IPL 2024 Auction - The Sakala

ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଖେଳାଳି ହେଲେ ପ୍ୟାଟ୍ କମିନ୍ସ
ନୂଆଦିଲ୍ଲୀ: ଆଇପିଏଲ୍  ଇତିହାସର ସବୁଠୁ ଦାମୀ ଖେଳାଳି ହୋଇଛନ୍ତି କମିନ୍ସ । ୨୦.୫୦ କୋଟିରେ ବିକ୍ରି ହେଲେ କମିନ୍ସ । ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣିଛି। ପ୍ରଥମଥର ପାଇଁ ଆଇପିଏଲ୍‌ ଇତିହାସରେ ୨୦ କୋଟି ବ୍ୟୟରେ କୌଣସି ଖେଳାଳିଙ୍କୁ କିଣାଯାଇଛି । କମିନ୍ସଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଥିବା ବେଳେ ୨୦.୫୦ କୋଟିରେ ବିକ୍ରି ହୋଇଛନ୍ତି । ବାଙ୍ଗାଲୋର ସହ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ପରେ କିଣିଥିଲା ହାଇଦ୍ରାବାଦ ।

-୧୪ କୋଟିରେ ଡାରେଲ ମିଚେଲଙ୍କୁ କିଣିଲା ଚେନ୍ନାଇ ସୁପର କିଙ୍ଗସ

-ହର୍ଷଲ ପଟେଲଙ୍କୁ ୧୧.୭୫ କୋଟିରେ କିଣିଲା ପଞ୍ଜାବ କିଙ୍ଗସ୍

-ୱେଷ୍ଟଇଣ୍ଡିଜର ପାୱେଲଙ୍କୁ ୭.୪ କୋଟିରେ କିଣିଲା ରାଜସ୍ଥାନ

-ବିଶ୍ବକପ ଫାଇନାଲ ହିରୋ ଟ୍ରାଭିସ୍‌ ହେଡ୍‌ଙ୍କୁ ୬.୮ କୋଟି ଟଙ୍କାରେ କିଣିଲା ହାଇଦ୍ରାବାଦ

– ଜେରାଲ୍ଡ କର୍ଟେଜଙ୍କୁ ୫ କୋଟିରେ କିଣିଲା ମୁମ୍ବାଇ ଇଣ୍ତିଆନ୍ସ

– କ୍ରିସ ୱକ୍ସଙ୍କୁ ୪.୨ କୋଟି ଟଙ୍କାରେ କିଣିଲା ପଞ୍ଜାବ

-ଶ୍ରୀଲଙ୍କାର ହସରଙ୍ଗାଙ୍କୁ ଦେଢ଼ କୋଟିରେ କିଣିଲା ହାଇଦ୍ରାବାଦ

– ନ୍ୟୁଜିଲାଣ୍ଡ ଷ୍ଟାର କ୍ରିକେଟର ରଚିନ ରବିନ୍ଦ୍ରଙ୍କୁ ୧.୮୦ କୋଟିରେ ନେଲା ଚେନ୍ନାଇ

ଆଇପିଏଲ୍-୧୭ ପାଇଁ ଆଜି ଦୁବାଇରେ ହେବ ନିଲାମି, ନଜରରେ ଦୁଇ ଓଡ଼ିଆ ଖେଳାଳି
ଦୁବାଇ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମିଅର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୧୭ତମ ସଂସ୍କରଣ ଲାଗି ଖେଳାଳି ନିଲାମି ପ୍ରକ୍ରିୟା ମଙ୍ଗଳବାର ଦୁବାଇର କୋକା କୋଲା ଏରେନାରେ ଅନୁଷ୍ଠିତ ହେବ। ଅପରାହ୍ଣ ୧ଟାରୁ ଖେଳାଳି ନିଲାମ ପ୍ରକ୍ରିୟା ଚାଲିବ। ଯେଉଁଥିରେ ଉପଲବ୍ଧ ଥିବା ୭୭ଟି ସ୍ଥାନ ପାଇଁ ୩୩୩ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ହେବ। ନିଲାମରେ ସ୍ଥାନ ପାଇଥିବା ୩୩୩ ଖେଳାଳିଙ୍କ ମଧ୍ୟରୁ ୨୧୪ଜଣ ଭାରତୀୟ ଓ ୧୧୯ଜଣ ବିଦେଶୀ ରହିଛନ୍ତି। ସେହିଭଳି ଏମାନଙ୍କ ମଧ୍ୟରୁ ୧୧୬ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିସାରିଥିବାବେଳେ ୨୧୫ଜଣ ଅନ୍‌କ୍ୟାପଡ୍‌ ଖେଳାଳି ସ୍ଥାନ ପାଇଛନ୍ତି। ଉପଲବ୍ଧ ଥିବା ୭୭ଟି ସ୍ଥାନ ମଧ୍ୟରୁ ୩୦ଟି ବିଦେଶୀ ଖେଳାଳିଙ୍କ ପାଇଁ ରହିଛି। ୧୦ ଗୋଟି ଫ୍ରାଞ୍ଚାଇଜ ମଧ୍ୟରେ ତାରକା ଖେଳାଳିଙ୍କ ନିଜ ଦଳରେ ସାମିଲ କରିବା ପାଇଁ ଜୋର୍‌ଦାର୍‌ ମୁକାବିଲା ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି।

