nayagadh - The Sakala

ଦାଦନ ଖଟାଇବାକୁ ନେଇ ୭ଜଣଙ୍କୁ ବିକିଦେଲେ; ପୀଡ଼ିତାଙ୍କ ମଧ୍ୟରେ ମହିଳା, ଶିଶୁ, ନାବାଳିକା...
ନୟାଗଡ଼/ଗଣିଆ: ଦାଦନ ଖଟାଇବାକୁ ନେଇ ବିକିଦେଲେ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଆଜି ଏପରି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଗଣିଆ ବ୍ଲକ୍‌ ଆଡ଼କଟା ପଞ୍ଚାୟତ ଆଡ଼କଟା ଗ୍ରାମରୁ ଦାଦନ ଖଟାଇବାକୁ ନେଇ ୭ ଜଣଙ୍କୁ ବିକ୍ରି କରି ଦିଆଯାଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ଶିଶୁ, ଜଣେ ନାବାଳିକା ଓ ଦୁଇଜଣ ମହିଳା ରହିଛନ୍ତି। ଗ୍ରାମର ଚନ୍ଦ୍ରମଣି ପ୍ରଧାନ ଓ ମୀନା ପ୍ରଧାନ ଏ ସଂପର୍କରେ ଅଭିଯୋଗ କରିବା ପରେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଗଣିଆ ଥାନା ପୁଲିସକୁ ତ୍ବରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିବା କହିଛନ୍ତି।

ସୂଚନାନୁସାରେ, ତିନି ମାସ ତଳେ ଆଡ଼କଟା ଗ୍ରାମର ବୁଲୁ ପ୍ରଧାନ, ବୌଦ୍ଧ ଅଞ୍ଚଳର ଚନ୍ଦନ ଗଡ଼ତିଆ ଗ୍ରାମରୁ ଅନେକ ଲୋକଙ୍କୁ ହାଇଦ୍ରାବାଦ ନିକଟସ୍ଥ ପାଇଜାପଲ୍ଲୀ ଅଞ୍ଚଳକୁ ଦାଦନ ଖଟାଇବାକୁ ନେଇଥିଲେ। ଏ ନେଇ ପ୍ରତ୍ୟେକ ବ୍ୟକ୍ତି ପିଛା ମଜୁରି ଆକାରରେ ୪୦ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଦେଇଥିଲେ। ତେବେ ସେଠାରେ ଅକଥନୀୟ ନିର୍ଯାତନା ଦିଆଯିବାରୁ ଅନେକ ଲୋକ ଖସି ଆସିଥିବା ବେଳେ ଦଲାଲମାନେ ଗ୍ରାମର ୭ ଜଣଙ୍କୁ ଅନ୍ୟତ୍ର ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଚନ୍ଦ୍ରମଣି ପ୍ରଧାନଙ୍କ ନାବାଳିକା ଝିଅ, ତାଙ୍କ ସମ୍ପର୍କୀୟ କିରଣ ପ୍ରଧାନ, ବର୍ଷା ପ୍ରଧାନ ଏବଂ ମୀନା ପ୍ରଧାନଙ୍କ ଭାଇ କିଶୋର ପ୍ରଧାନ, ଭାଉଜ ସଞ୍ଜୁ ପ୍ରଧାନ ଏବଂ ଛୋଟ ପୁତୁରା ଶିଶିର ପ୍ରଧାନ ନିଖୋଜ ଥିବା ଅଭିଯୋଗ ହୋଇଛି। ଏହାସହ ଆଡ଼କଟା ଗ୍ରାମର ପପୁନ ଗଡ଼ିତିଆ ମଧ୍ୟ ସେମାନଙ୍କ ସହ ନିଖୋଜ ରହିଛି। ଏ ସଂପର୍କ‌ରେ ଆଜି ଚନ୍ଦ୍ରମଣି ଓ ମୀନା ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଛନ୍ତି।

ନୟାଗଡ଼ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଅଭିଯୋଗକୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଘଟଣା ଶୁଣାଣି କରିବା ପରେ ଗଣିଆ ଥାନା ଅଧିକାରୀଙ୍କୁ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି। ଚନ୍ଦ୍ରମଣିଙ୍କ କହିବାନୁସାରେ, ୪୦ ହଜାର ଟଙ୍କାରେ ନେଇ ସେମାନଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରି ଦିଆଯାଇଛି। ସେମାନଙ୍କଠାରୁ ମୋବାଇଲ ଫୋନ୍‌ ମଧ୍ୟ ଛଡ଼ାଇ ନିଆଯାଇଛି। ଫଳରେ ସେମାନେ କାହା ସହ ଯୋଗାଯୋଗ କରିପାରୁନାହାନ୍ତି ସେଠାରୁ ଖସି ଆସି ପାରୁନାହାନ୍ତି। ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ଚନ୍ଦ୍ରମଣି କହିଛନ୍ତି।

