Uttarkashi tunnel collapse - The Sakala

ଉତ୍ତରକାଶୀ ଟନେଲରୁ ଆସିଲା ବଡ଼ ଖବର: ୧୭ ଦିନ ପରେ ଟନେଲରୁ ବାହାରିଲେ ଫସି ରହିଥିବା ୪୧ ଶ୍ରମିକ
ଉତ୍ତରକାଶୀ: ତ୍ତରକାଶୀ ଟନେଲରୁ ଆସିଲା ବଡ଼ ଖବର । ଦୀର୍ଘ ୧୭ ଦିନ ଧରି ଟନେଲ ଭିତରେ ଫସିକି ରହିବା ପରେ ଆଜି ଟନେଲ ଭିତରୁ ସୁରକ୍ଷିତ ଭାବେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ  ଉଦ୍ଧାର କରାଯାଇଛି । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ବାହାରକୁ ଅଣାଯାଇଥିଲା। ଦ୍ୱିତୀୟ ଦଫାରେ ଆଉ ୪ ଶ୍ରମିକ ଉଦ୍ଧାର କରାଯାଇଥିଲା। ପର୍ଯ୍ୟାୟ କ୍ରମେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଧିରଧିରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।

ଟନେଲ ବାହାରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ କରାଯାଇଥିଲା। ଆବଶ୍ୟକ ହେଲେ ସେମାନଙ୍କୁ ବଡ଼ ହସ୍ପିଟାଲ ପଠାଯିବ। ଆବଶ୍ୟକସ୍ଥଳେ ଶ୍ରମିକଙ୍କୁ ଏୟାରଲିଫ୍ଟ ମଧ୍ୟ କରାଯିବ। ଏୟାରଲିଫ୍ଟ ପାଇଁ ବାୟୁସେନା ଚିନୁକ୍‌ ହେଲିକପ୍ଟର ଘଟଣା ସ୍ଥାନରେ ତୟାର ରହିଛି।

ଶେଷ ପର୍ଯ୍ୟାୟରେ ଉତ୍ତରକାଶୀ ଟନେଲ୍ ରେସକ୍ୟୁ, ଯେ କୌଣସି ମୁହୂର୍ତ୍ତରେ ବାହାରକୁ ଆସିପାରନ୍ତି ୪୧ ଶ୍ରମିକ
ଉତ୍ତରକାଶୀ: ଆଉ ମାତ୍ର କିଛି ସମୟର ଅପେକ୍ଷା, ଟନେଲ୍‌ ଭିତରୁ ବାହାରି ପାରନ୍ତି ୪୧ ଶ୍ରମିକ । ଆଉ ମାତ୍ର ୫ ମିଟର ସୁଡଙ୍ଗ ଖୋଳିବା ପରେ ଶ୍ରମିକଙ୍କ ପାଖରେ ପହଞ୍ଚିବ ରେସକ୍ୟୁ ଟିମ୍ । ଏଥିପାଇଁ ଜୋରସୋରରେ ଚାଲିଛି ମାନୁଆଲ୍ ଡ୍ରିଲିଂ । ୧ରୁ ୨ ଘଣ୍ଟା ଭିତରେ ବାହାରିପାରନ୍ତି ୪୧ ଶ୍ରମିକ । ଏ ନେଇ ସୂଚନା ଦେଲେ NHIDCL ଏମ୍‌ଡି । ଶ୍ରମିକମାନେ ବାହାରିବା ଆଶା ଉଜ୍ଜ୍ବଳ ହେବା ପରେ ସ୍ଥାନୀୟ ବାସିନ୍ଦା ମଧ୍ୟ ଖୁସି ପ୍ରକାଶ କରିଛନ୍ତି । ଉଦ୍ଧାର ପାଇଁ ସେନା ଓ SDRF ପ୍ରସ୍ତୁତ । ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିସାରିଛି। ଦୀର୍ଘ ୧୭ ଦିନ ଧରି ଟନେଲ ଭିତରେ ଫସିକି ରହିବା ପରେ ଆଜି ଟନେଲ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରନ୍ତି ୪୧ ଜଣ ଶ୍ରମିକ ।

ଭର୍ଟିକାଲ୍ ଓ ମାନୁଆଲ୍ ଡ୍ରିଲିଂରେ ଉଦ୍ଧାରକାରୀ ଟିମ୍ ପ୍ରାୟ ୫୨ମିଟର ଖୋଳି ସାରିଲେଣି । ଏଥିସହ ଭିତରେ ୫୨ ମିଟର ଯାଏ ପାଇପ୍ ପ୍ରବେଶ କରାଯାଇଛି । ଆଉ ୫ ମିଟର ପାଇପ୍ ପ୍ରବେଶ ପରେ ରେସକ୍ୟୁରେ ମିଳିପାରେ ସଫଳତା । ଆଜି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

