Government of Odisha - The Sakala
ପାନ ମସଲାରେ ଟବାକୋ କି ନିକୋଟିନ୍ ନଥିବାରୁ ଏହା ରାଜ୍ୟରେ ବ୍ୟାନ ହେବନି: ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର: ରାଜ୍ୟରେ ବ୍ୟାନ ହେବନି ପାନ ମସଲା । ପାନ ମସଲାରେ ଟବାକୋ ଓ ନିକୋଟିନ୍ ନଥିବାରୁ ଏହା ରାଜ୍ୟରେ ବ୍ୟାନ ହେବନି । ଏ ନେଇ ସ୍ପଷ୍ଟୀକରଣ ରଖିଛି ସ୍ବାସ୍ଥ୍ୟ ବିଭାଗ । CT & GST ଓ ଅର୍ଥ ବିଭାଗକୁ ଚିଠି ଲେଖି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।
ତମ୍ବାକୁ ବ୍ୟାନ ନେଇ ୨୦୧୩ ପୁରୁଣା ଆଇନରେ ସଂଶୋଧନ କରି ଗତ ଜାନୁଆରୀ ୨୧ରେ ନୂଆ ଆଇନ ଲାଗୁ କରିଛନ୍ତି ସରକାର । ନୁଆ ଆଇନରେ ପାନମସାଲା, ଜର୍ଦା, ପ୍ରସ୍ତୁତି, ବିକ୍ରୀ ଓ ଗଚ୍ଛିତ ରଖିବା ଉପରେ ରୋକ ଲଗାଯାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଭଳି ମାଦକ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂକୁ ବ୍ୟାନ୍ ଲଗାଯିବା ସହ ଏହାର ବ୍ୟବସାୟ, ବିକ୍ରି, ପରିବହନରେ ପ୍ରତିବନ୍ଧକ ଲଗାଯାଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟକା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମାଖୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କରିଥିଲେ । ହେଲେ ଏବେ ସରକାର ନିଜ ନିଷ୍ପତ୍ତିରୁ ଓହରିଛନ୍ତି। ନିକୋଟିନ ନଥିବା ହେତୁ ରାଜ୍ୟରେ ପାନ ମସଲା ବ୍ୟାନ ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି କରି କୁହାଯାଇଛି।​​​​​​​
ଭୁବନେଶ୍ୱର: ଶିକ୍ଷକଙ୍କ ପଦନ୍ନୋତି ପାଇଁ ଗଣଶିକ୍ଷା ବିଭାଗର ଦୋହରା ନୀତି। କିଛି ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ କରାଯାଇ ଥିବାବେଳେ ଆଉ କିଛି ଶିକ୍ଷକଙ୍କୁ ଏଥିରୁ ବାଦ୍‌‌ ଦିଆଯାଇଛି। ପଦୋନ୍ନତି ଦେବା ପାଇଁ ବିଭାଗ ପକ୍ଷରୁ ଚାଲିଥିବା ଏପରି କାର୍ଯ୍ୟକୁ ତୀବ୍ର ବିରୋଧ କରିଛି ପ୍ରାଥମିକ ବିଏଡ୍‌‌ ଶିକ୍ଷକ ମହାସଂଘ। ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ଥିବାବେଳେ କାହିଁକି ବିଭାଗ ଦୋହରା ନୀତି ଆପଣାଉଛି ବୋଲି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି।
ସଂଘର କହିବା ଅନୁଯାୟୀ, ପ୍ରାଥମିକ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଲେଭେଲ୍‌‌-୫ଏ ରୁ ଲେଭେଲ୍‌‌-୫ବି କୁ ପଦୋନ୍ନତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଗତ ଜୁଲାଇ ୩୧ତାରିଖରେ ବିଭାଗୀୟ ସଚିବ ପଦୋନ୍ନତି ସମ୍ପର୍କିତ ଏକ ମାର୍ଗଦର୍ଶିକା ଜାରି କରିଥିଲେ। ଯେଉଁଥିରେ ୧୯ଟି ଜିଲ୍ଲାରେ ଏନ୍‌‌ସିଟିଇ ମାର୍ଗଦର୍ଶିକା ଅନୁଯାୟୀ ଓଟିଇଟିକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଅବଶିଷ୍ଟ ୧୧ଟି ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ୧୯ଟି ଜିଲ୍ଲା ପାଇଁ ଗୋଟିଏ ନିୟମ ଓ ଅବଶିଷ୍ଟ ଜିଲ୍ଲା ପାଇଁ ଭିନ୍ନ ନିୟମ କିପରି ବୋଲି ସଂଘ ପ୍ରଶ୍ନ କରିଛି। ୨୦୧୯ ମସିହାରୁ ଏଯାଏଁ ପ୍ରାୟ ୬୮ ହଜାରରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ ବେନିୟମ ଭାବେ ପଦୋନ୍ନତି ଦିଆଯାଇଥିବା ସଂଘ ଅଭିଯୋଗ କରିଛି। ସେହିପରି ଚାକିରି ସମୟରେ ଏନ୍‌‌ଓସି ନ ନେଇ ରେଗୁଲାର ମୋଡ୍‌‌ରେ ସ୍ନାତକ ଡିଗ୍ରୀ ହାସଲ କରି କିଛି ଶିକ୍ଷକ କାଟେଗୋରୀ-୨ରେ ପଦୋନ୍ନତି ମଧ୍ୟ ହାତେଇଥିବା ସଂଘ ଅଭିଯୋଗ କରିଛି। ତେଣୁ ପଦୋନ୍ନତି କ୍ଷେତ୍ରରେ ବ୍ୟାପକ ଅସଙ୍ଗତି ହୋଇଥିବାରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରିହୋଇ ପଡ଼ୁୁଥିବା ସଂଘ ପକ୍ଷରୁ କୁହାଯାଇଛି। ସମସ୍ତ ପଦୋନ୍ନତି ପାଇଁ ଗୋଟିଏ ନିୟମ ଲାଗୁ କରିବା ସହ ବେନିୟମ ଭାବେ ପଦୋନ୍ନତି ହାତେଇଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିକଟରେ ଦାବି କରାଯାଇଥିବା ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।