ଗୁଜରାଟ ପାଖରେ ସର୍ବାଧିକ ୩୮.୧୫ କୋଟି ରହିଛି:

ଆଇପିଏଲ୍‌ର ୧୭ତମ ସଂସ୍କରଣ ଖେଳାଳି ନିଲାମି ଲାଗି ଅଂଶଗ୍ରହଣକାରୀ ୧୦ ଦଳ ମଧ୍ୟରୁ ଗୁଜରାଟ ଟାଇଟନ୍ସ ପାଖରେ ସର୍ବାଧିକ ୩୮.୧୫ କୋଟି ଟଙ୍କା ବଳକା ରହିଛି। ନିଲାମି ଲାଗି ଖେଳାଳି ରିଟେନ ତାଲିକା ପ୍ରକାଶ ପାଇବା ପରେ କେଉଁ ଦଳ ପାଖରେ କେତେ ଟଙ୍କା ଉପଲବ୍ଧ ରହିଛି ତାହା ନିକଟରେ ସ୍ପଷ୍ଟ ହୋଇଥିଲା। ଏହିକ୍ରମରେ ଗୁଜରାଟ ପଛକୁ ସନରାଇଜର୍ସ ହାଇଦ୍ରାବାଦ୍‌ ନିକଟରେ ୩୪ କୋଟି, କୋଲକାତା ନାଇଟ ରାଇଡର୍ସ ୩୨.୭ କୋଟି, ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ନିକଟରେ ୩୧.୪ କୋଟି ଟଙ୍କା ବଳକା ରହିଛି। ଏହା ପଛକୁ ପଞ୍ଜାବ କିଙ୍ଗ୍‌ସ (୨୯.୧ କୋଟି), ଦିଲ୍ଲୀ କ୍ୟାପିଟାଲ୍ସ (୨୯.୯୫ କୋଟି), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୨୩.୨୫ କୋଟି), ମୁମ୍ବାଇ ଇଣ୍ଡିଆନ୍ସ (୧୭.୭୫ କୋଟି), ରାଜସ୍ଥାନ ରୟାଲ୍ସ (୧୪.୫ କୋଟି) ଓ ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌ସ (୧୩.୧୫ କୋଟି) ରହିଛନ୍ତି।

ନିଲାମି ପ୍ରକ୍ରିୟା

ନିଲାମି ପ୍ରକ୍ରିୟାରେ ସାମିଲ ହୋଇଥିବା ୩୩୩ଜଣ ଖେଳାଳିଙ୍କୁ ସେମାନଙ୍କ ବିଶେଷତା ଆଧାରରେ ୧୯ଟି ବର୍ଗରେ ଭାଗ କରାଯାଇଛି। ଯେପରି ବ୍ୟାଟର୍‌, ବୋଲର୍‌, ଦ୍ରୁତ ବୋଲର, ସ୍ପିନର, ୱିକେଟ୍‌ରକ୍ଷକ ଇତ୍ୟାଦି। ସେହିଭଳି ଅନ୍ତର୍ଜାତୀୟ ଖେଳିଥିବା ଓ ଖେଳି ନ ଥିବା ଖେଳାଳିଙ୍କୁ ମଧ୍ୟ ଅଲଗା ଅଲଗା ଭାବେ ସ୍ଥାନିତ କରାଯାଇଛି।

