Uttarkashi tunnel rescue - The Sakala

ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ୍ ରେସକ୍ୟୁ, ଯେ କୌଣସି ମୁହୂର୍ତ୍ତରେ ବାହାରକୁ ଆସିପାରନ୍ତି ୪୧ ଶ୍ରମିକ
ଉତ୍ତରକାଶୀ: ଆଉ ମାତ୍ର କିଛି ସମୟର ଅପେକ୍ଷା, ଟନେଲ୍‌ ଭିତରୁ ବାହାରି ପାରନ୍ତି ୪୧ ଶ୍ରମିକ । ଆଉ ମାତ୍ର ୫ ମିଟର ସୁଡଙ୍ଗ ଖୋଳିବା ପରେ ଶ୍ରମିକଙ୍କ ପାଖରେ ପହଞ୍ଚିବ ରେସକ୍ୟୁ ଟିମ୍ । ଏଥିପାଇଁ ଜୋରସୋରରେ ଚାଲିଛି ମାନୁଆଲ୍ ଡ୍ରିଲିଂ । ୧ରୁ ୨ ଘଣ୍ଟା ଭିତରେ ବାହାରିପାରନ୍ତି ୪୧ ଶ୍ରମିକ । ଏ ନେଇ ସୂଚନା ଦେଲେ NHIDCL ଏମ୍‌ଡି । ଶ୍ରମିକମାନେ ବାହାରିବା ଆଶା ଉଜ୍ଜ୍ବଳ ହେବା ପରେ ସ୍ଥାନୀୟ ବାସିନ୍ଦା ମଧ୍ୟ ଖୁସି ପ୍ରକାଶ କରିଛନ୍ତି । ଉଦ୍ଧାର ପାଇଁ ସେନା ଓ SDRF ପ୍ରସ୍ତୁତ । ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିସାରିଛି। ଦୀର୍ଘ ୧୭ ଦିନ ଧରି ଟନେଲ ଭିତରେ ଫସିକି ରହିବା ପରେ ଆଜି ଟନେଲ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରନ୍ତି ୪୧ ଜଣ ଶ୍ରମିକ ।

ଭର୍ଟିକାଲ୍ ଓ ମାନୁଆଲ୍ ଡ୍ରିଲିଂରେ ଉଦ୍ଧାରକାରୀ ଟିମ୍ ପ୍ରାୟ ୫୨ମିଟର ଖୋଳି ସାରିଲେଣି । ଏଥିସହ ଭିତରେ ୫୨ ମିଟର ଯାଏ ପାଇପ୍ ପ୍ରବେଶ କରାଯାଇଛି । ଆଉ ୫ ମିଟର ପାଇପ୍ ପ୍ରବେଶ ପରେ ରେସକ୍ୟୁରେ ମିଳିପାରେ ସଫଳତା । ଆଜି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

ଶ୍ରମିକମାନେ ଉଦ୍ଧାରକାରୀ ଦଳ ପାଖରୁ ୫ ମିଟର ଦୂରରେ ରହିଛନ୍ତି । ରାଟ୍ ହୋଲ୍ ମାଇନର ମାନେ ଆଜି ସୁଦ୍ଧା ଏହି ଖନନ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଆଶା କରାଯାଉଛି, ଯେକୌଣସି ମୁହୂର୍ତ୍ତରେ ଶ୍ରମିକମାନେ ଉଦ୍ଧାର ହେବେ।

୧୬ ଦିନ ହେଲା ଜୀବନ ସହ ସଂଗ୍ରାମ କରୁଛନ୍ତି ଟନେଲରେ ଫସିଥିବା ୪୧ ଶ୍ରମିକ, ଉଦ୍ଧାର ପାଇଁ ଜାରି ରହିଛି ଭର୍ଟିକାଲ ଡ୍ରିଲିଂ
ଡେରାଡୁନ୍‌: ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାକୁ ଇତିମଧ୍ୟରେ ୧୬ ଦିନ ପହଞ୍ଚିଲାଣି । ଟନେଲ ତଳେ ଫସିରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସବୁ ଦିଗରୁ ଉଦ୍ୟମ କରାଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏହା ସମ୍ଭବ ହୋଇପାରି ନାହିଁ। ଶ୍ରମିକମାନଙ୍କୁ ପାଇପ ଯୋଗେ ଉଦ୍ଧାର କରିବାକୁ ସମାନ୍ତରାଳ ଭାବେ ଡ୍ରିଲିଂ କରାଯାଇ ଏହା ଭିତରକୁ ପାଇପ ଭର୍ତ୍ତି କରିବାକୁ ବିଗତ ୫ ଦିନ ହେଲା ଉଦ୍ୟମ କରାଯାଇଥିଲା। କିନ୍ତୁ ଖନନ ବେଳେ ଧାତୁଜନିତ ପ୍ରତିବନ୍ଧକ ପାଇଁ ଡ୍ରିଲିଂ କାର୍ଯ୍ୟରେ ବହୁବାର ପ୍ରତିକୂଳ ପରିସ୍ଥିତି ଦେଖାଯାଇଛି। ଏହି ତରିକା ସବୁଠୁ ନିରାପଦ ଏବଂ ସଫଳଜନକ ବୋଲି ବିଚାର କରାଯାଇ ଖନନ କାର୍ଯ୍ୟ କରାଯାଇଥିଲେ ହେଁ ଏଭଳି ପ୍ରତିବନ୍ଧକ ପାଇଁ ସମୟ ଗଡ଼ି ଚାଲିଛି, ହେଲେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇନାହିଁ।

