KKR VS SRH - The Sakala

ଆଇପିଏଲ କ୍ବାଲିଫାୟର-୧: କେକେଆରକୁ ୧୬୦ ରନର ଟାର୍ଗେଟ ଦେଲା ସନ୍ ରାଇଜର୍ସ ହାଇଦ୍ରାବାଦ୍
ଅହମଦାବାଦ୍: ଆଇପିଏଲ କ୍ବାଲିଫାୟର-୧ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ମୁହାଁମୁହିଁ ହୋଇଛନ୍ତି। ଅହମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ସନ୍ ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୫୯ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ କେକେଆରକୁ ୧୬୦ ରନର ଆବଶ୍ୟକତା ରହିଛି।

ସନ୍ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟ୍ରାଭିସ୍ ହେଡ୍ ୨ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ଅଭିଷେକ ଶର୍ମା ୪ ବଲରେ ୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରାହୁଲ ତ୍ରିପାଠୀ ସମ୍ଭଳିଥିଲେ। ରାହୁଲ ତ୍ରିପାଠୀ ୩୫ ବଲରେ ୫୫ ରନ କରି ଆଉଟ ହୋଇଥିଲେ। ନୀତୀଶ ରେଡ୍ଡୀ ୧୦ ବଲରେ ୯ ରନ କରି ଆଉଟ ହୋଇଥିଲେ। ଶାହାବାଜ ଅହମ୍ମଦ କୌଣସି ରନ ନ କରି ଆଉଟ ହୋଇଥିଲେ। ହେନ୍ରିଚ୍ କ୍ଲାସେନ୍ ୨୧ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ସାନବୀର ସିଂ ମଧ୍ୟ କୌଣସି ରନ ନ କରି ଆଉଟ ହୋଇଥିଲେ। ପାରିକୁ ଅବଦୁଲ ସମଦ ଓ ପ୍ୟାଟ୍ କମିନ୍ସ ସମ୍ଭାଳିଥିଲେ। ପରେ ଅବଦୁଲ ସମଦ ୧୨ ବଲରେ ୧୬ରନ କରି ଆଉଟ ହୋଇଥିଲେ। ଭୁବନେଶ୍ୱର କୁମାର ମଧ୍ୟ ୩ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ପ୍ୟାଟ୍ କମିନ୍ସ ୨୪ ବଲରେ ୩୦ ରନ କରି ଆଉଟ ହୋଇଥିଲେ।

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ୱିକେଟ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀ ୨ଟି ୱିକେଟ ନେଇଥିବା ବେଳେ ବୈଭବ ଆରୋରା, ହର୍ଷିତ ରାଣା, ଆଣ୍ଡ୍ରେ ରସେଲ ଓ ସୁନୀଲ ନାରିନ ଗୋଟିଏ ଲେଖଏଁ ୱିକେଟ ନେଇଥିଲେ।

ହାଇଦରାବାଦ୍କୁ ୧୮୮ ରନର ଟାର୍ଗେଟ ଦେଲା କଲକାତା ନାଇଟ୍‍ ରାଇଡର୍ସ
ନୂଆଦିଲ୍ଲୀ: ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚରେ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମୁହିଁମୁହିଁ ହୋଇଛନ୍ତି। ସନ୍‍ରାଇଜର୍ସ ହାଇଦରାବାଦ୍‍ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏଥିସହ କଲକାତା ନାଇଟ୍‍ ରାଇଡର୍ସ ପ୍ରଥମେ ବ୍ଯାଟିଂ କରି ୬ ୱିକେଟ ହରାଇ ୧୮୭ ରନ ସଂଗ୍ରହ କରିଛି। ସନ୍‍ରାଇଜର୍ସକୁ ଏହି ମ୍ଯାଚ ଜିତିବାକୁ  ହେଲେ ୧୮୮ ରନର ଆବଶ୍ଯକ କରୁଛି।

