IPL 2024 - The Sakala

ଆଇପିଏଲ୍‌ କ୍ୱାଲିଫାୟର-୨ ମୁକାବିଲା: ଫାଇନାଲ ଲକ୍ଷ୍ୟରେ ହାଇଦ୍ରାବାଦ, ରାଜସ୍ଥାନ
ଚେନ୍ନଇ:  ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ୧୭ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଦୁଇଟି ମ୍ୟାଚ୍‌ ପରେ କେଉଁ ଦଳ ଚାମ୍ପିଅନ ହେବ ତାହା ସ୍ପଷ୍ଟ ହେବ। କ୍ୱାଲିଫାୟର ୧ରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ (କେକେଆର) ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌)କୁ ପରାସ୍ତ କରି ସିଧାସଳଖ ଫାଇନାଲକୁ ଉଠିଥିଲା। ଶୁକ୍ରବାର କ୍ୱାଲିଫାୟର ୨ରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଓ ପ୍ୟାଟ କମିନ୍ସଙ୍କ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ର ବିଜୟୀ ଦଳ ଟାଇଟଲ ପାଇଁ ରବିବାର ଫାଇନାଲ ମୁକାବିଲାରେ କୋଲକାତାକୁ ଭେଟିବ। ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ପରାସ୍ତ କରି କ୍ୱାଲିଫାୟର ୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ବିଜୟୀ ହୋଇ ହାଇଦ୍ରାବାଦ ଓ ରାଜସ୍ଥାନ ଫାଇନାଲ ଟିକଟ ହାସଲ ଲକ୍ଷ୍ୟରେ ରହିଛନ୍ତି। ପୂର୍ବରୁ ଦୁଇ ଦଳ ପରସ୍ପରକୁ ୧୯ଥର ଭେଟିଥିବା ବେଳେ ହାଇଦ୍ରାବାଦ ୧୦ ଓ ରାଜସ୍ଥାନ ୯ଟି ମ୍ୟାଚ୍‌ରେ ବିଜୟୀ ହୋଇଛି।

ଟ୍ରାଭିଷେକଙ୍କ ଉପରେ ନଜର

ଏହି ମ୍ୟାଚରେ ହାଇଦ୍ରାବାଦର ପାୱାର ହିଟିଂ ଯୋଡି ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ଏବଂ ରାଜସ୍ଥାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଟ୍ରାଭିସ୍‌ ଓ ଅଭିଷେକଙ୍କୁ ପ୍ରଶଂସକମାନେ ମିଳିତ ଭାବେ ‘ଟ୍ରାଭିଷେକ’ ବୋଲି ସମ୍ବୋଧନ କରୁଛନ୍ତି। ହେଡ୍‌ ଏପର୍ଯ୍ୟନ୍ତ ୧୯୯.୬୨ ଷ୍ଟ୍ରାଇକ୍‌ରେଟ୍‌ରେ ୫୩୩ ଓ ଅଭିଷେକ ୨୦୭.୦୪ ଷ୍ଟ୍ରାଇକ୍‌ରେଟ୍‌ରେ ୪୭୦ ରନ ସଂଗ୍ରହ କରି ଜବରଦସ୍ତ ଫର୍ମରେ ରହିଛନ୍ତି। ଏହି ଦୁଇ ବ୍ୟାଟର ମିଳିତ ଭାବେ ୭୨ଟି ଛକା ଓ ୯୬ଟି ଚୌକା ମାରି ଦଳ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିଆସିଛନ୍ତି।

ହାଇଦ୍ରାବାଦ ଲାଗି ଚହଲ- ଅଶ୍ୱିନ ଚ୍ୟାଲେଞ୍ଜ୍‌

ଚେନ୍ନାଇ ଏହି ଗ୍ରାଉଣ୍ଡ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଆଚରଣ ପ୍ରଦର୍ଶନ କରିବ। ଉପ୍ପଲ, କୋଟଲା କିମ୍ବା ୱାଙ୍ଖଡେ ତୁଳନାରେ ଚେପ୍ପକରେ ମ୍ୟାଚ୍‌ ସେତେଟା ହାଇ ସ୍କୋରିଂ ହେବ ନାହିଁ। ତେଣୁ ଏଠାରେ ବଡ୍‌ ସଟ୍‌ ଖେଳିବା ସହ ବ୍ୟାଟିଂ କରିବା ଟିକିଏ ଚ୍ୟାଲେଞ୍ଜିଂ ହେବ। ଅଶ୍ୱିନଙ୍କର ଏହା ଘରୋଇ ଗ୍ରାଉଣ୍ଡ ହୋଇଥିବାରୁ ସେ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି କୁହାଯାଇପାରେ। ସେହିପରି ଚହଲଙ୍କ ଚତୁର ଲେଗ୍‌ ସ୍ପିନ୍‌ ହାଇଦ୍ରାବାଦ ବ୍ୟାଟର ତଥା ପାୱାର ହିଟରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଚେନ୍ନାଇରେ ଶୁକ୍ରବାର ବର୍ଷା ହେବାର ସମ୍ଭାବନା ନାହିଁ।

ୟର୍କର ସ୍ପେଶାଲିଷ୍ଟ ଟି ନଟରାଜନ ହାଇଦ୍ରାବାଦ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇପଡିଛି। ଘରୋଇ ଗ୍ରାଉଣ୍ଡରେ ଦଳର ସର୍ବାଧିକ ୱିକେଟ ହାସଲ କରିଥିବା ନଟରାଜନ କିଛି ଚମତ୍କାର କରିଦେଖାଇବେ ବୋଲି ଆଶା କରାଯାଉଛି। ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ପ୍ୟାଟ କୁମିନ୍ସ କିନ୍ତୁ ପ୍ରତିପକ୍ଷ ବ୍ୟାଟରଙ୍କ ସମସ୍ୟାରେ ପକାଇବେ। କିନ୍ତୁ ହାଇଦ୍ରାବାଦ ଦଳରେ କ୍ୱାଲିଟି ସ୍ପିନରଙ୍କର ଅଭାବ ରହିଛି। ଆଭରେଜ ସ୍ପିନର ମୟଙ୍କ ମାର୍କଣ୍ଡେ ଓ ବ୍ୟାଟିଂ ଉପରେ ଅଧିକ ନିର୍ଭର କରୁଥିବା ଶାହାବାଜ ଅହମ୍ମଦ ହାଇଦ୍ରାବାଦର ସ୍ପିନ୍‌ ବିଭାଗକୁ ସମ୍ଭାଳିବେ।

ବେଙ୍ଗାଲୁରୁର ବିଜୟଧାରା (କ୍ରମାଗତ ୫ ବିଜୟ)କୁ ରୋକିଥିବା ରାଜସ୍ଥାନ ଦଳରେ ଯଶସ୍ୱୀ ଜୟସ୍ୱାଲଙ୍କ ଭଳି ଦମ୍‌ଦାର ତଥା ବିସ୍ଫୋରକ ଓପନର ରହିଛନ୍ତି। କିନ୍ତୁ ଅଧିନାୟକ ସଞ୍ଜୁ ସାମସନଙ୍କୁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଏକ ଦମ୍‌ଦାର ପାଳି ଖେଳିବାକୁ ହେବ। ରାଜସ୍ଥାନ ମଧ୍ୟକ୍ରମରେ ଧ୍ରୁବ ଜୁରେଲ ପ୍ରଭାବୀ ପ୍ରଦର୍ଶନ କରିବେ। ସେହିପରି ୱେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟର ସିମରନ ହେଟମାୟର ଓ ରୋଭମାନ ପାୱେଲ ପୁଣିଥରେ ଧୂଆଁଧାର ପାଳି ଖେଳିବେ ବୋଲି ଆଶା କରାଯାଉଛି। ଇନ୍‌ଫର୍ମ ଆସାମ ଯୁବ ବ୍ୟାଟର ରିୟାନ ପରାଗଙ୍କୁ ନିଜ ପ୍ରତିଭା ଓ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାକୁ ପଡିବ। ମୋଟମୋଟି ଉପରେ ଏହି ମ୍ୟାଚ୍‌ ଜବରଦସ୍ତ ରୋମାଞ୍ଚ ଓ ସଂଘର୍ଷ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ସମ୍ଭାବ୍ୟ ଦଳ

ହାଇଦ୍ରାବାଦ: ଟ୍ରାଭିସ ହେଡ, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ନୀତୀଶ ରେଡ୍ଡୀ, ହେନରିଚ କ୍ଲାସେନ (ୱିକେଟକିପର), ଅବଦୁଲ ସମାଦ, ଶାହାବାଜ ଅହମ୍ମଦ, ପ୍ୟାଟ କମିନ୍ସ (ଅଧିନାୟକ), ଭୁବନେଶ୍ୱର କୁମାର, ବିଜୟକାନ୍ତ ଭିୟାସକାନ୍ତ ଓ ଟି ନଟରାଜନ।

ରାଜସ୍ଥାନ: ଯଶସ୍ୱୀ ଜୟସ୍ୱାଲ, ଟମ୍‌ କୋହେଲର- କାଡମୋର, ସଞ୍ଜୁ ସାମସନ (ଅଧିନାୟକ/ୱିକେଟରକ୍ଷକ), ରିୟାନ ପରାଗ, ଧ୍ରୁବ ଜୁରେଲ, ରୋଭମାନ ପାୱେଲ, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଆଭେଷ ଖାନ, ସନ୍ଦୀପ ଶର୍ମା ଓ ୟୁଜବେନ୍ଦ୍ର ଚହଲ।

ଆଇପିଏଲ କ୍ବାଲିଫାୟର-୧: କେକେଆରକୁ ୧୬୦ ରନର ଟାର୍ଗେଟ ଦେଲା ସନ୍ ରାଇଜର୍ସ ହାଇଦ୍ରାବାଦ୍
ଅହମଦାବାଦ୍: ଆଇପିଏଲ କ୍ବାଲିଫାୟର-୧ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ମୁହାଁମୁହିଁ ହୋଇଛନ୍ତି। ଅହମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ସନ୍ ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୫୯ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ କେକେଆରକୁ ୧୬୦ ରନର ଆବଶ୍ୟକତା ରହିଛି।

ସନ୍ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟ୍ରାଭିସ୍ ହେଡ୍ ୨ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ଅଭିଷେକ ଶର୍ମା ୪ ବଲରେ ୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରାହୁଲ ତ୍ରିପାଠୀ ସମ୍ଭଳିଥିଲେ। ରାହୁଲ ତ୍ରିପାଠୀ ୩୫ ବଲରେ ୫୫ ରନ କରି ଆଉଟ ହୋଇଥିଲେ। ନୀତୀଶ ରେଡ୍ଡୀ ୧୦ ବଲରେ ୯ ରନ କରି ଆଉଟ ହୋଇଥିଲେ। ଶାହାବାଜ ଅହମ୍ମଦ କୌଣସି ରନ ନ କରି ଆଉଟ ହୋଇଥିଲେ। ହେନ୍ରିଚ୍ କ୍ଲାସେନ୍ ୨୧ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ସାନବୀର ସିଂ ମଧ୍ୟ କୌଣସି ରନ ନ କରି ଆଉଟ ହୋଇଥିଲେ। ପାରିକୁ ଅବଦୁଲ ସମଦ ଓ ପ୍ୟାଟ୍ କମିନ୍ସ ସମ୍ଭାଳିଥିଲେ। ପରେ ଅବଦୁଲ ସମଦ ୧୨ ବଲରେ ୧୬ରନ କରି ଆଉଟ ହୋଇଥିଲେ। ଭୁବନେଶ୍ୱର କୁମାର ମଧ୍ୟ ୩ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ପ୍ୟାଟ୍ କମିନ୍ସ ୨୪ ବଲରେ ୩୦ ରନ କରି ଆଉଟ ହୋଇଥିଲେ।

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ୱିକେଟ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀ ୨ଟି ୱିକେଟ ନେଇଥିବା ବେଳେ ବୈଭବ ଆରୋରା, ହର୍ଷିତ ରାଣା, ଆଣ୍ଡ୍ରେ ରସେଲ ଓ ସୁନୀଲ ନାରିନ ଗୋଟିଏ ଲେଖଏଁ ୱିକେଟ ନେଇଥିଲେ।

