସରକାର ସମୟରେ ଯାହା ଥିଲା ପୁଣି ସେହି ବ୍ୟବସ୍ଥା ଏବେ ସରକାରଙ୍କୁ କରିବାକୁ ପଡ଼ିଲା ବୋଲି କହିଛି ବିଜେଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କୁ ନେଇ କେବେ ରାଜନୀତି କରି ନାହାନ୍ତି । ଏବେ ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରର ସ୍ଥିତି କଣ ଅଛି ତାକୁ ନେଇ ଦଳ ସନ୍ଦେହରେ ରହିଛି ବୋଲି ବିଜେଡି ଅଭିଯୋଗ କରିଛି।
ରତ୍ନଭଣ୍ଡାର ଗଣତି ମଣତି: ଏସଓପି ଉପରେ ଲାଗିଲା ମୋହର, ଖୁବଶୀଘ୍ର ହେବ ତାରିଖ ଘୋଷଣା
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବହୁ ପ୍ରତୀକ୍ଷିତ ଗଣତି ଓ ମଣତି ପ୍ରକ୍ରିୟାକୁ ନେଇ ଆଜି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ପାଇଁ ପ୍ରସ୍ତୁତ ହୋଇଥିବା 'ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର' (SOP) ଉପରେ ବିସ୍ତୃତ ଆଲୋଚନା କରାଯାଇଛି।
ଏସଓପି ଉପରେ ମୋହର, ତାରିଖ ଘୋଷଣା ଅପେକ୍ଷାରେ
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ପ୍ରଥମେ ଆଇନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବଂ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଦୁର୍ଲଭ ଅଳଙ୍କାରଗୁଡ଼ିକର ସୁରକ୍ଷିତ ଗଣତି ଓ ଯାଞ୍ଚ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବୈଠକରେ ଏସଓପିକୁ ଚୂଡ଼ାନ୍ତ ରୂପ ଦିଆଯାଇଥିବା ବେଳେ, ଖୁବଶୀଘ୍ର ଗଣତି ମଣତି ପାଇଁ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି।
କୋର୍ଟଙ୍କ ନିର୍ଦ୍ଦେଶ ଓ ସରକାରଙ୍କ ପ୍ରତିବଦ୍ଧତା
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ଏବଂ ଏହାର ସ୍ଥିତି ଯାଞ୍ଚ ପାଇଁ ପ୍ରତିଶ୍ରୁତିବଦ୍ଧ। ୧୯୭୮ ମସିହାରେ ଶେଷଥର ପାଇଁ ହୋଇଥିବା ତାଲିକା ସହ ବର୍ତ୍ତମାନର ଅଳଙ୍କାର ମେଳ କରାଯିବ। ଏହି ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିର୍ଭୁଲ କରିବା ପାଇଁ ସରକାର ଡିଜିଟାଲ୍ ଡକ୍ୟୁମେଣ୍ଟେସନ୍ ଏବଂ ଭିଡିଓଗ୍ରାଫିର ବ୍ୟବସ୍ଥା ମଧ୍ୟ କରିପାରନ୍ତି। ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଖୋଲିଲା ଭିତର ରତ୍ନଭଣ୍ଡାର, ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜ
ପୁରୀ: ଖୋଲିଲା ଭିତର ରତ୍ନଭଣ୍ଡାର। ରତ୍ନଭଣ୍ଡାର ଭିତରକୁ ଯାଇ ଅନୁଧ୍ୟାନ କଲେ ଗଜପତି ମହାରାଜ। ଆଜି ସଂଧ୍ୟା ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରାଯିବ ବୋଲି କହିଛନ୍ତି ଗଜପତି ମହାରାଜ। ଭିତର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସନ୍ଧ୍ୟା ସୁଦ୍ଧା ଭିତର ରତ୍ନଭଣ୍ଡାର ସ୍ଥାନାନ୍ତରିତ ପ୍ରକ୍ରିୟା ସଂମୂର୍ଣ୍ଣ ହେବା ନେଇ ଆଶା କରାଯାଉଛି । ଏହାସହିତ ବାହାର ରତ୍ନଓ ଅଳଙ୍କାର ସ୍ଥାନାନ୍ତରିତ ହୋଇଥିବା ଫୁଲ ଓ ଚାଙ୍ଗୁଡା ଘର ବି ବୁଲି ଅନୁଧ୍ୟାନ କରିଛନ୍ତି ଗଜପତି । ସବୁ କିଛି ସୁରକ୍ଷିତ ରହିଥିବା ଗଜପତି କହିଛନ୍ତି ।  