ତେବେ ଗତକାଲିଠାରୁ ଆଉ ଏକ ଫର୍ମୂଲାରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଏଥରକ ପାହାଡ଼ର ଉପରିସ୍ଥ ଭାଗରୁ ଲମ୍ବ( ଭର୍ଟିକାଲ) ଭାବେ ଖନନ କରାଯାଉଛି। ଏହି ଉପାୟରେ ଶ୍ରମିକମାନେ ଫସି ରହିଥିବା ସ୍ଥାନରେ ପାଇପ ପହଞ୍ଚିବାକୁ ୮୬ ମିଟର ଖନନ କରିବାକୁ ପଡ଼ିବ। ଆଉ ଏପର୍ଯ୍ୟନ୍ତ ୩୦ ମିଟର୍ ଡ୍ରିଲିଂ ଶେଷ ହୋଇଛି । ଏହାରି ଭିତରେ କିଛି ପାଣି, ଟାଣ ପଥର ମିଳିଥିଲା । ଏସବୁକୁ ହଟାଯିବା କାମ ଜାରି ରହିଛି । ଯଦି ଏହି ଭଳି ଭାବେ କାମ ଜାରି ରହେ, ତାହାଲେ ଆସନ୍ତା ୩୦ ତାରିଖ ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ ବୋଲି ଏନ୍ଏଚ୍ଆଇଡିସିଏଲ ନିର୍ଦ୍ଦେଶକ ମେହମୁଦ୍ଦ ଅହମ୍ମଦ୍ କହିଛନ୍ତି ।

ଇତିମଧ୍ୟରେ ଉଦ୍ଧାରକାରୀ ଟିମ୍‌କୁ ସହାୟତା କରିବାକୁ ଚେନ୍ନଇରୁ ଭାରତୀୟ ସେନାର ଏକ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟନେଲ ମୁଖ୍ୟ ଦ୍ବାର ଠାରୁ ପ୍ରାୟ ୫୬ ମିଟର ଦୂରରେ ଶ୍ରମିକମାନେ ଫସି ରହିଥିଲା ବେଳେ ଉପରପଟୁ କିମ୍ବା ସମାନ୍ତରାଳ ଭାବେ ଯେକୌଣସି ଉପାୟରେ ସେମାନଙ୍କ ନିକଟକୁ ପାଇପ୍‌ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି। ସମାନ୍ତରାଳ ଭାବେ ନିଆଯାଉଥିବା ପାଇପ ଶ୍ରମିକମାନଙ୍କ ନିକଟରେ ପହଞ୍ଚିବାକୁ ଆଉ ମାତ୍ର ୧୦.୯ ମିଟର ରହିଛି। ସେପଟେ ଉପରପଟୁ ମଧ୍ୟ ରବିବାର ଅପରାହ୍ନରୁ ଖନନ ଆରମ୍ଭ ହୋଇଛି। ତେଣୁ ଯେଉଁ ଉପାୟରେ ଶ୍ରମିକମାନଙ୍କ ନିକଟରେ ପାଇପ ଶ୍ରୀଘ୍ର ପହଞ୍ଚିବ ସେହି ଅନୁସାରେ ସେମାନଙ୍କୁ ଉଦ୍ଧାର କରାଯିବ ବୋଲି କୁହାଯାଇଛି।

5T ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍ତରକାଶୀ ଟନେଲରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ପରିବାର ସଦସ୍ୟ
ଭୁବନେଶ୍ୱର: 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଲେ ଉତ୍ତରକାଶୀ ଟନେଲରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ପରିବାର ଲୋକେ । ଉଦ୍ଧାର ନେଇ ପରିବାର ଲୋକଙ୍କୁ ଆଶ୍ୱାସନା ଦେବା ସହ ସେମାନଙ୍କର ଉତ୍ତରକାଶୀ ଯିବାର ବ୍ୟବସ୍ଥା କରିଛନ୍ତି ସରକାର । ନବୀନ ନିବାସରେ ଶ୍ରମିକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରାଯାଇଛି ।

ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ମଧ୍ୟରୁ ଓଡ଼ିଶାର ୫ ଜଣ ଶ୍ରମିକ ରହିଛନ୍ତି । ରାଜ୍ୟ ସରକାରଙ୍କ ଅଫିସର ଓ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟମାନଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୁରଭଂଜ ଜିଲ୍ଲାର ବିମଳା ନାୟକ, ଚିତ୍ତରଂଜନ ନାୟକ । ପୂର୍ବରୁ ଅନ୍ୟ ଦୁଇ ଶ୍ରମିକଙ୍କ ପରିବାର ଉତ୍ତରକାଶୀ ରେ ପହଂଚି ସାରିଛନ୍ତି ।

। ଏହାଦ୍ବାରା ଉଦ୍ଧାର ପରେ ଫସି ରହିଥିବା ଶ୍ରମିକମାନେ ସେମାନଙ୍କ ପରିବାରବର୍ଗଙ୍କୁ ଭେଟି ପାରିବେ ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୧୩ ଦିନ ଧରି ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲ ମଧ୍ୟରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି । ଏଥିରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି । ଏହି ଶ୍ରମିକ ମାନେ ହେଲେ – ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା ଏବଂ ମୟୁରଭଂଜର ବିଶେଶ୍ବର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ।

ଏହି ଶ୍ରମିକଙ୍କ ପରିବାର ସଦସ୍ୟ ୫-ଟି ଅଧ୍ୟକ୍ଷଙ୍କୁ ନବୀନ ନିବାସ ରେ ସାକ୍ଷାତ କରିଥିଲେ। ୫-ଟି ଅଧ୍ୟକ୍ଷ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଜଣାଇଥିଲେ । ରାଜ୍ୟ ସରକାରଙ୍କ ଅଫିସର ଓ ସ୍ବତନ୍ତ୍ର ଟିମ୍‌ ଉଦ୍ଧାରସ୍ଥଳୀକୁ ଯାଇଛନ୍ତି ଏବଂ ଉଦ୍ଧାରକାରୀ ଦଳ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି। ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଶ୍ରମିକ ମାନଙ୍କ ନିରାପତ୍ତା ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ନିୟମିତ ଖବର ନେଉଛନ୍ତି ବୋଲି ସେ ପରିବାର ସଦସ୍ୟ ମାନଙ୍କୁ କହିଥିଲେ ।

ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି ଏବଂ ଖୁବ ଶୀଘ୍ର ସେମାନେ ପରିବାରକୁ ଫେରି ଆସିବେ ବୋଲି ୫-ଟି ଅଧ୍ୟକ୍ଷ ସେମାନଙ୍କୁ ଆଶ୍ବାସନା ଦେଇଥିଲେ ।

ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣା: ଆସନ୍ତାକାଲି ସକାଳ ପୂର୍ବରୁ ଉଦ୍ଧାର ହୋଇପାରନ୍ତି ଫସି ରହିଥିବା ୪୧ ଶ୍ରମିକ !
ଉତ୍ତରକାଶୀ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୧୧ ଦିନ ହେଲାଣି ।  ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା କାର୍ଯ୍ୟରେ ଉଅଗ୍ରଗତି ହୋଇଛି । ଏପରିକି ଆସନ୍ତାକାଲି ସକାଳ ପୂର୍ବରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରେ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଉଛି ।

ଟନେଲର ପ୍ରବେଶ ପଥରୁ ଆମେରିକୀୟ ଅଗର ମେସିନ୍ ମାଧ୍ୟମରେ ପ୍ରାୟ ୪୨ ମିଟର ପର୍ଯ୍ୟନ୍ତ ୮୦୦ ମିଲିମିଟର (ପ୍ରାୟ ୩୨ ଇଞ୍ଚ) ପାଇପ୍ ଖୋଳାଯାଇଛି। ଏବେ ପ୍ରାୟ ୧୨ ମିଟର ଖନନ ବାକି ରହିଛି। ଅବଶିଷ୍ଟ ଖନନ ଗୁରୁବାର ସକାଳ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଖନନ କାର୍ଯ୍ୟ ଶେଷ ହେବା ପରେ ଏଠାରୁ ୩୨ ଇଞ୍ଚର ପାଇପ୍ ପ୍ରବେଶ କରାଯିବ। ଏସବୁ ପାଇପକୁ ଓଡ଼ିଶାର ରାଉରକେଲାରୁ ବାୟୁସେନା ବିମାନରେ ସେଠାକୁ ନିଆଯାଇଛି । ଏହା ଜରିଆରେ ଶ୍ରମିକମାନେ ବାହାରକୁ ଚାଲିଯିବେ। ପାଇପ ଭିତର ଦେଇ ସହଜରେ ଆସିବାକୁ ଏକ ଚକ ଲାଗିଥିବା ଷ୍ଟ୍ରେଚର ପଠାଯିବ ଓ ଶ୍ରମିକମାନଙ୍କୁ ବାହାରୁ ରସି ମାଧ୍ୟମରେ ଟାଣି ଅଣାଯିବ। ଶ୍ରମିକମାନେ ବାହାରକୁ ଆସିବା ପରେ ସେମାନଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ମହଜୁଦ ରହିଛି।