odish news - The Sakala
ବର୍ଷା- ବଜ୍ରପାତ ନେଇ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ୩ ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।
ବିକ୍ରମ ପଣ୍ଡା ଗିରଫ; 'ବିକ୍ରମଙ୍କୁ ଫସାଇବାକୁ ଉଦ୍ୟମ , ରାଜନୈତିକ ଷଡଯନ୍ତ୍ରର ଶିକାର'
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ ପଣ୍ଡା ଗିରଫ । ବିକ୍ରମଙ୍କୁ ଫସାଇବାକୁ ଉଦ୍ୟମ ବୋଲି ବିଜେଡ଼ି କହିଛି। ଏହି ଗିରଫ ପ୍ରସଙ୍ଗରେ ବରିଷ୍ଠ ବିଜେଡ଼ି ନେତା ଚନ୍ଦ୍ରଶେଖର ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏସପିଙ୍କ ଉତ୍ତରରେ ଆମେ ସନ୍ତୁଷ୍ଟ ନୁହେଁ । ବିକ୍ରମଙ୍କୁ ଗରିଫର କୌଣସି ଠୋସ୍ ଆଧାର ନାହିଁ। ସେ ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଛନ୍ତି ଚନ୍ଦ୍ରଶେଖର ସାହୁ କହିଛନ୍ତି। ତଦନ୍ତ ବାଟବଣା, ରାଜନୈତିକ ଉଦେଶ୍ୟ ପ୍ରଣୋଦିତ। ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି। ନୂଆପଡ଼ା ପ୍ରଚାରରୁ ବିକ୍ରମଙ୍କୁ ଦୂରେଇ ରଖିବାକୁ ଚକ୍ରାନ୍ତ। ଚାପରେ ଏପରି କରିଥିଲେ ପିରଣାମ ଭୟାବହ ହେବ। ବିଜୁ ଜନତା ଦଳ ଆଇନଗତ ଲଢେଇ କରିବ ଚନ୍ଦ୍ରଶେଖର କହିଛନ୍ତି।
ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ଭୁବନେଶ୍ବର: ଭୁବନେଶ୍ୱରରେ ଘଟିଛି ଲୋମହର୍ଷଣକାରୀ ଘଟଣା। ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ I ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଘର ଝାଡଖଣ୍ଡରେ ହୋଇଥିବା ବେଳେ ଗତ ରାତିରେ ତାଙ୍କ ସହ କେହି ଦୁର୍ବୃତ୍ତ ଏଭଲି ଜଘନ୍ୟ କାଣ୍ଡ ଘଟାଇଛନ୍ତି I କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା I ନାବାଳିକା ଜଣଙ୍କ ଏବେ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ଅଛନ୍ତି। ପୁଲିସ୍ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରୁଛି। ହେଲେ ଅଭିଯୁକ୍ତମାନଙ୍କର ଟେର ପାଇନାହିଁ।
ଗତକାଲି ବିଳମ୍ବିତ ରାତିରେ ଜଣେ ୧୭ ବର୍ଷର ନାବାଳିକା ଅଶୋକ ନଗର ଅଞ୍ଚଳ ରାସ୍ତା କଡ଼ରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ। କିଛି ଲୋକ ମାନସିକ ବିକୃତ ଭାବି ଅଣଦେଖା କରିଥିଲେ। ରାତି ଯେତେ ବଢ଼ିଥିଲା ନାବାଳିକା ଯନ୍ତ୍ରଣାରେ ଅଧିକ ଛଟପଟ ହେଉଥିବାର କିଛି ଅଟୋ ଚାଳକ ଦେଖି ଘଟଣାସ୍ଥଳକୁ ଯାଇ ଦେଖିଥିଲେ ନାବାଳିକାର ଦେହର ବିଭିନ୍ନ ସ୍ଥାନ କ୍ଷତ ରହିଛ। ପିନ୍ଧିଥିବା ପୋଷାକ ଚିରି ଯାଇଛି। ଏହା ଦେଖି ସେମାନେ ପୁଲିସ୍‌କୁ ଫୋନ୍ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଡାକ୍ତର ଜାଣିବାକୁ ପାଇଥିଲେ ନାବଳିକା ସହ ଦୁଷ୍କର୍ମ ଘଟିଛି। ନାବାଳିକା ଜଣଙ୍କ କଥା ମଧ୍ୟ ହୋଇପାରୁ ନ ଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗଣଦୁଷ୍କର୍ମ ଓ ପୋକ୍ସୋ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛିI
ପାତରଅନ୍ତର କରିବ ଶୀତ; ଉପକୂଳରେ କମ୍‌, ଆଭ୍ୟନ୍ତରୀଣରେ ସ୍ୱାଭାବିକ...