କଲକାତା ନାଇଟ୍‍ ରାଇଡର୍ସ ପକ୍ଷରୁ ଆରମ୍ଭରୁ ଆକ୍ରମଣାତ୍ମକ ବ୍ଯାଟିଂ ଦେଖିବାକୁ ମିଳିଥିଲା।  ଶୁବମନ ଗିଲ୍ ଓ ନିତିଶ ରାଣା ଓପନ କରିଥିଲେ। ଗିଲ୍ ୧୩ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ପରେ ପିଚରେ ରାହୁଲ ତ୍ରିପାଠୀ ଓ ନିତିଶ ରାଣାଙ୍କ ଧୂଆଁଦାର ବ୍ଯାଟିଂ ଦେଖିବାକୁ ମିଳିଥିଲା। ରାହୁଲ ତ୍ରିପାଠୀ ୨୯ ବଲରେ ୫୩ ରନ କରି ଆଉଟ ହୋଇଥିଲେ। ନିତିଶ ରାଣା ୫୬ ବଲରେ ୮୦ ରନ କରି ଆଉଟ ହୋଇଥିଲେ। ଇଅନ୍‌ ମୋର୍ଗାନ- ୨, ଆଣ୍ଡ୍ର‍୍ୟୁ ରସେଲ- ୫ ଓ ଶକିବ ଅଲ ହାସନ- ୩ ରନ କରି ଆଉଟ ହୋଇଥିଲେ। ଦିନେଶ କାର୍ତ୍ତିକ ୯ ବଲରେ ୨୨ ରନ କରି ଅପରାଜିତ ଥିଲେ।

ଅନ୍ଯପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ମହମ୍ମଦ ନାବି ଓ ରସିଦ ଖାନ୍ ୨ଟି ଲେଖଏଁ ୱିକେଟ ନେଇଥିଲେ। ଭୁବନେଶ୍ବର କୁମାର  ଓ ଟି ନଟରାଜନ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ।

କଲକାତା-ହାଇଦରାବାଦ୍‍ ମୁକାବିଲା: ଟସ ଜିତି ହାଇଦରାବାଦର ବୋଲିଂ ନିଷ୍ପତ୍ତି
ଚେନ୍ନଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚ୍‍ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମଧ୍ୟରେ ଖେଳାଯିବ। ସନ୍‍ରାଇଜର୍ସ ହାଇଦରାବାଦ୍‍  ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଏଥିସହ କଲକାତା ନାଇଟ୍‍ ରାଇଡର୍ସ ପ୍ରଥମେ ବ୍ଯାଟିଂ କରିବାକୁ ଯାଉଛି।

Toss News – #SRH have won the toss and they will bowl first against #KKR at Chennai.

Live – https://t.co/yqAwBPCpkb #VIVOIPL #SRHvKKR pic.twitter.com/f8pmqOY67r

— IndianPremierLeague (@IPL) April 11, 2021

ଚଳିତ ସିଜନରେ ଉଭୟ ଦଳ ପ୍ରଥମ ମ୍ୟାଚ୍‍ ଖେଳିବାକୁ ଯାଉଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ନିଶ୍ଚିତ ପସନ୍ଦ କରିବେ। ଏଥିଲାଗି ଉଭୟ ଦଳ ମଧ୍ୟ ଭଲ ପ୍ରସ୍ତୁତି କରିଛନ୍ତି ଓ ପଡ଼ିଆରେ ସେମାନଙ୍କ କରିସ୍ମା ଦେଖାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଉଭୟ ଦଳର ନେତୃତ୍ୱ ବିଦେଶୀ ଖେଳାଳିଙ୍କ ହାତରେ ରହିଛି। କଲକାତାର ନେତୃତ୍ୱ ବିଶ୍ୱବିଜୟୀ ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନଙ୍କ ହାତରେ ରହିଛି। ଜଣେ ବିଚକ୍ଷଣ ଅଧିନାୟକ ଓ ଧୂଆଁଧାର ବ୍ୟାଟ୍ସମ୍ୟାନ୍‍ ଭାବେ ସେ ବେଶ ଜଣାଶୁଣା।

ସେହିପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‍ ଭାବେ ନିଜ ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଷ୍ଟ୍ରେଲିଆର ଡେଭିଡ୍‍ ୱାର୍ଣ୍ଣର ହାଇଦରାବାଦ୍‍ର ନେତୃତ୍ୱ ନେଇ ଏହି ଦଳକୁ ଚାମ୍ପିଅନ୍‍ କରାଇଥିଲେ। ମୋର୍ଗାନଙ୍କ ଅପେକ୍ଷା ନିଜ ଟିମ୍‍ର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ତାଙ୍କର ବେଶ ଜ୍ଞାନ ରହିଛି। ବିଶ୍ୱ କ୍ରିକେଟର ଏହି ଦୁଇ ବିରଳ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ହେବାକୁ ଥିବା ଆଇପିଏଲ ମୁକାବିଲା ଚେନ୍ନଇର ସ୍ଲୋ ଓ ଟର୍ଣ୍ଣିଂ ପିଚ୍‍ରେ ବେଶ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