ଭିତର ରତ୍ନଭଣ୍ଡାରର ସବୁ କିଛି ସ୍ଥାନାନ୍ତରଣ କରିବା ପରେ ଏହାକୁ ହାଇ ଟେକନୋଲୋଜି ଅନୁଯାୟୀ ତା ଭିତର ତନତନ କରି ଯାଞ୍ଚ କରାଯିବ । ଯେତେବେଳେ ପ୍ରଶାସନ ଏହି ନିଷ୍ପତ୍ତିରେ ପହଞ୍ଚିବ ଯେ ଏହା ଭିତରେ ଆଉ କିଛି ନାହିଁ । ସେତେବେଳେ ଏଏସଆଇକୁ ଉଭୟ ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ ।
ଗଜପତି ମହାରାଜଙ୍କ ସହ ମୋଟ ୧୧ ଜଣିଆ କମିଟି ସଦସ୍ଯ ଭଣ୍ଡାର ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତାଙ୍କ ସହ ଯାଇଥିଲେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ। ଭିତରକୁ ନିଆଯାଇଛି ଅକ୍ସିଜେନ ସିଲିଣ୍ଡର ଓ ଆଧୁନିକ ସରଞ୍ଜାମ। ଭିତରକୁ ଯାଇଛନ୍ତି ସ୍ନେକ ହେଲପଲାଇନ ସଦସ୍ଯ। ସକାଳ ୯ଟା ୫୧ରେ ଖୋଲିଲା ଭିତର ରତ୍ନ ଭଣ୍ଡାର। ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା ୪ଟି ଲକ୍ ବ୍ରେକର। କମିଟି ଅଧ୍ଯକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ ଉପସ୍ଥିତ ଥିଲେ। ସ୍ଥିତି ଦେଖି ତତକାଳ ନିଷ୍ପତ୍ତି ନିଆଯିବ କହିଛନ୍ତି କମିଟି ଅଧ୍ଯକ୍ଷ ଜଷ୍ଟିସ ରଥ। ପୂର୍ବଥର ରତ୍ନଭଣ୍ଡାରକୁ ଯାଇଥିଲେ ଗଜପତି ମହାରାଜଙ୍କ ପ୍ରତିନିଧି।
ରତ୍ନଭଣ୍ଡାର ଖୋଲିବା ପାଇଁ ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଲା ଆଜ୍ଞାମାଳ
ପୁରୀ: ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରଭୁ ଶ୍ରୀଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଲା ଆଜ୍ଞାମାଳ। ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ପ୍ରଭୁ ଶ୍ରୀଲୋକନାଥ । ତାଙ୍କ ବିନା ଅନୁମତି ବିନା ରତ୍ନଭଣ୍ଡାର ମଧ୍ୟରେ ପ୍ରବେଶ କରିବାର କାହାକୁ ଅନୁମତି ନାହିଁ । ତେଣୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବାବା ଲୋକନାଥଙ୍କ ଅନୁମତି ଆବଶ୍ୟକ ଥିଲା । ପ୍ରଥମେ ତାଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ସେବାୟତମାନେ ଆଜ୍ଞାମାଳ ଆଣିଛନ୍ତି।
ରବିବାର ଅପରାହ୍ନ ପ୍ରାୟ ୧୦ଟା ମଧ୍ୟରେ ଲୋକନାଥଙ୍କ ପୂଜା ସମ୍ପନ୍ନ ହୋଇଥିଲା। ଶ୍ରୀଲୋକନାଥଙ୍କ ଆଜ୍ଞା ନେଇ ସେବାୟତ ଆଣିବା ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଖୋଲାଯିବ ବୋଲି ଜଣାପଡିଛି। ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଆରମ୍ଭ ହୋଇଥିବା ଜଣାପଡିଛି।
ଆସନ୍ତା ୯ରେ ହେବ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି, ଚାବିରେ ନ ଖୋଲିଲେ ଭଙ୍ଗାଯିବ ତାଲା: ଜଷ୍ଟିସ ବିଶ୍ବନାଥ ରଥ
ପୁରୀ: କେବେ ରତ୍ନଭଣ୍ଡାର ଖୋଲାଯିବ ଆସନ୍ତା ୯ ତାରିଖରେ ନିଷ୍ପତ୍ତି ନିଆଯିବ। ଆଜିର ବୈଠକ ପରେ ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। । ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି ବୋଲି ଜଷ୍ଟିସ ରଥ କହିଛନ୍ତି।