ଆଇପିଏଲ୍‌ ୨୦୨୪: ବେଙ୍ଗାଲୁରୁକୁ ୧୮୨ ରନର ଟାର୍ଗେଟ ଦେଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍
ବେଙ୍ଗାଲୁରୁ: ଆଇପିଏଲ୍‌ ୨୦୨୪ର ୧୫ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ (ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ବେଙ୍ଗାଲୁରୁ ଏମ୍ ଚିନ୍ନାସ୍ବାମୀ ‌ଷ୍ଟାହିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାପ୍ ଡି ଫ୍ଲାସିସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୮୧ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧୮୨ ରନର ଆବଶ୍ୟକତା ରହିଛି।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପକ୍ଷରୁ କ୍ବିଟନ ଡି କକ୍ ୫୬ ବଲରେ ୮୧ ରନ କରି ଆଉଟ ହୋଇଥିଲେ। କେଏଲ ରାହୁଲ ୧୪ ବଲରେ ୨୦ ରନ କରି ଆଉଟ ହୋଇଥିଲେ। ଦେବୁଦତ ପାଦିକଲ ୧୧ ବଲରେ ୬ ରନ କରି ଆଉଟ ହୋଇଥିଲେ। ମାର୍କସ ଷ୍ଟଇନିସ ୧୫ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ଆୟୁବ ବଦୋନି ୩ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ।ନିକୋଲସ ପୁରନ ୨୧ ବଲରେ ୪୦ ରନ କରି ଅପରାଜିତ ରହିଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଗ୍ଲେନ୍ ମ୍ୟାକ୍ସୱେଲ ୨ଟି ୱିକେଟ ନେଇଥିଲେ। ରିସ୍ ଟପଲେ, ୟଶ ଦୟାଲ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆଇପିଏଲ୍ ୨୦୨୪: କୋଲକାତାକୁ ୧୮୩ ରନର ଟାର୍ଗେଟ ଦେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ବେଙ୍ଗାଲୁରୁ: ଆଇପିଏଲ୍ ୧୭ତମ ସଂସ୍କରଣରେ ଦଶମ ଲିଗ୍ ମୁକା ବିଲାରେ ମୁହାଁମୁହିଁ ହୋଇଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ କୋଲକାତା ନାଇଟ୍ ରାଇଡର୍ସକୁ ୧୮୩ ରନର ଆବଶ୍ୟକତା ରହିଛି।

ଆରସିବି ପକ୍ଷରୁ ଫାଫ୍ ଡୁପ୍ଲେସିସ୍ ୬ ବଲରେ ୮ ରନ କରି ଆଉଟ ହୋଇଥିଲେ। କ୍ୟାମେରନ୍ ଗ୍ରୀନ୍ ୨୧ ବଲରେ ୩୩ ରନ କରି ଆଉଟ ହୋଇଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ୧୯ ବଲରେ ୨୮ ରନ, ରଜତ ପାଟିଦାର ୪ ବଲରେ ୩ ରନ ଓ ଅନୁଜ ରାୱତ ୩ ବଲରେ ୩ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ଗୋଟିଏ ପଟେ ପାରିକୁ ସମ୍ଭାଳିଥିଲେ। ବିରାଟ କୋହଲି ୫୯ ବଲର ୮୩ ରନ କରି ଅପରାଜିତ ରହିଥିବା ବେଳେ ଦୀନେଶ କାର୍ତ୍ତିକ ୮ ବଲରେ ୨୦ ରନ କରି ରନଆଉଟ ହୋଇଥିଲେ।

କେକେଆର ପକ୍ଷରୁ ହର୍ଷିତ ରାଣା ଓ ଆଣ୍ଡ୍ରେ ରସେଲ ୨ଟି ଲେଖାଏଁ ୱିକେଟ ନେଇଥିବାବେଳେ ସୁନୀଲ ନାରିନ ଗୋଟିଏ ୱିକେଟ ନେଇଥିଲେ।

ଆଇପିଏଲ୍ ୨୦୨୪: ହାଇଦ୍ରାବାଦର ଦମଦାର ବ୍ୟାଟିଂ, ମୁମ୍ବାଇକୁ ଦେଲା ୨୭୮ ରନର ଟାର୍ଗେଟ୍
ହାଇଦ୍ରାବାଦ୍: ଆଇପିଏଲ୍ ୨୦୨୪ର ଅଷ୍ଟମ ମ୍ୟାଚରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍  ଏବଂ ମୁମ୍ବାଇ ଇଣ୍ଡିଆନ୍ସ  ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦ୍ ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସ ଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ସନରାଇଜର୍ସ ହାଇଦ୍ରାବାଦ୍ ନିର୍ଦ୍ଧାରିତ ଓଭରରେ ୩ ୱିିିିିିିିିିିିିିିିିିିିିିିକେଟ ହରାଇ ୨୭୭ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୭୮ ରନର ଆବଶ୍ୟକତା ରହିଛି।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟ୍ରାଭିସ୍ ହେଡ ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। ୨୪ ବଲରେ ୬୨ ରନ କରି ଟ୍ରାଭିସ୍ ହେଡ ଆଉଟ ହୋଇଥିଲେ। ମାୟଙ୍କ ଅଗ୍ରୱାଲ ୧୩ ବଲରେ ୧୧ ରନ କରି ଆଉଟ ହୋଇଥିଲେୟ ଅଭିଷେକ ଶର୍ମା ମଧ୍ୟ ଏକ ଧୂଆଁଦାର ଇଂନିସ ଖେଳିଥିେଲେ। ୨୩ ବଲରେ ୬୩ ରନ କରି ଅଭିଷେକ ଶର୍ମା ଆଉଟ ହୋଇଥିଲେ। ପରେ ପାରିକୁ ଆଡେନ ମାର୍କ୍ରାମ  ଓ ହେନ୍ରିଚ କ୍ଲାସେନ ସମ୍ଭାଳିଥିଲେ। ହେନ୍ରିଚ କ୍ଲାସେନ ମଧ୍ୟ ଏକ ଦମଦାର ଇଂନିସ ଖେଳିଥିଲେ। କ୍ଲାସେନ ୩୪ ବଲରେ ୮୦ ରନ କରି ଅପରଜାରିତ ରହିଥିବାବେଳେ ଆଡେନ ମାର୍କ୍ରାମ ୨୮ ବଲରେ ୪୨ ରନ କରି ଅପରାଜିତ ରହିଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜେରାଲ୍ଡ କୋଟେଜୀ, କ୍ୱେନା ମାଫାକା ଓ  ପୀୟୁଷ ଚାୱଲା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