ସ୍ତ୍ରୀର ଅଧା ଜିଭକୁ କାମୁଡି ଛିଣ୍ଡାଇ ଦେଲା ସ୍ୱାମୀ, ଅଭିଯୁକ୍ତ ସ୍ବାମୀକୁ ବନ୍ଧିଲା ପୁଲିସ
ନୟାଗଡ଼ : ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ଘଟିଛି ଏକ ଅଘଟଣ । ନରହନ୍ତା ସ୍ୱାମୀ ନିଜ ସ୍ତ୍ରୀର କାମୁଡି କରି ଅଧା ଜିଭକୁ ଛିଣ୍ଡାଇଦେଲା । ସୁଚନାନୁସାରେ ଶରଣକୁଳ ଥାନା ଅନ୍ତର୍ଗତ ବଡ଼ଗୋରଡ଼ା ଗ୍ରାମର ଗଦାଧର ପରିଡା ନୟାଗଡ଼ ବ୍ଲକ ଆଙ୍କୁଲାଇ ପାଟଣାର ରଞ୍ଜିତା ପରିଡ଼ାକୁ ବିବାହ କରିଥିଲେ । ୧୬ ମସିହାରେ ଗଦାଧର ପରିଡା ଏକ ଗଞ୍ଜେଇ କେଶରେ ଜେଲ ଯାଇଥିଲେ । ସେ ଯାମିନରେ ଆସିବା ପାଇଁ ତାଙ୍କ ସ୍ତ୍ରୀ ଓ ବାପା ଅନେକ ଟଙ୍କା ଖର୍ଚ୍ଚ କରିଥିଲେ । ଗଦାଧର ଜାମିନିରେ ଆସିବା ପରେ ସଦାବେଳେ ତାଙ୍କ ସ୍ତ୍ରୀ ଉପରେ ଆକ୍ରମଣ କରନ୍ତି । ଏହି ସମସ୍ତ ବିଷୟ ରଞ୍ଜିତା ତାଙ୍କ ଶ୍ବଶୁରଙ୍କୁ ଗୁହାରି କଲେ ମଧ୍ୟ କିଛି ଫରକ ପଡେ ନାହିଁ । ରଞ୍ଜିତାଙ୍କ ଶଶୁର ତାଙ୍କ ବାପ ଘରେ କିଛି ଦିନ ରହି ଆସିବା ପାଇଁ ପରାମର୍ଶ ଦେଇଥିଲେ ।

ପରାମର୍ଶ ମୁତାବକ ରଞ୍ଜିତା ନିଜ ବାପ ଘର ଆଙ୍କୁଲାଇ ପାଟଣାରେ ରହିଥିଲେ । ରଞ୍ଜିତାଙ୍କ ସରଳତା ସୁଯୋଗ ନେଇ ଗଦାଧର ତାଙ୍କୁ ନିଜ ଗ୍ରାମକୁ ନେବା ପାଇଁ ନିବେଦନ କରିଥିଲେ । ଏହା ପରେ ରଞ୍ଜିତା ତାଙ୍କ କଥାରେ ବିଶ୍ୱାସ କରି ସ୍କୁଟର ଯୋଗେ ନୟାଗଡ଼ରେ ପହଞ୍ଚିଥିଲେ । ରଞ୍ଜିତାଙ୍କୁ ବିଶ୍ୱାସ ଜନ୍ମେଇ ବାଟରେ ଥଣ୍ଡା ପିଇବାକୁ ଦେଇଥିଲେ ଏବଂ ଡିଆଁପଡାରେ ଜଣେ ଗଞ୍ଜେଇ ପଇସା ଦେବ ବୋଲି କହି ତାଙ୍କୁ ଡିଆଁପଡା ଆଣିଥିଲେ । ଡିଆଁପଡାର ଏକ ଜଙ୍ଗଲି ରାସ୍ତାରେ ପରିଶ୍ରା ବାହାନା କରି ଗଦାଧର ଗାଡି ରଖିଥିଲେ । କେହି ଲୋକ ନଥିବାର ସୁଯୋଗ ଦେଖି ରଞ୍ଜିତାଙ୍କୁ ମାଡ଼ ଦେବା ସହ ତାଙ୍କ ତଣ୍ଟି ଚିପିବା ସହ ରଞ୍ଜିତାଙ୍କର ଅଧା ଜିଭକୁ କାମୁଡି ଛିଡାଇ ଦେଇଥିଲେ । ଲୋକମାନେ ଆସିବାରୁ ଗଦାଧର ସେଠାରୁ ପଳାଇ ଯାଇଥିଲେ । ରଞ୍ଜିତା ଟାଉନ ଥାନାରେ ଅଭିଯୋଗ କରିଥିଲେ । ଟାଉନ ଥାନା ପକ୍ଷରୁ ୩୧୧/୨୦୨୩ ରେ ମାମଲା ରୁଜୁ କରି ଗଦାଧରକୁ ଗିରଫ କରିଛି । ଆଜି ତାଙ୍କୁ କୋର୍ଟ ଫରୁୱାର୍ଡ କରାଯାଇଛି ।