ଆଜି କଲକାତା-ହାଇଦରାବାଦ୍‍ ମୁକାବିଲା
ଚେନ୍ନଇ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସିଜନ-୧୪ର ତୃତୀୟ ଲିଗ୍‍ ମ୍ୟାଚ୍‍ ଦୁଇଥରର ଚାମ୍ପିଅନ୍‍ କଲକାତା ନାଇଟ୍‍ ରାଇଡର୍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ମଧ୍ୟରେ ଖେଳାଯିବ। ଚଳିତ ସିଜନରେ ଉଭୟ ଦଳ ପ୍ରଥମ ମ୍ୟାଚ୍‍ ଖେଳିବାକୁ ଯାଉଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ନିଶ୍ଚିତ ପସନ୍ଦ କରିବେ। ଏଥିଲାଗି ଉଭୟ ଦଳ ମଧ୍ୟ ଭଲ ପ୍ରସ୍ତୁତି କରିଛନ୍ତି ଓ ପଡ଼ିଆରେ ସେମାନଙ୍କ କରିସ୍ମା ଦେଖାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଉଭୟ ଦଳର ନେତୃତ୍ୱ ବିଦେଶୀ ଖେଳାଳିଙ୍କ ହାତରେ ରହିଛି। କଲକାତାର ନେତୃତ୍ୱ ବିଶ୍ୱବିଜୟୀ ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନଙ୍କ ହାତରେ ରହିଛି। ଜଣେ ବିଚକ୍ଷଣ ଅଧିନାୟକ ଓ ଧୂଆଁଧାର ବ୍ୟାଟ୍ସମ୍ୟାନ୍‍ ଭାବେ ସେ ବେଶ ଜଣାଶୁଣା। ସେହିପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‍ ଭାବେ ନିଜ ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଷ୍ଟ୍ରେଲିଆର ଡେଭିଡ୍‍ ୱାର୍ଣ୍ଣର ହାଇଦରାବାଦ୍‍ର ନେତୃତ୍ୱ ନେଇ ଏହି ଦଳକୁ ଚାମ୍ପିଅନ୍‍ କରାଇଥିଲେ। ମୋର୍ଗାନଙ୍କ ଅପେକ୍ଷା ନିଜ ଟିମ୍‍ର ଶକ୍ତି ଓ ଦୁର୍ବଳତା ସମ୍ପର୍କରେ ତାଙ୍କର ବେଶ ଜ୍ଞାନ ରହିଛି। ବିଶ୍ୱ କ୍ରିକେଟର ଏହି ଦୁଇ ବିରଳ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ହେବାକୁ ଥିବା ଆଇପିଏଲ ମୁକାବିଲା ଚେନ୍ନଇର ସ୍ଲୋ ଓ ଟର୍ଣ୍ଣିଂ ପିଚ୍‍ରେ ବେଶ ରୋମାଞ୍ଚକ ହେବ ବୋଲି ଆଶା କରାଯାଇପାରେ।

କଲକାତା ନାଇଟ୍‍ ରାଇଡର୍ସ ଦଳ ଦୁଇ ଥର ଚାମ୍ପିଅନ୍‍ ଓ ଭଲ ଟିମ୍‍ ହୋଇଥିଲେ ମଧ୍ୟ ଗତ ସିଜନରେ ଆଦୌ ଭଲ ଖେଳି ପାରି ନଥିଲା। ଏହାର ଅନେକ କାରଣ ରହିଥିଲେ ମଧ୍ୟ ସଠିକ୍‍ ଟିମ୍‍ କମ୍ବିନେସନ ଓ ଅସ୍ଥିର ପ୍ରଦର୍ଶନ ବିଫଳତା ପାଇବାରେ ଥିଲା ମୁଖ୍ୟ କାରଣ। ଓପନିଂରେ ଶୁବମାନ ଗିଲ ସ୍ଥିର ରହିଥିଲେ ମଧ୍ୟ ତାଙ୍କ ପାର୍ଟନର ବାରମ୍ବାର ବିଫଳ ହୋଇଥିଲେ। ସ୍ପିନ୍‍ ବୋଲର ସୁନୀଲ ନାରିନଙ୍କୁ ନେଇ ଅସ୍ଥିରତା ମଧ୍ୟ ଅନ୍ୟ ଏକ କାରଣ ବୋଲି ଧରାଯାଇ ପାରେ। ଫଳରେ ଦିନେଶ କାର୍ତ୍ତିକ ଅଧାରୁ ଅଧିନାୟକ ପଦ ଛାଡ଼ିଥିଲେ। ଆନ୍ଦ୍ରେ ରସେଲ ଆଘାତ ଜନିତ କାରଣରୁ ଖେଳି ନପାରିବା ମଧ୍ୟ ଦଳର ବିଫଳତାରେ ଆଉ ଏକ କାରଣ ବୋଲି ଧରାଯାଇପାରେ। ଏଥର କିନ୍ତୁ ଏସବୁକୁ ଦୂରେଇଯାଇ କେକେଆର ୬ ବର୍ଷ ପରେ ତୃତୀୟ ଟାଇଟଲ ଜିତିବ ବୋଲି ଆଶା କରୁଛନ୍ତି। ସ୍ପିନର ଭାବେ ହରଭଜନ ସିଂ ଓ ବରୁଣ ଚକ୍ରବର୍ତ୍ତି ଫିଟ ହୋଇଯାଇଥିବାରୁ ନାରିନ୍‍ଙ୍କ ଅନୁପସ୍ଥିତି ଉପଲବ୍ଧି କରିହେବ ନାହିଁ। ଏହା ସତ୍ତ୍ବେ ଦଳ ୩ ପେସ୍‍ ବୋଲର ଶିଭମ ମାଭି, ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହ ଲକି ଫର୍ଗୁସନ କିମ୍ବା ପ୍ୟାଟ କମିନ୍ସଙ୍କଠାରୁ ଅନେକ କିଛି ଆଶା ରଖିଛି। ସାକିବଙ୍କ ଉପସ୍ଥିତି ଦଳ ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ବୋଲି ଆଶା କରିବା ସ୍ୱାଭାବିକ୍‍।