ଭୁବନେଶ୍ୱର: ଚଳିତବର୍ଷ ଦେଶରେ ପ୍ରବଳ ଶୀତ ନେଇ ବିଭିନ୍ନ ପାଣିପାଗ ଆକଳନକାରୀ ସଂସ୍ଥା ପୂର୍ବାନୁମାନ କରୁଛନ୍ତି। ହିମାଳୟ ବରାଫାଦୃତ ସହିତ ଲା-ନିନା ସ୍ଥିତି ଶୀତ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି। ମାତ୍ର ଏସବୁ ସତ୍ତ୍ବେ ରାଜ୍ୟରେ ଶୀତର ମାତ୍ରାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଚଳିତ ବର୍ଷ  ଶୀତ ପ୍ରବଣ ଅଞ୍ଚଳଗୁଡ଼ିକରେ ଶୀତ ସ୍ୱାଭାବିକ ରହିବା ସହ ଉପକୂଳ ଓଡ଼ିଶାରେ ଏହା ଅପେକ୍ଷାକୃତ କମ୍‌ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।
ଶୀତ ସ୍ଥିତିକୁ ନେଇ ପ୍ରଫେସର୍‌ ପଶୁପାଳକ କହିଛନ୍ତି ଯେ ଚଳିତ ବର୍ଷ ଉତ୍ତର ଭାରତରେ ପ୍ରବଳ ଶୀତ ହେବ। କିନ୍ତୁ ରାଜ୍ୟରେ ଶୀତ ବିଳମ୍ବର ଆସିବ ଓ କମ୍‌ ଥଣ୍ଡା ରହିବ। ଅକ୍ଟୋବରରୁ ଲା-ନିନା ସ୍ଥିତି ସୃଷ୍ଟି ହୋଇଛି। ମାତ୍ର ଫେବ୍ରୁଆରୀ ସୁଦ୍ଧା ଏହା ସ୍ୱାଭାବିକ ସ୍ଥିତିକୁ ଆସିଯିବ। ସାଧାରଣତଃ ଲା-ନିନା ବର୍ଷଗୁଡ଼ିକରେ ଶୀତର ମାତ୍ରା ଅଧିକ ରହିଥାଏ। କିନ୍ତୁ ସବୁଆଡେ଼ ଏହା ହୋଇ ନ ଥାଏ। ଏଥର ମଧ୍ୟ ଶୀତ ହେଉଥିବା ରାଜ୍ୟଗୁଡ଼ିକରେ ଶୀତ ସ୍ୱାଭାବିକଠାରୁ ଅଧିକ ରହିବ। ନଭେମ୍ବର-ଡିସେମ୍ବରରେ ପଶ୍ଚିମ ହିମାଳୟ ଓ ସଂଲଗ୍ନ ପଞ୍ଜାବ, ଜାମ୍ମୁ କଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପାକିସ୍ତାନ ଓ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ବହୁତ କମିବ। କିନ୍ତୁ ଓଡ଼ିଶାକୁ ଶୀତ ଆସିବାରେ ବିଳମ୍ବିତ ହେବ। ଡିସେମ୍ବର ଆରମ୍ଭ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଜାନୁଆରୀ ଓ ଫେବୃଆରୀରେ ଶୀତ ସ୍ୱାଭାବିକ ରହିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ସାଧାରଣତଃ ଦୁଇଟି କାରଣ ପାଇଁ କମ୍‌ ଶୀତ ହୋଇଥାଏ। ଉତ୍ତର-ପୂର୍ବ ପବନ ବୋହିଲେ ଆର୍ଦ୍ରତା ଅଧିକ ରହିବା ସହ କୁହୁଡ଼ି ଅଧିକ ରହିବ ଏବଂ ମେଘୁଆ ପାଗ ବଢ଼ିବ। ଉତ୍ତର ଭାରତରୁ ଥଣ୍ଡା ପବନ ମଧ୍ୟ ଆସିବାରେ ବାଧାପ୍ରାପ୍ତ ହେବ। ଦ୍ୱିତୀୟତଃ, ପଶ୍ଚିମା ଝଡ଼ର ପ୍ରଭାବ ଅଧିକ ହେତୁ ମେଘୁଆ ପାଗ ସହ ବର୍ଷା ହେବ। ତେବେ ଏହି ସମୟରେ ଦିନବେଳା ସାଧାରଣ ଭାବେ ତାପମାତ୍ରା କମ୍‌ ରହିବ। କୋହଲା ପାଗ ଅଧିକ ରହିପାରେ। ଶୀତ କମ୍‌ ରହିଲେ ମଧ୍ୟ ଡିସେମ୍ବର ଓ ଜାନୁଆରୀରେ କିଛି ସ୍ୱଳ୍ପ ଅବଧି ପାଇଁ ଶୀତ ଲହରୀ ହୋଇପାରେ। ଉପକୂଳରେ ଶୀତ କମିଲେ ମଧ୍ୟ ଆଭ୍ୟନ୍ତରୀଣରେ ବିଶେଷ କରି ଶୀତପ୍ରବଣ ଅଞ୍ଚଳରେ ସ୍ୱାଭାବିକ ଥଣ୍ଡା ରହିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼...
