Governor Harichandan - The Sakala

ପୁଅର ରାଜନୈତିକ ଭବିଷ୍ୟତ ପାଇଁ ବିଶ୍ବଭୂଷଣ ବ୍ୟଗ୍ର, ଓଡିଶାର ରାଜନୈତିକ ପ୍ରସଙ୍ଗରେ କରୁଛନ୍ତି ଟିପ୍ପଣୀ
ଭୁବନେଶ୍ବର : ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ରାଜ୍ୟପାଳ ରହିବା ଗ୍ରହଣୀୟ। କିନ୍ତୁ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ତାହା କରୁନାହାନ୍ତି। ନିଜ ପଦମର୍ଯ୍ୟାଦା ଭୁଲି ଜଣେ ରାଜ୍ୟପାଳ ହୋଇ ମଧ୍ୟ ରାଜନୈତିକ ପ୍ରସଙ୍ଗରେ ବୟାନ ଦେଉଛନ୍ତି। ଯାହା କେବେ ଗ୍ରହଣୀୟ ନୁହେଁ। ଯାହାକୁ ନେଇ ଆଜି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ କାଉଣ୍ଟର କରିଛି ବିଜୁ ଜନତା ଦଳ।

ଛତିଶଗଡର ରାଜ୍ୟପାଳ ହୋଇ ମଧ୍ୟ ବିଶ୍ବଭୂଷଣ ଓଡିଶାର ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଟିପ୍ପଣୀ କରୁଛନ୍ତି । ଏଭଳି ରାଜନୈତିକ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବାକୁ ଅପିଲ୍ କରିଛି ବିଜେଡି । ରାଜ୍ୟପାଳଙ୍କୁ ଏଭଳି ରାଜନୈତିକ ମନ୍ତବ୍ୟ ଶୋଭାପାଏନି ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଦେଶର ଗଣତନ୍ତ୍ରକୁ ବଳିଷ୍ଠ କରିବାରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଓଡିଶାରୁ ବିଭିନ୍ନ ରାଜ୍ୟରେ ନିଯୁକ୍ତି ପାଉଥିବା ଓଡିଆ ରାଜ୍ୟପାଳଙ୍କୁ ନେଇ ରାଜ୍ୟ ସବୁବେଳେ ଗର୍ବ ଅନୁଭବ କରେ । କିନ୍ତୁ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ନେବା ପରେ ସେମାନେ ସମ୍ବିଧାନର ନୀତିନିୟମରେ କାମ କରିବା କଥା । ସମ୍ବିଧାନର ଧାରା ୧୫୩ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ କ୍ଷମତା ଓ ଭୂମିକା ବାବଦରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।

ରାଜ୍ୟପାଳ ଭାବେ ଦାୟିତ୍ବ ନେବା ପରେ ସେମାନେ କୌଣସି ରାଜନୈତିକ ଦଳ ସହ ଯୋଡିହେବା ଉଚିତ ନୁହେଁ । ଏପରିକି ନିରପେକ୍ଷତା ଅବଲମ୍ବନ କରିବାକୁ ରାଜନୈତିକ ଟିପ୍ପଣୀ ମଧ୍ୟ ଦେବା ଉଚିତ ନୁହେଁ । କିନ୍ତୁ ଗତ କିଛି ଦିନ ହେଲା ଛତିଶଗତ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଯେଉଁଭଳି ଓଡିଶା ବାବଦରେ ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କ ପଦ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି ବୋଲି ସସ୍ମିତ କହିଛନ୍ତି ।

ସସ୍ମିତ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ବଭୂଷଣ ବାବୁ ତାଙ୍କ ପୁଅର ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ। ପୌର ନିର୍ବାଚନରେ କାଉନସିଲର ବି ହାରିଛନ୍ତି ପୁଅ। ଏବେ ପୁଅର ରାଜନୈତିକ ପଦବୀ ଖୋଜିବା ପାଇଁ ବିଶ୍ବଭୂଷଣ ବ୍ୟଗ୍ର ହୋଇପଡିଛନ୍ତି। ଯେଉଁଥି ପାଇଁ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ସସ୍ମିତ ଓ ବିଜେଡ଼ି ମୁଖପାତ୍ର ପ୍ରିୟବ୍ରତ ମାଝୀ କହିଛନ୍ତି ।