IPL ଅଧିନାୟକତ୍ବ ଛାଡ଼ିଲେ ମହେନ୍ଦ୍ର ସିଂହ ଧୋନି, ଋତୁରାଜ ଗାଏକ୍ବାଡ଼ ହେଲେ CSKର ନୂଆ ଅଧିନାୟକ
ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଘରୋଇ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ତମ ସଂସ୍କରଣ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ। ଚଳିତ ଆଇପିଏଲର ପ୍ରଥମ ତଥା ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଗତଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତେବେ ଉଦଘାଟନୀ ମୁକାବିଲା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ କରିଛି। ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନରେ ଋତୁରାଜ ଗାଏକ୍ବାଡ଼ଙ୍କୁ ଦଳର ନୂତନ ଅଧିନାୟକ କରାଯାଇଛି। ଆଇପିଏଲ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆଇପିଏଲର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ଚେନ୍ନାଇ ସୁପର କିଙ୍ଗ୍‌ସ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଧୋନି ଆଉ ଦଳର ଅଧିନାୟକ ନୁହଁନ୍ତି, ଋତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ମହେନ୍ଦ୍ର ସିଂ ଧୋନି। ୨୦୧୯ରୁ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଏକ ଅଂଶ ଭାବରେ ଋତୁରାଜ ଗାଏକ୍ୱାଡ ରହିଆସିଛନ୍ତି। ଏହି ସମୟ ମଧ୍ୟରେ ଆଇପିଏଲରେ ୫୨ଟି ମ୍ୟାଚ୍ ଖେଳିଛନ୍ତି ଋତୁରାଜ।

୨୭ ବର୍ଷିୟ ଋତୁରାଜ ଗାଓକ୍ୱାର୍ଡ ଚେନ୍ନାଇ ଦଳର ୪ର୍ଥ ଅଧିନାୟକ ଭାବେ ଦାୟିତ୍ୱ ନେବେ । ଏହା ପୂର୍ବରୁ ଧୋନୀଙ୍କ ବ୍ୟତୀତ ସୁରେଶ ରାଇନା ଓ ରବିନ୍ଦ୍ର ଜାଡେଜା ଅଧିନାୟକ ରହିସାରିଛନ୍ତି । ଧୋନୀ ୨୧୨ ମ୍ୟାଚରେ ଅଧିନାୟକ ରହିଥିବା ବେଳେ ଜାଡେଜା ୮ ଓ ରାଇନା ୫ ମ୍ୟାଚରେ ଅଧିନାୟକ ରହିଛନ୍ତି ।

ଧୋନି ଫଟୋସୁଟରେ ଯୋଗ ଦେଇନଥିଲେ

ପ୍ରତିଥର ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସବୁ ଦଳର ଅଧିନାୟକ ଟ୍ରଫି ସହ ଫଟୋସୁଟ୍ କରିଥାନ୍ତି। ଚଳିତ ଋତୁରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେଉଁଠାରେ ସମସ୍ତ ୧୦ଟି ଦଳର ଅଧିନାୟକଙ୍କୁ ଫଟୋସୁଟ୍ ପାଇଁ ଡକାଯାଇଥିଲା। କିନ୍ତୁ ଧୋନି ଏହି ଫଟୋସେସନରେ ଯୋଗ ଦେଇନଥିଲେ । ତାଙ୍କ ସ୍ଥାନରେ ଦଳର ଯୁବ ଓପନର ଋତୁରାଜ ଗାଇକୱାଡ ଯୋଗ ଦେଇଥିଲେ ।

ଅବସର ନେଇ ପାରନ୍ତି ଧୋନି

ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକ ପଦ ଛାଡ଼ିବା ପରେ ଆଇପିଏଲର ଏକ ସୁବର୍ଣ୍ଣ ଯୁଗର ଅନ୍ତ ହୋଇଛି। ଏମଏସ ଧୋନି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ ଥିଲେ । ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଏମଏସଙ୍କ ଅଧିନାୟକତ୍ୱରେ ସିଏସକେ ମୋଟ ୫ଟି ଆଇପିଏଲ ଟାଇଟଲ ଜିତିଥିଲା । ତାଙ୍କ ଦଳ ଗତ ସିଜନରେ ବି ଚାମ୍ପିୟନ ହୋଇଥିଲା।

ଅନ୍ୟପଟେ ଚେନ୍ନାଇର ଚେନ୍ନାଇ ସୁପର କିଙ୍ଗ୍‌ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ଆଇପିଏଲ୍ କ୍ୟାରିୟରର ଶେଷ ସିଜନରେ ଖେଳୁଥିବା ଦେଖିବାକୁ ମିଳିବେ।  ଅଧିନାୟକତ୍ୱରେ ହଠାତ୍ ପରିବର୍ତ୍ତନ ପରେ, ଏହି ସିଜିନ୍‌ ପରେ ସେ ଆଇପିଏଲରୁ ଅବସର ଘୋଷଣା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ୪୨ ବର୍ଷୀୟ ଧୋନି  ୨୧୨ ଟି ମ୍ୟାଚରେ ଚେନ୍ନାଇକୁ ଅଧିନାୟକ କରିଛନ୍ତି।

ଆଇପିଏଲ୍‌-୨୦୨୪ ସିଜିନରୁ ବାଦ୍‌ ପଡ଼ିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା !
ମୁମ୍ବଇ: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟକା । ଆଇପିଏଲ ୨୦୨୪ ସିଜିନରୁ ବାଦ ପଡ଼ିପାରନ୍ତି ଅଭିଜ୍ଞ ଅଲରାଉଣ୍ଡର ତଥା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପାଣ୍ଡ୍ୟା ଏବେ ଆଘାତ ସମସ୍ୟା କାରଣରୁ ଆଇପିଏଲ୍‌ରୁ ବାଦ୍‌ ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି ହୋଇଛି। ଅଭିଜ୍ଞ ବ୍ୟାଟର ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା।