୨ କୋଟି ମୂଳଦରରେ ୨୩ ଖେଳାଳି

ନିଲାମ ପ୍ରକ୍ରିୟା ଲାଗି ୩୩୩ଜଣ ଖେଳାଳିଙ୍କ ମୂଳଦର ଭିନ୍ନ ଭିନ୍ନ ଧାର୍ଯ୍ୟ କରାଯାଇଛି। ଏହିକ୍ରମରେ ଧାର୍ଯ୍ୟ କରାଯାଇଥିବା ସର୍ବାଧିକ ମୂଳଦର ୨ କୋଟି ବର୍ଗରେ ୨୩ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, ମିଚେଲ ଷ୍ଟାର୍କ, ଟ୍ରାଭିସ୍‌ ହେଡ୍‌ଙ୍କ ଭଳି ତାରକା ଖେଳାଳି ରହିଛନ୍ତି। ସେହିଭଳି ଦ୍ୱିତୀୟ ସର୍ବୋଚ୍ଚ ମୂଳଦର ୧.୫ କୋଟି ତାଲିକାରେ ୧୩ଜଣ ଖେଳାଳିଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।

ନଜରରେ ଦୁଇ ଓଡ଼ିଆ

ଚଳିତ ବର୍ଷ ଖେଳାଳି ନିଲାମିର ଚୂଡ଼ାନ୍ତ ତାଲିକାରେ ୨ଜଣ ଖେଳାଳି ରହିଛନ୍ତି। ସେମାନେ ହେଲେ ବ୍ୟାଟର୍‌ ଶୁଭ୍ରାଂଶୁ ସେନାପତି ଓ ଲେଗ୍‌-ସ୍ପିନର ମୁସ୍ତାକ ବେଗ୍‌। ଉଭୟଙ୍କ ମୂଳଦର ୨୦ ଲକ୍ଷ ଟଙ୍କା ରହିଛି। ଶୁଭ୍ରାଂଶୁ ଗତ ୨ଟି ସଂସ୍କରଣ ଧରି ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଦଳ ପକ୍ଷରୁ ଖେଳି ଆସୁଥିଲେ। ତାଙ୍କୁ ଚେନ୍ନାଇ ୨୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। କିନ୍ତୁ ସେ ୨ଟି ଯାକ ସଂସ୍କରଣରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ। ଅପରପକ୍ଷରେ ମୁସ୍ତାକ ଚଳିତ ସିଜନରେ ବିଭିନ୍ନ ସୀମିତ ଓଭର ଫର୍ମାଟ୍‌ରେ ଆଖିଦୃଶିଆ ପ୍ରଦର୍ଶନ କରିଛନ୍ତି। ତେଣୁ ଏହି ଦୁଇ ଖେଳାଳି କେଉଁ ଫ୍ରାଞ୍ଚାଇଜକୁ ଆକୃଷ୍ଟ କରିପାରୁଛନ୍ତି ତାହା ମଙ୍ଗଳବାର ସନ୍ଧ୍ୟାରେ ସ୍ପଷ୍ଟ ହୋଇଯିବ। ଷ୍ଟାର ସ୍ପୋର୍ଟ୍ସ ନେଟୱାର୍କର ନିଲାମିର ସିଧା ପ୍ରସାରଣ ହେବ।

ଆଇପିଏଲ୍‌ ଇତିହାସରେ ପ୍ରଥମ ମହିଳା ନିଲାମକାରୀ

ଆଇପିଏଲ୍‌ର ୧୬ ବର୍ଷ ଇତିହାସରେ ପ୍ରଥମଥର ଲାଗି ଜଣେ ମହିଳା ନିଲାମକାରୀଙ୍କୁ ଦେଖିବାକୁ ମିଳିବ। ମଙ୍ଗଳବାର ଖେଳାଳି ନିଲାମିରେ ଅଭିନେତ୍ରୀ ମଲିକା ସାଗର ନିଲାମକାରୀ ଭୂମିକାରେ ଓହ୍ଲାଇବେ। ସେ ପୂର୍ବ ସଂସ୍କରଣର ନିଲାମଧାରୀ ହ୍ୟୁଗ୍‌ ଏଡ୍‌ମେଡେସ୍‌ଙ୍କ ସ୍ଥାନ ନେବେ। ମଲିକା ନିକଟରେ ଡିସେମ୍ବର ୯ରେ ଅନୁଷ୍ଠିତ ମହିଳା ପ୍ରିମିଅର୍‌ ଲିଗ୍‌ରେ ନିଲାମଧାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ସୂଚାରୁରୂପେ ତୁଲାଇଥିଲେ।

