Refund - The Sakala

ୟୁପିଆଇ କାରବାର ଫେଲ୍‌ ହେଲେ ତୁରନ୍ତ ଅର୍ଥ ଫେରସ୍ତ ପାଇବେ ଉପଭୋକ୍ତା
ନୂଆଦିଲ୍ଲୀ: ଏଣିକି ୟୁପିଆଇ କାରବାର ଫେଲ ହେଲେ ଉପଭୋକ୍ତା ତୁରନ୍ତ ଟଙ୍କା ଫେରସ୍ତ ପାଇବେ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଜୁଲାଇ ୧୫ରୁ ଏକ ନୂତନ ନିୟମ ଲାଗୁ କରିବାକୁ ଯାଉଛି। ଏଡି ଅନୁଯାୟୀ, ଯଦି ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଏ କିନ୍ତୁ ପେମେଣ୍ଟ ହୁଏ ନାହିଁ, ତେବେ ଉପଭୋକ୍ତା ତୁରନ୍ତ ଟଙ୍କା ଫେରସ୍ତ ପାଇବେ। କେବଳ ଏତିକି ନୁହେଁ, ଭୁଲ ୟୁପିଆଇ ନମ୍ବରକୁ ଟଙ୍କା ପଠାଇବା କ୍ଷେତ୍ରରେ ଉପଭୋକ୍ତା ତାଙ୍କ ବ୍ୟାଙ୍କରୁ ଟଙ୍କା ଫେରସ୍ତ ପାଇଁ ମାଗିପାରିବେ। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବ୍ୟାଙ୍କଗୁଡ଼ିକ ଏବେ ଏନ୍‌ପିସିଆଇଠାରୁ ପୂର୍ବ ଅନୁମୋଦନ ଆବଶ୍ୟକ ନ କରି କିଛି ପ୍ରତ୍ୟାଖ୍ୟାନ କରାଯାଇଥିବା ଚାର୍ଜ ବ୍ୟାକ୍ ନିଜେ ଉଠାଇପାରିବେ। ଆଇଏନ୍‌ପିସିଆଇ ଦ୍ୱାରା ପ୍ରଚଳିତ ନୂତନ ୟୁପିଆଇ ଚାର୍ଜବ୍ୟାକ୍ ସିଷ୍ଟମ୍ ସେହି ଗ୍ରାହକମାନଙ୍କୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିବ, ଯେଉଁମାନଙ୍କର ରିଫଣ୍ଡ ଦାବି ପୂର୍ବରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ନୂତନ ନିୟମ ବ୍ୟାଙ୍କଗୁଡ଼ିକୁ ପୁରୁଣା ପ୍ରତ୍ୟାଖ୍ୟାନ ମାମଲାଗୁଡ଼ିକୁ ପୁନଃପରୀକ୍ଷଣ ଏବଂ ସମାଧାନ କରିବାକୁ ଅନୁମତି ଦେବ।

ଚିଟ୍‌‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ, ଅନ୍‌‌ଲାଇନ୍‌‌ରେ ଗ୍ରହଣ ହେଉଛି ଆବେଦନ
କଟକ: ବିଭିନ୍ନ ଚିଟ୍‌‌ଫଣ୍ଡ ସଂସ୍ଥାର ଜମାକାରୀମାନଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ବିଭିନ୍ନ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ପରେ ନିଲାମଲବ୍ଧ ଅର୍ଥ ସରକାରଙ୍କ ପ୍ରାଧିକୃତ ଅଧିକାରୀଙ୍କ ଖାତାକୁ ଆସୁଥିବା ବେଳେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଏହାକୁ ଚିହ୍ନଟ ଜମାକାରୀଙ୍କୁ ଫେରସ୍ତ କରାଯାଉଛି। ଏପରିକି କଟକ ଓପିଆଇଡି ଅଦାଲତଙ୍କ ନିର୍ଦ୍ଦେଶମତେ କଟକ ଏଡିଏମ୍‌‌ ତଥା ପ୍ରାଧିକୃତ ଅଧିକାରୀଙ୍କ ପାଖରେ ଜମା ଥିବା ବିପୁଳ ପରିମାଣର ଅର୍ଥରାଶିକୁ ମଧ୍ୟ ଫେରସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା ଜଣାପଡ଼ିଛି। ଏହି କ୍ରମରେ ଏବେ ପ୍ରାୟ ୧୩୩ କୋଟିରୁ ଅଧିକ ଟଙ୍କା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି କଟକ ଅତିରିକ୍ତ ଜିଲ୍ଲା ତଥା ପ୍ରାଧିକୃତ ଅଧିକାରୀ ଉମାକାନ୍ତ ରାଜ୍‌‌।

