Vaccine shortage in odisha - The Sakala

ଟିକା ଅଭାବ: ରାଜ୍ୟରେ ବନ୍ଦ ହେଲା ୯ଶହ ଟିକାକରଣ କେନ୍ଦ୍ର
ଭୁବନେଶ୍ବର : ରାଜ୍ୟରେ ଟିକା ଅଭାବ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଭ୍ୟାକସିନ ନଥିବାରୁ ରାଜ୍ୟରେ ବନ୍ଦ ହୋଇଗଲାଣି ୯୦୦ ଟିକାକରଣ କେନ୍ଦ୍ର। ରାଜ୍ୟରେ ଯେତିକି ଟିକା ମହଜୁଦ ଅଛି ତାକୁ ନେଇ ଆଜି ୫୭୯ କେନ୍ଦ୍ର ରେ ଟିକାକରଣ ଚାଲିଛି। ବର୍ତ୍ତମାନ ରାଜ୍ୟ ପାଖରେ ୨ ଲକ୍ଷ ୩୩ ହଜାର ଡୋଜ କୋଭିସିଲଡ଼ ଟିକା ଓ ୭୭ ହଜାର ୯୬୦ କୋଭାକ୍ସିନ ଟିକା ଅଛି ।

ଅନ୍ୟପଟେ ଆଜିଠାରୁ ଦେଶ ବ୍ୟାପି ଟିକା ଉତ୍ସବ ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ପାଖରେ ରହିଛି ମାତ୍ର ୩ ଲକ୍ଷ ୩୦ ହଜାର ଟିକା । ଟିକାର ନିଅଂଟିଆ ସ୍ଥିତି ଭିତରେ ଓଡ଼ିଶାରେ ପାଳିତ ହେବ ଟିକା ଉତ୍ସବ। ବଡ଼ କଥା ହେଉଛି ଓଡ଼ିଶା ଦୈନିକ ୩ ଲକ୍ଷ ପର୍ଯ୍ୟନ୍ତ ଟିକା ଦେବାରେ ସକ୍ଷମ ଥିବା ବେଳେ ଅତି କମରେ ୨୫ ଲକ୍ଷ ଟିକା ଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲା । ହେଲେ ଗତକାଲି ମାତ୍ର ୨ ଲକ୍ଷ ୫୦ ହଜାର ଟିକା ଆସି ପହଂଚିଥିଲା । ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇତି ମଧ୍ୟରେ ୪୨ ଲକ୍ଷ ୭୧ ହଜାର ୮୭୦ କୋଭିସିଲ୍ଡ ଟିକା ଆସିଥିବା ବେଳେ ୩ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ୍ ଟିକା ଓଡ଼ିଶା ଆସିଛି । ଗତକାଲି ଅଢେଇ ଲକ୍ଷ ପହଂଚିବା ପରେ ଜିଲ୍ଲା ଗୁଡ଼ିକୁ ବଣ୍ଟା ସରିଛି। ଅଧିକ ସଂକମିତ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଛି। ଖୋର୍ଦ୍ଧା,ସୁନ୍ଦରଗଡ ଓ ନୂଆପଡା ବଲାଙ୍ଗୀର ଭଳି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଛି।

ଯେଉଁଠି ଭ୍ୟାକ୍ସିନ ଅଛି ସେଠି ଟିକା ଉତ୍ସବ କରାଯାଉଛି। ଜିରୋ ୱେଷ୍ଟଜ ଓ ସଚେତନତା ଟିକା ଉତ୍ସବର ଲକ୍ଷ। ଟିକା ନ ଆସିଲେ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ ଆଉଟ ହୋଇଯିବ । ଯେଉଁ ଜିଲ୍ଲାକୁ ଟୀକା ଗତକାଲି ଯାଇଛି ସେ ଜିଲ୍ଲାରେ ଟକାକରଣ ଜାରି ରହିବ,ଅନ୍ୟ ଜିଲ୍ଲାରେ ବନ୍ଦ ରହିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।