ପୁରୀ: ଆଜି ଠାରୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେଉଛି। ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି। ଏଥିପାଇଁ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ବ୍ରତଧାରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଚଳିତ ବର୍ଷର ହବିଷ୍ୟାଳି ଯୋଜନାର ଶୁଭାରମ୍ଭ ହେବ। ଏଥିପାଇଁ ବୃନ୍ଦାବତୀ ନିବାସ ପରିସରରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ନାମ ପଞ୍ଜୀକରଣ କରିଥିବା ବ୍ରତଧାରୀଙ୍କ ଲାଗି ୪ଟି ରହଣି କେନ୍ଦ୍ର କରାଯାଇଛି। ସ୍ଥାୟୀ ଶିବିର ବୃନ୍ଦାବତୀ ନିବାସ ବ୍ୟତୀତ ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଏବଂ ମୋଚିସାହି କଲ୍ୟାଣ୍ଡ ମଣ୍ଡପରେ ହବିଷ୍ୟାଳିଙ୍କୁ ରଖାଯାଇଛି।
ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ହବିଷ ବ୍ରତ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ। ହବିଷ୍ୟାଳି ଯୋଜନାରେ ଆସିଥିବା ବ୍ରତଧାରୀଙ୍କୁ ଏଥର ୪ଟି ରହଣି କେନ୍ଦ୍ର (ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ) ରେ ରଖାଯାଇଛି। ହବିଷ୍ୟାଳି ଯୋଜନାରେ ୭୦ବର୍ଷ ବୟସ୍କା ପର୍ଯ୍ୟନ୍ତ ବିଧବା ମା’ ଓ ୫୦ରୁ ୭୦ ବର୍ଷ ବିବାହିତ ମହିଳାମାନେ ଏହି ବ୍ରତ ପାଇଁ ଆବେଦନ ଅନ୍‌ଲାଇନ ମାଧ୍ୟମରେ କରିଥିଲେ। ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ଗମନାଗମନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା, ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା, ପରିମଳ, ପାନୀୟ ଜଳ, ସ୍ବେଚ୍ଛାସେବୀ ସହଯୋଗ ଇତ୍ୟାଦି ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାକୁ ସୁନିୟନ୍ତ୍ରିତ କରିବାକୁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ତଦାରଖ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ସୋମବାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଅନ୍ୟ ଅଧିକାରୀମାନେ ବିଭିନ୍ନ ରହଣି କେନ୍ଦ୍ର ବୁଲି ସ୍ଥିତି ପରଖିଛନ୍ତି। କ’ଣ ସୁବିଧା, ଅସୁବିଧା ରହିଛି, ବୁଝିବା ସହ ସମସ୍ତ ବ୍ୟବସ୍ଥା ବୁଲି ଦେଖିଛନ୍ତି।
ହବିଷ୍ୟାଳିମା‌ନେ ଭୋର୍‌ରୁ ଉଠି ନରେନ୍ଦ୍ର ପୁଷ୍କରିଣୀ ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ‌‌‌ରେ ସ୍ନାନ ସାରି ଶ୍ରୀମନ୍ଦିରକୁ ଯିବେ। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିବା ସହ ବ୍ରତ ଧରିବେ। ତୁଳସୀ ଚଉରାମୂଳେ ରାଇଦାମୋଦରଙ୍କୁ ପୂଜା କରି ମାସଟା ଯାକ ଆଧ୍ୟାତ୍ମିକ ଭାବେ ବାନ୍ଧି ହୋଇ ରହିବେ। ପ୍ରତି ସନ୍ଧ୍ୟାରେ ଆକାଶ ଦୀପ ଟାଣିବେ। ପୁଣି ଶୁଣିବେ ଭଜନ, ଭାଗବତ, ପୁରାଣ ଓ ପ୍ରବଚନ। ଗୋଟିଏଥର ମହାପ୍ରସାଦ ସେବନ କରିବେ।