ରୋହିତ ମୁମ୍ବାଇକୁ ଆଇପିଏଲ୍‌ରେ ୫ଥର ଚାମ୍ପିଅନ କରାଇଥିଲେ। ଏହା ସତ୍ତେ୍ୱ ରୋହିତଙ୍କଠାରୁ ମୁମ୍ବାଇ ନେତୃତ୍ୱ ଛଡାଇ ନେଇଛି। ଏଥିରେ କ୍ରିକେଟ ପ୍ରଶଂସକମାନେ ଚକିତ ହୋଇଥିଲେ। ମୁମ୍ବାଇ ଟ୍ରେଡିଂ ୱିଣ୍ଡୋ ଜରିଆରେ ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟନ୍ସଠାରୁ ନିଜ ଦଳରେ ସାମିଲ କରିଥିଲା। କିନ୍ତୁ ପାଣ୍ଡ୍ୟାଙ୍କ ଫିଟ୍‌ନେସ୍‌ ନେଇ ଏପର୍ଯ୍ୟନ୍ତ କୌଣସି ଅପଡେଟ୍‌ ମିଳିପାରିନାହିଁ। ତେଣୁ ସେ ମୁମ୍ବାଇ ପାଇଁ ଆଇପିଏଲ୍‌ ଖେଳିବେ କି ନା ସେ ନେଇ ଆଶଙ୍କା ବଢିବାରେ ଲାଗିଛି। ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସକୁ ୨୦୨୨ ଆଇପିଏଲ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା। ଗତ ବିଶ୍ୱକପ୍‌ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପାଣ୍ଡ୍ୟା ଆହତ ହୋଇ ବାଦ୍‌ ପଡିଥିଲେ। ସେବେଠାରୁ ସେ କ୍ରିକେଟରୁ ଦୂରେଇ ରହିଛନ୍ତି।

ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଖେଳାଳି ହେଲେ ପ୍ୟାଟ୍ କମିନ୍ସ
ନୂଆଦିଲ୍ଲୀ: ଆଇପିଏଲ୍  ଇତିହାସର ସବୁଠୁ ଦାମୀ ଖେଳାଳି ହୋଇଛନ୍ତି କମିନ୍ସ । ୨୦.୫୦ କୋଟିରେ ବିକ୍ରି ହେଲେ କମିନ୍ସ । ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣିଛି। ପ୍ରଥମଥର ପାଇଁ ଆଇପିଏଲ୍‌ ଇତିହାସରେ ୨୦ କୋଟି ବ୍ୟୟରେ କୌଣସି ଖେଳାଳିଙ୍କୁ କିଣାଯାଇଛି । କମିନ୍ସଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଥିବା ବେଳେ ୨୦.୫୦ କୋଟିରେ ବିକ୍ରି ହୋଇଛନ୍ତି । ବାଙ୍ଗାଲୋର ସହ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ପରେ କିଣିଥିଲା ହାଇଦ୍ରାବାଦ ।

-୧୪ କୋଟିରେ ଡାରେଲ ମିଚେଲଙ୍କୁ କିଣିଲା ଚେନ୍ନାଇ ସୁପର କିଙ୍ଗସ

-ହର୍ଷଲ ପଟେଲଙ୍କୁ ୧୧.୭୫ କୋଟିରେ କିଣିଲା ପଞ୍ଜାବ କିଙ୍ଗସ୍

-ୱେଷ୍ଟଇଣ୍ଡିଜର ପାୱେଲଙ୍କୁ ୭.୪ କୋଟିରେ କିଣିଲା ରାଜସ୍ଥାନ

-ବିଶ୍ବକପ ଫାଇନାଲ ହିରୋ ଟ୍ରାଭିସ୍‌ ହେଡ୍‌ଙ୍କୁ ୬.୮ କୋଟି ଟଙ୍କାରେ କିଣିଲା ହାଇଦ୍ରାବାଦ

– ଜେରାଲ୍ଡ କର୍ଟେଜଙ୍କୁ ୫ କୋଟିରେ କିଣିଲା ମୁମ୍ବାଇ ଇଣ୍ତିଆନ୍ସ

– କ୍ରିସ ୱକ୍ସଙ୍କୁ ୪.୨ କୋଟି ଟଙ୍କାରେ କିଣିଲା ପଞ୍ଜାବ

-ଶ୍ରୀଲଙ୍କାର ହସରଙ୍ଗାଙ୍କୁ ଦେଢ଼ କୋଟିରେ କିଣିଲା ହାଇଦ୍ରାବାଦ

– ନ୍ୟୁଜିଲାଣ୍ଡ ଷ୍ଟାର କ୍ରିକେଟର ରଚିନ ରବିନ୍ଦ୍ରଙ୍କୁ ୧.୮୦ କୋଟିରେ ନେଲା ଚେନ୍ନାଇ

ପୁଣିଥରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦ ସମ୍ଭାଳିବେ ଶ୍ରେୟସ ଆୟର
କୋଲାକାତା: ଆଇପିଏଲ ୨୦୨୪ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଦଳମାନେ କିଛି ଖେଳାଳିଙ୍କୁ ଛାଡ଼ିଥିବାବେଳେ ଆଉ କିଛି ଖେଳାଳିଙ୍କୁ ରିଟେନ କରିଛନ୍ତି । ତେବେ ସମସ୍ତ ଦଳ ଚାମ୍ପିଅନ ହେବା ଲକ୍ଷ୍ୟରେ ନିଜର ଟିମ ପ୍ରସ୍ତୁତ କରୁଛନ୍ତି । ନିଲାମୀରେ କିଏ କାହାକୁ କିଣିବ ତାକୁ ନେଇ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ପୁଣିଥରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦ ସମ୍ଭାଳିବେ ଶ୍ରେୟସ ଆୟର। କେକେଆର ପକ୍ଷରୁ ଭେଙ୍କି ଏହି ସୂଚନା ଦେଇଛନ୍ତି ।