୯ ତାରିଖ ବୈଠକରେ ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ। ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରିବେ ମୁଖ୍ୟ ପ୍ରଶାସକ। ଚାବି ଉପସ୍ଥାପନ ହେଲା ପରେ କେବେ ଖୋଲାଯିବ ସେହିଦିନ ନିଷ୍ପତ୍ତି ନିଆଯିବ। ଡୁପ୍ଲିକେଟ୍ ଚାବି ଟ୍ରେଜେରିରେ ରହିଛି। ଦୁଇ ଦଶନ୍ଧି ହେଲାଣି, ତାଲା ଖୋଲାଯାଇନାହିଁ। ଏଣୁ ଯଦି ଉକ୍ତ ଚାବିରେ ରତ୍ନଭଣ୍ଡାର ଖୋଲିବ ନାହିଁ, ତେବେ ତାଲା ଭଙ୍ଗାଯିବ। ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍‌ଓପି ପ୍ରସ୍ତୁତ କରାଯିବ। ପ୍ରସ୍ତୁତ ଏସ୍‌ଓପି ସରକାରଙ୍କଠାରେ ଉପସ୍ଥାପନ କରାଯିବ ବୋଲି ଜଷ୍ଟିସ୍ ବିଶ୍ବନାଥ ରଥ କହିଛନ୍ତି।
ପ୍ରଥମ କାମ ଭାବେ ରତ୍ନଭଣ୍ଡାରର ମରାମତି କରାଯିବ। ଏହାପରେ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ମଣତି ଗଣତି କରାଯିବ। କିନ୍ତୁ ମରାମତି କାମ ପାଇଁ ଆବଶ୍ୟକ ପଡ଼ିଲେ ସୁନା ଅଳଙ୍କାରକୁ କେଉଁଠାରେ ସୁରକ୍ଷିତ ରଖାଯିବ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେବେ ମଣତି ଗଣତି ପାଇଁ ଜଣେ ଦକ୍ଷ ବଣିଆଙ୍କୁ ଅଣାଯିବ ଯିଏକି ଅଳଙ୍କାରଗୁଡ଼ିକର ସଠିକ ଓଜନ କରିବା ସହ ଅଳଙ୍କାର ଗୁଡ଼ିକର ଚରିତ୍ର ନିର୍ଦ୍ଧାରଣ କରିପାରିବେ।
ଓଡ଼ିଶା ଉଚ୍ଚ ନ୍ୟାୟଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶ୍ରୀମନ୍ଦିର କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂଆ କମିଟିର ସଦସ୍ୟ ଡା. ସି ବି କେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ୍‌ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍‌ ପ୍ରକାଶ ମିଶ୍ର, ହରିହର ହୋତା, ଗଜପତି ମହାରାଜାଙ୍କ ପ୍ରତିନିଧି, ଏଏସ୍‌ଆଇ ପ୍ରତିନିଧି, ସେବାୟତ ମଧୁସୂଦନ ସିଂହାରୀ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସମହାପାତ୍ର, ସୌମେନ୍ଦ୍ର ମୁଦଲି, ପୁରୀ ଜିଲ୍ଲାପାଳ ସଦସ୍ୟ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆବାହକ ପ୍ରମୁଖ ଉପସ୍ଥିତ ରହିଥିଲେ। କେବଳ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଦେଶରେ ଥିବା କାରଣରୁ ବୈଠକରେ ଅନୁପସ୍ଥିତ ଥିଲେ।
ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନ ଭଣ୍ଡାର କମିଟି ଭାଙ୍ଗିଯିବା ନେଇ ତେଜିଲା ରାଜନୀତି। ସରକାରଙ୍କୁ ଘେରିଲା ବିଜେଡି। ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନ ଭଣ୍ଡାର କମିଟି ଭଙ୍ଗା ଯାଇଛି। ଅରିଜିତ ପଶାୟତ ଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଟେଇ ଦିଆଗଲା। ସେ ଜଣେ ସୁନାମଧନ୍ୟ ବ୍ୟକ୍ତି। ସେମାନେ କେତେବେଳେ କଣ କହୁଛନ୍ତି, ତାଙ୍କର କଣ ଉଦ୍ଦେଶ୍ୟ ଓଡ଼ିଶା ବାସୀ ଜାଣିଛନ୍ତି। କେତେବେଳେ ରତ୍ନ ଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି, ପୁଣି ମନା କରୁଛନ୍ତି। ସେମାନେ ଠିକ୍ କଥା କରିବେନି, ଠିକ୍ ବାଟରେ ଯିବେନି। ଖାଲି ଭୁଆଁ ବୁଲେଇବେ ବୋଲି ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତ।