ଅନ୍ୟପକ୍ଷରେ ହାଇଦରାବାଦ୍‍ର ସଫଳତା ପଛରେ ରହିଛି ବିଦେଶୀ ଖେଳାଳିଙ୍କ ହାତ। ୱାର୍ଣ୍ଣରଙ୍କ ନେତୃତ୍ୱକୁ ବାଦ୍‍ ଦେଲେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‍ କେନ୍‍ ୱିଲିୟମସନ, ଶ୍ରେଷ୍ଠ ଅଲରାଉଣ୍ଡର ଜେସନ ହୋଲ୍ଡର ଓ ରଶିଦ୍‍ ଖାନ୍‍ ଅନ୍ୟତମ। ଗତ ସିଜନରେ ଦଳ ଖରାପରୁ ଆରମ୍ଭ କରିଥିଲେ ମଧ୍ୟ ଶେଷଭାଗରେ ସଫଳ ଦଳ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲା। ସନ୍ଦୀପ ଶର୍ମା ଓ ଭୁବନେଶ୍ୱର କୁମାରଙ୍କ ପେସ୍‍ ବୋଲିଂରେ ସାମିଲ ହୋଇଯାଇଥିଲେ ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ। ସେ ଓ ଯୁବ ଖେଳାଳି ଅବ୍‍ଦୁଲ ସମଦଙ୍କ ଆବିଷ୍କାର ଫଳରେ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। କିନ୍ତୁ ୨୦୧୮ରେ ଚାମ୍ପିଅନ୍‍, ୨୦୧୯ରେ ଚତୁର୍ଥ ଓ ୨୦୨୦ରେ ତୃତୀୟ ସ୍ଥାନ ଅଧିକାର କରିଥିବା ସନ୍‍ରାଇଜର୍ସ ହାଇଦରାବାଦ୍‍ ଏଥର ଟାଇଟଲ ଦାବିଦାର ହୋଇଛି।

ସମ୍ଭାବ୍ୟ ଦଳ

ହାଇଦରାବାଦ୍‍: ଡେଭିଡ୍‍ ୱାର୍ଣ୍ଣର (ଅଧିନାୟକ), ରିଦ୍ଧିମାନ ଶାହ, ମନୀଷ ପାଣ୍ଡେ, କେନ୍‍ ୱିଲିୟମସନ, ବିଜୟ ଶଙ୍କର/କେଦାର ଯାଦବ, ଜେସନ ହୋଲ୍ଡର/ମହମ୍ମଦ୍‍ ନବି, ଅବ୍‍ଦୁଲ ସମଦ, ରଶିଦ୍‍ ଖାନ୍‍, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା ଓ ଟି ନଟରାଜନ।

କଲକାତା: ଇଓନ ମୋର୍ଗାନ (ଅଧିନାୟକ), ଶୁବମାନ ଗିଲ୍‍, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଦିନେଶ କାର୍ତ୍ତିକ (ୱିକେଟକିପର), ଆନ୍ଦ୍ରେ ରସେଲ, ସାକିବ ଅଲ ହାସନ, ପ୍ୟାଟ କମିନ୍ସ/ଲକି ଫର୍ଗୁସନ, ହରଭଜନ ସିଂ, ପ୍ରସିଦ୍ଧ କ୍ରିଷ୍ଣା ଓ ବରୁଣ ଚକ୍ରବର୍ତ୍ତି।