ଭୁବନେଶ୍ୱର: ଦୁର୍ଗା ପୂଜାକୁ ଦୁଷ୍ଟିରେ ରଖି କମିସନରେଟ୍‌‌ ପୁଲିସ ପକ୍ଷରୁ ଟ୍ରାଫିକ୍‌‌ କଟକଣା କରାଯାଇଛି। ଆସନ୍ତା ୨୮ ତାରିଖରୁ ଗତ ମାସ ୨ ତାରଖ ପର୍ଯ୍ୟନ୍ତ ଏହି ଟ୍ରାଫିକ୍‌‌ କଟକଣା ଲାଗୁ ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଯାନବାହନଗୁଡ଼ିକର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଉଭୟ ଭୁବନେଶ୍ୱର କଟକରେ କଟକଣା କରାଯାଇଛି। ଅପରାହ୍ନ ୨ ଘଟିକା ଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯିବ।
ରସୁଲଗଡ଼ ଛକ ଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ବମିଖାଲ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକୀଜ୍‌‌ ଏବଂ ସାମନ୍ତରାପୁର ଛକ ସଂଲଗ୍ନ ରାସ୍ତାରେ ଭାରୀଯାନ ଯାଇପାରିବ ନାହିଁ। ଏହାକୁ ସଂଯୋଗ କରୁଥିବା ଆଖପାଖ (ରୁପାଲି, ରାଜମହଲ ଛକ ସଂଲଗ୍ନ) ରାସ୍ତାରେ ମଧ୍ୟ ଭାରୀଯାନ ନିଷେଧ କରାଯାଇଛି। ବାଣୀବିହାର ଛକ ଠାରୁ ଶିଶୁଭବନ ଛକ ଏବଂ ସତ୍ୟନଗର, ରାମ ମନ୍ଦିର, ମାଷ୍ଟର କ୍ୟାଣ୍ଟନ ଏବଂ ଆଚାର୍ଯ୍ୟ ବିହାର ଛକ ଠାରୁ କଳିଙ୍ଗ ହସ୍ପିଟାଲ ଛକ ଏବଂ ସୈନିକ ସ୍କୁଲ ଛକ ସଂଲଗ୍ନ ରାସ୍ତାରେ ମଧ୍ୟ ଭାରୀଯାନ ବାରଣ କରାଯାଇଛି। ଆଚାର୍ଯ୍ୟ ବିହାର ଛକ ଠାରୁ ନିୟୁ ଏୟାରପୋର୍ଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ ମଧ୍ୟ ଭାରୀଯାନକୁ ବାରଣ କରାଯାଇଛି। ଜୟଦେବ ବିହାର ଛକ ଠାରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ ମଧ୍ୟ ବାରଣ ରହିଛି। ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା ଏବଂ ପଟିଆ ଛକ ସଂଲଗ୍ନ ରାସ୍ତା ଜୟଦେବ ବିହାର ଛକ ଠାରୁ ରାଜଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ ବାରଣ ହୋଇଛି। ବେହେରା ସାହି ଛକ ଏବଂ ଶାସ୍ତ୍ରୀ ନଗର ଛକ ସଂଲଗ୍ନ ରାସ୍ତାକୁ ମଧ୍ୟ ବାରଣ କରାଯାଇଛି। ସିଆରପି ଛକ ଠାରୁ ପାୱାର ହାଉସ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ (ଷ୍ଟୁଆର୍ଟ ସ୍କୁଲ ଏବଂ ୟୁନିଟ୍‌‌- ୮, ଡ଼ିଏଭି ସ୍କୁଲ ସଂଲଗ୍ନ) ରାସ୍ତାକୁ ବାରଣ କରାଯାଇଛି। ବରମୁଣ୍ଡା ଫାୟାର ଟ୍ରେନିଂ ସ୍କୁଲ ଛକ ଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ (ପାଇକନଗର, ଶିରିପୁର ଛକ ଏବଂ ଗଙ୍ଗନଗର ଛକ ସଂଲଗ୍ନ) ରାସ୍ତାକୁ ବାରଣ କରାଯାଇଛି।। ଖଣ୍ଡଗିରି ଛକ ଠାରୁ ପୋଖରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ (ଜାଗମରା ଛକ ଏବଂ ଗଣ୍ଡମୁଣ୍ଡା ଛକ ସଂଲଗ୍ନ)ରାସ୍ତା ବାରଣ କରାଯାଇଛି। ଜାତୀୟ ରାଜପଥ ୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାଶ୍ୱରେ ଥିବା ସର୍ଭିସ୍‌‌ ରୋଡ଼ରେ ମଧ୍ୟ ଭାରୀଯାନ ବାରଣ। ଖୋର୍ଦ୍ଧା ପଟୁ କଟକ ଆଡ଼କୁ ଆସୁଥିବା ସମସ୍ତ ପ୍ରକାର ଭାରୀ ଯାନଗୁଡ଼ିକୁ ଭୁବନେଶ୍ୱର ଆଡ଼କୁ ଆସିବାକୁ ଦିଆଯିବ ନାହିଁ। ସେହି ଗାଡ଼ି ଗୁଡ଼ିକ ପିତାପଲି ଛକ ଠାରୁ ବାମ ପଟ ରାସ୍ତା ରେ ଭାୟା ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦା ଠାରେ ଜାତୀୟ ରାଜପଥ ୧୬ ରେ ମିଶିବେ। ସେହିପରି କଟକ ପଟୁ ଖୋର୍ଦ୍ଧା ଆଡ଼କୁ ଆସୁଥୁବା ଭାରୀ ଯାନ ଗୁଡ଼ିକ ବାଲିକୁଦା ଛକ ଦେଇ ପିତାପଲ୍ଲୀ ଠାରେ ଜାତୀୟ ରାଜପଥ ୧୬ ରେ ମିଶିବେ।
ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖ୍‌‌ ଆବଶ୍ୟକ ପଡ଼ିଲେ ପିତାପଲ୍ଲୀ ଛକ ଓ ବିରୂପା ବ୍ରିଜ୍‌‌ ଠାରୁ ଭାରୀ ଯାନ ଗୁଡ଼ିକର ଚଳାଚଳ ନିଷେଧ କରାଯିବ। ନୂଆପଲ୍ଲୀ ରାବଣ ପୋଡ଼ି ସମୟରେ ଜାତୀୟ ରାଜପଥ ୧୬ ଦେଇ କଟକ ପଟୁ ଆସୁଥ୍‌‌ିବା ସମସ୍ତ ଗାଡିଗୁଡିକ (ଭାରୀ ଯାନ ବ୍ୟତୀତ) ଜୟଦେବ ବିହାର ଠାରୁ ବାମ ପାଶ୍ୱ ରାସ୍ତା ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ ଏବଂ ୟୁନିଟ- ୮, ଡ଼ିଏଭି ସ୍କୁଲ ଛକ ଦେଇ ସି.ଆର.ପି/ଫାୟାର ଷ୍ଟେସନ ଛକ ଆଡ଼କୁ ଯାଇପାରିବେ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହଜି ଯାଇଛନ୍ତି । ତେଣୁ ତାଙ୍କୁ ଖୋଜିବାକୁ ବାହାରିଛନ୍ତି ବିଜେଡି ବିଧାୟକ । ହାତରେ ଧରିଛନ୍ତି ଲଣ୍ଠନ । ବିଧାନସଭାରେ କୋଠରୀରୁ କୋଠରୀ ବୁଲି ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ।ଆଜି ଗୃହରେ ବିଜେପି ବିଧାୟକଙ୍କ ଗୁଣ୍ଠାରାଜ ଦେଖିବାକୁ ମିଳିଛି । ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରୁଥିବା ବେଳେ ବିଜେପି ବିଧାୟକ ବାଧା ଦେଇଥିଲେ । କଥା ସେତିକିରେ ସରି ନଥିଲା । ବିଜେପିର ବିବାଦୀୟ ବିଧାୟକ ଜୟନାରାୟଣ, ତାରାଙ୍କ କଲର ଧରି ଘୋଷାଡି ଦେବା ସହ ତାଙ୍କୁ ଠେଲାପେଲା କରିଥିଲେ । ଏହାକୁ ନେଇ ଉଭୟ ବିରୋଧୀ କଂଗ୍ରେସ ଓ ଶାସକ ବିଧାୟକଙ୍କ ମଧ୍ୟରେ ହାତହାତି ପର୍ଯ୍ୟନ୍ତ କଥା ଯାଇଥିଲା ।
ଗୃହ ଭିତରେ ବିଜେପି ବିଧାୟକଙ୍କ ଏମିତି ଗୁଣ୍ଡାରାଜକୁ ବିଜେଡି ବିରୋଧ କରିଛି । ଦଳର ସଦସ୍ୟମାନେ ହାତରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ବିଜେଡିର ସମସ୍ତ ବିଧାୟକ ଲଣ୍ଠନ ଧରି ପ୍ରଥମେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଥିଲେ । ଏହାପରେ ବିଧାନସଭା ମଧ୍ୟରେ କୋଠରୀରୁ କୋଠରୀକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଛନ୍ତି । ଏନେଇ ଦଳ ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ହଜି ଯାଇଛନ୍ତି । ତାଙ୍କୁ ଖୋଜିବା ପାଇଁ ଲଣ୍ଠନ ଧରି ବାହାରିଛୁ ।
କୁଲଡ଼ିହାରୁ ହଦଗଡ଼ ପଳାଇଲା ଯମୁନା, ଶିମିଳିପାଳ ଫେରିବା ଆଶା ମଉଳୁଛି
ବାରିପଦା: ଶିମିଳିପାଳର ଅତିଥି ମହାବଳ ବାଘୁଣୀ ଯମୁନା ଏବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡର ହଦଗଡ଼ ଜଙ୍ଗଲରେ ବୁଲୁଛି। ହଦଗଡ଼ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭୌଗୋଳିକ କ୍ଷେତ୍ର ବୋଲି କର୍ତ୍ତୃପକ୍ଷ ଦର୍ଶାଉଥିଲେ ହେଁ ତାହା ଯେ ଶିମିଳିପାଳ ଅଭୟାରଣ୍ୟ ନୁହେଁ, କାହାକୁ ଅଛପା ନାହିଁ। ଯମୁନା ପ୍ରଥମେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡରୁ ଯାଇ କୁଳଡିହା ଅଭୟାରଣ୍ୟରେ ରହୁଥିବା ବେଳେ ରବିବାର ବିଳମ୍ୱିତ ରାତିରେ ହଦଗଡ଼ ଜଙ୍ଗଲରେ ପ୍ରବେଶ କରିଛି।
ବାଘବଂଶ ବୃଦ୍ଧି ଓ କଳାବାଘ ବଂଶ ବୃଦ୍ଧି ସମାନତା ଆଣିବା ଉଦ୍ଦେଶ୍ୟରେ ଦୁଇ ଅତିଥି ବାଘୁଣୀ ଯମୁନା ଓ ଜିନତକୁ ଅଣାଯାଇଥିବା ବେଳେ ଏବେ ସେନେଇ ଅନିଶ୍ଚିତତା ଦେଖାଦେଇଛି। ୨୦୨୪ ଅକ୍ଟୋବର ୨୭ରେ ଯମୁନା ଓ ନଭେମ୍ୱର ୧୪ରେ ଜିନତକୁ ଅଣାଯାଇଥିଲା। ନଭେମ୍ୱର ୯ ତାରିଖରେ ଯମୁନା ଓ ନଭେମ୍ୱର ୨୪ରେ ଜିନତକୁ କୋର୍‌ ଅଞ୍ଚଳରେ ଛଡ଼ାଯାଇଥିଲା। ଦୁଇ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ରହିବା ପରେ ଉଭୟଙ୍କ ବାସସ୍ଥାନ ଖୋଜିବାରେ ଜଙ୍ଗଲ ପରିବର୍ତ୍ତନ କରିଥିଲେ। ଯମୁନା କୁଲଡିହା ଅଭୟାରଣ୍ୟକୁ ପଳାଇ ଯାଇଥିବା ବେଳେ ଜିନତ୍‌‌ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଜଙ୍ଗଲକୁ ପଳାଇଥିଲା। ବହୁ ଉଦ୍ୟମ ପରେ ଜିନତକୁ ବନବିଭାଗ ଡିସେମ୍ୱର ୨୯ରେ ଟ୍ରାଙ୍କୁଲାଇଜ୍‌ କରି ୩୧ତାରିଖରେ ଶିମିଳିପାଳକୁ ଫେରାଇ ଆଣିଥିଲା। ମାତ୍ର ଯମୁନା ଡିସେମ୍ୱର ୧୬ତାରିଖରୁ ଅଦ୍ୟାବଧି କୁଲଡିହା ଅଭୟାରଣ୍ୟରେ ରହି ରବିବାର ବିଳମ୍ୱିତ ରାତିରେ ହଦଗଡ଼ ଜଙ୍ଗଲରେ ପହଞ୍ଚିଛି ବୋଲି ଓଡ଼ିଶା ବନ ଉନ୍ନୟନ ନିଗମର ସ୍ୱାଧୀନ ନିର୍ଦ୍ଦେଶକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ଯମୁନାର ଗତିବିଧିକୁ ଦୃଷ୍ଟିରେ ରଖି ବିଭାଗୀୟ ପଦକ୍ଷେପ ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଅନ୍ୟଥା ଜିନତ୍‌‌ ପରି ଯମୁନା ମଧ୍ୟ ହଦଗଡ଼ ପାର୍‌ ହୋଇ କେନ୍ଦୁଝର ଜିଲ୍ଲାର ଅନ୍ୟ ଅଭୟାରଣ୍ୟ କିମ୍ୱା ଯାଜପୁର ଜିଲ୍ଲା ଦୈତାରୀ ମାଇନ୍ସ ଅଭିମୁଖେ ପଳାଇ ଯାଇପାରେ ବୋଲି ଆଶଙ୍କା କରିଛନ୍ତି। ବିଗତ ବର୍ଷରେ ଦୈତାରୀ ମାଇନ୍ସ ଅଞ୍ଚଳରେ ମହାବଳ ବାଘ ରହୁଥିଲା। ଘଞ୍ଚ ବିସ୍ତୀର୍ଣ୍ଣ ଜଙ୍ଗଲ ପାର ହୋଇ ସମତଳ ଅଞ୍ଚଳକୁ ଯମୁନା ଯାଇପାରେ ବୋଲି ସେ କହିଛନ୍ତି।
ଆଳୁ ସଙ୍କଟ: ମୋହନ-ମମତାଙ୍କ ଆଲୋଚନାର ଫଳକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ
ଭୁବନେଶ୍ୱର: ସରକାରଙ୍କ ଆଶ୍ୱାସନା, ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ବିଭାଗୀୟ ମନ୍ତ୍ରୀଙ୍କ ତତ୍ପରତା ସତ୍ତ୍ବେ ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ। ଉତ୍ତରପ୍ରଦେଶ ଓ ପଞ୍ଜାବ ଆଳୁ କାହାଣୀ ଫିକା ପଡ଼ିଗଲାଣି, ଏବେ ବି ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ସ୍ୱାଭାବିକ ହୋଇ ନାହିଁ। ପୂର୍ବପରି ଚଢ଼ା ଦରରେ ଆଳୁ ବିକ୍ରି କରାଯାଉଛି। ସରକାର ଦିନକ ତଳେ ବ୍ୟବସାୟୀଙ୍କଠାରୁ ଆଣି ଡ଼ିଲରଙ୍କ ଜରିଆରେ ବଣ୍ଟନ ପାଇଁ ଦେଇଥିବା ଦୁଇ ଟ୍ରକ୍‌‌ ଆଳୁ ସରିଗଲାଣି। ଏବେ ରାଜ୍ୟବାସୀ ମୋହନ-ମମତାଙ୍କ ଆଲୋଚନାର ଫଳକୁ ଅପେକ୍ଷା କରିଛନ୍ତି। ଯଦି ଆଲୋଚନା ସଫଳ ହୋଇଥିବ, ତେବେ ଆଜି ପଶ୍ଚିମବଙ୍ଗରୁ ଆଳୁଗାଡ଼ି ଓଡ଼ିଶାରେ ପହଞ୍ଚିବ। ଯଦି ଆଲୋଚନା ଅସଫଳ ହୋଇଥିବ ତେବେ ଆଳୁ ଗାଡ଼ି ଆସିବ ନାହିଁ। ତେଣୁ ଆଜିକ ଆଳୁ ଆଲୋଚନା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଓଡ଼ିଶାକୁ ଆଳୁ ରପ୍ତାନୀ ସ୍ୱାଭାବିକ କରିବାକୁ ଅନୁରୋଧ କରଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀ ଏହାକୁ ସ୍ୱୀକାର କରିବା ସହ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେଣୁ ମମତା ଯଦି ତାଙ୍କ ରାଜ୍ୟରୁ ଓଡ଼ିଶାକୁ ଆଳୁ ରପ୍ତାନୀ ପାଇଁ ଅନୁମତି ଦେଇଥିବେ ତେବେ ଆଜି ସୁଦ୍ଧା ଓଡ଼ିଶାରେ ଆଳୁ ପହଞ୍ଚିବ ଓ ପରିସ୍ଥିତି ସ୍ୱାଭାବିକ ଆଡ଼କୁ ଗତି କରିବ। ତେଣୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ମଧ୍ୟ ଅନୁରୂପ ଆଶା ପୋଷଣ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଆଳୁ ସ୍ଥିତି ସ୍ୱାଭାବିକ ହୋଇନାହିଁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଯେଉଁ ଆଲୋଚନା କରିଛନ୍ତି ତାହାର ସଫଳତାର ପରିଣାମ ମଙ୍ଗଳବାର ଜଣାପଡ଼ିବ। ରାଜ୍ୟରେ ବର୍ତ୍ତମାନ ୧୪ ଲକ୍ଷ ଟନ ଆଳୁ ଆବଶ୍ୟକ ହେଉଥିବା ବେଳେ ମାତ୍ର ରାଜ୍ୟରୁ ଉତ୍ପାଦିତ ଆଳୁ ତାହା ଭରଣା କରିବାକୁ ସକ୍ଷମ ହେଉନାହିଁ।
ସେହିପରି ୟୁପିରୁ ଟ୍ରେନ୍‌‌ ଯୋଗେ ନାଫେଡ୍‌‌ ଆଳୁ ଆଣି ବିକ୍ରି କରିବା ପ୍ରସଙ୍ଗରେ ମଧ୍ୟ ଶ୍ରୀ ପଣ୍ଡା କହିଛନ୍ତି ଯେ ୟୁପିରୁ ଆଳୁ କିଣି ଟ୍ରେନରେ ଆଣିବା ପରେ କେମିତି ବିକ୍ରି ହେବ ସେ ନିଷ୍ପତ୍ତି ସରକାର ନେବେ। ତେବେ ଟ୍ରେନରେ ପୁରା ରାକରେ ୫୫ ଟି ବଗି ରହୁଛି। ଗୋଟିଏ ବଗିରେ ୬୦୦ କୁଇଣ୍ଟାଲ୍‌‌ ଆଳୁ ରହିପାରିବ। ଏହା ଆସିବାକୁ କେତେଦିନ ଲାଗିବ, ପହଞ୍ଚିବା ପରେ କେତେଦିନ ଖାଦ୍ୟ ଉପଯୋଗୀ ହୋଇ ରହିପାରିବ ତାହା ଆଳୁ ଆସିବା ପରେ ଜଣାପଡ଼ିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ବିଜୁ ଜନତା ଦଳ ସମନ୍ୱୟ ଓ କାର୍ଯ୍ୟନୟନ କମିଟିର ପ୍ରଥମ ବୈଠକ