ମିଳିଥିବା ସୂଚନାନୁସାରେ, ଏବେ ହାଇଟେକ୍‌‌ ଗ୍ରୁପ୍‌‌ ଅଫ୍‌‌ କମ୍ପାନୀଜ୍‌‌ ଓ ଗୋଲ୍‌‌ଡେନ୍‌ ଲ୍ୟାଣ୍ଡ୍‌ ଡେଭଲପର୍ସ ଗ୍ରୁପ୍‌‌ ଅଫ୍‌‌ କମ୍ପାନୀର ଜମାକାରୀମାନେ ସେମାନଙ୍କ ଟଙ୍କା ଫେରିପାଇବେ। ସମ୍ପୃକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ବଣ୍ଡ୍‌‌ ଓ କ୍ୟାନ୍‌‌ସେଲ ମନି-ରସିଦ୍‌‌ ଅପ୍‌‌ଲୋଡ୍‌‌ ପ୍ରକ୍ରିୟା ଶେଷ ପରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ। ଏହି କ୍ରମରେ ଜମା ଜିଏଲ୍‌‌ପି ଡେଭଲପର୍ସ ଲିମିଟେଡ୍‌‌ ଓ ଗୋଲ୍‌‌ଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ୍‌‌ର ୨ଲକ୍ଷ ୫୯ହଜାର ୨୮୦ ଜମାକାରୀ ଅର୍ଥ ଫେରସ୍ତ ପାଇବାକୁ ଯାଉଛନ୍ତି। ୮ ହଜାର ଟଙ୍କା ବା ତା’ଠାରୁ କମ୍‌‌ ଦାବି ଥିବା ଏହି ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯିବ। ୯୨ କୋଟି ୫୮ ଲକ୍ଷ ୭୮ହଜାର ୨୦୧ ଟଙ୍କା ଏହି ଚିଟ୍‌‌ଫଣ୍ଡ କମ୍ପାନୀର ଚିହ୍ନଟ ଜମାକାରୀ ପାଇବେ। ସେହିପରି ହାଇଟେକ୍‌‌ ଗ୍ରୁପ୍‌‌ ଅଫ୍‌‌ କମ୍ପାନୀର ମୋଟ ୫୫୭୫ଜଣ ଅଦ୍ୟାବଧି ସେମାନଙ୍କ ପ୍ରାପ୍ୟ ଫେରସ୍ତ ସମ୍ପର୍କିତ ଅନ୍‌‌ଲାଇନ୍‌‌ ଦାବି ଆବେଦନପତ୍ରକୁ ଓକାକ୍‌‌ ମାଧ୍ୟମରେ ଦାଖଲ କରିଥିବା ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରାଧିକୃତ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଇତିମଧ୍ୟରେ ପ୍ରାୟ ୮୭ କୋଟି ୪୧ ଲକ୍ଷ ୨୧ ହଜାର ୯୩୪ ଟଙ୍କା ରୋଜ୍‌‌ଭ୍ୟାଲି ଗ୍ରୁପ୍‌‌ ଅଫ୍‌‌ ଚିଟ୍‌‌ଫଣ୍ଡ କମ୍ପାନୀର ଜମାକାରୀଙ୍କୁ ଦିଆଯାଇଛି। ଏହି କମ୍ପାନୀର ୨ ଲକ୍ଷ ୩୮ ହଜାର ୪୭୭ ଜଣ ଜମାକାରୀ ଉପକୃତ ହୋଇସାରିଥିବା ଜଣାପଡ଼ିଛି।

ଅନ୍ୟପଟରେ ଜମାକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପ୍ରସଂଗ ନେଇ ପ୍ରାଧିକୃତ ଅଧିକାରୀ ମଧ୍ୟ ସ୍ୱତନ୍ତ୍ର ଚିଟ୍‌‌ଫଣ୍ଡ ଅଦାଲତରେ ଆବେଦନ କରିଆସୁଛନ୍ତି। ବିଭିନ୍ନ ସମୟରେ ଓପିଆଇଡି ଅଦାଲତଙ୍କ ଅନୁମତି ପରେ ଏହି ଅର୍ଥରାଶି ଫେରସ୍ତ କରାଯାଉଛି। ଅର୍ଥ ବିଭାଗ ଗାଇଡ୍‌‌ଲାଇନ୍‌‌ ଆଧାରରେ ଜମାକାରୀଙ୍କ ଦାବି ଯାଞ୍ଚ କରାଯାଉଛି। ପ୍ରଥମେ ଅର୍ଥ ବିଭାଗ ପକ୍ଷରୁ ବିଭିନ୍ନ ଚିଟ୍‌‌ଫଣ୍ଡ କମ୍ପାନୀର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିଚାଳନା ଭାର ପ୍ରାଧିକୃତ ଅଧିକାରୀ ତଥା କଟକ ଏଡିଏମ୍‌‌ଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ଶ୍ରୀଭୂମି କନ୍‌‌ଷ୍ଟ୍ରକ୍ସନ୍‌‌ ଲିମିଟେଡ୍‌‌ ଓ ଶ୍ରୀଭୂମି ଗ୍ରୁପ୍‌‌ ଚିଟ୍‌‌ଫଣ୍ଡ ସଂସ୍ଥା, ସାରଳା ରିୟଲ୍‌‌କନ ସଂସ୍ଥା ଓ ସୂର୍ଯ୍ୟ ନିର୍ମାଣ ରିସୋର୍ସେସ୍‌‌ ପ୍ରାଇଭେଟ୍‌‌ ଲିମିଟେଡ୍‌‌ର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇ ପ୍ରାୟ ୨୦ କୋଟି ଟଙ୍କା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରାଇବାକୁ ମଧ୍ୟ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ କଟକ ଏଡିଏମ୍‌‌ ତଥା ପ୍ରାଧିକୃତ ଅଧିକାରୀ ପଦକ୍ଷେପ ନେଇଥିବା କହିଛନ୍ତି।