ଚଳିତ ଆଇପିଏଲରେ ୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ୫ ଖେଳାଳି, ୧୯ରେ ଦୁବାଇରେ ହେବ ନିଲାମୀ
ନୂଆଦିଲ୍ଲୀ : ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ର ଆଗାମୀ ୨୦୨୪ ସଂସ୍କରଣର ଖେଳାଳି ନିଲାମୀ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଡିସେମ୍ବର ୧୯ରେ ଦୁବାଇରେ ମିନି ଖେଳାଳି ନିଲାମୀର ଆୟୋଜନ ହେବ। ଆଇପିଏଲ୍‌‌ କର୍ତ୍ତୁପକ୍ଷ ଏ ନେଇ ସୂଚନା ଦେଇଛନ୍ତି। ଏଥର ଗତବର୍ଷ ତୁଳନାରେ ଫ୍ରାଞ୍ଚାଇଜ୍‌‌ଗୁଡିକରେ ନିକଟରେ ଖେଳାଳିମାନଙ୍କୁ କ୍ରୟ କରିବାକୁ ଅଧିକ ୫ କୋଟି ଟଙ୍କା ଅଧିକ ରହିଛି। ତେଣୁ ଫ୍ରାଞ୍ଜାଇଜ୍‌‌ଗୁଡିକ ଖେଳାଳି କ୍ରୟ କରିବାରେ ଅପେକ୍ଷାକୃତ ଅଧିକ ସୁଯୋଗ ଓ ସ୍ୱାଧୀନତା ପାଇବେ।

ଗତ ସଂସ୍କରଣରେ ଫ୍ରଞ୍ଚାଇଜ୍‌‌ଗୁଡିକ ନିକଟରେ ୯୫ କୋଟି ଟଙ୍କାର ପର୍ସ ବା ଅର୍ଥରାଶି ନିର୍ଦ୍ଧାରିତ ଥିଲା। ଏଥର କିନ୍ତୁ ୧୦୦ କୋଟି ଟଙ୍କାର ପର୍ସ ରହିଛି। ଏଥସହ ଗତ ସଂସ୍କରଣରେ ବଳିଥିବା ଅର୍ଥକୁ ମଧ୍ୟ ଦଳଗୁଡିକ ବ୍ୟବହାର କରିପାରିବେ। ଏଥର ଖେଳାଳି ନୀଲାମିରେ ଅଂଶଗ୍ରହଣ କରିବାକୁ ୧୧୬୬ ଜଣ ଖେଳାଳି ପଞ୍ଜୀକୃତ ହୋଇଛନ୍ତି। ଏଥିରେ ୮୩୦ ଜଣ ଭାରତୀୟ ଓ ୩୩୬ ଜଣ ବିଦେଶୀ ଖେଳାଳି ସାମିଲ ରହିଛନ୍ତି। ବିଦେଶୀ ଖେଳାଳିମାନଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ, ପ୍ୟାଟ କମିନ୍ସ, ଟ୍ରାଭିସ ହେଡ, ଜେରାଲ୍ଡ କୁଟ୍‌‌ଜୀ ଓ ରଚିନ ରବୀନ୍ଦ୍ରଙ୍କ ଭଳି ତାରକା ବିଦେଶୀ ଖେଳାଳି ଏହି ନିଲାମୀରେ ସାମିଲ ହେବେ। ସେହିପରି ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ହର୍ଷଲ ପଟେଲ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ ଓ ଜୟଦେବ ଉନାଦକତଙ୍କ ଭଳି ତାରକା କ୍ରିକେଟର ସାମିଲ ରହିଛନ୍ତି। ଏମାନଙ୍କ ମୂଲ୍ୟ ନିଲାମୀରେ ୧୦ କୋଟି ଟଙ୍କା ପାର କରିପାରେ।

