haider - The Sakala

ହାଇଦର ଫେରାର ଘଟଣାରେ ନୂଆ ଟ୍ବିଷ୍ଟ, ଫେରାର ହେବା ଦିନ ହାଇଦର ପାଖକୁ ଆସିଥିଲେ ପୁଅ ଓ ଜ୍ୱାଇଁ
କଟକ : ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଫେରାର ଘଟଣାରେ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସିଛି। ପରିବାର ଲୋକ ହିଁ ହାଇଦରଙ୍କୁ ଫେରାର କରିଛନ୍ତି। ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ସେଦିନ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ମହମ୍ମଦ ମୌସିମ । କନେଷ୍ଟବଳଙ୍କ ଏତଲା ମୁତାବକ ଫେରାର ହେବା ଦିନ ହାଇଦରଙ୍କୁ ତାଙ୍କ ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ । ପରିବାର ଲୋକ ହିଁ ହାଇଦରଙ୍କୁ ଫେରାର କରିଥିବା ମହମ୍ମଦ ମୌସିମ ଏତଲାରେ ଦର୍ଶାଇଛନ୍ତି। ହାଇଦରଙ୍କ ପାଖକୁ ତାଙ୍କର ସମ୍ପର୍କୀୟ ଆସୁଥିବା ଏତଲା ଲେଖିଛନ୍ତି ମୌସିମ। ହାଇଦରଙ୍କ ପାଖକୁ ତାଙ୍କର ପୁଅ, ଭାଇ କାଳିଆ, ପୁତୁରା କାଲା ନିୟମିତ ଆସୁଥିଲେ। ତାଙ୍କର ଶାଳକ ଗୋରା, ସାନ ଜ୍ଵାଇଁ ପ୍ରମୁଖ କ୍ୟାବିନ୍‌କୁ ଆସି କଥା ହେଉଥିଲେ।

ସେଦିନ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ମହମ୍ମଦ ମୌସିମ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ‘ଅପ୍ରିଲ୍‌ ୧୦ତାରିଖ ଅପରାହ୍ଣ ୪.୩୦ରେ ମୁଁ ଡ୍ୟୁଟିରେ ଥିଲି ଓ ତାଙ୍କୁ ଜଗିଥିଲି। ସେହିଦିନ ହାଇଦର ପାଖକୁ ଆସିଥିବା ତାର ପୁଅ ଓ ଜ୍ବାଇଁ  ମୋ ଉପରକୁ ବିଷାକ୍ତ ପଦାର୍ଥ ଫିଙ୍ଗିଥିଲେ। ସେହି ବିଷାକ୍ତ ପଦାର୍ଥ ପ୍ରଭାବରେ ମୁଁ ଅଚେତ ହେବା ପରେ ହାଇଦର କୁଆଡ଼େ ପଳାଇଥିଲା ବୋଲି କନଷ୍ଟେବଳ ମହମ୍ମଦ ମୌସିମ ମଙ୍ଗଳାବାଗ ଥାନାରେ ଦାୟର କରିଥିବା ଏତଲାରେ ଦର୍ଶାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଗତ ଶନିବାର ଏସ୍‌ସିବି ମେଡିକାଲ୍‌ରେ ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ଫେରାର ହୋଇଯାଇଥିଲା ହାଇଦର। ତାକୁ ଗିରଫ କରିବା ପାଇଁ କମିଶନରେଟ୍‌ ପୁଲିସ କଟକ ଜିଲାର ସୀମାକୁ ସିଲ୍‌ କରି ରାତି ତମାମ ଖାନତଲାସୀ କରିଥିଲା। ହେଲେ ହାଇଦରକୁ ଧରିବାରେ ବିଫଳ ହୋଇଥିଲା। ହାଇଦରକୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପୁଲିସର ଯୋଗାଯୋଗରେ ଓଡ଼ିଶା ପୁଲିସ ରହିଛି। ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ଏବେ କେଉଁଠି ଅଛି? ଫେରାର ହେବାକୁ ୩୬ ଘଣ୍ଟା ବିତି ସାରିଥିଲେ ମଧ୍ୟ ତା’ର ପତ୍ତା ପାଇନି କମିଶନରେଟ୍‌ ପୁଲିସ୍‌।

ଓଡ଼ିଶା ପୁଲିସର ‘ଅପରେସନ୍‌ ହାଇଦର’ : ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ ପୁଲିସ ଡିଜି
ଭୁବନେଶ୍ୱର : କୁଆଡେ ଗଲା କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର ହାଇଦର ? ସମସ୍ତଙ୍କୁ ଚକମା ଦେଇ କିପରି ମେଡିକାଲରୁ ଚମ୍ପଟ ମାରିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ରାଜ୍ୟ ପୁଲିସର ନିଦ ମଧ୍ୟ ହଜିଯାଇଛି। ହାଇଦରକୁ ଯଥାଶିଘ୍ର ଠାବ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ବେଳେ ସମସ୍ତ ଜିଲ୍ଲାର ଏସପିମାନଙ୍କୁ ଆଲର୍ଟ କରାଯାଇଛି। ଏହାରି ମଧ୍ୟରେ ହାଇଦରକୁ ଧରିବା ପାଇଁ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜି ଜୟ ନାରାୟଣ ପଙ୍କଜ । ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଅପରେସନ୍ ହାଇଦର ସେନେଇ ଆଲୋଚନା ଚାଲିଛି ।

ଗତକାଲି କଟକ ଏସସିବିର ସର୍ଜରୀ ଓ୍ୱାର୍ଡରୁ ଫେରାର୍ ମାରିଛି ହାଇଦର । ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଚମ୍ପଟ ମାରିଥିଲା । ତାକୁ ଧରିବା ପାଇଁ ପୋଲିସ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି । ସେହିପରି ପଡ଼ୋଶୀ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପୁଲିସକୁ ଆଲର୍ଟ କରାଯାଇଛି । ଏଥିସହିତ ରାଜ୍ୟରେ ବିଭିନ୍ନ  ରେଳ ଷ୍ଟେସନରେ ଯାଞ୍ଚ କରାଯିବା ସହ ରାଜ୍ୟର ବର୍ଡରେ ମଧ୍ୟ ସମସ୍ତ ଯାନବାହାନକୁ ଯାଞ୍ଚ କରାଯାଉଛି। ଭୁବନେଶ୍ବର ବିମାନବନ୍ଦରରେ ମଧ୍ୟ କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ତନତନ କରି ଯାଞ୍ଚ କରାଯାଉଛି।