ସୂଚନା ଅନୁଯାୟୀ, ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନିମନ୍ତେ ତତ୍‌କାଳୀନ ନବୀନ ପଟ୍ଟନାୟକ ସରକାର ଗଠନ କରିଥିବା ଜଷ୍ଟିସ ଅରିଜିତ୍‌ ପଶାୟତ କମିଟି ବଦଳରେ ରାଜ୍ୟ ସରକାର ଗଠନ କରିଛନ୍ତି ଆଉ ଏକ କମିଟି। ୧୬ ଜଣିଆ କମିଟିର ଅଧ୍ୟକ୍ଷ ରୂପେ ଜଷ୍ଟିସ ବିଶ୍ୱନାଥ ରଥ କାର୍ଯ୍ୟ କରିବେ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କଳାଧନ ସଂକ୍ରାନ୍ତ ଏସ୍‌ଆଇଟିର ଉପାଧ୍ୟକ୍ଷ ତଥା ନବୀନ ସରକାରଙ୍କ ଦ୍ୱାରା ରତ୍ନଭଣ୍ଡାର ଖୋଲାଯିବା କମିଟିର ଅଧ୍ୟକ୍ଷ ଜଷ୍ଟିସ ପଶାୟତ ପୁରୀରେ ଆସନ୍ତାକାଲି ହେବାକୁ ଥିବା ରତ୍ନଭଣ୍ଡାର କମିଟି ବୈଠକରେ ଯୋଗ ଦେବାକୁ ଓଡ଼ିଶାରେ ପହଞ୍ଚିଥିବାବେଳେ ରାଜ୍ୟ ସରକାର ନୂଆ କମିଟି ଗଠନ କରିଥିବା ଆଇନମନ୍ତ୍ରୀ ଘୋଷଣା କରିଛନ୍ତି। ଫଳରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୂର୍ବ ସରକାର ଜଷ୍ଟିସ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା ୧୨ ଜଣିଆ କମିଟି ବସ୍ତୁତଃ ନିଷ୍କ୍ରିୟ ହୋଇ ଯାଇଛି।
ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇନମନ୍ତ୍ରୀ କହିଛନ୍ତି ଯେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଯେଉଁ ପ୍ରହେଳିକା ସୃଷ୍ଟି ହୋଇଥିଲା ତାହାର ଅନ୍ତ ହେବାକୁ ଯାଉଛି। ବହୁ ବିଚାର ବିମର୍ଶ ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ଖୋଲିବା ସହ ଏହାର ଗଣତି, ମଣତି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା। ଦୀର୍ଘ ୪୫ ବର୍ଷ ପରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକୁ ସୂଚାରୁରୂପେ କରିବା ପାଇଁ ଦକ୍ଷତା ସଂପନ୍ନ ଏକ କମିଟିର ତଦାରଖରେ ଏହାକୁ କାର୍ଯ୍ୟକାରୀ କରିବାକୁୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ୧୬ ଜଣିଆ କମିଟି ଗଠନ କରିଛନ୍ତି। ୬ ତାରିଖରେ କମିଟିର ବୈଠକ ବସିବ । ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଯେତେବେଳେ ମହାପ୍ରଭୁ ମନ୍ଦିରରେ ନ ଥିବେ ସେହି ମଧ୍ୟରେ କେଉଁଦିନ ରତ୍ନଭଣ୍ଡାର ଖୋଲାଯିବ, ଭିତର ଭଣ୍ଡାରର ମରାମତି ଏବଂ ଗଣତି, ମଣତି କେବେ ହେବ ସେନେଇ କମିଟି ନିଷ୍ପତ୍ତି ନେବ। ୬ ତାରିଖରେ କମିଟିର ନିଷ୍ପତ୍ତି ଅନୁଯାୟୀ ସରକାର ରତ୍ନଭଣ୍ଡାର ଖୋଲିବାର ବ୍ୟବସ୍ଥା କରିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଏହା ଏକ ଉଚ୍ଚ ଦାୟିତ୍ୱ ସମ୍ପନ୍ନ କମିଟି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ,  ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତତ୍‌କାଳୀନ ନବୀନ ପଟ୍ଟନାୟକ ସରକାର ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ତଥା ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କଳାଧନ ସଂକ୍ରାନ୍ତ ଏସ୍‌ଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗତବର୍ଷ ଗଠନ କରିଥିଲେ । ପରବର୍ତ୍ତୀ ସମୟରେ ଏହି କମିଟି ବୈଠକ ଫେବ୍ରୁଆରୀରେ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ସମୟରେ ମହାପ୍ରଭୁ ରତ୍ନବେଦୀରେ ନ ଥିବା ସମୟରେ ୮ ଜୁଲାଇରେ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଥିଲା। ଦିନକ ତଳେ ଜଷ୍ଟିସ ପଶାୟତଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚିଥିଲା ଏବଂ ଜୁଲାଇ ୫ ତାରିଖରେ କମିଟି ବୈଠକ ଅନୁଷ୍ଠିତ ହେବା ପରେ ୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଯାଞ୍ଚ କରାଯିବ ବୋଲି ତାଙ୍କ ଗସ୍ତ ସୂଚୀରେ ଉଲ୍ଲେଖ ଥିଲା। ଏ ସମ୍ପର୍କରେ କମିଟି ସଦସ୍ୟ, ରାଜ୍ୟ ସରକାର, ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା । ଆଜି ଓଡ଼ିଶାରେ ପହଞ୍ଚିବା ପରେ ଜଷ୍ଟିସ ପଶାୟତ ଆସନ୍ତାକାଲି ବୈଠକରେ ରତ୍ନଭଣ୍ଡାର କେବେ ଖୋଲାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ମାତ୍ର କମିଟି ବୈଠକର ୧୨ ଘଣ୍ଟା ପୂର୍ବରୁ ଆଇନମନ୍ତ୍ରୀ ନୂଆ କମିଟି ଗଠନ ଘୋଷଣା କରିବା ପରେ ଜଷ୍ଟିସ ପଶାୟତ କମିଟି ଆପେଆପେ ନିଷ୍କ୍ରିୟ ହୋଇ ଯାଇଛି ।
ପୁରୁଣା କମିଟି
ଜଷ୍ଟିସ ଅରିଜିତ୍‌ ପଶାୟତ (ଅଧ୍ୟକ୍ଷ), ଡ଼ା. ରମାକାନ୍ତ ପଣ୍ଡା (ଉପାଧ୍ୟକ୍ଷ), ଡ଼. ବିଧୂଭୂଷଣ ସାମଲ, ଚାଟାର୍ଡ ଆକାଉଣ୍ଟାଣ୍ଟ ଡ଼. ଏ.କେ.ସାବତ, ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ କର, ଭଣ୍ଡାର ମେକାପ ସେବକ ଗଣେଶ ମେକାପ, ପୁରୀ ଜିଲ୍ଲାପାଳ, ପୁରୀ ଗଜପତି ମହାରାଜଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି, ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ (ଆବାହକ)।
ନୂଆ କମିଟି
ଜଷ୍ଟିସ ବିଶ୍ୱନାଥ ରଥ (ଅଧ୍ୟକ୍ଷ), ଡା. ସିବିକେ ମହାନ୍ତି, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍‌ ପ୍ରକାଶ ମିଶ୍ର, ସ୍ୱାମୀ ପ୍ରଜ୍ଞାନନ୍ଦ ଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପୁରୀ ଗଜପତି ମହାରାଜଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି, ମଧୁସୂଦନ ସିଂହାରୀ, ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲୀ, ପୁରୀ ଜିଲ୍ଲାପାଳ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ (ଆବାହକ)।
ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ, 3D ଫର୍ମାଟରେ ହେବ ଏହି ସ୍କାନିଂ