୨୦୨୨ ସିଜିନରେ କେକେଆର ଦଳର ଅଧିନାୟକ ଭାବେ ଖେଳି ଶ୍ରେୟସ ଦମଦାର ପ୍ରଦର୍ଶନ କରିଥିଲେ । ତେବେ ୨୦୨୩ରେ ଆହତ କାରଣରୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିପାରିନଥିଲେ । ମାତ୍ର ଏବେ ଦଳ ତାଙ୍କ ଉପରେ ଭରସା ରଖିଥିବାବେଳେ ପୁଣିଥରେ ଗୁରୁ ଦାୟିତ୍ବ ଦେଇଛି ।

୨୦୨୩ ସିଜିନରେ ନୀତିଶ ରାଣା କୋଲକାତାର ଅଧିନାୟକଭାବେ ଦଳର ମଙ୍ଗ ଧରିଥିଲେ। ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା କ୍ବାଲିଫାୟର ଖେଳିପାରି ନ ଥିଲା । ଦଳ ଏବେ ନୀତିଶ ରାଣାଙ୍କୁ ଉପଅଧିନାୟକ ପଦ ଦେଇଛି । ସେପଟେ ଗୌତମ ଗମ୍ଭୀର ପୁଣିଥରେ କୋଲକାତା ସହ ଯୋଡ଼ି ହୋଇଛନ୍ତି। ସେ ମେଣ୍ଟରଭାବେ ଚଳିତ ସିଜିନରେ କୋଲକାତାରେ ଯୋଗ ଦେଇଛନ୍ତି। ଦଳ ଚଳିତ ସିଜିନରେ ଏକ ବଡ଼ ମିଶନ ନେଇ ମଇଦାନକୁ ଓହ୍ଲାଇବ।

ଚଳିତ ଆଇପିଏଲରେ ୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ୫ ଖେଳାଳି, ୧୯ରେ ଦୁବାଇରେ ହେବ ନିଲାମୀ
ନୂଆଦିଲ୍ଲୀ : ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ର ଆଗାମୀ ୨୦୨୪ ସଂସ୍କରଣର ଖେଳାଳି ନିଲାମୀ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଡିସେମ୍ବର ୧୯ରେ ଦୁବାଇରେ ମିନି ଖେଳାଳି ନିଲାମୀର ଆୟୋଜନ ହେବ। ଆଇପିଏଲ୍‌‌ କର୍ତ୍ତୁପକ୍ଷ ଏ ନେଇ ସୂଚନା ଦେଇଛନ୍ତି। ଏଥର ଗତବର୍ଷ ତୁଳନାରେ ଫ୍ରାଞ୍ଚାଇଜ୍‌‌ଗୁଡିକରେ ନିକଟରେ ଖେଳାଳିମାନଙ୍କୁ କ୍ରୟ କରିବାକୁ ଅଧିକ ୫ କୋଟି ଟଙ୍କା ଅଧିକ ରହିଛି। ତେଣୁ ଫ୍ରାଞ୍ଜାଇଜ୍‌‌ଗୁଡିକ ଖେଳାଳି କ୍ରୟ କରିବାରେ ଅପେକ୍ଷାକୃତ ଅଧିକ ସୁଯୋଗ ଓ ସ୍ୱାଧୀନତା ପାଇବେ।

ଗତ ସଂସ୍କରଣରେ ଫ୍ରଞ୍ଚାଇଜ୍‌‌ଗୁଡିକ ନିକଟରେ ୯୫ କୋଟି ଟଙ୍କାର ପର୍ସ ବା ଅର୍ଥରାଶି ନିର୍ଦ୍ଧାରିତ ଥିଲା। ଏଥର କିନ୍ତୁ ୧୦୦ କୋଟି ଟଙ୍କାର ପର୍ସ ରହିଛି। ଏଥସହ ଗତ ସଂସ୍କରଣରେ ବଳିଥିବା ଅର୍ଥକୁ ମଧ୍ୟ ଦଳଗୁଡିକ ବ୍ୟବହାର କରିପାରିବେ। ଏଥର ଖେଳାଳି ନୀଲାମିରେ ଅଂଶଗ୍ରହଣ କରିବାକୁ ୧୧୬୬ ଜଣ ଖେଳାଳି ପଞ୍ଜୀକୃତ ହୋଇଛନ୍ତି। ଏଥିରେ ୮୩୦ ଜଣ ଭାରତୀୟ ଓ ୩୩୬ ଜଣ ବିଦେଶୀ ଖେଳାଳି ସାମିଲ ରହିଛନ୍ତି। ବିଦେଶୀ ଖେଳାଳିମାନଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ, ପ୍ୟାଟ କମିନ୍ସ, ଟ୍ରାଭିସ ହେଡ, ଜେରାଲ୍ଡ କୁଟ୍‌‌ଜୀ ଓ ରଚିନ ରବୀନ୍ଦ୍ରଙ୍କ ଭଳି ତାରକା ବିଦେଶୀ ଖେଳାଳି ଏହି ନିଲାମୀରେ ସାମିଲ ହେବେ। ସେହିପରି ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ହର୍ଷଲ ପଟେଲ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ ଓ ଜୟଦେବ ଉନାଦକତଙ୍କ ଭଳି ତାରକା କ୍ରିକେଟର ସାମିଲ ରହିଛନ୍ତି। ଏମାନଙ୍କ ମୂଲ୍ୟ ନିଲାମୀରେ ୧୦ କୋଟି ଟଙ୍କା ପାର କରିପାରେ।

୧୦ଟି ଦଳରେ ୭୭ ଖେଳାଳିଙ୍କ ସ୍ଥାନ ଖାଲି ଅଛି

ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ୧୦ଟି ଦଳ ସେମାନଙ୍କ ଅଧିକାଂଶ ଖେଳାଳିଙ୍କୁ ରିଟେନ ଅର୍ଥାତ ବଜାୟ ରଖିଛନ୍ତି। ତେଣୁ ଅତିବେଶୀରେ ୭୭ ଜଣ ଖେଳାଳିଙ୍କୁ ଏହି ନିଲାମୀରେ ଦଳଗୁଡିକ କ୍ରୟ କରିପାରିବେ। ୭୭ଜଣଙ୍କ ମଧ୍ୟରେ ୩୦ଜଣ ବିଦେଶୀ ବିଭିନ୍ନ ଦଳରେ ସାମିଲ ହୋଇପାରିବେ। ସବୁ ଫ୍ରଞ୍ଚାଇଜ୍‌‌ ନିକଟରେ ୨୬୨. ୯୫ କୋଟି ଟଙ୍କା ଅର୍ଥ ବାକି ରହିଛି। ପ୍ରତ୍ୟେକ ଦଳ ନିକଟରେ ଏଥର ୧୦୦ କୋଟି ଟଙ୍କାର ଅର୍ଥ ରହିବ।