ଭୁବନେଶ୍ବର: ବିଜୁ ଜନତା ଦଳ ସମନ୍ୱୟ ଓ କାର୍ଯ୍ୟନୟନ କମିଟିର ପ୍ରଥମ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚୟନ କରାଯାଇଥିବା ସମସ୍ତ ୧୫ ଜଣ ସଦସ୍ୟ ବୈଠକରେ ସାମିଲ ହୋଇଥିଲେ । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସହ ବିଜେଡିର ରାଜ୍ୟସ୍ତରୀୟ ସଂଗଠନ ନେଇ ବୈଠକରେ ଆଲୋଚନା କରାଯାଇଛି । ବିଜେଡି ଯାହା ଓଡ଼ିଶାବାସୀଙ୍କ ଦୀର୍ଘ ଦିନରୁ ସମର୍ଥନ ପାଇଛି, ଆଜି ବିରୋଧୀ ଦଳରେ ଅଛି । ବିକାଶ ସଂକଳ୍ପ ଆଗକୁ ନେବାକୁ ସଂଗଠନ ଢାଞ୍ଚା ଓ ଦଳକୁ ଆଗକୁ ନେବାକୁ ଆଲୋଚନା ଜାରି ରହିଛି । ଏହାକୁ ଅନୁମୋଦନ ପାଇଁ ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରାଯିବା ସହ ଏହାର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା।
ବଙ୍ଗୋପସାଗରେ ବାତ୍ୟା ସମ୍ଭାବନା, ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା !
ଭୁବନେଶ୍ବର: ବଙ୍ଗୋପସାଗରେ ବାତ୍ୟା ସମ୍ଭାବନା । ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି। ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ । ପରେ ବାଂଲାଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ । ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହେବ। କାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏହାରି ପ୍ରଭାବରେ ମୁଖ୍ୟତଃ ଉତ୍ତର ଉପକୂଳ ଓ ସଲଗ୍ନ ଜିଲ୍ଲା ମାନଙ୍କରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, ଯାଜପୁର,କଟକ, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ, ପୁରୀର ଅଧିକାଂଶ ଅଞ୍ଚଳରେ ସାମନ୍ୟରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।
୨୬-୨୭ ତାରିଖ ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାର ଗୋଟିଏ  ଦୁଇଟି ଜାଗାରେ ଭାରି ବର୍ଷା ସମ୍ଭାବନା ରହିଛି। ବର୍ଷା ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଥିବା ବେଳେ ଅଶାନ୍ତ ହେବ ସମୁଦ୍ର।  ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି।
ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ନକ୍ସଲ ନିହତ
ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଏନକାଣ୍ଟର। ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ବୁର୍କାଲଙ୍କା ଜଙ୍ଗଲରେ ମାଓବାଦୀ ମାନେ ଏକ କ୍ୟାମ୍ପା କରି ରହିଥିବା ନେଇ ପୁଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଡିଆରଜି ବାହିନୀ ପକ୍ଷରୁ ଆଜି ସକାଳେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଜବାନଙ୍କୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନ କରିଥିଲେ। ପରେ ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ଜଣେ ହାଡକୋର ମାଓବାଦୀଙ୍କ ମୃତ ଦେହ ଠାବ ହୋଇଛି। ଘଟଣା ସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।