ପୁରୀ : ଶେଷ ହେଲା ଧର୍ମମାସ କାର୍ତ୍ତିକ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ମଙ୍ଗଳବାରଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର୍‌ ସ୍କାନିଂ କରାଯିବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌‌ଆଇକୁ ପୂର୍ବରୁ ଅନୁମତି ଦିଆସରିଛି। କାର୍ତ୍ତିକ ମାସ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଅଧିକ ରହୁଥିବାରୁ ପୂର୍ଣ୍ଣିମା ପରଦିନ ଲେଜର ସ୍କାନିଂ ପାଇଁ ଧାର୍ଯ୍ୟ ରହିଥିଲା। ତେବେ ମଙ୍ଗଳବାରଠାରୁ ଲେଜର ସ୍କାନିଂ ଆରମ୍ଭ ହେବ। ଆବଶ୍ୟକ ପଡ଼ିଲେ, ଭିତର ରତ୍ନଭଣ୍ଡାରର ମଧ୍ୟ ଲେଜର୍‌ ସ୍କାନିଂ କରାଯିବ। ଏଥିସହ ଶ୍ରୀମନ୍ଦିର ପରିସର ଅନ୍ୟାନ୍ୟ ଛୋଟବଡ଼ ମନ୍ଦିରର ମଧ୍ୟ ସ୍କାନିଂ କରାଯିବା ଲାଗି ନିଷ୍ପତ୍ତି ହୋଇଛି।
ସକାଳ ଧୂପ ପରେ ଏହାକୁ କରାଯିବାକୁ ଲକ୍ଷ ରଖାଯାଇଛି। ମହାପ୍ରଭୁଙ୍କ ନୀତି କିଭଳି ପ୍ରଭାବିତ ନହେବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ।| ସ୍କାନିଙ୍ଗ ପାଇଁ ମୁମ୍ବାଇର ସେନଜେନ କମ୍ପାନୀରୁ ଆସିଛନ୍ତି ୩ଜଣ ଇଞ୍ଜିନିଅର। ଯେଉଁ ମାନେ ଏଏସ୍‌‌ଆଇ ଅଧୀନରେ ଥିବା ସମସ୍ଥ ଐତିହ୍ୟର ଲେଜର ସ୍କାନିଙ୍ଗ ସହ ଅନ୍ୟାନ୍ୟ କାର୍ଯ୍ୟ କରିଥାନ୍ତି। 3D ଫର୍ମାଟ ରେ ଏହି ସ୍କାନିଙ୍ଗ କରାଯିବ। ଯେଉଁ ଥିରେ ପ୍ରକୃତରେ କଣ ସମସ୍ୟା ରହିଛି ତାହା ସଠିକ ଭାବେ ଜଣାପଡିବ। ତେବେ ଇଞ୍ଜିନିଅର ମାନଙ୍କ ସହ ଏଏସ୍‌‌ଆଇ ଅଫିସିଆଲ, ଶ୍ରୀମନ୍ଦିର ପ୍ରଶାସନର ଇଞ୍ଜିନିଅର ଓ ଅଧିକାରୀଙ୍କ ସମେତ ସେବାୟତ ପ୍ରତିନିଧି ରହିଛନ୍ତି।
ବିଭିନ୍ନ ସମୟରେ ରତ୍ନଭଣ୍ଡାର ସ୍ଥିତିକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ବାସ୍ତବ ସ୍ଥିତି ଜାଣିବା ପାଇଁ ଏଏସ୍‌‌ଆଇ ଲେଜର ସ୍କାନିଂ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନର ଅନୁମତି ଲୋଡ଼ିଥିଲା। ତେଣୁ ଏଏସ୍‌‌ଆଇକୁ ଲେଜର ସ୍କାନିଂ ପାଇଁ ଅନୁମତି ଦେଇସାରିଛି ମନ୍ଦିର ପ୍ରଶାସନ। ଗତ ୪ତାରିଖରେ ଅନୁଷ୍ଠିତ ହୋଇଥିଲା ରତ୍ନଭଣ୍ଡାର ସବ୍‌‌ କମିଟି ବୈଠକ। ଏଥିରେ ବିସ୍ତୃତ ଭାବେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା ହେବା ସହ ଲେଜର୍‌ ସ୍କାନିଂ ନେଇ ମଧ୍ୟ ତର୍ଜମା କରାଯାଇଥିଲା। କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଲେଜର ସ୍କାନିଂ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ, ମଙ୍ଗଳବାରଠାରୁ ଲେଜର ସ୍କାନିଂ ଆରମ୍ଭ କରାଯିବ। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ପୂର୍ଣ୍ଣମୀ ପରଦିନ ଲେଜର ସ୍କାନିଂ ପାଇଁ ଏଏସ୍‌‌ଆଇକୁ ଅନୁମତି ଦିଆଯାଇଛି। ସେମାନେ ଯେକୌଣସି ସମୟରେ ତାଙ୍କର ସୁବିଧା ଦେଖି ଲେଜର ସ୍କାନିଂ କରିପାରିବେ। ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ।