Cabinet approved - The Sakala
କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର, ୩୪୦୦ କୋଟିର ଅଟଳ ବସଷ୍ଟାଣ୍ଡ ଯୋଜନାକୁ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ଟି ବିଭାଗର ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। କ୍ୟାବିନେଟରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣବେକ୍ଷଣ ନୀତି ୨୦୨୬କୁ ଅନୁମୋଦନ ମିଳିଛି । ଏହି ନୀତିରେ ପ୍ରକଳ୍ପ ସରିବା ପରେ ତା'ର ରକ୍ଷଣବେକ୍ଷଣ ପାଇଁ ଦାୟିତ୍ୱ ବଣ୍ଟନ ହୋଇଛି । ଏଥିରେ ପଞ୍ଚାୟତ ଗ୍ରାମବାସୀଙ୍କର କ'ଣ ଦାୟିତ୍ୱ ରହିବ, ମନିଟରିଙ୍ଗ କେମିତି ହେବ, କେତେ ଟଙ୍କା ଦିଆଯିବ ସବୁ କିଛି ନୀତିରେ ଉଲ୍ଲେଖ ରହିଛି ।
ଏହାବ୍ୟତୀତ  ୩୪୦୦ କୋଟିର ଅଟଳ ଵସଷ୍ଟାଣ୍ଡ ଯୋଜନାଜୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ରାଜ୍ୟରେ ନିର୍ମାଣ ହେଉଥିବା ୩୧୮ ଵସଷ୍ଟାଣ୍ଡ OSRTC ସମନ୍ୱୟରେ କରାଯିବ । ଏହା ସହ ଜଳସମ୍ପଦ ବିଭାଗର ୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଟକର ୧୩୫ କୋଟି ହାଡୁଆ ଜଳସେଚନ ପ୍ରକଳ୍ପ, ଯାହା ୩୬୦୦ ହେକ୍ଟର ଜମି ବଡମ୍ବାର ୭୬ ଗାଁ, ନରସିଂହପୁର, ତିଗିରିଆ ୫ ଗାଁରେ ପାଣି ମାଡ଼ିବ ।
ସେହିପରି ୨୦୪ କୋଟିର ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ୬୨୧୦ ହେକ୍ଟର ସମ୍ବଲପୁରରେ ଜଳସେଚିତ ହେବ । ସୋନପୁର ତେଲ ନଦୀରେ ୧୭୦ କୋଟିର କ୍ଲଷ୍ଟର ୩୦ ପ୍ରକଳ୍ପ ୬ହଜାର ହେକ୍ଟର ଜମି ଜଳସେଚିତ ହେବ । ୧୫୮ କୋଟିର ଯାଜପୁର ଖରାସୁଆ, ବ୍ରାହ୍ମଣୀ ନଦୀରେ କ୍ଲଷ୍ଟର ୩୭ ପ୍ରକଳ୍ପ ଦ୍ୱାରା ୬ ହଜାର ହେକ୍ଟର ୭୩ ଗାଁ ପାଣି ଗାଁ ପାଣି ପାଇବ । କେନ୍ଦୁଝରରେ ୯୩ କୋଟି ବ୍ୟୟରେ କ୍ଲଷ୍ଟର ୩୮ ପ୍ରକଳ୍ପ ଯାହାଦ୍ୱାରା ୪୨୮୦ ହେକ୍ଟର ପାନପୁର ଅଂଚଳରେ ଜମି ଜଳସେଚିତ ହେବ । କେନ୍ଦୁଝରରେ ୧୬୪୭ କୋଟି ବ୍ୟୟରେ ନୂଆ 2*500 ଏମ୍‌ଭିଏ ସବ ଷ୍ଟେସନକୁ ଅନୁମୋଦନ ମିଳିଛି । ଯାହାର କାମ ୩ ବର୍ଷରେ ସରିବ । ଏହାସହ ଚାକିରୀ ସର୍ତ୍ତବଳିରେ ସଂଶୋଧନ, କ୍ୟାଡର ରୁଲ ପରିବର୍ତ୍ତନ ଶ୍ରମ ବିଭାଗର ୩ଟି ପ୍ରସ୍ତାବ ପାରିତ ହୋଇଛି ।
ରାଜ୍ୟ କ୍ୟାବିନେଟ୍‌ରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର, ପୁଲିସ ବିଭାଗର ସମସ୍ତ ପରୀକ୍ଷା ପାଇଁ ଗଠନ ହେଲା ଆୟୋଗ ...
ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ଉପସ୍ଥିତ ରହିଥିଲେ। ଆଜିର କ୍ୟାବିନେଟ୍‌ ବୈଠକରେ ୯ଟି ବିଭାଗର ୧୨ଟି ପ୍ରସ୍ତାବ ପାରିତ ହୋଇଛି।
-ୟୁନିଫର୍ମ ସର୍ଭିସ୍ ପାଇଁ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ କରାଯିବ। ପୁଲିସ ,ଅବକାରୀ ଓ ବନ ବିଭାଗର ନିଯୁକ୍ତି ପାଇଁ ଏହି ଆୟୋଗ କାମ କରିବ। ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିବେ। ଏହା ଦ୍ବାରା ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆସିବ।
-ଲଘୁ ଖଣିଜ ପାଇଁ ଅକ୍ସନ ଜାଗାରେ ହେବ ଲଟରି। କେଉଁ ମାଇନିଙ୍ଗ କେତେ ଦରରେ ବିକ୍ରି ହେବ ସରକାର ନିର୍ଣ୍ଣୟ କରିବେ। ଜଣେ ଲୋକ ଗୋଟେ ଜିଲ୍ଲାରେ ଅତି ବେଶୀରେ ୩ଟି ଓ ରାଜ୍ୟରେ ୫ଟି ଲଘୁ ଖଣିଜ ମାଇନ ନେଇ ପାରିବେ। ଏ ନେଇ ନିୟମରେ ସଂଶୋଧନ ଆଣିଛନ୍ତି ସରକାର। ଅଫ ସିଜିନରେ ଷ୍ଟକୟାର୍ଡରେ ରଖାଯାଇ ପାରିବ ଲଘୁ ଖଣିଜ। ଲଘୁ ଖଣିଜ ଚୋରା କାରବାର ରୋକିବା ପାଇଁ ବଡ ନିଷ୍ପତି ହୋଇଛି।
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ଆଜି ୬ଟି ବିଭାଗର ୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାର କୃଷି, ଅର୍ଥ, ସ୍ବାସ୍ଥ୍ୟ, ପରିବହନ, ସଂସ୍କୃତି ଓ ସମବାୟ ବିଭାଗରୁ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ଦେଇଛନ୍ତି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ବିଭିନ୍ନ ଜିଲ୍ଲାରେ ୩୮ଟି ଆଧୁନିକ ମଣ୍ଡି ଖୋଲିବେ। କ୍ୟାବିନେଟ୍‌ରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ରହିବ। ବିଶ୍ରାମ, ପାନୀୟଜଳ, ଶୌଚାଳୟ, ପାର୍କିଂ ଇତ୍ୟାଦି ଏଥିରେ ସାମିଲ ରହିଛି। ଏହା ଦ୍ବାରା ଚାଷୀମାନଙ୍କୁ ଭଲ ସୁବିଧା ମିଳିବ। ଏହି ପ୍ରକଳ୍ପରେ ମୋଟ୍‌ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥି ପାଇଁ ଆରଏମ୍‌ସି ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବ ଏବଂ ରାଜ୍ୟ ସରକାର ୧୫୦ ଟଙ୍କା ଖର୍ଚ୍ଚ ଦେବେ।
ଆଉ ୮ଟି ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ହେବ। ଓଡ଼ିଶା ନର୍ସିଂ ଏଜୁକେସନ ସର୍ଭିସ୍‌ ରୁଲ୍‌ ୨୦୨୫କୁ ମଧ୍ୟ ମଞ୍ଜୁରୀ ମିଳିଛ। ସମ୍ବଲପୁରରେ ୨୪ ଘଣ୍ଟିଆ ପାଣି ପ୍ରକଳ୍ପକୁ ମଧ୍ଯ ଅନୁମୋଦନ ମିଳଥିବା ଜଣାପଡ଼ିଛି।
୪ଟି ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ
ଭୁବନେଶ୍ବର: ୪ ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ। ଜଳସେଚନ ବିଭାଗର ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାକୁ କ୍ୟାବିନେଟ ଅନୁମୋଦନ।  ୩୫୨୯ ଆଡ଼ିବନ୍ଧ ପୁନରୁଦ୍ଧାର କରାଯିବ।  ୨୦୨୫-୨୦୨୬ ରୁ ୨୦୨୯-୩୦ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ବ୍ୟୟ ହେବ ହେବ ୨ ହଜାର ୭୩୮ କୋଟି ଟଙ୍କା।  ୫୭ ହଜାର ୫୨୫ ୫୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ସହ ୪୧ ହଜାର ୭୨୫ ହେକ୍ଟର ଜମିକୁ ପୁନଃ ବ୍ୟବସ୍ଥା କରାଯିବ।
ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ ସଂଶୋଧନ କରାଯାଇଛି। ୧ କୋଟି ପର୍ଯ୍ୟନ୍ତ ପ୍ରକଳ୍ପର ଇନସେନ୍ତିଭ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇ ପାରିବେ ।  ୧ କୋଟି ରୁ ୧୦ କୋଟି ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସ୍ତରରେ ଓ ୧୦ କୋଟି ରୁ ୫୦ କୋଟି ପ୍ରକଳ୍ପ ପାଇଁ MSME ସଚିବଙ୍କ ଅନୁମତି ଆବଶ୍ୟକ ପଡ଼ିବ । ଓଡ଼ିଶା ଦ୍ରବ୍ୟର ସେବା ଅଧିନିୟମ ସଂଶୋଧନ ।  ଟ୍ୟାକ୍ସ ପେୟରଙ୍କୁ ଅଧିକ ସୁବିଧା ପାଇଁ ଉଦ୍ୟମ।
ଭାରତୀୟ ନ୍ୟାୟ ସଂହିତା, ୨୦୨୩; ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧୁନିୟମ, ଭଳି ୩ ନୂଆ ଆଇନ ଅନୁସାରେ ଯାହା ସଂଶୋଧନ ଆବଶ୍ୟକ ଥିଲା କରାଯାଇଛି। ଓଡ଼ିଶା ଜିଲ୍ଲା ଏବଂ ସିଭିଲ କୋର୍ଟର ନ୍ୟାୟିକ କର୍ମଚାରୀ ସେବା ନିୟମାବଳୀ, ୨୦୦୮ ର ସଂଶୋଧନ କରାଯାଇଛି ।  ଓଡ଼ିଶା ଲ’ ଅଫିସର୍ସ ନିୟମାବଳୀ, ୧୯୭୧ ସଂଶୋଧନ କରାଯାଇଛି। ରାଜ୍ୟରେ ପଡ଼ି ରହିଥିବା ମାମଲା ଗୁଡିକର ଭାର କମିବା ସହ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇ ପାରିବ।   ଏହା ସହ ଜିଲ୍ଲା ମୁଖ୍ୟାଳୟ କୋର୍ଟ ଓ ଏହା ଅଧିନସ୍ତ ଅଫିସରେ ଲ ଅଫିସର ନିଯୁକ୍ତ କରାଯିବ।
ରାଜ୍ୟ କ୍ୟାବିନେଟରେ ୧୧ଟି ପ୍ରସ୍ତାବ ଉପରେ ବାଜିଲା ମୋହର, ଅନ୍ତୋଦ୍ୟୟ ଗୃହ ଯୋଜନାରେ ଲୋକଙ୍କୁ ମିଳିବ ପକ୍କା ଘର..
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ  ୧୧ ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଦେବେ ରାଜ୍ୟ ସରକାର। ହିତାଧିକାରୀଙ୍କୁ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା। ପ୍ରାକୃତିକ ଏବଂ ମନୁଷ୍ୟକୃତ କ୍ଷତି ଏବଂ ବିସ୍ଥାପିତ ଲୋକଙ୍କୁ ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ପରି ଏହି ଯୋଜନାରେ ବୋନସ ବ୍ୟବସ୍ଥା ଅଛି। ୪ ମାସ ଭିତରେ ଘର କାମ ସାରିଲେ ୨୦ ହଜାର ଓ ୬ ମାସରେ ସାରିଲେ ୧୦ ହଜାର ବୋନସ ପ୍ରଦାନ କରାଯିବ। ଏହି ଯୋଜନାରେ ୭୫୫୦ କୋଟି ଖର୍ଚ୍ଚ କରିବେ ସରକାର।
ସେହିପରି କ୍ରୀଡା ଭିତ୍ତିଭୂମି ପାଇଁ ୩୧୪ ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ। ଏଥି ପାଇଁ ସରକାର ନୂଆ ଯୋଜନା କରିଛନ୍ତି । ୧୨ ରୁ ୧୫ ଏକର ଜମିରେ ନିର୍ମାଣ ହେବ ଷ୍ଟାଡିୟନ। ଫୁଟବଲ, କ୍ରିକେଟ, ଆଥଲେଟ, ଅନ୍ୟାନ୍ୟ ଖେଳ ପାଇଁ ସୁବିଧା ରହିବ। ଆସନ୍ତା ୫ ବର୍ଷରେ ୪୧୨୪ କୋଟି ବ୍ୟୟରେ ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।
ରାଜ୍ୟରେ ଏକିକୃତ ପେନସନ ଯୋଜନାକୁ ଲାଗୁ ନେଇ କ୍ୟାବିନେଟ ନିଷ୍ପତି ହୋଇଛି। NPS ରେ ଥିବା ଅଧିକାରୀ ମାନେ ଏହି ବ୍ୟବସ୍ଥାରେ ପେନସନ ପାଇବେ। ୩ ଲକ୍ଷ ୩୩ ହଜାର ଅଧିକାରୀ ମାନେ ସେମାନେ ସ୍ଥିର କରିବେ NPS କି UPS ରେ ରହିବେ। ରାଜ୍ୟରେ ଡ୍ୟାମ ଗୁଡିକର ପୁନଃବ୍ୟାସ ଏବଂ ଉନ୍ନତିକରଣ ପାଇଁ ୧୦୬୬ କୋଟି ଖର୍ଚ୍ଚ ହେବ। ହୀରାକୁଦ ଡ୍ୟାମ ମରାମତି ଏବଂ ଉନ୍ନତିକରଣ ପାଇଁ ୩ ଟି ପ୍ରକଳ୍ପ କାର୍ଯ୍ୟ ହେବ। ଆସନ୍ତା ୬ ବର୍ଷରେ ଏହି କାମକୁ ସମ୍ପୂର୍ଣ୍ଣ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।
ଆଇନ ବିଭାଗରେ ନିଯୁକ୍ତି ପାଇଁ ୨୦୦୮ର ନିୟମ ସଂଶୋଧନ ହୋଇଥିବା ଜଣାପଡ଼ିଛି। ସେହିପରି ଅକ୍ଷୟ ଶକ୍ତି ୨୦୨୨ ନୀତିକୁ ସରଳିକରଣ ପାଇଁ ସଂଶୋଧିତ ହୋଇଛି।
୪ଟି ବଡ଼ ନଦୀରେ ବ୍ରିଜ ନିର୍ମାଣ ହେବ। ଭଦ୍ରକ ଚାନ୍ଦବାଲି ବୈତରଣୀ ନଦୀରେ ସେତୁ, ଆଳି ଓ ଚାନ୍ଦବାଲି ରାସ୍ତାରେ ସେତୁ, କଟକ ଚାନ୍ଦବାଲି ରାସ୍ତାର ଭାରିଗଦା ଠାରେ ସେତୁ ନିର୍ମାଣ ହେବ। ସେହିପରି ଝାରସୁଗୁଡା ଓ ବରଗଡ ମହାନଦୀ ଉପରେ ସେତୁ ନିର୍ମାଣ ହେବ। ୪ ବର୍ଷରେ କାମ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଛି।
ରାଜ୍ୟ କ୍ୟାବିନେଟରେ ୮ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଆଜି ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅନେକ ବିଭାଗ ଓ କାର୍ଯ୍ୟଶୈଳୀ ଉପରେ ସମୀକ୍ଷା ହୋଇଥିଲା। ଏହି ବୈଠକରେ  ୮ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଥିବା ଜଣାପଡ଼ିଛି । ଏଥିରେ ୫ଟି ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ ୫ବର୍ଷରେ ଖର୍ଚ୍ଚ ହେବ ୧୦୩୧ କୋଟି । ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ୫ଲକ୍ଷ ଅଣ୍ଡା ପ୍ରତିଦିନ ଉତ୍ପାଦନ ହେବ । ୯୫.୫୮ ମେଟ୍ରିକ ଟନ କୁକୁଡ଼ା ମାଂସ ଉତ୍ପାଦନ ହେବ । ମତ୍ସ୍ୟ କ୍ଷେତ୍ରରେ ଭିତ୍ତିଭୂମି ସୃଦୁଢ ପାଇଁ ୩ ବର୍ଷ ପାଇଁ ୪୪୯ କୋଟି ଟଙ୍କା ଖର୍ଚ୍ଚ ହେବ ।
ଗୋମାତା ନାଁରେ ଯୋଜନା  ଆସିବ । ୩ ବର୍ଷ ପାଇଁ ୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ । ବାର୍ଷିକ ୨.୫ କୋଟି ଭ୍ୟାକ୍ସିନ, ୧.୩୦ କୋଟି ପ୍ରାଣୀଧନ ଚିକିତ୍ସା କରାଯିବ ବୋଲି କ୍ଯାବିନେଟରେ ନିଷ୍ପତ୍ତି ହୋଇଛି । ଜଳ ସମ୍ପଦ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମରେ ୯୬୫୨ କୋଟି ବ୍ୟୟବରାଦକୁ କ୍ୟାବିନେଟ ଅନୁମୋଦନ କରିଛି । ଏହି କାର୍ଯ୍ୟକ୍ରମରେ ୬୪୩୫ ହେକ୍ଟର ସେଚ ଅଞ୍ଚଳ ଏବଂ ୧ଲକ୍ଷ ୫୮ହଜାର ହେକ୍ଟର ଅତିରିକ୍ତ ସେଚ ଜଳ ସୃଷ୍ଟି କରାଯିବ । ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ-୨୦୨୪ ପ୍ରଣୟନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କୌଣସି ସରକାରୀ ପରୀକ୍ଷା ପ୍ରକ୍ରିୟାରେ ବ୍ୟାଘାତ କିମ୍ବା ଚଞ୍ଚକତା କଲେ ରହିବ ଦଣ୍ଡ ବିଧାନ । ୩ ରୁ ୫ ବର୍ଷ ଜେଲ ସହ ୧୦ ଲକ୍ଷ ଜୋରିମାନା ରାଶି ଦେବାକୁ ହେବ । ସେବା ପ୍ରଦାନକାରୀକୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।
ରାଜ୍ୟ କ୍ୟାବିନେଟରେ ୬ ପ୍ରସ୍ତାବ ଉପରେ ବାଜିଲା ମୋହର, ସଂଶୋଧନ ହେଲା ‘ସୁଭଦ୍ରା’ ଯୋଜନା
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଲୋକସେବା ଭବନରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯାଇଛି। ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ସହ ରାଜ୍ୟ କ୍ୟାବିନେଟ୍‌ରେ ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିଛି। କ୍ୟାବିନେଟ ବୈଠକକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ସମ୍ପର୍କରେ ପ୍ରତିକ୍ରିୟା‌ ଦେଇଛନ୍ତି।
ଶ୍ରୀ ଆହୁଜା କହିଛନ୍ତି, ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ପଞ୍ଜୀକରଣ ହୋଇଛି। ୬୦ ଲକ୍ଷରୁ ଅଧିକ ହିତାଧିକାରୀ ଟଙ୍କା ପାଇ ସାରିଲେଣି ଏବଂ ୨ ଲକ୍ଷ ୭୦ ଆବେଦନ ନାକଚ ହୋଇଛି। କେଉଁ କାରଣରୁ ସେହି ଆବେଦନ ଗୁଡିକ ନାକଚ ହୋଇଛି, ସେଗୁଡ଼ିକୁ ଯାଞ୍ଚ କରାଯିବ ବୋଲି ଆହୁଜା କହିଛନ୍ତି।
ସେହିପରି, ରାଜ୍ୟ ସରକାରଙ୍କ ଜିଏସ୍‌ଟି ଆଇନ୍‌ରେ ୩୪ଟି ବିଷୟରେ ସଂଶୋଧନ କରାଯାଇଛି। ଅନ୍ୟପକ୍ଷରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବା ସହ ୪ ହଜାରରୁ ଊର୍ଦ୍ଧ୍ବ ଧାନ କ୍ରୟ କେନ୍ଦ୍ର ଖୋଲାଯିବା ନେଇ କ୍ୟାବିନେଟରେ ଅନୁମୋଦନ ହୋଇଛି । ପ୍ରତି ମଣ୍ଡିରେ ଜଣେ ଜଣେ ଅଫିସର ରହିବେ ଓ ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ। ଅନ୍ୟପକ୍ଷରେ ବିମାନ ସଂଯୋଗ ପାଇଁ ଉଡାଣ ଯୋଜନା ଏବଂ ଓଡ଼ିଶା ସରକାରଙ୍କ ଯୋଜନା ମାଧ୍ୟମରେ ବିଭିନ୍ନ ନୂଆନୂଆ ସ୍ଥାନକୁ ଯୋଡିବା ପାଇଁ ରିହାତି ନୀତି ମଧ୍ୟ ଅନୁମୋଦନ ହୋଇଛି।
ଭୁବନେଶ୍ବର: ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି। ବାପାମା’ଙ୍କ ଉପରେ ନିର୍ଭରଶୀଳ ବିବାହିତ ଝିଅ/ ସାବତ ଝିଅଙ୍କୁ ମିଳିବ ଚାକିରି । ଥଇଥାନ ଯୋଜନାରେ ବିବାହିତ ଝିଅ/ସାବତ ଝିଅଙ୍କୁ ମିଳିବ ଚାକିରି । ସେହିପରି ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି।
ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର (ୟୁନିଫର୍ମ ସେବାରେ ନିଯୁକ୍ତି) ନିୟମାବଳୀ, ୨୦୨୪ ର ପ୍ରଣୟନ। ପ୍ରତ୍ୟକ୍ଷ ନିଯୁକ୍ତି ଦ୍ବାରା ପୂରଣ ହେଉଥିବା ରାଜ୍ୟର ୟୁନିଫର୍ମ ସେବାରେ ଅବସର ପ୍ରାପ୍ତ ଅଗ୍ନିବୀରଙ୍କୁ ଯଥେଷ୍ଟ ନିଯୁକ୍ତି ସୁଯୋଗ ଦେବେ ରାଜ୍ୟ ସରକାର। ଅବସର ପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଦଶ ପ୍ରତିଶତ (୧୦%) ଆନୁଭୂମିକ ସଂରକ୍ଷଣ (Horizontal Reservation)ର ବ୍ୟବସ୍ଥା ରହିଛି । ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ଦଶ ପ୍ରତିଶତ (୧୦%) ସଂରକ୍ଷଣ ରହିବ ।ନି ର୍ଦ୍ଧାରିତ ବୟସ ସୀମାକୁ ତିନି (୦୩) ବର୍ଷ କୋହଳ କରାଯିବ। ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ ।
ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ର ସଂଶୋଧନ କରାଯାଇଛି। ଓଡିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି। ବାପାମା’ଙ୍କ ଉପରେ ନିର୍ଭରଶୀଳ ବିବାହିତ ଝିଅ/ ସାବତ ଝିଅଙ୍କୁ ମିଳିବ ଚାକିରି । ଥଇଥାନ ଯୋଜନାରେ ବିବାହିତ ଝିଅ/ସାବତ ଝିଅଙ୍କୁ ମିଳିବ ଚାକିରି  ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ଏବଂ ସାବତ ପୁଅ ଝିଅଙ୍କ ପାଇଁ ନିଯୁକ୍ତିର ବ୍ୟବସ୍ଥା ନ ଥିଲା । ବର୍ତ୍ତମାନ ବିବାହିତ ଝିଅ ଏବଂ ସାବତ ଝିଅଙ୍କୁ ନିଯୁକ୍ତି ମିଳିବ।
ସେହପରି ଅଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର। ବନ୍ଦରର ୯୫ ଭାଗ ଅଦାନୀ ପାଖରେ ରହିବ ଏବଂ ୫ ପ୍ରତିଶତ ଭାଗ ଷ୍ଟିବିଡର ପାଖରେ ରହିବ। ଗୋପାଳପୁର ପୋର୍ଟ୍ ଲିମିଟେଡ ଏକ ସଂଗଠନ, ଯେଉଁଥିରେ ଓଡିଶା ଷ୍ଟିଭେଡୋରସ ଲିମିଟେଡ, ନୋବଲେ ଗ୍ରୁପ ଲିମିଟେଡ ଓ ସାରା ଇନ୍ଟରନ୍ୟାଶନାଲର ଯଥାକ୍ରମେ ୩୪, ୩୩ ଓ ୩୩ ପ୍ରତିଶତ ଅଂଶଧନ ଥାଇ ଗୋପାଳପୁର ବନ୍ଦରର ବିକାଶ କରିଥିଲେ। ୨୦୧୦ ଓ ୨୦୧୭ ଏହି ବନ୍ଦରର ଅଂଶଧନ ପରିବର୍ତ୍ତନ ହୋଇଥିଲା । ବର୍ତ୍ତମାନ ଏହି ଗୋପାଳପୁର ବନ୍ଦର ୧୧.୪୩ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ କରୁଅଛି ଏବଂ ଏହାର ମୋଟ ଆୟରୁ ୭.୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ରାଜସ୍ୱ ଅଂଶ ଭାବେ ପ୍ରଦାନ କରୁଅଛି।
ସରିଲା କ୍ୟାବିନେଟ୍‌ ବୈଠକ, ୪ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ବର: ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି।
କ୍ୟାବିନେଟ୍‌ ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଗଣଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଓଡିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତୀୟ ଜନତା ପାର୍ଟିର ସଂକଳ୍ପ ପତ୍ରକୁ ଗ୍ରହଣ କରି ରାଜ୍ୟ କ୍ୟାବିନେଟ ଆଜି ୪ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି ।
ଏହି ନିଷ୍ପତ୍ତି ଅନୁଯାୟୀ, ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ସମୟରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କ ଉପସ୍ଥିତିରେ ଚାରି ଦ୍ବାର ଖୋଲାଯିବ। ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ କିଛି ବର୍ଷ ହେବ ତିନି ଦ୍ବାର ବନ୍ଦ ଥିବା ହେତୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାଦ୍ବାରା ଭକ୍ତ ଓ ଭଗବାନଙ୍କ ଭିତରେ ଏକ ବ୍ୟବଧାନ ସୃଷ୍ଟି ହେଉଥିଲା । ଚାରି ଦ୍ବାର ଖୋଲାଯିବା ଦ୍ବାରା ଏହି ବ୍ୟବଧାନ ଦୂର ହେବ।
ଦ୍ବିତୀୟ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରର ଉନ୍ନତିକରଣ, ସଂରକ୍ଷଣ, ବିକାଶ ତଥା ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ୫୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡର ବ୍ୟବସ୍ଥା କରିବେ।
ତୃତୀୟ ନିଷ୍ପତ୍ତି ହେଉଛି ରାଜ୍ୟର କୃଷକ ଭାଇଭଉଣୀ ମାନଙ୍କ ସଶକ୍ତିକରଣ ପାଇଁ ଏକ ‘ସମୃଦ୍ଧ କୃଷକ ନୀତି’ ଆସିବ ଏବଂ ଚାଷୀ ମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏଥିପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗାମୀ ୧୦୦ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।
ଚତୁର୍ଥ ନିଷ୍ପତ୍ତି ଅନୁଯାୟୀ ମହିଳା ମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ।  ଆଗାମୀ ୧୦୦ ଦିନ ମଧ୍ୟରେ ଏହାର ରୂପରେଖ ପ୍ରସ୍ତୁତ କରି ମାର୍ଗଦର୍ଶିକା (guidelines) ପ୍ରସ୍ତୁତ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟ କ୍ୟାବିନେଟ ବୈଠକରେ ୧୩ଟି ବିଭାଗର ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୩ ଟି ବିଭାଗର ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି।
କାଳିଆ ଜୀବିକାର ଆୟ ବୃଦ୍ଧି ପାଇଁ ଅର୍ଥ ରାଶିର ବ୍ୟବସ୍ଥା କରିଛନ୍ତି ରାଜ୍ୟସରକାର। କୃଷକ ମାନଙ୍କ କଲ୍ୟାଣ ନିମନ୍ତେ କାଳିଆ ହିତାଧିକାରୀଙ୍କ ୩ ବର୍ଷ ପାଇଁ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଣିକି କାଳିଆ ଯୋଜନାରେ ସହାୟତା ଯେ କୌଣସି ସମୟରେ ପାଇପାରିବେ ଚାଷୀ । ଭୂମିହୀନ ପରିବାରଙ୍କୁ ୩ଟି କିସ୍ତିରେ୧୨ ହଜାର ୫ଶହ ମିଳୁଥିବା ବେଳେ ୧୮ ଲକ୍ଷ ପରିବାର ଉପକୃତ ହେଉଛନ୍ତି।  କାଳିଆ ଯୋଜନାରେ ୨ହଜାର ଟଙ୍କାର ଅତିରିକ୍ତ ସହାୟତା ପାଇବେ ଭୂମିହୀନ ଚାଷୀ । ଏ ନେଇ ଆଜି କ୍ୟାବିନେଟର ମଞ୍ଜୁରି ମିଳିଛି। ସେହିଭଳି କାଳିଆ ଛାତ୍ରବୃତ୍ତି ଅବଧି ୩ ବର୍ଷକୁ ବୃଦ୍ଧି କରାଯାଇଛି ।
ଗ୍ରାମ ପଞ୍ଚାୟତ VLW ଙ୍କ ହେବ ପଦଦୋନ୍ନତି।  ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ୩ ଭାଗରେ ବିଭକ୍ତ ହେବେ। ଏଣିକି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମିଳିବ ପଦୋନ୍ନତି । ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା +୩କୁ ବୃଦ୍ଧି କରାଯାଇଛି। ୫ ବର୍ଷ ଓ ୮ ବର୍ଷ ପରେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ । ନୂଆ ଓ’ ଯୋଜନା ପାଇଁ ୩୧୫ କୋଟିର ପାଣ୍ଠିକୁ କ୍ୟାବିନେଟ ମୋହର ବାଜିଛି।
ଓଡ଼ିଶାରେ ସ୍ଥାପନ ହେବ National skill ଟ୍ରେନିଂ। ଜଟଣୀରେ ୭ ଏକର ୮୧୮ ଡେସିମିଲ ଜାଗା ପ୍ରିମିୟମ ଫ୍ରି’ ରେ ଜମି ଯୋଗାଇ ଦେବେ ସରକାର। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି।
୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ଆଧାରରେ ଦରମା ମିଳିବ । ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ। ମୋଟ ୧୭୮୯ ଶିକ୍ଷକ ଓ କର୍ମଚାରୀଙ୍କୁ ୭ମ ବେତନ କମିଶନ ହାରରେ ଦରମା ବଢିବ । ବର୍ଦ୍ଧିତ ଦରମା ପାଇଁ ୨୭.୩୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ ହେବ ।
ରାଜ୍ୟ କ୍ୟାବିନେଟ ବୈଠକରେ ୧୪ ପ୍ରସ୍ତାବକୁ ମୋହର, ଓଡ଼ିଶାରେ ଜେଏସଡବ୍ଲୁ ନିର୍ମାଣ କରିବ ଇଭି ଯାନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା ବସିଥିବା ରାଜ୍ୟ କ୍ୟବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡ଼ିଛି । ଏ ନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
ରାଜ୍ୟରେ କଫି ଚାଷ ବୃଦ୍ଧି ନେଇ ପ୍ରସ୍ତାବକୁ ମଞ୍ଜୁରୀ ମଳିଛି।  ୧୦ ହଜାର ଏକର ଜମିରେ କଫି ଚାଷ ହେଉଛି । କଫି ଚାଷକୁ ୧ ଲକ୍ଷ ଏକରକୁ ସଂପ୍ରସାରଣ କରାଯିବ। ୬ ଜିଲ୍ଲାରେ ହେବ କଫି ଚାଷ । ଏଥିପାଇଁ ଖର୍ଚ୍ଚ ହେବ ୧୧୪୪ କୋଟି ।
ଏମଏସଏମଇ ବିଭାଗର ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେହିପରି ରାଜସ୍ୱ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି। ଲିଜ ଜମିକୁ ସ୍ଥିତିବାନ କରିବା ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସ୍ଥିତିବାନ ସ୍ୱତ୍ତ୍ୱ ପାଇଁ ପୂର୍ବରୁ ଜମି ମୂଲ୍ୟର ୧୦% ଦେୟ ପଡୁଥିଲା । ଏବେ ଉକ୍ତ ଜମିର ପାଖ ଜମି ମୂଲ୍ୟ ଅନୁସାରେ ଦେୟ ଦେବାକୁ ପଡ଼ିବ। ପାଖ ଜମିର ବେଞ୍ଚମାର୍କ ମୂଲ୍ୟର ମାତ୍ର ୩% ଦେୟରେ ହେବ କନ୍‌ଭର୍‌ସନ୍‌।
