wife-kills-husband - The Sakala

ପାରିବାରିକ କଳହରୁ ଲୁହା ପାଇପରେ ପିଟିପିଟି ସ୍ୱାମୀକୁ ମାରିଦେଲା ସ୍ତ୍ରୀ
ସୁନ୍ଦରଗଡ : ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀକୁ ଲୁହା ପାଇପରେ ପିଟିପିଟି ମାରିଦେଲା ସ୍ତ୍ରୀ। ଯେଉଁ ହାତରେ ସାତ ଜନମକୁ ସାଥୀ ହୋଇ ରହିବାକୁ ଶପଥ କରିଥିଲା ସେହି ହାତରେ ନେଇଗଲା ସ୍ବାମୀର ଜୀବନ। ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡ଼ା ଠାରେ ଘଟିଛି।

ସୂଚନାଅନୁସାରେ ବାଲିଶଙ୍କରା ମହାଦେବପଡ଼ାରେ ରୁହନ୍ତି ପ୍ରକାଶ କୁଜୁର ଓ ତାଙ୍କ ସ୍ତ୍ରୀ ସୁଷମା। ପ୍ରକାଶ କୁଜୁର ରାଜ୍ୟ ବାହାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। କିନ୍ତୁ କରୋନା ଯୋଗୁ ସେ ଫେରି ଆସି ଘରେ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରହୁଥିଲେ। ଶନିବାର ଦିନ କୌଣସି କଥାକୁ ନେଇ ସ୍ଵାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉତକ୍ଷିପ୍ତ ହୋଇ ସ୍ବାମୀ ସ୍ତ୍ରୀକୁ ମାଡ଼ ମାରିଥିଲେ। ପରେ ଉଭୟେ ଚୁପ୍ ହୋଇ ଯାଇଥିଲେ। ରାତିରେ ସ୍ବାମୀ ପ୍ରକାଶ କୁଜୁର ଖଟରେ ଶୋଇଯିବା ପରେ, ସ୍ତ୍ରୀ ଏକ ଲୁହା ପାଇପରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲା। କଣ ଘଟୁଛି ଜାଣିବାକୁ ପ୍ରକାଶକୁ ସୁଯୋଗ ଦେଇ ନଥିଲା ସ୍ତ୍ରୀ। ପ୍ରହାର ପରେ ପ୍ରହାର କରିବା ପରେ ସେଇଠି ହିଁ ପ୍ରକାଶଙ୍କ ପ୍ରାଣ ଚାଲିଯାଇଥିଲା।

ରବିବାର ସକାଳେ ସ୍ତ୍ରୀ ସୁଷମା ତଲସରା ଥାନାକୁ ଯାଇ ନିଜ ସ୍ୱାମୀକୁ ହତ୍ୟା କରିଥିବା ସ୍ଵୀକାର କରିବା ସହ ଆତ୍ମସମର୍ପଣ କରିଥିଲା। ତଳସରା ପୁଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟଵଚ୍ଛେଦ ପାଇଁ ପଠାଇଵା ସହ ରକ୍ତଭିଜା ଲୁହା ପାଇପକୁ ଜବତ କରି ଚଦନ୍ତ ଚଲାଇଛି। ଘଟଣାଟି ବାଲିଶଙ୍କରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।