୧୦ଟି ଦଳରେ ୭୭ ଖେଳାଳିଙ୍କ ସ୍ଥାନ ଖାଲି ଅଛି

ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ୧୦ଟି ଦଳ ସେମାନଙ୍କ ଅଧିକାଂଶ ଖେଳାଳିଙ୍କୁ ରିଟେନ ଅର୍ଥାତ ବଜାୟ ରଖିଛନ୍ତି। ତେଣୁ ଅତିବେଶୀରେ ୭୭ ଜଣ ଖେଳାଳିଙ୍କୁ ଏହି ନିଲାମୀରେ ଦଳଗୁଡିକ କ୍ରୟ କରିପାରିବେ। ୭୭ଜଣଙ୍କ ମଧ୍ୟରେ ୩୦ଜଣ ବିଦେଶୀ ବିଭିନ୍ନ ଦଳରେ ସାମିଲ ହୋଇପାରିବେ। ସବୁ ଫ୍ରଞ୍ଚାଇଜ୍‌‌ ନିକଟରେ ୨୬୨. ୯୫ କୋଟି ଟଙ୍କା ଅର୍ଥ ବାକି ରହିଛି। ପ୍ରତ୍ୟେକ ଦଳ ନିକଟରେ ଏଥର ୧୦୦ କୋଟି ଟଙ୍କାର ଅର୍ଥ ରହିବ।

୨୦ ଖେଳାଳିଙ୍କ ମୂଳ ଦର ଦେଢ, ୧୬ଜଣଙ୍କ ଏକ କୋଟି

ନୀଲାମିରେ ଏଥର ୨୫ ଜଣ ଖେଳାଳିଙ୍କ ବେସ୍‌‌ ପ୍ରାଇସ୍‌‌ ବା ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଛି। ଏଥିରେ ଅଷ୍ଟ୍ରେଲିଆର ୭ ଓ ଭାରତର ୪ ଜଣ ଖେଳାଳି ରହିଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ, ଟ୍ରଭିସ ହେଡ, ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ, ଷ୍ଟିଭ ସ୍ମିଥ୍‌‌, ଜୋଶ ଇଂଲିଶ ଓ ସିନ ଆବୋଟଙ୍କ ବେସ ପ୍ରାଇସ୍‌‌ ୨ କୋଟି ଟଙ୍କା ରହିଛି। ନିଲାମୀରେ ଏମାନଙ୍କ ମୂଲ୍ୟରେ ଆହୁରି ବୃଦ୍ଧି ହୋଇପାରେ କିମ୍ବା କେତେଜଣ ବିକ୍ର ନ ହୋଇ ରହିପାରନ୍ତି। ସେହିପରି ହର୍ଷଲ ପଟେଲ, କେଦାର ଯାଦବ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବଙ୍କ ଭଳି ଭାରତୀୟ ଖେଳାଳିଙ୍କ ମୂଳ ଦର ସବୁଠାରୁ ଅଧିକ ରହିଛି। ଏହାକୁ ବାଦ୍‌‌ ଦେଲେ ୨୦ଜଣ ଖେଳାଳିଙ୍କ ମୂଳ ଦର ଦେଢ କୋଟି ଓ ୧୬ ଜଣଙ୍କର ୧ କୋଟି ଟଙ୍କା ରହିଛି। ସେହିପରି ୧୧୦୫ରୁ ଖେଳାଳିଙ୍କ ମୂଳ ଦର ୨୦ରୁ ୯୫ ଲକ୍ଷ ଟଙ୍କା ରହିଛି।

୫ ଖେଳାଳି ୨୦ କୋଟିରୁ ଊର୍ଦ୍ଧ୍ବରେ ବିକ୍ରି ହୋଇପାରନ୍ତି

ନିଲାମୀରେ ୫ ଜଣ ଖେଳାଳି ଏପରି ରହିଛନ୍ତି ଯେଉଁମାନେ ୨୦ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି। ରଚିନ ରବୀନ୍ଦ୍ର, ଟ୍ରାଭିସ ହେଡ୍‌‌, ଜୋଶ ହଜଲେଉଡ, ୱାନିନ୍ଦୁ ହାସରଙ୍ଗା, ମିଚେଲ ଷ୍ଟାର୍କ, ଗେରାଲ୍ଡ କଟଜି ଚଢା ଦରରେ ବିକ୍ରି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଆଉ କେତେଜଣ ତାରାକା ଖେଳାଳି ବିକ୍ରି ନ ହୋଇ ରହିଯାଇପାରନ୍ତି।

ଖେଳାଳି (୨ କୋଟି ଟଙ୍କା ମୂଳଦର)

ହର୍ଷଲ ପଟେଲ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଦାର ଯାଦବ, ମୁଜିବ ଉର ରହମାନ, ସିନ୍‌‌ ଆବୋଟ, ପ୍ୟାଟ କମିନ୍ସ, ଜୋଶ ହାଜଲେଉଡ, ଟ୍ରାଭିସ ହେଡ, ଜୋଶ ଇଂଲିଶ୍‌‌, ମିଚେଲ ଷ୍ଟାର୍କ, ଷ୍ଟିଭ ସ୍ମିଥ୍‌‌, ମୁସ୍ତାଫିଜୁର ରହମାନ, ଟମ୍‌‌ ବାଣ୍ଟନ, ହ୍ୟାରୀ ବ୍ରୁକ୍‌‌, ବେନ୍‌‌ ଡକେଟ, ଜେମି ଓଭରଟନ, ଆଦିଲ ରସିଦ, ଡେଭିଡ୍‌‌ ୱିଲି, କ୍ରିସ୍‌‌ ୱକ୍ସ, ଲୋକି ଫର୍ଗୁସନ, ଗେରାଲ୍ଡ କଟଜି, ରିଲି ରୁଷୋ, ରାସି ଭାନ ଡେର ଡୁସେନ ଓ ଆଞ୍ଜେଲୋ ମାଥ୍ୟୁସ।

ଖେଳାଳି (ଦେଢ କୋଟି ଟଙ୍କା ମୂଳଦର)

ମହମ୍ମଦ ନବୀ, ମୋଇସେସ ହେନେରିକ୍ସ, କ୍ରିସ ଲିନ୍‌‌, କେନ ରିଚାର୍ଡସନ, ଡାନିଏଲ ସାମ୍ସ, ଡାନିଏଲ ଓରାଲ, ଟମ୍‌‌ କୁରାନ, ମର୍ଚ୍ଚାଣ୍ଟ ଡି ଲାଙ୍ଗ୍‌‌, କ୍ରିସ ଜୋର୍ଡାନ, ଦାୱିଦ ମଲନ, ତିମାନ ମିଲ୍ସ, ଫିଲ ସଲ୍ଟ, କୋରି ଆଣ୍ଡରସନ, କଲିନ ମୁନରୋ, ଜିମି ନିଶାମ, ଟିମ୍‌‌ ସାଉଦି, କଲିନ ମୁନରୋ, ୱାନିନ୍ଦୁ ହସରଙ୍ଗା, ଜାସନ ହୋଲ୍ଡର ଓ ଶେରଫାନ ରଦରଫର୍ଡ।

ଖେଳାଳି (ଏକ କୋଟି ଟଙ୍କା ମୂଳଦର)

ଆଷ୍ଟନ ଅଗର, ରିଲି ମେରେଡିଥ୍‌‌, ଡି’ଅର୍ସି ସର୍ଟ, ଅଷ୍ଟନ ଟର୍ଣ୍ଣର, ଗୁସ୍‌‌ ଅଟକିନସନ, ସାମ ବିଲିଙ୍ଗ୍‌‌ସ, ମାଇକେଲ ବ୍ରାସୱେଲ, ମାର୍ଟିନ ଗୁପ୍ଟିଲ, କାଏଲ ଜେମିସନ, ଆଡାମ ମିଲନେ, ଡାରିଲ ମିଚେଲ, ୱେନ ପାର୍ଣ୍ଣେଲ, ଡ୍ୱେନ ପ୍ରିଟୋରିୟସ, ଅଲଜାରି ଜୋଶେଫ୍‌‌, ରୋଭମାନ ପୱେଲ ଓ ଡେଭିଡ୍‌‌ ୱାଇଜ।

୨୦୨୪ ଆଇପିଏଲ୍‌ ପୂର୍ବରୁ ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ ଛାଡ଼ିଲା ଚେନ୍ନାଇ ସୁପର କିଙ୍ଗସ୍‌
ବେଙ୍ଗାଲୁରୁ: ବିଶ୍ବର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୭ତମ ସଂସ୍କରଣର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଇପିଏଲ ପାଇଁ ନିଲାମୀ ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବ । ତେଣୁ ଏହା ପୂର୍ବରୁ ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ଟିମ ଖେଳାଳି ରିଟେନ ଏବଂ ରିଲିଜ କରିଛନ୍ତି। ତେବେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଆଇପିଏଲରେ ସାମିଲ ଥିବା ଶୁଭ୍ରାଂଶୁ ସେନାପତିଙ୍କୁ ଛାଡିଛି ଚେନ୍ନାଇ ସୁପର କିଙ୍ଗସ୍‌। ଗତ ଦୁଇ ବର୍ଷ ହେବ ଚେନ୍ନାଇ ସୁପର କିଙ୍ଗସ୍‌ରେ ସ୍ଥାନ ପାଇଥିଲେ ଶୁଭ୍ରାଂଶୁ ସେନାପତି। କିନ୍ତୁ ଚଳିତ ଆଇପିଏଲ ସିଜିନ୍‌ ଆରମ୍ଭ ପୂର୍ବରୁ ଶୁଭ୍ରାଂଶୁ ସେନାପତିଙ୍କୁ ଦଳରୁ ରିଲିଜ୍‌ କରିଛି ସିଏସ୍‌କେ। ଶୁଭ୍ରାଂଶୁ ସେନାପତିଙ୍କ ସହ ଚେନ୍ନାଇ ସୁପର କିଙ୍ଗସ୍‌ ମୋଟ୍‌ ୮ ଜଣ ଖେଳାଳିଙ୍କୁ ଚଳିତ ସିଜିନ୍‌ ପୁର୍ବରୁ ରିଲିଜ୍‌ କରିଛି ।

ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତି ଦୁଇ ବର୍ଷ ହେଲା ଚେନ୍ନାଇ ସୁପର କିଙ୍ଗସ୍‌ରେ ସ୍ଥାନ ପାଇଥିଲେ ବି ଗୋଟିଏ ମ୍ୟାଚ୍‌ ଖେଳିବା ପାଇଁ ସୁଯୋଗ ପାଇ ନ ଥିଲେ । ୨୦୨୨ ଆଇପିଏଲ ପୂର୍ବରୁ ହୋଇଥିବା ମିନି ନିଲାମିରେ ଶୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା ଚେନ୍ନାଇ। ତେବେ ଆଜି ଚେନ୍ନାଇ ସୁପର କିଙ୍ଗସ୍‌ ରିଲିଜ୍‌ କରିଥିବା ୮ ଖେଳାଳିଙ୍କ ମଧ୍ୟରେ ବେନ୍‌ ଷ୍ଟୋକ୍ସ, ପ୍ରିଟୋରିଓସ୍‌, ଅମ୍ବାତି ରାୟୁଡୁ,କାଇଲ ଜେମିସନ, ଭଗତ ବର୍ମା, ଆକାଶ ସିଂ,ଶୁଭ୍ରାଂଶୁ ସେନାପତି ଓ ଜାମିସନ୍‌ ଭଳି ଖେଳାଳି ରହିଛନ୍ତି। ଯାହାଫଳରେ ଚେନ୍ନାଇ ୩୨.୧ କୋଟି ଟଙ୍କା ନେଇ ଡିସେମ୍ବର ୧୯ରେ ହେବାକୁ ଥିବା ମିନି ନିଲାମକୁ ଯିବ। ବେନ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ ଚେନ୍ନାଇ କ୍ରୟ କରିଥିବାରୁ ସେ ରିଲିଜ ହେବା ଫଳରେ ଦଳର ମୋଟା ଅଙ୍କା ଅର୍ଥ ବଞ୍ଚିଛି।

ଅନ୍ୟପଟେ ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ୍‌ ଦଳରେ ଡେଭିଡ କନୱେ, ରୁତୁରାଜ ଗାଇକୱାଡ, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ଶେଖ ରସିଦ, ଅଜିଙ୍କ୍ୟ ରାହାନେ, ମିଚେଲ ସାଣ୍ଟନର୍, ଶିବମ୍ ଦୁବେ, ମୋଇନ୍ ଅଲି, ରବିନ୍ଦ୍ର ଜାଡେଜା, ନିଶାନ୍ତ ସିନ୍ଧୁ, ଅଜୟ ମଣ୍ଡଳ, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମୁକେଶ ଚୌଧୁରୀ, ମେହଶ ତିକ୍ଷିନ୍ନା,ସିମରଜିତ ସିଂ, ରାଜବର୍ଦ୍ଧନ ହାଙ୍ଗରକର, ମାଥିଶା ପଥିରାନା, ପ୍ରଶାନ୍ତ ସୋଲାନକି ରହିଛନ୍ତି।