ଓଡ଼ିଶା ବାୟୋଟେକ୍ନୋଲୋଜି ପଲିସି- ୨୦୨୪କୁ ମଧ୍ୟ ମଞ୍ଜୁରୀ ମିଳିଛି। ବାୟୋଟେକ୍ନୋଲୋଜି ଷ୍ଟାର୍ଟ- ଆପକୁ ମିିଳିବ ଆର୍ଥିକ ସୁବିଧା । ଗଠନ ହେବ ଓଡ଼ିଶା ବାୟୋଟେକ୍ନୋଲୋଜି ଭିଜନ ଗ୍ରୁପ ।
ଓଡ଼ିଶାରେ ଜେଏସଡବ୍ଲୁ ଇଭି ଯାନ ନିର୍ମାଣ କରିବ। ନରାଜ ନିକଟରେ ହେବ କାରଖାନା । ୪୦ ହଜାର କୋଟି ଟଙ୍କା ନିବେଶ ହେବ। ଇଭି କାରଖାନାରେ ପ୍ରାୟ ୧୨ ହଜାର ଲୋକ ନିଯୁକ୍ତି ପାଇବେ । ଗୋଟିଏ ଜାଗାରେ ଦେଶର ସବୁଠାରୁ ବଡ଼ ଇଭି କାରଖାନା ହେବ । ଇଲେକ୍ଟ୍ରି ଯାନ ପାଇଁ ଦୁଇ ପ୍ରକାର କାରଖାନା କରିବ ଜେଏସ୍‌ଡବ୍ଲୁ । ଗୋଟିଏ କାରଖାନାରେ ଇଲେକ୍ଟ୍ରି ଯାନ ଓ ବ୍ୟାଟେରୀ ପ୍ରସ୍ତୁତ ହେବ। ଅନ୍ୟ କାରଖାନାରେ ଇଲେକ୍ଟ୍ରି ଯାନ କମ୍ପୋନେଟ ନିର୍ମାଣ ହେବ ।
ରାଜ୍ୟ କ୍ୟାବିନେଟ ବୈଠକରେ ୩ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ର ଜରୁରୀ ବୈଠକ । ଏହି ବୈଠକରେ ୩ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। କୃଷି ଓ କୃଷକ ଶସକ୍ତିକରଣ ବିଭାଗର ଏକ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି। ସେହିପରି ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଏକ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ପ୍ରସ୍ତାବରକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏ ନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି।
କ୍ୟାବିନେଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି-
୧. ଓଡିଶା ଷ୍ଟେଟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ (OSWAS) ର ଉନ୍ନତିକରଣକୁ କ୍ୟାବିନେଟ ଅନୁମୋଦନ ମିଳିଛି। ସମଗ୍ର ଦେଶରେ digital workflow systemର ଅନ୍ୟତମ ଶ୍ରେଷ୍ଠ ବ୍ୟବସ୍ଥା ଭାବରେ ଓସ୍ୱାସ୍‌ର ସ୍ୱତନ୍ତ୍ର ଖ୍ୟାତି ରହିଛି। ଏହି ଉନ୍ନତିକରଣ ପଦକ୍ଷେପ 5T ଢାଞ୍ଚାରେ ଶାସନର ଦକ୍ଷତା ସ୍ତରକୁ ଆହୁରି ଉଚ୍ଚତର ସୋପାନକୁ ନେବା ସହିତ ନାଗରିକ ଅନୁକୂଳ ସ୍ୱଚ୍ଛ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ।
୨. ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ୧୯୬୨ରେ ପ୍ରତିଷ୍ଠା ହୋଇଥିଲା। ବିଶ୍ୱ ବିଦ୍ୟାଳୟର ଅଧିକାଂଶ ଭିତ୍ତିଭୂମି ୫ ଦଶନ୍ଧିରୁ ଅଧିକ ହୋଇଥିବାରୁ ଏହାର ଜରୁରୀ ମରାମତି, ନବୀକରଣ ଓ ପୁନଃନିର୍ମାଣ ପାଇଁ ୨୦୨୩-୨୪ ରୁ ୨୦୨୭-୨୮, ପାଞ୍ଚ ବର୍ଷ ପାଇଁ ରାଜ୍ୟ କ୍ୟାବିନେଟ ୪୯୧.୪୧ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି।
୩. ଆଦିବାସୀ ଉପଦେଷ୍ଟା ପରିଷଦ (TAC) ଦ୍ୱାରା ତା.୧୧.୦୭.୨୦୨୩ ରିଖରେ ଅନୁମୋଦନ କରାଯାଇଥିବା ପ୍ରସ୍ତାବକୁ ଆଧାର କରି ତା. ୧୪.୧୧.୨୦୨୩ ରିଖରେ ଓଡିଶା ଅନୁସୂଚିତ ଅଞ୍ଚଳରେ ସ୍ଥାବର ସମ୍ପତ୍ତି ( ଅନୁସୂଚିତ ଜନଜାତି ଦ୍ୱାରା) ହସ୍ତାନ୍ତର ଆଇନ, ୧୯୫୬ କୁ ସଂଶୋଧନ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ। ଆଜିର ବୈଠକରେ ଉପରୋକ୍ତ ସଂଶୋଧନର ପୁନର୍ବିଚାର କରି କ୍ୟାବିନେଟ ଏ ବିଷୟରେ ଅଧିକ ତର୍ଜମା କରିବା ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିଶ କରିଛନ୍ତି ।