ଶ୍ରମିକମାନେ ଉଦ୍ଧାରକାରୀ ଦଳ ପାଖରୁ ୫ ମିଟର ଦୂରରେ ରହିଛନ୍ତି । ରାଟ୍ ହୋଲ୍ ମାଇନର ମାନେ ଆଜି ସୁଦ୍ଧା ଏହି ଖନନ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଆଶା କରାଯାଉଛି, ଯେକୌଣସି ମୁହୂର୍ତ୍ତରେ ଶ୍ରମିକମାନେ ଉଦ୍ଧାର ହେବେ।

ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣା: ଆସିଲା ଫସି ରହିଥିବା ୪୧ ଶ୍ରମିକଙ୍କ ଭିଡିଓ, ଖାଇଲେ ଡାଲି ଓ ଖେଚୋଡି
ଡେରାଡୁନ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୧୦ ଦିନ ହେଲାଣି । ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀରେ ଗତ ୧୨ ନଭେମ୍ବରରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ। ରେସକ୍ୟୁ ଟିମ୍‌କୁ ସୋମବାର  ବଡ ସଫଳତା ମିଳିଥିଲ । ଶ୍ରମିକଙ୍କୁ ପ୍ରଥମଥର ପାଇଁ ଖାଇବାକୁ ଦିଆଯାଇଛି ଡାଲି ଏବଂ ଖେଚୋଡି । ୬ଇଞ୍ଚର ମୋଟା ପାଇପ ଜରିଆରେ ବୋତଲରେ ଭର୍ତ୍ତି କରି ଦିଆଯାଇଛି ଖାଦ୍ୟ ।

ଏହାମଧ୍ୟରେ ସୁଡଙ୍ଗ ମଧ୍ୟରୁ ପ୍ରଥମଥର ପାଇଁ ସାମ୍ନାକୁ ଆସିଛି ଭିଡିଓ । ଏଥିରେ ଦେଖିବାକୁ ମିଳିଛି ଯେ ଶ୍ରମିକମାନେ କେଉଁ ପରିସ୍ଥିତିରେ ଟନେଲ୍‌ ମଧ୍ୟରେ ରହିଛନ୍ତି । ଏହି ସମୟରେ ରେସକ୍ୟୁ ଅପରେସନ୍‌ରେ ଯୋଡି ହୋଇଥିବା ଅଧିକାରୀମାନେ ଓ୍ବକିଟକି ଜରିଆରେ ଶ୍ରମିକଙ୍କ ସହ କଥା ହୋଇଛନ୍ତି । ଟନେଲ ଭିତରେ ଥିବା ଶ୍ରମିକଙ୍କ ଅବସ୍ଥା ଜାଣିବା ପାଇଁ ପାଇପ ମାଧ୍ୟମରେ ଟନେଲକୁ ଏକ କ୍ୟାମେରା ପଠାଯାଇଛି । ଟନେଲ ଭିତରେ ସ୍ଥିତି କିପରି ରହିଛି ତାହା ଏଥିରେ କଏଦ ହୋଇଛି ।

ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣା: ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିଲା ୬ ଇଞ୍ଚର ପାଇପ୍, ଯାଇପାରିବ କଠିନ ଖାଦ୍ୟ
ଡେରାଡୁନ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୮ ଦିନ ପୂରି ୯ ଦିନ ହେଲାଣି ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ତେବେ ଏହାରି ମଧ୍ୟରେ ଆଜି ଉଦ୍ଧାରକାରୀ ଦଳକୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଫସିଥିବା ଶ୍ରମିକଙ୍କ ନିକଟକୁ ପହଞ୍ଚିଛି ଏକ ୬ ଇଞ୍ଚର ପାଇପ୍ । ଏହା ଫଳରେ ସେମାନଙ୍କ ନିକଟକୁ କଠିନ ଖାଦ୍ୟ ପଠାଇବା ସମ୍ଭବ ହୋଇପାରିବ।

ମିଳିଥିବା ସୂଚନା ଅନୁଯାୟୀ, ଲାଇଫ୍ ସପୋର୍ଟ ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ ୬ ଇଞ୍ଚର ପାଇପ୍ ୪୧ ଜଣ ଶ୍ରମିକଙ୍କ ପାଖରେ ପହଞ୍ଚିଛି। ପୂର୍ବରୁ ଏହି ପାଇପ୍ ପଥର ଅତିକ୍ରମ କରିନପାରିବାରୁ ଅଟକି ରହିଥିଲା। ଏବେ ଏହି ପାଇପ୍ ୫୭ ମିଟର ଅତିକ୍ରମ କରିଛି। ଏବେ ଏହି ପାଇପ୍ ସାହାଯ୍ୟରେ ଶ୍ରମିକମାନେ ସାଧାରଣ ଖାଦ୍ୟ ଅର୍ଥାତ୍ ରୁଟି, ପନିପରିବା, ଚିକିତ୍ସା ସାମଗ୍ରୀ ପାଇପାରିବେ। କାରଣ ଏହା ପୂର୍ବରୁ ଶ୍ରମିକମାନେ କଦଳୀ, ସିଝା ଓ ଭଜାଚଣା ଓ ଶୁଖିଲା ଫଳ ଖାଉଥିଲେ।