୨୦ ଖେଳାଳିଙ୍କ ମୂଳ ଦର ଦେଢ, ୧୬ଜଣଙ୍କ ଏକ କୋଟି

ନୀଲାମିରେ ଏଥର ୨୫ ଜଣ ଖେଳାଳିଙ୍କ ବେସ୍‌‌ ପ୍ରାଇସ୍‌‌ ବା ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଛି। ଏଥିରେ ଅଷ୍ଟ୍ରେଲିଆର ୭ ଓ ଭାରତର ୪ ଜଣ ଖେଳାଳି ରହିଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ, ଟ୍ରଭିସ ହେଡ, ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ, ଷ୍ଟିଭ ସ୍ମିଥ୍‌‌, ଜୋଶ ଇଂଲିଶ ଓ ସିନ ଆବୋଟଙ୍କ ବେସ ପ୍ରାଇସ୍‌‌ ୨ କୋଟି ଟଙ୍କା ରହିଛି। ନିଲାମୀରେ ଏମାନଙ୍କ ମୂଲ୍ୟରେ ଆହୁରି ବୃଦ୍ଧି ହୋଇପାରେ କିମ୍ବା କେତେଜଣ ବିକ୍ର ନ ହୋଇ ରହିପାରନ୍ତି। ସେହିପରି ହର୍ଷଲ ପଟେଲ, କେଦାର ଯାଦବ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବଙ୍କ ଭଳି ଭାରତୀୟ ଖେଳାଳିଙ୍କ ମୂଳ ଦର ସବୁଠାରୁ ଅଧିକ ରହିଛି। ଏହାକୁ ବାଦ୍‌‌ ଦେଲେ ୨୦ଜଣ ଖେଳାଳିଙ୍କ ମୂଳ ଦର ଦେଢ କୋଟି ଓ ୧୬ ଜଣଙ୍କର ୧ କୋଟି ଟଙ୍କା ରହିଛି। ସେହିପରି ୧୧୦୫ରୁ ଖେଳାଳିଙ୍କ ମୂଳ ଦର ୨୦ରୁ ୯୫ ଲକ୍ଷ ଟଙ୍କା ରହିଛି।

୫ ଖେଳାଳି ୨୦ କୋଟିରୁ ଊର୍ଦ୍ଧ୍ବରେ ବିକ୍ରି ହୋଇପାରନ୍ତି

ନିଲାମୀରେ ୫ ଜଣ ଖେଳାଳି ଏପରି ରହିଛନ୍ତି ଯେଉଁମାନେ ୨୦ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି। ରଚିନ ରବୀନ୍ଦ୍ର, ଟ୍ରାଭିସ ହେଡ୍‌‌, ଜୋଶ ହଜଲେଉଡ, ୱାନିନ୍ଦୁ ହାସରଙ୍ଗା, ମିଚେଲ ଷ୍ଟାର୍କ, ଗେରାଲ୍ଡ କଟଜି ଚଢା ଦରରେ ବିକ୍ରି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଆଉ କେତେଜଣ ତାରାକା ଖେଳାଳି ବିକ୍ରି ନ ହୋଇ ରହିଯାଇପାରନ୍ତି।

ଖେଳାଳି (୨ କୋଟି ଟଙ୍କା ମୂଳଦର)

ହର୍ଷଲ ପଟେଲ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଦାର ଯାଦବ, ମୁଜିବ ଉର ରହମାନ, ସିନ୍‌‌ ଆବୋଟ, ପ୍ୟାଟ କମିନ୍ସ, ଜୋଶ ହାଜଲେଉଡ, ଟ୍ରାଭିସ ହେଡ, ଜୋଶ ଇଂଲିଶ୍‌‌, ମିଚେଲ ଷ୍ଟାର୍କ, ଷ୍ଟିଭ ସ୍ମିଥ୍‌‌, ମୁସ୍ତାଫିଜୁର ରହମାନ, ଟମ୍‌‌ ବାଣ୍ଟନ, ହ୍ୟାରୀ ବ୍ରୁକ୍‌‌, ବେନ୍‌‌ ଡକେଟ, ଜେମି ଓଭରଟନ, ଆଦିଲ ରସିଦ, ଡେଭିଡ୍‌‌ ୱିଲି, କ୍ରିସ୍‌‌ ୱକ୍ସ, ଲୋକି ଫର୍ଗୁସନ, ଗେରାଲ୍ଡ କଟଜି, ରିଲି ରୁଷୋ, ରାସି ଭାନ ଡେର ଡୁସେନ ଓ ଆଞ୍ଜେଲୋ ମାଥ୍ୟୁସ।

ଖେଳାଳି (ଦେଢ କୋଟି ଟଙ୍କା ମୂଳଦର)

ମହମ୍ମଦ ନବୀ, ମୋଇସେସ ହେନେରିକ୍ସ, କ୍ରିସ ଲିନ୍‌‌, କେନ ରିଚାର୍ଡସନ, ଡାନିଏଲ ସାମ୍ସ, ଡାନିଏଲ ଓରାଲ, ଟମ୍‌‌ କୁରାନ, ମର୍ଚ୍ଚାଣ୍ଟ ଡି ଲାଙ୍ଗ୍‌‌, କ୍ରିସ ଜୋର୍ଡାନ, ଦାୱିଦ ମଲନ, ତିମାନ ମିଲ୍ସ, ଫିଲ ସଲ୍ଟ, କୋରି ଆଣ୍ଡରସନ, କଲିନ ମୁନରୋ, ଜିମି ନିଶାମ, ଟିମ୍‌‌ ସାଉଦି, କଲିନ ମୁନରୋ, ୱାନିନ୍ଦୁ ହସରଙ୍ଗା, ଜାସନ ହୋଲ୍ଡର ଓ ଶେରଫାନ ରଦରଫର୍ଡ।

ଖେଳାଳି (ଏକ କୋଟି ଟଙ୍କା ମୂଳଦର)

ଆଷ୍ଟନ ଅଗର, ରିଲି ମେରେଡିଥ୍‌‌, ଡି’ଅର୍ସି ସର୍ଟ, ଅଷ୍ଟନ ଟର୍ଣ୍ଣର, ଗୁସ୍‌‌ ଅଟକିନସନ, ସାମ ବିଲିଙ୍ଗ୍‌‌ସ, ମାଇକେଲ ବ୍ରାସୱେଲ, ମାର୍ଟିନ ଗୁପ୍ଟିଲ, କାଏଲ ଜେମିସନ, ଆଡାମ ମିଲନେ, ଡାରିଲ ମିଚେଲ, ୱେନ ପାର୍ଣ୍ଣେଲ, ଡ୍ୱେନ ପ୍ରିଟୋରିୟସ, ଅଲଜାରି ଜୋଶେଫ୍‌‌, ରୋଭମାନ ପୱେଲ ଓ ଡେଭିଡ୍‌‌ ୱାଇଜ।

୨୦୨୪ ଆଇପିଏଲ୍‌ ପୂର୍ବରୁ ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ ଛାଡ଼ିଲା ଚେନ୍ନାଇ ସୁପର କିଙ୍ଗସ୍‌
ବେଙ୍ଗାଲୁରୁ: ବିଶ୍ବର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୭ତମ ସଂସ୍କରଣର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଇପିଏଲ ପାଇଁ ନିଲାମୀ ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବ । ତେଣୁ ଏହା ପୂର୍ବରୁ ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ଟିମ ଖେଳାଳି ରିଟେନ ଏବଂ ରିଲିଜ କରିଛନ୍ତି। ତେବେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଆଇପିଏଲରେ ସାମିଲ ଥିବା ଶୁଭ୍ରାଂଶୁ ସେନାପତିଙ୍କୁ ଛାଡିଛି ଚେନ୍ନାଇ ସୁପର କିଙ୍ଗସ୍‌। ଗତ ଦୁଇ ବର୍ଷ ହେବ ଚେନ୍ନାଇ ସୁପର କିଙ୍ଗସ୍‌ରେ ସ୍ଥାନ ପାଇଥିଲେ ଶୁଭ୍ରାଂଶୁ ସେନାପତି। କିନ୍ତୁ ଚଳିତ ଆଇପିଏଲ ସିଜିନ୍‌ ଆରମ୍ଭ ପୂର୍ବରୁ ଶୁଭ୍ରାଂଶୁ ସେନାପତିଙ୍କୁ ଦଳରୁ ରିଲିଜ୍‌ କରିଛି ସିଏସ୍‌କେ। ଶୁଭ୍ରାଂଶୁ ସେନାପତିଙ୍କ ସହ ଚେନ୍ନାଇ ସୁପର କିଙ୍ଗସ୍‌ ମୋଟ୍‌ ୮ ଜଣ ଖେଳାଳିଙ୍କୁ ଚଳିତ ସିଜିନ୍‌ ପୁର୍ବରୁ ରିଲିଜ୍‌ କରିଛି ।

ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତି ଦୁଇ ବର୍ଷ ହେଲା ଚେନ୍ନାଇ ସୁପର କିଙ୍ଗସ୍‌ରେ ସ୍ଥାନ ପାଇଥିଲେ ବି ଗୋଟିଏ ମ୍ୟାଚ୍‌ ଖେଳିବା ପାଇଁ ସୁଯୋଗ ପାଇ ନ ଥିଲେ । ୨୦୨୨ ଆଇପିଏଲ ପୂର୍ବରୁ ହୋଇଥିବା ମିନି ନିଲାମିରେ ଶୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା ଚେନ୍ନାଇ। ତେବେ ଆଜି ଚେନ୍ନାଇ ସୁପର କିଙ୍ଗସ୍‌ ରିଲିଜ୍‌ କରିଥିବା ୮ ଖେଳାଳିଙ୍କ ମଧ୍ୟରେ ବେନ୍‌ ଷ୍ଟୋକ୍ସ, ପ୍ରିଟୋରିଓସ୍‌, ଅମ୍ବାତି ରାୟୁଡୁ,କାଇଲ ଜେମିସନ, ଭଗତ ବର୍ମା, ଆକାଶ ସିଂ,ଶୁଭ୍ରାଂଶୁ ସେନାପତି ଓ ଜାମିସନ୍‌ ଭଳି ଖେଳାଳି ରହିଛନ୍ତି। ଯାହାଫଳରେ ଚେନ୍ନାଇ ୩୨.୧ କୋଟି ଟଙ୍କା ନେଇ ଡିସେମ୍ବର ୧୯ରେ ହେବାକୁ ଥିବା ମିନି ନିଲାମକୁ ଯିବ। ବେନ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ ଚେନ୍ନାଇ କ୍ରୟ କରିଥିବାରୁ ସେ ରିଲିଜ ହେବା ଫଳରେ ଦଳର ମୋଟା ଅଙ୍କା ଅର୍ଥ ବଞ୍ଚିଛି।

ଅନ୍ୟପଟେ ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ୍‌ ଦଳରେ ଡେଭିଡ କନୱେ, ରୁତୁରାଜ ଗାଇକୱାଡ, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ଶେଖ ରସିଦ, ଅଜିଙ୍କ୍ୟ ରାହାନେ, ମିଚେଲ ସାଣ୍ଟନର୍, ଶିବମ୍ ଦୁବେ, ମୋଇନ୍ ଅଲି, ରବିନ୍ଦ୍ର ଜାଡେଜା, ନିଶାନ୍ତ ସିନ୍ଧୁ, ଅଜୟ ମଣ୍ଡଳ, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମୁକେଶ ଚୌଧୁରୀ, ମେହଶ ତିକ୍ଷିନ୍ନା,ସିମରଜିତ ସିଂ, ରାଜବର୍ଦ୍ଧନ ହାଙ୍ଗରକର, ମାଥିଶା ପଥିରାନା, ପ୍ରଶାନ୍ତ ସୋଲାନକି ରହିଛନ୍ତି।